ଶିଶୁପାଳ ନିଶାଦ ନିଜର ସାତ ବର୍ଷୀୟ ଝିଅ ନବ୍ୟା ବିଷୟରେ କୁହନ୍ତି, "ସେ ଘଣ୍ଟା ଘଣ୍ଟା ଧରି କାନ୍ଦୁଛି ଓ ମାଙ୍କୁ ଫେରେଇ ଆଣିବାକୁ ମୋତେ କହୁଛି"। ୟୁପିର ସିଙ୍ଗତୌଲି ଗ୍ରାମର ୩୮ ବର୍ଷୀୟ ଶ୍ରମିକ କୁହନ୍ତି, "କିନ୍ତୁ ମୁଁ ତାଙ୍କୁ କେଉଁଠାରୁ ଆଣିବି? ଏପରିକି ମୁଁ ମାନସିକ ଭାରସାମ୍ୟ ହରାଇଲା ପରି ଅନୁଭବ କରୁଛି। ଆମେ ଅନେକ ସପ୍ତାହ ହେଲା ଶୋଇ ନାହୁଁ"।

ଶିଶୁପାଳଙ୍କ ସ୍ତ୍ରୀ - ନବ୍ୟାର ମା’ ମଞ୍ଜୁ ଜଣେ ଜାଲାଉନ ଜିଲ୍ଲାର କୁଥାଉଣ୍ଡ ବ୍ଲକର ସିଙ୍ଗିତୌଲି ପ୍ରାଇମେରୀ ସ୍କୁଲ୍ ର ‘ଶିକ୍ଷା ମିତ୍ର’ ବା ପାରା ଶିକ୍ଷକ ଥିଲେ। ୟୁପିରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ବାଧ୍ୟତାମୂଳକ କର୍ତ୍ତବ୍ୟ କରି କୋଭିଡ-୧୯ରେ ମୃତ୍ୟୁବରଣ କରିଥିବା ୧୬୨୧ ସ୍କୁଲ୍‍ ଶିକ୍ଷକମାନଙ୍କ ନାମ ତାଲିକାରେ ତାଙ୍କ ନାମ ୧୨୮୨ ତମ ସ୍ଥାନରେ ରହିଛି।  ଗୋଟିଏ ସଂଖ୍ୟା ବ୍ୟତିତ ତାଙ୍କର ପାଞ୍ଚଜଣିଆ ପରିବାର ପାଇଁ ମଞ୍ଜୁ ନିଶାଦଙ୍କ ଅବଦାନ ମୃତ୍ୟୁ ପର୍ଯ୍ୟନ୍ତ ବହୁତ ଅଧିକା ଥିଲ।

ସେ ତିନିଜଣ ପିଲାଙ୍କର ମା’ ଥିଲେ ଓ ପରିବାରକୁ ପ୍ରତିପୋଷଣ କରୁଥିବା  ଏକମାତ୍ର ବ୍ୟକ୍ତି ଥିଲେ ଯିଏକି ମାସକୁ ୧୦,୦୦୦ ଟଙ୍କା ଘରକୁ ଆଣୁଥିଲେ - ଯେଉଁ ଅନୁକମ୍ପା ରାଶି କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନଥିବା  ଚୁକ୍ତି ଭିତ୍ତିରେ  କାମ କରୁଥିବା ଶିକ୍ଷା ମିତ୍ର ମାନଙ୍କୁ ଦିଆ ଯାଉଥିଲା। ଏପରିକି ମଞ୍ଜୁଙ୍କ ଭଳି ଅନେକ ଯିଏକି ୧୯ ବର୍ଷ ଧରି ସେହି ପଦ ରେ କାମ କରିଥିଲେ। ଏକ ଶିକ୍ଷା ମିତ୍ର ନିଶ୍ଚିତ  ପାଠ ପଢାଇଥାଏ, କିନ୍ତୁ ଶିକ୍ଷା ସହାୟକ ଭାବେ ଶ୍ରେଣୀ ଭୁକ୍ତ (କିମ୍ବା ଶିକ୍ଷକଙ୍କ ସହାୟକ)।

ଶିଶୁପାଳ ଦିନକୁ ୩୦୦ ଟଙ୍କା ମଜୁରୀରେ ବୁନ୍ଦେଲଖଣ୍ଡ ସଡକ ପଥ ନିର୍ମାଣ କାର୍ଯ୍ୟରେ ଜଣେ ଶ୍ରମିକ ଭାବରେ କାମ କରୁଥିଲେ, "ମୁଁ  ସଡକ ପଥ ନିର୍ମାଣ କାର୍ଯ୍ୟର ଯେଉଁ ପର୍ଯ୍ୟାୟରେ କାମ କରୁଥିଲି ତାହା ଦୁଇ ମାସ ପୂର୍ବରୁ ଶେଷ ହୋଇଯାଇଛି। ଏବଂ ନିକଟରେ କୌଣସି ନିର୍ମାଣ କାମ ଚାଲୁ ନାହିଁ। ଗତ ମାସଗୁଡିକ ଆମେମାନେ ମୋ ସ୍ତ୍ରୀର ରୋଜଗାରରେ ଚଳୁଛୁ"।

ୟୁପିରେ ଏପ୍ରିଲ ୧୫,୧୯,୨୬ ଓ ୨୯ ତାରିଖରେ ଅନୁଷ୍ଠିତ ହୋଇଥିଵା ଚାରି ପର୍ଯ୍ୟାୟ ବିଶିଷ୍ଟ ବିଶାଳ ପଞ୍ଚାୟତ ନିର୍ବାଚନରେ ନିର୍ବାଚନ କାର୍ଯ୍ୟ ପରିଚାଳନା ପାଇଁ ହଜାର ହଜାର ଶିକ୍ଷକମାନଙ୍କୁ ନିୟୋଜିତ କରାଯାଇଥିଲା। ଶିକ୍ଷକମାନେ ପ୍ରଥମେ  ଗୋଟିଏ  ଦିନ ତାଲିମ୍‍ ନେଲେ, ତାପରେ ଦୁଇ ଦିନ ଭୋଟ କାର୍ଯ୍ୟ ପାଇଁ- ଏକ ଦିନ ପ୍ରସ୍ତୁତି ନିମନ୍ତେ ଓ ଅନ୍ୟ  ଦିନ ମତଦାନ ନିମନ୍ତେ। ତା’ପରେ ପୁଣି ହଜାର ହଜାର ଶିକ୍ଷକମାନଙ୍କୁ  ମେ ୨ ତାରିଖରେ ଭୋଟ ଗଣତି ନିମନ୍ତେ ଉପସ୍ଥିତ ରହିବା  ପାଇଁ କୁହାଗଲା। ଏହି ସବୁ କାର୍ଯ୍ୟ କରିବା ବାଧ୍ୟ୍ୟତାମୁଳକ ଥିଲା ଓ ନିର୍ବାଚନ ସ୍ଥଗିତ ରଖିବା ନିମନ୍ତେ  ଶିକ୍ଷକ ସଂଘର ଅନୁରୋଧକୁ ଉପେକ୍ଷା କରାଯାଇଥିଲା।

