ଏହି ପ୍ୟାନେଲ ଗ୍ରାମୀଣ ମହିଳାମାନଙ୍କ ଦ୍ଵାରା କରାଯାଉଥିବା ବ୍ୟାପକ କାର୍ଯ୍ୟ ପରିସରକୁ ଦର୍ଶାଉଥିବା ଦୃଶ୍ୟମାନ କାର୍ଯ୍ୟ , ଅଦୃଶ୍ୟ ମହିଳା , ଏକ ଫଟୋ ପ୍ରଦର୍ଶନୀ ର ଅଂଶବିଶେଷ । ୧୯୯୩ ଏବଂ ୨୦୦୨ ମଧ୍ୟରେ ୧୦ଟି ଭାରତୀୟ ରାଜ୍ୟରେ ପି. ସାଇନାଥ ଏ ସବୁ ଫଟୋ ଉଠାଇଥିଲେ । ବହୁ ବର୍ଷ ଧରି ଦେଶର ଅଧିକାଂଶ ଭାଗ ପରିଦର୍ଶନ କରିଥିବା ମୂଳ ଭୌତିକ ପ୍ରଦର୍ଶନୀକୁ ଏଠାରେ ପରୀ ଦ୍ଵାରା ସୃଜନଶୀଳ ଢଙ୍ଗରେ ଡିଜିଟାଲକରଣ କରାଯାଇଛି ।

ଆଉ ସେମାନଙ୍କ ଜୀବନକୁ ଏକତ୍ରିତ କରିବା

ସେ ଭୋର ସାଢ଼େ ଚାରିଟାରୁ ଉଠିଛନ୍ତି ଏବଂ ତାର ଘଣ୍ଟାଏ ପରଠାରୁ ଛତିଶଗଡ଼ର ସୁରଗୁଜା ଜଙ୍ଗଲରୁ କେନ୍ଦୁପତ୍ର ତୋଳୁଛନ୍ତି। ଏହି ସମୟରେ, ତାଙ୍କ ଭଳି ରାଜ୍ୟର ହଜାର ହଜାର ଆଦିବାସୀ(ମୂଳ ବାସିନ୍ଦା) ସମାନ କାମ କରୁଛନ୍ତି । ପୁରା ପରିବାର ପତ୍ର ତୋଳିବା କାମକୁ ସଂଘବଦ୍ଧ ଭାବେ କରନ୍ତି, ଯାହା ବିଡ଼ି ତିଆରିରେ ବ୍ୟବହୃତ ହୁଏ ।

ଦିନେ ଦିନେ ତାଙ୍କର ୬ ଜଣିଆ ପରିବାର ୯୦ ଟଙ୍କା ଯାଏଁ ରୋଜଗାର କରନ୍ତି । କେନ୍ଦୁ ଋତୁର ଦୁଇ ସପ୍ତାହରେ ସେମାନେ ପରବର୍ତ୍ତୀ ୩ ମାସର ରୋଜଗାରଠାରୁ ଅଧିକ ଆୟ କରନ୍ତି  । ତେଣୁ ଋତୁ ଥିବା ଯାଏଁ ସେମାନେ ଏଥିରୁ ଅଧିକରୁ ଅଧିକ ଆୟ କରିବାକୁ ଚାହାନ୍ତି । ଆଗାମୀ ଛଅ ସପ୍ତାହ ମଧ୍ୟରେ, ସେମାନଙ୍କୁ ଆଉ ଗୋଟିଏ ନୂଆ ଜୀବନ ଧାରଣ ମାଧ୍ୟମ ଦରକାର ପଡ଼ିବ । ଏହି ଅଞ୍ଚଳରେ ରହୁଥିବା ପ୍ରାୟ ସବୁ ପରିବାର ଏବେ ଜଙ୍ଗଲରୁ ବାହାରି ଯାଇଛନ୍ତି । ଆଦିବାସୀଙ୍କ ଅର୍ଥନୀତି ଦୃଷ୍ଟିରୁ କେନ୍ଦୁ ଖୁବ୍‌ ଗୁରୁତ୍ଵପୂର୍ଣ୍ଣ

ଭିଡ଼ିଓ ଦେଖନ୍ତୁ : 'ଏହା ଅବିଶ୍ୱସନୀୟ ଭାବରେ ସୁନ୍ଦର ଥିଲା... ଯେପରି ସେ ପତ୍ର ଉଠାଇ ନିଜ ବାହୁରେ ଫିଙ୍ଗି ଦେଉଥିଲା’

ଠିକ୍ ଏମିତି ହେଉଛି ମହୁଲ ଫୁଲ ତୋଳିବା ବା ତେନ୍ତୁଳି ସଂଗ୍ରହ କରିବା ବା ଚିରଞ୍ଜି ଓ ଶାଳ ପତ୍ର ସଂଗ୍ରହ କରିବା । ଦେଶର କିଛି ଭାଗରେ ଆଦିବାସୀ ପରିବାର ସେମାନଙ୍କ ଆୟର ଅଧା ଭାଗ ପାଇଁ କାଠ ବ୍ୟତୀତ ଅନ୍ୟାନ୍ୟ  ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ । କିନ୍ତୁ ସେମାନେ ଏଥିପାଇଁ ଯାହା ପାଆନ୍ତି ତାହା ସେହି ଦ୍ରବ୍ୟ ମୂଲ୍ୟର ଖୁବ୍‌ କମ୍ ଅଂଶ ହୋଇଥାଏ । କେବଳ ମଧ୍ୟପ୍ରଦେଶରେ ଏହି ଦ୍ରବ୍ୟ ସବୁର ମୂଲ୍ୟ ବର୍ଷକୁ ଅତି କମ୍‌ରେ ୨୦୦୦ କୋଟି ହୋଇଥାଏ ।

ରାଜ୍ୟଗୁଡ଼ିକ ଦ୍ଵାରା ଜଙ୍ଗଲ ସବୁକୁ ବନ୍ଦ କରିଦିଆଯାଇଥିବାରୁ ଏହାର ସଠିକ୍ ହିସାବ ମିଳିବା କଷ୍ଟକର । କିନ୍ତୁ ସାରା ଦେଶରେ ଅଣକାଠ ଜଙ୍ଗଲଜାତ ଦ୍ରବ୍ୟର ବାର୍ଷିକ ମୂଲ୍ୟ ୧୫,୦୦୦ କୋଟି ଟଙ୍କାରୁ ଅଧିକ ।

କିନ୍ତୁ ଆଦିବାସୀ ମହିଳା ଓ ତାଙ୍କ ପରିବାର ଲୋକେ ସେଥିରୁ ଖୁବ୍ କମ୍ ଟଙ୍କା ପାଆନ୍ତି । ସେମାନଙ୍କ ପାଇଁ ଏହା କେବଳ ଜୀବନ ଧାରଣର ମାଧ୍ୟମ । ସେଥିପାଇଁ ବି ଏହା ଯଥେଷ୍ଟ ନୁହେଁ । ମଧ୍ୟସ୍ଥି, ବ୍ୟବସାୟୀ, ମହାଜନ ଓ ଅନ୍ୟମାନେ ପ୍ରକୃତରେ ଏଥିରୁ ଆୟ କରୁଛନ୍ତି । କିନ୍ତୁ କାଠ ବ୍ୟତୀତ ଅନ୍ୟ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଓ ପ୍ରକ୍ରିୟାକରଣ କରୁଥିବା ଲୋକମାନେ କେତେ ପାଉଛନ୍ତି ? ବିଶେଷ କରି ଗ୍ରାମୀଣ ମହିଳାମାନେ ଏହାକୁ ସଂଗ୍ରହ କରନ୍ତି । ସେମାନେ ଏଭଳି ଜଙ୍ଗଲ ଜାତ ଦ୍ରବ୍ୟକୁ ବହୁ ପରିମାଣରେ ସଂଗ୍ରହ କରନ୍ତି । ଏଥିରେ ଔଷଧୀୟ ଗୁଳ୍ମ ମଧ୍ୟ ଥାଏ ଯାହା ବିଶ୍ଵସ୍ତରରେ କୋଟି କୋଟି ଟଙ୍କାରେ କାରବାର ହୁଏ । ଯେତେବେଳେ ସେହି ବ୍ୟବସାୟ ବଢ଼ି ବଢ଼ି ଚାଲିଛି, ଏହି ମହିଳା ଓ ସେମାନଙ୍କ ପରିବାରର ଜୀବନ ଦୟନୀୟ ହୋଇଚାଲିଛି । ଏହା ପଛର କାରଣ ହେଉଛି ସେମାନଙ୍କୁ ଶୋଷଣ କରୁଥିବା ନେଟୱର୍କ ।

