ଆକାଶରେ ଅନ୍ଧକାର ଛାଇଯିବା ସହିତ, ଓମ୍‌ ଶକ୍ତିଙ୍କର ଏକ ବିଶାଳ କଟ-ଆଉଟ୍‌, ସହିତ ଧାଡ଼ି ହୋଇ ରହିଥିବା ରଙ୍ଗୀନ ଆଲୋକମାଳା ଜଳି ଉଠିଥାଏ। ବଙ୍ଗଳାମେଡ଼ର ଇରୁଲରମାନେ ଦେବୀ ଓମ୍‌ ଶକ୍ତିଙ୍କ ପାଇଁ ବାର୍ଷିକ ନିଆଁରେ ଚାଲିବାର ପର୍ବ ବା ତୀମିଦି ତିରୁବିଳା ପାଳନ କରୁଛନ୍ତି।

କାଠ ଗଣ୍ଡି ଦ୍ୱିପ୍ରହର ସାରା ଜଳିବା ପରେ, ଅଙ୍ଗାର ହେବାକୁ ଲାଗିଥାଏ, ସ୍ୱେଚ୍ଛାସେବୀମାନେ ଏହାକୁ ଚମକୁଥିବା ଫୁଲର ବିଛଣା ଭଳି ଏକ ପତଳା ପରସ୍ତରେ ଖେଳାଇ ଦିଅନ୍ତି। ଏହି ତୀମଦି କୁ ‘ ପୁ-ମିଦୀ ’ ବା ଫୁଲ ଉପରେ ଚାଲିବା ବୋଲି ଦର୍ଶାଇ ଇରୁଲରମାନଙ୍କୁ ଏହା ଉପରେ ଚାଲିବାକୁ ଅନୁପ୍ରାଣିତ କରାଯିବ ।

ବାତାବରଣରେ ଏକ ସ୍ପଷ୍ଟ ପ୍ରତ୍ୟାଶା ରହିଛି । ଇରୁଲରମାନଙ୍କୁ ନିଆଁ ଉପରେ ଚାଲିବାର ଦେଖିବା ଲାଗି ପଡ଼ୋଶୀ ଗାଁର ଶତାଧିକ ଲୋକ ଏକତ୍ରିତ ହୋଇଛନ୍ତି । ସେମାନେ ଦେବୀ ଓମ୍‌ ଶକ୍ତିଙ୍କଠାରେ ରହିଥିବା ନିଜ ଅତୁଟ ବିଶ୍ୱାସର ସଙ୍କେତ ଦେଉଛନ୍ତି । ଓମ୍‌ ଶକ୍ତି ହେଉଛନ୍ତି ଏକ ଅଣ-ଇରୁଲର ଦେବୀ ଯାହାଙ୍କୁ ସାରା ତାମିଲନାଡ଼ୁରେ ଶକ୍ତି ଓ ସାମର୍ଥ୍ୟର ସ୍ୱରୂପ ଭାବେ ପୂଜା କରାଯାଏ।

ଇରୁଲାର୍‌ (ଇରୁଲା ମଧ୍ୟ କୁହାଯାଏ) ମାନେ ତାମିଲନାଡ଼ୁରେ ଅନୁସୂଚିତ ଜନଜାତି ଭାବେ ତାଲିକାଭୁକ୍ତ ଏବଂ ସେମାନେ ପାରମ୍ପରିକ ଭାବେ କନ୍ନିୟାମ୍ମାଙ୍କୁ ପୂଜା କରିଥାନ୍ତି, ଯାହାଙ୍କୁ ସେମାନେ ସାତ ଜଣ କୁମାରୀ ଦେବୀଙ୍କ ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରିଥାନ୍ତି; ପ୍ରତ୍ୟେକ ଇରୁଲର ଘରେ ଗୋଟିଏ କଳସମ୍‌, ବା ମାଟି କଳସ ଥାଏ ଏବଂ ତାହା କିଛି ନିମ୍ବ ପତ୍ର ଉପରେ ରଖାଯାଇଥାଏ, ଏହାକୁ ସେମାନେ ଦେବୀଙ୍କ ପ୍ରତୀକ ବୋଲି ବିଶ୍ୱାସ କରିଥାନ୍ତି।

A kalasam (left) placed on neem leaves to symbolise Kanniamma in a temple (right) dedicated to her in Bangalamedu
PHOTO • Smitha Tumuluru
A kalasam (left) placed on neem leaves to symbolise Kanniamma in a temple (right) dedicated to her in Bangalamedu
PHOTO • Smitha Tumuluru

ବଙ୍ଗଳାମେଡ଼ରେ ଦେବୀ କନ୍ନିୟାମ୍ମାଙ୍କୁ ସମର୍ପିତ ଏକ ମନ୍ଦିର (ଡାହାଣ)ରେ ତାଙ୍କର ପ୍ରତୀକ ସ୍ୱରୂପ କିଛି ନିମ୍ବ ପତ୍ର ଉପରେ ଏକ କଳସମ (ବାମ) ରଖାଯାଇଛି

Left: Preparing for the theemithi thiruvizha for goddess Om Sakthi, volunteers in wet clothes stoke the fire to ensure logs burn evenly. Before the fire-walk, they need to spread the embers evenly over the fire pit.
PHOTO • Smitha Tumuluru
Right: Brothers, G. Chinnadurai and G. Vinayagam carry the poo-karagam , which is a large milk pot decorated with flowers
PHOTO • Smitha Tumuluru

ବାମ: ଦେବୀ ଓମ୍‌ ଶକ୍ତିଙ୍କ ପାଇଁ ତୀମିଦି ତିରୁବିଳାର ପ୍ରସ୍ତୁତି କରୁଥିବା ସ୍ୱେଚ୍ଛାସେବୀମାନେ ଓଦା ପୋଷାକ ପିନ୍ଧି ନିଆଁ ଜଳାଉଛନ୍ତି ଯାହାଫଳରେ କାଠ ଗଣ୍ଠି ସମାନ ରୂପରେ ଜଳିବା ସୁନିଶ୍ଚିତ ହୋଇପାରିବ । ନିଆଁ ଉପରେ ଚାଲିବା ପୂର୍ବରୁ, ସେମାନଙ୍କୁ ଅଗ୍ନିକୁଣ୍ଡରେ ଅଙ୍ଗାରକୁ ସମାନ ରୂପରେ ଖେଳାଇବାକୁ ପଡ଼ିବ । ଡାହାଣ : ଦୁଇ ଭାଇ ଜି. ଚିନ୍ନାଦୁରାଇ ଓ ଜି. ବିନୟଗମ ପୁ-କରଗମ ନେଇ ଯାଉଛନ୍ତି, ଏହା ହେଉଛି ଏକ ବଡ଼ କ୍ଷୀର ପାତ୍ର ଯାହାକୁ ଫୁଲରେ ସଜା ହୋଇଛି

ତେଣୁ, ଓମ୍‌ ଶକ୍ତିଙ୍କ ପାଇଁ ବଙ୍ଗଳାମେଡ଼ ଇରୁଲର୍ ଉତ୍ସବର ଅର୍ଥ କ’ଣ?

ଜି. ମଣିଗଣ୍ଡନ (୩୬) ୯୦ ଦଶକର ଶେଷ ଭାଗରେ ଘଟିଥିବା ଏକ ଘଟଣା ବିଷୟରେ କହିଥାନ୍ତି। ତାଙ୍କ ଭଉଣୀ ଆଉ ଜଣେ ଅଣ-ଇରୁଲର ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିବାକୁ ନେଇ ଚରୁକନ୍ନୁରରେ ଜାତିଆଣ ଉତ୍ତେଜନା ଦେଖାଦେଲା। ଫଳରେ ତାଙ୍କ ପରିବାରକୁ ବାଧ୍ୟ ହୋଇ ରାତାରାତି ଗାଁ ଛାଡ଼ିବାକୁ ପଡ଼ିଥିଲ।। ଚରୁକନ୍ନୁର ହ୍ରଦ ନିକଟରେ ଥିବା ଏକ ଛୋଟ କୁଡ଼ିଆରେ ପରିବାର ଲୋକମାନେ ଆଶ୍ରା ନେଇଥିଲେ।

‘‘ରାତିସାରା ଏକ ଗଓଲି (ଝିଟିପିଟି) ଶବ୍ଦ କରୁଥିଲା ଏବଂ ତାହା ଆଶ୍ୱସ୍ତ କଲା ଭଳି ଲାଗିଲା। ଆମେ ତାହାକୁ ଅମ୍ମନ (ଦେବୀ)ଙ୍କ ତରଫରୁ ଏକ ଶୁଭ ସଙ୍କେତ ବୋଲି ଗ୍ରହଣ କଲୁ,’’ ସେ କୁହନ୍ତି, ଦେବୀ ଓମ ଶକ୍ତି ହିଁ ସେଦିନ ରାତିରେ ସେମାନଙ୍କ ଜୀବନ ବଞ୍ଚାଇଥିଲେ, ସେମାନେ ବିଶ୍ୱାସ କରିଥାନ୍ତି।

*****

‘‘ଆମେ ଯେତେବେଳେ ଲୁଚି ପଳାଇଲୁ, ଖାଦ୍ୟ ଓ କାମ ଯୋଗାଡ଼ କରିବା ସହଜ କଥା ନଥିଲା। ମୋ ମା’ ଚାଷ ଜମିରୁ ଚିନାବାଦାମ ସଂଗ୍ରହ କରିବା ସହିତ ଛୋଟ ଛୋଟ ପଶୁ ଶିକାର କରି ଆମକୁ ଖାଇବାକୁ ଦେଉଥିଲେ। କେବଳ ଅମ୍ମନ ହିଁ ଆମକୁ ସୁରକ୍ଷା ଦେଇଥିଲେ,’’ ସେ ସ୍ମରଣ କରି କୁହନ୍ତି। (ପଢ଼ନ୍ତୁ : ବଙ୍ଗଳାମେଡ଼ରେ ମୂଷାମାନଙ୍କ ସହ ଏକ ଭିନ୍ନ ରାସ୍ତାରେ )

ମଣିଗଣ୍ଡନଙ୍କ ପରିବାର ଏବଂ ସେମାନଙ୍କ ସହିତ ଲୁଚି ପଳାଇଥିବା ଅନ୍ୟ କିଛି ଲୋକ ଶେଷରେ ଚରୁକନ୍ନୁର ହ୍ରଦଠାରୁ ପାଖାପାଖି ଗୋଟିଏ କିଲୋମିଟର ଦୂର ବଙ୍ଗଳାମେଡ଼ରେ ରହିଥିଲେ ଏବଂ ସେମାନଙ୍କୁ ହ୍ରଦ ପାଖରେ ଥିବା ଚାଷ ଜମିରେ କାମ ମିଳିଗଲା।

ବଙ୍ଗଳାମେଡ଼ ପୂର୍ବରୁ ୧୦ରୁ କମ୍‌ ପରିବାରକୁ ନେଇ ଏକ ବସତି ଥିଲା, ବର୍ତ୍ତମାନ ଏହା ୫୫ ଇରୁଲର ପରିବାରର ଏକ ପଡ଼ା ପାଲଟିଛି । ଏହାକୁ ଚରୁକନ୍ନୁର ଇରୁଲର କଲୋନୀ ବୋଲି କୁହାଯାଉଛି । ଖୋଲା ବୁଦା ଘେରି ରହିଥିବା ଏହି ବସତିରେ ଗୋଟିଏ ରାସ୍ତାର ଦୁଇ ପାର୍ଶ୍ୱରେ ଧାଡ଼ି ଧାଡ଼ି ହୋଇ ଘରସବୁ ରହିଛି । ଦୀର୍ଘ ଦିନ ଧରି ପ୍ରତିବାଦ ଆନ୍ଦୋଳନ କରିବା ପରେ ଶେଷରେ ୨୦୧୮ରେ ଗାଁକୁ ବିଦ୍ୟୁତ ସଂଯୋଗ ହୋଇଥିଲା। ନିକଟରେ ଏହି ବସତିରେ କେତୋଟି ପକ୍କା ଘର ନିର୍ମାଣ କରାଯାଇଛି। ଇରୁଲରମାନେ ସେମାନଙ୍କ ରୋଜଗାର ପାଇଁ ଦିନ ମଜୁରି କାମ ଏବଂ ଏମଏନଆରଇଜିଏ କାମ ଉପରେ ନିର୍ଭର କରିଥାନ୍ତି। ମଣିଗଣ୍ଡନ ସେହି ହାତଗଣତି ବଙ୍ଗଳାମେଡ଼ ବାସିନ୍ଦାଙ୍କ ମଧ୍ୟରୁ ଅନ୍ୟତମ ଯିଏକି ମଧ୍ୟ ଇଂରାଜୀ ବିଦ୍ୟାଳୟ ଶିକ୍ଷା ସମ୍ପୂର୍ଣ୍ଣ କରିଛନ୍ତି ।

Left: The Om Sakthi temple set up by P. Gopal on the outskirts of Bangalamedu. The temple entrance is decorated with coconut fronds and banana trees on either sides, and has a small fire pit in front of the entrance.
PHOTO • Smitha Tumuluru
Right: G. Manigandan carries the completed thora or wreath
PHOTO • Smitha Tumuluru

ବାମ : ବଙ୍ଗଳାମେଡ଼ ଉପକଣ୍ଠରେ ପି. ଗୋପାଳଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଓମ୍‌ ଶକ୍ତି ମନ୍ଦିର। ମନ୍ଦିର ପ୍ରବେଶ ଦ୍ୱାରର ଦୁଇ ପାର୍ଶ୍ୱ ନଡ଼ିଆ ପତ୍ର ଓ କଦଳୀ ଗଛରେ ସଜା ହୋଇଛି ଏବଂ ପ୍ରବେଶ ଦ୍ୱାର ସାମ୍ନାରେ ଏକ ଛୋଟିଆ ଅଗ୍ନି କୁଣ୍ଡ ରହିଛି । ଡାହାଣ : ଜି. ମଣିଗଣ୍ଡନ ସମ୍ପୂର୍ଣ୍ଣ ହୋଇସାରିଥିବା ତୋରା ବା ଫୁଲ ହାରକୁ ନେଇ ଯାଉଛନ୍ତି

G. Subramani holds the thora on the tractor (left) carrying the amman deity.
PHOTO • Smitha Tumuluru
He then leads the fire walkers (right) as they go around the bed of embers
PHOTO • Smitha Tumuluru

ଅମ୍ମନ ଠାକୁରାଣୀଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର (ବାମ) ଉପରେ ତୋରାକୁ ଧରିଛନ୍ତି ଜି. ସୁବ୍ରମଣୀ

ଏଠାରେ ରହିବାର କିଛି ବର୍ଷ ପରେ ମଣିଗଣ୍ଡନଙ୍କ ପିତା - ବରିଷ୍ଠ ଇରୁଲର ପି. ଗୋପାଳ - ହ୍ରଦ ନିକଟରେ ଥିବା ଖଣ୍ଡେ ସରକାରୀ ଜମିରେ ଓମ୍‌ ଶକ୍ତିଙ୍କ ଏକ ମୂର୍ତ୍ତି ସ୍ଥାପନ କଲେ। ଦୁଃଖ ସମୟରେ ସେମାନଙ୍କୁ ସହାୟକ ହୋଇଥିବାରୁ ଏହା ଅମ୍ମନ ଙ୍କ ପ୍ରତି ଏକ କୃତଜ୍ଞତା ଥିଲା। ୨୦୧୮ରେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେ ଏଠାରେ ପୂଜକ ଭାବେ କାର୍ଯ୍ୟ କରୁଥିଲେ। ‘‘ମନ୍ଦିର ଏକ ଛୋଟ କୁଡ଼ିଆ ଥିଲା। ଆମେ ହ୍ରଦର ମାଟିରେ ଅମ୍ମନ ଙ୍କ ମୂର୍ତ୍ତି ତିଆରି କରିଥିଲୁ। ମୋ ବାପା ହିଁ ଆଡ଼ି ତୀମିଦି ତିରୁବିଳା ଆରମ୍ଭ କରିଥିଲେ,’’ ମଣିଗଣ୍ଡନ କୁହନ୍ତି।

ଗୋପାଳ’ଙ୍କ ମୃତ୍ୟୁ ପରେ, ମଣିଗଣ୍ଡନଙ୍କ ବଡ଼ ଭାଇ ଜି. ସୁବ୍ରମଣୀ ତାଙ୍କ ବାପାଙ୍କ ପୂଜକ ଦାୟିତ୍ୱ ଗ୍ରହଣ କରିଥିଲେ। ସୁବ୍ରମଣି ସପ୍ତାହକୁ ଗୋଟିଏ ଦିନ ମନ୍ଦିରକୁ ସମର୍ପି ଦେଇଥାନ୍ତି; ଅବଶିଷ୍ଟ ୬ ଦିନ ସେ ମଜୁରି କାମ ସନ୍ଧାନରେ ଥାଆନ୍ତି।

୧୫ ବର୍ଷରୁ ଅଧିକ ସମୟ ଧରି, ବଙ୍ଗଳାମେଡ଼ ଇରୁଲରମାନେ ଓମ୍‌ ଶକ୍ତିଙ୍କ ପ୍ରତି ନିଜର ବ୍ରତ ପାଳନ କରିବା ଲାଗି ଦିନିକିଆ କାର୍ଯ୍ୟକ୍ରମ କରି ଆସୁଛନ୍ତି। ସେମାନେ ଅଙ୍ଗାର ଉପରେ ଚାଲିବା ସହିତ ଏକ କାର୍ଯ୍ୟକ୍ରମ ସମାପନ ହୋଇଥାଏ। ତାମିଲ ମାସ ଆଡ଼ି ରେ ଏହି ପର୍ବ ପାଳନ କରାଯାଇଥାଏ ଯାହାକି ଜୁଲାଇ-ଅଗଷ୍ଟ ମାସ ମଧ୍ୟରେ ପଡ଼ିଥାଏ। ଏହି ମାସରେ ମୌସୁମୀର ଆଗମନ ସହିତ ଅସହ୍ୟ ଗରମରୁ ମୁକ୍ତି ମିଳିଥାଏ। ଇରୁଲରମାନେ ଅଳ୍ପ କିଛି ବର୍ଷ ହେବ ତୀମଦି ପ୍ରଥା ଆରମ୍ଭ କରିଛନ୍ତି, କିନ୍ତୁ ତାମିଲ ଆଡ଼ି ମାସରେ ତିରୁଭଲ୍ଲୁର ଜିଲ୍ଲାର ତିରୁତ୍ତନି ତାଲୁକ ରେ ଏହା ଏକ ବହୁପ୍ରଚଳିତ ମହୋତ୍ସବ ଭାବେ ଆୟୋଜନ କରାଯାଇଥାଏ। ଏଥିରେ ଭକ୍ତମାନେ ମହାଭାରତ ମହାକାବ୍ୟର ଦ୍ରୌପଦୀ ଅମ୍ମନ, ମରିଅମ୍ମନ, ରୋଜା ଅମ୍ମନ, ରେବତୀ ଅମ୍ମନ ପ୍ରମୁଖଙ୍କ ଭଳି ଦେବୀମାନଙ୍କୁ ପୂଜା କରିଥାନ୍ତି ।

‘‘ଖରା ଦିନେ, ଲୋକମାନଙ୍କୁ ଅମ୍ମନ ଲାଗିବା କାରଣରୁ ସେମାନେ ଅସୁସ୍ଥ ହୋଇପଡ଼ନ୍ତି (ଏଠାରେ ମିଳିମିଳା ବିଷୟରେ କୁହାଯାଉଛି)। ଏହି କଷ୍ଟକର ମାସରେ ସୁରକ୍ଷିତ ରହିବା ଲାଗି ଆମେ ଅମ୍ମନ (ଦେବୀ)ଙ୍କୁ ପ୍ରାର୍ଥନା କରିଥାଉ,’’ ମଣିଗଣ୍ଡନ କୁହନ୍ତି। ସେ ଅମ୍ମନ ଶବ୍ଦକୁ ନମନୀୟ ଭାବେ ଉଭୟ ଦେବୀ ଓ ଅସୁସ୍ଥତା ପାଇଁ ଉପଯୋଗ କରିଥାନ୍ତି ଏବଂ ସାଧାରଣରେ ଏକ ଧାରଣା ରହିଛି ଯେ ଦେବୀ ହିଁ ରୋଗ ଦେଇଥାନ୍ତି ଏବଂ ଆସ୍ଥାବାନ ଭକ୍ତମାନଙ୍କୁ ସେ ହିଁ ସୁସ୍ଥ କରନ୍ତି।

ଗୋପାଳ ବଙ୍ଗଳାମେଡ଼ରେ ତୀମଦି ଆରମ୍ଭ କରିବା ପରଠାରୁ ନିକଟରେ ଥିବା ଗୁଡ଼ିଗୁଣ୍ଟା ଗ୍ରାମରୁ ଏକ ଅଣ-ଇରୁଲର ପରିବାର ଆସି ଏହାକୁ ଆୟୋଜନ କରିବାରେ ସାମିଲ ହେଉଛି । ସେମାନେ ଗାଁରୁ ଲୁଚି ପଳାଇ ଆସିବା ପରେ ଏହି ପରିବାରର ଜମିରେ ଥିବା କୁଡ଼ିଆରେ ଆଶ୍ରା ନେଇଥିଲେ।

Left: The mud idol from the original temple next to the stone one, which was consecrated by a Brahmin priest in the new temple building.
PHOTO • Smitha Tumuluru
Right: A non-Irular family, one of the few, walking on the fire pit
PHOTO • Smitha Tumuluru

ବାମ : ନୂଆ ମନ୍ଦିରରେ ପୁରୁଣା ମନ୍ଦିରରୁ ଆସିଥିବା ମାଟି ମୂର୍ତ୍ତି ପାଖରେ ପଥର ମୂର୍ତ୍ତି ରଖାଯାଇଛି ଯାହାକୁ ଜଣେ ବ୍ରାହ୍ମଣ ପୂଜକ ପ୍ରତିଷ୍ଠା କରାଇଥିଲେ। ଡାହାଣ : କିଛି ଅଣ- ଇରୁଲର ପରିବାର ମଧ୍ୟରୁ ଗୋଟିଏ ପରିବାର ଅଗ୍ନିକୁଣ୍ଡରେ ଚାଲୁଛି

ଚାଷ ଜମି ମାଲିକମାନଙ୍କ ମଧ୍ୟରୁ ଅନ୍ୟତମ ଟି.ଏନ କ୍ରିଷ୍ଣନ (୫୭) - ବନ୍ଧୁମାନଙ୍କ ମଧ୍ୟରେ ପାଲାନି ନାମରେ ପରିଚିତ- କୁହନ୍ତି, ‘‘ଇରୁଲରଙ୍କ ବ୍ୟତୀତ ଆମ ପରିବାର ଓ ବନ୍ଧୁଙ୍କ ମଧ୍ୟରୁ ୧୦ ଜଣ ଆରମ୍ଭରୁ ନିଆଁରେ ଚାଲି ଆସୁଛନ୍ତି। ଓମ୍‌ ଶକ୍ତିଙ୍କୁ ପୂଜା କରିବା ପରେ ସେମାନଙ୍କ ଘରେ ପିଲା ହୋଇଥିଲା ବୋଲି ପାଲାନିଙ୍କ ପରିବାର ବିଶ୍ୱାସ କରିଥାନ୍ତି ।

ଇରୁଲରଙ୍କ ସାଧାରଣ ମନ୍ଦିର କୁଡ଼ିଆ ସ୍ଥାନରେ ଏକ ଛୋଟ ପକ୍କା ଅଟ୍ଟାଳିକା ପ୍ରତିଷ୍ଠା କରି ସେମାନେ ଦେବୀଙ୍କ ପ୍ରତି ନିଜର କୃତଜ୍ଞତା ଜଣାଇଥିଲେ। ଇରୁଲରଙ୍କ ମାଟି ଅମ୍ମନଙ୍କ ସ୍ଥାନରେ ସେମାନେ ଏକ ପଥର ମୂର୍ତ୍ତି ସ୍ଥାପନ କରିଥିଲେ।

*****

ବଙ୍ଗଳାମେଡ଼ର ଇରୁଲରଙ୍କ ପାଇଁ, ବହୁ ପ୍ରତିକ୍ଷିତ ଆଡ଼ି ତୀମଦି କାର୍ଯ୍ୟକ୍ରମର କିଛି ଦିନ ପୂର୍ବରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ। ଯେଉଁ ଲୋକମାନେ ନିଆଁରେ ଚାଲିବାକୁ ଚାହୁଁଛନ୍ତି ସେମାନେ ନିଜ କଚଟିରେ ଏକ କାପ୍ପ , ବା ଏକ ପବିତ୍ର ଡେଉଁରିଆ ପିନ୍ଧିଥାନ୍ତି ଏବଂ ପର୍ବ ଦିନ ପର୍ଯ୍ୟନ୍ତ ଏକ କଠୋର ବ୍ୟକ୍ତିଗତ ଦିନଚର୍ଯ୍ୟା ପାଳନ କରିଥାନ୍ତି।

‘‘ଥରେ ଆମେ କାପ୍ପ ପିନ୍ଧି ସାରିବା ପରେ, ଆମେ ମୁଣ୍ଡ ବୁଡ଼ାଇ ସ୍ନାନ କରିଥାଉ ଏବଂ ଦିନକୁ ଦୁଇ ଥର ମନ୍ଦିରକୁ ଯାଇଥାଉ, ହଳଦିଆ ପୋଷାକ ପିନ୍ଧୁ, ମାଂସ ଖାଇନଥାଉ ଏବଂ ଗାଁ ଛାଡ଼ି ଅନ୍ୟ କେଉଁ ଆଡ଼େ ଯାଇନଥାଉ,’’ ଏସ ସୁମତି କୁହନ୍ତି। ତାଙ୍କର ବଙ୍ଗଳାମେଡ଼ରେ ଏକ ଛୋଟ ଦୋକାନଟିଏ ରହିଛି। କିଛି ଲୋକ ଗୋଟିଏ ସପ୍ତାହ ଏବଂ ଆଉ କିଛି ଲୋକ ଅଧିକ ଦିନ ପର୍ଯ୍ୟନ୍ତ ଏହି ବ୍ରତ ପାଳନ କରନ୍ତି। ‘‘ଯିଏ ଯେତେ ଦିନ କରିପାରିଲା। ଥରେ କାପ୍ପ ପିନ୍ଧି ସାରିବା ପରେ ଆମେ ଗାଁ ଛାଡ଼ିପାରିବୁ ନାହିଁ,’’ ମଣିଗଣ୍ଡନ କୁହନ୍ତି।

ଡକ୍ଟର ଏମ. ଦାମୋଦରନ ଅଣଲାଭକାରୀ ସଂସ୍ଥା ଏଡ୍‌ ଇଣ୍ଡିଆରେ ସାମିଲ ହୋଇ ବହୁ ବର୍ଷ ଧରି ଏହି ସମୁଦାୟ ସହିତ କାର୍ଯ୍ୟ କରିଛନ୍ତି । ସେ କୁହନ୍ତି, ଏହି ପ୍ରଥା ବିଭିନ୍ନ ସଂସ୍କୃତି ମଧ୍ୟରେ ବିଚାର ବା ପ୍ରଥାର ପ୍ରସାର ଆଡ଼କୁ ଇଙ୍ଗିତ କରିଥାଏ। ‘‘କିଛି ପ୍ରଥା, ଯଥା ବ୍ରତ ରଖିବା, ଉପବାସ କରିବା, ଏକ ନିର୍ଦ୍ଦିଷ୍ଟ ରଙ୍ଗର ପୋଷାକ ପିନ୍ଧିବା ଏବଂ ଗୋଷ୍ଠୀଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରିବା ଆଦିକୁ ଅନେକ ଅଣ-ଇରୁଲର ସମୁଦାୟ ମଧ୍ୟରେ ବ୍ୟାପକ ଆକାରରେ ସ୍ୱୀକୃତି ମିଳିଛି,’’ ସେ କୁହନ୍ତି। ‘‘ସମସ୍ତ ଇରୁଲର ପଡ଼ାରେ ଏସବୁ ପ୍ରଥା ପାଳନ କରାଯାଏ ନାହିଁ।’’

ବଙ୍ଗଳାମେଡ଼ରେ, ଇରୁଲର ଲୋକମାନେ ଦିନର ସମସ୍ତ ପୂଜା ଅନୁଷ୍ଠାନ ପରିଚାଳନା କରିଥାନ୍ତି। ସେମାନେ ସାଜସଜ୍ଜାରେ ଖୁବ୍‌ ଅଳ୍ପ ଯୋଗଦାନ ଦେଇଥାନ୍ତି। ପର୍ବପର୍ବାଣୀ ସକାଳୁ, ମନ୍ଦିର ଆଡ଼କୁ ଯିବା ରାସ୍ତାରେ ଗଛରେ ସତେଜ ନିମ୍ବ ପତ୍ର ଗୁଚ୍ଛ ଛନ୍ଦାଛନ୍ଦି ହୋଇ ରହିଥାଏ। ମାଇକରେ ଜୋର ଶବ୍ବ କରି ଭକ୍ତି ସଙ୍ଗୀତ ବାଜୁଛି । ସତେଜ ନଡ଼ିଆ ପତ୍ର ଚଟେଇ ଏବଂ ଲମ୍ବା କଦଳୀ ପତ୍ର ସଜା ହୋଇ ମନ୍ଦିର ପ୍ରବେଶ ଦ୍ୱାରକୁ ସୁଶୋଭିତ କରିଥାଏ।

K. Kanniamma and S. Amaladevi carrying rice mixed with blood of a slaughtered goat and rooster (left).
PHOTO • Smitha Tumuluru
They are throwing it around (right) as part of a purification ritual around the village
PHOTO • Smitha Tumuluru

କେ. କନ୍ନିଅମ୍ମା ଏବଂ ଏସ. ଅମଲାଦେବୀ ବଳି ଦିଆଯାଇଥିବା ଛେଳି ଓ ଗଞ୍ଜା ରକ୍ତ ମିଶ୍ରିତ ଚାଉଳ ନେଇ ଯାଉଛନ୍ତି (ବାମ)। ସେମାନେ ଏହାକୁ ଶୁଦ୍ଧିକରଣ ପ୍ରଥାର ଅଂଶବିଶେଷ ଭାବେ ଗାଁ ଚାରିପାଖରେ ଫିଙ୍ଗୁଛନ୍ତି

Left: At the beginning of the ceremonies during the theemithi thiruvizha , a few women from the spectators are overcome with emotions, believed to be possessed by the deity's sprit.
PHOTO • Smitha Tumuluru
Right: Koozhu, a porridge made of rice and kelvaragu [raagi] flour is prepared as offering for the deity. It is cooked for the entire community in large aluminium cauldrons and distributed to everyone
PHOTO • Smitha Tumuluru

ବାମ : ତୀମିଦି ତିରୁବିଳା ସମୟରେ ସମାରୋହ ଆରମ୍ଭ ହେବା ପୂର୍ବରୁ, ଦର୍ଶକଙ୍କ ମଧ୍ୟରେ ଥିବା କିଛି ମହିଳା ଭାବନାରେ ଅଭିଭୂତ ହୋଇପଡ଼ୁଛନ୍ତି, ସେମାନଙ୍କ ଶରୀରରେ ଦେବୀଙ୍କ ଆତ୍ମା ପ୍ରବେଶ କରିଥିବା ବିଶ୍ୱାସ କରାଯାଏ। ଡାହାଣ : କୁଳୁ ବା ଚାଉଳ ଏବଂ କେଲବରଗୁ (ମାଣ୍ଡିଆ) ଅଟାରେ ପ୍ରସ୍ତୁତ କ୍ଷୀରି ଭୋଗ ପ୍ରତିଦିନ ଦେବୀଙ୍କୁ ଅର୍ପଣ କରାଯାଏ। ଏକ ବଡ଼ ଆଲୁମିନିୟମ କଡ଼େଇରେ ସମାଜର ସବୁ ଲୋକଙ୍କ ପାଇଁ ଏହାକୁ ପ୍ରସ୍ତୁତ କରାଯାଏ ଏବଂ ସମସ୍ତଙ୍କୁ ବିତରଣ କରିଦିଆଯାଏ

କାପ୍ପ ପିନ୍ଧିଥିବା ଲୋକମାନେ ହଳଦିଆ ପୋଷାକରେ ପରମ୍ପରା ପାଳନ ପାଇଁ ମନ୍ଦିର ନିକଟରେ ପହଞ୍ଚିଥାନ୍ତି। ଅରୁଳବାକ୍କ ବା ଅମ୍ମନ ଙ୍କ ଠାରୁ ଆସିଥିବା ଐଶ୍ୱରିକ ବାଣୀ ଶୁଣିବା ପରେ ଦିନର ସମାରୋହ ଆରମ୍ଭ ହୋଇଥାଏ। ଦେବୀ କୌଣସି ମାଧ୍ୟମରେ ଏହି ବାର୍ତ୍ତା ଦେଇଥାନ୍ତି ବୋଲି ସେମାନେ ବିଶ୍ୱାସ କରନ୍ତି। ‘‘ଯେତେବେଳେ ଅମ୍ମନ କାହା ଭିତରେ ପ୍ରବେଶ କରନ୍ତି, ସେ ତାଙ୍କ ଜରିଆରେ କଥା ହୁଅନ୍ତି,’’ ମଣିଗଣ୍ଡନ କୁହନ୍ତି । ‘‘ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ ସେମାନେ ମନ୍ଦିର ଭିତରେ କେବଳ ଖଣ୍ଡେ ପଥର ଦେଖନ୍ତି। ଆମ ପାଇଁ ମୂର୍ତ୍ତି ଜୀବନ୍ତ, ଯାହାର ଜୀବନ ଅଛି । ସେ ଆମ ମା’ଙ୍କ ଭଳି । ଆମେ ନିଜ ଲୋକ ଭଳି ତାଙ୍କ ସହ କଥା ହେଉ। ମା’ ଆମର ସମସ୍ୟା ବୁଝନ୍ତି ଏବଂ ପରାମର୍ଶ ଦିଅନ୍ତି ।’’

ମଣିଗଣ୍ଡନଙ୍କ ଭଉଣୀ, କନ୍ନିଅମ୍ମା, ପ୍ରତି ବର୍ଷ ଅରୁଳବାକ୍କ ପ୍ରଦାନ କରନ୍ତି, ସେ ବଳଦି ଆଯାଇଥିବା ଗଞ୍ଜା ଓ ଛେଳି ରକ୍ତ ମିଶ୍ରିତ ଚାଉଳକୁ ମନ୍ଦିର ଚାରିପାଖରେ ଏବଂ ଗାଁ ସୀମାରେ ସିଞ୍ଚି ଥା’ନ୍ତି। ସ୍ୱେଚ୍ଛାସେବୀମାନେ କୁଡ଼ୁ ବା ଚାଉଳ ଏବଂ ରାଗୀ (ମାଣ୍ଡିଆ) ଅଟାରେ ପ୍ରସ୍ତୁତ କ୍ଷୀରି ଭୋଗ ସମସ୍ତଙ୍କୁ ବାଣ୍ଟିଥା’ନ୍ତି। ଅପରାହ୍ଣରେ ସମସ୍ତେ ଏକ ବଡ଼ ତୋରା ବା ଫୁଲହାର ଏବଂ କଦଳି ଗଛ ଗଣ୍ଡିକୁ ପ୍ରସ୍ତୁତ କରାଯାଏ, ଯେଉଁଥିରେ ସବାର ହୋଇ ଦେବୀ ସନ୍ଧ୍ୟା ଶୋଭାଯାତ୍ରାରେ ବାହାରନ୍ତି।

କିଛି ବର୍ଷ ହେବ, ମାଟି କୁଡ଼ିଆ ସ୍ଥାନରେ ପକ୍କା ମନ୍ଦିର ନିର୍ମାଣ ହେବା ସହିତ, ପାର୍ବଣର ଆକାର ବୃଦ୍ଧି ପାଇଛି । ପାଲାନିଙ୍କ ଗୁଡ଼ିଗୁଣ୍ଟା ଗ୍ରାମ ସମେତ ପଡ଼ୋଶୀ ଗ୍ରାମର ବହୁସଂଖ୍ୟକ ଦର୍ଶକ ମାନସିକଧାରୀଙ୍କୁ ନିଆଁରେ ଚାଲୁଥିବା ଦେଖିବା ପାଇଁ ବଙ୍ଗଳାମେଡ଼ ଆସୁଛନ୍ତି। ‘‘ଏହି ପର୍ବ କେବେ ବନ୍ଦ ହୋଇନାହିଁ, ଏପରିକି କୋଭିଡ ସମୟରେ ମଧ୍ୟ ନୁହେଁ । ଯଦିଓ ସେହି ଦୁଇ ବର୍ଷ କମ୍‌ ସଂଖ୍ୟକ ଦର୍ଶକ ଆସିଥିଲେ,’’ ମଣିଗଣ୍ଡନ କୁହନ୍ତି । ୨୦୧୯ରେ, କୋଭିଡ ଆସିବା ପୂର୍ବରୁ, ଏହି ପର୍ବରେ ପ୍ରାୟ ୮୦୦ ଆଗନ୍ତୁକଙ୍କ ଭିଡ଼ ହୋଇଥିଲା।

କିଛି ବର୍ଷ ହେବ, ପାଲାନିଙ୍କ ପରିବାର, ଆଗନ୍ତୁକମାନଙ୍କୁ ମାଗଣା ଭୋଜନ ଦେଉଛନ୍ତି ବା ଅନ୍ନଦାନମ କରୁଛନ୍ତି। ‘‘୨୦୧୯ରେ, ଆମେ ବିରିୟାନୀ ପାଇଁ ୧୪୦ କିଲୋ କୁକୁଡ଼ା ମାଂସ ଦେଇଥିଲୁ ଏବଂ ଏଥିରେ ଏକ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା,’’ ପାଲାନୀ କୁହନ୍ତି। ଏବେ କୋଭିଡ଼ ପୂର୍ବବର୍ତ୍ତୀ ଦିନ ଭଳି ଆଗନ୍ତୁକଙ୍କ ଭିଡ଼ ହେଉଛି । ‘‘ସମସ୍ତେ ସନ୍ତୁଷ୍ଟ ହୋଇଥାନ୍ତି,’’ ସେ କୁହନ୍ତି। ଅଧିକ ଖର୍ଚ୍ଚ ତୁଲାଇବାକୁ ପାଲାନୀ ନିଜ ବନ୍ଧୁମାନଙ୍କଠାରୁ ଟଙ୍କା ଆଣିଥାନ୍ତି ।

‘‘ଆମେ ମନ୍ଦିର ପାଇଁ କୋଠା ତିଆରି କରିବା ପରଠାରୁ ହିଁ ଭକ୍ତଙ୍କ ଭିଡ଼ ବଢ଼ିଯାଇଛି। ଇରୁଲରମାନେ ଏହାକୁ ପରିଚାଳନା କରିପାରିବେ ନାହିଁ, ଠିକ୍‌ ନା?’’ ସେ ପ୍ରଶ୍ନ କରିଥାନ୍ତି। ସେ ଏହି ମନ୍ଦିରକୁ ନିଜ ଗାଁର ନାମାନୁସାରେ ଗୁଡ଼ିଗୁଣ୍ଟା ଓମ୍ ଶକ୍ତି ମନ୍ଦିର କୁହନ୍ତି ।

Irular volunteers prepare the tractor for the procession later that evening
PHOTO • Smitha Tumuluru
Irular volunteers prepare the tractor for the procession later that evening
PHOTO • Smitha Tumuluru

ବିଳମ୍ବିତ ସନ୍ଧ୍ୟାରେ ଇରୁଲର ସ୍ୱେଚ୍ଛାସେବୀମାନେ ଶୋଭାଯାତ୍ରା ପାଇଁ ଟ୍ରାକ୍ଟରକୁ ପ୍ରସ୍ତୁତ କରୁଛନ୍ତି

Left: The procession begins with the ritual of breaking open a white pumpkin with camphor lit on top.
PHOTO • Smitha Tumuluru
Right: The bangle seller helps a customer try on glass bangles
PHOTO • Smitha Tumuluru

ବାମ : ଶୋଭାଯାତ୍ରା ଆରମ୍ଭରୁ ଏକ ଧଳା ପାଣିକଖାରୁ ଉପରେ କର୍ପୂର ଜଳାଇ ଏହାକୁ ଭଙ୍ଗା ଯାଇଥାଏ। ଡାହାଣ : ଚୁଡ଼ି ବିକ୍ରେତା କାଚ ଚୁଡ଼ି ଜଣେ ଗ୍ରାହକଙ୍କୁ କାଚ ଚୁଡ଼ି ମାପି ଦେଖିବା ପାଇଁ ସାହାଯ୍ୟ କରୁଛନ୍ତି

*****

‘‘ଯେତେବେଳେ ନୂଆ ମନ୍ଦିର ତିଆରି ହେଲା, ଆମ ମାଟି ମୂର୍ତ୍ତି ସ୍ଥାନରେ ଏକ ପଥର ମୂର୍ତ୍ତି ସ୍ଥାପନ ହେଲା; ସେମାନେ କହିଲେ ମନ୍ଦିର ଏମିତି ପ୍ରତିଷ୍ଠା କରାଯାଏ,’’ ମଣିଗଣ୍ଡନ କୁହନ୍ତି। ‘‘ଆମେ ନିଜ ମାଟି ମୂର୍ତ୍ତିକୁ ଏହା ପାଖରେ ରଖିଲୁ। ମାଟି ହିଁ ଆମକୁ ସୁରକ୍ଷା ଦେଇଥାଏ।’’

‘‘ସେମାନେ ଜଣେ ଆୟର (ବ୍ରାହ୍ମଣ ପୂଜକ)ଙ୍କୁ ଡାକିଲେ, ଯିଏକି ଆମ ଅରୁଆ ଚାଉଳ ଏବଂ ନିମ୍ବ ଭୋଗକୁ ବାହାର କରିଦେଲେ,’’ ସେ କୁହନ୍ତି। ‘‘ଏହା ଆମ ପୂଜାପଦ୍ଧତିଠାରୁ ଭିନ୍ନ,’’ ବିବ୍ରତ ହୋଇ ସେ କହିଥାନ୍ତି।

ନୃତତ୍ତ୍ୱ ବିଷୟରେ ଉଚ୍ଚ ଶିକ୍ଷା ହାସଲ କରିଥିବା ଡକ୍ଟର ଦାମୋଦରନ କୁହନ୍ତି, କନ୍ନିଅମ୍ମାଙ୍କ ଭଳି ଦେବୀଙ୍କ ପୂଜାରେ ସାଧାରଣ ବିସ୍ତୃତ ଏବଂ ସଂଗଠିତ ପୂଜା ପଦ୍ଧତି ଅବଲମ୍ବନ କରାଯାଏ ନାହିଁ କିମ୍ବା ଏଥିରେ ସମ୍ପୂର୍ଣ୍ଣ ସମୁଦାୟ ସମ୍ପୃକ୍ତ ରୁହନ୍ତି ନାହିଁ । ପୂଜା ଉପରେ ଜୋର ଦେବା ଏବଂ ଏହାକୁ ଏକ ନିର୍ଦ୍ଦିଷ୍ଟ ମାର୍ଗରେ କରିବା, ତା’ଛଡ଼ା ଏଥିରେ ଜଣେ ପୂଜକ (ପ୍ରାୟତଃ ବ୍ରାହ୍ମଣ)ଙ୍କୁ ସାମିଲ କରି ଏହାକୁ ମାନ୍ୟତା ପ୍ରଦାନ କରିବା, ଏକ ନମୁନା ପାଲଟିଗଲାଣି । ଏହା ଭିନ୍ନ ଭିନ୍ନ ସଂସ୍କୃତିର ଅଭିନବ ପୂଜା ପଦ୍ଧତିକୁ ହଟାଇ ଦେଇ ନିର୍ଦ୍ଦିଷ୍ଟ ପୂଜାପଦ୍ଧତି ଆପଣାଇବାକୁ ବାଧ୍ୟ କରିଥାଏ।’’

ପ୍ରତିବର୍ଷ ବଙ୍ଗଳାମେଡ଼ରେ ତୀମଦି ଅଧିକ ଭବ୍ୟ ହୋଇ ଚାଲିଥିବାରୁ, ପାର୍ବଣ ଧୀରେ ଧୀରେ ସେମାନଙ୍କ ହାତରୁ ଖସି ଯାଉଥିବା ମଣିଗଣ୍ଡନ ଏବଂ ତାଙ୍କ ପରିବାର ଲୋକମାନେ ଭାବୁଛନ୍ତି।

‘‘ପୂର୍ବରୁ ମୋ ବାପା ଖାଦ୍ୟ ବାବଦରେ ମୋଇ (ପର୍ବର ଭୋଜନ ସେବନ କରିସାରିବା ପରେ ଅତିଥିଙ୍କଠାରୁ ମିଳୁଥିବା ଉପହାର)ରୁ ସବୁ ଖର୍ଚ୍ଚ ତୁଲାଉଥିଲେ। ଏବେ ସେମାନେ (ପାଲାନୀଙ୍କ ପରିବାର) ସବୁ ଖର୍ଚ୍ଚ ତୁଲାଉଛନ୍ତି। ସେମାନେ କହୁଛନ୍ତି, ‘ମଣି, ତୁମେ କାପ୍ପ ପରମ୍ପରାରେ ଧ୍ୟାନ ଦିଅ,’’ ମଣିଗଣ୍ଡନ କୁହନ୍ତି। ତାଙ୍କ ପରିବାର ବେଳେବେଳେ ପାଲାନିଙ୍କ ଚାଷ ଜମିରେ କାମ କରିଥାନ୍ତି ।

Left: A banner announcing the theemithi event hung on casuarina trees is sponsored by Tamil Nadu Malaivaazh Makkal Sangam – an association of hill tribes to which Irulars belong. A picture of late P. Gopal is on the top right corner.
PHOTO • Smitha Tumuluru
Right: K. Kanniamma tries to sit briefly in the fire pit before crossing. This is a risky move for those who attempt as one needs to be fast enough not to burn one's feet. Kanniamma's b rother Manigandan followed this tradition every year until their father's death. Since no male member of the family could sit, Kanniamma took it on herself.
PHOTO • Smitha Tumuluru

ବାମ : ଝାଉଁ ଗଛରେ ତୀମଦି କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରାଯାଇ ଏକ ବ୍ୟାନର ଲାଗିଛି। ଇରୁଲର ମାନେ ସାମିଲ ଥିବା ପାହାଡ଼ି ଜନଜାତିଙ୍କର ଏକ ସଂଘ ତାମିଲନାଡ଼ୁ ମଲଇୱାଳ ମକ୍କଲ ସଙ୍ଗମ ପକ୍ଷରୁ ଏହି ବ୍ୟାନର ଲଗାଯାଇଛି। ଉପରେ ଡାହାଣ କୋଣରେ ସ୍ୱର୍ଗତ ପି. ଗୋପାଳଙ୍କ ଏକ ଫଟୋ। ଡାହାଣ: ଅଗ୍ନିକୁଣ୍ଡ ଟପିବା ପୂର୍ବରୁ କନ୍ନିଅମ୍ମା ସେଥିରେ ଟିକିଏ ବସିବା ପାଇଁ ଚେଷ୍ଟା କରୁଛନ୍ତି। ଅଗ୍ନିକୁଣ୍ଡରେ ଏପରି କରିବା ଏକ ବିପଜ୍ଜନକ କାର୍ଯ୍ୟ କାରଣ ପାଦ ଯେପରି ପୋଡ଼ିନଯିବ ସେଥିପାଇଁ ଏହା ଉପରେ ଦ୍ରୁତ ଗତିରେ ଚାଲିବା ଆବଶ୍ୟକ ହୋଇଥାଏ। କନ୍ନିଅମ୍ମା ଏବଂ ତାଙ୍କ ଭାଇ ମଣିଗଣ୍ଡନ ସେମାନଙ୍କ ପିତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଏହି ପରମ୍ପରାକୁ ପାଳନ କରିଛନ୍ତି । ପରିବାରର କୌଣସି ପୁରୁଷ ସଦସ୍ୟ ବସି ପାରିବେ ନାହିଁ, ତେଣୁ କନ୍ନିଅମ୍ମା ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି

Left: Fire-walkers, smeared with sandalwood paste and carrying large bunches of neem leaves, walk over the burning embers one after the other; some even carry little children.
PHOTO • Smitha Tumuluru
Right: It is an emotional moment for many who have kept their vow and walked on fire
PHOTO • Smitha Tumuluru

ବାମ: ନିଆଁରେ ଚାଲୁଥିବା ମାନସିକଧାରୀମାନେ, ଦେହରେ ଚନ୍ଦନ ଲେପି ହୋଇ ହାତରେ ନିମ୍ବ ପତ୍ର ବିଡ଼ା ଧରି ଜଳୁଥିବା ଅଙ୍ଗାର ଉପରେ ଜଣଙ୍କ ପରେ ଜଣେ ଚାଲନ୍ତି, କେହି କେହି ଛୋଟ ଛୁଆଙ୍କୁ ମଧ୍ୟ ଧରିଥାନ୍ତି। ଡାହାଣ : ବ୍ରତ ରଖି ନିଆଁରେ ଚାଲୁଥିବା ଲୋକମାନଙ୍କ ପାଇଁ ଏହା ଏକ ଭାବପ୍ରବଣପୂର୍ଣ୍ଣ ମୁହୂର୍ତ୍ତ ହୋଇଥାଏ

ସମାରୋହ ପାଇଁ ଲାଗିଥିବା ପ୍ରଚାରପତ୍ରରେ ସ୍ୱର୍ଗତ ଗୋପାଳଙ୍କ ବଳିମୁରାଇ (ପରମ୍ପରା)କୁ ସ୍ୱୀକାର କରୁଥିବା ଖଣ୍ଡେ ବାକ୍ୟକୁ ଛାଡ଼ି, ଇରୁଲରଙ୍କ ବିଷୟରେ କୌଣସି ଉଲ୍ଲେଖ ନାହିଁ। ‘‘ଆମ ବାପାଙ୍କ ନାମ ସେଥିରେ ଉଲ୍ଲେଖ କରିବାକୁ ଆମେ ଜୋର ଦେଇଥିଲୁ। ଏଥିରେ କାହା ନାଁ ଯୋଡ଼ିବାକୁ ସେମାନେ ଚାହୁଁନଥିଲେ,’’ ମଣିଗଣ୍ଡନ କୁହନ୍ତି ।

ତେବେ ତୀମଦି ଦିନ ନିଆଁରେ ଚାଲୁଥିବା ମାନସିକଧାରୀମାନେ ଏସବୁ ଆଶଙ୍କାକୁ ମନରୁ ଦୂରେଇ ଦେଇଥାନ୍ତି କାରଣ ସେମାନେ ନିଜ ଭକ୍ତିର ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହୋଇଥାନ୍ତି - ସ୍ନାନ କରିବା ପରେ, ହଳଦିଆ କପଡ଼ା ପିନ୍ଧନ୍ତି, ବେକରେ ଫୁଲମାଳ ପଡ଼ିଥାଏ, ମୁଣ୍ଡରେ ଫୁଲ ସଜା ହୋଇଥାଏ, ଦେହସାରା ଚନ୍ଦନ ଲେପ ବୋଳା ହୋଇଥାଏ ଏବଂ ପବିତ୍ର ହାତରେ ନିମ୍ବ ପତ୍ରର ବିଡ଼ା ଥାଏ। ‘‘ସେହି ଦିନ ଯେମିତି ଅମ୍ମନ ଆମ ଭିତରେ ପ୍ରବେଶ କରିଥାନ୍ତି । ଏହି କାରଣରୁ ପୁରୁଷମାନେ ମଧ୍ୟ ଫୁଲ ପିନ୍ଧିଥାନ୍ତି,’’ କନ୍ନିୟମ୍ମା କୁହନ୍ତି ।

ନିଆଁରେ ଚାଲିବାକୁ ଥିବା ଲୋକମାନେ ଅଙ୍ଗାର ଗର୍ତ୍ତ ଉପରେ ଚାଲିବା ଆରମ୍ଭ କରିବା କ୍ଷଣି, ଲୋକଙ୍କ ଶାନ୍ତ ଭାବନା ଉନ୍ମାଦରେ ବଦଳି ଯାଏ। କିଛି ଆଗନ୍ତୁକ ଜୟ ଜୟକାର କରନ୍ତି, ଆଉ କିଛି ପ୍ରାର୍ଥନା କରିଥାନ୍ତି । ଅନେକ ଲୋକ ଏହି ସମ୍ମୋହକ ଦୃଶ୍ୟକୁ ନିଜ ମୋବାଇଲ ଫୋନରେ ରେକର୍ଡ କରନ୍ତି ।

ଏକଦା ସାଧାରଣ ଇରୁଲରଙ୍କ ପୂଜାସ୍ଥଳୀ ଥିବା ଏହି ସ୍ଥାନ ନୂଆ ନାମ, ନୂଆ ମୂର୍ତ୍ତି ଏବଂ ମନ୍ଦିର ଓ ପର୍ବ ପରିଚାଳନା ପାଇଁ ପରିବର୍ତ୍ତିତ ବ୍ୟବସ୍ଥା ସତ୍ତ୍ୱେ ମଣିଗଣ୍ଡନ ଓ ତାଙ୍କ ପରିବାର ସେମାନଙ୍କ ଅମ୍ମନ ଙ୍କ ପ୍ରତି ନିଜ ସ୍ୱର୍ଗୀୟ ବାପାଙ୍କ ପ୍ରତିଶ୍ରୁତି ରକ୍ଷା କରି ସେମାନଙ୍କ ଜୀବନ ରକ୍ଷା ପାଇଁ ତାଙ୍କୁ କୃତଜ୍ଞତା ଜଣାଉଛନ୍ତି ।

ସୂଚନା : ଏହି ରିପୋର୍ଟର ୨୦୧୯ରେ ତୀମଦି ପର୍ବ ଦେଖିବା ଲାଗି ବଙ୍ଗଳାମେଡ଼ ଯାଇଥିବା ସମୟରେ ଏହି ଫଟୋଗୁଡ଼ିକ ସହିତ କାହାଣୀ ସଂଗ୍ରହ କରାଯାଇଥିଲା।

ଅନୁବାଦ: ଓଡ଼ିଶାଲାଇଭ୍‍

Smitha Tumuluru

Smitha Tumuluru is a documentary photographer based in Bengaluru. Her prior work on development projects in Tamil Nadu informs her reporting and documenting of rural lives.

Other stories by Smitha Tumuluru
Editor : Sangeeta Menon

Sangeeta Menon is a Mumbai-based writer, editor and communications consultant.

Other stories by Sangeeta Menon
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE