ଫଗୁଣ ମାସ ଶେଷ ହେବାକୁ ଯାଉଛି। ସୁରେନ୍ଦ୍ରନଗର ଜିଲ୍ଲାର ଖାରାଘୋଡ଼ା ଷ୍ଟେସନ ନିକଟରେ ଥିବା କେନାଲ ପାଣିରେ ଅଳସ ରବିବାର ସକାଳର ସୂର୍ଯ୍ୟ ଲଟକି ରହିଛି। କେନାଲ ପଛ ଆଡ଼କୁ ଗୋଟିଏ ଅସ୍ଥାୟୀ ଆଡ଼ିବନ୍ଧ କେନାଲ ପାଣିକୁ ଅଟକାଇ ଛୋଟ ପୋଖରୀଟିଏ ବନେଇଛି। ଆଡ଼ିବନ୍ଧ ଉପର ଦେଇ ବୋହି ଯାଉଥିବା ପାଣିର କୁଳୁକୁଳୁ ଶବ୍ଦ କୂଳରେ ଚୁପ୍ ଚାପ୍ ଧ୍ୟାନ କଲା ଭଳି ବସିଥିବା ପିଲାଙ୍କ କଳରବଠାରୁ ଅଧିକ ଶୁଭୁଥାଏ। ପବନ ବନ୍ଦ ହୋଇଗଲା ପରେ ଜମିରେ ଗଜୁରୁ ଥିବା ଅଣାୟତ ଉଦ୍ଭିଦଗୁଡ଼ିକ ନିଥର ହୋଇଗଲା ପରି ସାତଜଣ ଯାକ ପିଲା ଚୁପ୍ ରହିଥାନ୍ତି। ଆଡ଼ିବନ୍ଧକୁ ସାମାନ୍ୟ ଠେଲିଦେଇ ଟିକିଏ ପଛକୁ ଜଲଦି ଘୁଞ୍ଚି ଆସିବ ଓ ପୁଣି ଆଡ଼ିବନ୍ଧକୁ କିଶୋର ହାତରେ ବନେଇ ଦେଇ ହୁଏ। ପାଣିରୁ ବାହାରି ଆସେ ମାଛଟିଏ। ଚାରିପଟକୁ ଘୁରିବୁଲି ଫଡ଼ଫାଡ଼ ହୁଏ। ଖୁବ ଶୀଘ୍ର ଚୁପ୍ ହୋଇଯାଏ।
ସେଇ କୁଳଠାରୁ କିଛି ଦୂରରେ ଅକ୍ଷୟ ଦାରୋଦରା ଓ ମହେଶ ସିପାରା କଥା ହୁଅନ୍ତି, ଚିତ୍କାର କରନ୍ତି, ପରସ୍ପରକୁ ଗାଳି ଦିଆଦେଇ ହୁଅନ୍ତି, ଗୋଟିଏ ଦା’ ଦ୍ଵାରା ମାଛକୁ ସଫା କରନ୍ତି, କାତି ଛଡ଼ାନ୍ତି ଓ କାଟନ୍ତି। ମହେଶ ପନ୍ଦର ବର୍ଷର ହେବାକୁ ଯାଉଛି। ବାକି ଛ’ଜଣ ତା’ଠାରୁ ସାନ। ମାଛଧରା ଖେଳ ଏଥର ଶେଷ ହୁଏ। ଏବେ ହେଉଛି ଖେଳିବା, ଗପ ମାରିବା ଓ ମନଖୋଲା ଖୋଲା ହସ ହସିବା ସମୟ। ମାଛ ଏତେବେଳକୁ ସଫା ହେଇସାରିଛି। ତା’ପରେ ଏକାଠି ମିଶି ରାନ୍ଧିବା ବେଳ। ମଉଜ ଜାରି ରହିଛି। ରନ୍ଧା କାମ ଶେଷ। ବଣ୍ଟାବଣ୍ଟି ଆରମ୍ଭ। କେବଳ ହସ, ଅଧିକରୁ ଅଧିକ ହସମିଶା ଖାଇବା ସମସ୍ତଙ୍କ ପାଇଁ।
କିଛି ସମୟ ପରେ ପିଲାମାନେ ଛୋଟ ପୋଖରୀର ପାଣିକୁ ଡିଅଁନ୍ତି, ତା’ପରେ କୂଳରେ ଥିବା ସାମାନ୍ୟ ଘାସ ଉପରେ ବସି ନିଜ ନିଜକୁ ଶୁଖାନ୍ତି। ପିଲାମାନଙ୍କ ଭିତରୁ ବାରବୁଲା ବିମୁକ୍ତ ଜନଜାତି ଚୁମୱାଲିୟା କୋଲିର ତିନିଜଣ, ମୁସଲମାନ ସମ୍ପ୍ରଦାୟର ଦୁଇଜଣ ଓ ଅନ୍ୟ ଦୁଇଜଣ ଏକାଠି ମିଶି ଦୁଇପହର ସାରା ବୁଲନ୍ତି, ହସନ୍ତି, କଥା ହୁଅନ୍ତି, ଗାଳି ଦିଆଦେଇ ହୁଅନ୍ତି। ମୁଁ ସେମାନଙ୍କ ପାଖକୁ ଗଲି, ହସିଲି ଓ କଥାବାର୍ତ୍ତା ଆରମ୍ଭ କରିବାକୁ ପଚାରିଲି ପ୍ରଥମ ପ୍ରଶ୍ନ, “ଆରେ, ତୁମେ ସମସ୍ତେ କୋଉ ଶ୍ରେଣୀରେ ପଢୁଛ?”
ଏବେ ସୁଦ୍ଧା ଜାମାପଟା ପିନ୍ଧି ନଥିବା ପବନ ଖିଲଖିଲ କରି ହସି ଉଠିଛି, “ଆ ମେସିୟୋ ନବମୁ ଭାନା, ଆନ ଆ ହିଲାସିୟୋ ଛାଠୁ ଭାନା। ବିଜୁ କୋୟ ନଥ ଭାନାତୁ। ମୁ ୟ ନଥ ଭାନାତୋ [ୟେ ମହେଶିୟୋ (ମହେଶ) ନବମରେ ଓ ବିଳାସିୟୋ (ବିଳାସ) ଷଷ୍ଠରେ। ଅନ୍ୟ କେହି ପଢ଼ନ୍ତିନି। ମୁଁ ବି ପଢ଼େନି]”। କଥା କହୁ କହୁ ସେ ଗୋଟିଏ ମୁଣା ଖୋଲି ସେଥିରୁ କଟା ଗୁଆ ଓ ଆଉ ଗୋଟିଏ ମୁଣାରୁ ଧୂଆଁପତ୍ର ବାହାର କରି ମିଶାଏ। ତାହାକୁ ଏକାଠି ଦଳି ଚିମୁଟାଏ ନେଇ ତା’ ପାଟିର ମାଢ଼ି ପାଖେ ରଖେ ଓ ବଳକାତକ ଅନ୍ୟମାନଙ୍କୁ ଦିଏ। ପାଟିରୁ ମାଟିଆ ରଙ୍ଗର ଛେପ ପାଣି ଭିତରକୁ ପକେଇ ଧୀରେ ସୁସ୍ଥେ ପୁଣି କହେ, “ନ ମଜା ଆବେ। ବିନ ମର୍ତାତା [ପଢ଼ାରେ ମଜା ନାହିଁ। ମାଡାମ ଆମକୁ ବହୁତ ମାରୁଥିଲେ”]। ଏକ ପ୍ରକାର ଶୀତଳ ନୀରବତା ମୋ ଭିତରେ ପ୍ରସରି ଗଲା।

ମାଛ ଧରିବାରେ ମଗ୍ନ ଶାହାରୁଖ (ବାମରେ) ଓ ସୋହିଲ

ମାଛ ସଫା କରୁଥିବା ମହେଶ ଓ ଅକ୍ଷୟ

ତିନିଟି ତେ ଢ଼ା ମେ ଢ଼ା ପଥରରେ ତିଆରି ଗୋଟିଏ ଅସ୍ଥାୟୀ ଚୁଲି । ନିଆଁ ଲଗେଇବା ପୂର୍ବରୁ କ୍ରିଷ୍ଣା ସେଥିରେ କିଛି ଆକାଶିଆ କାଠ ସହ ଗୋଟିଏ ପ୍ଲାଷ୍ଟିକ ବ୍ୟାଗ ରଖିଛି

କ ଢ଼େ ଇରେ କ୍ରିଷ୍ଣା ତେଲ ଢାଳୁଥିବା ବେଳେ ଅକ୍ଷୟ , ବିଶାଳ ଓ ପବନ ଆଗ୍ରହରେ ଅପେକ୍ଷା କରିଛନ୍ତି

ସେମାନଙ୍କ ଭିତରୁ ଜଣେ ଆଣିଥିବା ମାଛଟିକୁ କ ଢ଼େ ଇରେ ରଖିଛନ୍ତି । ସୋହେଲ ତେଲ ଆଣିଥିବା ବେଳେ ବିଶାଳ ଲଙ୍କାଗୁଣ୍ଡ, ହଳଦୀ ଓ ଲୁଣ ଆଣିଛି

କ୍ରିଷ୍ଣା ଖାଇବାକୁ ଅପେକ୍ଷା କରିଛି

ରନ୍ଧାରନ୍ଧି ଖେଳ ଆଗେଇ ଚାଲିଛି। ନିଆଁ ପାଖରେ ଆଗ୍ରହର ସହ ପିଲାମାନେ

ପିଲାମାନେ ନିଜେ ତିଆରି କରିଥିବା ପ୍ଲାଷ୍ଟିକ ଛାମୁଣ୍ଡିଆ ତଳେ ଛାଇରେ ବସି ଘରୁ ଆଣିଥିବା ରୁଟି ସହିତ ସେମାନେ ହାତ-ତିଆରି ଖାଦ୍ୟର ମଜା ନେଉଛନ୍ତି

ମସଲା ଦିଆ ମାଛ ତରକାରୀ ଗୋଟେ ପଟେ ହାତରେ ଥିବା ବେଳେ ଆର ପଟେ ରହିଛି ଦି ପହରର ଉଦୁଉଦିଆ ଖରା

ତାତି ଓ ଝାଳରୁ ତ୍ରାହି ମିଳେ ପହଁରିବାରେ

‘ଆରେ ଚାଲ, ପହଁରିବା’, କେନାଲ ପାଣିକୁ ଡେଇଁଲା ବେଳେ କହେ ମହେଶ

ଶିକ୍ଷକମାନେ ମାଡ଼ ମାରୁଥିବାରୁ ସାତଜଣଙ୍କ ମଧ୍ୟରୁ ପାଞ୍ଚଜଣ ସ୍କୁଲ ଯାଆନ୍ତି ନାହିଁ

ସେମାନେ ଯେତେବେଳେ ପହଁରିବାକୁ
ଚାହାନ୍ତି ପହଁରନ୍ତି, କିନ୍ତୁ ସେମାନେ ସବୁବେଳେ ଖେଳନ୍ତି ଓ ଖେଳୁ ଖେଳୁ ଶିଖନ୍ତି ଜୀବନ ଯାହା
ଶିଖାଏ
ଅନୁବାଦ : ଓଡ଼ିଶାଲାଇଭ୍