ଜଣେ ଯୁବକ ପରଦା ପଛପଟେ ଦୌଡ଼ୁଛି ଏବଂ ଦୀପ ଯେମିତି ଲିଭିନଯିବ ତାହା ଠିକ୍‌ ସମୟରେ ସୁନିଶ୍ଚିତ କରୁଛି । ତାଙ୍କୁ ଗୋଟିଏ ଘଣ୍ଟାର କାର୍ଯ୍ୟକ୍ରମ ପରିବେଷଣ ସମୟରେ ଅନେକ ବାର ଏମିତି କରିବାକୁ ପଡ଼ୁଛି, ଏହି ସମୟରେ କୌଣସି ଉପକରଣ ଓ ସାଥୀ କଳାକାରଙ୍କୁ ଯେମିତି କୌଣସି ଅସୁବିଧା ନହୁଏ ତାହା ମଧ୍ୟ ସେ ସୁନିଶ୍ଚିତ କରୁଛନ୍ତି।

ସେମାନେ ସମସ୍ତେ ହେଉଛନ୍ତି ଦର୍ଶକଙ୍କ ଦୃଷ୍ଟି ଆଢ଼ୁଆଳରେ ରହି କଳା ପରିବେଷଣ କରୁଥିବା ତୋଲପାୱକୁତୁ କଣ୍ଢେଇ ନାଚ କଳାକାର।

ହାତରେ ଚମଡ଼ା କଣ୍ଢେଇ ଧରି କଣ୍ଢେଇନାଚ କଳାକାରମାନେ ନିରନ୍ତର ଭାବେ ଏହି ଧଳା କପଡ଼ା ପରଦା ପଛପଟେ ରହି କଳା ପରିବେଷଣ କରି ଚାଲୁଛନ୍ତି। ସେମାନଙ୍କ ଗୋଡ଼ ପାଖରେ ପ୍ରାୟ ୫୦-୬୦ ଅନ୍ୟ କଣ୍ଢେଇ ପଡ଼ିଛି, ଯାହାକୁ ପର୍ଯ୍ୟାୟକ୍ରମେ ବ୍ୟବହାର କରାଯିବ। ସ୍ପିକରରେ କାହାଣୀ ବ୍ୟାଖ୍ୟା କରାଯାଉଛି ଏବଂ ଛାଇ ମାଧ୍ୟମରେ ପରଦାରେ ପ୍ରଦର୍ଶିତ ହେଉଛି।

ଏହି କଳାର ପ୍ରକୃତି ଏଭଳି ଯେ ପ୍ରକୃତ ପ୍ରଦର୍ଶନ ଦୃଷ୍ଟି ଆଢ଼ୁଆଳରେ ରହିଯାଏ। ତେଣୁ ଯେତେବେଳେ କଣ୍ଢେଇ ନାଚ କଳାକାର ରାମଚନ୍ଦ୍ର ପୁଲାୱରଙ୍କୁ ୨୦୨୧ରେ ଦେଶର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ -ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା, ତାହା ଏହି କଳାକାରଙ୍କ ପାଇଁ ଖୁସିର ବିଷୟ ଓ ସ୍ୱୀକୃତିର ସମୟ ଥିଲା। ନିଜ ଭାଷଣରେ ଏହି ତୋଲପାୱକୁତୁ କଳାକାର କହିଥିଲେ, ‘‘ଏହି ସମ୍ମାନ… ବହୁ ବର୍ଷ ଧରି ଏ କଣ୍ଢେଇ ନାଚ ମଞ୍ଚ ନାଟକର ଅସ୍ତିତ୍ୱକୁ ବଞ୍ଚାଇ ରଖିବା ଲାଗି ସମ୍ପୂର୍ଣ୍ଣ ମଣ୍ଡଳୀ ଦ୍ୱାରା କରାଯାଉଥିବା ସାମୂହିକ ପ୍ରୟାସର ପରିଣାମ।’’

ତେବେ ପୁଲାୱର ଓ ତାଙ୍କ ମଣ୍ଡଳୀକୁ ଏହି ସଫଳତା ପାଇଁ ମୂଲ୍ୟ ଦେବାକୁ ପଡ଼ିଥିଲା। ଏହି କଳାକୁ ଏକ ଲାଭଜନକ ବ୍ୟବସାୟରେ ପରିଣତ କରି ଦେଇଥିବା ଉଭୟ ସମାଲୋଚକ ଓ ପ୍ରଶଂସକମାନେ ଅଭିଯୋଗ କରିଥାନ୍ତି। ରାମଚନ୍ଦ୍ର କିନ୍ତୁ ଏହି ସମଲୋଚନାକୁ ନେଇ ସେତେଟା ବିବ୍ରତ ନୁହନ୍ତି । ‘‘ଖାଇବା ଓ ବଞ୍ଚିବା ପାଇଁ ଆମେ ଏହାକୁ ବ୍ୟବସାୟରେ ପରିଣତ କରିବାକୁ ବାଧ୍ୟ ହୋଇଛୁ,’’ ସେ କୁହନ୍ତି। ‘‘ଯଦି ଅଭିନେତା ଓ ନୃତ୍ୟଶିଳ୍ପୀମାନେ ସେମାନଙ୍କ କଳା ପରିବେଷଣ ପାଇଁ ଟଙ୍କା ଦାବି କରୁଛନ୍ତି ତା’ହେଲେ କଣ୍ଢେଇ ନାଚ କଳାକାରମାନେ ସେମିତି କରିବାରେ ଅସୁବିଧା କେଉଁଠି?’’

PHOTO • Courtesy: Rahul Pulavar
PHOTO • Sangeeth Sankar

ବାମ : ଭାରତୀୟ ମହାକାଶ ମିଶନ ଉପରେ ଏକ ତୋଲପାୱକୁତୁ କାର୍ଯ୍ୟକ୍ରମ। ଗୋଟିଏ ବିଦ୍ୟାଳୟର ବାର୍ଷିକ କାର୍ଯ୍ୟକ୍ରମ ପାଇଁ ରାମଚନ୍ଦ୍ରଙ୍କ ମଣ୍ଡଳୀ ଦ୍ୱାରା ଏହି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଡାହାଣ : ଛାୟା କଣ୍ଢେଇନାଚରେ ଗାନ୍ଧୀଙ୍କ କାହାଣୀ ପରିବେଷଣ କରାଯାଉଛି

କେରଳରେ କେବଳ ମନ୍ଦିର ପରିସରରେ ଏବଂ ଫସଲ ଅମଳ ପର୍ବ ସମୟରେ ପାରମ୍ପରିକ ଭାବେ ତୋଲପାୱକୁତୁ କାର୍ଯ୍ୟକ୍ରମ ପରିବେଷଣ କରାଯାଉଥିଲା। କିନ୍ତୁ ବିଗତ ୨୦ ବର୍ଷ ମଧ୍ୟରେ, ୬୩ ବର୍ଷ ବୟସ୍କ ରାମଚନ୍ଦ୍ର ଏବଂ ପଲକ୍କଡ଼ ଜିଲ୍ଲାରେ ଥିବା କୱଲପ୍ପାରା କଣ୍ଢେଇ ନାଚ ମଣ୍ଡଳୀ ଏକ ଆଧୁନିକ ସମୟରେ ତୋଲୱକୁତୁ କଳାକୁ ବଞ୍ଚାଇ ରଖିବା ପାଇଁ ଅନେକ ପ୍ରୟାସ କରିଛନ୍ତି। ଆଜି, ଛାୟା କଣ୍ଢେଇ ନାଚର ଏହି ମଞ୍ଚ କଳାରେ ଅନେକ ପରିବର୍ତ୍ତନ ଆସିଛି ଏବଂ ଏହାର ଶୈଳୀକୁ ନେଇ ଏକାଧିକ ପରୀକ୍ଷଣ କରାଯାଇଛି। ଏହି ପାରମ୍ପରିକ ପର୍ବ କାର୍ଯ୍ୟକ୍ରମ ବିଷୟରେ ଅଧିକ ଜାଣିବା ଲାଗି ତୋଲପାୱକୁତୁର କଣ୍ଢେଇ ନାଚ, ମାଲାବାରରେ ସାଂସ୍କୃତିକ ସଂହତିର ନିଦର୍ଶନ ଦେଖନ୍ତୁ।

ରାମଚନ୍ଦ୍ରଙ୍କର ବାପା, କ୍ରିଷ୍ଣନକୁଟ୍ଟୀ ପୁଲାୱର ତୋଲପାୱକୁତୁ କଳାକୁ ବାହାର ଦୁନିଆକୁ ଆଣିବା ଲାଗି ନିଷ୍ପତ୍ତି ନେଇଥିଲେ। ନାଟକଗୁଡ଼ିକର କାହାଣୀ ହିନ୍ଦୁ ପୁରାଣ ରାମାୟଣଠାରୁ ଆରମ୍ଭ କରି ବିଭିନ୍ନ କାହାଣୀ ଆଡ଼କୁ ବିସ୍ତାରିତ ହୋଇଥିଲା। ଅକ୍ଟୋବର ୨୦୦୪ରେ ଏଡାପ୍ପାଲଠାରେ ମହାତ୍ମା ଗାନ୍ଧୀଙ୍କ କାହାଣୀକୁ ପ୍ରଥମ ଥର ପାଇଁ କେରଳର ପାରମ୍ପରିକ କଣ୍ଢେଇ ନାଚ ମାଧ୍ୟମରେ ପରିବେଷଣ କରାଯାଇଥିଲା। ସେବେଠାରୁ, ଏହାକୁ ୨୨୦ ଥର ମଞ୍ଚସ୍ଥ କରାଯାଇସାରିଛି।

ଏହି ନାଟକର ଉଲ୍ଲେଖନୀୟ ସ୍ୱୀକୃତି କୱଲପ୍ପାରା କଣ୍ଢେଇ ନାଚ ମଣ୍ଡଳୀ ପାଇଁ ନୂଆ ଦିଗ ଖୋଲି ଦେଇଥିଲା। ସେମାନେ ଚିତ୍ରନାଟ୍ୟ ଲେଖିବା, କଣ୍ଢେଇ ତିଆରି କରିବା ଲାଗି ରେଖାଚିତ୍ର ଡିଜାଇନ କରିବା, ଦକ୍ଷତାର ସହିତ ବିଭିନ୍ନ ପରିବର୍ତ୍ତନ ଆଣିବା, କାହାଣୀ କହିବା ଶୈଳୀକୁ ବଦଳାଇବା, ଷ୍ଟୁଡିଓରେ ସଙ୍ଗୀତ ସଂଯୋଜନା ଓ ରେକର୍ଡିଂ କରିବା ଆରମ୍ଭ କରିଥିଲେ। ଏହି କଳାକାର ମଣ୍ଡଳୀ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ, ମହାବଳୀ, ପଞ୍ଚତନ୍ତ୍ରମ୍‌ ଆଦି ବିଷୟ ଉପରେ ଆଧାରିତ ବିଭିନ୍ନ କାହାଣୀକୁ ନେଇ ସ୍କ୍ରିପ୍ଟ ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି।

କୱଲପ୍ପାରା କଣ୍ଢେଇ ନାଚ କଳାକାରମାନେ ବୁଦ୍ଧଙ୍କ ଆଧ୍ୟାତ୍ମିକ ପ୍ରଭାବକୁ ଦର୍ଶାଉଥିବା କୁମାରନାଶନଙ୍କ କବିତା ‘ଚଣ୍ଡାଲଭିକ୍ଷୁଗି’ ଭଳି କାହାଣୀ ଜରିଆରେ ସାମାଜିକ ସଚେତନତା ଆଣିଛନ୍ତି। ଘଟଣାକ୍ରମରେ, ୨୦୦୦ ମସିହା ପରଠାରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯଥା - ଏଚଆଇଭି ଭଳି ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବା, ଜଙ୍ଗଲ ନଷ୍ଟ ସମସ୍ୟାର ସମାଧାନ କରିବା ଏବଂ ସେହି ବର୍ଷ ନିର୍ବାଚନ ପ୍ରସାର କରିବା ଲାଗି ଏହା ଏକ ମଞ୍ଚ ପାଲଟିଛି । ଏହି କଣ୍ଢେଇ ନାଚ କଳାକାରମାନେ ବିଭିନ୍ନ କଳା ରୂପ ଓ କଳାକାରଙ୍କ ସହିତ ମିଶି ମିଶ୍ରିତ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି ।

ଆଜିର ଦୁନିଆରେ ନବସୃଜନ, ଦୃଢ଼ତା ଏବଂ ତୋଲପାୱକୁତୁର ଦୀର୍ଘସ୍ଥାୟୀ ଭାବନାର କାହାଣୀ ଉପରେ ଏକ ବୃତ୍ତଚିତ୍ର

ଦେଖନ୍ତୁ : କିଛି ବର୍ଷ ମଧ୍ୟରେ ବିକଶିତ ହୋଇଥିବା ତୋଲପାୱକୁତୁ କଣ୍ଢେଇନାଚ

ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ (ଏମଏମଏଫ)ର ଏକ ଫେଲୋସିପ୍‌ ସହାୟତାରେ ଏହି କାହାଣୀ ପ୍ରସ୍ତୁତ କରାଯାଇଛି

ଅନୁବାଦ: ଓଡ଼ିଶାଲାଇଭ୍‍

Sangeeth Sankar

Sangeeth Sankar is a research scholar at IDC School of Design. His ethnographic research investigates the transition in Kerala’s shadow puppetry. Sangeeth received the MMF-PARI fellowship in 2022.

Other stories by Sangeeth Sankar
Text Editor : Archana Shukla

Archana Shukla is a Content Editor at the People’s Archive of Rural India and works in the publishing team.

Other stories by Archana Shukla
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE