“ପାଣି ନିଅ! ପାଣି!”
ପାଣି ରଖିବା ପାତ୍ର ଆଣିବା ପାଇଁ ସାଙ୍ଗେ ସାଙ୍ଗେ ଧାଇଁ ଯାଅ ନାହିଁ। ଏହି ପାଣି ବୁହା ଟାଙ୍କିର ଆକାର ବହୁତ ଛୋଟ। ଗୋଟିଏ ପ୍ଲାଷ୍ଟିକ ବୋତଲ, ପଟେ ପୁରୁଣା ରବର ଚପଲ, ଗୋଟେ ଛୋଟ ପାଇପ ଓ କାଠ ବାଡ଼ି ଦ୍ଵାରା ତିଆରି ହେଇଥିବା ଏହି “ପାଣିବୁହା ଟାଙ୍କି” ମାତ୍ର ଗୋଟିଏ ଗ୍ଳାସ ପାଣି ନେଇ ପାରିବ। ସାଂୱେତା ଗାଁର ୫ ରୁ ୧୩ ବର୍ଷ ବୟସର ବଲବୀର ସିଂ, ଭବାନୀ ସିଂ, କୈଳାଶ କୱଁର ଓ ମୋତି ସିଂ ଆଦି ପିଲାମାନେ ପୂର୍ବ ରାଜସ୍ଥାନର ଗୋଟିଏ କୋଣରେ ଥିବା ଗାଁକୁ ସପ୍ତାହକୁ ଦୁଇଥର ଆସୁଥିବା ପାଣିବୁହା ଟାଙ୍କିରେ ସେମାନଙ୍କ ବାପା ମା’ ତଥା ଗାଁର ଅନ୍ୟମାନେ ଯେଉଁ ଖୁସି ହୁଅନ୍ତି ତାହାକୁ ଦେଖି ଏହି ଖେଳଣାଟିକୁ ବନେଇଛନ୍ତି।
ଏଠାକାର ଚାରି ପାଖରେ ରହିଛି ମାଇଲ ମାଇଲ ଧରି ଶୁଖିଲା ଭୂଇଁ ଓ ଏଠାରେ ଭୂତଳ ଜଳ ନାହିଁ, ଚାରିପଟରେ ରହିଥିବା ‘ ଓରାନ ’ଗୁଡିକରେ (ପବିତ୍ର ବଣରେ) କେବଳ ଅଳ୍ପ କେତୋଟି ବଡ଼ ପୋଖରୀ ଛଡ଼ା ଛଡ଼ା ହେଇ ରହିଛି। ପ୍ଲାଷ୍ଟିକର ଗୋଟିଏ ବଡ଼ ବୋତଲକୁ ଅଧାରୁ କାଟି ପିଲାମାନେ ବେଳେବେଳେ ପାଣିବୁହା ଟାଙ୍କିକୁ ବଦଳାଇ ଥାଆନ୍ତି। ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଯେତେବେଳେ ଏହି ସାମ୍ବାଦିକ ପଚାରିଲା, ସେତେବେଳେ ସେମାନେ କହିଲେ ଯେ ଯେହେତୁ ଫିଙ୍ଗାଯାଉଥିବା ସାମଗ୍ରୀଗୁଡ଼ିକ ମଧ୍ୟରୁ ବିଭିନ୍ନ ଅଂଶ ସେମାନଙ୍କୁ ସଂଗ୍ରହ କରିବାକୁ ପଡ଼େ, ଏହାକୁ ତିଆରି କରିବାକୁ ସମୟ ଲାଗେ।
ଟାଣୁଆ ଫ୍ରେମଟି ଥରେ ତିଆରି ହେଇଗଲା ପରେ ସେଇ ଖେଳଣାରେ ମେଟାଲ ତାର ବାନ୍ଧି କେର (କାପାରିସ ଡେସିଡୁଆ) ଗଛ ତଳର ଛାଇରୁ ଦୁର୍ବଳ ଚକ ଦ୍ଵାରା ହଲିଦୋହଲି ଚାଲୁଥିବା ଗାଡ଼ିଟିକୁ ପାଖରେ ପାଖରେ ଥିବା ନିଜ ନିଜର ଘର ପର୍ଯ୍ୟନ୍ତ ଟାଣି ଟାଣି ନବାଆଣିବା କରନ୍ତି।
ଅନୁବାଦ: ଓଡ଼ିଶାଲାଇଭ୍