ପିଲାଦିନରୁ ସେ ଲମ୍ବା ଧାଡ଼ିରେ ଅପେକ୍ଷା କରିବାରେ ଅଭ୍ୟସ୍ତ – ପାଣି କଳ ପାଖରେ, ସ୍କୁଲ୍‌ରେ, ମନ୍ଦିରରେ, ରାସନ ଦୋକାନରେ, ବସ୍‌ ଷ୍ଟପ୍‌ରେ, ସରକାରୀ କାର୍ଯ୍ୟାଳୟ ବାହାରେ। ସାଧାରଣତଃ ତାଙ୍କୁ ପ୍ରଥମେ ସୁବିଧା ପାଇବାକୁ ଥିବା ମୁଖ୍ୟ ଧାଡ଼ିଠାରୁ ଟିକେ ଦୂରରେ ଏକ ଭିନ୍ନ ଧାଡ଼ିରେ ଛିଡ଼ା କରାଯାଏ। ସେ ମଧ୍ୟ ନିରାଶା ସହ ଅଭ୍ୟସ୍ତ ଥିଲେ ଯାହା ସାଧାରଣତଃ ତାଙ୍କୁ ସ୍ୱାଗତ କରେ ଯେତେବେଳେ ତାଙ୍କର ପାଳି ଆସେ। କିନ୍ତୁ ଆଜି ଶ୍ମଶାନ ବାହାରେ ସେ ଏହାକୁ ଆଉ ଅଧିକ ସହ୍ୟ କରିପାରିବେ ନାହିଁ। ସେ ତାଙ୍କର ଶରୀରକୁ ସେଠାରେ ତାଙ୍କ ପଡ଼ୋଶୀ ନିଜାମ୍‌ ଭାଇଙ୍କ ଅଟୋରେ ଛାଡ଼ି ଘରକୁ ଫେରି ଆସିବାକୁ ଚାହୁଁଥିଲେ।

ସେ ଭାବୁଥିଲେ ଅଳ୍ପ କିଛି ଦିନ ପୂର୍ବରୁ ଯେତେବେଳେ ଭିଖୁ ତାଙ୍କ ବୃଦ୍ଧା ମାଆଙ୍କ ଶରୀର ନେଇକରି ଆସିଥିଲେ ସେତେବେଳେ ଏହି ଧାଡ଼ି କେତେ ଲମ୍ବା ଥିଲା । ଏହା ନୁହେଁ ଯେ କେବଳ ତାଙ୍କ ମାଆଙ୍କର ମୃତ୍ୟୁ ତାଙ୍କୁ ଭାଙ୍ଗି ଦେଇଥିଲା; ସେ ଭିଖୁର ଆତ୍ମା ଅନେକ ପୂର୍ବରୁ ଭାଙ୍ଗିରୁଜି ଯାଇଥିବା ଦେଖିଥିଲେ, ତାଙ୍କ ନିଜର ଲୋକମାନେ ଅର୍ଥ ବିନା, ଖାଦ୍ୟ ବିନା, କାର୍ଯ୍ୟ ବିନା, ମାଲିକ ସେମାନଙ୍କ ବକେୟା ପାଉଣା ପାଇବା ପାଇଁ ମାସ ମାସ ଲକ୍ଷ୍ୟହୀନ ଭାବରେ କ୍ଷୋଭ କରିବା, ଉପଯୁକ୍ତ ଅର୍ଥ ଦେଉଥିବା କିଛି କାମ ପାଇବା ପାଇଁ ସଂଘର୍ଷ କରିବା ଏବଂ ରୋଗ ସେମାନଙ୍କୁ ଗିଳି ଦେବା ପୂର୍ବରୁ ଋଣରେ ଚାପି ହୋଇଯିବାର ଯନ୍ତ୍ରଣା ଦେଖି ଦେଖି । ଏହି ନିର୍ଦ୍ଦୟ ରୋଗ ବୋଧହୁଏ ସେମାନଙ୍କ ବୋଝ ପାଇଁ ବରଦାନ ଥିଲା, ସେ ଏହା ଭାବୁଥିଲେ କି । ଯେ ପର୍ଯ୍ୟନ୍ତ…

ସେହି ବିଶେଷ ଇଞ୍ଜେକ୍ସନ୍‌ ତାଙ୍କୁ ବଞ୍ଚାଇ ଥାଆନ୍ତା କି? ତାଙ୍କ କଲୋନୀ ନିକଟରେ ଥିବା ଘରୋଇ କ୍ଲିନିକ୍‌ର ଡାକ୍ତର ଏହା ଦେବାକୁ ପ୍ରସ୍ତୁତ ଥିଲେ, ଯଦି ସେମାନେ ଏଥିପାଇଁ ଯୋଗାଡ଼ କରିପାରିବେ । ସେ ଜାଣିଥିଲେ ସେ ଆହୁରି ଚେଷ୍ଟା କରିପାରିଥାନ୍ତେ, କ’ଣ ହେଲା ଯଦି ଧାଡ଼ିଗୁଡ଼ିକ ଖୁବ୍‌ ଲମ୍ବା ଥିଲା ଏବଂ ଶେଷରେ କୌଣସି ଭାଗ୍ୟ ନଥିଲା, ଡାକ୍ତରଖାନାରୁ କିଟ୍‌ଗୁଡ଼ିକ ସରିଯାଇଥିଲା । ସେମାନେ କହିଲେ ପରଦିନ ଚେଷ୍ଟା କର । ନିଶ୍ଚୟ ସେ କରିପାରିଥାଆନ୍ତେ ? ନିଜାମ୍‌ ଭାଇ ଦୀର୍ଘ ଶ୍ୱାସ ସହିତ କହିଲେ, ‘‘ମୁଁ କେତେକ ସ୍ଥାନ ଜାଣିଛି ଯେଉଁଠାରେ ଆପଣ ଏହା ନଗଦ ୫୦,୦୦୦ରେ ପାଇପାରିବେ ।’’ ସେହି ଅର୍ଥର ଗୋଟିଏ ଭାଗ ମଧ୍ୟ ଯୋଗାଡ଼ କରିବା ପାଇଁ ସେ କୁଆଡ଼େ ଯାଇଥିଲେ ? ସେ କାମ ବନ୍ଦ କରିଥିବା ଦିନଗୁଡ଼ିକ ପାଇଁ ମେମ୍‌ସାହେବ୍‌ ତାଙ୍କ ଦରମା କାଟିଥିଲେ, ତାଙ୍କ ପାଉଣା ଉପରେ ଅଗ୍ରିମ ଦେବାର ପ୍ରଶ୍ନ କାହିଁ ।

ତାଙ୍କ ଶରୀର ଚୁଲା ପରି ଗରମ ଥିଲା ଏବଂ ରାତି ଅଧରେ ଯେତେବେଳେ ସେ ଶେଷରେ ତାଙ୍କୁ ନିଜାମ ଭାଇଙ୍କ ଅଟୋକୁ ନେଲେ ସେ ନିଶ୍ୱାସ ନେବାକୁ ସଂଘର୍ଷ କରୁଥିଲେ । ଯେତେବେଳେ ସେ ୧୦୮କୁ ଡାକିଲେ ସେମାନେ କହିଲେ ଦୁଇରୁ ତିନି ଘଣ୍ଟା ସମୟ ଲାଗିବ ଏବଂ ଏହା ସହିତ କୌଣସି ସ୍ଥାନରେ କୌଣସି ଶଯ୍ୟା ନଥିଲା । ସରକାରୀ ଡାକ୍ତରଖାନା ବାହାରେ ଧାଡ଼ି ଆହୁରି ଲମ୍ବା ଥିଲା । ଏହି ଅପେକ୍ଷା ଆହୁରି ଲମ୍ବା ହୋଇଥାଆନ୍ତା କାରଣ ସେ ଏକ ଘରୋଇ ଅଟୋରେ ଥିଲେ, ତାଙ୍କୁ କୁହାଗଲା। ସେତେବେଳକୁ ସେ ତାଙ୍କ ଆଖିକୁ ଖୁବ୍‌ କମ୍‌ ଖୋଲୁଥିଲେ। ସେ ତାଙ୍କ ହାତକୁ ଧରିଲେ, ତାଙ୍କ ପିଠି ଏବଂ ଛାତି ଆଉଁଶିଲେ, କିଛି ଢ଼ୋକ ପାଣି ନେବାକୁ ବାଧ୍ୟ କଲେ, ସେମାନେ ତିନି ଜଣ ଯାକ ଅସରନ୍ତି ଭାବରେ, ବିନା ନିଦ, ବିନା ଖାଦ୍ୟରେ ଅଧା ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବା ସମୟରେ ଧୈର୍ଯ୍ୟ ଧରିବାକୁ କହୁଥିଲେ, ସେତେବେଳେ ସେ ଶେଷରେ ହାରିଗଲେ, ତାଙ୍କ ପାଳି ଆସିବାର ଦୁଇ ଜଣ ରୋଗୀଙ୍କ ପୂର୍ବରୁ ।

ତଥାପି ଶ୍ମଶାନରେ ଆଉ ଏକ ଧାଡ଼ି ଥିଲା…

ସୁଧନ୍ୱା ଦେଶପାଣ୍ଡେ କବିତା ଆବୃତି କରିବା ଶୁଣନ୍ତୁ

ମୋକ୍ଷ

ଉଧାରରେ ନେଇଥିବା ଏହି ନିଃଶ୍ୱାସ ଫେରାଇ ନିଅ
ତୁମର ଜୀବନ ପାଇଁ ମୋହରେ ଏହାକୁ ହଜେଇ ଦିଅ
ଯାଅ, ଉପତ୍ୟକାରେ ହଜିଯାଅ
ତୁମ ନିବୁଜ ଆଖି ପଛରେ, ଘୋର ଅନ୍ଧକାର
ଆଲୁଅ ପାଇଁ ଅଳି କର ନାହିଁ।
ଜୀବନ ପାଇଁ ତୁମର ଏହି ଇଚ୍ଛା
ତୁମ ବାଷ୍ପ ରୁଦ୍ଧ କୋହ ପରି
ରାତିର ନିରବତା ଚିରି ଯାଉଥିବା ଆମ୍ବୁଲାନ୍ସର
ଅସ୍ଥିର ଚିତ୍କାର ଭିତରେ ବୋହିଯିବାକୁ ଦିଅ
ଆମ ଚାରି ପାଖରେ ପବିତ୍ର ମନ୍ତ୍ର ପରି
ପ୍ରତିଧ୍ୱନିତ ହେଉଥିବା ବିଳାପ ଭିତରେ ମିଶି ଯିବାକୁ ଦିଅ।

ରାସ୍ତାରେ ବ୍ୟାପି ଯାଇଥିବା
ଏହି ଭାରି, ନିର୍ଜନ, ସଂତପ୍ତ
ଏକାକୀପଣରେ ତୁମର କାନକୁ
ଜୋର କରି ବନ୍ଦ କରି ନିଅ ।
ତୁଳସୀ ଶୁଖି ଯାଇଛି
ଏହା ବଦଳରେ
ତୁମ ପ୍ରେମର ନାରାୟଣୀ ନାମକୁ
ଜିଭ ଉପରେ ରଖି ଦିଅ
ଆଉ ସ୍ମୃତିର ଉଜ୍ଜ୍ୱଳ ଗଙ୍ଗାଜଳ ସହ
ଏହାକୁ ଢୋକି ଦିଅ ।

ତୁମର ଶରୀରକୁ ଲୁହରେ ଧୋଇ ନିଅ
ସ୍ୱପ୍ନର ଚନ୍ଦନକୁ ଏହା ଉପରେ ଢାଳି ଦିଅ
ଜୋଡି ହୋଇଥିବା ପାପୁଲିକୁ ଛାତି ଉପରେ ରଖ
ଆଉ ନିଜକୁ ମୋଟା ଧଳା
ଦୁର୍ଭାଗ୍ୟରେ ଘୋଡେଇ ଦିଅ
ଶୋଇ ଯିବା ବେଳେ ସେହି ଆଖିରେ
ପ୍ରେମର ଏକ ଛୋଟ ଝୁଲକୁ ରଖିବାକୁ ଦିଅ
ଆଉ ତୁମର ଶେଷ ଅଦମ୍ୟ ଦୀର୍ଘଶ୍ୱାସକୁ
ସେହି ଫମ୍ପା ଶରୀର ଭିତରେ ଥିବା
ଜୀବନକୁ ପ୍ରଜ୍ଜ୍ୱଳିତ କରିବାକୁ ଦିଅ
ଯାହା ନିଆଁକୁ ଅପେକ୍ଷା କରି କରି
ଏବେ ପାଳ ଗଦା ପାଲଟି ଯାଇଛି,
ଆଜି ତୁମର ଚିତାକୁ ନିଆଁ ଦିଅ ଏବଂ ଅପେକ୍ଷା କର
ଲେଲିହାନ ଶିଖା ତୁମକୁ ଘେରେଇ ନେବା ପାଇଁ ।


ଅଡିଓ : ସୁଧନ୍ୱା ଦେଶପାଣ୍ଡେ ହେଉଛନ୍ତି ଜଣେ କଳାକାର ଏବଂ ଜନନାଟ୍ୟ ମଞ୍ଚର ନିର୍ଦ୍ଦେଶକ ଏବଂ ଲେଫ୍‌ଟୱାର୍ଡ ବୁକ୍ସର ଜଣେ ସମ୍ପାଦକ ।

ଅନୁବାଦ: ଓଡ଼ିଶାଲାଇଭ୍‍

Pratishtha Pandya

प्रतिष्ठा पांड्या, पारी में बतौर वरिष्ठ संपादक कार्यरत हैं, और पारी के रचनात्मक लेखन अनुभाग का नेतृत्व करती हैं. वह पारी’भाषा टीम की सदस्य हैं और गुजराती में कहानियों का अनुवाद व संपादन करती हैं. प्रतिष्ठा गुजराती और अंग्रेज़ी भाषा की कवि भी हैं.

की अन्य स्टोरी Pratishtha Pandya
Illustration : Labani Jangi

लाबनी जंगी साल 2020 की पारी फ़ेलो हैं. वह पश्चिम बंगाल के नदिया ज़िले की एक कुशल पेंटर हैं, और उन्होंने इसकी कोई औपचारिक शिक्षा नहीं हासिल की है. लाबनी, कोलकाता के 'सेंटर फ़ॉर स्टडीज़ इन सोशल साइंसेज़' से मज़दूरों के पलायन के मुद्दे पर पीएचडी लिख रही हैं.

की अन्य स्टोरी Labani Jangi
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE