ତୀରା ଏବଂ ଅନୀତା ଭୂୟା ଏହି ଖରିଫ ଋତୁରେ ଭଲ ଫସଲ ନେଇ ହତୋତ୍ସାହିତ ହୋଇ ଚିନ୍ତାରେ ଅଛନ୍ତି । ସେମାନେ ଧାନ ଏବଂ କିଛି ମକା ଲଗାଇଛନ୍ତି । ଫସଲ ଆଦାୟ ହେବାର ସମୟ ଆସୁଛି ।
ତାଙ୍କ ପାଇଁ ଏଥର ଭଲ ଅମଳ ଅତ୍ୟନ୍ତ ସଙ୍କଟପୂର୍ଣ୍ଣ ସ୍ଥିତିରେ କାରଣ ଇଟାଭାଟିରେ କରୁଥିବା ଅଧାବର୍ଷର କାମ, ମାର୍ଚ୍ଚରୁ ଆରମ୍ଭ ହୋଇଥିବା ତାଲାବନ୍ଦ ଯୋଗୁଁ କମିଯାଇଛି ।
ତୀରା କହନ୍ତି, "ଏପରିକି ଗତବର୍ଷ ମୁଁ ଚାଷ କରିବାକୁ ଚେଷ୍ଟା କରିଥିଲି, ମାତ୍ର କମ୍ ବର୍ଷା ଏବଂ ମରୁଡ଼ି ଯୋଗୁଁ ଫସଲ ନଷ୍ଟ ହେଲା,"ତା ସହିତ ଅନୀତା କହନ୍ତି, "ପାଖାପାଖି ଛଅ ମାସ ଆମେ ଫସଲ କରୁ କିନ୍ତୁ ଆମ ହାତକୁ କିଛି ଟଙ୍କା ଆସେନାହିଁ ।"
ତୀରା ୪୫ ଏବଂ ଅନୀତା ୪୦ ଝାଡ଼ଖଣ୍ଡର ପାଲାମୁ ଜିଲ୍ଲା ଚଇନପୂର ବ୍ଲକ ଅନ୍ତର୍ଗତ ମହୁଗାଁର ଦକ୍ଷିଣ ପଟ ଶେଷ ମୁଣ୍ଡରେ ଥିବା ଅନୁସୂଚିତ ଜାତି ଭୂୟା ସମ୍ପ୍ରଦାୟଙ୍କ ପାଇଁ ଥିବା ତାଢ଼ି ବସ୍ତିରେ ବାସ କରନ୍ତି ।ପ୍ରତି ଖରିଫ ଋତୁରେ ଚୁକ୍ତି ପତ୍ର ଅନୁସାରେ ସ୍ଥାନୀୟ ଭାଷାରେ କଥିତ ରୟତ ଭାବରେ ୨୦୧୮ ମସିହାରୁ ରହିଛନ୍ତି । ମୌଖିକ ଚୁକ୍ତି ମାଧ୍ୟମରେ ରୟତ ଏବଂ ଜମି ମାଲିକ ପ୍ରତ୍ୟେକ ଅଧା ଅଧା ପୁଞ୍ଜି ଫସଲ ଅମଳ ପାଇଁ ଲଗାଇଥାନ୍ତି ଏବଂ ଫସଲ ଆମଦାନୀ ପରେ ଅଧା ଅଧା ଭାଗ ପାଆନ୍ତି। ରୟତ ଚାଷୀମାନେ ସେମାନଙ୍କ ଭାଗରୁ ଅଧିକାଂଶ ନିଜର ବ୍ୟୟ ପାଇଁ ରଖନ୍ତି ଏବଂ ସମୟ ସମୟରେ କିଛି କିଛି ଅଂଶ ବଜାରରେ ବିକିବାକୁ ଚେଷ୍ଟା କରନ୍ତି ।