ୟୁପି ଶିକ୍ଷକ ମହାସଂଘ(ଶିକ୍ଷକମାନଙ୍କ ସଂଘ) ଦ୍ୱାରା ପ୍ରସ୍ତୁତ କରାଯାଇଥିବା ୧୬୨୧ ଜଣ ମୃତକଙ୍କ ତାଲିକାରେ ୧୯୩ ଜଣ ଶିକ୍ଷା ମିତ୍ର ଥିଲେ। ଏମାନଙ୍କ ମଧ୍ୟରୁ ମଞ୍ଜୁଙ୍କ ସମେତ ୭୨ ଜଣ ମହିଳା ଥିଲେ। କୌଣସି ମତେ  ମେ ୧୮ ତାରିଖ ଦିନ ୟୁପି ବେସିକ ଶିକ୍ଷା ବିଭାଗ ଦ୍ୱାରା ଜାରି କରା ଯାଇଥିବା ପ୍ରେସ୍‍ ଇସ୍ତାହାରରେ କୁହାଯାଇଥିଲା ଯେ ନିର୍ବାଚନ ଆୟୋଗଙ୍କ ନିୟମାବଳି  ଅନୁସାରେ କାର୍ଯ୍ୟ ସମୟରେ ମୃତ୍ୟୁବରଣ କରିଥିବା ଲୋକମାନେ ହିଁ କେବଳ କ୍ଷତି - ପୂରଣ ପାଇବେ। ଏବଂ ଶିକ୍ଷକମାନଙ୍କ କ୍ଷେତ୍ରରେ, ଏହା  କାର୍ଯ୍ୟ ସ୍ଥଳରେ ମୃତ୍ୟୁବରଣ କରିଥିବା ବା କାର୍ଯ୍ୟସ୍ଥଳରୁ ଘରକୁ ଫେରୁଥିବା ସମୟରେ ମୃତ୍ୟୁବରଣ କରିଥିବା ଶିକ୍ଷକମାନଙ୍କୁ ବୁଝାଏ। ଏହା ହିଁ ପ୍ରେସ୍‍ ଇସ୍ତାହାର କୁହେ: "ଏହି ସମୟ ମଧ୍ୟରେ ଯଦି ଜଣେ ବ୍ୟକ୍ତି କୌଣସି  କାରଣରୁ ମୃତ୍ୟୁବରଣ କରେ  ତେବେ ତାଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ, ଯାହାକି ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଅନୁମୋଦନ କରାଯିବ।"

Shishupal Nishad with Navya, Muskan, Prem and Manju: a last photo together of the family
PHOTO • Courtesy: Shishupal Nishad

ଶିଶୁପାଳ ନିଶଦ, ନବ୍ୟା, ମୁସକାନ, ପ୍ରେମ ଏବଂ ମଞ୍ଜୁ ସହିତ: ଏହା ହେଉଛି ସମସ୍ତ ପରିବାରର ଏକତ୍ର ଥିବା ଶେଷ ଫଟୋଟି ବାଖ୍ୟା କରେ

ପ୍ରେସ୍‍ ଇସ୍ତାହାର  କୁହେ: “ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ତିନି ଜଣ ଶିକ୍ଷକ ମୃତ୍ୟୁବରଣ କରିଥିବା କଥା ରାଜ୍ୟ ନିର୍ବାଚନ ଆୟୋଗଙ୍କୁ [ଏସଇସି] ଜଣାଇଛନ୍ତି। ଏହା ଅନ୍ୟ ୧୬୧୮ ଶିକ୍ଷକଙ୍କୁ ବାଦ୍‍ ଦେବ ଯେଉଁମାନେ କି ତାଲିମ୍‍, ମତଦାନ କିମ୍ବା ଗଣନା କେନ୍ଦ୍ରରେ ସଂକ୍ରମିତ ହୋଇଥିଲେ ମାତ୍ର କିଛି ଦିନ ପରେ ଘରେ ମୃତ୍ୟୁବରଣ କରିଥିଲେ। ଏବଂ ଏହା କରୋନା ଭୂତାଣୁ ସଂକ୍ରମଣର ପ୍ରାକୃତିକ ଏବଂ ଏହା କିପରି ମାରେ ଓ ମାରିବାକୁ କେତେ ଦିନ ସମୟ ନିଏ ଆଦିକୁ ସମ୍ପୂର୍ଣ୍ଣ ରୂପେ ଉପେକ୍ଷା କରିଛି ।

ଶିକ୍ଷକ ମହାସଙ୍ଘ ତିରଷ୍କାର କରି କହିଲେ, ଅଧିକାରୀମାନେ ସମ୍ପୂର୍ଣ୍ଣ ତାଲିକା ଦେଖିବା ଉଚିତ୍‍ "ଯାହାଦ୍ୱାରାକି  ସରକାର କେବଳ ତିନିଜଣ ଶିକ୍ଷକଙ୍କ ମୃତ୍ୟୁକୁ ଅନୁମୋଦନ କଲାବେଳେ ଅନ୍ୟ ୧୬୧୮ ଜଣଙ୍କ ନାମ ମେଳ କରିବାର ଥିଲା ଯାହାକୁ କି ସେମାନେ ବାଦ୍ ଦେଇଥିଲେ," ମହାସଂଘ ସଭାପତି ଦିନେଶ ଶର୍ମା ପରୀ କୁ କହିଲେ।

ମଞ୍ଜୁ ନିଶଦ ଏପ୍ରିଲ୍‌ ୨୫ରେ ଜଲୌନ ଜିଲ୍ଲାର କଦୌରା ବ୍ଲକ୍‍ର ମତଦାନ କେନ୍ଦ୍ର କର୍ତ୍ତବ୍ୟରେ ଯୋଗ ଦେଇଥିଲେ, ୨୬ତାରିଖରେ ହେବାକୁ ଥିବା ମତଦାନର ପ୍ରାକ୍‍ ପ୍ରସ୍ତୁତି ନିମନ୍ତେ। ଏହାର କିଛି ଦିନ ପୂର୍ବରୁ ସେ ଏକ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ। ଏପ୍ରିଲ୍‌ ୨୫ ଦିନ  ରାତି ହିଁ ସେ ପ୍ରକୃତରେ ଅସୁସ୍ଥ ହୋଇପଡିଲେ।

ଶିଶୁପାଳ କୁହନ୍ତି, "ଏହି ସବୁକିଛି ଘଟିଛି କେବଳ ସରକାରଙ୍କ ଦାୟିତ୍ୱହୀନତା କାରଣରୁ। ମୋ ସ୍ତ୍ରୀ କେତେକ ସରକାରୀ ଅଧିକାରୀଙ୍କ ସହ କଥାହେବାକୁ ଚେଷ୍ଟା କରିଛି, ସେ ଅସୁସ୍ଥ ଥିବାରୁ ଘରକୁ ଯିବାକୁ ଦରକାର ମନେକରୁଛନ୍ତି ବୋଲି ଅନୁରୋଧ କରିଛନ୍ତି। ସେ ତାକୁ ଏତିକି କହିଲେ: ‘ଯଦି ତୁମେ ଯିବାକୁ ଚାହୁଁଛ, ତୁମେ ଚାକିରି ଛାଡିଦିଅ’ - ତେଣୁ ସେ ତାଙ୍କ ଦାୟିତ୍ୱ ସହ ରହିଲେ।

ସେ ଏପ୍ରିଲ୍‌ ୨୬ର ବିଳମ୍ବିତ ରାତିରେ ଭୋଟ କାମ ଶେଷ କରି ଏକ ଭଡାଗାଡିରେ ଘରକୁ ଫେରିଲେ। ସେ କୁହନ୍ତି, "ସେ ଜ୍ୱର ଓ ଅସୁସ୍ଥତା ଅନୁଭବ କରୁଥିବା କଥା କହିଲେ"। ଯେତେବେଳେ ପରଦିନ ସେ କୋଭିଡ-୧୯ରେ ଆକ୍ରାନ୍ତ ଅଛନ୍ତି ବୋଲି ଜଣାପଡିଲା, ଶିଶୁପାଳ ମଞ୍ଜୁଙ୍କୁ ଏକ ଘରୋଇ ନର୍ସିଙ୍ଗହୋମ୍‍କୁ ନେଇଯାଇଥିଲେ, ଯେଉଁଠାରେ ସେମାନେ କହିଲେ ତାକୁ ଏକ ସପ୍ତାହ ହସ୍ପିଟାଲ ଚିକିତ୍ସାରେ ରହିବାକୁ ପଡିବ - ରାତିକୁ ୧୦,୦୦୦ଟଙ୍କା ମୂଲ୍ୟରେ। ସାଧାରଣରେ କହିଲେ: ଦିନକୁ ହସ୍ପିଟାଲ୍‍ର ଖର୍ଚ୍ଚ ହେଉଛି ତାଙ୍କର ମାସକର ରୋଜଗାର। ଶିଶୁପାଳ କୁହନ୍ତି "ସେହି କାରଣରୁ ମୁଁ ତାକୁ ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଲି"।

ସେ କୁହନ୍ତି, ମଞ୍ଜୁର ଉତ୍କଣ୍ଠା  କେବଳ  ତାର ପିଲାମାନେ ତା ବିନା ଘରେ କ’ଣ କରୁଥିବେ, କ’ଣ ଖାଉଥିବେ  ଉପରେ  ସମ୍ପୂର୍ଣ୍ଣ ଭାବରେ କେନ୍ଦ୍ରିଭିତ ହୋଇ ରହିଥିଲା। ମେ ୨ ତାରିଖ, ତାର ହସ୍ପିଟାଲରେ ପଞ୍ଚମ ଦିନ - ଯେଉଁ ଦିନ କି ସେ  ଗଣତି କାର୍ଯ୍ୟ କରିଥାଆନ୍ତେ - ସେ ମୃତ୍ୟୁବରଣ କଲେ।

Manju's duty letter. Thousands of teachers were assigned election duty in UP’s mammoth four-phase panchayat elections in April. On May 2, her fifth day in the hospital – and what would have been her counting duty day – Manju (right, with her children) died
PHOTO • Courtesy: Shishupal Nishad
Manju's duty letter. Thousands of teachers were assigned election duty in UP’s mammoth four-phase panchayat elections in April. On May 2, her fifth day in the hospital – and what would have been her counting duty day – Manju (right, with her children) died
PHOTO • Courtesy: Shishupal Nishad

ମଞ୍ଜୁର କର୍ତ୍ତବ୍ୟ ଚିଠି; ଏପ୍ରିଲ୍‌ରେ ୟୁପିରେ ଅନୁଷ୍ଠିତ ହେଉଥିବା ଚାରି ପର୍ଯ୍ୟାୟ ବିଶିଷ୍ଟ ବିଶାଳ ନିର୍ବାଚନର ଦାୟିତ୍ୱରେ  ହଜାର ହଜାର ଶିକ୍ଷକଙ୍କୁ ନିୟୋଜିତ କରାଯାଇଥିଲା। ମେ ୨, ତାର ହସ୍ପିଟାଲରେ ପଞ୍ଚମ ଦିନ -  ଏବଂ ଯେଉଁଦିନ କି ସେ ଗଣତି କାର୍ଯ୍ୟ କରିଥାଆନ୍ତେ - ମଞ୍ଜୁ (ଡାହାଣ, ତାଙ୍କର ପିଲାମାନଙ୍କ ସହ) ମୃତ

ଶିଶୁପାଳ କୁହନ୍ତି, "ମୋର ମା’ ତାର ତିନି ଦିନ ପରେ ହୃଦ୍‍ଘାତରେ ମୃତ୍ୟୁବରଣ କଲେ। ସେ ବାରମ୍ବାର କହୁଥିଲେ‘ ମୁଁ ବଞ୍ଚି କ’ଣ କରିବି, ଯଦି ମୋ ବୋହୁ (ବୋହୁ) ଆଉ ନାହିଁ’,"।

ସେ ଚିନ୍ତିତ ଯେ ସେ ତାଙ୍କର ପିଲାମାନଙ୍କୁ କିପରି ଚଳାଇବେ। ନବ୍ୟାର ଦୁଇ ଭାଇ ଭଉଣୀ ଅଛନ୍ତି - ତାର ୧୩ ବର୍ଷୀୟା ଭଉଣୀ ମୁସକାନ, ଏବଂ ୯ ବର୍ଷୀୟ ଭାଇ ପ୍ରେମ। ସେମାନେ ରହୁଥିବା ଘରର ଭଡ଼ା ମାସକୁ ୧୫୦୦ ଟଙ୍କା। ସେ ଜାଣିପାରୁ ନାହନ୍ତି କିପରି ସେମାନେ ଏହାର ମୁକାବିଲା କରିବେ: ସେ ଅସହାୟ ହୋଇ କୁହନ୍ତି"ମୁଁ ଏବେ କିଛି ବୁଝିପାରୁନାହିଁ। ମୁଁ ଏବେ ମୋର ମାନସିକ ଭାରସାମ୍ୟ ହରାଇ ବସିଛି - ଏବଂ କିଛି ମାସରେ ମୁଁ ମଧ୍ୟ ମରିଯିବି"।

*****

ମଣିଷମାନଙ୍କ ଦୁର୍ଦ୍ଦଶା ବ୍ୟତିତ, ଏହି ପରିସ୍ଥିତି ଶିକ୍ଷାମିତ୍ର ବ୍ୟବସ୍ଥାର ଦୁସ୍ଥ ଅବସ୍ଥାକୁ ଦୃଷ୍ଟି ଆକଷର୍ଣ କରିଛି। ଏହି ଯୋଜନା - ଯାହାକି ଅନେକ ରାଜ୍ୟରେ ପ୍ରଚଳିତ - ଉତ୍ତର ପ୍ରଦେଶରେ ପ୍ରଥମେ ୨୦୦୦-୦୧ ରେ ଲାଗୁ ହେଲା। ଏହି ଶିକ୍ଷା ସହାୟକମାନଙ୍କୁ ଚୁକ୍ତି ଭିତ୍ତିରେ ସାମୟିକ ନିଯୁକ୍ତି ଦେବା ହେଉଛି ସରକାରୀ ସ୍କୁଲ୍‍ କୁ ଯାଉଥିବା ଅନ୍ୟାନ୍ୟ ସୁବିଧା ସୁଯୋଗରୁ ବଞ୍ଚିତ ପିଲାମାନଙ୍କର ଶିକ୍ଷା ବଜେଟ୍‍ କାଟ୍‍ କରିବାର ଏକ ମାଧ୍ୟମ ଥିଲା। ଗୋଟିଏ ଖରାପ ନିଯୁକ୍ତି ବଜାରରେ କିଛି କରିବାର ନଥିଲା, ଯାହାକି ମଧ୍ୟ ଅତି ଉଚ୍ଚ ଶିକ୍ଷିତ ବ୍ୟକ୍ତିମାନଙ୍କୁ ମାସକୁ ମତ୍ର ୧୦,୦୦୦ଟଙ୍କାରେ କାମ କରିବା ପାଇଁ ବାଧ୍ୟ କରୁଥିଲା - ଏହା ନିୟମିତ ଶିକ୍ଷକମାନଙ୍କୁ ଦିଆଯାଉଥିବା ଦରମାର ଏକ ଅଂଶମାତ୍ର ଥିଲା।

ଜଣେ ଶିକ୍ଷାମିତ୍ରର ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ କିମ୍ବା ତା’ଠାରୁ ଅଧିକା ଥିଲା। ଏହି ସ୍ୱଳ୍ପ ଦରମାକୁ ଯଥାର୍ଥ ଜଣାଇବାର କାରଣ ଥିଲା ଯେ କମ୍‍ ଶିକ୍ଷାଗତ ଯୋଗ୍ୟତାକୁ ବହୁତ କମ୍‍ କରାଯାଇଥିଲା। କିନ୍ତୁ ମଞ୍ଜୁ ନିଶାଦଙ୍କର ଶିକ୍ଷାଗତ ଯୋଗ୍ୟତା ଏମ୍ଏ ଥିଲା। ତାଙ୍କ ପରି ଅନେକ ଶିକ୍ଷାମିତ୍ରଙ୍କର ଶିକ୍ଷାଗତ ଯୋଗ୍ୟତା ପଦ ତୁଳନାରେ ବହୁତ ଅଧିକ ଥିଲା କିନ୍ତୁ ସେମାନଙ୍କ ପାଖରେ ବହୁତ କମ୍‍ ବିକଳ୍ପ ଥିଲା। ଦିନେଶ ଶର୍ମା ପଚାରନ୍ତି, "ସେମାନେ ଅତ୍ୟଧିକ ଶୋଷଣର ଶିକାର ହୋଇଛନ୍ତି. ନହେଲେ କ’ଣ ପାଇଁ ବି ଇଡ଼ି ଓ ଏମ୍ଏ ଏପରିକି ପିଏଚଡି ଡିଗ୍ରୀ ଧାରୀମାନେ ୧୦,୦୦୦ଟଙ୍କାରେ ଏହି କାମ କରନ୍ତେ?"

ମୃତ୍ୟୁ ବରଣ କରିଥିବା ଶିକ୍ଷକ ଓ ଅନ୍ୟମାନଙ୍କ ତାଲିକାର ୭୫୦ତମ ସ୍ଥାନରେ ଥିବା  ୩୮ବର୍ଷୀୟା ଜ୍ୟୋତି ଯାଦବ ପ୍ରୟାଗରାଜ ଜିଲ୍ଲାର ସୋରଓନ (ବା ସୋରାଭ) ବ୍ଲକର ଥରର୍ୱୈ ପ୍ରାଥମିକ ସ୍କୁଲ୍‍ ରେ ଜଣେ ଶିକ୍ଷାମିତ୍ର ଭାବରେ କାମ କରୁଥିଲେ। ତାଙ୍କର ବିଇଡ଼ି ଡିଗ୍ରୀ ଥିଲା ଏବଂ ସେ ଏହି ବର୍ଷ ଜାନୁୟାରୀ ମାସରେ କେନ୍ଦ୍ରିୟ ଶୈକ୍ଷିକ ଯୋଗ୍ୟତା (ସିଟିଇଟି)ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। କିନ୍ତୁ ମଞ୍ଜୁଙ୍କ ପରି ସେ ମାସକୁ ୧୦,୦୦୦ ଟଙ୍କା ରୋଜଗାର କରୁଥିଲେ। ଏବଂ ଏହି କାର୍ଯ୍ୟ ସେ ୧୫ ବର୍ଷ ହେଲା କରିଆସୁଥିଲେ।

Sanjeev, Yatharth and Jyoti at home: 'I took her there [for poll training] and found huge numbers of people in one hall bumping into each other. No sanitisers, no masks, no safety measures'
PHOTO • Courtesy: Sanjeev Kumar Yadav

ସଞ୍ଜୀବ, ୟଥାର୍ଥ ଏବଂ ଜ୍ୟୋତି ଘରେ ଅଛନ୍ତି: ‘ ମୁଁ ତାଙ୍କୁ ସେଠାକୁ ନେଲି [ନିର୍ବାଚନ ତାଲିମ ପାଇଁ] ଏବଂ ଦେଖିଲି ଏକ ହଲ୍‍ ରେ ବହୁତ ଲୋକ ପରସ୍ପର ସହ ଧକ୍କା ହୋଇ ଯିବାଆସିବା କରୁଛନ୍ତି। ବିନା ସାନିଟାଇଜର, ବିନା ମାସ୍କ, ବିନା ସୁରକ୍ଷା ବ୍ୟବସ୍ଥାରେ।

୪୨ବର୍ଷୀୟ ତାଙ୍କ ସ୍ୱାମୀ ସଞ୍ଜୀବ କୁମାର ୟାଦବ କୁହନ୍ତି," ଏପ୍ରିଲ୍‌ ୧୨ ତାରିଖ ଦିନ ପ୍ରୟାଗରାଜ ସହରର ମୋତିଲାଲ ନେହେରୁ ଇଞ୍ଜିନିୟରିଂ କଲେଜରେ ମୋ ସ୍ତ୍ରୀଙ୍କର ନିର୍ବାଚନ ପାଇଁ  ପ୍ରଶିକ୍ଷଣ ଥିଲା"। ମୁଁ ତାଙ୍କୁ ସେଠାକୁ ନେଲି ଏବଂ ସେଠାରେ ଦେଖିଲି ଏକ ହଲ୍‍ ରେ ବହୁତ ଲୋକ ପରସ୍ପର ସହ ଧକ୍କା ହୋଇ ଯିବାଆସିବା କରୁଛନ୍ତି। ବିନା ସାନିଟାଇଜର, ବିନା ମାସ୍କ, ବିନା ସୁରକ୍ଷା ବ୍ୟବସ୍ଥାରେ।

"ଆସିବା ପରଦିନ ସେ ଅସୁସ୍ଥ ହୋଇଗଲେ। ଯେହେତୁ  ତାଙ୍କୁ  ଏପ୍ରିଲ୍‌ ୧୪ ରେ  କର୍ତ୍ତବ୍ୟରେ ଯୋଗଦେବା ପାଇଁ ଯିବାର ଥିଲା(ପ୍ରୟାଗରାଜରେ ଏପ୍ରିଲ୍‌ ୧୫ତାରିଖରେ ଭୋଟ ଗ୍ରହଣ ଥିଲା ), ମୁଁ ତାଙ୍କ ଅଧ୍ୟକ୍ଷଙ୍କୁ ଫୋନ୍‍ କରି ପଚାରିଲି ଏପରି ଅବସ୍ଥାରେ ସେ  କିପରି କର୍ତ୍ତବ୍ୟ କରିପାରିବ। ସେ କହିଲେ ‘କିଛିବି କରାଯାଇ ପାରିବ ନାହିଁ, କର୍ତ୍ତବ୍ୟ କରିବାକୁ ପଡିବ’। ତେଣୁ ମୁଁ ତାଙ୍କୁ ମୋ ବାଇକ୍‍ ରେ ସେଠାକୁ ନେଲି ଓ ସେଠାରେ ତା ସହିତ ୧୪ତାରିଖ ରାତିରେ ରହିଲି ଏବଂ ୧୫ ତାରିଖ ଦିନ କାମ ସରିବା ପରେ ତାଙ୍କୁ ଘରକୁ ଆଣିଲି । ତାଙ୍କର କେନ୍ଦ୍ର ଆମ ଘର ଠାରୁ ୧୫ କିଲୋମିଟର ଦୂର ସହର ଉପାନ୍ତରେ ଥିଲା।"

ପରବର୍ତ୍ତୀ କିଛି ଦିନରେ ତାର ଶରୀର ଦୃତ ଗତିରେ ଖରାପ ହେବାକୁ ଲାଗିଲା। "ମୁଁ ତଙ୍କୁ ବିଭିନ୍ନ  ହସ୍ପିଟାଲ୍‍କୁ ନେବାପାଇଁ ଚେଷ୍ଟା କଲି, କିନ୍ତୁ ସେମାନେ ସମସ୍ତେ ତାକୁ ଭର୍ତ୍ତିକରିବାକୁ ମନାକଲେ। ମେ ୨ ତାରିଖ ରାତିରେ ସେ ନିଶ୍ୱାସ ପ୍ରଶ୍ୱାସ  ନେବାରେ କଷ୍ଟ ଅନୁଭବ କଲେ। ମେ ୩ ତାରିଖରେ, ମୁଁ ପୁଣି ତାଙ୍କୁ  ତୁରନ୍ତ ହସ୍ପିଟାଲ୍‍ କୁ ନେଲି, କିନ୍ତୁ ସେ ଯିବା ରାସ୍ତାରେ  ହିଁ ମୃତ୍ୟୁବରଣ କଲେ।"

କୋଭିଡ-୧୯ରେ ତାର ମୃତ୍ୟୁ ପରିବାରକୁ ଖଣ୍ଡ ବିଖଣ୍ଡିତ କରିଦେଇଥିଲା। ସଞ୍ଜୀବ କୁମାର ଜଣେ ବାଣିଜ୍ୟରେ ଗ୍ରାଜୁଏଟ କରିଛନ୍ତି  ଏବଂ ଯୋଗରେ ମାଷ୍ଟ୍ରର୍ସ ଡିଗ୍ରୀ କରିଛନ୍ତି - ଏବଂ ବେକାର ଅଛନ୍ତି। ସେ ଏକ ଟେଲିକମ୍‍ ସଂସ୍ଥାରେ ୨୦୧୭ ମସିହା  ପର୍ଯ୍ୟନ୍ତ କାମ କରୁଥିଲେ, ଯେତେବେଳେ କି ଏହା ବନ୍ଦ ହୋଇଗଲା। ତା ପରେ ସେ କୌଣସି ସ୍ଥିର କର୍ମ ନିଯୁକ୍ତି ପାଇପାରିଲେ ନାହିଁ ଏବଂ ପରିବାରର ଆୟକୁ ତାଙ୍କର ଅବଦାନ ବହୁତ କମ୍‍ ଥିଲା। ସେ କୁହନ୍ତି ଜ୍ୟୋତି ତାଙ୍କ ପରିବାରର ଆର୍ଥିକ ଆବଶ୍ୟକତା କଥା  ବୁଝୁଥିଲେ।

ସଞ୍ଜୀବ ବିବ୍ରତ ହେଉଥିଲେ ତାଙ୍କର ୯ ବର୍ଷର ପୁଅ ୟଥାର୍ଥ ଯିଏକୁ ଏବେ ଦ୍ୱିତୀୟ ଶ୍ରେଣୀ ପାସ୍‍ କଲା ଓ ତାଙ୍କ ସହ ରହୁଥିବା ବୃଦ୍ଧ ପିତା ମାତାଙ୍କର  ଯତ୍ନ କିପରି ନେବେ। ସେ କୋହଭରା କଣ୍ଠରେ କହୁଥିଲେ,"ମୁଁ ସରକାରଙ୍କର ଠାରୁ ସାହାଯ୍ୟ ଚାହେଁ"

Sanjeev worries about how he will now look after nine-year-old Yatharth
PHOTO • Courtesy: Sanjeev Kumar Yadav

ସଞ୍ଜ ବ ବିବ୍ରତ ହେଉଥିଲେ କିପରି ତାଙ୍କର ୯ ବର୍ଷର ପୁଅ ୟଥାର୍ଥର ଯତ୍ନ ନେବେ

ଦିନେଶ ଶର୍ମା କୁହନ୍ତି,"ଏହି ରାଜ୍ୟରେ ୧.୫୦ ଲକ୍ଷ ଶିକ୍ଷାମିତ୍ର ଅଛନ୍ତି ଯେଉଁମାନେକି ନିଜ ଦରମାରେ ବହୁତ ବଡ ପରିବର୍ତ୍ତନ ଦୀର୍ଘ ଦଶନ୍ଧି ହେଲା ଦେଖିଆସିଛନ୍ତି"। ସେମାନଙ୍କର ଯାତ୍ରା ଦୁର୍ଭାଗ୍ୟଜନକ ଥିଲା। ମାୟାବତୀଙ୍କ ସରକାର ସମୟରେ ସେମାନଙ୍କୁ ପ୍ରଥମେ ପ୍ରଶିକ୍ଷଣ ଦିଆଯାଇଥିଲା, ଏବଂ ସେମାନଙ୍କ ଦରମା ୨୨୫୦ଟଙ୍କାରୁ ଆରମ୍ଭ ହୋଇଥିଲା। ତା’ପରେ ଅଖିଳେଶ କୁମାର ଯାଦବଙ୍କ ସରକାର ସମୟରେ ସେମାନଙ୍କୁ ୩୫,୦୦୦ଟଙ୍କା ଦରମାରେ ସେମାନଙ୍କୁ ସେମାନଙ୍କ ପଦରେ ସ୍ଥାୟୀ କରାଗଲା[ଯାହାକି ପାଖାପାଖି ୪୦,୦୦୦ଟଙ୍କା କୁ ବୃଦ୍ଧି ପାଇଲା]। କିନ୍ତୁ ଶିକ୍ଷାଗତ ଯୋଗ୍ୟତାକୁ ନେଇ ସେହି ସମୟରେ ବିବାଦ ସୃଷ୍ଟିହେଲା। ବିଏଡ୍‍ ଯୋଗ୍ୟତା ଥିବା ଶିକ୍ଷକମାନେ ଏହି ନିର୍ଣ୍ଣୟକୁ ବିରୋଧ କଲେ ଏବଂ ଘଟଣାଟି ସୁପ୍ରିମକୋର୍ଟରେ ପହଁଚିଲା।

ଭାରତ ସରକାର ନିୟମଟିକୁ ସଂଶୋଧନ କରିପାରି ଥାଆନ୍ତେ ଏବଂ ଦୀର୍ଘ ଦଶନ୍ଧି ଧରି କାମ କରି ଆସୁଥିବା ମିତ୍ରମାନଙ୍କୁ ଟିଇଟି (Teachers’ Eligibility Tests )ପରୀକ୍ଷା ପାସ୍ କରିବା ବାଧ୍ୟତାମୂଳକ କରିନଥାନ୍ତେ। କିନ୍ତୁ ସେମାନେ କଲେ ନାହିଁ।  ତେଣୁ ସେମାନଙ୍କର ଦରମା ସଙ୍ଗେ ସଙ୍ଗେ ୩୫୦୦ ଟଙ୍କା କୁ ଖସି ଆସିଲା, ଯାହାକି  ସେମାନଙ୍କ ମଧ୍ୟରୁ ଅନେକଙ୍କୁ  ନିରାଶାରେ ଅତ୍ମହତ୍ୟା କରିବାକୁ ବାଧ୍ୟ କଲା। ତାପରେ ବର୍ତମାନର ସରକାର ଏହାକୁ ବୃଦ୍ଧି କରି ମାସିକ ୧୦୦୦୦ ଟଙ୍କା କଲେ।

ଏହି ସମୟରେ ବେସିକ ଶିକ୍ଷା ବିଭାଗର ଦୁର୍ଭାଗ୍ୟପୂର୍ଣ୍ଣ ଇସ୍ତାହାର ଯାହାକି କୁହେ  ’ଏପର୍ଯ୍ୟନ୍ତ କେବଳ ତିନି ଜଣ ଶିକ୍ଷକଙ୍କ ମୃତ୍ୟୁ  କ୍ଷତିପୂରଣ ପାଇବା ମାନଦଣ୍ଡକୁ ପୂରଣ କରିଛି” ସରକାରଙ୍କୁ ଜବାବ ଦେବା ପାଇଁ ବାଧ୍ୟ କରିଛି।

ମେ ୧୮ ତାରିଖ PARI ରିପୋର୍ଟ ଅନୁସାରେ , ଆଲ୍ଲହାବାଦ୍‍ ଉଚ୍ଚ ନ୍ୟାୟାଳୟ କହିଥିଲେ ଯେ ଯେଉଁ ନିର୍ବାଚନ ଅଧିକାରୀମାନେ (ଶିକ୍ଷକ ଓ ଅନ୍ୟ ସରକାରୀ କର୍ମଚାରୀ) ପଞ୍ଚାୟତ ନିର୍ବାଚନ କାର୍ଯ୍ୟ କରିବାପରେ କୋଭିଡ-୧୯ ରେ ମୃତ୍ୟୁବରଣ କରିଥିଲେ ସେମାନଙ୍କ ପରିବାରକୁ ରାଜ୍ୟ ସରକାର ଅନୁଗ୍ରହପୂର୍ବକ ଅତି କମ୍‍ ରେ ଏକ କୋଟି ଟଙ୍କା କ୍ଷତି ପୁରଣ ବାବଦକୁ ପ୍ରଦାନ କରିବେ।

ମେ ୨୦ ତାରିଖରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ରାଜ୍ୟ ନିର୍ବାଚନ କମିଶନଙ୍କ ସହ ସମନ୍ୱୟରେ ସାମ୍ପ୍ରତିକ ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ନିର୍ଦ୍ଦେଶ ଦେଲେ । ଏହାକୁ ସେ ସ୍ଥଗିତ ରଖିଲେ,"ବର୍ତ୍ତମାନର ନିୟମାବଳି କୋଭିଡ-୧୯ ଦ୍ୱାରା ଘଟୁଥିବା ପ୍ରଭାବକୁ ଅର୍ନ୍ତଭୁକ୍ତ କରିନାହିଁ....ସେମାନଙ୍କ ପରିସରରେ... ନିୟମାବଳିଗୁଡିକୁ ସହାନୁଭୂତିଶୀଳ ପନ୍ଥାରେ ସଂଶୋଧନ କରାଯିବା ଉଚିତ୍‍"। ସେ କହିଲେ, "ରାଜ୍ୟ ସରକାର ଏହାର କର୍ମଚାରୀମାନଙ୍କୁ ସମସ୍ତ ଦରକାରୀ ସୁବିଧା ଦେବାପାଇଁ ରାଜି ଅଛନ୍ତି ଯେତେବେଳେ କି ମୁଖ୍ୟତଃ ସେମାନେ ଏହି ସମୟରେ ନିର୍ବାଚନ କାର୍ଯ୍ୟ ବା ଅନ୍ୟ କିଛି କାର୍ଯ୍ୟ କରିଛନ୍ତି"।

ଯାହା ହେଉ,ଶିକ୍ଷକ ସଂଘର ଦିନେଶ ଶର୍ମା କୁହନ୍ତି,"ଆମେମାନେ ଆମ ଚିଠିଗୁଡିକର ଜବାବରେ ସରକାର କିମ୍ବା ରାଜ୍ୟ ନିର୍ବାଚନ ଆୟୋଗ ଠାରୁ ଏପର୍ଯ୍ୟନ୍ତ ସିଧାସଳଖ ଭାବରେ କୌଣସି ପ୍ରତିକ୍ରିୟା ପାଇନାହୁଁ। ଆମମାନଙ୍କ ପାଖରେ କୌଣସି ସୂଚନା ନାହିଁ ସେମାନେ କେତେ ଜଣ ଶିକ୍ଷକଙ୍କ କଥା ବିଚାରକୁ ନେଇଛନ୍ତି ଓ ନିୟମାବଳୀରେ କ’ଣ ସଂଶୋଧନ କରିଛନ୍ତି"।

ଏପ୍ରିଲ୍‌ ମାସରେ ପଞ୍ଚାୟତ ନିର୍ବାଚନ କରିବା ସରକାରଙ୍କର ନିଷ୍ପତି ନଥିଲା ବୋଲି ଶିକ୍ଷକମାନେ ମାନିବାକୁ ରାଜି ନାହାନ୍ତି। "ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କହୁଛନ୍ତି ଯେ କେବଳ ଉଚ୍ଚ ନ୍ୟାୟାଳୟ ଆଦେଶ ମୁତାବକ ନିର୍ବାଚନ କରିଛୁ। କିନ୍ତୁ ଯେତେବେଳେ ଉଚ୍ଚ ନ୍ୟାୟାଳୟ ସାରା ରାଜ୍ୟରେ ତାଲା ବନ୍ଦ ପାଇଁ ଆଦେଶ ଦେଲେ, ତାଙ୍କ ସରକାର ସର୍ବୋଚ୍ଚ ନ୍ୟାୟାଳୟକୁ ଗଲେ। ଉଚ୍ଚ ନ୍ୟାୟାଳୟ ସମସ୍ତ ପକ୍ରିୟା ଏପ୍ରିଲ୍‌ ମାସ ମଧ୍ୟରେ ସାରିବାକୁ ମଧ୍ୟ କହିଥିଲେ, କୋଭିଡ-୧୯ର ଦ୍ୱିତୀୟ ଲହର ଦ୍ରୁତ ଗତିରେ ମାଡିଆସୁଛି। ସରକାର ଏହାର ସମୀକ୍ଷା ପାଇଁ ଆବେଦନ କରି ପାରିଥାଆନ୍ତେ କିନ୍ତୁ କଲେ ନାହିଁ।

"ବାସ୍ତବରେ ସର୍ବୋଚ୍ଚ ନ୍ୟାୟାଳୟ ସରକାରଙ୍କୁ ପଚାରିଲେ  ଗଣତିକୁ ମେ ୨ ତାରିଖରେ ନକରି ୧୫ ଦିନ ଘୁଞ୍ଚାଇ ପାରିବା କି, ସେମାନେ ଓ ରାଜ୍ୟ ନିର୍ବାଚନ ଆୟୋଗ ରାଜି ହେଲେ ନାହିଁ। ସେମାନେ ଉଚ୍ଚ ନ୍ୟାୟାଳୟ କଥା କହୁଛନ୍ତି କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟର ଗଣତି ଘୁଞ୍ଚାଇବା ପ୍ରସ୍ତାବରେ ରାଜି ହେଲେ ନାହିଁ ।"

*****

ପ୍ରୟାଗରାଜରୁ (ପୂର୍ବରୁ ଆଲ୍ଲାହାବାଦ୍‍) ମହମ୍ମଦ ସୁହେଲ ଫୋନ୍‍ ରେ PARI ଙ୍କୁ କହିଲେ,"ମୁଁ ମତଦାନ ଦାୟିତ୍ୱରେ ଥିବା ପ୍ରିଜାଇଡିଂ ଅଫିସରଙ୍କୁ ପଚାରିଲି ଯେ ମୋ ମା’ ଙ୍କୁ ୧୪ ତାରିଖ ଦିନ ରାତିରେ ଘରକୁ ଆଣିବି ଏବଂ ୧୫ ତାରିଖ ଯେଉଁ ଦିନ ସାରା ରାଜ୍ୟରେ ମତଦାନ ଦିବସ ଥିଲା ତାଙ୍କୁ ସେହି ଦିନ ସେଠାରେ କାର୍ଯ୍ୟରେ ଯୋଗ ଦେବାପାଇଁ ଛାଡିପାରିବି କି।

A favourite family photo: Alveda Bano, a primary school teacher in Prayagraj district died due to Covid-19 after compulsory duty in the panchayat polls
PHOTO • Courtesy: Mohammad Suhail

ଏକ ପ୍ରିୟ ପରିବାର ଫଟୋ : ଅଲବେଡା ବାନୋ ପ୍ରୟାଗରାଜ ଜିଲ୍ଲାର ଏକ ପ୍ରାଇମେରୀ ସ୍କୁଲ ଶିକ୍ଷକ ଯିଏକି ପଞ୍ଚାୟତ ନିର୍ବାଚନରେ ବାଧ୍ୟତା ମୂଳକ କର୍ତ୍ତବ୍ୟ କରି କୋଭିଡି-୧୯ରେ ମୃତ୍ୟୁ ବରଣ କଲେ

ତାଙ୍କ ମା, ୪୪ ବର୍ଷୀୟା ଆଲଭେଡା ବାନୋ ପ୍ରୟାଗରାଜ ଜିଲ୍ଲାର ଛକ ବ୍ଲକର ବୋଙ୍ଗି ପ୍ରାଥମିକ ସ୍କୁଲରେ ଶିକ୍ଷକ ଥିଲେ। ତାଙ୍କର ମତଦାନ କେନ୍ଦ୍ରର କର୍ତ୍ତବ୍ୟ  ସେହି ସମାନ ବ୍ଲକରେ ଥିଲା। ପଞ୍ଚାୟତ ନିର୍ବାଚନରେ ବାଧ୍ୟତା ମୂଳକ କର୍ତ୍ତବ୍ୟ କରି କୋଭିଡ-୧୯ରେ ମୃତ୍ୟୁ ବରଣ କରିଥିବା ଶିକ୍ଷକମାନଙ୍କ ତାଲିକାରେ ତାଙ୍କର ନାମ ୭୩୧ତମ ସ୍ଥାନରେ  ରହିଛି।

ସୁହୈଲ କହିଲେ,"ପ୍ରିଜାଇଡିଂ ଅଧିକାରୀ ମୋ ଅନୁରୋଧକୁ ନାମଞ୍ଜୁର କଲେ ଏବଂ କହିଲେ ରାତିରେ ତାଙ୍କର ସେଠାରେ ରହିବା ବାଧ୍ୟତାମୂଳକ ଅଟେ। ତେଣୁ ମୋ ମା’ ବାପାଙ୍କ ସହିତ ଏପ୍ରିଲ ୧୫ ତାରିଖ ରାତିରେ ଘରକୁ ଫେରିଲେ। ଫେରିବାର ତିନି ଦିନ ପରେ ତାଙ୍କର ସ୍ୱାସ୍ଥ୍ୟ ଅଧିକ ଖରାପ ହେବାକୁ ଲାଗିଲା।" ଆଉ ତିନି ଦିନ ପରେ, ସେ ହସ୍ପିଟାଲରେ ମୃତ୍ୟୁବରଣ କଲେ।

ମହମ୍ମଦ ସୁହୈଲଙ୍କର ଏକ ବଡ ଭଉଣୀ ଅଛନ୍ତି ଯିଏକି ବିବାହ କରି ନିଜ ସ୍ୱାମୀଙ୍କ ସହ ରହୁଛନ୍ତି, ଏବଂ ତାଙ୍କର ମହମ୍ମଦ ତୁଫୈଲ ନାମକ ୧୩ ବର୍ଷୀୟ ଏକ ସାନ ଭାଇ ଅଛନ୍ତି, ଯିଏକି ୯ମ ଶ୍ରେଣୀରେ ପଢନ୍ତି। ସୁହୈଲ ଦ୍ୱାଦଶ ପାଶ୍‍ କରିଛନ୍ତି ଏବଂ ଏବେ ଏକ ମହବିଦ୍ୟାଳୟରେ ଆଡ୍‍ମିଶନ  ନେବାକୁ ଆଶା ରଖିଛନ୍ତି।

ତାଙ୍କର ବାପା,୫୨ ବର୍ଷୀୟ ସାର୍ଫୁଦ୍ଦିନ କୁହନ୍ତି,"ସେ ଗତ ବର୍ଷ ତାଲା ବନ୍ଦର ଠିକ୍‍ ପୂର୍ବରୁ ଏକ ଛୋଟ ଔଷଧ ଦୋକାନ କରିଥିଲେ," ଯେଉଁଠାକୁ ବହୁତ  କମ୍‍ ଗ୍ରାହକ ଆସୁଥିଲେ। "ମୁଁ ଦିନକୁ କେବେ କେବେ  ୧୦୦ ଟଙ୍କା ଲାଭ କରେ। ଆମେମାନେ ସମ୍ପୂର୍ଣ୍ଣ ରୂପେ ଆଲଭେଡାଙ୍କର ୧୦,୦୦୦ଟଙ୍କା ଦରମା ଉପରେ ନିର୍ଭର କରି ଚଳୁଥିଲୁ।"

ଦିନେଶ ଶର୍ମା ପଚାରନ୍ତି, "ଯେତେବେଳେ ଶିକ୍ଷାମିତ୍ରମାନଙ୍କୁ ମାସିକ ୩୫,୦୦୦ ଦରମାରେ ଶିକ୍ଷକ ପଦକୁ ପଦୋନ୍ନତି ଦିଆଗଲା ସେତେବେଳେ ସେମାନଙ୍କୁ ଅଯୋଗ୍ୟ ବୋଲି ଘୋଷଣା କରାଗଲା[ସେହି ଶ୍ରେଣୀର ଦରମା ପାଇଁ]। ବର୍ତ୍ତମାନ ସେହି ଶିକ୍ଷା ମିତ୍ରମାନେ ଯେଉଁମାନଙ୍କ ମଧ୍ୟରୁ ଅନେକ ଅତି ଉଚ୍ଚ ଶିକ୍ଷିତ ସେମାନେ ମାସିକ ୧୦,୦୦୦ଟଙ୍କାରେ ସେହି ବିଦ୍ୟାଳୟରେ ଶିକ୍ଷାଦାନ କରୁଛନ୍ତି ଏବଂ ଏବେ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ବା ଆଲୋଚନା କେହି କରୁନାହାନ୍ତି?"

ଠାକୁର ପରିବାର ଫାଉଣ୍ଡେସନ ପକ୍ଷରୁ ମିଳୁଥିବା ଅନୁଦାନ ଜରିଆରେ ଜିଜ୍ଞାସା ମିଶ୍ରା ନିରପେକ୍ଷ ସାମ୍ବାଦିକତା ମାଧ୍ୟମରେ ଜନ ସ୍ୱାସ୍ଥ୍ୟ ଓ ନାଗରିକ ଅଧିକାର ପ୍ରସଙ୍ଗରେ ଖବର ସଂଗ୍ରହ କରିଥାନ୍ତି। ଏହି ସମ୍ବାଦର ବିଷୟବସ୍ତୁ ଉପରେ ଠାକୁର ଫ୍ୟାମିଲି ଫାଉଣ୍ଡେସନର କୌଣସି ସମ୍ପାଦକୀୟ ନିୟନ୍ତ୍ରଣ ନାହିଁ।

ଅନୁବାଦ: ଓଡ଼ିଶାଲାଇଭ୍

Reporting and Cover Illustration : Jigyasa Mishra

Jigyasa Mishra is an independent journalist based in Chitrakoot, Uttar Pradesh.

Other stories by Jigyasa Mishra
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE