ସାରା ଭାରତରେ ଗ୍ରାମୀଣ ମହିଳାମାନଙ୍କ ପ୍ରଜନନ ଓ ଯୌନ ସ୍ୱାସ୍ଥ୍ୟକୁ ନେଇ ରହିଥିବା ବ୍ୟାପକ ପ୍ରସଙ୍ଗ ଉପରେ ଏହି ଅଧ୍ୟାୟ ଆଧାରିତ। ଏଠାରେ ଦିଆଯାଇଥିବା କାହାଣୀଗୁଡ଼ିକ ବନ୍ଧ୍ୟାଦୋଷକୁ ନେଇ ରହିଥିବା ଅପବାଦ, ମହିଳାଙ୍କ ବଳପୂର୍ବକ ବନ୍ଧ୍ୟାକରଣ, ପରିବାର ନିୟୋଜନରେ ‘ପୁରୁଷଙ୍କ ସମ୍ପୃକ୍ତି’ ନରହିବା ଏବଂ ଅନେକଙ୍କ ପାଇଁ ଅପହଞ୍ଚ ରହିଥିବା ଗ୍ରାମାଞ୍ଚଳର ଅବହେଳିତ ସ୍ୱାସ୍ଥ୍ୟସେବା ଉପରେ ଆଲୋକପାତ କରାଯାଇଛି । ଏହାଛଡ଼ା ଅଯୋଗ୍ୟ ଚିକିତ୍ସକ ଓ ବିପଜ୍ଜନକ ସନ୍ତାନ ପ୍ରସବ, ଋତୁସ୍ରାବକୁ ନେଇ ରହିଥିବା ବାଛବିଚାର, ପୁଅ ପାଇଁ ପ୍ରାଥମିକତା ଏବଂ ଆହୁରି ଅନେକ ବିଷୟ ଉପରେ ଆଧାରିତ କାହାଣୀ ମଧ୍ୟ ଏଠାରେ ରହିଛି।
ଏଠାରେ ଦିଆଯାଇଥିବା ଅଧିକାଂଶ କାହାଣୀ ଦୈନନ୍ଦିନ ସଂଘର୍ଷ ଉପରେ ଆଧାରିତ ଥିବା ବେଳେ ଏପରି କେତେକ କାହାଣୀ ମଧ୍ୟ ରହିଛି ଯାହା ଗ୍ରାମୀଣ ଭାରତରେ ମହିଳାମାନଙ୍କର ସାମୟିକ ଛୋଟ ଛୋଟ ବିଜୟକୁ ଲିପିବଦ୍ଧ କରିଥାଏ।
ଏହି ଅଧ୍ୟାୟ ବିଷୟରେ ଅଧିକ ଜାଣିବା ଲାଗି, ଆପଣ ତଳେ ଦିଆଯାଇଥିବା ଭିଡିଓ ଦେଖିପାରିବେ ଏବଂ ଏଠାରେ ସମ୍ପୂର୍ଣ୍ଣ ଅଧ୍ୟାୟକୁ ପଢ଼ିପାରିବେ।


