ଆମ ପରି ସେ ମଧ୍ୟ ବିସ୍ମିତ ହୋଇଥିଲେ ।

ଆମକୁ ରୋମାଞ୍ଚିତ କଲାଭଳି ପ୍ରଶ୍ନଟି ଥିଲା : - କିପରି ସେ ସାଇକେଲଟିକୁ ଏତେ ଉଚ୍ଚରେ ନଡା ଗଦା ଉପରେ ଝୁଲାଇବାକୁ ସକ୍ଷମ ହେଲେ ? ସମ୍ଭବତଃ ତାଙ୍କ ପାଇଁ ପ୍ରଶ୍ନଟି ଥିଲା : - କିଏ ସେହି ନିର୍ବୋଧ ଯିଏ କି ମୋଟର କାରର ଝରକା ଦେଇ ଅର୍ଦ୍ଧେକ ଅଙ୍ଗକୁ ବାହାର କରି ରାସ୍ତାର ସମାନ୍ତରାଳ ଅବସ୍ଥାରେ ରହି ଫୋଟୋ ଉଠେଇବାକୁ ଚେଷ୍ଟା କରିଥିଲା ( ଗୋଟିଏ ଆଇ ଫୋନ 3 S ରେ )

ଏହା ଥିଲା ଅକ୍ଟୋବର ୨୦୦୯ ର କଥା, ଆମ୍ଭେମାନେ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଏବଂ ଗୁଣ୍ଟୁର ଜିଲ୍ଲା ମଧ୍ୟବର୍ତ୍ତୀ କୋଣସି ସ୍ଥାନକୁ ଦୌଡ଼ ପ୍ରତିଯୋଗିତା କରୁଥିଲୁ। କିଛି ଦୂର ବ୍ୟବଧାନରେ ଥାଇ ଯେତେବେଳେ ତାଙ୍କ ଉପରେ ଆମର ନଜର ପଡିଲା, ଆମକୁ କିଛିଟା ବିଚିତ୍ର ମନେ ହେଲା। ଗୋଟିଏ ସାଇକଲ ସେ ନଡ଼ା ଗଦା ଉପରେ ଟଙ୍ଗା ଯାଇଥିଲା ଏବଂ ଜଣେ ବ୍ୟକ୍ତି ତା ଠାରୁ ଅଧିକ ଉଚ୍ଚରେ ବସିଥିଲେ। ନଡ଼ାର ପରିମାଣ ଏତେ ଅଧିକ ଥିଲା ଯେ ତାହା କେଉଁ ପ୍ରକାରର ଗାଡି ଉପରେ ଥିଲା ତାହା କଳ୍ପନା କରିବା ସମ୍ଭବ ନଥିଲା ପରେ ଜଣା ପଡିଲା ଯେ ତାହା ଏକ ଟ୍ରାକ୍ଟରର ଟ୍ରଲି ଡାଲା ଉପରେ ଥିଲା ।

ଆମେ ଯେତେବେଳେ ଅଧିକ ନିକଟତର ହେଲୁ, ଆମେ ଜାଣିପାରିଲୁ, ଆପଣମାନେ ମଧ୍ୟ ଫଟୋରୁ ଜାଣିପାରିବେ, ଗୋଟିଏ ମଜବୁତ ବଡ ବାଉଁଶର କିଛି ଅଂଶ ନଡ଼ାଗଦା ଉପରୁକୁ ଦେଖାଯାଉଛି ଏବଂ ଗୋଟିଏ ସାଇକେଲ ତା ଉପରେ ବନ୍ଧାଯାଇଛି । ଆମେ ଦଉଡ଼ିକୁ ଦେଖିପାରି ନଥିଲୁ । ଗାଡିଟି ଅନ୍ୟ ଗ୍ରାମାଭିମୁଖେ ଯିବା ପୂର୍ବରୁ ହାସ୍ୟାସ୍ପଦ ଅବସ୍ଥାରେ ଝାଙ୍କି ହୋଇ ରହି ଫଟୋ ଉଠାଇବାର ଏହାହିଁ ଏକମାତ୍ର ଉପାୟ ଥିଲା । ତାପରେ ଆମେ ଗୋଟିଏ ପୋଲ ପାର ହେଲୁ ଏବଂ ଉଭୟ ଗାଡି ବିପରୀତ ରାସ୍ତାରେ ଗତି କଲେ । ଆମେ ଫୋଟୋ ଆସିଲା କି ନାହିଁ ଯାଞ୍ଚ କଲୁ ଏବଂ ଟ୍ରାକ୍ଟରଟି ପ୍ରଚଣ୍ଡ ଶବ୍ଦ ସହିତ ବାଙ୍କ ମୋଡ ନେଉଥିବାରୁ, ସେ ବ୍ୟକ୍ତି ତାଙ୍କର ସାଇକେଲକୁ ଛାଡ଼ି ନଡ଼ା ଗଦାକୁ ଜାବୁଡ଼ି ଧରିଥିଲେ ।

ଅନୁବାଦ: ଓଡ଼ିଶାଲାଇଭ୍‍

पी. साईनाथ, पीपल्स ऑर्काइव ऑफ़ रूरल इंडिया के संस्थापक संपादक हैं. वह दशकों से ग्रामीण भारत की समस्याओं की रिपोर्टिंग करते रहे हैं और उन्होंने ‘एवरीबडी लव्स अ गुड ड्रॉट’ तथा 'द लास्ट हीरोज़: फ़ुट सोल्ज़र्स ऑफ़ इंडियन फ़्रीडम' नामक किताबें भी लिखी हैं.

की अन्य स्टोरी पी. साईनाथ
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE