ନାମ: ବାଜେସିଂ ପାର୍ଗୀ   ଜନ୍ମ: ୧୯୬୩  ଗାଁ: ଇଟାୱା। ଜିଲ୍ଲା: ଦାହୋଡ଼, ଗୁଜରାଟ। ଗୋଷ୍ଠୀ: ଆଦିବାସୀ ପଞ୍ଚମାହାଲି ଭିଲ। ପରିବାର ସଦସ୍ୟ: ବାପା – ଚିସକା ଭାଇ। ମା’ – ଚତୁରା ବେନ। ଏବଂ ପାଞ୍ଚ ଭାଇଭଉଣୀଙ୍କ ମଧ୍ୟରେ ବାଜେସିଂ ହେଉଛନ୍ତି ପ୍ରଥମ ସନ୍ତାନ। ପରିବାରର ଜୀବିକା – ଚାଷ କାମ ମୂଲିଆ।

ଗୋଟିଏ ଗରିବ ଆଦିବାସୀ ପରିବାରରେ ଜନ୍ମ ହୋଇଥିବାରୁ ଉତ୍ତରାଧିକାରୀ ଭାବେ ସେ ଯାହା ପାଇଛନ୍ତି ସେ ସମ୍ପର୍କରେ ବାଜେସିଂ ଲେଖନ୍ତି – ‘ତାଙ୍କ ମା’ଙ୍କ ଜରାୟୁର ଅନ୍ଧକାର’, ‘ମରୁଭୂମି ପରି ବିଶାଳ ଏକାକୀତ୍ଵ’, ‘କୂଅ-ଭର୍ତ୍ତି ଝାଳ’ ଓ ‘ନେଳିଆ –ବିଷାଦ ଭରା’, ‘ଭୋକ’, ଏବଂ ‘ଜୁଳୁଜୁଳିଆ ପୋକଙ୍କ ଆଲୁଅ’। ଅବଶ୍ୟ ତା’ ସହ ଥିଲା ଜନ୍ମ ବେଳୁ ଶବ୍ଦମାନଙ୍କ ପ୍ରତି ଶ୍ରଦ୍ଧା।

ଥରେ ଗୋଟିଏ ଗଣ୍ଡଗୋଳର ଅସତର୍କତା ଭିତରେ ହଠାତ୍‌ ଗୁଳିଟିଏ ଆସି ସେତେବେଳେ ଯୁବକ ଥିବା ଆଦିବାସୀଟିର ହନୁହାଡ ଓ ବେକ ମଝିରେ ପଶି କଣା କରି ବାହାରିଗଲା। ସେହି କ୍ଷତ ଯୋଗୁଁ ତା’ର ସ୍ଵର ଏପରି ଆକ୍ରାନ୍ତ ହେଲା ଯେ ସାତ ବର୍ଷର ଚିକିତ୍ସା, ୧୪ଟି ଅସ୍ତ୍ରୋପଚାର ଓ ଉତ୍କଟ ଋଣଭାର ସତ୍ତ୍ୱେ ଆଉ ଠିକ୍‌ ହେଲା ନାହିଁ। ତାହା ବେଡ଼ି ଉପରେ କୋରଡ଼ା ସଦୃଶ ଥିଲା। ପ୍ରଥମତଃ, ସେ ଜନ୍ମ ହୋଇଥିବା ଗରିବ ଆଦିବାସୀ ସମ୍ପ୍ରଦାୟର ସ୍ଵର ଅତି ନିଥର ଥିଲା ଓ ତାକୁ ବ୍ୟକ୍ତିଗତ ଭାବେ ଉପହାର ସଦୃଶ ମିଳିଥିବା ସ୍ଵରତନ୍ତ୍ରୀ ଏବେ ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଗଲା। କେବଳ ଯାହା ତାଙ୍କର ଦୃଷ୍ଟିଶକ୍ତି ପୂର୍ବ ପରି ତୀକ୍ଷ୍ଣ ହୋଇ ରହିଲା। ଦୀର୍ଘ ସମୟ ବ୍ୟବଧାନରେ ଜଣେ ଶ୍ରେଷ୍ଠ ପ୍ରୁଫ୍ରିଡର ଭାବେ ବାଜେସିଂ ଗୁଜରାଟୀ ସାହିତ୍ୟରେ ପଦାର୍ପଣ କରିଥିଲେ। ତେବେ ତାଙ୍କ ନିଜସ୍ୱ ରଚନାବଳି ଯେଉଁ ଗୁରୁତ୍ଵ ପାଇବା କଥା ତାହା ମିଳି ନଥିଲା।

ଏଠାରେ ଓଡିଆରେ ଅନୁଦିତ ଗୁଜରାଟୀ ଲିପିରେ ଲିଖିତ ବାଜେସିଂଙ୍କ ମୂଳ ପଞ୍ଚମାହାଲି ଭିଲି ଉପଭାଷାର କବିତା ତାଙ୍କ ଦ୍ଵନ୍ଦ୍ଵକୁ ପ୍ରକାଶ  କରେ।

ଶୁଣନ୍ତୁ ପ୍ରତିଷ୍ଠା ପାଣ୍ଡ୍ୟାଙ୍କ ପଞ୍ଚମାହାଲି ଭିଲି ଉପଭାଷାରେ କବିତା ପଠନ

ଶୁଣନ୍ତୁ ପ୍ରତିଷ୍ଠା ପାଣ୍ଡ୍ୟାଙ୍କ ପଞ୍ଚମାହାଲି ଭିଲି ଉପଭାଷାରୁ ଇଂରାଜୀରେ ଅନୁଦିତ କବିତା ପଠନ

મરવું હમુન ગમતું નથ

ખાહડા જેતરું પેટ ભરતાં ભરતાં
ડુંગોર ઘહાઈ ગ્યા
કોતેડાં હુકાઈ ગ્યાં
વગડો થાઈ ગ્યો પાદોર
હૂંકળવાના અન કરહાટવાના દંન
ઊડી ગ્યા ઊંસે વાદળાંમાં
અન વાંહળીમાં ફૂંકવા જેતરી
રઈં નીં ફોહબાંમાં હવા
તેર મેલ્યું હમુઈ ગામ
અન લીદો દેહવટો

પારકા દેહમાં
ગંડિયાં શેરમાં
કોઈ નીં હમારું બેલી
શેરમાં તો ર્‌યાં હમું વહવાયાં

હમું કાંક ગાડી નીં દીઈં શેરમાં
વગડાવ મૂળિયાં
એવી સમકમાં શેરના લોકુએ
હમારી હારું રેવા નીં દીદી
પૉગ મેલવા જેતરી ભૂંય

કસકડાના ઓડામાં
હિયાળે ઠૂંઠવાતા ર્‌યા
ઉનાળે હમહમતા ર્‌યા
સુમાહે લદબદતા ર્‌યા
પણ મળ્યો નીં હમુન
હમારા બાંદેલા બંગલામાં આસરો

નાકાં પર
ઘેટાં-બૉકડાંની જેમ બોલાય
હમારી બોલી
અન વેસાઈં હમું થોડાંક દામમાં

વાંહા પાસળ મરાતો
મામાનો લંગોટિયાનો તાનો
સટકાવે વીંસુની જીમ
અન સડે સૂટલીઈં ઝાળ

રોજના રોજ હડહડ થાવા કરતાં
હમહમીને સમો કાડવા કરતાં
થાય કી
સોડી દીઈં આ નરક
અન મેલી દીઈં પાસા
ગામના ખોળે માથું
પણ હમુન ડહી લેવા
ગામમાં ફૂંફાડા મારે સે
ભૂખમરાનો ભોરિંગ
અન
મરવું હમુન ગમતું નથ.

ମୁଁ ମରିବାକୁ ଚାହେଁ ନାହିଁ

ଯେତେବେଳେ ପାହାଡ଼ ଧସିଗଲା,
ନାଳଗୁଡ଼ିକ ଶୁଖି ଯାଇଥିଲା,
ଜଙ୍ଗଲରେ ଗାଁଗୁଡ଼ିକର ଆକ୍ରମଣ ଜାରି ରହିଥିଲା,
ଗର୍ଜ୍ଜନତର୍ଜ୍ଜନ ଓ ହର୍ଷୋଲ୍ଲାସର ଦିନଗୁଡ଼ିକ ଅପସରି ଗଲା,
ପବନରେ ମିଳାଇଗଲା।
ନିଃଶ୍ଵାସଟିଏ ବି ରହିଲା ନାହିଁ
ମୋ ଫୁସ୍‌ଫୁସ୍‌ରେ, ବଇଁଶୀ ବଜାଇବାକୁ ଯଥେଷ୍ଟ ନଥିଲା;
ଏବଂ ପେଟର ଗହ୍ଵର ଫମ୍ପା ହୋଇ ଯାଇଥିଲା।
ସେତିକି ବେଳେ ପଛରେ ମୁଁ ଛାଡି ଆସିଲି ମୋ ଗାଁ
ଓ ନିଜକୁ ନିର୍ବାସିତ କଲି...

ଗୋଟିଏ ବିଦେଶୀ ଦେଶରେ,
କେଉଁ ଏକ ବାୟା ସହରରେ,
ଯେଉଁଠାରେ କେହି ଆମକୁ ପଚାରନ୍ତି ନାହିଁ –
ଆମେ, ନିଚ୍ଚସ୍ତରର ଲୋକ।
ସେଠାକାର ମାଟି ତଳେ ଆମ
ବଣୁଆ ମୂଳକୁ ମଜବୁତ ନକଲା ପର୍ଯ୍ୟନ୍ତ,
ସହରୀ ଲୋକମାନେ ଦିଅନ୍ତି ନାହିଁ ଟିକିଏ ଜାଗା,
ଇଞ୍ଚେ ସ୍ଥାନ ବି ନୁହେଁ,
ଏପରିକି ଆମ ପାଦକୁ ବିଶ୍ରାମ କରିବା ପାଇଁ।

ପ୍ଲାଷ୍ଟିକ ଘେରା କାନ୍ଥ ଭିତରେ ଆମେ ରହୁ,
ଥଣ୍ଡାରେ ଥରି ଥରି,
ଗରମରେ ବୁହାଇ ଝାଳ,
ବର୍ଷାରେ ବତୁରି ବତୁରି।
ମିଳେ ନାହିଁ ଆମକୁ ଆଶ୍ରୟ
ଆମେ ତିଆରି କରିଥିବା ବଙ୍ଗଳା ଭିତରେ।

ଚାରିଛକରେ ନିଲାମ ହୁଏ,
ପୋଷା ଛେଳି କୁକୁଡ଼ା ପରି
ଆମ ଶ୍ରମ ହୁଏ ବିକ୍ରି,
ଆମେ ବିକ୍ରି ହେଉ ନିହାତି ଶସ୍ତାରେ।

ବିଛାର ନାହୁଡ଼ ପରି,
ମୋ ପିଠିରେ ଫୋଡ଼ି ହେଇଯାଏ
ମା’ ଓ ଚଡ଼ିପିନ୍ଧା ଦିନର ସାଙ୍ଗମାନଙ୍କ କଣ୍ଟା ତାରବାଡ଼ –
ବର୍ବର ଓ ଆଦିବାସୀଙ୍କ ଅଣ୍ଟାର କାଛିଆ।
ମୋ ମୁଣ୍ଡ ଭିତରେ ସଞ୍ଚରି ଯାଏ ବିଷ।

ଏଇ ନର୍କକୁ ଛାଡ଼ି ଚାଲିଯିବା ପରି ମତେ ଲାଗେ,
ଏଭଳି ପ୍ରତ୍ୟେକଟି ଦିନର ଅପମାନ,
ଏହି ଅଣନିଃଶ୍ଵାସୀ ଜୀବନ।
ମୁଁ ମୋ ଗାଁକୁ ଫେରିଯିବାକୁ ଚାହେଁ,
ବିଶ୍ରାମ କରିବାକୁ ମୁଣ୍ଡ ରଖି ତା’ କୋଳରେ।
କିନ୍ତୁ ଭୋକର ଚୁମ୍ବନ ଦେବାକୁ ସାପଟିଏ
ସେଠି ଫଣା ହଲାଉ ହଲାଉ
ଆମ ସମସ୍ତଙ୍କୁ ଗିଳିଦେବାକୁ ଜଗି ରହିଥାଏ।
ଏବଂ ମୁଁ,
ମୁଁ ମରିବାକୁ ଚାହେଁ ନାହିଁ।


କବି ଫୁସଫୁସ କର୍କଟ ରୋଗର ଚତୁର୍ଥ ପର୍ଯ୍ୟାୟରେ ପୀଡିତ ଏବଂ ବର୍ତ୍ତମାନ ସେ ଦାହୋଡ଼ର କେଜର୍ ମେଡିକାଲ୍ ନର୍ସିଂ ହୋମ୍‌ରେ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି।

କବିତା ଓ ଗଦ୍ୟ ଅନୁବାଦ: କପିଳାସ ଭୂୟାଁ

Vajesinh Pargi

Based in Dahod, Gujarat, Vajesingh Pargi is a poet writing in Panchamahali Bhili and Gujarati. He has published two collections of his poems titled "Zakal naa moti" and "Aagiyanun ajawalun." He worked as a proof-reader with the Navajivan Press for more than a decade.

Other stories by Vajesinh Pargi
Illustration : Labani Jangi

Labani Jangi is a 2020 PARI Fellow, and a self-taught painter based in West Bengal's Nadia district. She is working towards a PhD on labour migrations at the Centre for Studies in Social Sciences, Kolkata.

Other stories by Labani Jangi
Translator : Kapilas Bhuyan

Kapilas Bhuyan is a senior journalist, writer and filmmaker. He has won the President's National Film Award Silver Lotus (2006), and international accolades like Best Short Film Award at Festival du Cinema de Paris and Jury's Special Mention at New York Short Film Festival (2004).

Other stories by Kapilas Bhuyan