ଆସାମର ବ୍ରହ୍ମପୁତ୍ର ନଦୀ ଦ୍ୱୀପପୁଞ୍ଜ ରେ ଚାରଣ ଭୂମି ସନ୍ଧାନରେ ନିଜ ମଈଁଷି ପଲଙ୍କୁ ଧରି ଘୂରି ବୁଲିଥାନ୍ତି ସତ୍ୟଜିତ ମୋରାଙ୍ଗ। ‘‘ଗୋଟିଏ ମଈଁଷି ଏକ ହାତୀ ସହ ସମାନ ପରିମାଣର ଖାଦ୍ୟ ଖାଇପାରେ !,’’ ସେ କୁହନ୍ତି। ତେଣୁ ତାଙ୍କ ଭଳି ପାଳକମାନେ ସବୁବେଳେ ଚାରଣ ଭୂମି ସନ୍ଧାନରେ ଯାତ୍ରାରତ ଥାଆନ୍ତି।
ସେ ଓ ତାଙ୍କ ପାଳିତ ପଶୁଙ୍କ ସାଥୀରେ ରହିଥାଏ ତାଙ୍କର ସଙ୍ଗୀତ।
‘‘
ମୁଁ
କାହିଁକି
ମୋର
ମଈଁଷି
ଚରାଇବାକୁ
ଯିବି
,
ହେ
ମୋର
ପ୍ରିୟା
।
ଯଦି
ମୁଁ
ତୁମକୁ
ଦେଖିବାକୁ
ନପାଇବି
?’’
ପାରମ୍ପରିକ ଓଇନିଟୋମ୍ ସଙ୍ଗୀତ ଶୈଳୀରେ ଗାନ କରି ସେ ନିଜସ୍ୱ ଗୀତି କବିତା ଉତ୍ପନ୍ନ କରିଛନ୍ତି ଯାହାକି କାରେଙ୍ଗ ସାପୋରୀ ଗ୍ରାମରେ ଥିବା ଘର ପରିବାରଠାରୁ ଦୂରରେ ରହିବା ସମୟରେ ତାଙ୍କର ଭଲପାଇବାର ଚିତ୍ର ଓ ଘରକୁ ଝୁରିବାକୁ ରୂପାୟିତ କରେ। ‘‘ଘାସ କେଉଁଠି ଅଛି ସେ ବିଷୟରେ ଆମେ ନିଶ୍ଚିତ ହୋଇପାରିବୁ ନାହିଁ, ତେଣୁ ଆମେ ଆମ ମଈଁଷିଙ୍କ ସହିତ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବୁଲିଥାଉ,’’ ସେ ଏହି ଭିଡିଓରେ କହିଛନ୍ତି। ‘‘ଯଦି ଆମେ ୧୦୦ ମଈଁଷିଙ୍କୁ ଏଠାରେ (ଧରାଯାଉ) ୧୦ ଦିନ ପାଇଁ ରଖିବୁ, ତା’ହେଲେ ୧୦ ଦିନ ପରେ ଏଠି ଆଦୌ ଘାସ ମିଳିବ ନାହିଁ। ଆମକୁ ପୁଣିଥରେ ଏକ ନୂଆ ଚାରଣଭୂମି ସନ୍ଧାନରେ ଯିବାକୁ ହେବ।’’
ଏହି ଓଇନିଟୋମ୍ ଶୈଳୀର ଲୋକ ସଙ୍ଗୀତ ଆସାମ୍ର ମିସିଙ୍ଗ୍ ସମ୍ପ୍ରଦାୟ ନାମକ ଜାତିରୁ ଆସିଛି। ରାଜ୍ୟ ଦଲିଲରେ ମିସିଙ୍ଗ୍ମାନଙ୍କୁ ଏକ ସୂଚୀଭୁକ୍ତ ଜନଜାତି ଭାବରେ ‘ମିରି’ ଭାବରେ ଦର୍ଶାଯାଇଛି - ଏକ ନାମ ଯାହାକୁ କି ଏହି ସମ୍ପ୍ରଦାୟର ଅନେକ ଅପମାନଜନକ ଭାବରେ ସୂଚିତ କରିଥାନ୍ତି।
ସତ୍ୟଜିତଙ୍କର ଗ୍ରାମ ଆସାମର ଜୋରାହାଟ ଜିଲ୍ଲାର ଉତ୍ତରପଶ୍ଚିମ ଜୋରାହାଟ ବ୍ଲକରେ ଅବସ୍ଥିତ। ପିଲାଦିନୁ ସେ ଜଣେ ମଈଁଷି ପାଳକ ଭାବେ କାମ କରି ଆସୁଛନ୍ତି। ବ୍ରହ୍ମପୁତ୍ର ନଦୀ ଏବଂ ଏହାର ଶାଖା ନଦୀ ଘେରି ରହିଥିବା କ୍ଷେତ୍ରର ୧,୯୪,୪୧୩ ବର୍ଗକିଲୋମିଟର ଅଞ୍ଚଳରେ ଦ୍ୱୀପପୁଞ୍ଜଗୁଡ଼ିକ ସୃଷ୍ଟି ହୋଇଥାନ୍ତି, ଲୁଚି ଯାଇଥାନ୍ତି ପୁଣି ଦେଖା ଦିଅନ୍ତି। ଏହିସବୁ ବାଲୁକା ନଦୀ ତଟ ଓ ଦ୍ୱୀପପୁଞ୍ଜରେ ସତ୍ୟଜିତ ଘୂରି ବୁଲିଥାନ୍ତି।
ଏହି ଭିଡିଓରେ ନିଜ ଜୀବନ ସମ୍ପର୍କରେ ତାଙ୍କର କଥାବାର୍ତ୍ତା ଓ ଗୀତ ଦେଖନ୍ତୁ।
ଅନୁବାଦ: ଓଡ଼ିଶାଲାଇଭ୍