ବାମ: ଗତ ୨୩ ବର୍ଷ ହେବ, ୪୭ ବର୍ଷ ବୟସ୍କ ପ୍ରଫୁଲ ଦେବନାଥ ନିୟମିତ ସମବାୟ କୃଷି ଉନ୍ନୟନ ସମିତି ବଜାରରେ ଛୋଟମୋଟ କାମଧନ୍ଦା କରି ଆସୁଛନ୍ତି (ବର୍ତ୍ତମାନ ତାଲାବନ୍ଦ ପାଇଁ ଏହା ବନ୍ଦ ଅଛି) । ସେ ଗ୍ରାହକମାନଙ୍କ ଘରେ ପହଞ୍ଚାଇବାକୁ ଥିବା ଅଖା ସବୁ ବୁହନ୍ତି ଓ ଗାଡିରୁ ଦୋକାନକୁ ଜିନିଷ ମଧ୍ୟ ବୋହିଥାନ୍ତି । ଆଉ ସେ ପୂରା ମାର୍କେଟ୍ ଝାଡୁ କରନ୍ତି- ଏଥିପାଇଁ ସେ ପ୍ରତ୍ୟେକ ପରିବା ବିକାଳିଙ୍କ ଠାରୁ ୨ଟଙ୍କା ଓ ଅନ୍ୟ ଦୋକାନୀଙ୍କ ଠାରୁ ୧ଟଙ୍କା ନେଇଥାନ୍ତି । ହେଲେ, ବର୍ତ୍ତମାନ ଦତ୍ତ ପଡାରେ ଥିବା ପଡିଆକୁ ବଜାର ଘୁଞ୍ଚିଯିବାରୁ, ସେ ଯାହା ଅଳ୍ପ କିଛି ରୋଜଗାର କରୁଥିଲେ ତାହା ମଧ୍ୟ ଅଧା ହୋଇଯାଇଛି । ଏକଥା ସତ ଯେ କିଛି ପରିବା ବିକାଳି ଦେବନାଥଙ୍କ ଜଳଖିଆ ଓ ଦ୍ୱିପହର ଭୋଜନ ବ୍ୟବସ୍ଥା କରିଦେଉଛନ୍ତି । “ଯଦି ମୁଁ ପରିଷ୍କାର କରିବିନି. ତାହାହେଲେ ବଜାର ଅପରିଷ୍କାର ହୋଇଯିବ,” ବୋଲି ସେ କୁହନ୍ତି । “ଯଦି ମୁଁ ବଜାରକୁ ସଫା କରିବି, ତାହାହେଲେ ସମସ୍ତେ ମୋ ନାମ ଜାଣିବେ । କେହି ମଧ୍ୟ ମୋ ଭଳି କାମ କରିପାରିବେନି!” ଡାହାଣ: ବଜାର କେବଳ କିଛି ଘଣ୍ଟା ପାଇଁ ଖୋଲୁଥିବାରୁ, ଅଧିକାଂଶ ଲୋକ ନିମ୍ନ ମୂଲ୍ୟରେ ଜିନିଷ ମିଳିବା ଆଶା କରି ଶେଷ ମୁହୂର୍ତ୍ତରେ କିଣୁଛନ୍ତି । ଖୋକା ରାୟ, ୫୦, ପ୍ରଥମେ ବଢେଇ କାମ କରୁଥିଲେ, ତାପରେ ସେ ନିଜ ଘରେ ଏକ କିରାଣା ଦୋକାନ ଖୋଲିଲେ ଓ ବର୍ତ୍ତମାନ ତାଲାବନ୍ଦ ଯୋଗୁଁ ଅଧିକ ବିକ୍ରି କରୁଥିଲେ ମଧ୍ୟ ଗୋଟିଏ ଦିନରେ ସେ ପୂର୍ବେ ୪୦୦- ୫୦୦ ଟଙ୍କା ରୋଜଗାର କରୁଥିବା ବେଳେ ବର୍ତ୍ତମାନ ଏହାର ପରିମାଣ ହ୍ରାସ ପାଇ ୨୦୦- ୨୫୦ ହୋଇଯାଇଛି । “ପୋଲିସ୍ ପେଟ୍ରୋଲିଂ ଯୋଗୁଁ ଲୋକମାନେ ସେମାନଙ୍କ ଘରୁ ବାହାରୁ ନାହାନ୍ତି,” ବୋଲି ସେ କୁହନ୍ତି । “ ଏବେ ଆପଣ କୁହନ୍ତୁ, ଆମେ କିପରି ଆମ ପନିପରିବା ବିକିବୁ?”