PHOTO • P. Sainath
PHOTO • P. Sainath

ଯେତେ ଅଧିକ ଜଙ୍ଗଲ ଜମି କମୁଛି, ତାଙ୍କର କାମ ସେତେ ଅଧିକ କଷ୍ଟକର ହେଉଛି । ତାଙ୍କର ପାହାଡ଼ ଚଢ଼ିବା ଓ କାମ କରିବା ସମୟ ଅଧିକ ବଢୁଛି । ଆଦିବାସୀ ପରିବାରଙ୍କ ମଧ୍ୟରେ ଦାରିଦ୍ର୍ୟ ଯେତେ ବଢୁଛି, ସେମାନେ କାଠ ବ୍ୟତୀତ ଅନ୍ୟ ଜଙ୍ଗଲଜାତ ଦ୍ରବ୍ୟ ଉପରେ ସେତେ ଅଧିକ ନିର୍ଭରଶୀଳ ହେଉଛନ୍ତି । ଏଥିସହ ତାଙ୍କର ଦାୟିତ୍ଵ ବି ବଢୁଛି । ଓଡ଼ିଶାରେ ଏହି କାମ କରୁଥିବା ମହିଳାମାନେ ଦିନକୁ ୩ ରୁ ୪ ଘଣ୍ଟା ଚାଲନ୍ତି । ସେମାନେ ଦିନକୁ ପ୍ରାୟ ୧୫ ଘଣ୍ଟା ଯାଏଁ କାମ କରନ୍ତି । ଦେଶର ଲକ୍ଷ ଲକ୍ଷ ଗରିବ ଆଦିବାସୀ ମହିଳା ସେମାନଙ୍କର ସଂଘର୍ଷ କରୁଥିବା ପରିବାରକୁ ଏହି ବାଟରେ ବଞ୍ଚାଇ ରଖିବାକୁ ଗୁରୁତ୍ଵପୂର୍ଣ୍ଣ ଭୂମିକା ତୁଲାଉଛନ୍ତି । ଏହି କାମ କରିବା ବେଳେ ସେମାନେ ଜଙ୍ଗଲ ଗାର୍ଡ, ବ୍ୟବସାୟୀ, ପୋଲିସ୍‌, ପ୍ରଶାସନ ଦ୍ଵାରା  ନିର୍ଯାତିତ ହୁଅନ୍ତି ।

ଆନ୍ଧ୍ରପ୍ରଦେଶର ବିଜୟନଗରମରେ ମହିଳାମାନେ ଝାଡୁ ସବୁକୁ ଏକାଠି ରଖିଛନ୍ତି । ସେହି ରାଜ୍ୟର ବହୁ ଆଦିବାସୀ ପରିବାର ସେମାନଙ୍କ ମୋଟ ଆୟର ଅଧାରୁ ଅଧିକ ସିଧାସଳଖ କାଠ ବ୍ୟତୀତ ଅନ୍ୟ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି କରି ପାଆନ୍ତି । ଅଣ ଆଦିବାସୀ ଗରିବଙ୍କ ମଧ୍ୟରୁ ଅଧିକାଂଶ ମଧ୍ୟ ଜୀବନ ଧାରଣ ପାଇଁ କାଠ ବ୍ୟତୀତ ଅନ୍ୟ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରନ୍ତି ।

ମଧ୍ୟପ୍ରଦେଶ ବୁନ୍ଦେଲଖଣ୍ଡର ମହିଳା ବହୁ କାମ କରିପାରନ୍ତି । ସେ କେବଳ ପାତ୍ର ତିଆରି ଓ ମରାମତି କରନ୍ତି ତାହା ନୁହେଁ ଏହା ତାଙ୍କର ପାରିବାରିକ ବ୍ୟବସାୟ । ସେ ମଧ୍ୟ ଦଉଡ଼ି, ଝୁଡ଼ି ଏବଂ ଝାଡୁ ତିଆରି କରନ୍ତି । ସେ ଆଶ୍ଚର୍ଯ୍ୟ କଲା ଭଳି ବହୁ ସଂଖ୍ୟାରେ ସାମଗ୍ରୀ ଉତ୍ପାଦନ କରନ୍ତି, ତାହା ପୁଣି ଏମିତି ଗୋଟିଏ ଅଞ୍ଚଳରେ ଯେଉଁଠି ଜଙ୍ଗଲ ପ୍ରାୟ ଶେଷ ହୋଇସାରିଛି । ସେ ମଧ୍ୟ ଠିକ୍ ଭାବେ ଜାଣିଛନ୍ତି, ଏହି ପ୍ରକାରର ମାଟି କେଉଁଠାରୁ ସଂଗ୍ରହ କରିବାକୁ ହେବ । ତାଙ୍କର ଜ୍ଞାନ ଓ କାମ କରିବାର କ୍ଷମତା ଅସାଧାରଣ, ତାଙ୍କ ପରିବାରର ସ୍ଥିତି ଦୟନୀୟ।

PHOTO • P. Sainath
PHOTO • P. Sainath

ଅନୁବାଦ: ଓଡ଼ିଶାଲାଇଭ୍

पी. साईनाथ, पीपल्स ऑर्काइव ऑफ़ रूरल इंडिया के संस्थापक संपादक हैं. वह दशकों से ग्रामीण भारत की समस्याओं की रिपोर्टिंग करते रहे हैं और उन्होंने ‘एवरीबडी लव्स अ गुड ड्रॉट’ तथा 'द लास्ट हीरोज़: फ़ुट सोल्ज़र्स ऑफ़ इंडियन फ़्रीडम' नामक किताबें भी लिखी हैं.

की अन्य स्टोरी पी. साईनाथ
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE