ଏହି ଅଳ୍ପଦିନ ତଳର କଥା, ଓଡ଼ିଶାର ନୂଆପଡ଼ା ଜିଲ୍ଲାରୁ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲା ଆଡ଼କୁ ଯାଉଥିଲି। ଦେଓଭୋଗ ବାଟଦେଇ ଡ୍ରାଇଭ୍ କରି ଗଲାବେଳେ ଗରିଆବନ୍ଧର ବ୍ଲକ୍ ମୁଖ୍ୟ କାର୍ଯ୍ୟାଳୟ ପାଖାପାଖି ହୋଇଥାଏ। କିଛି ଯୁବକ ଓ ଛୋଟପିଲା ବାଇସାଇକେଲ୍‌ରେ ଯାଉଥିବାର ଦେଖି ଆକର୍ଷିତ ହେଲି।

ସେମାନେ ସମସ୍ତେ ଗାଢ଼ ରଙ୍ଗର ରାଜକୀୟ ପୋଷାକ ପିନ୍ଧିଥିଲେ। ବେକରେ ମାଳା, ଅଣ୍ଟାରେ ଉଜ୍ଜ୍ୱଳ ପରିଧାନ, ପାଦରେ ଘୁଙ୍ଗୁରବାଲା ପାଉଁଜି ଓ ବିଭିନ୍ନ ପ୍ରକାରର ମୁକୁଟ ପିନ୍ଧିଥିଲେ। ଆଉ ଜଣେ ବର ପରି ମୁକୁଟ ପିନ୍ଧିଥିଲେ। ପ୍ରଥମେ ଭାବିଲି ବୋଧହୁଏ କୌଣସି ଥିଏଟର ଦଳର ଲୋକ।

ମୁଁ ସେମାନଙ୍କୁ ଦେଖି ଅଟକିଗଲି, ସେମାନେ ମଧ୍ୟ ଅଟକିଲେ। ମୁଁ ସେମାନଙ୍କ ସହ ଫଟୋ ଉଠାଇଲି। କୁଆଡେ ଯାଉଛନ୍ତି ପଚାରିବାରୁ ପ୍ରାୟ ୨୫ ବର୍ଷ ବୟସର ସୋମ୍ବାରୁ ଯାଦବ କହିଲେ, ‘‘ଆମେ ଦେବୀଙ୍କ ପାଖରେ ନାଚ କରିବାକୁ ଦେଓଭୋଗ ଯାଉଛୁ।’’

ଗୁଲସନ୍ ଯାଦବ, କୀର୍ତ୍ତନ ଯାଦବ, ସୋମ୍ବାରୁ, ଦେବେନ୍ଦ୍ର, ଧନୁରାଜ ଏବଂ ଗୋବିନ୍ଦରା ନୂଆଗୁଡ଼ା ଗାଁରୁ ଆସିଥିଲେ। ମୋ ସାଙ୍ଗେ ଦେଖା ହୋଇଥିବା ସ୍ଥାନରୁ ପ୍ରାୟ ୭ରୁ ୮ କିଲୋମିଟର ଦୂର ଏହି ଗାଁ। ଏହା  ଦେଓଭୋଗ ବ୍ଲକ୍‌ର କୋଷମକାଣି ଗ୍ରାମ ପଞ୍ଚାୟତରେ ଅବସ୍ଥିତ। ସେମାନଙ୍କ ମଧ୍ୟରେ ଥିଲେ କୃଷକ, ଦିନ ମଜୁରିଆ ଓ ସ୍କୁଲ୍‌ର ଛାତ୍ରଛାତ୍ରୀ।

PHOTO • Purusottam Thakur

ଅନୁବାଦ: ଓଡ଼ିଶାଲାଇଭ୍‍

Purusottam Thakur

Purusottam Thakur is a 2015 PARI Fellow. He is a journalist and documentary filmmaker and is working with the Azim Premji Foundation, writing stories for social change.

Other stories by Purusottam Thakur
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE