ମୌସୁମୀର ପ୍ରଥମ ବର୍ଷା ସବୁବେଳେ ସାନିଆ ମୁଲ୍ଲାନୀଙ୍କୁ ତାଙ୍କ ଜନ୍ମ ଦିନ ସହ ଜଡ଼ିତ ଏକ ଭବିଷ୍ୟବାଣୀ ସମ୍ପର୍କରେ ସ୍ମରଣ କରାଇ ଦେଇଥାଏ।

୨୦୦୫ ଜୁଲାଇ ମାସରେ ଏକ ପ୍ରଳୟଙ୍କରୀ ବନ୍ୟା ଆସି ମହାରାଷ୍ଟ୍ରରେ ୧,୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ୨୦ ନିୟୁତ ଲୋକ ପ୍ରଭାବିତ ହୋଇଥିଲେ, ଏହାର ଗୋଟିଏ ସପ୍ତାହ ପରେ ତାଙ୍କର ଜନ୍ମ ହୋଇଥିଲା। ‘‘ସେ ବନ୍ୟା ସମୟରେ ଜନ୍ମ ନେଇଛି; ଜୀବନର ଅଧିକାଂଶ ସମୟ ସେ ବନ୍ୟାରେ ବିତାଇବ,’’ ଲୋକମାନେ ତାଙ୍କର ମାତାପିତାଙ୍କୁ କହିଥିଲେ।

୨୦୨୨ ଜୁଲାଇ ମାସର ପ୍ରଥମ ସପ୍ତାହରେ ଯେତେବେଳେ ପ୍ରବଳ ବର୍ଷା ଆରମ୍ଭ ହେଲା ୧୭ ବର୍ଷୀୟା ସାନିଆଙ୍କର ପୁଣିଥରେ ସେହି କଥା ମନେ ପଡ଼ିଥିଲା। ‘‘ ପାନି ବଢ଼ତ ଚଲେ [ଜଳସ୍ତର ବଢ଼ି ଚାଲିଛି] ବୋଲି ଯେତେବେଳେ ମୁଁ ଶୁଣେ, ଆଉ ଏକ ବନ୍ୟା ଭୟ ମୋତେ ଘାରିଥାଏ,’’ ମହାରାଷ୍ଟ୍ର କୋହ୍ଲାପୁର ଜିଲ୍ଲା ଅନ୍ତର୍ଗତ ହଟକାଙ୍ଗଲେ ତାଲୁକାର ଭିଣ୍ଡେୱାଡ଼େ ଗାଁର ବାସିନ୍ଦା ସାନିଆ କୁହନ୍ତି। ଏହି ଗାଁ ଏବଂ ଏହାର ୪,୬୮୬ ଜଣ ବାସିନ୍ଦା ୨୦୧୯ ପରଠାରୁ ଦୁଇଟି ବିନାଶକାରୀ ବନ୍ୟା ଦେଖିସାରିଲେଣି।

‘‘୨୦୧୯ ଅଗଷ୍ଟ ମାସର ବନ୍ୟାରେ, ମାତ୍ର ୨୪ ଘଣ୍ଟା ମଧ୍ୟରେ ଆମ ଘର ଭିତରେ ଜଳସ୍ତର ସାତ ଫୁଟ ପର୍ଯ୍ୟନ୍ତ ବଢ଼ିଯାଇଥିଲା,’’ ସାନିଆ ସେଦିନ କଥା ମନେ ପକାଇ କୁହନ୍ତି। ସେମାନଙ୍କ ଘର ଭିତରେ ପାଣି ପଶିବା ମାତ୍ରେ ମୁଲ୍ଲାନୀ ପରିବାର ସୁରକ୍ଷିତ ଭାବେ ବାହାରି ଯିବାକୁ ସକ୍ଷମ ହୋଇଥିଲେ, କିନ୍ତୁ ସେହି ଘଟଣା ସାନିଆଙ୍କୁ ଖୁବ୍‌ ମାନସିକ ଆଘାତ ଦେଇଥିଲା।

୨୦୨୧ ଜୁଲାଇ ମାସରେ ପୁଣିଥରେ ଗାଁକୁ ବନ୍ୟା ଆସିଥିଲା। ଏଥର, ଗାଁ ବାହାରେ ଥିବା ଏକ ରିଲିଫ ଆଶ୍ରୟସ୍ଥଳୀରେ ଏହି ପରିବାର ତିନି ସପ୍ତାହ ପାଇଁ ରହିଥିଲେ, ଗାଁ କର୍ତ୍ତୃପକ୍ଷଙ୍କ ଦ୍ୱାରା ସୁରକ୍ଷିତ ଘୋଷଣା କରାଯିବା ପରେ ଯାଇ ସେମାନେ ଘରକୁ ଫେରିଥିଲେ।

ଟାଏକୋଣ୍ଡୋ ଚାମ୍ପିଅନ ସାନିଆଙ୍କର ବ୍ଲାକବେଲ୍ଟ ପାଇବା ପାଇଁ ପ୍ରଶିକ୍ଷଣ ୨୦୧୯ ବନ୍ୟା ପରଠାରୁ ବାଧାପ୍ରାପ୍ତ ହୋଇଛି। ଗତ ତିନି ବର୍ଷ ଧରି ତାଙ୍କ ଭିତରେ ଥକ୍କାପଣ, ଅସ୍ଥିରତା, ବିରକ୍ତି ଭାବନା ଓ ଭୟ ବୃଦ୍ଧି ଭଳି ସମସ୍ୟା ଦେଖା ଦେଇଛି। ‘‘ମୁଁ ମୋ ପ୍ରଶିକ୍ଷଣରେ ମନୋନିବେଶ କରିପାରୁ ନାହିଁ,’’ ସେ କୁହନ୍ତି। ‘‘ମୋ ପ୍ରଶିକ୍ଷଣ ଏବେ ବର୍ଷା ଉପରେ ନିର୍ଭରଶୀଳ ହୋଇଯାଇଛି।’’

Saniya Mullani (centre), 17, prepares for a Taekwondo training session in Kolhapur’s Bhendavade village
PHOTO • Sanket Jain
The floods of 2019 and 2021, which devastated her village and her home, have left her deeply traumatised and unable to focus on her training
PHOTO • Sanket Jain

ବାମ : କୋହ୍ଲାପୁରର ଭିଣ୍ଡେୱାଡ଼େ ଗାଁରେ ଟାଏକୋଣ୍ଡୋ ପ୍ରଶିକ୍ଷଣ ଅଧିବେଶନ ପାଇଁ ପ୍ରସ୍ତୁତ ହେଉଛନ୍ତି ସାନିଆ ମୁଲ୍ଲାନୀ ( ମଝି ) ଡାହାଣ : ୨୦୧୯ ଏବଂ ୨୦୨୧ର ବନ୍ୟା ତାଙ୍କ ଗାଁ ଓ ଘରକୁ ନଷ୍ଟ କରି ଦେଇଥିଲା , ଏହା ତାଙ୍କୁ ଗଭୀର ଆଘାତ ଦେଇଛି ଏବଂ ସେ ତାଲିମରେ ମନୋନିବେଶ କରିବାରେ ଅସମର୍ଥ ହୋଇପଡ଼ିଛନ୍ତି

Young sportswomen from agrarian families are grappling with mental health issues linked to the various impacts of the climate crisis on their lives, including increased financial distress caused by crop loss, mounting debts, and lack of nutrition, among others
PHOTO • Sanket Jain

ଚାଷୀ ପରିବାରର ଯୁବ ମହିଳା କ୍ରୀଡ଼ାବିତମାନେ ବିଭିନ୍ନ ପ୍ରକାରର ମାନସିକ ସ୍ୱାସ୍ଥ୍ୟ ସମସ୍ୟା ସହ ସଂଘର୍ଷ କରୁଛନ୍ତି ସେମାନଙ୍କ ଜୀବନ ଉପରେ ଜଳବାୟୁ ସଙ୍କଟର ବିଭିନ୍ନ ପ୍ରଭାବ , ଫସଲ ହାନି କାରଣରୁ ଦେଖା ଦେଇଥିବା ଆର୍ଥିକ ସମସ୍ୟା , ବର୍ଦ୍ଧିତ ଋଣବୋଝ ଏବଂ ପୋଷଣ ଅଭାବ ଆଦି ଏହି ସମସ୍ୟାର କାରଣ

ଏ ଲକ୍ଷଣ ଆରମ୍ଭ ହେବା ସମୟରେ, ସେ ଭାବିଥିଲେ ସମୟ ବିତିବା ସହିତ ସବୁ ଠିକ୍‌ ହୋଇଯିବ। ଯେତେବେଳେ ତାହା ଘଟିଲା ନାହିଁ, ସେ ଜଣେ ଘରୋଇ ଡାକ୍ତରଙ୍କ ସହ ପରାମର୍ଶ କଲେ। ୨୦୧୯ ଅଗଷ୍ଟଠାରୁ ସେ ଅତିକମ୍‌ରେ ୨୦ ଥର ଡାକ୍ତରଙ୍କୁ ଦେଖା କରିଛନ୍ତି, କିନ୍ତୁ ମୁଣ୍ଡ ବୁଲାଇବା, ଥକ୍କାପଣ, ଶରୀରରେ ଯନ୍ତ୍ରଣା, ବାରମ୍ବାର ଜ୍ୱର ହେବା, ମାନସିକ ଭାବେ ଏକାଗ୍ର ହୋଇନପାରିବା ଏବଂ କ୍ରମାଗତ ଭାବେ ଏକ ପ୍ରକାର ‘‘ମାନସିକ ଚାପ ଓ ଅବସାଦ’’ ଭଳି ଅନୁଭବ ଛାଡ଼ି ଗଲା ନାହିଁ।

‘‘ବର୍ତ୍ତମାନ, ଡାକ୍ତରଙ୍କ ପାଖକୁ ଯିବା ସମ୍ପର୍କରେ ଚିନ୍ତା କରିବା ମଧ୍ୟ ଏକ ଦୁଃସ୍ୱପ୍ନ ଭଳି ଲାଗିଥାଏ,’’ ସେ କୁହନ୍ତି। ‘‘ଥରେ ଜଣେ ଘରୋଇ ଡାକ୍ତରଙ୍କ ପାଖକୁ ଗଲେ ୧୦୦ ଟଙ୍କା ଦେବାକୁ ପଡ଼ିଥାଏ; ତା’ପରେ ଔଷଧ ଖର୍ଚ୍ଚ ଅଛି, ଏହାଛଡ଼ା କେତେକ ପରୀକ୍ଷା କରାଇ ଆଣି ପୁଣିଥରେ ଦେଖାଇବାକୁ କୁହାଯାଏ,’’ ସେ କୁହନ୍ତି। ‘‘ଯଦି ସାଲାଇନ ଲାଗିବା ଆବଶ୍ୟକ ହେଲା ତା’ହେଲେ ଆମକୁ ଗୋଟିଏ ବୋତଲ ପାଇଁ ୫୦୦ ଟଙ୍କା ଖର୍ଚ୍ଚ କରିବାକୁ ହୋଇଥାଏ।’’

ଯେତେବେଳେ ଡାକ୍ତରଙ୍କ ପରାମର୍ଶ କୌଣସି ସହାୟକ ହେଲା ନାହିଁ, ତାଙ୍କର ଜଣେ ବନ୍ଧୁ ଆଉ ଏକ ସମାଧାନ ବିଷୟରେ କହିଲେ: ‘‘ ଗାପ୍ପ ଟ୍ରେନିଂ କରାୟାଚା [ଚୁପଚାପ ତୁମେ ତାଲିମ ନେବାକୁ ଯାଅ].” ତାହା ଆଦୌ ସହାୟକ ହେଲା ନାହିଁ। ନିଜର ହତାଶା ସମ୍ପର୍କରେ ସେ ଯେତେବେଳେ ଡାକ୍ତରଙ୍କୁ କହିଲେ, ସେ ସହଜରେ ତାଙ୍କୁ ଉତ୍ତର ଦେଲେ, ‘‘ଚିନ୍ତା କର ନାହିଁ।’’ ବୋଧହୁଏ ଏହି ପରାମର୍ଶକୁ ମାନିବା ସାନିଆଙ୍କ ପାଇଁ ସବୁଠୁ କଷ୍ଟକର କାମ ଥିଲା। କାରଣ ପରବର୍ତ୍ତୀ ବର୍ଷାର ସ୍ଥିତି କ’ଣ ହେବ ଏବଂ ଏହା ତାଙ୍କ ପରିବାର ଉପରେ କିଭଳି ପ୍ରଭାବ ପକାଇବ ତା’କୁ ନେଇ ସେ ଅନିଶ୍ଚିତତା ମଧ୍ୟରେ ରହିଥିଲେ।

ସାନିଆଙ୍କ ବାପା, ଜାଭେଦଙ୍କର ଗୋଟିଏ ଏକର ଜମି ରହିଛି। ୨୦୧୯ରୁ ୨୦୨୧ ମଧ୍ୟରେ ହୋଇଥିବା ବନ୍ୟାରେ ସେ ୧ ଲକ୍ଷ କିଲୋଗ୍ରାମରୁ ଅଧିକ ଆଖୁ ହରାଇଛନ୍ତି। ୨୦୨୨ରେ ମଧ୍ୟ ପ୍ରବଳ ବର୍ଷା ଏବଂ ୱର୍ଣ୍ଣା ନଦୀରେ ଆସିଥିବା ବନ୍ୟା ତାଙ୍କର ଅଧିକାଂଶ ଫସଲ ନଷ୍ଟ କରି ଦେଇଛି।

‘‘୨୦୧୯ ବନ୍ୟା ପରଠାରୁ, ଆପଣ ଯେଉଁ ଫସଲ ବୁଣିଛନ୍ତି ତାହା ଅମଳ ହେବ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ। ଏଠାକାର ପ୍ରତ୍ୟେକ ଚାଷୀଙ୍କୁ ଅତିକମ୍‌ରେ ଦୁଇ ଥର ଫସଲ ବୁଣିବାକୁ ପଡ଼ୁଛି,’’ ଜାଭେଦ କୁହନ୍ତି। ଏହା ସାଧାରଣତଃ ଉତ୍ପାଦନ ଖର୍ଚ୍ଚକୁ ଦୁଇ ଗୁଣ ବଢ଼ାଇ ଦେଇଥାଏ, ଅନ୍ୟପଟେ ବେଳେବେଳେ କିଛି ଅମଳ ହୁଏ ନାହିଁ, ଫଳରେ କୃଷି ଏକ ଅଣସ୍ଥାୟୀ ବେଉସାରେ ପରିଣତ ହୋଇଯାଏ।

The floods of 2019 destroyed sugarcane fields (left) and harvested tomatoes (right) in Khochi, a village adjacent to Bhendavade in Kolhapur district
PHOTO • Sanket Jain
The floods of 2019 destroyed sugarcane fields (left) and harvested tomatoes (right) in Khochi, a village adjacent to Bhendavade in Kolhapur district
PHOTO • Sanket Jain

୨୦୧୯ରେ ଆସିଥିବା ବନ୍ୟା କୋହ୍ଲାପୁର ଜିଲ୍ଲା ଭିଣ୍ଡେୱାଡ଼େ ନିକଟବର୍ତ୍ତୀ ଖୋଚି ଗାଁରେ ଆଖୁ କ୍ଷେତ ( ବାମ ) ଏବଂ ବିଲାତି ବାଇଗଣ ଚାଷ ଉଜାଡ଼ି ଦେଇଛି ( ଡାହାଣ )

ଗୋଟିଏ ମାତ୍ର ମାର୍ଗ ହେଉଛି ଘରୋଇ ସାହୁକାରଙ୍କଠାରୁ ଅତ୍ୟଧିକ ସୁଧ ଦରରେ ଋଣ ଆଣିବା, ଯାହାକି ଆର୍ଥିକ ଚାପକୁ ବହୁଗୁଣିତ କରି ଦେଇଥାଏ। ‘‘ମାସିକ ଋଣ ପରିଶୋଧ ତାରିଖ ଆସିବା ବେଳକୁ, ଆପଣ ଦେଖିବେ ବହୁ ସଂଖ୍ୟାରେ ଲୋକ ଡାକ୍ତରଖାନାକୁ ଦୌଡ଼ୁଛନ୍ତି, ଏହା କେବଳ ମାନସିକ ଚାପ କାରଣରୁ ହୋଇଥାଏ,’’ ସାନିଆ କୁହନ୍ତି।

ବର୍ଦ୍ଧିତ ଋଣ ବୋଝ ଏବଂ ଆଉ ଏକ ବନ୍ୟାର ଭୟ ଅଧିକାଂଶ ସମୟରେ ସାନିଆଙ୍କୁ ଚିନ୍ତିତ କରିଥାଏ।

‘‘ସାଧାରଣତଃ, ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ ପରେ, ଲୋକମାନେ ସେମାନଙ୍କର ଲକ୍ଷ୍ୟ ହାସଲ କରିବା ଲାଗି ଆବଶ୍ୟକ ପ୍ରୟାସ କରିବାରେ ସକ୍ଷମ ହୁଅନ୍ତି ନାହିଁ। ସେମାନେ ଚାହିଁନଥାନ୍ତି ବୋଲି ନୁହେଁ; ବରଂ ସେମାନେ ଏପରି କରିବା ପାଇଁ ସମର୍ଥ ହୋଇନଥାନ୍ତି,’’ ଏହା କୁହନ୍ତି କୋହ୍ଲାପୁରରେ ଅବସ୍ଥାପିତ ମାନସିକ ରୋଗ ଚିକିତ୍ସା ବିଶେଷଜ୍ଞ ଶାଲମଲି ରଣମଲେ କାକାଡ଼େ। ‘‘ଘଟଣାକ୍ରମେ ଏହା ଅସହାୟତା, ନିରାଶା ଏବଂ ଅନ୍ୟାନ୍ୟ ଦୁଃଖ ଭାବନାକୁ ଜନ୍ମ ଦେଇଥାଏ, ଯାହା ସେମାନଙ୍କ ମାନସିକତାକୁ ପ୍ରଭାବିତ କରେ ଏବଂ ଭୟ ବୃଦ୍ଧି କରିଥାଏ।’’

ଜଳବାୟୁ ପରିବର୍ତ୍ତନ ଉପରେ ଗଠିତ ମିଳିତ ଜାତିସଂଘ ଆନ୍ତଃସରକାରୀ ପ୍ୟାନେଲ (ଆଇପିସିସି) ପ୍ରଥମ ଥର ପାଇଁ ଏହା ଉଲ୍ଲେଖ କରିଛି ଯେ ଜଳବାୟୁ ପରିବର୍ତ୍ତନର ଗମ୍ଭୀର ପ୍ରଭାବ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ : ‘‘ମୂଲ୍ୟାଙ୍କନ କରାଯାଇଥିବା ସବୁ କ୍ଷେତ୍ରରେ ବିଶ୍ଵ ଉତ୍ତାପ ଅଧିକ ବଢ଼ିବା କାରଣରୁ ଭୟ ଓ ଚିନ୍ତା ସମେତ ବିଭିନ୍ନ ପ୍ରକାରର ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ଶିଶୁ, କିଶୋର, ବୟସ୍କ ଏବଂ ପୂର୍ବରୁ ଅସୁସ୍ଥ ଥିବା ଲୋକମାନେ ଏଥିରେ ବିଶେଷ ଭାବେ ପ୍ରଭାବିତ ହୋଇପାରନ୍ତି।’’

*****

୨୦୨୧ର ବନ୍ୟା ଐଶ୍ୱର୍ଯ୍ୟା ବିରାଜଦର (୧୮)ଙ୍କ ଆଖି ସାମ୍ନାରେ ତାଙ୍କ ସ୍ୱପ୍ନକୁ ଭସାଇ ନେଲା।

ବନ୍ୟା ପାଣି ଛାଡ଼ିବା ପରେ, ଭିଣ୍ଡେୱାଡ଼େର ଏହି ଦୌଡ଼ାଳୀ ଏବଂ ଟାଏକୋଣ୍ଡୋ ଚାମ୍ପିଅନଙ୍କୁ ଘର ସଫା କରିବା ଲାଗି ୧୫ ଦିନ ଧରି ୧୦୦ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ‘‘ଘରୁ ଦୁର୍ଗନ୍ଧ ଗଲା ନାହିଁ; କାନ୍ଥଗୁଡ଼ିକ ଏମିତି ଦେଖା ଯାଉଥିଲା ଯେମିତି ଯେକୌଣସି ସମୟରେ ଭୁଶୁଡ଼ି ପଡ଼ିବ,’’ ସେ କୁହନ୍ତି।

ଜୀବନ ସ୍ୱାଭାବିକ ଅବସ୍ଥାକୁ ଫେରିବା ଲାଗି ପାଖାପାଖି ୪୫ ଦିନ ଲାଗିଲା। ‘‘ଯଦି ଆପଣ ଗୋଟିଏ ଦିନ ତାଲିମ ନେବା ଛାଡ଼ି ଦେବେ ତା’ହେଲେ ଆପଣଙ୍କୁ ଭଲ ଲାଗିବ ନାହିଁ,’’ ସେ କୁହନ୍ତି। ୪୫ ଦିନର ତାଲିମ ହରାଇବାର ଅର୍ଥ ହେଉଛି ଏହାକୁ ପାଇବା ଲାଗି ତାଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିଲା। ‘‘(କିନ୍ତୁ) ମୋର ଶକ୍ତି କମି ଯାଇଥିଲା, କାରଣ ଅଧା ପେଟ ଖାଇ ଆମକୁ ଦୁଇ ଗୁଣା ତାଲିମ ନେବାକୁ ହେଉଥିଲା। ଏହା ସ୍ଥାୟୀ ନୁହେଁ ଏବଂ ଏହା ଦ୍ୱାରା ଅଧିକ ଚାପ ସୃଷ୍ଟି ହେଉଥିଲା,’’ ସେ କୁହନ୍ତି।

Sprinter and Taekwondo champion Aishwarya Birajdar (seated behind in the first photo) started experiencing heightened anxiety after the floods of 2021. She often skips her training sessions to help her family with chores on the farm and frequently makes do with one meal a day as the family struggles to make ends meet
PHOTO • Sanket Jain
Sprinter and Taekwondo champion Aishwarya Birajdar (seated behind in the first photo) started experiencing heightened anxiety after the floods of 2021. She often skips her training sessions to help her family with chores on the farm and frequently makes do with one meal a day as the family struggles to make ends meet
PHOTO • Sanket Jain

ଦୌଡ଼ା ଳି ଏବଂ ଟାଏକୋଣ୍ଡୋ ଚାମ୍ପିଅନ ଐଶ୍ୱର୍ଯ୍ୟା ବିରାଜଦାର ( ପ୍ରଥମ ଫଟୋରେ ପଛରେ ବସିଥିବା ) ଙ୍କୁ ୨୦୨୧ ବନ୍ୟା ପରେ ଅତ୍ୟଧିକ ଚିନ୍ତା ଅନୁଭୂତ ହେଲା। ସେ ଅଧିକାଂଶ ସମୟରେ ନିଜ ପ୍ରଶିକ୍ଷଣ ଅଧିବେଶନକୁ ଛାଡ଼ି ଦେଇଥାନ୍ତି ଯାହାଫଳରେ ସେ ନିଜ ପରିବାର ଲୋକମାନଙ୍କୁ ଚାଷ କାମରେ ସହାୟତା କରିପାରିବେ ଏବଂ ଅଧିକାଂଶ ସମୟରେ ଦିନକୁ ଗୋଟିଏ ଥର ଖାଦ୍ୟ ଖାଆନ୍ତି ଏହାର କାରଣ ହେଉଛି ତାଙ୍କ ପରିବାରକୁ ନିଜର ଆବଶ୍ୟକତାକୁ ପୂରଣ କରିବା ଲାଗି ସଂଘର୍ଷ କରିବା ଲାଗି ପଡ଼ିଥାଏ

ବନ୍ୟା ଛାଡ଼ିବା ପରେ ଗାଁରେ ସ୍ୱାଭାବିକ ସ୍ଥିତି ଫେରିନଥିବା କାରଣରୁ ତିନି ମାସ ପର୍ଯ୍ୟନ୍ତ ସାନିଆ ଏବଂ ଐଶ୍ୱର୍ଯ୍ୟାଙ୍କ ମାତାପିତା କୌଣସି କାମ ପାଇଲେ ନାହିଁ। ଜାଭେଦ ଚାଷରେ କ୍ଷତି ସହୁଥିବାରୁ ତାହାକୁ ଭରଣା କରିବା ଲାଗି ରାଜମିସ୍ତ୍ରୀ ଭାବେ କାମ କରି ରୋଜଗାର କରିଥାନ୍ତି, କିନ୍ତୁ ସବୁ ନିର୍ମାଣ କାମ ବନ୍ଦ ରହିଥିବା କାରଣରୁ ତାଙ୍କୁ ଯଥେଷ୍ଟ କାମ ମିଳିଲା ନାହିଁ। ଚାଷ ଜମି ଜଳମଗ୍ନ ହୋଇ ରହିବା ଫଳରେ ଭାଗ ଚାଷୀ ଏବଂ କୃଷି ଶ୍ରମିକ ଭାବେ କାମ କରୁଥିବା ଐଶ୍ୱର୍ଯ୍ୟାଙ୍କ ମାତାପିତାଙ୍କୁ ମଧ୍ୟ ଏଭଳି କିଛି ଅନୁଭବର ସମ୍ମୁଖିନ ହେବାକୁ ପଡ଼ିଲା।

ଋଣ ବୋଝ ଏବଂ ତାହା ଉପରେ ବଢ଼ୁଥିବା ସୁଧ ଏହି ପରିବାରର ଲୋକମାନଙ୍କୁ ଖାଦ୍ୟ କମାଇବାକୁ ବାଧ୍ୟ କଲା - ଐଶ୍ୱର୍ଯ୍ୟା ଏବଂ ସାନିଆ ଚାରି ମାସ ପର୍ଯ୍ୟନ୍ତ ଦିନକୁ କେବଳ ଗୋଟିଏ ବେଳା ଖାଉଥିଲେ ଏବଂ ଦିନେ ଦିନେ ସେମାନେ ସମ୍ପୂର୍ଣ୍ଣ ଉପବାସରେ ରହୁଥିଲେ।

ମାତାପିତାଙ୍କୁ ସେମାନଙ୍କର ଆବଶ୍ୟକତା ପୂରଣରେ ସହାୟତା କରିବା ଲାଗି କେତେ ଦିନ ଯେ ଏହି ଯୁବ ମହିଳା କ୍ରୀଡ଼ାବିତଙ୍କୁ ଉପବାସରେ ଶୋଇବାକୁ ପଡ଼ିଛି ତାହା ଗଣିବା ମୁସ୍କିଲ। ଏସବୁ ଅଭାବ ସ୍ୱାଭାବିକ ଭାବେ ସେମାନଙ୍କର ପ୍ରଶିକ୍ଷଣ ଓ ପ୍ରଦର୍ଶନକୁ ପ୍ରଭାବିତ କଲା। ‘‘ମୋ ଶରୀର ଆଉ କଠିନ ବ୍ୟାୟାମ ସହିବା ଲାଗି ସମର୍ଥ ହେଉ ନାହିଁ,’’ ସାନିଆ କୁହନ୍ତି।

ଐଶ୍ୱର୍ଯ୍ୟା ଏବଂ ସାନିଆ ଯେତେବେଳେ ପ୍ରଥମ ଥର ପାଇଁ ମାନସିକ ଚିନ୍ତା ଅନୁଭବ କଲେ, ସେମାନେ ଏହାକୁ ସେତେଟା ଗମ୍ଭୀରତାର ସହ ଗ୍ରହଣ କଲେ ନାହିଁ। କିନ୍ତୁ ଏହି ସମସ୍ୟା ଅନ୍ୟ କ୍ରୀଡ଼ାବିତଙ୍କଠାରେ ପ୍ରାୟତଃ ଦେଖା ଦେଉଥିବା ଜାଣିବା ପରେ ସେମାନେ ଚକିତ ହୋଇଥିଲେ। ‘‘ଆମର ସବୁ ବନ୍ୟା ପ୍ରଭାବିତ କ୍ରୀଡ଼ାବିତ ବନ୍ଧୁମାନେ ସମାନ (ଲକ୍ଷଣ) ଅନୁଭବ କରୁଥିବା କହିଥିଲେ,’’ ଐଶ୍ୱର୍ଯ୍ୟା କୁହନ୍ତି। ‘‘ଏହା ମୋ ଭିତରେ ଏତେ ମାନସିକ ଚାପ ସୃଷ୍ଟି କଲା ଯେ ମୁଁ ହତାଶ ଅନୁଭବ କରୁଥିଲି,’’ ସାନିଆ କୁହନ୍ତି।

‘‘୨୦୨୦ ପରଠାରୁ ଆମେ ଦେଖି ଆସିଛୁ ଯେ, ପ୍ରାୟ ଜୁନ୍‌ ମାସ ବେଳକୁ ପ୍ରଥମ ବୃଷ୍ଟିପାତ ପରେ ଲୋକମାନେ ବନ୍ୟା ଭୟରେ ରହୁଛନ୍ତି,’’ ହଟକନାଙ୍ଗଲେ ତାଲୁକାର ଚିକିତ୍ସା ଅଧିକାରୀ ଡାକ୍ତର ପ୍ରସାଦ ଦତାର କୁହନ୍ତି। ‘‘ଏହି ବନ୍ୟାର କୌଣସି ସମାଧାନ ନଥିବାରୁ ଭୟ ଦିନକୁ ଦିନ ବଢ଼ିବାରେ ଲାଗିଛି, ଫଳରେ ଏହା ଜଟିଳ ଅସୁସ୍ଥତା ସୃଷ୍ଟି କରୁଛି ଏବଂ ଲୋକମାନଙ୍କର ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଛି।’’

ଡାକ୍ତର ପ୍ରସାଦ ୨୦୨୧ ପର୍ଯ୍ୟନ୍ତ ଗୋଟିଏ ଦଶନ୍ଧି ଧରି ଶିରୋଲ ତାଲୁକାର ୫୪ଟି ଗାଁରେ କାର୍ଯ୍ୟ କରିଛନ୍ତି, ବନ୍ୟା ପରେ ସେ ସ୍ଥାନୀୟ ଅଞ୍ଚଳରେ ଚିକିତ୍ସା ସେବା ଯୋଗାଇ ଦେଇଥାନ୍ତି। ‘‘କେତେକ ମାମଲାରେ (ବନ୍ୟା ପରେ), ମାନସିକ ଚାପ ଏତେ ମାତ୍ରାରେ ବଢ଼ିଯାଇଥାଏ ଯେ ଅଧିକାଂଶ ଲୋକଙ୍କଠାରେ ଉଚ୍ଚ ରକ୍ତଚାପ କିମ୍ବା ଅନ୍ୟ ମାନସିକ ଅସୁସ୍ଥତା ଦେଖା ଦେଇଥାଏ।’’

Shirol was one of the worst affected talukas in Kolhapur during the floods of 2019 and 2021
PHOTO • Sanket Jain

୨୦୧୯ ଏବଂ ୨୦୨୧ ବନ୍ୟାରେ କୋହ୍ଲାପୁରର ସବୁଠୁ ଗମ୍ଭୀର ଭାବେ ପ୍ରଭାବିତ ତାଲୁକା ମଧ୍ୟରେ ଶିରୋଲ ଥିଲା ଅନ୍ୟତମ

Flood water in the village of Udgaon in Kolhapur’s Shirol taluka . Incessant and heavy rains mean that the fields remain submerged and inaccessible for several days, making it impossible to carry out any work
PHOTO • Sanket Jain

କୋହ୍ଲାପୁରର ଶିରୋଲ ତାଲୁକା ରେ ଥିବା ଉଦଗାଓଁ ଗ୍ରାମରେ ବନ୍ୟା ଜଳ ପ୍ରବଳ ବର୍ଷା ଲାଗି ରହିବା କାରଣରୁ ଚାଷ ଜମି ବୁଡ଼ିଯାଏ ଏବଂ ଅନେକ ଦିନ ପର୍ଯ୍ୟନ୍ତ ଅପହଞ୍ଚ ହୋଇ ରହିଥାଏ , କୌଣସି କାମ କରିବା ଅସମ୍ଭବ ହୋଇପଡ଼େ

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣର ତଥ୍ୟ ଅନୁଯାୟୀ ୨୦୧୫ରୁ ୨୦୨୦ ମଧ୍ୟରେ କୋହ୍ଲାପୁର ଜିଲ୍ଲାରେ ପ୍ରାପ୍ତବୟସ୍କ ମହିଳା (୧୫-୪୯ ବର୍ଷ)ଙ୍କ ମଧ୍ୟରେ ୭୨ ପ୍ରତିଶତ ଉଚ୍ଚ ରକ୍ତଚାପ ମାମଲା ବୃଦ୍ଧି ପାଇଛି। ୨୦୧୮ ମସିହାରେ କର୍ଣ୍ଣାଟକର କୋଡ଼ଗୁ ଜିଲ୍ଲାରେ ଆସିଥିବା ବନ୍ୟା ଦ୍ୱାରା ପ୍ରଭାବିତ ୧୭୧ ଜଣ ଲୋକଙ୍କୁ ନେଇ କରାଯାଇଥିବା ଏକ ଅଧ୍ୟୟନ ରୁ ଜଣାପଡ଼ିଥିଲା ଯେ ସେମାନଙ୍କ ମଧ୍ୟରୁ ୬୬.୭ ପ୍ରତିଶତ ଲୋକଙ୍କଠାରେ ଅବସାଦ, ଶାରୀରିକ ବିକାର, ମାଦକ ଦ୍ରବ୍ୟ ସେବନ, ନିଦ୍ରାହୀନତା ଏବଂ ଭୟ ଭଳି ଲକ୍ଷଣ ଦେଖା ଦେଇଛି।

ଆଉ ଏକ ଅଧ୍ୟୟନରୁ ଜଣାପଡ଼ିଥିଲା ଯେ ୨୦୧୫ ମସିହାରେ ତାମିଲନାଡ଼ୁର ଚେନ୍ନାଇ ଏବଂ କୁଡ୍ଡାଲୋରରେ ଆସିଥିବା ବନ୍ୟା ଦ୍ୱାରା ପ୍ରଭାବିତ ୪୫.୨୯ ପ୍ରତିଶତ ଲୋକଙ୍କଠାରେ ମାନସିକ ଅସୁସ୍ଥତା ଦେଖା ଦେଇଥିଲା; ସର୍ବେକ୍ଷଣରେ ସାମିଲ ହୋଇଥିବା ୨୨୩ ଜଣ ଲୋକଙ୍କ ମଧ୍ୟରୁ ୧୦୧ ଜଣ ଅବସାଦଗ୍ରସ୍ତ ହୋଇଥିବା ଜଣାପଡ଼ିଥିଲା।

ବିଶାଲ ଚଭନ ଭିଣ୍ଡେୱାଡ଼େରେ ୩୦ ଜଣ ଟାଏକୋଣ୍ଡୋ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ଦେଇଥାନ୍ତି, ସେ ମଧ୍ୟ ଯୁବ କ୍ରୀଡ଼ାବିତଙ୍କ ମଧ୍ୟରେ ସମାନ ଧରଣର ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ପ୍ରଭାବ ଦେଖିଥିବା କୁହନ୍ତି। ‘‘୨୦୧୯ ପରଠାରୁ, ଏଭଳି ଅବସ୍ଥା ପାଇଁ ବହୁସଂଖ୍ୟାରେ ପ୍ରଶିକ୍ଷାର୍ଥୀ ଖେଳିବା ଛାଡ଼ି ଦେଇଛନ୍ତି।’’ ତାଙ୍କ ପାଖରେ ପ୍ରଶିକ୍ଷଣ ନେଉଥିବା ଐଶ୍ୱର୍ଯ୍ୟା ଆଥଲେଟିକ୍ସ ଏବଂ ସାମରିକ କଳା ବା ମାର୍ଶଲ ଆର୍ଟସ୍‌ରେ କ୍ୟାରିଅର କରିବା ଲାଗି ଚିନ୍ତା କରୁଛନ୍ତି।

୨୦୧୯ ବନ୍ୟା ପୂର୍ବରୁ, ଐଶ୍ୱର୍ଯ୍ୟା ତାଙ୍କ ପରିବାରକୁ ୪ ଏକର ଜମିରେ ଆଖୁ ଚାଷ କରିବା ଲାଗି ସାହାଯ୍ୟ କରିଥିଲେ। ‘‘୨୪ ଘଣ୍ଟା ମଧ୍ୟରେ ବନ୍ୟା ପାଣି ଉସାଚା ମୂଲ୍ୟା (ଆଖୁର ବାହିକୀୟ ବିଡ଼ା) ମଧ୍ୟକୁ ପ୍ରବେଶ କରିଥିଲା ଏବଂ ଫସଲକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରି ଦେଇଥିଲା,’’ ସେ କୁହନ୍ତି।

ତାଙ୍କର ମାତାପିତା ଭାଗ ଚାଷୀ ଭାବେ କାମ କରିଥାନ୍ତି ଏବଂ ସେମାନଙ୍କୁ ନିଜ ଉତ୍ପାଦନର ୭୫ ପ୍ରତିଶତ ଜମି ମାଲିକଙ୍କୁ ଦେବାକୁ ପଡ଼ିଥାଏ। ‘‘୨୦୧୯ ଏବଂ ୨୦୨୧ ବନ୍ୟାରେ ସରକାର କୌଣସି କ୍ଷତିପୂରଣ ଦେଲେ ନାହିଁ; ଯଦି ବା କୌଣସି କ୍ଷତିପୂରଣ ମିଳିଲା, ତାହା ଜମି ମାଲିକଙ୍କ ପାଖକୁ ଚାଲିଗଲା,’’ ତାଙ୍କ ବାପା ରାଓସାହେବ (୪୭) କୁହନ୍ତି।

କେବଳ ୨୦୧୯ ବନ୍ୟାରେ ୭.୨ ଲକ୍ଷ ଟଙ୍କାର ୨୪୦,୦୦୦ କିଲୋଗ୍ରାମ ଆଖୁ ଜମିରେ ନଷ୍ଟ ହୋଇଗଲା, ଉଭୟ ରାଓସାହେବ ତାଙ୍କର ପତ୍ନୀ, ଶାରଦା (୪୦)ଙ୍କୁ କୃଷି ଶ୍ରମିକ ଭାବେ ଦୁଇ ଗୁଣା ପରିଶ୍ରମ କରିବାକୁ ପଡ଼ିଲା। ଅଧିକାଂଶ ସମୟରେ, ଐଶ୍ୱର୍ଯ୍ୟା ଦିନକୁ ଦୁଇ ଥର ତାଙ୍କର ଗୃହପାଳିତ ପଶୁଙ୍କୁ ଚରାଇବାକୁ ନେଉଥିଲେ ଏବଂ କ୍ଷୀର ଦୁହୁଁଥିଲେ। ‘‘ବନ୍ୟା ଛାଡ଼ିବାର ଅତି କମ୍‌ରେ ଚାରି ମାସ ପର୍ଯ୍ୟନ୍ତ ଆପଣ କୌଣସି କାମ ପାଇବେ ନାହିଁ,’’ ଶାରଦା କୁହନ୍ତି। ‘‘କାରଣ ଜମି ଶୀଘ୍ର ଶୁଖିନଥାଏ ଏବଂ ମୃତ୍ତିକାର ପୋଷକ ଗୁଣବତ୍ତା ଫେରିବା ପାଇଁ ସମୟ ଲାଗିଥାଏ।’’

Aishwarya, who has to help her tenant-farmer parents on the fields as they struggle to stay afloat, is now considering giving up her plan of pursuing a career in sports
PHOTO • Sanket Jain

ଐଶ୍ୱର୍ଯ୍ୟାଙ୍କୁ ତାଙ୍କର ଭାଗଚାଷୀ ମାତାପିତାଙ୍କୁ ଜମିରେ ସାହାଯ୍ୟ କରିବାକୁ ପଡ଼ୁଛି କାରଣ ସେମାନେ ବଞ୍ଚିବା ଲାଗି ସଂଘର୍ଷ ଜାରି ରଖିଛନ୍ତି , ସେ ବର୍ତ୍ତମାନ କ୍ରୀଡ଼ା କ୍ଷେତ୍ରରେ କ୍ୟାରିଅର କରିବା ଲାଗି ନିଜର ଯୋଜନା ତ୍ୟାଗ କରିବାକୁ ଚାହୁଁଛନ୍ତି

Along with training for Taekwondo and focussing on her academics, Aishwarya spends several hours in the fields to help her family
PHOTO • Sanket Jain
With the floods destroying over 240,000 kilos of sugarcane worth Rs 7.2 lakhs in 2019 alone, Aishwarya's parents Sharada and Raosaheb are forced to double up as agricultural labourers
PHOTO • Sanket Jain

ବାମ : ଟାଏକୋଣ୍ଡୋ ପାଇଁ ପ୍ରଶିକ୍ଷଣ ଏବଂ ପାଠପଢ଼ା ପ୍ରତି ଧ୍ୟାନ ଦେବା ସହିତ ଐଶ୍ୱର୍ଯ୍ୟା ତାଙ୍କର ଚାଷ ଜମିରେ ପରିବାରକୁ ସାହାଯ୍ୟ କରିଥାନ୍ତି ଡାହାଣ : କେବଳ ୨୦୧୯ ବନ୍ୟାରେ ୭ . ୨ ଲକ୍ଷ ଟଙ୍କାର ୨୪୦ , ୦୦୦ କିଲୋଗ୍ରାମ ଆଖୁ ଜମିରେ ନଷ୍ଟ ହୋଇଯିବା ଯୋ ଗୁଁ ଐଶ୍ୱର୍ଯ୍ୟାଙ୍କ ମାତାପିତା ରାଓସାହେବ ଏବଂ ଶାରଦା କୃଷି ଶ୍ରମିକ ଭାବେ ଦୁଇ ଗୁଣା ପରିଶ୍ରମ କରିବାକୁ ପଡ଼ିଥିଲା

ସେହିପରି, ୨୦୨୧ ବନ୍ୟା ସମୟରେ, ରାଓସାହେବଙ୍କର ୬୦୦ କିଲୋଗ୍ରାମରୁ ଅଧିକ ସୋୟାବିନ ନଷ୍ଟ ହୋଇଯାଇଥିଲା, ଏହାର ମୂଲ୍ୟ ପାଖାପାଖି ୪୨,୦୦୦ ଟଙ୍କା ହେବ। ଏତେ ସବୁ କ୍ଷୟକ୍ଷତି ଦେଖିବା ପରେ ଐଶ୍ୱର୍ଯ୍ୟା କ୍ରୀଡ଼ାରେ କ୍ୟାରିଅର କରିବାକୁ ନେଇ ଅନିଶ୍ଚିତ ହୋଇପଡ଼ିଛନ୍ତି। ‘‘ଏବେ, ମୁଁ ପୁଲିସ ପରୀକ୍ଷା ପାଇଁ ଆବେଦନ କରିବା ଲାଗି ଚିନ୍ତା କରୁଛି,’’ ସେ କୁହନ୍ତି। ‘‘କ୍ରୀଡ଼ା ଉପରେ ଭରସା କରିବା ବେଶ ବିପଜ୍ଜନକ, ବିଶେଷ କରି ଏପରି ଏକ ପରିବର୍ତ୍ତିତ ପରିବେଶରେ।’’

‘‘ମୋର ପ୍ରଶିକ୍ଷଣ ସିଧାସଳଖ କୃଷି ସହ ଜଡ଼ିତ,’’ ସେ କୁହନ୍ତି। ଜଳବାୟୁ ପରିବର୍ତ୍ତନ ଜନିତ ଘଟଣା ବଢ଼ିବା କାରଣରୁ ଚାଷ ଏବଂ ଏହା ସହିତ ତାଙ୍କ ପରିବାରର ଜୀବନଜୀବିକା ବିପଦରେ ପଡ଼ିଛି। ତେଣୁ କ୍ରୀଡ଼ାକୁ କ୍ୟାରିଅର କରିବା ନେଇ ଐଶ୍ୱର୍ଯ୍ୟାଙ୍କ ମନରେ ଆଶଙ୍କା ସୃଷ୍ଟି ହେବା ସ୍ୱାଭାବିକ।

‘‘ଯେକୌଣସି (ଜଳବାୟୁ) ବିପର୍ଯ୍ୟୟ ସମୟରେ, ମହିଳା କ୍ରୀଡ଼ାବିତମାନେ ବିଶେଷ ଭାବେ ପ୍ରଭାବିତ ହୋଇଥାନ୍ତି,’’ ଏହା କୁହନ୍ତି କୋହ୍ଲାପୁରର ଅଜ୍ରା ତାଲୁକା ଅନ୍ତର୍ଗତ ପିଠେୱାଡ଼ି ଗ୍ରାମର କ୍ରୀଡ଼ା ପ୍ରଶିକ୍ଷକ ପାଣ୍ଡୁରଙ୍ଗ ତେରାସେ। ‘‘ଅଧିକାଂଶ ପରିବାର ସହଯୋଗୀ ନୁହନ୍ତି ଏବଂ ଯେତେବେଳେ ସେମାନଙ୍କ ଝିଅମାନେ କିଛି ଦିନ ପାଇଁ ପ୍ରଶିକ୍ଷଣ ବନ୍ଦ କରି ଦିଅନ୍ତି, ପରିବାର ଲୋକମାନେ ସେମାନଙ୍କୁ ଖେଳ ଛାଡ଼ି ରୋଜଗାର କରିବାକୁ କୁହନ୍ତି, ଯାହା ସେମାନଙ୍କର ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ।’’

ଏହି ଯୁବ ବର୍ଗଙ୍କ ପାଇଁ କ’ଣ କରାଯାଇପାରିବ ସେ ସମ୍ପର୍କରେ ପଚାରିଲେ, ମାନସିକ ରୋଗ ବିଶେଷଜ୍ଞ କାକାଡ଼େ କୁହନ୍ତି, ‘‘ବ୍ୟବସ୍ଥିତ ଚିକିତ୍ସା ବା ଦୁଃଖ ଦୂର କରିବା ଲାଗି ପରାମର୍ଶ ଦେବା ସମୟରେ ଆମେ ଗ୍ରହଣ କରୁଥିବା ପ୍ରଥମ ପଦକ୍ଷେପ ହେଉଛି – କେବଳ ଶୁଣିବା ଏବଂ ସେମାନଙ୍କୁ ନିଜର ଅନୁଭୂତି ସମ୍ପର୍କରେ କହିବାକୁ ଦେବା। ଯେତେବେଳେ ଲୋକମାନେ ସେମାନଙ୍କ କଷ୍ଟ ବିଷୟରେ କହିବା ଲାଗି ଏକ ମଞ୍ଚ ପାଇଯାଆନ୍ତି, ସେମାନେ ସାମାନ୍ୟ ଆରାମ ଅନୁଭବ କରିଥାନ୍ତି କାରଣ ସେମାନେ ନିଜର ପ୍ରାଥମିକ ସହାୟକ ଦଳକୁ ପାଇଯାଆନ୍ତି, ଯାହାକି ସୁସ୍ଥ ହେବା ପାଇଁ ଦୀର୍ଘସ୍ଥାୟୀ ପ୍ରଭାବ ପକାଇଥାଏ।’’ ଯଦିଓ ବାସ୍ତବତା ହେଉଛି, ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମି ସମ୍ବଳ ଅଭାବ ଏବଂ ଉଚ୍ଚ ଚିକିତ୍ସା ଖର୍ଚ୍ଚ କାରଣରୁ ଲକ୍ଷ ଲକ୍ଷ ଭାରତୀୟ ମାନସିକ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହୋଇଥାନ୍ତି

*****

୨୦୧୯ ବନ୍ୟା ପରେ ଦୀର୍ଘ ଦୂରତାର ଦୌଡ଼ କ୍ରୀଡ଼ାବିତ ସୋନାଲି କାମ୍ବଲେଙ୍କ କ୍ରୀଡ଼ା ଅଭିଳାଷା ଉପରେ ଏକ ଗତିରୋଧ ଛିଡ଼ା ହୋଇଥିଲା। ଏହି ବନ୍ୟା ପରେ ଦେଖାଦେଇଥିବା ବର୍ଦ୍ଧିତ ଆର୍ଥିକ ସଙ୍କଟର ମୁକାବିଲା କରିବା ଲାଗି ସୋନାଲିଙ୍କର ଭୂମିହୀନ କୃଷି ଶ୍ରମିକ ମାତାପିତା ପରିବାର ଚଳାଇବା ଲାଗି ତାଙ୍କର ସହାୟତା ଲୋଡ଼ିଥିଲେ।

‘‘ଆମେ ତିନିଜଣ କାମ କରିବା ସତ୍ତ୍ୱେ, ପରିବାର ଚଳାଇବା ଆମ ପାଇଁ କଷ୍ଟକର ହୋଇପଡ଼ୁଛି,’’ ତାଙ୍କ ବାପା ରାଜେନ୍ଦ୍ର କୁହନ୍ତି। ଲଗାଣ ବର୍ଷା ଯୋଗୁଁ ଚାଷ ଜମି ଜଳମଗ୍ନ ହୋଇଯାଏ ଏବଂ ଦୀର୍ଘଦିନ ପର୍ଯ୍ୟନ୍ତ ଅପହଞ୍ଚ ହୋଇ ରହିଥାଏ, ଏହା ବ୍ୟାପକ ଭାବେ କାର୍ଯ୍ୟ ଦିବସ ହ୍ରାସ କରିଥାଏ। ତେଣୁ କୃଷି କାର୍ଯ୍ୟ ଉପରେ ନିର୍ଭର କରୁଥିବା ପରିବାରର ରୋଜଗାର ହ୍ରାସ ପାଇଥାଏ।

Athletes running 10 kilometres as part of their training in Maharashtra’s flood-affected Ghalwad village
PHOTO • Sanket Jain
An athlete carrying a 200-kilo tyre for her workout
PHOTO • Sanket Jain

ବାମ : ମହାରାଷ୍ଟ୍ରର ବନ୍ୟା ପ୍ରଭାବିତ ଘଲୱାଡ଼ ଗ୍ରାମରେ ସେମାନଙ୍କର ପ୍ରଶିକ୍ଷଣ ସମୟରେ କ୍ରୀଡ଼ାବିତ୍‌ମାନେ ୧୦ କିଲୋମିଟର ଦୌଡ଼ ଅଭ୍ୟାସ କରୁଛନ୍ତି ଡାହାଣ : ଜଣେ କ୍ରୀଡ଼ାବିତ ତାଙ୍କର ଅଭ୍ୟାସ ସମୟରେ ୨୦୦ କିଲୋଗ୍ରାମ ଟାୟାର ଉଠାଉଛନ୍ତି

Athletes in Kolhapur's Ghalwad village working out to build their strength and endurance. Several ASHA workers in the region confirm that a growing number of young sportspersons are suffering from stress and anxiety related to frequent floods and heavy rains
PHOTO • Sanket Jain
Athletes in Kolhapur's Ghalwad village working out to build their strength and endurance. Several ASHA workers in the region confirm that a growing number of young sportspersons are suffering from stress and anxiety related to frequent floods and heavy rains
PHOTO • Sanket Jain

କୋହ୍ଲାପୁରର ଘଲୱାଡ଼ ଗ୍ରାମରେ କ୍ରୀଡ଼ାବିତମାନେ ସେମାନଙ୍କର ସାମର୍ଥ୍ୟ ଓ ସହନଶୀଳତା ବଢ଼ାଇବା ଲାଗି ଅଭ୍ୟାସ କରୁଛନ୍ତି ସ୍ଥାନୀୟ ଅଞ୍ଚଳର ବହୁ ଆଶା କର୍ମୀ ମଧ୍ୟ ଏହା ସ୍ୱୀକାର କରିଥାନ୍ତି ଯେ ବାରମ୍ବାର ବନ୍ୟା ଓ ପ୍ରବଳ ବର୍ଷା କାରଣରୁ ଯୁବ କ୍ରୀଡ଼ାବିତଙ୍କଠାରେ ମାନସିକ ଚାପ ଓ ଭୟ ଭଳି ସମସ୍ୟା ବଢ଼ି ଚାଲିଛି

ଶିରୋଲ ତାଲୁକା ର ଘଲୱାଡ଼ ଗ୍ରାମରେ କାମ୍ବଲେ ପରିବାର ରହିଥାନ୍ତି। ଏଠାରେ ୭ ଘଣ୍ଟା କାମ କରିବା ଲାଗି ମହିଳାଙ୍କୁ ୨୦୦ ଟଙ୍କା ଏବଂ ପୁରୁଷଙ୍କୁ ୨୫୦ ଟଙ୍କା ମଜୁରି ମିଳିଥାଏ। ‘‘କ୍ରୀଡ଼ା ସରଞ୍ଜାମ କିଣିବା ଏବଂ ପ୍ରଶିକ୍ଷଣ ପାଇଁ ଅର୍ଥ ପୈଠ କରିବା କଥା ଛାଡ଼ନ୍ତୁ, ଏତିକି କେବଳ ପରିବାର ଚଳାଇବା ପାଇଁ ଯଥେଷ୍ଟ ହୋଇନଥାଏ,’’ ସୋନାଲି (୨୧) କୁହନ୍ତି।

୨୦୨୧ର ବନ୍ୟା କାମ୍ବଲେ ପରିବାରର ସମସ୍ୟାକୁ ଆହୁରି ବଢ଼ାଇ ଦେଇଥିଲା ଏବଂ ସୋନାଲି ଗଭୀର ମାନସିକ ଅବସାଦର ଶିକାର ହୋଇଥିଲେ। ‘‘୨୦୨୧ରେ, ଆମ ଘର ମାତ୍ର ୨୪ ଘଣ୍ଟା ମଧ୍ୟରେ ବୁଡ଼ି ଯାଇଥିଲା,’’ ସେଦିନ କଥା ମନେ ପକାଇ ସୋନାଲି କୁହନ୍ତି। ‘‘ସେହି ବର୍ଷ ଆମେ ଯେନତେନ ପ୍ରକାରରେ ବନ୍ୟା ପାଣିରୁ ବର୍ତ୍ତିଗଲୁ। କିନ୍ତୁ ଏବେ ଯେତେବେଳେ ଆମେ ଜଳ ସ୍ତର ବଢ଼ିବା ଦେଖୁଛୁ, ପୁଣିଥରେ ବନ୍ୟା ଆସିବା ଆଶଙ୍କାରେ ମୋ ଶରୀରରେ ଯନ୍ତ୍ରଣା ଆରମ୍ଭ ହୋଇଯାଉଛି।’’

୨୦୨୨ ଜୁଲାଇ ମାସରେ ଯେତେବେଳେ ପ୍ରବଳ ବର୍ଷା ଆରମ୍ଭ ହେଲା କ୍ରିଷ୍ଣା ନଦୀରେ ବନ୍ୟା ଆସିବା ନେଇ ଗାଁ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ ବୋଲି ସୋନାଲୀଙ୍କ ମା’ ଶୁଭାଙ୍ଗୀ କୁହନ୍ତି। ସୋନାଲି ତାଙ୍କର ୧୫୦ ମିନିଟର ଦୈନିକ ପ୍ରଶିକ୍ଷଣ ଅଧିବେଶନ ଛାଡ଼ିଲେ ଏବଂ ବନ୍ୟା ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ଖୁବଶୀଘ୍ର ସେ ଗମ୍ଭୀର ମାନସିକ ଚାପର ଶିକାର ହେଲେ ଏବଂ ଡାକ୍ତରଙ୍କୁ ଦେଖାଇବା ପାଇଁ ବାଧ୍ୟ ହେଲେ।

‘‘ପାଣି ଯେତେବେଳେ ବଢ଼ିଲା, ଅଧିକାଂଶ ଲୋକ ସେମାନଙ୍କ ଘର ଛାଡ଼ି ଯିବେ କି ନାହିଁ ସେ ନେଇ ଦ୍ୱନ୍ଦ୍ୱରେ ପଡ଼ିଲେ,’’ ଡାକ୍ତର ପ୍ରସାଦ କୁହନ୍ତି। ‘‘ପରିସ୍ଥିତିକୁ ଆକଳନ କରିବା ଏବଂ ନିଷ୍ପତ୍ତି ନେବା ଲାଗି ସେମାନଙ୍କର ଅସାମର୍ଥ୍ୟ ମାନସିକ ଚାପ ବୃଦ୍ଧି କରିଥାଏ।’’

ଯଦିଓ ପାଣି ଛାଡ଼ିବା ପରେ ସୋନାଲି ସାମାନ୍ୟ ଭଲ ଅନୁଭବ କରିଥାନ୍ତି, ତଥାପି ‘‘ଅନିୟମିତ ପ୍ରଶିକ୍ଷଣ ଯୋଗୁ ମୁଁ ପ୍ରତିଯୋଗିତା ଭାଗ ନେଇ ପାରିବି ନାହିଁ, ଯାହାକି ସବୁବେଳେ ମୋତେ ଚାପଗ୍ରସ୍ତ କରିଥାଏ।’’

କୋହ୍ଲାପୁରର ଗାଁମାନଙ୍କରେ ଅଧିକାଂଶ ମାନ୍ୟତାପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ (ଆଶା) ଏହା ସ୍ୱୀକାର କରିଥାନ୍ତି ଯେ ବାରମ୍ବାର ବନ୍ୟା ଓ ପ୍ରବଳ ବର୍ଷା କାରଣରୁ ଯୁବ କ୍ରୀଡ଼ାବିତଙ୍କଠାରେ ମାନସିକ ଚିନ୍ତା ବଢ଼ାଉଛି। ‘‘ସେମାନେ ଅସହାୟ ଓ ନିରାଶ ହୋଇପଡ଼ୁଛନ୍ତି ଏବଂ ଅନିୟମିତ ବର୍ଷା କାରଣରୁ ସେମାନଙ୍କ ସ୍ଥିତି ଦିନକୁ ଦିନ ଅଧିକ ଖରାପ ହେଉଛି,’’ ଘଲୱାଡ଼ର ଆଶା କର୍ମୀ କଳ୍ପନା କମଲାକର କୁହନ୍ତି।

With the financial losses caused by the floods and her farmer father finding it difficult to find work, Saniya (left) often has no choice but to skip a meal or starve altogether. This has affected her fitness and performance as her body can no longer handle rigorous workouts
PHOTO • Sanket Jain
With the financial losses caused by the floods and her farmer father finding it difficult to find work, Saniya (left) often has no choice but to skip a meal or starve altogether. This has affected her fitness and performance as her body can no longer handle rigorous workouts
PHOTO • Sanket Jain

ବନ୍ୟା ଯୋ ଗୁଁ ଦେଖା ଦେଇଥିବା ଆର୍ଥିକ କ୍ଷତି ଏବଂ ତାଙ୍କ ଚାଷୀ ପିତା କାମ ନପାଇବା କାରଣରୁ , ସାନିଆଙ୍କ ପାଖରେ ଦିନକୁ ଗୋଟିଏ ବେଳା ଖାଇବା ଛାଡ଼ିଦେବା କିମ୍ବା ସମ୍ପୂର୍ଣ୍ଣ ଭାବେ ଉପବାସ ରହିବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନଥିଲା। ଏହା ତାଙ୍କର ଫିଟନେସ ଓ ପ୍ରଦର୍ଶନକୁ ପ୍ରଭାବିତ କରୁଛି କାରଣ ତାଙ୍କ ଶରୀର ଆଉ କଠିନ ବ୍ୟାୟାମ ସହି ପାରୁନାହିଁ

ଐଶ୍ୱର୍ଯ୍ୟା, ସାନିଆ ଏବଂ ସୋନାଲି ସେହି ଚାଷୀ ପରିବାରମାନଙ୍କର ସଦସ୍ୟା ଯେଉଁମାନଙ୍କର ଦୁର୍ଭାଗ୍ୟ କିମ୍ବା ସୌଭାଗ୍ୟ ବର୍ଷା ସହ ନିବିଡ଼ ଭାବେ ଯୋଡ଼ି ହୋଇ ରହିଛି। ସେମାନଙ୍କ ପରିବାର ୨୦୨୨ ଗ୍ରୀଷ୍ମ ଋତୁରେ ଆଖୁ ଚାଷ କରିଥିଲେ।

ଭାରତର ଅଧିକାଂଶ ଭାଗରେ ଚଳିତ ବର୍ଷ ମୌସୁମୀ ବିଳମ୍ବ ହୋଇଥିଲା। ‘‘ମୌସୁମୀ ବିଳମ୍ବ ହେବା ସତ୍ତ୍ୱେ ଆମ ଫସଲ ବଞ୍ଚି ଯାଇଥିଲା,’’ ଐଶ୍ୱର୍ଯ୍ୟା କୁହନ୍ତି, କିନ୍ତୁ ଜୁଲାଇ ମାସରେ ଆରମ୍ଭ ହୋଇଥିବା ଅନିୟମିତ ମୌସୁମୀ ବର୍ଷା ଫସଲକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରି ଦେଇଥିଲା, ଫଳରେ ଏସବୁ ପରିବାର ଋଣ ବୋଝରେ ଛନ୍ଦି ହୋଇ ପଡ଼ିଥିଲେ  [ଆହୁରି ପଢ଼ନ୍ତୁ : ବର୍ଷା ଆରମ୍ଭ ହେଲେ, ଦୁଃଖ ମାଡ଼ି ଆସେ ]

୧୯୫୩ରୁ ୨୦୨୦ ମଧ୍ୟରେ, ୨,୨୦୦ ନିୟୁତ ଭାରତୀୟ – ଆମେରିକା ଜନସଂଖ୍ୟାର ପ୍ରାୟ ୬.୫ ଗୁଣ ଅଧିକ- ବନ୍ୟାରେ ପ୍ରଭାବିତ ହୋଇଛନ୍ତି, ଏଥିଯୋଗୁ ପ୍ରାୟ ୪୩୭,୧୫୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ଗତ ଦୁଇ ଦଶନ୍ଧି ମଧ୍ୟରେ (୨୦୦୦-୨୦୧୯) ମଧ୍ୟରେ, ଭାରତରେ ପ୍ରତି ବର୍ଷ ହାରାହାରୀ ୧୭ଟି ବନ୍ୟା ଘଟଣା ଘଟୁଛି, ଚୀନ ପରେ ଭାରତ ହେଉଛି ବିଶ୍ୱର ସବୁଠୁ ଅଧିକ ବନ୍ୟା ପ୍ରଭାବିତ ରାଷ୍ଟ୍ର।

ଗତ ଗୋଟିଏ ଦଶନ୍ଧି ଧରି, ମହାରାଷ୍ଟ୍ରର ଅଧିକାଂଶ ଭାଗ, ବିଶେଷ କରି କୋହ୍ଲାପୁରରେ ଅନିୟମିତ ବର୍ଷା ହେଉଛି। ଚଳିତ ବର୍ଷ ଅକ୍ଟୋବର ମାସରେ, ରାଜ୍ୟର ୨୨ଟି ଜିଲ୍ଲାରେ ଥିବା ୭.୫ ଲକ୍ଷ ହେକ୍ଟର ଜମି ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇଛି। ନଷ୍ଟ ହୋଇଥିବା ଫସଲ ମଧ୍ୟରେ ରହିଛି କୃଷିଭିତ୍ତିକ ଫସଲ, ଫଳ ଏବଂ ପନିପରିବା ଫସଲ। ରାଜ୍ୟ କୃଷି ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୨୨ ଅକ୍ଟୋବର ୨୮ ତାରିଖ ସୁଦ୍ଧା ମହାରାଷ୍ଟ୍ରରେ ମୋଟ୍‌ ୧,୨୮୮ ମିଲିମିଟର ବର୍ଷା ହୋଇଛି, ଏହା ହାରାହାରୀ ବୃଷ୍ଟିପାତ ତୁଳନାରେ ୧୨୦.୫ ପ୍ରତିଶତ ଅଧିକ। ଜୁନରୁ ଅକ୍ଟୋବର ମାସ ମଧ୍ୟରେ ରାଜ୍ୟରେ ୧,୦୬୮ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

A villager watches rescue operations in Ghalwad village after the July 2021 floods
PHOTO • Sanket Jain

ଜୁଲାଇ ୨୦୨୧ ବନ୍ୟା ପରେ ଘଲୱାଡ଼ ଗ୍ରାମରେ ଉଦ୍ଧାର କାର୍ଯ୍ୟ ଦେଖୁଛନ୍ତି ଜଣେ ଗ୍ରାମବାସୀ

‘‘ମୌସୁମୀ ସମୟରେ, ଦୀର୍ଘ ଦିନ ଅନାବୃଷ୍ଟି ଦେଖିବାକୁ ମିଳୁଛି ଏବଂ ଏହାପରେ ଅଳ୍ପ ସମୟ ପାଇଁ ଅତିପ୍ରବଳ ବର୍ଷା ହେଉଛି,’’ ପୁଣେସ୍ଥିତ ଭାରତୀୟ ଉଷ୍ଣଦେଶୀୟ ପାଣିପାଗ ବିଜ୍ଞାନ ପ୍ରତିଷ୍ଠାନର  ପାଣିପାଗ ବିଜ୍ଞାନୀ ଏବଂ ଆଇପିସିସି ରିପୋର୍ଟରେ ଯୋଗଦାନ ଦେଇଥିବା ରକ୍ସି କୋଲ୍ଲ କୁହନ୍ତି। ‘‘ତେଣୁ, ବର୍ଷା ହେବା ସମୟରେ, ଖୁବ୍‌ କମ୍‌ ସମୟ ମଧ୍ୟରେ ଖୁବ୍‌ ଅଧିକ ପରିମାଣରେ ଆର୍ଦ୍ରତା ଜମା ହୋଇ ରହୁଛି।’’ ଏଥିଯୋଗୁଁ ବାରମ୍ବାର ବାଦଲଫଟା ବର୍ଷା ଓ ଅଚାନକ ବନ୍ୟା ଦେଖା ଦେଉଛି, ସେ ବିସ୍ତୃତ ଭାବେ କୁହନ୍ତି। ‘‘ଯେହେତୁ ଆମେ ଉଷ୍ଣଦେଶୀୟ କ୍ଷେତ୍ରରେ ରହିଛୁ, ଜଳବାୟୁ ପରିବର୍ତ୍ତନର ଖୁବ୍‌ ଗମ୍ଭୀର ପ୍ରଭାବ ଦେଖିବାକୁ ମିଳୁଛି। ତେଣୁ, ଆମେ ଅଧିକ ଯତ୍ନବାନ ହେବା ଉଚିତ୍‌ ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଜରୁରି କାରଣ ଆମେ ହିଁ ପ୍ରଥମେ ପ୍ରଭାବିତ ହେଉଛୁ।’’

ତେବେ, ଆଉ ଏକ ବଡ଼ ଶୂନ୍ୟସ୍ଥାନ ପୂରଣ କରିବାର ଆବଶ୍ୟକତା ରହିଛି : ଯଥେଷ୍ଟ ସ୍ଵାସ୍ଥ୍ୟ ସେବା ତଥ୍ୟର ଅଭାବ ଯାହାକି ଏହି କ୍ଷେତ୍ରରେ ଜଳବାୟୁ ପରିବର୍ତ୍ତନ ସହ ବର୍ଦ୍ଧିତ ଅସୁସ୍ଥତାକୁ ଯୋଡ଼ିଥାଏ। ଏହି କାରଣରୁ ଜଳବାୟୁ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ସଂଖ୍ୟାଧିକ ଲୋକ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏମାନଙ୍କୁ ସହାୟତା କରାଗଲେ ସମାଜର ସବୁଠୁ ଦୁର୍ବଳ ବର୍ଗ ଲାଭବାନ ହୋଇପାରିବେ।

‘‘ଜଣେ କ୍ରୀଡ଼ାବିତ ହେବା ମୋର ସ୍ୱପ୍ନ,’’ ସୋନାଲି କୁହନ୍ତି, ‘‘କିନ୍ତୁ ଯଦି ଆପଣ ଗରିବ ହୋଇଥିବେ, ତା’ହେଲେ ଆପଣଙ୍କ ପାଖରେ ସୀମିତ ବିକଳ୍ପ ଥିବ ଏବଂ ଜୀବନ ଆପଣଙ୍କୁ ସେଥିରୁ ଗୋଟିଏ ବାଛିବାକୁ ଦେବ ନାହିଁ।’’ ବିଶ୍ୱ ଉପରେ ଜଳବାୟୁ ପରିବର୍ତ୍ତନ ଅଧିକ ଗମ୍ଭୀର ପ୍ରଭାବ ପଡ଼ିବା ସହିତ ଅନିୟମିତ ବର୍ଷା ଏମିତି ଜାରି ରହିଥିବ ଏବଂ ସାନିଆ, ଐଶ୍ୱର୍ଯ୍ୟା ଏବଂ ସୋନାଲି ଆଦିଙ୍କ ପାଇଁ ବିକଳ୍ପର ଉପଲବ୍ଧତା ଆହୁରି କଠିନ ହୋଇପଡ଼ିବ।

‘‘ମୁଁ ବନ୍ୟା ସମୟରେ ଜନ୍ମ ନେଇଥିଲି। ସାରା ଜୀବନ ମୋତେ ବନ୍ୟା ଘେରରେ ବିତାଇବାକୁ ପଡ଼ିବ ବୋଲି ମୁଁ କେବେ ଭାବିନଥିଲି,’’ ସାନିଆ କୁହନ୍ତି।

ରିପୋର୍ଟରଙ୍କୁ ଇଣ୍ଟରନ୍ୟୁଜ୍‌ ଆର୍ଥ ଜର୍ଣ୍ଣାଲିଜମ ନେଟୱର୍କ ଜରିଆରେ ମିଳିଥିବା ଏକ ନିରପେକ୍ଷ ସାମ୍ବାଦିକତା ଅନୁଦାନ ସହାୟତାରେ ଏହି କାହାଣୀ ପ୍ରସ୍ତୁତ ହୋଇଛି

ଅନୁବାଦ: ଓଡ଼ିଶାଲାଇଭ୍‍

Sanket Jain

संकेत जैन, महाराष्ट्र के कोल्हापुर में रहने वाले पत्रकार हैं. वह पारी के साल 2022 के सीनियर फेलो हैं, और पूर्व में साल 2019 के फेलो रह चुके हैं.

की अन्य स्टोरी Sanket Jain
Editor : Sangeeta Menon

संगीता मेनन, मुंबई स्थित लेखक, संपादक और कम्युनिकेशन कंसल्टेंट हैं.

की अन्य स्टोरी Sangeeta Menon
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE