ତପନ ମଣ୍ଡଳଙ୍କୁ ଅନେକ ଆନ୍ନା ବୋଲି ଡାକନ୍ତି, କାରଣ, କିଛି ଲୋକ କୁହନ୍ତି ଯେ ଚଳଚ୍ଚିତ୍ର ତାରକା ରଜନୀକାନ୍ତଙ୍କ ସହିତ ସାମଞ୍ଜସ୍ୟ ରହିଛି (ଯାହାକୁ ବଡ ଭାଇ ବୋଲି ସମ୍ବୋଧନ କରିବା ପାଇଁ ଲୋକମାନେ ଜନପ୍ରିୟ ଭାବେ ଏହି ଶବ୍ଦର ବ୍ୟବହାର କରନ୍ତି) । କିନ୍ତୁ ମଣ୍ଡଳ ଭିନ୍ନ ଶୈଳୀର ମୂର୍ତ୍ତି ନିର୍ମାଣ କରି ଭଦୋଦରାରେ ଲୋକପ୍ରିୟ ହୋଇ ପାରିଛନ୍ତି – ଏପରିକି ସେ ହେଉଛନ୍ତି ଏକମାତ୍ର ମୂର୍ତ୍ତିକାର  ଯିଏକି ସାଧାରଣତଃ ମୂର୍ତ୍ତି ନର୍ମାଣ କରିବା ପାଇଁ ବ୍ୟବହାର ହେଉଥିବା ପ୍ଲାଷ୍ଟର୍‌ ଅଫ୍‌ ପ୍ୟାରିସ୍‌ ବଦଳରେ ମାଟି ବ୍ୟବହାର କରି ୫-୯ ଫୁଟ୍‌ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ତିଆରି କରିପାରନ୍ତି ।

ଓ ସେ ଯେତେବେଳେ ଗଣେଶ ଓ ଅନ୍ୟ ଦେବାଦେବୀମାନଙ୍କ ମୂର୍ତ୍ତି ନିର୍ମାଣ କରନ୍ତି, ସେତେବେଳେ ପଶ୍ଚିମବଙ୍ଗର ମୂର୍ତ୍ତି ନିର୍ମାଣ କୌଶଳକୁ ମଧ୍ୟ ମିଶେଇଥାନ୍ତି । “ମାଟିର ମୂର୍ତ୍ତିଗୁଡିକ ହେଉଛି କୁମାର୍‌ତୁଲିର ମୋହର ଯାହା ମୁଁ ଏଠାରେ କିଣିଛି – ବଙ୍ଗଳାଠାରୁ ୨,୦୦୦ କିଲୋମିଟର୍‌ ଦୂରରେ, ବୋଲି ସେ କୁହନ୍ତି ।

ତପନଙ୍କ କର୍ମଶାଳା – ସହରର ୩୦ଟି କର୍ମଶାଳା ମଧ୍ୟରୁ ଗୋଟିଏ – ଯାହାର ନାମ ରାମ କୃଷ୍ଣ ପ୍ରତିମାଳୟ, ତାହା କେନ୍ଦ୍ରୀୟ ଭଦୋଦାରର ପଞ୍ଚବଟି ଅଞ୍ଚଳରେ ଅବସ୍ଥିତ । ଏଠାରେ, ଏକ ଗଡାଣିଆ ଆଜ୍‌ବେଷ୍ଟସ୍‌ର ଛାତ ତଳେ ଏକ ସଂକୀର୍ଣ୍ଣ ପଥରେ ଥାକକରି ଛାଞ୍ଚ, ରଙ୍ଗ, ମାଟି ଓ ଆବଶ୍ୟକ ଉପକରଣ ସବୁ ରଖାଯାଇଛି । ସବୁଠାରୁ ଅଧିକ ବ୍ୟବସାୟ ହେଉଥିବା ସମୟରେ ରାସ୍ତାର ଆରପାଖରେ ବାଉଁଶ ସହାୟତାରେ ଏକ ସଂପ୍ରସାରିତ ପ୍ଲାଷ୍ଟିକ୍‌ ଛାତ ନିର୍ମାଣ କରାଯାଏ, ଯେଉଁଠାରେ ଅଧିକ ଉଚ୍ଚତା ବିଶିଷ୍ଟ ମୂର୍ତ୍ତିମାନ ଗଢାଯାଏ ।

ବର୍ଷସାରା କର୍ମଶାଳାରେ କାମ ଚାଲିଥାଏ – ଋତୁ ଓ ଚାହିଦା ମୁତାବକ ଗଣେଶ, ଦୁର୍ଗା, ବିଶ୍ୱକର୍ମା, ସରସ୍ୱତୀ ଓ ଅନ୍ୟାନ୍ୟ ଦେବଦେବୀଙ୍କ ମୂର୍ତ୍ତି ନିର୍ମାଣ କାମ ଚାଲିଥାଏ । ପ୍ରତିବର୍ଷ, ତପନ ଓ ତାଙ୍କର ସାଥି-କର୍ମଚାରୀମାନେ ମିଳିତଭାବେ ୫-୯ ଫୁଟ୍‌ ଉଚ୍ଚର ୧୦ଟି ଗଣେଶ ମୂର୍ତ୍ତି ନିର୍ମାଣ କରିଥାନ୍ତି, ଯାହାର ସଂଖ୍ୟା ଅଗ୍ରୀମ ଭାବେ ଗ୍ରହଣ କରାଯାଇଥିବା ଅର୍ଡର ଉପରେ ନିର୍ଭର କରିଥାଏ – ପ୍ରତ୍ୟେକର ମୂଲ୍ୟ ୨୦,୦୦୦ ଟଙ୍କା ଠାରୁ ୧,୦୦,୦୦୦ ଟଙ୍କା ମଧ୍ୟରେ ହୋଇଥାଏ ବୋଲି ସେ କୁହନ୍ତି । ସେମାନେ ୨୦-୩୦ଟି ୩ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଓ  ୪୦-୫୦ ଛୋଟ ଆକାରର ମୂର୍ତ୍ତି ମଧ୍ୟ ନିର୍ମାଣ କରିଥାନ୍ତି – ସେଗୁଡିକର ମୂଲ୍ୟ ୨,୦୦୦ ଟଙ୍କାରୁ ୧୦,୦୦୦ ଟଙ୍କା ମଧ୍ୟରେ ହୋଇଥାଏ ।

'The clay idols are imprints of Kumartuli, which I have brought here from Bengal', says Tapan Mondal
PHOTO • Aditya Tripathi

ମାଟିର ମୂର୍ତ୍ତିଗୁଡିକ ହେଉଛି କୁମାର୍‌ତୁଲିର ମୋହର ଯାହା ମୁଁ ଏଠାରେ ବଙ୍ଗଳାରୁ କିଣିଛି” ବୋଲି ତପନ ମଣ୍ଡଳ କୁହନ୍ତି ।

ତପନ, ବୟସ ୪୬, ନିଜ ବାପା ଅଧିର ମଣ୍ଡଳଙ୍କଠାରୁ ପିଲା ବେଳେ ମୂର୍ତ୍ତି ଗଢିବା କଳା ଶିଖିଥିଲେ । ସେତେବେଳେ ତାଙ୍କ ପରିବାର ପଶ୍ଚିମବଙ୍ଗର ଉଲୁବେରିଆ ତହସିଲ୍‌  ଅନ୍ତର୍ଗତ ଗୌରିପୂର ଗ୍ରାମ, ଯାହା କୁମାରତୁଳି – କଲିକତାର ଏକ ପୁରୁଣା କୁମ୍ଭାର ସାହି, ଠାରୁ ୪୮ କିମି ଦୂରରେ ଅବସ୍ଥିତ, ସେଠାରେ ବାସ କରୁଥିଲେ । “୧୯୮୪ରେ, ଆମର ଜଣେ ପାରିବାରିକ ବନ୍ଧୁ ମୋତେ ଓ ପିତାଜୀଙ୍କୁ ଏଠାକୁ ଆଣିଥିଲେ (ମୂର୍ତ୍ତି ନିର୍ମାଣ କରୁଥିବା କର୍ମଶାଳାରେ ସହାୟକ ଭାବେ କାମ କରିବା ପାଇଁ)। ପ୍ରତିବର୍ଷ ନିୟମିତ ଭାବେ ଆମେ ଏକ ମାସ ପାଇଁ ଏଠାକୁ ଆସୁଥିଲୁ,’’ ତପନ ମନେ ପକାନ୍ତି । ପଶ୍ଚିମବଙ୍ଗରେ ମୂର୍ତ୍ତି କାମ ବନ୍ଦ ଥିବା ସମୟରେ ସେମାନେ ଆସନ୍ତି ଓ ଦୁର୍ଗା ପୂଜା ପାଇଁ ମୂର୍ତ୍ତି ନିର୍ଣାଣ କରିବାକୁ ଅର୍ଡର ମିଳିବା ସମୟରେ ଫେରିଯାଆନ୍ତି ।

୧୯୯୨ରେ, ତାଙ୍କ ବାପା ଘରକୁ ଫେରିଯିବା ପରେ, ତପନ ଭଦୋଦରାରେ ରହି ଏକ ନିର୍ମାଣ ସାଇଟ୍‌ରେ କିଛି ମାସ ପାଇଁ କାମ କଲେ । “ଭାରି ବସ୍ତୁ ଉଠାଇବା ପାଇଁ ମୁଁ ପସନ୍ଦ କରେ ନାହିଁ କିନ୍ତୁ ଦୁର୍ଗା ପୂଜାକୁ ଛାଡି ଦେଲେ ଅନ୍ୟଦିନଗୁଡିକରେ ମୁଁ ଆଉ କି କାମ କରିପାରିବି? ଏହା ପେଟର କଥା . . .’’ ଗୋଟିଏ ଦିନ, ସେ କୁହନ୍ତି, “ଜଣେ ଗୁଜୁରାଟି ସାହେବ  ଶ୍ରମିକମାନଙ୍କ କ୍ୱାର୍ଟର୍‌ରେ ମୋତେ ଦେବଦେବୀମାନଙ୍କ ସ୍କେଚ୍‌ ଆଙ୍କୁଥିବା ଦେଖିଲେ (ସେହି ସାଇଟ୍‌ରେ)। ସେ ମୋତେ ପଚାରିଲେ, ମୁଁ କଣ ଗଣେଶଙ୍କ ଚିତ୍ର ଆଙ୍କିପାରିବି” । ଓ ତାପରେ ସେ ମୋତେ କେନ୍ଦ୍ର ଭଦୋଦରା ମାଣ୍ଡବିରେ ଥିବା ଜଣେ ମୂର୍ତ୍ତିକାରଙ୍କ ପାଖକୁ ନେଇଗଲେ । ସେହି ମୂର୍ତ୍ତିକାର ଜଣକ ଯୁବକ ତପନଙ୍କୁ ନିଜ କର୍ମଶାଳାରେ କାମ କରିବା ପାଇଁ ରଖିଲେ, ଯେଉଁଠାରେ ଅନ୍ୟ ୧୦-୧୨ଜଣ କାରିଗର ମଧ୍ୟ କାର୍ଯ୍ୟ କରୁଥିଲେ । “ସେତେବେଳେ ମୋର ଦିନର ଆୟ ମାତ୍ର ୨୫ ଟଙ୍କା ଥିଲା (ନିର୍ମାଣ ସାଇଟ୍‌ରେ), ଏଣୁ ମୁଁ ତାଙ୍କୁ ଦିନକୁ ୩୫ ଟଙ୍କା ଦେବା ପାଇଁ ଅନୁରୋଧ କଲି ଓ ସେ ମାନିଗଲେ । ମୋର ଆଉ କଣ ଦରକାର ଥିଲା? ମୋତେ ମୋ ମନପସନ୍ଦର କାମ କରିବାକୁ ମିଳିବା ସହିତ (ମୂର୍ତ୍ତି ନିର୍ମାଣ କରିବା) କିଛି ଅର୍ଥ ଉପାର୍ଜନ କରିବାର ସୁଯୋଗ ମଧ୍ୟ ମିଳିଗଲା ।’’

The process of Ganapati making
PHOTO • Aditya Tripathi

ମନୋରଞ୍ଜନ କର୍ମାକର୍‌ (ବାମ ଉପର)ଙ୍କର କୁଲ୍‌ଗଚିଆରେ ଏକ ମୂର୍ତ୍ତି ଗଢିବା କର୍ମଶାଳା ଅଛି, ଯେତେବେଳେ କି ଅରୁଣ ରୁଇଦାସ୍‌ କମଳା ଛକରେ ଜଣେ ଦିନ ମଜୁରିଆ ଓ ବାହାଘର କାର୍ଯ୍ୟକ୍ରମରେ ବଜାଯାଉଥିବା ବ୍ୟାଣ୍ଡରେ ମ୍ୟୁଜିସିଆନ୍‌ ଭାବେ କାମ କରନ୍ତି; ଉଭୟ ଗଣପତି ପୂଜା ପୂର୍ବରୁ ମିଳିତ ଭାବେ କିଛି ମାସ ପାଇଁ ମଣ୍ଡଳଙ୍କ ସ୍ୱତନ୍ତ୍ର ମୂର୍ତ୍ତି ନିର୍ମାଣ କାର୍ଯ୍ୟ କରିଥାନ୍ତି ।

ମୂର୍ତ୍ତି ନିର୍ମାତା, ଗୋବିନ୍ଦ ଆଜ୍‌ମେରୀ, ତପନଙ୍କୁ ପଚାରିଲେ, କଣ ସେ ଦେବୀ କାଳିଙ୍କ ମୂର୍ତ୍ତି ଗଢିପାରିବେ । ତପନ ଏକ ମୂର୍ତ୍ତି ଗଢିଲେ, ଯଦିଓ ଏହା ପ୍ଲାଷ୍ଟରରେ ନିର୍ମିତ ହୋଇଥିଲା । ତାଙ୍କର ଏହି କୌଶଳ ଦ୍ୱାରା ପ୍ରଭାବିତ ହୋଇ, ଆଜ୍‌ମେରୀ ତାଙ୍କୁ, ଅର୍ଡର୍‌ ପୂରଣ କରିବା ସଂଖ୍ୟା ଆଧାରରେ କଣ୍ଟ୍ରାକ୍ଟରେ କାମ କରିବା ପାଇଁ ରଖିଲେ । ସେହି ସମୟରେ ମୁଁ ଏକାଧିକ ଯୁବକ ମଣ୍ଡଳଗୁଡିକ  ବିଷୟରେ ଜାଣିବାକୁ ପାଇଲି (ଯୁବ ସଂଗଠନ) ଯାହା ଗୋଷ୍ଠୀସ୍ତରରେ ଗଣେଶ ପୂଜା ସଂଗଠିତ କରୁଥିଲେ । ଗୋଟିଏ ମଣ୍ଡଳ ଏକ ପ୍ରସ୍ତାବ ନେଇ ମୋ ନିକଟକୁ ଆସିଲା । ସେମାନେ ମୋତେ ମାଟି, ଘାସ, ବାଉଁଶ ଓ ରଙ୍ଗ ଯୋଗାଇଲେ । ମୁଁ ସେସବୁ ସାମଗ୍ରୀ ବ୍ୟବହାର କରି ମାଣ୍ଡବିସ୍ଥିତ ଦାଣ଼୍ଡିଆ ବଜାରରେ ସେମାନେ ଯୋଗାଇଥିବା ସ୍ଥାନରେ ସେମାନଙ୍କ ପାଇଁ ଏକ ମୂର୍ତ୍ତି ଗଢିଲି,” ବୋଲି କୁହନ୍ତି ।  “୧୯୯୬ରେ, ଭଦୋଦରାରେ ନିର୍ମିତ ହୋଇଥିବା ସବୁଠାରୁ ଉଚ୍ଚ ମୂର୍ତ୍ତି – ୮ ଫୁଟ୍‌- ପାଉଭା ଭାଲା ଗଳିର ଏକ ମଣ୍ଡଳ ପାଇଁ ମୁଁ ତିଆରି କରିଥିଲି ।

୨୦୦୦ ମସିହା ପର୍ଯ୍ୟନ୍ତ, ତପନଙ୍କୁ କାମ ପାଇବା ପାଇଁ ଓ ଉପାର୍ଜନ କରିବା ପାଇଁ ଅନେକ ସଂଘର୍ଷ କରିବାକୁ ପଡିଥିଲା । “ଯେତେବେଳେ ମୁଁ ମାଟି ବ୍ୟବହାର କରୁଥିବା କଥା ଚାରିଆଡେ ପ୍ରଚାରିତ ହୋଇଗଲା, ସେତେବେଳେ କେତେକ ସ୍ଥାନୀୟ କଳାକାରମାନେ ସେହି (ଉଚ୍ଚ) ମାଟି ମୂର୍ତ୍ତିଗୁଡିକ ସହଜରେ ଭାଙ୍ଗିଯାଏ ବୋଲି ଗୁଜବ ପ୍ରଚାର କଲେ,’’ ବୋଲି ତପନ କୁହନ୍ତି । କିନ୍ତୁ ବଙ୍ଗଳାର ମୂର୍ତ୍ତି, ସେ କହିବା ମୁତାବକ, ଅତ୍ୟନ୍ତ ନମନୀୟ – ଯେଉଁଥିରେ କତା ଦଉଡିରେ ବନ୍ଧା ହୋଇଥିବା ଶୁଖିଲା ନଡାକୁ ଆଧାର ଢାଞ୍ଚା ଭାବେ ବ୍ୟବହାର କରାଯାଇଥାଏ । ନଡା ବିଡା ଉପରେ ଚକଟା ହୋଇଥିବା ମାଟିର ପ୍ରଲେପ ଦିଆଯିବା ଯୋଗୁ ଏଥିରେ ଫାଟ ସୃଷ୍ଟି ହୁଏନାହିଁ । ‘‘ବଙ୍ଗଳାରେ ମଧ୍ୟ ଆମେମାନେ ଏହି ସମାନ ପ୍ରଣାଳୀରେ ମୂର୍ତ୍ତି ନିର୍ମାଣ କରିଥାଉ ଓ ମୁଁ କିଛି ନୂଆ କରିବାକୁ ଚେଷ୍ଟା କରୁନାହିଁ, ’’ ବୋଲି ସେ କୁହନ୍ତି ।

material of painting
PHOTO • Aditya Tripathi

ତପନ ମଣ୍ଡଳଙ୍କ କାମ ବଙ୍ଗଳା ସ୍ଥପତିକୁ ପଶ୍ଚିମ ଭାରତର ରଙ୍ଗ ଓ ବୈଶିଷ୍ଟ୍ୟ ସହିତ ଏକାଠି କରି ପରିବେଷଣ କରେ

ଧୀରେ ଧୀରେ ତପନ କାମରେ ସହାୟତା କରିବା ପାଇଁ ଏକ ସହାୟକମାନଙ୍କ ଏକ ଦଳ ଗଢିଲେ ଓ ୨୦୦୨ ମସିହାରେ ସେମାନେ ଅନ୍ୟ କ୍ରେତାମାନଙ୍କ ପାଇଁ ଛୋଟ ଛୋଟ ମୂର୍ତ୍ତି ଗଢିବା ସହିତ ୟୁବକ ମଣ୍ଡଳ ପାଇଁ ୯ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏକ ମୂର୍ତ୍ତି ନିର୍ମାଣ କଲେ । ପିଓପି ବା ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ର ମୂର୍ତ୍ତି ଜଳରେ ବିସର୍ଜନ କରିବା ଦ୍ୱାରା ଜଳ ପ୍ରଦୂଷିତ ହେବା ନେଇ ଚିନ୍ତା ବଢିବା ଯୋଗୁଁ ସମୟକ୍ରମେ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ହେବାକୁ ଲାଗିଲା । ତପନ କୁହନ୍ତି ଯେ ସେ ଓ ତାଙ୍କର ସହକର୍ମୀମାନେ କେବଳ କଲିକତାର ଗଙ୍ଗା ନଦୀ କୂଳର ମାଟିକୁ ମୂର୍ତ୍ତି ନିର୍ମାଣ କରିବା ପାଇଁ ବ୍ୟବହାର କରିଥାନ୍ତି । “ପ୍ରତିବର୍ଷ ଦିପାବଳି ପରେ ମୁଁ ହାୱଡା ଯାଏ ଓ ଟ୍ରକ୍‌ରେ ଲୋଡ୍‌ କରି ମାଟି ଏଠାକୁ ଆଣେ । ତେବେ ବେଳେବେଳେ ମାଟି ସରିଗଲେ ଆମେ ଭାବନଗର (ଗୁଜୁରାଟ)ରୁ ମାଟି ଆଣିଥାଉ । କିନ୍ତୁ ଗଙ୍ଗା ମିଟ୍ଟି  ହେଉଛି ସବୁଠାରୁ ଚିକ୍କଣ କିଷମର ମାଟି ଓ ଏହା ଦ୍ୱାରା ମୂର୍ତ୍ତିର ପୃଷ୍ଠ ସମତଳ ହୋଇଥାଏ । ଏହାକୁ ପବିତ୍ର ବୋଲି ମଧ୍ୟ ବିବେଚନା କରାଯଆଏ ।

ବର୍ତ୍ତମାନ ତପନ କରୁଥିବା କାମ ହେଉଛି ବଙ୍ଗଳା ଓ  ପଶ୍ଚିମ ଭାରତର ମୂର୍ତ୍ତି–ନିର୍ମାଣ ଶୈଳୀର ମିଶ୍ରଣ । ତେବେ ବଙ୍ଗଳା ପରମ୍ପରା ଠାରୁ ଭିନ୍ନ, ଏଠାରେ ଗଣପତିଙ୍କ ଆଖିର ଆକାର ଛୋଟ ରଖାଯାଏ । ସେ ଆକ୍ରାଲିକ୍‌ ଓ ୱାଟର୍‌ ବେସ୍‌ଡ୍‌ କଲର୍‌ ବ୍ୟବହାର କରନ୍ତି, ଯାହା ବଙ୍ଗଳାରେ କେତେକ ମୂର୍ତ୍ତି ନିର୍ମାଣକାରୀ ବ୍ୟବହାର କରୁଥିବା ପ୍ରାକୃତିକ ରଙ୍ଗଠାରୁ ଅଲଗା ହୋଇଥାଏ । ତପନଙ୍କ କର୍ମଶାଳାରେ ଗଢା ଯାଇଥିବା ମୂର୍ତ୍ତିଗୁଡିକୁ ପ୍ରାୟତଃ ମର୍‌ହଟ୍ଟା ଶାସନ କାଳରେ ପେଶୱାମାନଙ୍କ ସମୟରେ ବ୍ୟବହାର କରାଯାଉଥିବା ଆଭୂଷଣ ସହିତ ସାମଞ୍ଜସ୍ୟ ଥିବା ଆଭୂଷଣରେ ସଜାଯାଏ ।

An artist decorating an idol
PHOTO • Aditya Tripathi
An artist decorating an idol
PHOTO • Aditya Tripathi

ଶତୀଶ ପର୍ମାର, ମଣ୍ଡଳଙ୍କ କର୍ମଶାଳାରେ କାମ କରୁଥିବା ଜଣେ ଶ୍ରମିକ, ଯିଏ ମୂର୍ତ୍ତିଗୁଡିକୁ ସଜାଇ ଥାନ୍ତି: ବଙ୍ଗାଳି କାରିଗରମାନେ ପ୍ରାୟତଃ ମରହଟ୍ଟା ପେଶୱାମାନଙ୍କ ଆଭୂଷଣ ସହିତ ସାମଞ୍ଜସ୍ୟ ଥିବା ଆଭୂଷଣରେ ସଜାଇଥାନ୍ତି ।

ତପନଙ୍କ ଭାଇ ସ୍ୱପନ, ୩୮, ଯିଏ ତାଙ୍କ ବାପା ଓ ଭାଇ ଭଦୋଦରାକୁ ଆସିବାର ବହୁଦିନ ପରେ ଏଠାକୁ ଆସିଥିଲେ, ସେ କର୍ମଶାଳାରେ ସମନ୍ୱୟ ରକ୍ଷାକରିବା କାମ କରିଥାନ୍ତି । “ମୁଁ ଅଷ୍ଟମ ଶ୍ରେଣୀ ପରେ ଆମ ଗ୍ରାମ ବିଦ୍ୟାଳୟ ଛାଡିଦେଲି, କାରଣ, ଏଥିରେ ମୋର ଆଗ୍ରହ ଥିଲା । କଳା ଅଭ୍ୟାସ କରିବାକୁ କାହାରିକୁ କୌଣସି ଡିଗ୍ରୀର ଆବଶ୍ୟକତା ନାହିଁ,’’ ବୋଲି ସେ କୁହନ୍ତି । ଉଲ୍‌ବେରିଆ ତହସିଲ୍‌ର  ପ୍ରାୟ ୧୫ କାରିଗର, ସର୍ବାଧିକ ବ୍ୟବସାୟ ହେବା ସମୟରେ ମଣ୍ଡଳ ଭାଇମାନଙ୍କ ସହିତ କାମ କରିଥାନ୍ତି। ଏହି ସମୟରେ ଜଣେ ଜଣେ ମାସିକ ୯,୦୦୦ ଟଙ୍କା ଉପାର୍ଜନ କରିବା ସହିତ ଗଣପତି ଉତ୍ସବ ପୂର୍ବରୁ ଦୁଇ ମାସ ପର୍ଯ୍ୟନ୍ତ ଖାଇବାକୁ ଖାଦ୍ୟ ମଧ୍ୟ ପାଇଥାନ୍ତି – ତାପରେ ସେମାନେ ଘରକୁ ଫେରି କୃଷି ଶ୍ରମିକ, ଘର ପେଣ୍ଟ କରୁଥିବା ଶ୍ରମିକ, ନାମମାତ୍ର ଚାଷୀ ଭାବେ କାମ କରିଥାନ୍ତି ବା ଅନ୍ୟ ପନ୍ଥା ଅବଲମ୍ବନ କରିଥାନ୍ତି ।

ସେମାନଙ୍କ ମଧ୍ୟରୁ କେତେଜଣ ତପନଠାରୁ ମୂର୍ତ୍ତି ଗଢିବାର କଳା ଶିଖି ସାରିଲେଣି । କେତେଜଣ ପୂର୍ବୁରୁ ଏହି କୌଶଳ ଜାଣିଥିଲେ। ସେମାନଙ୍କ ମଧ୍ୟରେ ରହିଛନ୍ତି ୬୦ ବର୍ଷ ବୟସ୍କ ମନୋରଞ୍ଜନ କର୍ମାକର ଓ ତାଙ୍କର ୪୦ ବର୍ଷର ପୁତୁରା ଶ୍ୟାମଳ କର୍ମାକର, ଉଭୟ କୁଲଗଚିଆରୁ ଆସିଛନ୍ତି । ଗ୍ରାମରେ ସେମାନଙ୍କର ଏକ ମୂର୍ତ୍ତି ଗଢିବା କର୍ମଶାଳା ରହିଛି । ମୁଁ ଯେତେବେଳେ ସେମାନଙ୍କୁ ଭେଟିଲି, ସେତେବେଳେ ସେମାନେ ଗଣେଶ ଚତୁର୍ଥୀ ପରେ ସେପ୍ଟେମ୍ବର ୧୩ରେ ଫେରିଯିବାକୁ ଯୋଜନା କରୁଥିଲେ । “ଏହି ସମୟରେ ବଙ୍ଗଳାରେ ଆମ ପାଇଁ କିଛି କାମ ନଥାଏ, ଏଣୁ ଗଣେଶ ଉତ୍ସବ ପୂର୍ବରୁ ଆମେ ଦୁଇ ମାସ ପାଇଁ ଏଠାକୁ ଆସିଥାଉ,” ବୋଲି ମନୋରଞ୍ଜନ କୁହନ୍ତି । “ଏହିପରି ଭାବେ ଆମେ ଅଧିକ କିଛି ଅର୍ଥ ଉପାର୍ଜନ କରିବା ପାଇଁ ମଧ୍ୟ ସୁଯୋଗ ପାଇଥାଉ । କେବଳ ଚାଷ ଉପରେ ନିର୍ଭର କରି କିଏ ରହିପାରିବ?’’

Swapan Mondal, Tapan's brother, who coordinates the workshop, says, 'To practice art, no one needs a degree'
PHOTO • Aditya Tripathi
sculpture of rat
PHOTO • Aditya Tripathi

ସ୍ୱପନ ମଣ୍ଡଳ, ତପନଙ୍କ ଭାଇ, ଯିଏ କର୍ମଶାଳାରେ ସମନ୍ୱୟ ରକ୍ଷା କରନ୍ତି, କୁହନ୍ତି, ‘କଳା ଅଭ୍ୟାସ କରିବା ପାଇଁ କୌଣସି ଡିଗ୍ରୀର ଆବଶ୍ୟକତା ନାହିଁ’ ।

କମଳା ଛକ ଗ୍ରାମର ଗଣେଶ ଦାସ, ୩୫, ଯିଏ ମାଟିର ପାଖୁଡା ଡିଜାଇନ୍‌ କରିବା ଓ ଆଭୂଷଣ କରିବାରେ ଧ୍ୟାନ କେନ୍ଦ୍ରିତ କରିଥାନ୍ତି, କୁହନ୍ତି, “ମୁଁ ଘରେ କାଶିଦ୍‌କାରୀ (ସୂକ୍ଷ୍ମ ଛୁଞ୍ଚି କାମ) କରୁଥିଲି । ମୁଁ ଏହି କଳା ବିଷୟରେ ଜାଣିବାକୁ ପାଇବା ପରେ, ମୁଁ ୨୦୧୫ରେ ଏଠାକୁ ଆସିଲି । ମୁଁ ତପନ ଦାଦାଙ୍କଠାରୁ ଏହା ଶିଖିଲି ।

ମଣ୍ଡଳଙ୍କ କର୍ମଶାଳାରେ କମଳା ଛକରୁ ଆସି କାମ କରୁଥିବା ଶ୍ରମିକମାନଙ୍କ ମଧ୍ୟରେ, ଗୋଟିଏ ଦଳରେ ରୁଇଦାସ ସମ୍ପ୍ରଦାୟ – ଏକ ତଫସିଲ୍‌ ଭୁକ୍ତ ଜାତି-ର ଲୋକମାନେ ମଧ୍ୟ ଅଛନ୍ତି । ରବିରାମ ରୁଇଦାସ, ବୟସ ୫୦, ନିଜ ଗ୍ରାମରେ ବେଳେବେଳେ ଦିନ ମଜୁରିଆ ଭାବେ କାମ କରିବା ପାଇଁ ସୁଯୋଗ ପାଇଥାନ୍ତି: ତାଙ୍କ ଉପରେ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ ଭରଣପୋଷଣର ଦାୟିତ୍ୱ ରହିଛି । “ଏଠାରେ ମୁଁ ଭଲ ଉପାର୍ଜନ କରେ,” ବୋଲି ସେ କୁହନ୍ତି । ଅର୍ଜୁନ ରୁଇଦାସ, ୪୦, ମଧ୍ୟ ତାଙ୍କ ଗ୍ରାମରେ ଜଣେ ଦିନ ମଜୁରିଆ ଭାବେ କାମ କରିଥାନ୍ତି ବା କାମ ବନ୍ଦ ଥିବା ସମୟରେ କାମ ଖୋଜିବା ପାଇଁ ଦିଲ୍ଲୀ ଯାଆନ୍ତି । ସେ ବାହାଘର ବେଣ୍ଡରେ କୀବୋର୍ଡ ମଧ୍ୟ ବଜାଇଥାନ୍ତି ବୋଲି କୁହନ୍ତି । “ଶୁଭ କାର୍ଯ୍ୟରେ ଢୋଲକ୍‌ ବଜେଇବା ହେଉଛି ଆମର ପାରମ୍ପରିକ ବୃତ୍ତି । କିନ୍ତ ସବୁ ସମୟରେ ଆମେ ସେଥିରୁ ଅର୍ଥ ଉପାର୍ଜନ କରିବା ସମ୍ଭବ ନୁହେଁ । ଆମ ଗ୍ରାମ ଭଳି ଏକ ଛୋଟ ଗ୍ରାମରେ, ଆମେ କିଭଳି ଭାବେ ବାରମ୍ବାର ବାହାଘର କାର୍ଯ୍ୟ ଅନୁଷ୍ଠିତ ହେବା ଆଶା କରିପାରିବୁ …ଓ ଅନ୍ୟ ଗ୍ରାମର ବେଣ୍ଡଗୁଡିକରେ ବାହାର ଲୋକମାନଙ୍କ ପାଇଁ କୌଣସି ସ୍ଥାନ ନାହିଁ ।’’

praparing pandal and making ganpati idol
PHOTO • Aditya Tripathi

ଅରୁଣ ରୁଇଦାସ (ବାମ ଉପର) ପୂର୍ଣ୍ଣ ଭାବେ ଗଢା ହୋଇଥିବା ଏକ ମୂର୍ତ୍ତି ଧରିଛନ୍ତି, ଯେତେବେଳେକି ରବିରାମ ରୁଇଦାସ (ଡାହାଣ ଉପର) ଟିକିଏ ବିରତି ନେଇଛନ୍ତି: ଅଜିତ ରୁଇଦାସ (ବାମ) ଓ ନବ ରୁଇଦାସ (ଡାହାଣ, ପଛ ପାଖରେ) ଗଣପତି ଉତ୍ସବ ପ୍ରସ୍ତୁତି ଚରମରେ ଥିବା ବେଳେ  କର୍ମଶାଳାର ପରିସର ବୃଦ୍ଧି କରିବା ପାଇଁ –ବାଉଁଶ ଭାଡି ତିଆରି କରିଥାନ୍ତି ଓ ଭାଙ୍ଗିଥାନ୍ତି ।

ନବ ରୁଇଦାସ, ଯିଏ ସମସ୍ତ ମୂର୍ତ୍ତି ବିକ୍ରି ହୋଇ ସାରିବା ପରେ, ରାସ୍ତାର ଆରପାଖରେ ଥିବା ଭାଡି ଭାଙ୍ଗିବା ପାଇଁ ବାଉଁଶ ସବୁ ବାହାର କରିଥାନ୍ତି,, ସେ ସମସ୍ତ କାରିଗରଙ୍କ ପାଖକୁ ଆବଶ୍ୟକ ରଙ୍ଗ ଯୋଗାଇବା କାମ କରନ୍ତି, ମୂର୍ତ୍ତି ଘୂଞ୍ଚାନ୍ତି, ମାଟି ଚକଟନ୍ତି । ସେ କୁହନ୍ତି, “ଆମେ ରୁଇଦାସ ସମ୍ପ୍ରଦାୟର ଲୋକମାନେ ବିଭିନ୍ନ ପ୍ରକାରର ବାଦ୍ୟ ବଜାଇଥାଉ। ମୁଁ ବଂଶୁରୀୟା (ବଇଂଶୀ) ବଜାଇଥାଏ । କିନ୍ତୁ ଏବେ ବଂଶୁରୀୟା  ବଜେଇବା ପରିବର୍ତ୍ତେ ମୁଁ ବଣରେ ବୁଲୁଛି (ବାଉଁଶ)।’’

ମଣ୍ଡଳ ପରିବାରକୁ ଏବେ ଆଉ ପୂର୍ବପରି ସଂଘର୍ଷ କରିବାକୁ ପଡୁନାହିଁ ଓ ପରିବାରର ଆର୍ଥିକ ଅବସ୍ଥା ବର୍ତ୍ତମାନ ସ୍ୱଚ୍ଛଳ ଅଛି । ତପନ ଓ ତାଙ୍କ ସ୍ତ୍ରୀ ମାମୋନି ଓ ସେମାନଙ୍କର ତିନି ଝିଅ ସମସ୍ତେ ବର୍ତ୍ତମାନ ଭଦୋଦରାରେ ରହୁଛନ୍ତି, ସେମାନଙ୍କ ସହିତ ତାଙ୍କ ଭାଇ ସପନ ଓ ତାଙ୍କ ପରିବାର ମଧ୍ୟ ରହୁଛନ୍ତି । ତପନଙ୍କ ବଡ ଝିଅ ତମନା, ୧୭, ୧୨ଶ ଶ୍ରେଣୀରେ ପଢୁଛି ଓ ସେ ଜଣେ ସର୍ଜନ୍‌ ହେବାକୁ ଚାହୁଁଛି । ଅନିମା ୬ଷ୍ଠ ଶ୍ରେଣୀରେ  ଓ ସବାସାନ ଝିଅ କିଣ୍ଡର୍‌ଗାର୍ଟେନ୍‌ରେ ପଢନ୍ତି । ଏହି କାମକୁ ସେମାନେ ଆଗକୁ ଜାରି ରଖିପାରିବେ କି ନାହିଁ, ସେ ନେଇ ତପନ ଦ୍ୱନ୍ଦରେ ଅଛନ୍ତ । “ଏହା ଏକ କଷ୍ଟକର କଳା,’’ ବୋଲି ସେ କର୍ମଶାଳା ସାମନାରେ ଠିଆ ହୋଇ କୁହନ୍ତି । “କେହିଜଣେ ଏହାକୁ ବଞ୍ଚେଇ ରଖିବାକୁ ହେବ ’’।

“ ପରିଶେଷରେ, ଯୁବ ମଣ୍ଡଳର  ଚିନ୍ତନ ଗାନ୍ଧିଙ୍କ କହିବା ଅନୁଯାୟୀ  ସେମାନେ ୨୦୧୫ରୁ ଲଗାତାର ଏଠାରୁ ମୂର୍ତ୍ତି କିଣୁଛନ୍ତି ।  ବର୍ତ୍ତମାନ ଆନ୍ନାଙ୍କ ମୂର୍ତ୍ତି ମଧ୍ୟ ଏକ ବ୍ରାଣ୍ଡରେ ପରିଣତ ହୋଇଯାଇଛି ।

People welcoming ganpati
PHOTO • Aditya Tripathi

ଆଦିତ୍ୟ ତ୍ରିପାଠୀ ହେଉଛନ୍ତି ଗୁଜୁରାଟର ଭଦୋଦରାରେ କାର୍ଯ୍ୟରତ ଜଣେ ଫଟୋଗ୍ରାଫର୍‌ । ସେ ଗେଟ୍ଟି ଇମେଜ୍‌ ଓ ସଟର୍‌ଷ୍ଟକ୍‌କୁ ଫଟୋ ଦେଇଥାନ୍ତି, ଓ ଗଗୁଲ୍‌ ମ୍ୟାପ୍‌ ପାଇଁ ଜଣେ ସ୍ଥାନୀୟ ଗାଇଡ୍‌ ଫଟୋଗ୍ରାଫର୍‌ ଭାବେ ମଧ୍ୟ କାମ କରନ୍ତି । ସେ ମହାରାଜା ଶିବାଜୀରାଓ ବିଶ୍ୱବିଦ୍ୟାଳୟ, ବରୋଦାରେ ବିଏସ୍‌ସି ପଦାର୍ଥ ବିଜ୍ଞାନର  ଛାତ୍ର ।

ଅନୁବାଦ: ଓଡ଼ିଶାଲାଇଭ୍‍

Ujjawal Krishnam

उज्ज्वल कृष्णम साल 2018 में बड़ौदा में स्थित महाराजा सयाजीराव विश्वविद्यालय के भौतिकी विभाग में शोधकर्ता रह चुके हैं. वह पूर्व में एकेडेमिया.एडु और विकिप्रोजेक्ट्स के संपादक थे, और उन्होंने गेटी इमेजेज़ में अपना योगदान दिया. वह भारतीय राजनीति और न्यायशास्त्र पर लिखते भी रहे हैं.

की अन्य स्टोरी Ujjawal Krishnam
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE