ସୁନୀଲ ଗୁପ୍ତା ଘରୁ କାମ କରିପାରିବେ ନାହିଁ। ଏବଂ ତାଙ୍କର 'ଅଫିସ୍', ଗେଟୱେ ଅଫ୍ ଇଣ୍ଡିଆ, ଗତ ୧୫ ମାସ ଧରି ଚାଲି ଆସୁଥିବା ତାଲା ବନ୍ଦ କାରଣରୁ ବନ୍ଦ ରହିଛି।

ଦକ୍ଷିଣ ମୁମ୍ବାଇର ସ୍ମାରକୀ କମ୍ପ୍ଲେକ୍ସକୁ ସୂଚାଇ, ସେ କୁହନ୍ତି,"ଏହା ହେଉଛି ଆମମାନଙ୍କ ପାଇଁ କାର୍ଯ୍ୟସ୍ଥଳ [ଅଫିସ୍‍]" ।

ଯେ ପର୍ଯ୍ୟନ୍ତ ତାଲାବନ୍ଦ ଆରମ୍ଭ ହୋଇନଥିଲା ସୁନୀଲ ନିଜ କ୍ୟାମେରା ସହିତ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳରେ ଅପେକ୍ଷା କରୁଥିଲେ । ଲୋକମାନେ ଗେଟୱେ ଆଡକୁ ଯାଉଥିବା ଚେକପଏଣ୍ଟଗୁଡିକ ଅତିକ୍ରମ କଲାବେଳେ, ସେ ଏବଂ ଅନ୍ୟ ଉତ୍ସାହୀ ଫଟୋଗ୍ରାଫରମାନେ କ୍ଲିକ୍-ଏବଂ-ପ୍ରିଣ୍ଟ୍ ତତ୍‍କ୍ଷଣାତ୍ ଫଟୋଗୁଡ଼ିକର ଆଲବମ୍ ଦେଖାଇ ସେମାନଙ୍କୁ ଅଭିବାଦନ ଜଣାଇ ଅନୁରୋଧ କରୁଥିଲେ 'ଏକ ମିନିଟ୍ ରେ ପୁରା ପରିବାର ଫଟୋ' କିମ୍ବା 'ଦୟାକରି ଗୋଟିଏ ଫଟୋ। ମାତ୍ର ୩୦ ଟଙ୍କାରେ'।

ଚଳିତ ବର୍ଷ ଏପ୍ରିଲ୍‌ର ମଧ୍ୟ ଭାଗରୁ କୋଭିଡ-୧୯ ସଂକ୍ରମିତଙ୍କର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରୁ ସମସ୍ତ କଟକଣାଗୁଡିକୁ ମୁମ୍ବାଇରେ ପୁନଃ ଲାଗୁ କରାଯାଇଥିବାରୁ ସେମାନଙ୍କ ପାଖରେ ପୁର୍ନବାର କୌଣସି କାମ ନଥିଲା। ଏପ୍ରିଲ୍‍ ମାସରେ ୩୯ବର୍ଷୀୟ ସୁନିଲ ମୋତେ କହିଥିଲେ,"ମୁଁ ସକାଳେ ଏଠାରେ ପହଞ୍ଚିବା ପରେ ସମ୍ମୁଖରେ ‘ପ୍ରବେଶ ନିଷେଧ’ ଲେଖାଯାଇଥିବା ଦେଖିଲି"। "ଆମେ ପୂର୍ବରୁ ରୋଜଗାର କରିବା ପାଇଁ ସଂଘର୍ଷ କରୁଥିଲୁ ଏବଂ ଏବେ ଆମେ କ୍ଷତି (ରୋଜଗାର) ମଧ୍ୟରେ ଗତି କରୁଛୁ। ମୋର  ଆଉ ଅଧିକ କୌଣସି କ୍ଷତି ସହିବାର ସାମର୍ଥ୍ୟ ନାହିଁ।

Sunil Gupta: 'We were already struggling and now we are going into negative [income]. I don’t have the capacity to bear any further losses'
PHOTO • Aakanksha
Sunil Gupta: 'We were already struggling and now we are going into negative [income]. I don’t have the capacity to bear any further losses'
PHOTO • Aakanksha

ସୁନିଲ ଗୁପ୍ତା: ‘ଆମେ ପୂର୍ବରୁ ବଞ୍ଚିବା ପାଇଁ ସଂଘର୍ଷ କରୁଥିଲୁ ଏବଂ ଏବେ ଆମେ କ୍ଷତି [ରୋଜଗାର] ମଧ୍ୟରେ ଗତି କରୁଛୁ। ମୋର  ଆଉ ଅଧିକ କୌଣସି କ୍ଷତି ସହିବାର ସାମର୍ଥ୍ୟ ନାହିଁ।’

ଯେତେବେଳେ କାର୍ଯ୍ୟ ଉପଲବ୍ଧ ଥିଲା, ସୁନୀଲ ଏବଂ ଅନ୍ୟ ଗେଟୱେ ଫଟୋଗ୍ରାଫରମାନେ (ସମସ୍ତ ପୁରୁଷ) ସାଧାରଣତଃ ସେମାନଙ୍କର ‘ଅଫିସ୍’ ପାଇଁ ଯଥାରୀତି ପୋଷାକ ପରିଧାନ କରୁଥିଲେ - ସୁନ୍ଦର ଭାବରେ ଇସ୍ତ୍ରୀ କରାଯାଇଥିବା ଧଳା ସାର୍ଟ, କଳା ପ୍ୟାଣ୍ଟ, କଳା ଜୋତା । ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ବେକରେ କ୍ୟାମେରା ଝୁଲି ରହୁଥିଲା ଏବଂ ଏକ ବ୍ୟାଗ ସେମାନଙ୍କ ପିଠିରେ ଝୁଲୁଥିଲା। ପର୍ଯ୍ୟଟକ ଯେଉଁମାନେ ଷ୍ଟାଇଲିସ୍ ଚଷମା ପିନ୍ଧି ଫଟୋ ଉଠାଇବାକୁ ପସନ୍ଦ କରନ୍ତି ସେମାନଙ୍କୁ ଆକର୍ଷିତ କରିବା ପାଇଁ କେତେକ ସାର୍ଟରେ କିଛି ରଙ୍ଗୀନ ଚଷମା ଝୁଲାଇ ରଖୁଥିଲେ । ସେମାନେ ସ୍ମାରକୀରେ ପରିଦର୍ଶକଙ୍କ ହସ ହସ ମୁହଁର ଫଟୋରେ ପରିପୂର୍ଣ୍ଣ ଆଲବମଗୁଡିକୁ ସେମାନଙ୍କ ହାତରେ ଧରିଥିଲେ।

ସୁନୀଲ  କହିଥିଲେ ଯେ ‘‘ଏବେ ଆପଣ ଆମ ଭିତରୁ [ଫଟୋଗ୍ରାଫର୍] ଅଧିକଙ୍କୁ ଓ କମ୍ ସାଧାରଣ ଜନତାଙ୍କୁ ଦେଖିବେ।’’ ମାର୍ଚ୍ଚ ୨୦୨୦ରେ ପ୍ରଥମ ଲକ୍‌ଡାଉନ୍ ଆରମ୍ଭ ହେବା ପୂର୍ବରୁ ସୁନୀଲ ଏବଂ ଅନ୍ୟ ପ୍ରାୟ ୩୦୦ ଫଟୋଗ୍ରାଫର୍ ଏହି ଗେଟୱେରେ କାମ କରୁଥିଲେ। ତାହା ପରଠାରୁ, ସେମାନଙ୍କର ସଂଖ୍ୟା ୧୦୦ରୁ କମିଯାଇଛି, ଅଧିକାଂଶ ଅନ୍ୟ ଧନ୍ଦା ଆପଣେଇଲେଣି ବା ନିଜ ଜନ୍ମସ୍ଥାନ ଓ ଗ୍ରାମକୁ ଫେରିଗଲେଣି।

ଗତ ବର୍ଷ ଅଗଷ୍ଟ ମାସ ସୁଦ୍ଧା ସୁନୀଲ କାମ ପୁନଃ ଆରମ୍ଭ କରିଥିଲେ। “ବର୍ଷାରେ ମଧ୍ୟ ଆମେ ଦିନରାତି ଛିଡା ହୋଇ ରହିଥିଲୁ, କେବଳ ଜଣେ ପରିଦର୍ଶକଙ୍କ ଅପେକ୍ଷାରେ। ସେ କୁହନ୍ତି, ଦୀପାବଳି ସମୟରେ [ନଭେମ୍ବରରେ] ମୋ ପିଲାମାନଙ୍କ ପାଇଁ ମିଠା ପ୍ୟାକେଟଟିଏ  କିଣିବାକୁ ମଧ୍ୟ ମୋର ପାଖରେ ଟଙ୍କା ନଥିଲା। ସେ କୁହନ୍ତି, ତା’ପରେ ସେହି ପର୍ବ ଦିନ ସେ ସୌଭାଗ୍ୟବଶତଃ ୧୩୦ ଟଙ୍କା ରୋଜଗାର କରିପାରିଥିଲେ। ସେହି ସମୟରେ, ବେଳେ ବେଳେ ଫଟୋଗ୍ରାଫରମାନଙ୍କୁ ରାସନ ବଣ୍ଟନ କରୁଥିବା ବ୍ୟକ୍ତିଗତ ଦାତା ଏବଂ ସଂଗଠନଗୁଡ଼ିକ ତରଫରୁ ଆର୍ଥିକ ସହାୟତା ମିଳୁଥିଲା।

୨୦୦୮ ମସିହାରେ ସେ କାମ ଆରମ୍ଭ କରିବା ଠାରୁ, ସୁନିଲଙ୍କ ଆୟ ହ୍ରାସ ପାଇବାକୁ ଲାଗିଥିଲା: ଦିନକୁ ୪୦୦ଟଙ୍କାରୁ ୧୦୦୦ ଟଙ୍କା (ପ୍ରମୁଖ ପର୍ବ ସମୟରେ ୧୦ ଜଣ ଫଟୋ ଉଠାଇବାକୁ ଚାହୁଁଥିବା ବ୍ୟକ୍ତିଙ୍କଠାରୁ ସର୍ବାଧିକ ୧୫୦୦ଟଙ୍କା) ରୁ ମାତ୍ର ୨୦୦-୬୦୦ଟଙ୍କାକୁ ଖସି ଆସିଲା ଯେତେବେଳେକି କ୍ୟାମେରା ସଂଲଗ୍ନ ସହ ସ୍ମାର୍ଟ ଫୋନଗୁଡିକ ବ୍ୟାପକ ଭାବରେ ପ୍ରଚଳିତ ହେଲା।

ଏବଂ ଗତ ବର୍ଷ ଏହି ତାଲାବନ୍ଦ ପରଠାରୁ, ଏହା ଦିନକୁ ମାତ୍ର ୬୦-୧୦୦ ଟଙ୍କାକୁ ଖସିଆସିଛି।

It's become harder and harder to convince potential customers, though some agree to be clicked and want to pose – and the photographer earns Rs. 30 per print
PHOTO • Aakanksha
It's become harder and harder to convince potential customers, though some agree to be clicked and want to pose – and the photographer earns Rs. 30 per print
PHOTO • Aakanksha

ସମ୍ଭାବ୍ୟ ଗ୍ରାହକମାନଙ୍କୁ ମନେଇବା କଷ୍ଟକର ହୋଇଯାଇଛି, ଯଦିଓ କେତେକ ବିଭିନ୍ନ ଭଙ୍ଗୀରେ ଫଟୋ ଉଠାଇବାକୁ ରାଜି ହେଉଛନ୍ତି- ଏବଂ ଫଟୋଗ୍ରାଫର ପ୍ରିଣ୍ଟ ପିଛା ୩୦ଟଙ୍କା ଆୟ କରୁଛନ୍ତି

‘‘କୌଣସି ବୋନି ବିନା ଘରକୁ ଫେରିବା [ଦିନର ପ୍ରଥମ ବିକ୍ରୟ ଏବଂ ରୋଜଗାର] ବର୍ତ୍ତମାନ ଆମର ଦୈନନ୍ଦିନ ଭାଗ୍ୟରେ ପରିଣତ ହୋଇଛି । ଗତ କିଛି ବର୍ଷ ଧରି ଆମର କାମ ମାନ୍ଦାରେ ଚାଲିଥିଲା । ନିଜର ଗୃହିଣୀ ସ୍ତ୍ରୀ ଓ ବେଳେବେଳେ ଟେଲରିଂ ଶିକ୍ଷକ ଭାବରେ କାମ କରୁଥିବା ସିନ୍ଧୁ  ଏବଂ ତିନି ପିଲାଙ୍କ ସହ ଦକ୍ଷିଣ ମୁମ୍ବାଇର କୁଫେ ପ୍ୟାରେଡ୍ ଅଞ୍ଚଳରେ ଥିବା ଏକ ବସ୍ତିରେ ରହୁଥିବା  ସୁନିଲ କୁହନ୍ତି, କିନ୍ତୁ ସେତେବେଳେ ଏହି ଅବସ୍ଥା [ ଆୟ ବିନା ଦିନଗୁଡିକ] ବର୍ତ୍ତମାନ ଭଳି ବାରମ୍ବାର ନଥିଲା’’।

୧୯୯୧ ମସିହାରେ ସୁନିଲ ନିଜ ମାମା (ମାମୁଁ)ଙ୍କ ସହିତ ଉତ୍ତର ପ୍ରଦେଶର ଫର୍ସରା ଖୁର୍ଦ ଗାଁରୁ ଏହି ସହରକୁ ଆସିଥିଲେ। ତାଙ୍କର ପରିବାର କାଣ୍ଡୁ ସମ୍ପ୍ରଦାୟର(ଓବିସି ଭାବରେ ତାଲିକା ଭୁକ୍ତ)। ତାଙ୍କର ବାପା ମାଉ ଜିଲ୍ଲାର ନିଜ ଗାଁରେ ହଳଦି, ଗରମ ମସଲା ଏବଂ ଅନ୍ୟାନ୍ୟ ମସଲା ବିକ୍ରି କରୁଥିଲେ। ସୁନିଲ କୁହନ୍ତି,"ମୋର ମାମୁଁ ଓ ମୁଁ ଗେଟୱେଠାରେ ଏକ ଠେଲା ଗାଡିରେ ଭେଲ ପୁରି ଏବଂ ପପକର୍ନ, ଆଇସକ୍ରିମ୍‍, ଲେମ୍ବୁ ପାଣି ଆଦି ବିକ୍ରି କରୁଥିଲୁ। ଆମେ ସେଠାରେ କିଛି ଫଟୋଗ୍ରାଫରମାନଙ୍କୁ କାମ କରିବା ଦେଖିଥିଲୁ ଏବଂ ମୁଁ ଏହି କାମ ପ୍ରତି ମଧ୍ୟ ଆକର୍ଷିତ ହୋଇଥିଲି।"

ସମୟ ସହ ସେ ସଂଚୟ କଲେ, ପରିବାର ଓ ସାଙ୍ଗମାନଙ୍କଠାରୁ ଧାର ସୁତ୍ରରେ ଟଙ୍କା ଆଣିଲେ, ଏବଂ ୨୦୦୮ ମସିହାରେ ନିକଟସ୍ଥ ବୋରା ବଜାର ମାର୍କେଟରୁ ସେ ଏକ ପୁରୁଣା ଏସଏଲଆର କ୍ୟାମେରା ଓ ପ୍ରିଣ୍ଟର କିଣିଥିଲେ। (୨୦୧୯ ଶେଷ ଭାଗରେ, ପୁଣି ଥରେ ଟଙ୍କା ଧାର ସୁତ୍ରରେ ଟଙ୍କା ଆଣି ସେ ଏକ ଅଧିକ ମୂଲ୍ୟବାନ୍‍ ନିକନ୍‍ ଡି୭୨୦୦ କ୍ୟାମେରା କିଣିଥିଲେ,; ସେ ଏବେ ମଧ୍ୟ ସେହି ଋଣର କିସ୍ତି ଦେଉଛନ୍ତି)।

ଯେତେବେଳେ ସେ ତାଙ୍କର ପ୍ରଥମ କ୍ୟାମେରା କିଣିଥିଲେ, ପରିଦର୍ଶକମାନଙ୍କୁ ପୋର୍ଟେବଲ ପ୍ରିଣ୍ଟର ସାହାଯ୍ୟରେ ଫଟୋଗୁଡିକ ତୁରନ୍ତ ଦିଆ ଯାଇ ପାରୁଥିବାରୁ ବ୍ୟବସାୟ ଦ୍ରୁତ ଗତିରେ ବୃଦ୍ଧି ପାଇବ ବୋଲି ସୁନିଲ ଅନୁଭବ କରିଥିଲେ। କିନ୍ତୁ ତାପରେ ସ୍ମାର୍ଟ ଫୋନଗୁଡିକ ସହଜରେ ଉପଲବ୍ଧ ହେଲା-ଏବଂ ତାଙ୍କର ଫଟୋର ଚାହିଦା କ୍ରମାଗତ ଭାବରେ ହ୍ରାସ ପାଇଲା।  ସେ କୁହନ୍ତି ଗତ ଦଶନ୍ଧିରୁ ଏହି ବୃତ୍ତିରେ କେହି ନୂତନ ବ୍ୟକ୍ତି ଯୋଗ ଦେଇନାହାନ୍ତି। ସେ ଫଟୋଗ୍ରାଫରମାନଙ୍କର ଅନ୍ତିମ ଦଳରେ ଅନ୍ତର୍ଭୁକ୍ତ ଥିଲେ।

'Now no one looks at us, it’s as if we don’t exist', says Gangaram Choudhary. Left: Sheltering from the harsh sun, along with a fellow photographer, under a monument plaque during a long work day some months ago – while visitors at the Gateway click photos on their smartphones
PHOTO • Aakanksha
'Now no one looks at us, it’s as if we don’t exist', says Gangaram Choudhary. Left: Sheltering from the harsh sun, along with a fellow photographer, under a monument plaque during a long work day some months ago – while visitors at the Gateway click photos on their smartphones
PHOTO • Aakanksha

ଗଙ୍ଗାରାମ ଚୌଧୁରୀ କୁହନ୍ତି,‘ବର୍ତ୍ତମାନ ଆମ ଆଡକୁ କେହି ଚାହୁଁ ନାହାନ୍ତି, ଯେପରି କି ଆମର କୌଣସି ଅସ୍ତିତ୍ୱ ନାହିଁ’ ବାମ:କିଛି ମାସ ପୂର୍ବରୁ ଏକ ଦୀର୍ଘ କାର୍ଯ୍ୟ ଦିବସରେ ଅଳ୍ପ କେତେକ ଫଟୋଗ୍ରାଫରଙ୍କ ସହ ଟାଣ ଖରାରୁ ରକ୍ଷା ପାଇବା ନିମନ୍ତେ ଏକ ସ୍ମାରକୀ ଫଳକ ତଳେ ବିଶ୍ରାମ କରୁଥିଲୁ-ଯେତେବେଳେ ପରିଦର୍ଶକମାନେ ନିଜର ସ୍ମାର୍ଟ ଫୋନ୍‍ରେ ଗେଟୱେ ନିକଟରେ ଫଟୋ ଉଠାଉଥିଲେ

ବର୍ତ୍ତମାନ, ପୋର୍ଟେବଲ୍‍ ପ୍ରିଣ୍ଟର ବ୍ୟତୀତ, ସ୍ମାର୍ଟଫୋନଗୁଡିକ ସହ ପ୍ରତିଯୋଗିତା କରିବା ପାଇଁ କିଛି ଫଟୋଗ୍ରାଫର ୟୁଏସବି ଉପକରଣ ନିଜ ସହ ରଖୁଛନ୍ତି। ଯାହା ସାହାଯ୍ୟରେ ଫଟୋଗୁଡିକୁ ସଙ୍ଗେ ସଙ୍ଗେ ତାଙ୍କ କ୍ୟାମେରାରୁ ଗ୍ରାହକମାନଙ୍କର ଫୋନକୁ ପଠାଇଦେଉଛନ୍ତି-ଏବଂ ଏହି ସୁବିଧା ଯୋଗାଇଦେବା ପାଇଁ୧୫ ଟଙ୍କାର ଦେୟ ଦେବାକୁ ପଡୁଛି। କିଛି ଗ୍ରାହକ ଉଭୟ ଚାହାଁନ୍ତି -ସଫ୍ଟ କପି ସହ ତତ୍‍କ୍ଷଣାତ ହାର୍ଡ କପି (ପ୍ରିଣ୍ଟ ପିଛା ୩୦ଟଙ୍କା )।

ସୁନିଲ କାମ ଆରମ୍ଭ କରିବା ପୂର୍ବରୁ, ଫଟୋଗ୍ରାଫରମାନଙ୍କର ଗୋଟିଏ ପିଢି ଗେଟୱେ ନିକଟରେ ପୋଲାରଏଡସ୍‍ ବ୍ୟବହାର କରୁଥିଲେ, କିନ୍ତୁ ସେମାନେ କୁହନ୍ତି ସେଗୁଡିକର ପ୍ରିଣ୍ଟ ଓ ରକ୍ଷଣା ବେକ୍ଷଣ  ବ୍ୟୟ ବହୁଳ ଥିଲା। ଯେତେବେଳେ ସେମାନେ ପଏଣ୍ଟ ଓ ସୁଟ କ୍ୟାମେରାର ବ୍ୟବହାର କରିବାକୁ ଲାଗିଲେ, ସେମାନେ ଗ୍ରହକମାନଙ୍କୁ ହାର୍ଡ କପି ଡାକ ମାଧ୍ୟମରେ ପଠାଇ ଦେଉଥିଲେ।

ଗେଟୱେରେ ଦୀର୍ଘ ଦଶନ୍ଧି ଧରି ପୋଲାରଏଡ୍‍ ବ୍ୟବହାର କରିଆସୁଥିବା ଫଟୋଗ୍ରାଫରମାନଙ୍କ ମଧ୍ୟରୁ ଗଙ୍ଗାରାମ ଚୌଧୁରୀ ଜଣେ। ସେ ମନେପକାନ୍ତି,"ଦିନ ଥିଲା ଯେତେବେଳେ ଲୋକମାନେ ଆମ ନିକଟକୁ ଆସି ଫଟୋ ଉଠାଇବାକୁ  କହୁଥିଲେ"। "ବର୍ତ୍ତମାନ ଆମ ଆଡକୁ କେହି ଚାହୁଁ ନାହାଁନ୍ତି, ଯେପରିକି ଆମର କୌଣସି ଅସ୍ତିତ୍ୱ ନାହିଁ।"

ବିହାରର ମଧୁବନି ଜିଲ୍ଲାର ଡୁମରି ଗାଁରୁ ମୁମ୍ବାଇ ଆସିବା ପରେ ଗଙ୍ଗାରାମ ନିଜର କୈଶୋର ଅବସ୍ଥାରେ ଗେଟୱେ ନିକଟରେ କାମ କରିବା ଆରମ୍ଭ କରିଦେଇଥିଲେ। ସେ କେୱତ ସମ୍ପ୍ରଦାୟର(ଅନ୍ୟାନ୍ୟ ପଛୁଆ ବର୍ଗ ତାଲିକା ଅନ୍ତର୍ଭୁକ୍ତ)। ସେ ପ୍ରଥମେ ତାଙ୍କ ବାପାଙ୍କ ସହ କଲିକତା ଯାଇଥିଲେ, ଯେଉଁଠାରେ ତାଙ୍କ ବାପା ଜଣେ ରିକ୍ସା ଚାଳକ ଭାବରେ କାମ କରୁଥିଲେ ଏବଂ ସେଠାରେ ସେ ମାସକୁ ୫୦ ଟଙ୍କା ଦରମାରେ ଜଣେ ରୋଷେୟାଙ୍କ ସହାୟକ କାର୍ଯ୍ୟ ପାଇଥିଲେ। ଏକ ବର୍ଷ ମଧ୍ୟରେ ତାଙ୍କ ମାଲିକ ତାଙ୍କୁ ଜଣେ ସମ୍ପର୍କୀୟଙ୍କ ଘରକୁ କାମ କରିବା ପାଇଁ ମୁମ୍ବାଇ ପଠାଇ ଦେଇଥିଲେ।

Tools of the trade: The photographers lug around 6-7 kilos – camera, printer, albums, packets of paper; some hang colourful sunglasses on their shirts to attract tourists who like to get their photos clicked wearing stylish shades
PHOTO • Aakanksha
Tools of the trade: The photographers lug around 6-7 kilos – camera, printer, albums, packets of paper; some hang colourful sunglasses on their shirts to attract tourists who like to get their photos clicked wearing stylish shades
PHOTO • Aakanksha

ବ୍ୟବସାୟ ପାଇଁ ଉପକରଣ: ଫଟୋଗ୍ରାଫରମାନେ ୬-୭ କିଲୋଗ୍ରାମ୍‍ ଓଜନ ସାଥିରେ ନେଇଥାନ୍ତି- କ୍ୟାମେରା, ପ୍ରିଣ୍ଟର, ଆଲବମ୍‍, ପେପର ପ୍ୟାକେଟଗୁଡିକ; ପର୍ଯ୍ୟଟକ ଯେଉଁମାନେ ଷ୍ଟାଇଲିସ୍ ଚଷମା ପିନ୍ଧି ଫଟୋ ଉଠାଇବାକୁ ପସନ୍ଦ କରନ୍ତି ସେମାନଙ୍କୁ ଆକର୍ଷିତ କରିବା ପାଇଁ କେତେକ ସାର୍ଟରେ କିଛି ରଙ୍ଗୀନ ଚଷମା ଝୁଲାଇ ରଖୁଥିଲେ

ବର୍ତ୍ତମାନ ନିଜର ୫୦ ଦଶକରେ ଥିବା ଗଙ୍ଗାରାମ କିଛି ଦିନ ପରେ ନିଜର ଜଣେ ଦୂର ସମ୍ପର୍କୀୟଙ୍କୁ ଭେଟିଥିଲେ ଯିଏକି ଗେଟୱେରେ ଜଣେ ଫଟୋଗ୍ରାଫର ଥିଲେ। ସେ କୁହନ୍ତି, "ମୁଁ ଭାବିଲି, ଏହି କାମ କରିବାକୁ ମୁଁ କ’ଣ ପାଇଁ ଚେଷ୍ଟା କରିବି ନାହିଁ?" ସେ ମନେପକାନ୍ତି ଯେ ସେ ସମୟରେ (୧୯୮୦ ମସିହାରେ) ସ୍ମାରକୀ ନିକଟରେ ସେମାନଙ୍କ ପରି ମାତ୍ର  ୧୦-୧୫ ଜଣ ଥିଲେ। କିଛି ବରିଷ୍ଠ ଫଟୋଗ୍ରାଫର ସେମାନଙ୍କ ଅତିରିକ୍ତ ପୋଲାରଏଡ୍ କିମ୍ବା ପଏଣ୍ଟ-ଏବଂ-ସୁଟ୍ କ୍ୟାମେରା କମିଶନରେ ନବାଗତମାନଙ୍କୁ ଦେଇଥାନ୍ତି । ଫଟୋ ଆଲବମ୍‍ ଧରି ଗ୍ରାହକମାନଙ୍କୁ ଅନୁରୋଧ କରିବା ପାଇଁ ଗଙ୍ଗାରାମଙ୍କୁ କୁହାଯାଉଥିଲା। ଧିରେ ଧିରେ ତାଙ୍କୁ କ୍ୟାମେରା ଦିଆଗଲା। ଗ୍ରାହକମାନଙ୍କଠାରୁ ଫଟୋ ପ୍ରତି ଆଦାୟ କରା ଯାଉଥିବା  ୨୦ ଟଙ୍କାରୁ  ସେ ୨ଟଙ୍କାରୁ ୩ ଟଙ୍କା ପାଉଥିଲେ। ସେ ଏବଂ ଅନ୍ୟ କିଛି କୋଲାବ ପାର୍ଶ୍ୱପଥରେ ରାତିରେ ଶୋଉଥିଲେ ଏବଂ ସାରା ଦିନ ସେଠାରେ ଫଟୋ ଉଠାଇବା ପାଇଁ ଗ୍ରାହକମାନଙ୍କ ଅପେକ୍ଷାରେ କଟୁଥିଲା।

ଗଙ୍ଗାରାମ ହସିକରି କୁହନ୍ତି,"ସେହି ବୟସରେ ତୁମେ ସବୁଆଡେ ବୁଲି କେବଳ ଟଙ୍କା ରୋଜଗାର କରିବା ପାଇଁ ଉତ୍ସାହିତ ଥାଅ"। "ଆରମ୍ଭରୁ ମୁଁ ଉଠାଉଥିବା ଫଟୋଗୁଡିକ ଟିକିଏ ଅଙ୍କା ବଙ୍କା ହେଉଥିଲା, କିନ୍ତୁ ଅଧିକ କାମ କରିବା ସହ ତୁମେ କାମ ଶିଖିଯାଅ"

ପ୍ରତ୍ୟେକ ରିଲ ମୂଲ୍ୟବାନ ଥିଲା- ଏକ ୩୬ ଫଟୋ ବିଶିଷ୍ଟ ରିଲର ମୂଲ୍ୟ ୩୫ଟଙ୍କା ରୁ ୪୦ ଟଙ୍କା ଥିଲା। ଗଙ୍ଗାରାମ କୁହନ୍ତି,"ଆମେ କେବଳ ଫଟୋ ଉଠାଇବା ଜାରି ରଖୁନଥିଲୁ। ପ୍ରତ୍ୟେକ ଫଟୋ ଯତ୍ନ ଓ ଚିନ୍ତାର ସହ ଉଠାଇବାକୁ ପଡୁଥିଲା, ଆଜି ପରି ନୁହେଁ ଯେ ତୁମେ ଯେତେ [ଡିଜିଟାଲ] ଚାହିଁବ ସେତେ ଫଟୋ ଉଠାଇପାରିବ।"ସେ ମଧ୍ୟ ମନେ ପକାନ୍ତି ଯେ ନିଜ କ୍ୟାମେରା ରେ ଫ୍ଲାସ୍‌ଲାଇଟ୍‍ ନଥିବାରୁ ସେମାନେ ସୂର୍ଯ୍ୟାସ୍ତ ପରେ ଫଟୋ ଉଠାଇପାରନ୍ତି ନାହିଁ।

୧୯୮୦ ମସିହାରେ ଫୋର୍ଟ ଅଞ୍ଚଳ ନିକଟରେ ଥିବା ଦୋକାନ ଓ ଛୋଟ ଫଟୋ ଷ୍ଟୁଡିଓରେ ଫଟୋଗୁଡିକ ପ୍ରିଣ୍ଟ କରିବା ପାଇଁ ଗୋଟିଏ ଦିନ ଲାଗିଯାଏ- ପ୍ରତ୍ୟେକ ରିଲକୁ ପ୍ରକ୍ରିୟାକରଣ କରି ଦୃଶ୍ୟମାନ କରିବା ପାଇଁ ୧୫ଟଙ୍କା, ୪˟୫ ଇଞ୍ଚ ରଙ୍ଗୀନ ଫଟୋ ପ୍ରିଣ୍ଟ କରିବା ପାଇଁ ୧.୫୦ଟଙ୍କା।

To try and compete with smartphones, some photographers carry a USB devise to transfer the photos from their camera to the customer’s phone
PHOTO • Aakanksha
To try and compete with smartphones, some photographers carry a USB devise to transfer the photos from their camera to the customer’s phone
PHOTO • Aakanksha

ସ୍ମାର୍ଟ ଫୋନ ସହିତ ଚେଷ୍ଟା ଓ ପ୍ରତିଦ୍ୱନ୍ଦିତା କରିବା ପାଇଁ, କିଛି ଫଟୋଗ୍ରାଫର୍‍ ଫଟୋଗୁଡିକୁ ଗ୍ରାହକଙ୍କ ଫୋନକୁ ସ୍ଥାନନ୍ତର କରିବା ପାଇଁ ଏକ ୟୁଏସବି ଉପକରଣ ରଖିଥାନ୍ତି

ଗଙ୍ଗାରାମ କୁହନ୍ତି,"କିନ୍ତୁ ବର୍ତ୍ତମାନ ଆମକୁ ତିଷ୍ଠି ରହିବା ପାଇଁ ସବୁକିଛି ବହନ କରିବାକୁ ପଡୁଛି"। ଫଟୋଗ୍ରାଫରମାନେ ପ୍ରାୟ ୬ରୁ ୭କିଲୋ ଓଜନ ବହନ କରୁଛନ୍ତି- କ୍ୟାମେରା, ପ୍ରିଣ୍ଟର, ଆଲବମ୍‍, କାଗଜ (୫୦ଟି ଥିବା ପ୍ୟାକେଟ୍‍ର ମୂଲ୍ୟ ୧୧୦ଟଙ୍କା, ଏହା ସହ କାର୍ଟ୍ରିଜ୍‍ର ଖର୍ଚ୍ଚ ମଧ୍ୟ ଅଛି)। ଆମେ ଏଠାରେ ଦିନସାରା ଛିଡା ହୋଇ ଲୋକମାନଙ୍କୁ ଫଟୋ ଉଠାଇବାକୁ ରାଜି କରାଇବା ନିମନ୍ତେ ଚେଷ୍ଟା କରୁଛୁ। ନରିମାନ ପଏଣ୍ଟ ବସ୍ତିର ଏକ କଲୋନୀରେ ନିଜର ସ୍ତ୍ରୀ କୁସୁମ, ଗୃହିଣୀ ଓ ତିନି ସନ୍ତାନଙ୍କ ସହ ରହୁଥିବା ଗଙ୍ଗାରାମ କୁହନ୍ତି,"ମୁଁ ପିଠିରେ ଅତ୍ୟଧିକ ଯନ୍ତ୍ରଣା ଅନୁଭବ କରୁଛି"।

ଗେଟୱେରେ ନିଜର ପ୍ରାରମ୍ଭିକ ବର୍ଷଗୁଡିକରେ, ପରିବାରମାନେ ବେଳେବେଳେ ଫଟୋଗ୍ରାଫରମାନଙ୍କୁ ସେମାନଙ୍କ ମୁମ୍ବାଇ ଦର୍ଶନ ଯାତ୍ରା ସମୟରେ ଅନ୍ୟ ସ୍ଥାନକୁ ଫଟୋ ଉଠାଇବା ନିମନ୍ତେ ମଧ୍ୟ ନେଇଥା’ନ୍ତି । ଫଟୋଗୁଡିକ ତା’ପରେ ଡାକ ମାଧ୍ୟମରେ ବା କୋରିୟର ମାଧ୍ୟମରେ ଗ୍ରାହକମାନଙ୍କ ପାଖକୁ ପଠାଇ ଦିଆଯାଉଥିଲା। ଯଦି ଚିତ୍ରଗୁଡିକ ଅସ୍ପଷ୍ଟ ହେଉଥିଲା, ଫଟୋଗ୍ରାଫରମାନେ ଏକ ଲଫାପାରେ ଏକ କ୍ଷମାପତ୍ର ସହିତ ନେଇଥିବା ନଗଦ ରାଶି ଭର୍ତ୍ତି କରି ଗ୍ରାହକଙ୍କ ନିକଟକୁ ପଠାଇ ଦିଅନ୍ତି।

‘‘ଏହା ସବୁ ବିଶ୍ୱାସ ଉପରେ ଆଧାରିତ ଥିଲା ଏବଂ ଏହା ଏକ ଭଲ ସମୟ ଥିଲା। ଲୋକମାନେ ବିଭିନ୍ନ ରାଜ୍ୟରୁ ଆସୁଥିଲେ ଏବଂ ସେମାନେ ସେହି ଫଟୋକୁ ଗୁରୁତ୍ୱ ଦେଉଥିଲେ । ସେମାନଙ୍କ ପାଇଁ ଏହା ଏକ ସ୍ମୃତି ଥିଲା ଯାହାକୁ ସେମାନେ ଘରକୁ ଯାଇ  ପରିବାରବର୍ଗଙ୍କୁ ଦେଖାଇବାକୁ ଚାହୁଁଥିଲେ । ସେମାନେ ଆମକୁ ଏବଂ ଆମର ଫଟୋଗ୍ରାଫିକୁ ବିଶ୍ୱାସ କରୁଥିଲେ । ଗଙ୍ଗାରାମ କୁହନ୍ତି,  ଫଟୋ ଉଠାଇବାରେ ଆମର ସ୍ୱତନ୍ତ୍ରତା ଏପରି ଥିଲା ଯେ ପ୍ରତିଛବିରେ ଏହା ଦେଖାଯାଏ ଯେ ଆପଣ ଗେଟୱେକୁ [ଶୀର୍ଷକୁ ]ସ୍ପର୍ଶ କରୁଛନ୍ତି"।

କିନ୍ତୁ ସେମାନଙ୍କର ସର୍ବୋତ୍ତମ ବର୍ଷର କାର୍ଯ୍ୟରେ ମଧ୍ୟ ସମସ୍ୟା ଦେଖାଦେଇଥିଲା ବୋଲି ସେ ମନେ ପକାନ୍ତି। ବେଳେବେଳେ ଫଟୋଗ୍ରାଫରମାନଙ୍କୁ କୋଲାବା ପୋଲିସ ଷ୍ଟେସନକୁ ଡକାଯାଉଥିଲା, ଯଦିକେହି କ୍ରୋଧାନିତ୍ୱ ଗ୍ରାହକ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ କରୁଥିଲେ କିମ୍ବା ସେମାନଙ୍କ ସହ ପ୍ରତାରଣା କରାଯାଇଛି ବା ଫଟୋ ଦିଆଯାଇ ନାହିଁ ବୋଲି କ୍ରୋଧୀତ ହୋଇ କହି ଗେଟୱେ ରୁ ଫେରି ଯିବାର ଧମକ ଦେଉଥିଲେ।" ଗଙ୍ଗରାମ କୁହନ୍ତି, “ଧୀରେ ଧୀରେ ଆମେ ପ୍ରମାଣ ଭାବରେ ନିକଟସ୍ଥ ଡାକଘରରୁ ଷ୍ଟାମ୍ପ ସହିତ ଏକ ରେଜିଷ୍ଟର ନେଇ ରଖିବା ଆରମ୍ଭ କଲୁ।"

ଏବଂ ଏପରି କିଛି ସମୟ ଆସେ ଯେତେବେଳେ ଲୋକମାନଙ୍କ ପାଖରେ ପ୍ରିଣ୍ଟଗୁଡିକ ପାଇଁ ଟଙ୍କା ନଥାଏ। ପରେ ଫଟୋଗ୍ରାଫରମାନଙ୍କୁ ଡାକ ମାଧ୍ୟମରେ ଦେୟ ପାଇବାକୁ ଅପେକ୍ଷା କରିବାର ରିସ୍କ ନେବାକୁ ପଡୁଥିଲା।

'Our speciality was clicking photos in such a way that in the image it looks like you are touching [the top of] Gateway or the Taj Hotel'
PHOTO • Aakanksha
'Our speciality was clicking photos in such a way that in the image it looks like you are touching [the top of] Gateway or the Taj Hotel'
PHOTO • Sunil Gupta

‘ଫଟୋ ଉଠାଇବାରେ ଆମର ସ୍ୱତନ୍ତ୍ରତା ଏପରି ଥିଲା ଯେ ପ୍ରତିଛବିରେ ଏହା ଦେଖାଯାଏ ଯେ ଆପଣ ଗେଟୱେ କିମ୍ବା ତାଜ୍‍ ହୋଟେଲ‍କୁ [ଶୀର୍ଷକୁ ] ସ୍ପର୍ଶ କରୁଛନ୍ତି’

ଗଙ୍ଗାରାମ ମନେପକାନ୍ତି ଯେ ୨୦୦୮ ମସିହା ନଭେମ୍ବର ମାସ ୨୬ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, କିଛି ଦିନ ପାଇଁ କାମ ବନ୍ଦ ହୋଇଗଲା, କିନ୍ତୁ ଧିରେ ଧିରେ ଚାହିଦା ପୁଣି ବଢିବାକୁ ଲାଗିଲା। ସେ କୁହନ୍ତି, "ଲୋକମାନେ କେବଳ ତାଜ୍‍ ହୋଟେଲ [ଗେଟୱେ ଇଣ୍ଡିଆର ବିପରୀତ ପାର୍ଶ୍ୱରେ] ଓ ଓବରୟେ ହୋଟଲ[ଦୁଇଟି ଆକ୍ରମଣ ସ୍ଥଳ] ପାର୍ଶ୍ୱରେ ଫଟୋ ଉଠାଇବାକୁ ଆସୁଥିଲେ। ସେ କୁହନ୍ତି,"ଅଟ୍ଟାଳିକାଗୁଡିକ ବିଷୟରେ କହିବାକୁ ଏବେ ଏକ କାହାଣୀ ଥିଲା"।

ବର୍ଷ ବର୍ଷ ଧରି ଲୋକମାନଙ୍କୁ ଏହି ସବୁ କାହାଣୀରେ ଚିତ୍ରିତ କରୁଥିବା ଫଟୋଗ୍ରାଫରମାନଙ୍କ ମଧ୍ୟରୁ ବୈଜନାଥ ଚୌଧୁରୀ ଜଣେ, ଯିଏକି ଗେଟୱେଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ନରିମାନ ପଏଣ୍ଟ ସ୍ଥିତ ଓବରୟେ (ଟ୍ରାଇଡେଣ୍ଟ)ହୋଟେଲର ବାହାରେ ଥିବା ପାର୍ଶ୍ୱ ପଥରେ କାମ କରନ୍ତି। ପ୍ରାୟ ୫୭ ବର୍ଷୀୟ ବୈଜନାଥ ଚାରି ଦଶନ୍ଧି ହେବ କାମ କରି ଆସୁଛନ୍ତି, ଯଦିଓ ତାଙ୍କର ଅନେକ ସହକର୍ମୀ ଅନ୍ୟ ଜୀବିକା ଆପଣେଇ ସାରିଲେଣି।

କୋଲାବାର ଏକ ପାର୍ଶ୍ୱପଥରେ  ବାଇନାକୁଲାର ବିକ୍ରି କରୁଥିବା ମାମୁଁଙ୍କ ସହ ସେ ବିହାରର ମଧୁବନୀ ଜିଲ୍ଲାର ଡୁମ୍ରି ଗ୍ରାମରୁ ୧୫ ବର୍ଷ ବୟସରେ ମୁମ୍ବାଇ ଆସିଥିଲେ, ଯେତେବେଳେକି ଦିନମଜୁରୀଆ କୃଷି ଶ୍ରମିକ ଭାବରେ କାମ କରୁଥିବା ତାଙ୍କର ପିତାମାତା ଗାଁରେ ରହିଥିଲେ।

ଗଙ୍ଗାରାମଙ୍କ ଦୂର ସମ୍ପର୍କୀୟ ବୈଜନାଥ ମଧ୍ୟ କାମ ଆରମ୍ଭ କରିବା ସମୟରେ ପୋଲାରଏଡ୍ ବ୍ୟବହାର କରୁଥିଲେ, ତା’ପରେ ଏକ ପଏଣ୍ଟ-ଏବଂ-ସୁଟ୍ କ୍ୟାମେରା ବ୍ୟବହାର କଲେ। ସେ ଏବଂ ନରିମାନ ପଏଣ୍ଟରେ ଥିବା ଅନ୍ୟ କେତେଜଣ ଫଟୋଗ୍ରାଫର ରାତିରେ  ନିଜର କ୍ୟାମେରାଗୁଡିକୁ ସୁରକ୍ଷିତ ରଖିବା ପାଇଁ ତାଜ ହୋଟେଲ ନିକଟରେ ଥିବା ଜଣେ ଦୋକାନୀଙ୍କ ପାଖରେ ରଖି  ନିକଟସ୍ଥ ଫୁଟପାଥରେ ଶୋଇ ପଡୁଥିଲେ।

Baijnath Choudhary, who works at Narmian Point and Marine Drive, says: 'Today I see anyone and everyone doing photography. But I have sharpened my skills over years standing here every single day clicking photos'
PHOTO • Aakanksha
Baijnath Choudhary, who works at Narmian Point and Marine Drive, says: 'Today I see anyone and everyone doing photography. But I have sharpened my skills over years standing here every single day clicking photos'
PHOTO • Aakanksha

ନରିମାନ ପଏଣ୍ଟ ଓ ମେରାଇନ ଡ୍ରାଇଭରେ କାମ କରୁଥିବା ବୈଜନାଥ ଚୌଧୁରୀ କୁହ ନ୍ତି : ଆଜି ମୁଁ ଦେଖୁଛି ସମସ୍ତେ ଫଟୋଗ୍ରାଫି କରୁଛନ୍ତି କିନ୍ତୁ ମୁଁ ଏଠାରେ ବର୍ଷ ବର୍ଷ ଧରି ପ୍ରତ୍ୟେକ ଦିନ ଛିଡା ହୋଇ ଫଟୋ ଉଠାଇ ମୋର ଦକ୍ଷତାକୁ ଶାଣିତ କରିଛି

ପ୍ରାରମ୍ଭିକ ବର୍ଷଗୁଡିକରେ ଦିନକୁ ୬ ରୁ ୮ ଜଣ ଗ୍ରାହକଙ୍କଠାରୁ ବୈଜନାଥ ଦୈନିକ ୧୦୦-୨୦୦ ଟଙ୍କା ରୋଜଗାର କରିଆରୁଥିଲେ। ସମୟ କ୍ରମେ ଏହା ୩୦୦-୯୦୦ ଟଙ୍କାକୁ ବୃଦ୍ଧି ପାଇଥିଲା- କିନ୍ତୁ ସ୍ମାର୍ଟ ଫୋନ ଆସିବା ପରେ ଏହା ୧୦୦-୩୦୦ଟଙ୍କାକୁ ଖସି ଆସିଥିଲା। ଏବଂ ଏହି ତାଲାବନ୍ଦ ଠାରୁ, ସେ କୁହନ୍ତି, ଏହା ଦିନକୁ ୩୦ଟଙ୍କାରୁ ୧୦୦ଟଙ୍କା ମଧ୍ୟକୁ ଖସିଆସିଥିଲା- କିମ୍ବା କିଛି ରୋଜଗାର ହେଉନଥିଲା।

୨୦୦୯ ମସିହା ପର୍ଯ୍ୟନ୍ତ, ସେ ଉତ୍ତର ମୁମ୍ବାଇର ସାଣ୍ଟାକ୍ରୁ୍ଜ ଅଂଚଳରେ ଥିବା ପବ୍‍ଗୁଡିକରେ ଫଟୋଗ୍ରାଫର ଭାବରେ କାମ କରି  ଫଟୋ ପିଛା ୫୦ଟଙ୍କା ଦେୟ ପାଉଥିଲେ। ‘‘ସକାଳ ୯ଟାରୁ ରାତି ୧୦ଟା ଯାଏଁ ମୁଁ ଏହାର[ନରିମାନ ପଏଣ୍ଟ] ଚତୁର୍ଦିଗରେ ଘୁରି ବୁଲୁଥିଲି। ବୈଜନାଥ ଯାହାର ୩୧ ବର୍ଷୀୟ ବଡ ପୁଅ ବିଜୟ ଗେଟୱେ ଅଫ ଇଣ୍ଡିଆରେ ଫଟୋଗ୍ରାଫର ଭାବରେ କାମ କରନ୍ତି, କୁହନ୍ତି,"ଏବଂ ରାତ୍ରି ଭୋଜନ ପରେ ଆମେ କ୍ଲବ୍‌କୁ ଯାଉଥିଲୁ।"

ବୈଜନାଥ ଓ ଅନ୍ୟ ଫଟୋଗ୍ରାଫରମାନେ କୁହନ୍ତି ସେମାନଙ୍କୁ କାମ କରିବା ପାଇଁ କୌଣସି ଅନୁମତିର ଆବଶ୍ୟକତା ନଥିଲା, କିନ୍ତୁ ୨୦୧୪-୧୫ ପରଠାରୁ ମୁମ୍ବାଇ ଟର୍ଟ ଟ୍ରଷ୍ଟ ଏବଂ ମହାରାଷ୍ଟ୍ର ପର୍ଯ୍ୟଟନ ବିକାଶ ନିଗମ ସମେତ ଅନେକ ସଂସ୍ଥା ଦ୍ୱାରା ପରିଚୟ ପତ୍ର ପ୍ରଦାନ କରାଯାଇଛି। ଏହି ବ୍ୟବସ୍ଥା ଏକ ଡ୍ରେସ୍ କୋଡ୍ ଏବଂ ଆଚରଣ ସଂହିତାକୁ ମଧ୍ୟ ବାଧ୍ୟତାମୂଳକ କରେ ଯେଉଁଥିରେ ସ୍ମାରକୀରେ ଅବ୍ୟବହୃତ ବ୍ୟାଗ୍ ପ୍ରତି ସଜାଗ ରହିବା, ଏବଂ ମହିଳାଙ୍କ ଉପରେ ନିର୍ଯ୍ୟାତନା ଘଟଣାରେ ହସ୍ତକ୍ଷେପ ଏବଂ ରିପୋର୍ଟ କରିବା ଅନ୍ତର୍ଭୁକ୍ତ (ଏହି ସାମ୍ବାଦିକ ଏହି ବିବରଣୀଗୁଡିକ ଯାଞ୍ଚ କରିପାରିନଥିଲେ)।

ଏହା ପୂର୍ବରୁ, ବେଳେବେଳେ, ସେମାନେ କୁହନ୍ତି, ମ୍ୟୁନିସିପାଲିଟି କର୍ପୋରେସନ କିମ୍ବା ପୋଲିସ ସେମାନଙ୍କଠାରୁ ଜୋରିମାନା ଆଦାୟ କରିବ ଏବଂ ସେମାନଙ୍କୁ କାମରୁ ନିବୃତ୍ତ କରିବ । ସାମୂହିକ ଭାବରେ ସେମାନଙ୍କର ଉଦ୍‍ବେଗକୁ  ଅନୁଧ୍ୟାନ କରିବା ପାଇଁ, ବୈଜନାଥ ଏବଂ ଗଙ୍ଗାରାମ ସ୍ମରଣ କରନ୍ତି ଯେ ୧୯୯୦ ଦଶକର ଆରମ୍ଭରେ ଫଟୋଗ୍ରାଫରମାନେ ଏକ କଲ୍ୟାଣ ସଙ୍ଗଠନ ଗଠନ କରିଥିଲେ । ବୈଜନାଥ କୁହନ୍ତି, "ଆମେ ଆମର କାର୍ଯ୍ୟର କିଛି ସ୍ୱୀକୃତି ଚାହୁଁଥିଲୁ ଏବଂ ଆମର ଅଧିକାର ପାଇଁ ଲଢେଇ କରିଥିଲୁ’’। ୨୦୦୧ ରେ, ପ୍ରାୟ ୬୦-୭୦ ଫଟୋଗ୍ରାଫର ଆଜାଦ ମୈଦାନରେ ବିକ୍ଷୋଭ କରିଥିଲେ, ସେ ସ୍ମରଣ କରନ୍ତି, ଅନ୍ୟ ଦାବିଗୁଡିକ ମଧ୍ୟରେ, ଅଯଥା ପ୍ରତିବନ୍ଧକ ବିନା ଏବଂ ବର୍ଦ୍ଧିତ ସମୟ ପାଇଁ କାର୍ଯ୍ୟ କରିବାକୁ ଅନୁମତି ଦେବାକୁ କହିଥିଲେ। ୨୦୦୦ ମସିହାରେ, ସେମାନଙ୍କ ମଧ୍ୟରୁ କେତେକ ଗେଟୱେ ଅଫ୍ ଇଣ୍ଡିଆ ଫଟୋଗ୍ରାଫର ୟୁନିୟନ୍ ଗଠନ କରିଥିଲେ ଏବଂ ବୈଜନାଥ  କୁହନ୍ତି ଯେ ସେମାନେ ମଧ୍ୟ ସ୍ଥାନୀୟ ବିଧାୟକଙ୍କୁ ସାକ୍ଷାତ କରି  ସେମାନଙ୍କ ଦାବି ଜଣାଇଥିଲେ। ଏହି ପ୍ରୟାସଗୁଡିକ ସାମୟିକ ସମୟ ପାଇଁ ବିଏମସି କିମ୍ବା ସ୍ଥାନୀୟ ପୋଲିସର ହସ୍ତକ୍ଷେପ ବିନା କାର୍ଯ୍ୟ କରିବାର ସୁଯୋଗ ଦେଇଥିଲା ।

A few photographers have started working again from mid-June – they are still not allowed inside the monument complex, and stand outside soliciting customers
PHOTO • Aakanksha
A few photographers have started working again from mid-June – they are still not allowed inside the monument complex, and stand outside soliciting customers
PHOTO • Aakanksha

ଜୁ ନ୍ ମଧ୍ୟ ଭାଗରୁ କିଛି ଫଟୋଗ୍ରାଫର ପୁର୍ନବାର କାମ କରିବା ଆରମ୍ଭ କରି ଦେଇଥିଲେ- ସେମାନଙ୍କୁ ସ୍ମାରକୀ କମ୍ପ୍ଲେକ୍ସ ଭିତରକୁ ଯିବା ପାଇଁ ଅନୁମତି ଦିଆଯାଇନଥିଲା, ଏବଂ ବାହାରେ ଛିଡା ହୋଇ ଗ୍ରାହକମାନଙ୍କୁ ଫଟୋ ଉଠାଇବାକୁ ଅନୁରୋଧ କରୁଥିଲୁ

ବୈଜନାଥ ପ୍ରାରମ୍ଭ ବର୍ଷଗୁଡିକୁ ଝୁରୁ ଥିଲେ ଯେତେବେଳେ ତାଙ୍କର ଫଟୋଗ୍ରାଫି ମୂଲ୍ୟବାନ ଥିଲା । ସେ କୁହନ୍ତି, “ଆଜି ମୁଁ ଦେଖୁଛି ସମସ୍ତେ ଫଟୋଗ୍ରାଫି କରୁଛନ୍ତି।’’ “କିନ୍ତୁ ମୁଁ ବର୍ଷ ବର୍ଷ ଧରି ପ୍ରତ୍ୟେକ ଦିନ ଏଠାରେ ଠିଆ ହୋଇ ଫଟୋ ଉଠାଇ ନିଜର ଦକ୍ଷତାକୁ ଶାଣିତ କରିଛି । ସେ ଫୁଟପାଥରୁ ଉଠୁଥିବା ବେଳେ ଏକ ଯୁବଗୋଷ୍ଠୀ ଯାଉଥିବା ଦେଖି, କୁହନ୍ତି," ଆମକୁ ଗୋଟିଏ କ୍ଲିକ୍ ଦରକାର ଯେତେବେଳେ ତୁମେ ଯୁବକମାନେ ଗୋଟିଏ ସଠିକ୍ ଫଟୋ ପାଇବା ପାଇଁ ଅନେକ ଫଟୋ ଉଠାଉଛ ଏବଂ ପରେ ଏହାକୁ ଅଧିକ ସୁନ୍ଦର କରୁଛ [ସଂଶୋଧନ ଦ୍ୱାରା]”। ସେ ସେମାନଙ୍କୁ ମନାଇବା ପାଇଁ ଚେଷ୍ଟା କରନ୍ତି କିନ୍ତୁ ସେମାନେ ଆଗ୍ରହୀ ନଥିଲେ । ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ଫୋନ ପକେଟରୁ ବାହାର କରି ସେଲଫି ନେବା ଆରମ୍ଭ କରିଦେଲେ।

ଗେଟୱେ ଅଫ ଇଣ୍ଡିଆକୁ ଆସି, ସୁନିଲ ଓ କିଛି ଫଟୋଗ୍ରାଫର ଜୁନ୍‌ ମଧ୍ୟ ଭାଗରୁ ପୁର୍ନବାର କାର୍ଯ୍ୟାଳୟକୁ ଯିବା ଆରମ୍ଭ କରି ଦେଇଥିଲେ- ସେମାନଙ୍କୁ ସ୍ମାରକୀ କମ୍ପ୍ଲେକ୍ସ ଭିତରକୁ ଯିବା ପାଇଁ ଅନୁମତି ଦିଆଯାଇନଥିଲା, ତେଣୁ ସେମାନେ ତାଜ୍‍ ହୋଟେଲର  ବାହାରେ ଛିଡା ହୋଇ ଗ୍ରାହକମାନଙ୍କୁ ଫଟୋ ଉଠାଇବାକୁ ଅନୁରୋଧ କରୁଥିଲେ। ସୁନିଲ କୁହନ୍ତି,"ତୁମେ ଆମକୁ ବର୍ଷାରେ ଦେଖିବା ଉଚିତ୍‍"। "ଆମକୁ ଆମର କ୍ୟାମେରା, ପ୍ରିଣ୍ଟର, [କାଗଜ]ଫର୍ଦ୍ଦଗୁଡିକୁ ସୁରକ୍ଷା ଦେବାକୁ ପଡ଼ିବ। ଆମେ ଏକ ଛତା ଏଗୁଡ଼ିକ ଉପରେ ରଖିଥାଉ। ସଠିକ୍ କ୍ଲିକ୍ କରିବାକୁ ଚେଷ୍ଟା କରୁଥିବା ବେଳେ ଆମକୁ ସବୁକିଛି ଧରି ନିଜକୁ ସନ୍ତୁଳିତ କରିବାକୁ ପଡ଼ିବ।"

କିନ୍ତୁ ଏହା ହେଉଛି ତାଙ୍କ ରୋଜଗାରର ସନ୍ତୁଳନ ଯାହା ଅଧିକରୁ ଅଧିକ ଅନିଶ୍ଚିତ ହେଉଛି - ଯେତେବେଳେ ସ୍ମାର୍ଟଫୋନ୍-ସେଲଫି ଲହର ଏବଂ ତାଲାବନ୍ଦ ଫଟୋଗ୍ରାଫରମାନଙ୍କ 'ଏକ ମିନିଟରେ ପୂର୍ଣ୍ଣ ପରିବାର ଫଟୋ' ନିବେଦନକୁ ଗ୍ରହଣ କରିବା ପାଇଁ ଗ୍ରାହକମାନଙ୍କର ଅଭାବକୁ ସୁନିଶ୍ଚିତ କରିଛି ।

ନିଜ ବ୍ୟାଗ୍‍ ରେ ସୁନୀଲ ନିଜ ପିଲାମାନଙ୍କ ସ୍କୁଲ୍‍ରେ ଦିଆଯାଉଥିବା ପାଉଣାର ରସିଦ ବହି ବହନ କରନ୍ତି (ଏହି ତିନିଜଣ କୋଲାବାରେ ଥିବା ଏକ ଘରୋଇ ବିଦ୍ୟାଳୟରେ ଅଧ୍ୟୟନ କରନ୍ତି) । ସେ କୁହନ୍ତି, “ମୋତେ କିଛି ସମୟ ଦେବାକୁ [ପାଉଣା ଦେବାକୁ] ମୁଁ ସ୍କୁଲର କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରି ଆସୁଛି’’। ଗତ ବର୍ଷ ସୁନୀଲ ନିଜ ପାଇଁ ଏକ ଛୋଟ ଫୋନ୍ କିଣିଥିଲେ ଯାହା ଦ୍ୱାରା ତାଙ୍କ ପିଲାମାନେ ସ୍ମାର୍ଟଫୋନ୍ ବ୍ୟବହାର କରି ଅନଲାଇନରେ ଅଧ୍ୟୟନ କରିପାରିବେ। “ଆମର ଜୀବନ ସମାପ୍ତ ହୋଇଛି କିନ୍ତୁ ଅନ୍ତତଃ ସେମାନେ ମୋ ପରି ସୂର୍ଯ୍ୟଙ୍କ ଉତ୍ତାପରେ ନିଜକୁ ଜଳାଇବା ଉଚିତ୍ ହେବ ନାହିଁ। ସେ କୁହନ୍ତି, "ସେମାନେ ଏସି କାର୍ଯ୍ୟାଳୟରେ କାମ କରିବା ଉଚିତ୍"। "ମୁଁ ପ୍ରତ୍ୟେକ ଦିନ ଆଶା କରୁଛି କେତେକଙ୍କ ପାଇଁ ସ୍ମୃତି ତିଆରି କରିବାକୁ ଏବଂ ଏହାର ପ୍ରତିବଦଳରେ ମୋ ପିଲାମାନଙ୍କୁ ଏକ ଉନ୍ନତ ଜୀବନ ଦେବାକୁ"।

ଅନୁବାଦ: ଓଡ଼ିଶାଲାଇଭ୍‍

Aakanksha

Aakanksha (she uses only her first name) is a Reporter and Content Editor at the People’s Archive of Rural India.

Other stories by Aakanksha
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE