ଏବେଠୁ ଯେକୌଣସି ସମୟରେ, କେବଳ ଅହମ୍ମଦାବାଦର ହଜାର ହଜାର ଉଡ଼ାଣ କ୍ଷେତ୍ରରୁ ସେଗୁଡ଼ିକ ଆକାଶକୁ ଉଡ଼ାଣ ଭରିବେ। ଚିରାଚରିତ ବିମାନ ଉଡ଼ାଣ ପ୍ରଦର୍ଶନ ତୁଳନାରେ ଏହି ଦୃଶ୍ୟ ଅଧିକ ରଙ୍ଗୀନ ଓ ଚମତ୍କାର। ସେମାନଙ୍କର ଗର୍ବିତ ପାଇଲଟ ଏବଂ ମାଲିକମାନେ ଉଭୟ ଭୂମିରେ ଦୃଢ଼ ଭାବେ ଛିଡ଼ା ହୋଇଥାନ୍ତି। ସେମାନଙ୍କର ମଧ୍ୟରୁ କେହି ହେଲେ-ପ୍ରତ୍ୟେକ ଏବଂ ସେମାନଙ୍କ ମଧ୍ୟରୁ ସମସ୍ତେ- ଏହା ଜାଣନ୍ତି ନାହିଁ ଯେ ସେମାନେ ଉଡ଼ାଉଥିବା ହସ୍ତଶିଳ୍ପ ପ୍ରାୟ ଆଠ ଜଣ ପର୍ଯ୍ୟନ୍ତ ଭୂମିଗତ କାରୀଗରମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି। ଏହି ଉଦ୍ୟୋଗକୁ ଆକାଶ ମାର୍ଗରେ ରଖିବା ପାଇଁ ସେମାନେ ପ୍ରାୟତଃ ସାରା ବର୍ଷ କାମ କରିଥାନ୍ତି। ଏହି କର୍ମଚାରୀମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା, ପ୍ରାୟତଃ ଗ୍ରାମୀଣ କିମ୍ବା କ୍ଷୁଦ୍ର ସହର ବାସିନ୍ଦା ଏବଂ ଯେଉଁମାନେ ସେମାନଙ୍କର ଜଟିଳ, ସୂକ୍ଷ୍ମ କିନ୍ତୁ କଠିନ କାମ ପାଇଁ ଖୁବ କମ୍ ପାରିଶ୍ରମିକ ପାଇଥାନ୍ତି, ସେମାନେ କେବେବି ନିଜ ପାଇଁ ଅଧିକ ଉପାର୍ଜନ କରିବାକୁ ସକ୍ଷମ ହେବେ ନାହିଁ।

ଏବେ ମକର ସଂକ୍ରାନ୍ତିର ବେଳା, ଏବଂ ବିବିଧ ରଙ୍ଗର ଅସଂଖ୍ୟ ଗୁଡ଼ି ଏହି ହିନ୍ଦୁ ପର୍ବ ପାଳନ ଅବସରରେ ସହର ଆକାଶରେ ଉଡ଼ିବ। ଏସବୁ ଗୁଡ଼ି ଅହମ୍ମଦାବାଦ ସହର ଏବଂ ଗୁଜରାଟର ଆନନ୍ଦ ଜିଲ୍ଲାର ଖମ୍ଭାଟ ତାଲୁକାରେ ତିଆରି କରାଯାଇଥାଏ। ମୁସଲିମ ଏବଂ ହିନ୍ଦୁ ସମ୍ପ୍ରଦାୟର ଚୁନରା ସମୁଦାୟର ମହିଳାମାନେ ଏଗୁଡ଼ିକୁ ତିଆରି କରିଥାନ୍ତି। ସ୍ଵାଭାବିକ ଭାବେ ଅଧିକାଂଶ, ଉଡ଼ାଣକାରୀ ହିନ୍ଦୁ ହିଁ ହୋଇଥାନ୍ତି।

ଏହି ମହିଳାମାନେ ବର୍ଷର ୧୦ ମାସରୁ ଅଧିକ ସମୟ ଗୁଡ଼ି ତିଆରି କରିଥାନ୍ତି। ଜାନୁଆରୀ ୧୪ ତାରିଖରେ ଆକାଶକୁ ସଜାଇ ଦେଉଥିବା ରଙ୍ଗିନ ଗୁଡ଼ି ମଧ୍ୟ ଏଥିରେ ସାମିଲ ଥାଏ। କିନ୍ତୁ ସେମାନେ ଖୁବ୍‌ କମ ଲାଭ ପାଇଥାନ୍ତି। ଗୁଜରାଟରେ ଏହି ଉଦ୍ୟୋଗରେ ୬୨୫ କୋଟି ଟଙ୍କାର କାରବାର ହୋଇଥାଏ ଏବଂ ଏଥିରେ ୧.୨୮ ଲକ୍ଷ ଲୋକ ନିୟୋଜିତ ରହିଛନ୍ତି। ପ୍ରତି ୧୦ ଜଣଙ୍କ ମଧ୍ୟରେ ୭ ଜଣ ମହିଳା ଏସବୁ ଉଦ୍ୟୋଗରେ କାମ କରନ୍ତି।

୪୦ ବର୍ଷ ବୟସ୍କ ସାବିନ ଆବ୍ବାସ ନିୟାଜ ହୁସୈନ ମଲିକ କୁହନ୍ତି, ‘‘ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବା ପୂର୍ବରୁ ଗୋଟିଏ ପତଙ୍ଗ (ଗୁଡ଼ି) ଅତିକମ୍‌ରେ ୭ଟି ହାତ ଦେଇ ଆସିଥାଏ। ଖମ୍ଭାଟର ଲାଲ ମହଲ ଅଞ୍ଚଳରେ ଏକ ସଂକୀର୍ଣ୍ଣ ଗଳିରେ ଥିବା ୧୨ x ୧୦ ଫୁଟ ଆକାରରରେ ଘର ତଥା ଦୋକାନରେ ଆମେ ବସିଥାଉ। ଚମକପ୍ରଦ ଚାନ୍ଦି ପ୍ୟାକେଟରେ ଗୁଡ଼ିସବୁ ଭର୍ତ୍ତି ହୋଇଥିଲା ଏବଂ ବିକ୍ରେତାଙ୍କ ନିକଟକୁ ଯିବା ଲାଗି ପ୍ରସ୍ତୁତ ଥିଲା। ତା’ ଆଗରେ ବସି ରହି ସେ ବାହାରୁ ସୁନ୍ଦର ଦେଖାଯାଉଥିବା ଏହି ଉଦ୍ୟୋଗର ଅଜଣା ତଥ୍ୟ ବିଷୟରେ ଆମକୁ କହିଥିଲେ।

Sabin Abbas Niyaz Hussein Malik, at his home-cum-shop in Khambhat’s Lal Mahal area.
PHOTO • Umesh Solanki
A lone boy flying a lone kite in the town's Akbarpur locality
PHOTO • Pratishtha Pandya

ବାମ: ସାବିନ ଆବ୍ବାସ ନିୟାଜ ହୁସୈନ ମଲ୍ଲିକ, ଖମ୍ଭାଟର ଲାଲ ମହଲ ଇଲାକାରେ ଥିବା ନିଜ ଘରେ (ଏଥିରେ ମଧ୍ୟ ସେ ଦୋକାନ ଚଳାଇଥାନ୍ତି) ଅଛନ୍ତି। ଡାହାଣ: ଆକବରପୁର ସହରାଞ୍ଚଳରେ ଏକାକୀ ପିଲାଟିଏ ଗୁଡ଼ି ଉଡାଉଛି।

olourful kites decorate the sky on Uttarayan day in Gujarat. Illustration by Anushree Ramanathan and Rahul Ramanathan

ଗୁଜରାଟରେ ଉତ୍ତରାୟଣ ଦିନ ରଙ୍ଗ-ବେରଙ୍ଗର ଗୁଡ଼ିରେ ଆକାଶ ସଜେଇ ହୋଇ ଉଠିଛି। ଚିତ୍ର: ଅନୁଶ୍ରୀ ରାମନାଥନ ଏବଂ ରାହୁଲ ରାମନାଥନ

ପ୍ୟାକ୍‌ ହୋଇନଥିବା ରଙ୍ଗୀନ ଗୁଡ଼ି ସବୁ ତାଙ୍କର ସେହି ବଖୁରିକିଆ ଘରର ଅର୍ଦ୍ଧାଧିକ ଭାଗରେ ଭର୍ତ୍ତି ହୋଇ ରହିଥିଲା। ନିଜ ପରିବାରର ତୃତୀୟ ପିଢ଼ି ଭାବେ ସେ ଏହି ଚୁକ୍ତିଭିତ୍ତିକ ଉତ୍ପାଦନ ପେସାରେ ରହିଛନ୍ତି, ମକର ସଂକ୍ରାନ୍ତି ପାଇଁ ଗୁଡ଼ି ପ୍ରସ୍ତୁତ କରିବା ଲାଗି ସେ ୭୦ ଜଣ କାରିଗରଙ୍କୁ ନେଇ ବର୍ଷ ସାରା କାମ କରିଥାନ୍ତି। ସେହିସବୁ ଗୁଡ଼ି ତିଆରି କରିବାରେ ତାଙ୍କ ହାତକୁ ଅଷ୍ଟମ ଯୋଡ଼ିର ହାତ ବୋଲି ଆପଣ କହିପାରିବେ।

ଭଗବାନ ସୂର୍ଯ୍ୟ ମକର ରାଶିକୁ ପ୍ରବେଶ କରିବାର ମୁହୂର୍ତ୍ତକୁ ମକର ସଂକ୍ରାନ୍ତି ଭାବେ ପାଳନ କରାଯାଇଥାଏ ବୋଲି ବିଶ୍ୱାସ ରହିଛି। ସାରା ଭାରତରେ ଭିନ୍ନ ଭିନ୍ନ ପରମ୍ପରା ଏବଂ ନାଁରେ ଏହି କୃଷିଭିତ୍ତିକ ପର୍ବକୁ ପାଳନ କରାଯାଇଥାଏ। ଆସାମରେ ମାଘ ବିହୁ, ପଶ୍ଚିମବଙ୍ଗରେ ପୌଷ ପାର୍ବଣ ଏବଂ ତାମିଲନାଡ଼ୁରେ ପୋଙ୍ଗଲ ନାମରେ ଏହି ପର୍ବ ପାଳିତ ହୁଏ। ଗୁଜରାଟରେ ଏହାକୁ ଉତ୍ତରାୟଣ କୁହାଯାଏ, ଯାହାକି ସୂର୍ଯ୍ୟଙ୍କ ଶୀତକାଳୀନ ଅୟନାନ୍ତକୁ ସୂଚାଇ ଥାଏ। ଉତ୍ତରାୟଣ ଆଜି ଗୁଡ଼ି ଉଡ଼ା ଉତ୍ସବ ଭାବେ ପରିଚିତ ହୋଇଛି।

ମୋତେ ଯେତେବେଳେ ମାତ୍ର ଛଅ ବର୍ଷ ହୋଇଥିଲା, ଅହମ୍ମଦାବାଦର ପୁରୁଣା ସହରରେ ସ୍ଥାନୀୟ ଅଞ୍ଚଳର ସବୁଠୁ ଉଚ୍ଚ ଅଟ୍ଟାଳିକା, ଆମର ପୈତୃକ ଘର ଛାତ ଉପରେ ମୁଁ ପ୍ରଥମ ଥର ପାଇଁ ଗୁଡ଼ି ଉଡ଼ାଇଥିଲି। ପବନ ସବୁଠୁ ଭଲ ଭାବେ ବୋହୁଥିଲେ ମଧ୍ୟ, ମୋ ଗୁଡ଼ି ଆକାଶକୁ ଉଠିବା ଲାଗି ଆହୁରି ଛଅଟି ଅତିରିକ୍ତ ହାତ ଲାଗୁଥିଲା। ଏଥିରେ ସବୁଠୁ କୁଶଳୀ ହାତ ଯୋଡ଼ି ଥିଲା ମୋ ବାପାଙ୍କର, ଯିଏକି କିନ୍ନା ବାନ୍ଧି ଦେଉଥିଲେ। ଦ୍ୱିତୀୟରେ, ଆହୁରି ଧୈର୍ଯ୍ୟଶୀଳ, ମୋ ମା’ଙ୍କର ହାତ ଥିଲା, ସେ ମାଞ୍ଜା ସହିତ ସବୁବେଳେ ଫିରକୀ ଧରୁଥିଲେ। ସବୁଠୁ ଶେଷରେ ମୋ ପଡ଼ୋଶୀ କୋଠାର ଛାତ ଉପରେ ଥିବା ଜଣେ ଅପରିଚିତ ସାହାଯ୍ୟକାରୀଙ୍କ ହାତ ଏଥିରେ ଲାଗୁଥିଲା, ସେ ମୋ ଗୁଡ଼ିକୁ ଉଭୟ ଭୂସମାନ୍ତର ଭାଗରୁ ଧରୁଥିଲେ, ସେ ନିଜର ଛାତ କଡ଼କୁ ଚାଲି ଆସୁଥିଲେ-ତାଙ୍କର ହାତ ଯୋଡ଼ିକ ଆକାଶ ଆଡ଼କୁ ଥିଲା- ପତଳା, ରଙ୍ଗିନ କାଗଜକୁ ଧକ୍କା ଦେବାକୁ ପବନର ଏକ ଝଟକା ନବାଜିବା ପର୍ଯ୍ୟନ୍ତ ଏବଂ ମୁଁ ମୋ ଗୁଡ଼ିକୁ ଆକାଶକୁ ଉଡ଼ାଇବା ଲାଗି ନଟାଣିବା ପର୍ଯ୍ୟନ୍ତ ସେ ଅପେକ୍ଷା କରି ରହୁଥିଲେ।

ପୁରୁଣା ଅହମ୍ମଦାବାଦ ସହରରେ ବଡ଼ ହୋଇଥିବା ଅଧିକାଂଶ ଲୋକଙ୍କ ଜୀବନରେ ପତଙ୍ଗ ଏକ ଅଭିନ୍ନ ଅଙ୍ଗ ହୋଇଥାଏ। ଏସବୁ ଛୋଟ ଛୋଟ କାଗଜ ପକ୍ଷୀ ବିଭିନ୍ନ ଆକାର ଓ ଆକୃତିରେ ଆକାଶରେ ତରଙ୍ଗାୟିତ ହୋଇଥାନ୍ତି। ଅଧିକାଂଶ ଏହାକୁ ଘରେ ଥିବା ପୁରୁଣା ବାକ୍ସରେ ସାଇତି ରଖିଥାନ୍ତି କିମ୍ବା ଉତ୍ତରାୟଣ ପୂର୍ବରୁ ଜନଗହଳିପୂର୍ଣ୍ଣ ପୁରୁଣା ସହର ବଜାରରୁ କିଣିଥାନ୍ତି। ଗୁଡ଼ିର ଇତିହାସରେ ଏହାର ତିଆରି ସମ୍ପର୍କରେ କେବେ ବିଚାର କରାଯାଇନାହିଁ। ଏଗୁଡ଼ିକର ନିର୍ମାତାମାନଙ୍କୁ ସେପରି ନିଃସଙ୍ଗ ଭାବେ ଛାଡ଼ି ଦିଆଯାଇଛି ଯେଉଁମାନେ ପରଦା ଆଢ଼ୁଆଳରେ ରହି ଆକାଶରେ ଏସବୁ ପତଙ୍ଗ ଉଡ଼ାଇବାକୁ ସକ୍ଷମ କରିବା ଲାଗି ପ୍ରସ୍ତୁତି କରିବା ନିମନ୍ତେ ବର୍ଷ ସାରା କାମ କରୁଛନ୍ତି।

ଖେଳିବା ବୟସର ପିଲାଙ୍କ ପାଇଁ ଏହି ଋତୁରେ ଗୁଡ଼ି ଉଡ଼ାଇବା ଏକ ନିଶା। ଗୁଡ଼ି ତିଆରି କରିବା କିନ୍ତୁ ଏକ ପିଲା ଖେଳ ନୁହେଁ।

*****

Sketch of the parts of a kite.
PHOTO • Antara Raman
In Ahmedabad, Shahabia makes the borders by sticking a dori .
PHOTO • Pratishtha Pandya
Chipa and mor being fixed on a kite in Khambhat
PHOTO • Pratishtha Pandya

ବାମ : ଗୁଡ଼ିର ସମସ୍ତ ଭାଗର ଏକ ସ୍କେଚ୍‌। ମଝିରେ: ଅହମ୍ମଦାବାଦରେ, ସାହାବିୟା ଅଠାରେ ଡୋରି ଲଗାଇ ବର୍ଡର ତିଆରି କରୁଛନ୍ତି। ଡାହାଣ : ଖମ୍ଭାଟରେ ଗୁଡ଼ି ଉପରେ ଚିପା ଓ ମୋର୍‌ ଗୁଡ଼ିକ ଲଗାଯାଉଛି

ସାବିନ ମଲିକ କୁହନ୍ତି, ‘‘ପ୍ରତ୍ୟେକ କାମକୁ ଭିନ୍ନ ଭିନ୍ନ କାରୀଗର କରିଥାନ୍ତି। ଜଣେ ବ୍ୟକ୍ତି କାଗଜ କାଟିଥାନ୍ତି, ଆଉ ଜଣେ ପାନ (ହୃତପିଣ୍ଡ ଆକାରର କଟ୍‌ଆଉଟ୍‌) ଲଗାଇଥାନ୍ତି, ତୃତୀୟ ବ୍ୟକ୍ତି ଜଣଙ୍କ ଡୋରି (ଗୁଡ଼ିରେ ଲାଗିଥିବା ଏକ ଷ୍ଟ୍ରିଙ୍ଗ ସୀମା), ଏବଂ ଚତୁର୍ଥ ବ୍ୟକ୍ତି ଜଣଙ୍କ ଧାଢ଼ୋ (ସ୍ପାଇନ) ଲଗାଇଥାନ୍ତି। ଏହାପରେ ଆଉ ଜଣେ କାରୀଗର କାମ୍ମନ (କ୍ରସ ସ୍ପାର) ଲଗାଇଥାନ୍ତି, ଆଉ ଜଣେ କାରିଗର ମୋର୍‌, ଚିପା, ମଠାଯୋଡ଼ି, ନୀଚିଜୋଡ଼ି (ସୁଦୃଢ଼ିକରଣ ପାଇଁ ଅଠାରେ ଲଗାଯାଉଥିବା ବିଭିନ୍ନ ଭାଗ)। ଶେଷରେ ଅନ୍ୟ ଜଣେ କାରିଗର ଫୁଡ଼ାଡି (ଗୁଡ଼ିର ଲାଞ୍ଜ)କୁ ଗୁଡ଼ିରେ ଲଗାଇଥାନ୍ତି।’’

ମଲିକ ଏକ ଗୁଡ଼ି ଧରି ନିଜ ଆଙ୍ଗୁଠିରେ ସବୁଭାଗକୁ ଦେଖାଇ ମୋ ଆଗରେ ବର୍ଣ୍ଣନା କରୁଥିଲେ। ବୁଝିବା ପାଇଁ ମୁଁ ମୋ ନୋଟବୁକରେ ଏକ ସ୍କେଚ୍‌ କରୁଥିଲି। ବାସ୍ତବରେ ଏହି ସରଳ ଯାନ୍ତ୍ରିକ ପ୍ରକ୍ରିୟାରେ କରାଯାଉଥିବା କାମ ବିଭିନ୍ନ ସ୍ଥାନରେ କରାଯାଇଥାଏ।

ନିଜର ନେଟୱର୍କ ସମ୍ପର୍କରେ ବର୍ଣ୍ଣନା କରି ସବିନ ମଲିକ କୁହନ୍ତି, ‘‘ଏଠାରୁ ଗୋଟିଏ କିଲୋମିଟର ଦୂର ଶକରପୁରରେ ଆମେ କେବଳ ଡୋରି ବର୍ଡର କାମ ସାରିଥାଉ। ଆକବରପୁରରେ ସେମାନେ କେବଳ ପାନ/ସଣ୍ଢା (ଡିଜାଇନ ଜଏଣ୍ଟ) କାମ କରିଥାନ୍ତି। ନିକଟସ୍ଥ ଦଡ଼ିବାରେ ସେମାନେ ଢଡ଼୍ଢ଼ା ଲଗାଇବା କାମ କରିଥାନ୍ତି। ତିନି କିଲୋମିଟର ଦୂରରେ ଥିବା ନାଗରା ଗ୍ରାମରେ ସେମାନେ କାମ୍ମନ ଲଗାଇଥାନ୍ତି, ମୁଟ୍ଟନ ମାର୍କେଟରେ ସେମାନେ ପଟ୍ଟି କାମ କରିଥାନ୍ତି (ଗୁଡ଼ିକୁ ଦୃଢ଼ କରିବା ଲାଗି ଫିତା ଲଗାଇବା)। ସେମାନେ ମଧ୍ୟ ସେଠାରେ ଫୁଡାଡି କାମ କରିଥାନ୍ତି।’’

ଖମ୍ଭାଟ, ଅହମ୍ମଦାବାଦ, ନାଦିଆଡ଼, ସୁରଟ ଏବଂ ଗୁଜରାଟର ଅନ୍ୟାନ୍ୟ ସ୍ଥାନରେ ଗୁଡ଼ି ତିଆରି କରୁଥିବା ପ୍ରତ୍ୟେକ ଲୋକ ଏହିପରି କାହାଣୀ କହିଥାନ୍ତି।

Munawar Khan at his workshop in Ahmedabad's Jamalpur area.
PHOTO • Umesh Solanki
Raj Patangwala in Khambhat cuts the papers into shapes, to affix them to the kites
PHOTO • Umesh Solanki

ବାମ : ଅହମ୍ମଦାବାଦର ଜମାଲପୁର ଅଞ୍ଚଳରେ ଥିବା ନିଜ ୱାର୍କସପରେ ମୁନୱର ଖାନ। ଡାହାଣ: ଖମ୍ଭାଟରେ ରାଜ ପତଙ୍ଗୱାଲା ଗୁଡ଼ିରେ ଲଗା ଯିବାକୁ ଥିବା କାଗଜକୁ ଭିନ୍ନ ଭିନ୍ନ ଆକାରରେ କାଟୁଛନ୍ତି।

ଅହମ୍ମଦାବାଦର ୬୦ ବର୍ଷ ବୟସ୍କ ମୁନାୱର ଖାନ ତାଙ୍କ ପରିବାରରେ ଚତୁର୍ଥ ପିଢ଼ି ଭାବେ ଏହି ବ୍ୟବସାୟରେ ରହିଛନ୍ତି। ବେଲାରପୁର କିମ୍ବା ତ୍ରିବେଣୀରୁ ଗୁଡ଼ି ତିଆରି କରିବା କାଗଜ ଯୋଗାଡ଼ କରିବାଠାରୁ ତାଙ୍କର କାମ ଆରମ୍ଭ ହୋଇଥାଏ। ଉତ୍ପାଦନକାରୀଙ୍କ ନାମ ଅନୁସାରେ ଏହି ଦୁଇଟି ସ୍ଥାନର ନାମକରଣ କରାଯାଇଛି- ଅହମ୍ମଦାବାଦର ବେଲାରପୁର ଇଣ୍ଡଷ୍ଟ୍ରିଜ୍‌ ଏବଂ କୋଲକାତାରେ ତ୍ରିବେଣୀ ଟିସ୍ୟୁ। ଆସାମରୁ ବାଉଁଶ ପାତିଆ ମଗାଯାଇ କୋଲକାତାରେ ବିଭିନ୍ନ ଆକାରରେ କଟା ହୋଇଥାଏ। ସେ କିଣୁଥିବା କାଗଜ ରିମ୍‌ଗୁଡ଼ିକ ତାଙ୍କର ୱାର୍କସପକୁ ଯାଇ ବିଭିନ୍ନ ଆକାର ଓ ଆକୃତିରେ କଟା ହୋଇଥାଏ।

୨୦ଟି ଲେଖାଏଁ ଫର୍ଦ୍ଦ ରଖି ଗୋଟିଏ ମୋଟେଇ ବଣ୍ଡଲ ତିଆରି କରିବା ପରେ, ସେ ସେଗୁଡ଼ିକୁ ଏକ ବଡ଼ ଛୁରି ସାହାଯ୍ୟରେ ଗୁଡ଼ି କାଗଜ ଭାବେ ପ୍ରସ୍ତୁତ କରିବା ଲାଗି ଆବଶ୍ୟକ ଆକାରରେ କାଟିଥାନ୍ତି। ଏହାପରେ ସେଗୁଡ଼ିକୁ ଥାକ ମାରି ପରବର୍ତ୍ତୀ କାରିଗରଙ୍କ ପାଖକୁ ପଠାଇ ଦେଇଥାନ୍ତି।

ଖମ୍ଭାଟରେ ୪୧ ବର୍ଷ ବୟସ୍କ ରାଜ ପତଙ୍ଗୱାଲା ମଧ୍ୟ ଅନୁରୂପ କାର୍ଯ୍ୟ କରିଥାନ୍ତି। ଗୁଡ଼ି ତିଆରି କରିବା ଲାଗି ବିଭିନ୍ନ ଆକୃତିର କାଗଜ କାଟୁଥିବା ସମୟରେ ସେ କୁହନ୍ତି, ‘‘ମୁଁ ସବୁ କାମ ଜାଣେ। କିନ୍ତୁ ମୁଁ ନିଜେ ସବୁକାମ ଏକାକୀ କରିପାରିବି ନାହିଁ। ଖମ୍ଭାଟରେ ଆମର ଅନେକ କାରିଗର ରହିଛନ୍ତି, କିଛି ବଡ଼ ଏବଂ ଆଉ କିଛି ଛୋଟ ଗୁଡ଼ି ତିଆରି କରନ୍ତି। ପ୍ରତ୍ୟେକ ଆକାରରେ ଆପଣ ୫୦ ପ୍ରକାରର ଗୁଡ଼ି ପାଇପାରିବେ।’’

ଯେପର୍ଯ୍ୟନ୍ତ ମୋର ଅଣକୁଶଳୀ ହାତ ଆମ ଛାତ ଠାରୁ ପାଖାପାଖି ତିନି ମିଟର ଦୂର ପର୍ଯ୍ୟନ୍ତ ଛୋଟ ଦୂରତାକୁ ଅତିକ୍ରମ କରିବା ଲାଗି ଘେଁଶିୟୋ  (ଗୁଡ଼ି ତଳେ ଓହଳିଥିବା ଏକ ରେଶମୀ ଗୁଚ୍ଛ) ଧରିବାକୁ ଯାଉଥିଲା, ସେପର୍ଯ୍ୟନ୍ତ ବିଭିନ୍ନ ଆକାର ଓ ରଙ୍ଗର ଗୁଡ଼ିସବୁ ଆକାଶରେ ଚମତ୍କାର ପ୍ରତିଯୋଗିତାରେ ମାତି ଯାଉଥିଲେ। ଚିଲ (ଲମ୍ବା ଡେଣା ଲାଗିଥିବା ପକ୍ଷୀ ଆକାରର ଲଢ଼ୁଆ ଗୁଡ଼ି), ଚନ୍ଦେଦାର (କେନ୍ଦ୍ରରେ ଗୋଟିଏରୁ ଅଧି ସକେନ୍ଦ୍ରିତ ବୃତ୍ତ ସହିତ), ପଟ୍ଟୀଦାର (ଗୋଟିଏରୁ ଅଧିକ ରଙ୍ଗରେ ବିକର୍ଣ୍ଣ କିମ୍ବା ଭୂସମାନ୍ତର ପଟ୍ଟି ଥିବା ଗୁଡ଼ି) ଏବଂ ଆହୁରି ଅନେକ ପ୍ରକାରର ଗୁଡ଼ି ଆକାଶର ଶୋଭା ବଢ଼ାଇ ଦେଉଥିଲେ।

In Khambhat, Kausar Banu Saleembhai gets ready to paste the cut-outs
PHOTO • Pratishtha Pandya
Kausar, Farheen, Mehzabi and Manhinoor (from left to right), all do this work
PHOTO • Pratishtha Pandya

ବାମ : ଖମ୍ଭାଟରେ, କୌସର ବାନୁ ସଲୀମ ଭାଇ କଟ-ଆଉଟ୍‌ ଲଗାଇବାର ପ୍ରସ୍ତୁତି କରୁଛନ୍ତି। ଡାହାଣ: କୌସର, ଫରହୀନ, ମେହଜବୀ ଏବଂ ମହ୍ନୀନୁର (ବାମରୁ ଡାହାଣ) ସମସ୍ତେ ଏହି କାମ କରିଥାନ୍ତି

ଗୋଟିଏ ଗୁଡ଼ିର ଡିଜାଇନ, ରଙ୍ଗ ଏବଂ ଆକାର ଯେତେ ଜଟିଳ ହୋଇଥାଏ, ତାହାକୁ ସେତିକି କୁଶଳୀ ଶ୍ରମ ଦ୍ୱାରା ଯୋଡ଼ି ତିଆରି କରିବାକୁ ପଡ଼ିଥାଏ। ଖମ୍ଭାତର ଆକବରପୁର ଅଞ୍ଚଳରେ ରହୁଥିବା ୪୦ ବର୍ଷ ବୟସ୍କା କୌସର ବାନୁ ସଲିମଭାଇ ଗତ ୩୦ ବର୍ଷ ଧରି ଏହି କାମ କରୁଛନ୍ତି।

ସେ ରଙ୍ଗୀନ ଆକୃତିଗୁଡ଼ିକୁ ଗୁଡ଼ିର କଭର ସହିତ ମିଶାଇଥାନ୍ତି ଏବଂ ଗୋଟିଏ ଡିଜାଇନକୁ ସମ୍ପୂର୍ଣ୍ଣ କରିବା ଲାଗି ସେଗୁଡ଼ିକର ଧାରରେ ଏକ ସଙ୍ଗେ ଅଠାରେ ଲଗାଇ ଦେଇଥାନ୍ତି। କୌସର ବାନୁ ନିଜ ଚାରିପାଖରେ ଥିବା ଲୋକମାନଙ୍କ ଆଡ଼କୁ ଇସାରା କରି କୁହନ୍ତି, ‘‘ଆମେ ସମସ୍ତେ ମହିଳା ଏହି କାମ କରୁଛୁ। ପୁରୁଷମାନେ ଅନ୍ୟ କାମ, ଯେପରିକି କାରଖାନାରେ କାଗଜ କାଟିବା କିମ୍ବା ଗୁଡ଼ି ବିକିବା କାମ କରିଥାନ୍ତି।’’

କୌସର ବାନୋ ସକାଳେ, ଅପରାହ୍ଣରେ ଏବଂ ଅଧିକାଂଶ ସମୟରେ ରାତିରେ କାମ କରିଥାନ୍ତି। ‘‘ଅଧିକାଂଶ ସମୟରେ ଏକ ହଜାର ଗୁଡ଼ି ତିଆରି କରିବା ପାଇଁ ମୋତେ ୧୫୦ ଟଙ୍କା ମିଳିଥାଏ। ଅକ୍ଟୋବର ଏବଂ ନଭେମ୍ବରରେ ଚାହିଦା ବୃଦ୍ଧି ପାଇଲେ, ଏହି ଅର୍ଥ ପରିମାଣ ୨୫୦ ଟଙ୍କା ହୋଇପାରେ’’, ସେ କହିଥାନ୍ତି। ‘‘ଆମେ ମହିଳାମାନେ ଘର କାମ ଓ ରୋଷେଇ ମଧ୍ୟ କରିଥାଉ।’’

ସ୍ଵେଚ୍ଛାସେବୀ ମହିଳା ସଂଘ ପକ୍ଷରୁ ୨୦୧୩ରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଏହି ଉଦ୍ୟୋଗର ୨୩ ପ୍ରତିଶତ ମହିଳା ମାସକୁ ୪୦୦ ଟଙ୍କାରୁ ମଧ୍ୟ କମ୍ ରୋଜଗାର କରିଥାନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମାସିକ ୪୦୦ରୁ ୮୦୦ ଟଙ୍କା ମଧ୍ୟରେ ରୋଜଗାର କରିଥାନ୍ତି। ମାତ୍ର ୪ ପ୍ରତିଶତ ମହିଳା ମାସିକ ୧,୨୦୦ ଟଙ୍କା ରୋଜଗାର କରିଥାନ୍ତି।

ଏହାର ଅର୍ଥ ହେଉଛି ଏମାନଙ୍କ ମଧ୍ୟରୁ ଅଧିକାଂଶ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟରେ ବିକ୍ରି ହେବାର ସମ୍ଭାବନା ଥିବା ଏକ ବଡ଼ ଡିଜାଇନ ଗୁଡ଼ିର ଦାମ୍ ଠାରୁ ମଧ୍ୟ କମ୍ ଟଙ୍କା ମାସକୁ ରୋଜଗାର କରିଥାନ୍ତି।  ଯଦି ଆପଣ ସବୁଠୁ ଶସ୍ତା ଗୁଡ଼ି ମଧ୍ୟ କିଣୁଛନ୍ତି ତଥାପି ଆପଣଙ୍କୁ ୫ଟି ଗୁଡ଼ିର ଏକ ପ୍ୟାକେଟ ପାଇଁ ୧୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଅଧିକ ଦାମ୍‌ର ଗୁଡ଼ିକ ୧,୦୦୦ କିମ୍ବା ଅଧିକ ଟଙ୍କାରେ ବିକ୍ରି ହୋଇଥାଏ। ଗୁଡ଼ିର ଆକାର, ପ୍ରକାର ଏବଂ ଆକୃତିକୁ ନେଇ ଦାମ୍‌ର ସ୍ତର ଭିନ୍ନ ଭିନ୍ନ ହୋଇଥାଏ। ଏଠାରେ ସବୁଠୁ ଛୋଟ ଗୁଡ଼ିର ଆକାର ୨୧.୫ x୨୫ ଇଞ୍ଚ ମଧ୍ୟରେ ହୋଇଥାଏ। ସବୁଠୁ ବଡ଼ ଏହି ଆକାର ଠାରୁ ଦୁଇ କିମ୍ବା ତିନି ଗୁଣା ହୋଇଥାଏ।

*****

Aashaben, in Khambhat's Chunarvad area, peels and shapes the bamboo sticks.
PHOTO • Umesh Solanki
Jayaben glues the dhaddho (spine) to a kite
PHOTO • Pratishtha Pandya

ବାମ : ଖମ୍ଭାଟରେ ଚୁନାରୱାଡ଼ ଇଲାକାରେ ଆଶାବେନ, ବାଉଁଶ କାଠିଗୁଡ଼ିକୁ ଛାଲି ଆକାର ଦେଉଛନ୍ତି। ଡାହାଣ ଜୟାବେନ ଗୁଡ଼ିରେ ଧାଢ଼ୋ (ସ୍ପାଇନ୍) ଲଗାଉଛନ୍ତି।

ଯେମିତି ମୋର ଗୁଡ଼ି ଅତି କମ୍ ଦୂରତା ପର୍ଯ୍ୟନ୍ତ ଉଡ଼ି ପୁଣିଥରେ ମୋର ଛାତ ଉପରକୁ ଫେରିଆସିଲା, ମୋର ମନେ ଅଛି ଜଣେ ଦର୍ଶକ ‘‘ଧଢ଼ୋ ମଚାଡ଼ !’’ (“ମଝିରେ ଥିବା ବାଉଁଶ ପାତିଆକୁ ବୁଲାଇ ଦିଅ’’) ବୋଲି ଚିଲ୍ଲାଇଲେ। ସେଥିପାଇଁ ମୁଁ ମୋ ଛୋଟ ହାତରେ ଗୁଡ଼ିର ଉପର ଏବଂ ତଳ ମୁଣ୍ଡକୁ ଧରି ତାହାର ମଝି ପାତିଆକୁ ବୁଲାଇ ଦେଲି। ମଝି ପାତି ନମନୀୟ ହେବା ଉଚିତ, କିନ୍ତୁ ଏତେ ଦୁର୍ବଳ ହେବା ଉଚିତ୍‌ ନୁହେଁ ଯେ ଏହାକୁ ମୋଡ଼ିଦେଲେ ଫାଟିଯିବ।

କିଛି ଦଶନ୍ଧି ପରେ, ମୁଁ ୨୫ ବର୍ଷୀୟା ଜୟାବେନଙ୍କୁ ଖମ୍ଭାଟର ଚୁନରୱାଡ଼ରେ ଦେଖୁଛି, ସେ ଗୁଡ଼ି ମଝିରେ ବାଉଁଶ ପାତିଆକୁ ଅଠାରେ ଲଗାଉଛନ୍ତି। ସେ ଯେଉଁ ଅଠା ବ୍ୟବହାର କରୁଛନ୍ତି ତାହା ସାଗୁରେ ପ୍ରସ୍ତୁତ ଘର ତିଆରି ଅଠା। ତାଙ୍କ ଭଳି କାରିଗର ହଜାରେ ବାଉଁଶ ପାତିଆ ଲଗାଇ ଦେଲେ ମାତ୍ର ୬୫ ଟଙ୍କା ପାଇଥାନ୍ତି। ଉତ୍ପାଦନ ଶୃଙ୍ଖଳା ଧାଡ଼ିରେ ପରବର୍ତ୍ତୀ କାରିଗରଙ୍କୁ ଗୁଡ଼ିର କାମ୍ମନ (କ୍ରସ ସ୍ପର)କୁ ଠିକ୍‌ କରିବାର ଆବଶ୍ୟକତା ରହିଛି।

କିନ୍ତୁ ଅପେକ୍ଷା କରନ୍ତୁ, କାମ୍ମନକୁ ପଲିସ ଓ ଚିକ୍କଣ କରିବାର ଆବଶ୍ୟକତା ରହିଛି। ଚୁନାରୱାଡ଼ର ୩୬ ବର୍ଷୀୟା ଆଶାବେନ ବହୁ ବର୍ଷ ଧରି ସେସବୁ ବାଉଁଶ ବାଡ଼ିକୁ ଛାଲି ଆକା ଦେଇ ଆସୁଛନ୍ତି।  ନିଜ ଘରେ ସେ ବସିଛନ୍ତି, ତାଙ୍କ ଚାରି ପାଖରେ ବାଉଁଶ ବିଡ଼ା ଖେଳାଇ ହୋଇ ପଡ଼ିଛି, ତାଙ୍କ ତର୍ଜନୀ ଆଙ୍ଗୁଠିରେ ସାଇକେଲ ଟ୍ୟୁବର ଏକ ରବର ଗୁଡ଼ାଇ ହୋଇଛି, ଏପରି ଅବସ୍ଥାରେ ସେ ଏକ ଧାରୁଆ ରେଜର ଛୁରୀରେ ବାଉଁଶଗୁଡ଼ିକୁ ଛାଲୁଛନ୍ତି। ଆଶାବେନ କୁହନ୍ତି, ‘‘ଏପରି ଏକ ହଜାର ବାଉଁଶ କାଠି ଛାଲିବା ପାଇଁ ମୋତେ ପ୍ରାୟ ୬୦ରୁ ୬୫ ଟଙ୍କା ମିଳିଥାଏ। ଏହି କାମ କରି କରି ଆମର ଆଙ୍ଗୁଠି ମୋଟା ହୋଇଯାଇଥାଏ। ବଡ଼ ବଡ଼ ବାଉଁଶ କାମ କରିବା ସମୟରେ ଆଙ୍ଗୁଠିରୁ ବେଳେ ବେଳେ ରକ୍ତ ବାହାରିଥାଏ।’’

ଏବେ କାମ୍ମନ ଚିକ୍କଣ ହୋଇଯାଇଛି ଏବଂ ତାହାକୁ ଏକ ବେଣ୍ଡିଂ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିବ। ୬୦ ବର୍ଷୀୟ ଜମିଲ ଅହମ୍ମଦଙ୍କର ଅହମ୍ମଦାବାଦର ଜମାଲପୁର ଅଞ୍ଚଳରେ ଏକ ଛୋଟ ଦୋକାନ ରହିଛି ଏବଂ ଏବେ ସେ କାମ୍ମନର ବେଣ୍ଡିଂ କାମ କରୁଛନ୍ତି। ସେ ନିଜର ମଲ୍ଟି-ବର୍ଣ୍ଣର କିରୋସିନ ଲ୍ୟାମ୍ପ ବାକ୍ସ ଉପରେ ଆଠଟି ନିଆଁ ଧାସରେ ବାଉଁଶ କାଠିର ଏକ ବିଡ଼ାକୁ ଜଳାଇଥାନ୍ତି। ଏହି ପ୍ରକ୍ରିୟାରେ ବାଉଁଶ କାଠି ଉପରେ ଏକ କଳା ରଙ୍ଗ ବ୍ୟାଣ୍ଡ ଚିହ୍ନ ସୃଷ୍ଟି ହୋଇଥାଏ।

At his shop in Ahmedabad's Jamalpur area, Jameel Ahmed fixes the kamman (cross par) onto kites
PHOTO • Umesh Solanki
He runs the bamboo sticks over his kerosene lamp first
PHOTO • Umesh Solanki

ବାମ : ଅହମ୍ମଦାବାଦର ଜମାଲପୁର ଅଞ୍ଚଳରେ ଥିବା ନିଜ ଦୋକାନରେ, ଜମିଲ ଅହମ୍ମଦ ଗୁଡ଼ିରେ କାମ୍ମନ ଲଗାଉଛନ୍ତି। ଡାହାଣ : ତା’ପୂର୍ବରୁ ସେ କିରୋସିନ ଲ୍ୟାମ୍ପରେ ବାଉଁଶ ବାଡ଼ିଗୁଡ଼ିକୁ ଗରମ କରୁଛନ୍ତି।

Shahabia seals the edge after attaching the string.
PHOTO • Umesh Solanki
Firdos Banu (in orange salwar kameez), her daughters Mahera (left) and Dilshad making the kite tails
PHOTO • Umesh Solanki

ବାମ : ଶାହାବିୟା, ଡୋରି ଲଗାଇବା ପରେ ଧାରକୁ ବନ୍ଦ କରୁଛନ୍ତି। ଡାହାଣ : ଫିରଦୌସ ବାନୁ (ନାରଙ୍ଗୀ ଶାଲୱାର-କମିଜରେ) ଏବଂ ତାଙ୍କ ଝିଅମାନେ ମାହେରା (ବାମ) ଏବଂ ଦିଲଶାଦ ଗୁଡ଼ିର ଲାଞ୍ଜ ତିଆରି କରୁଛନ୍ତି

ଜମିଲ ନିଜ କାମ୍ମନକୁ ଠିକ୍‌ କରିବା ଲାଗି ଏକ ବିଶେଷ ପ୍ରକାରର ଅଠା ବ୍ୟବହାର କରିଥାନ୍ତି। ‘‘ଏକ ଗୁଡ଼ି ତିଆରି କରିବା ଲାଗି ଆପଣଙ୍କୁ ତିନିରୁ ଚାରି ପ୍ରକାର ଅଠାର ଆବଶ୍ୟକତା ପଡ଼ିଥାଏ, ପ୍ରତ୍ୟେକରେ ଭିନ୍ନ ସାମଗ୍ରୀ ଏବଂ ସ୍ଥିରତା ରହିଥାଏ।’’ ସେ ଏକ ହାଲୁକା ନୀଳ ରଙ୍ଗର ଅଠା ବ୍ୟବହାର କରୁଛନ୍ତି, ଯାହାକି ମଇଦା ଏବଂ ମୋର ଥୁଥୁ ନାମରେ ପରିଚିତ କୋବାଲ୍ଟ ପିଗମେଣ୍ଟର ମିଶ୍ରଣରେ ପ୍ରସ୍ତୁତ ହୋଇଥାଏ। ପ୍ରତି ଏକ ହଜାର କାମ୍ମନ ଲଗାଇବା ପାଇଁ ୧୦୦ ଟଙ୍କା ପାରିଶ୍ରମିକ ମିଳିଥାଏ।

ଅହମ୍ମଦାବାଦର ଜୁହାପୁରାରେ, ୩୫ ବର୍ଷ ବୟସ୍କା ଶାହାବିୟା ଡୋରୀ ବର୍ଡର ପାଇଁ ଯେଉଁ ଅଠାର ବ୍ୟବହାର କରିଥାନ୍ତି, ତାହା ଜମିଲଙ୍କ ଠାରୁ ଭିନ୍ନ ହୋଇଥାଏ। ସେ ତାହାକୁ ଘରେ ରନ୍ଧା ହୋଇଥିବା ଭାତରେ ବ୍ୟବହାର କରିଥାନ୍ତି, ସେ କୁହନ୍ତି, ଏହି କାମ ସେ ବହୁ ବର୍ଷ ଧରି କରିଆସୁଛନ୍ତି, କାରଣ ଛାତରୁ ତାଙ୍କ ମୁଣ୍ଡ ଉପରେ ଓହଳିଥିବା ସୂତାର ମୋଟା ଗୁଚ୍ଛରୁ ଖୁବ ସରୁ ଏକ ସୂତା ଟାଣିଥାନ୍ତି। ସେ ଦ୍ରୁତ ଗତିରେ ଗୁଡ଼ି ପରିଧିର ଚାରି ପାଖରେ ସୂତା ଗୁଡ଼ାଇ ଦିଅନ୍ତି, ସୂତା ଉପରେ ନିଜ ଆଙ୍ଗୁଠିରେ ପତଳା ଅଠାର ଆସ୍ତରଣକୁ ସ୍ଥାନାନ୍ତରିତ କରିଥାନ୍ତି। ଲାଇ (ଭାତର ଅଠା) ରେ ଭର୍ତ୍ତି ଏକ ଗିନା ତାଙ୍କ ମେଜ ତଳେ ଲୁଚାଇ ରଖାଯାଇଛି।

‘‘ମୋର ସ୍ୱାମୀ ଆସିବା ପରେ ମୁଁ ଏ କାମ କରିପାରିବି ନାହିଁ। ମୁଁ ଏସବୁ କାମ କଲେ ସେ ରାଗିଯାଆନ୍ତି।’’ ତାଙ୍କର କାମ ଗୁଡ଼ିକୁ ଶକ୍ତି ଦେଇଥାଏ ଏବଂ ସେଥିରେ ଫାଟ ସୃଷ୍ଟି ହୋଇନଥାଏ। ଏକ ହଜାର ଗୁଡ଼ିର ବର୍ଡର (ସୀମା) କରିବା ଲାଗି ତାଙ୍କୁ ୨୦୦ରୁ ୩୦୦ ଟଙ୍କା ମଧ୍ୟରେ ପାରିଶ୍ରମିକ ମିଳିଥାଏ।

ଏହାପରେ ଅନ୍ୟ ମହିଳାମାନେ ପ୍ରତ୍ୟେକଗୁଡ଼ିର ମଧ୍ୟଭାଗକୁ ମଜବୁତ କରିବା ଲାଗି କାଗଜର ଛୋଟ ଛୋଟ ଖଣ୍ଡ ଲଗାଇଥାନ୍ତି ଏବଂ କ୍ରସ ସ୍ପର ଧାରକୁ ଠିକ୍‌ ଜାଗାରେ ଲଗାଇଥାନ୍ତି। ସେମାନେ ପ୍ରତି ଏକ ହଜାର ଗୁଡ଼ି ତିଆରି କରିବା ବାବଦରେ ୮୫ଟଙ୍କା ପାଇଥାନ୍ତି।

୪୨ ବର୍ଷ ବୟସ୍କ ଫିର୍ଦ୍ଦୋସ ବାନୁ ଆମ ଆଗରେ ତାଙ୍କ ହାତରୁ ଝୁଲୁଥିବା ଇନ୍ଦ୍ରଧନୁଗୁଡ଼ିକୁ ଆମ ଆଗରେ ଝୁଲିବାକୁ ଦିଅନ୍ତି। ଉଜ୍ଵଳ ଏବଂ ରଙ୍ଗିନ ଗୁଡ଼ିର ପେପର ଟସଲ (ବା ଲାଞ୍ଜ) ଗୋଟିଏ ବିଡ଼ାରେ ୧୦୦ଟି ଲେଖାଏଁ ଥାଇ ବନ୍ଧା ହୋଇଥାଏ। ଆକବରପୁରର ଜଣେ ଅଟୋ ଚାଳକଙ୍କ ସ୍ତ୍ରୀ ଫିର୍ଦ୍ଦୋସ ପୂର୍ବରୁ ଅର୍ଡର ମିଳିଲେ ପାପଡ଼ ତିଆରି କାମ କରୁଥିଲେ। ‘‘କିନ୍ତୁ ତାହା ମଧ୍ୟ କଷ୍ଟକାମ ଥିଲା, କାରଣ ପାପଡ଼ ଶୁଖାଇବା ପାଇଁ ଆମ ନିଜର ଛାତ ନଥିଲା। ତା’ଛଡ଼ା ମୋତେ ଯଥେଷ୍ଟ ପାରିଶ୍ରମିକ ମିଳୁନଥିଲା। ଏହା ଠାରୁ ଭଲ କାମ ମୁଁ କିଛି ଜାଣିନାହିଁ।’’

ଗୋଟିଏ ଗୁଡ଼ିର ଡିଜାଇନ, ରଙ୍ଗ ଏବଂ ଆକାର ଯେତେ ଅଧିକ ଜଟିଳ ହୋଇଥାଏ ତାହାର ବିଭିନ୍ନ ଭାଗ ଏବଂ ଖଣ୍ଡକୁ ସେତିକି କୁଶଳ ଶ୍ରମ ଦ୍ୱାରା ଏକ ସଙ୍ଗେ ଲଗାଇବାର ଆବଶ୍ୟକତା ପଡ଼ିଥାଏ

ଭିଡିଓ ଦେଖନ୍ତୁ : ଗୁଡ଼ି: ଲାଞ୍ଜ ଲଗାଇବା ପଛର କାହାଣୀ

ଲମ୍ବା ଧାରୁଆ କଇଞ୍ଚିରେ, ସେ କାଗଜକୁ ଗୋଟିଏ ପଟୁ ଷ୍ଟ୍ରିପ୍‌ ଆଡ଼କୁ କାଟିଥାନ୍ତି, ଯାହାକି ତାଙ୍କ ଦ୍ୱାରା ତିଆରି କରାଯାଉଥିବା ଲାଞ୍ଜ ଆକାରରେ ନିର୍ଭର କରିଥାଏ। ଏହାପରେ ସେ କଟା ହୋଇଥିବା କାଗଜକୁ ନିଜର ୧୭ ବର୍ଷୀୟା ଝିଅ ଦିଲଶାଦ ବାନୁ ଏବଂ ୧୯ ବର୍ଷ ବୟସ୍କା ମହେରା ବାନୁଙ୍କୁ ଦେଇଥାନ୍ତି।  ସେମାନେ ଥରକେ ଗୋଟିଏ ଖଣ୍ଡ କଟା ହୋଇଥିବା କାଗଜ ଦେଇଥାନ୍ତି ଏବଂ କାଗଜ ମଝିରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଲାଇ କୁ ଲଗାଇଥାନ୍ତି। ପ୍ରତ୍ୟେକ ନିଜର ଗୋଡ଼ ଆଙ୍ଗୁଠିରେ ବନ୍ଧା ହୋଇଥିବା ଏକ ସୂତା ଗୁଚ୍ଛରୁ ସୂତା ଟାଣିଥାନ୍ତି ଏବଂ ପତଳା ଲୁପ୍‌ ସହିତ କାଗଜକୁ ବାନ୍ଧି ଏହାକୁ ଏକ ସମ୍ପୂର୍ଣ୍ଣ ଫୁଡାଡି ର ରୂପ ଦେଇଥାନ୍ତି। ଏହି ଶୃଙ୍ଖଳାରେ ପରବର୍ତ୍ତୀ କାରିଗର ଲାଞ୍ଜକୁ ଗୁଡ଼ିରେ ବାନ୍ଧିଲେ ତାହା ଉଡ଼ିବା ଯୋଗ୍ୟ ହୋଇଥାଏ। ତିନିଜଣ ମହିଳା ମିଶି ଏପରି ଏକ ହଜାର ଲାଞ୍ଜ ତିଆରି କଲେ ପ୍ରତ୍ୟେକ ମାତ୍ର ୭୦ ଟଙ୍କା ଲେଖାଏଁ ରୋଜଗାର କରିଥାନ୍ତି।

‘‘ଲପେଟ...!!’’ (‘‘ ନିଜର ଡୋରୀକୁ ଗୁଡ଼ାଇ ଦିଅ’’) ଏଥର ଚିତ୍କାର ଖୁବ ଜୋରରେ ଶୁଭୁଥିଲା। ଆକାଶରୁ ମାଞ୍ଜା ଭାରୀ ଏବଂ ଛିଣ୍ଡି ଯାଇ, ଛାତ ଉପରେ ପଡ଼ିଗଲା। ହଁ, ବହୁ ଦଶନ୍ଧି ପରେ, ମୋ ପ୍ରିୟ ଗୁଡ଼ି ହଜିଯାଇଥିବା କଥା ମୋର ମନେ ପଡ଼ୁଛି।

ମୁଁ ଆଉ ଗୁଡ଼ି ଉଡ଼ାଉ ନାହିଁ। କିନ୍ତୁ ଏ ସପ୍ତାହରେ ସେହି ଲୋକମାନଙ୍କୁ ଭେଟିବା ଲାଗି ସୁଯୋଗ ମିଳିଲା ଯେଉଁମାନେ ପରବର୍ତ୍ତୀ ପିଢ଼ି ପାଇଁ ଉଚ୍ଚ ଉଡ଼ାଣକୁ ସମ୍ଭବ କରିବା କାମରେ ନିୟୋଜିତ ଅଛନ୍ତି। ଯେଉଁମାନଙ୍କର ଅବିଶ୍ରାନ୍ତ ପରିଶ୍ରମ ଆମ ମକର ସଂକ୍ରାନ୍ତିରେ ରଙ୍ଗ ଭରି ଦେଇଥାଏ।

ଲେଖକ, ଏହି କାହାଣୀକୁ ପ୍ରସ୍ତୁତ କରିବାରେ ସହାୟତା ପାଇଁ ହୋଜେଫା ଉଜ୍ଜୈନୀ, ସମୀନା ମଲିକ ଏବଂ ଜାନିସାର ଶେଖଙ୍କୁ ଧନ୍ୟବାଦ ଅର୍ପଣ କରିବାକୁ ଚାହୁଁଛନ୍ତି।

କଭର ଫଟୋ : ଖମରୁମ୍‌ ନିସା ବାନୁ ପ୍ଲାଷ୍ଟିକ ଗୁଡ଼ି କାମ କରୁଛନ୍ତି, ଯାହାକି ଏବେ ଖୁବ୍‌ ଲୋକପ୍ରିୟ ହୋଇଛି। ଫଟୋ : ପ୍ରତିଷ୍ଠା ପାଣ୍ଡ୍ୟା

ଅନୁବାଦ: ଓଡ଼ିଶାଲାଇଭ୍‍

Pratishtha Pandya

प्रतिष्ठा पांड्या, पारी में बतौर वरिष्ठ संपादक कार्यरत हैं, और पारी के रचनात्मक लेखन अनुभाग का नेतृत्व करती हैं. वह पारी’भाषा टीम की सदस्य हैं और गुजराती में कहानियों का अनुवाद व संपादन करती हैं. प्रतिष्ठा गुजराती और अंग्रेज़ी भाषा की कवि भी हैं.

की अन्य स्टोरी Pratishtha Pandya
Photographs : Umesh Solanki

उमेश सोलंकी एक फोटोग्राफ़र, वृतचित्र निर्माता और लेखक हैं. उन्होंने पत्रकारिता में परास्नातक किया है और संप्रति अहमदाबाद में रहते हैं. उन्हें यात्रा करना पसंद है और उनके तीन कविता संग्रह, एक औपन्यासिक खंडकाव्य, एक उपन्यास और एक कथेतर आलेखों की पुस्तकें प्रकाशित हैं. उपरोक्त रपट भी उनके कथेतर आलेखों की पुस्तक माटी से ली गई है जो मूलतः गुजराती में लिखी गई है.

की अन्य स्टोरी Umesh Solanki
Illustration : Anushree Ramanathan and Rahul Ramanathan

अनुश्री रामनाथन और राहुल रामनाथन, अहमदाबाद के आनंद निकेतन स्कूल (सैटेलाइट) में पढ़ते हैं. अनुश्री कक्षा 7 की छात्रा हैं और राहुल कक्षा 10 में हैं. उन्हें पारी की तमाम स्टोरी का इलस्ट्रेशन करना बहुत पसंद है.

की अन्य स्टोरी Anushree Ramanathan and Rahul Ramanathan
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE