ମୀନା ମେହରଙ୍କ ପାଇଁ ସାରା ଦିନ ଖୁବ ବ୍ୟସ୍ତବହୁଳ ରହିଥାଏ। ଭୋର ୪ଟାରୁ, ଡଙ୍ଗା ମାଲିକଙ୍କ ପାଇଁ ମାଛ ନିଲାମ କରିବା ଲାଗି ସେ ନିଜ ଗାଁ ସତପତିର ପାଇକାରୀ ମାର୍କେଟରେ ପହଞ୍ଚିଥାନ୍ତି। ସକାଳ ପାଖାପାଖି ୯ଟା ବେଳେ ଫେରି ଆସି ସେ ମାଛଗୁଡ଼ିକୁ ଲୁଣ ଦେଇ ସଂରକ୍ଷିତ କରିଥାନ୍ତି। ଏହାପରେ ସେଗୁଡ଼ିକୁ ଥର୍ମୋକୋଲ ବାକ୍ସରେ ବନ୍ଦ କରି ନିଜ ଘର ପଛପଟେ ରଖିଦେଇଥାନ୍ତି, ଯାହାଫଳରେ ଗୋଟିଏ କିମ୍ବା ଦୁଇ ସପ୍ତାହ ମଧ୍ୟରେ ଶୁଖିଯାଇଥିବା ମାଛଗୁଡ଼ିକୁ ସେ ବିକ୍ରି କରିପାରିବେ। ସନ୍ଧ୍ୟା ସମୟରେ, ସେ ମାଛ ବିକ୍ରି କରିବା ଲାଗି ବସ୍‌ କିମ୍ବା ଅଟୋରିକ୍ସାରେ ପାଲଘର ଖୁଚୁରା ବଜାରରେ ପହଞ୍ଚିଥାନ୍ତି। ଏହି ବଜାର ତାଙ୍କ ଘରଠାରୁ ୧୨ କିମି ଦୂରରେ ଅବସ୍ଥିତ। ତାଙ୍କ ପାଖରେ ମାଛ ବଳିଗଲେ, ସେ ସେଗୁଡ଼ିକୁ ସତପତି ଖୁଚୁରା ବଜାରରେ ବିକ୍ରି କରିଦେଇଥାନ୍ତି।

କିନ୍ତୁ ସେ ଯେଉଁ ଡଙ୍ଗା ପାଇଁ ନିଲାମୀ କରିଥାନ୍ତି, ସେଗୁଡ଼ିକ ଧିରେ ଧିରେ କମିବାରେ ଲାଗିଛି। ଏଥିସହିତ ସେ ଶୁଖାଉଥିବା ମାଛ ସଂଖ୍ୟା ମଧ୍ୟ କମିଯାଉଛି। ୫୮ ବର୍ଷୀୟା ମୀନା ପ୍ରଶ୍ନ କରିଥାନ୍ତି, “ଆଦୌ ମାଛ ନାହିଁ। ମୁଁ ଏବେ ବିକ୍ରି କରିବି କ’ଣ?” ମୀନା (ଓବିସି ଭାବେ ତାଲିକାଭୁକ୍ତ) କୋଲି ସମ୍ପ୍ରଦାୟରୁ ପ୍ରତିନିଧିତ୍ୱ କରିଥାନ୍ତି। ସେ ନିଜ କାମର ପଦ୍ଧତିରେ ପରିବର୍ତ୍ତନ ଆଣିଛନ୍ତି। ମୌସୁମୀ ପରେ, ସେ ସତପତି ପାଇକାରୀ ବଜାରରୁ ଡଙ୍ଗା ମାଲିକ କିମ୍ବା ବ୍ୟବସାୟୀଙ୍କଠାରୁ ସତେଜ ମାଛ କିଣି ସେଗୁଡ଼ିକୁ ବିକ୍ରି କରିଥାନ୍ତି। ଏହି ମାଛ ବିକି ସେ ଯଥେଷ୍ଟ ରୋଜଗାର କରିବା ଲାଗି ଚେଷ୍ଟା କରିଥାନ୍ତି। (ତେବେ, ସେ ଆମକୁ ତାଙ୍କର ରୋଜଗାର ବିଷୟରେ କୌଣସି ସୂଚନା ଦେଇନଥିଲେ)

ପରିବାରର ରୋଜଗାର କମିଯାଇଥିବାରୁ ତାଙ୍କ ପତି ଉଲ୍ହାସ ମେହର (୬୩)  ମଧ୍ୟ ପୂର୍ବାପେକ୍ଷା ଅଧିକ କାମ କରୁଛନ୍ତି। ସେ ଏବେ ମଧ୍ୟ ବେଳେ ବେଳେ ଓଏନଜିସିର ସର୍ବେକ୍ଷଣ ନୌକାରେ ନମୁନା ସଂଗ୍ରାହକ ଏବଂ ମଜୁରିଆ ଭାବେ କାମ କରିଥାନ୍ତି, କିନ୍ତୁ ଏଥିସହିତ ସେ ମୁମ୍ବାଇରେ ମାଛ ଧରୁଥିବା ବଡ଼ ଡଙ୍ଗାରେ ନିଜ କାମକୁ ବଢ଼ାଇ ଦେଇଛନ୍ତି। ପୂର୍ବରୁ ବର୍ଷକୁ ୨ ମାସ ଏହି କାମ କରୁଥିବା ବେଳେ  ଏବେ ୪ରୁ ୬ ମାସ ପର୍ଯ୍ୟନ୍ତ କରୁଛନ୍ତି।

ମହାରାଷ୍ଟ୍ରର ପାଲଘର ଜିଲ୍ଲାସ୍ଥିତ ତାଙ୍କର ତଟବର୍ତ୍ତୀ ଗ୍ରାମ ସତପତିକୁ ‘ଗୋଲ୍ଡନ ବେଲ୍ଟ’ କୁହାଯାଏ। ଏଠାକାର ସମୁଦ୍ର ଉପକୂଳ ମତ୍ସ୍ୟ ଉତ୍ପାଦନ ଏବଂ ପ୍ରସିଦ୍ଧ ବୋମ୍ବିଲ (ବମ୍ବେ ଡକ) ମାଛ ପାଇଁ ପ୍ରସିଦ୍ଧ। କିନ୍ତୁ ବୋମ୍ବିଲ ମାଛ ଉତ୍ପାଦନ ଏବେ କମିବାରେ ଲାଗିଛି। ୧୯୭୯ ମସିହାରେ ସତପତି-ଦହାନୁ କ୍ଷେତ୍ରରେ ୪୦,୦୬୫ ଟନ୍ ମାଛର ରେକର୍ଡ ଉତ୍ପାଦନ ହୋଇଥିଲା। ଏହା ହ୍ରାସ ପାଇ ୨୦୧୮ରେ ମାତ୍ର ୧୬,୫୭୬ ଟନ୍ ମାଛ ଉତ୍ପାଦନ କରାଯାଇପାରିଛି।

With fewer boats (left) setting sail from Satpati jetty, the Bombay duck catch, dried on these structures (right) has also reduced
PHOTO • Ishita Patil
With fewer boats (left) setting sail from Satpati jetty, the Bombay duck catch, dried on these structures (right) has also reduced
PHOTO • Ishita Patil

ବାମ : ୧୯୪୪ ରେ ପ୍ରତିଷ୍ଠା କରାଯାଇଥିବା ସତପତି ମଛିମାର ବିବିଧ କାର୍ଯ୍ୟକର୍ତ୍ତା ସହକାରୀ ସଂସ୍ଥା ପ୍ରାଙ୍ଗଣରେ ନିର୍ମିତ ସତପତିର ପ୍ରଥମ ଯାନ୍ତ୍ରିକ ନୌକା। ଡାହାଣ : ମତ୍ସ୍ୟ ଉତ୍ପାଦନ ଲାଗି ପରିଚିତ ‘ଗୋ ଲେ୍‌ଡ ନ ବେଲ୍ଟ’ରେ ଏବେ ଖୁବ ଅଳ୍ପ ଡଙ୍ଗା ଦେଖିବାକୁ ମିଳୁଛି

ଏହାର ଅନେକଗୁଡ଼ିଏ କାରଣ ରହିଛି: ଶିଳ୍ପ ପ୍ରଦୂଷଣ ବୃଦ୍ଧି, ଜାହାଜ ଏବଂ ସିନ ଫିସିଂ (ଲମ୍ବା ଜାଲ ପ୍ରୟୋଗ କରି ଏକ ସଙ୍ଗେ ବହୁ ପରିମାଣର ମାଛ ଧରିବା, ଯେଉଁଥିରେ ଛୋଟ ମାଛ ମଧ୍ୟ ସାମିଲ ଅଛନ୍ତି, ଯାହା ଏମାନଙ୍କର ବୃଦ୍ଧିରେ ବାଧା ସୃଷ୍ଟି କରୁଛି) ଜରିଆରେ ମାଛଧରା ଗତିବିଧି ବହୁ ପରିମାଣରେ ବୃଦ୍ଧି ପାଇବା।

ମୀନା କୁହନ୍ତି, “ଏସବୁ ଜାହାଜ ଆମ ସମୁଦ୍ରକୁ ଆସିବା ଉପରେ କଟକଣା ରହିଛି, କିନ୍ତୁ ସେମାନଙ୍କୁ କେହି ଅଟକାଉ ନାହାନ୍ତି। ମାଛ ଧରିବା ଏକ ସାମୁଦାୟିକ ବ୍ୟବସାୟ ଥିଲା, କିନ୍ତୁ ଏବେ ଯେକେହି ଡଙ୍ଗା କିଣିପାରିବେ। ଏସବୁ ବଡ଼ ବଡ଼ ଜାହାଜ ଅଣ୍ଡା ଓ ଛୋଟ ମାଛଗୁଡ଼ିକୁ ମାରି ଦେଉଛନ୍ତି, ଯାହାଫଳରେ ଆମ ପାଇଁ କିଛି ବଞ୍ଚୁ ନାହିଁ।”

ଦୀର୍ଘ ସମୟ ଧରି, ମୀନା ଓ ମାଛ ନିଲାମ କରୁଥିବା ଅନ୍ୟ ମତ୍ସ୍ୟଜୀବୀମାନଙ୍କୁ ସ୍ଥାନୀୟ ଡଙ୍ଗା ମାଲିକମାନେ ମାଛ ବିକ୍ରି କରିବା ପାଇଁ ଡାକୁଥିଲେ, କିନ୍ତୁ ଏବେ ପୂର୍ବ ଭଳି ପରିସ୍ଥିତିର କୌଣସି ଗ୍ୟାରେଣ୍ଟି ନାହିଁ। ପୂର୍ବରୁ ବୋମ୍ବିଲ, ସିଲଭର ପୋମଫ୍ରେଟ ସହିତ- ମୁଶୀ, ୱାମ ଆଦି ଛୋଟ ଛୋଟ ମାଛରେ ଭର୍ତ୍ତି ହୋଇ ଡଙ୍ଗାଗୁଡ଼ିକ କୂଳକୁ ଆସୁଥିଲା। ମୀନା ଏବେ ମାତ୍ର ଦୁଇଟି ଡଙ୍ଗା ପାଇଁ ନିଲାମୀ କରୁଛନ୍ତି, ଗୋଟିଏ ଦଶନ୍ଧି ପୂର୍ବରୁ ସେ ପାଖାପାଖି ଆଠଟି ନୌକା ପାଇଁ ମାଛ ବିକ୍ରି କରୁଥିଲେ। ବହୁ ଡଙ୍ଗା ମାଲିକ ଏବେ ମାଛ ଧରିବା ବନ୍ଦ କରି ଦେଇଛନ୍ତି।

ନ୍ୟାସନାଲ ଫିସ୍‌ ୱାର୍କର୍ସ ଫୋରମର ଅଧ୍ୟକ୍ଷ ଏବଂ ସତପତି ଫିସରମେନ ସର୍ବୋଦୟ କୋଅପରେଟିଭ ସୋସାଇଟିର ପୂର୍ବତନ ଅଧ୍ୟକ୍ଷ ନରେନ୍ଦ୍ର ପାଟିଲ କୁହନ୍ତି, “ଅଶୀ ଦଶକରେ ପ୍ରାୟ ୩୦ରୁ ୩୫ ଟି ଡଙ୍ଗା (ବୋମ୍ବିଲ ପାଇଁ) ଆସୁଥିଲା, କିନ୍ତୁ (୨୦୧୯ ମଧ୍ୟଭାଗ ସୁଦ୍ଧା) ଏଗୁଡ଼ିକର ସଂଖ୍ୟା ହ୍ରାସ ପାଇଁ ମାତ୍ର ୧୨ ହୋଇଯାଇଛି।”

At the cooperative society ice factory (left) buying ice to pack and store the fish (right): Satpati’s fisherwomen say the only support they receive from the co-ops is ice and cold storage space at nominal rates

କୋଅପରେଟିଭ ସୋସାଇଟିର ଫ୍ୟାକ୍ଟ୍ରି (ବାମ)ରେ ମାଛଗୁଡ଼ିକୁ ପ୍ୟାକ ଏବଂ ଷ୍ଟୋର କରିବା ଲାଗି ବରଫ କିଣାଯାଉଛି। ଡାହାଣ : ସତପତିର ମତ୍ସ୍ୟଜୀବୀ ମହିଳାମାନେ କୁହନ୍ତି, ସେମାନଙ୍କୁ କୋଅପରେଟିଭରୁ ଏହି ଗୋଟିଏ ସହାୟତା ହିଁ ମିଳିଥାଏ

ଏହା ହିଁ ସତପତି ମତ୍ସ୍ୟଜୀବୀମାନଙ୍କର କାହାଣୀ, ସମସ୍ତଙ୍କ ଉପରେ ମାନ୍ଦାବସ୍ଥାର ପ୍ରଭାବ ପଡ଼ିଛି। ଗ୍ରାମ ପଞ୍ଚାୟତ ଏବଂ ସମବାୟ ସମିତିମାନଙ୍କ ପକ୍ଷରୁ କରାଯାଇଥିବା ଏକ ଆକଳନ ଅନୁଯାୟୀ, ଏଠାକାର ଜନସଂଖ୍ୟା ବୃଦ୍ଧି ପାଇ ୩୫,୦୦୦ ହୋଇଯାଇଛି (୨୦୧୧ ଜନଗଣନା ଆଧାରରେ ଏଠାକାର ଜନସଂଖ୍ୟା ୧୭,୦୩୨ ରହିଛି)। ଏମାନେ ସମସ୍ତେ ଏବେ କ୍ଷତି ସହୁଛନ୍ତି। ରାଜ୍ୟ ସରକାର ୧୯୫୦ ମସିହାରେ ଏକ ମତ୍ସ୍ୟଉତ୍ପାଦନ ପ୍ରାଥମିକ ବିଦ୍ୟାଳୟ (ନିୟମିତ ପାଠ୍ୟକ୍ରମ ସହିତ) ଏଠାରେ ଖୋଲିଥିଲେ। ପରେ ୨୦୦୨ରେ ଏହାକୁ ଜିଲ୍ଲା ପରିଷଦକୁ ହସ୍ତାନ୍ତର କରାଯାଇଥିଲା, ଯାହାକି ବର୍ତ୍ତମାନ ଦୁରବସ୍ଥା ମଧ୍ୟ ଦେଇ ଗତି କରୁଛି। ଅନୁରୂପ ଭାବେ ୧୯୫୪ ମସିହାରେ ପ୍ରତିଷ୍ଠା କରାଯାଇଥିବା ଏକ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ପ୍ରଶିକ୍ଷଣ କେନ୍ଦ୍ର ବର୍ତ୍ତମାନ ଅଚଳାବସ୍ଥାରେ ରହିଛି। ଡଙ୍ଗା ମାଲିକ ଏବଂ ମତ୍ସ୍ୟ ରପ୍ତାନିକାରୀମାନଙ୍କ ମଧ୍ୟରେ ମଧ୍ୟସ୍ଥତା କରୁଥିବା ଦୁଇଟି ମତ୍ସ୍ୟପାଳନ ସମବାୟ ସମିତି ଏବେ ଯାହା କାର୍ଯ୍ୟକ୍ଷମ ରହିଛି। ଏହା ବର୍ତ୍ତମାନ ମତ୍ସ୍ୟଜୀବୀ ଏବଂ ଡଙ୍ଗା ମାଲିକଙ୍କ ପାଇଁ ଋଣ ଉତ୍ସ ଯୋଗାଇଦେବା, ଡିଜେଲ ଉପରେ ସବସିଡି ଏବଂ ଅନ୍ୟାନ୍ୟ ସେବା ଯୋଗାଇ ଦେଉଛି।

କିନ୍ତୁ ସତପତିର ମତ୍ସ୍ୟଜୀବୀ ମହିଳାମାନେ କୁହନ୍ତି, ସେମାନେ ସରକାର କିମ୍ବା ସମବାୟ ସମିତି ନିକଟରୁ କୌଣସି ପ୍ରକାର ସହାୟତା ପାଉନାହାନ୍ତି। କେବଳ ଯାହା ସେମାନଙ୍କୁ କମ୍‌ ଦୂରରେ ବରଫ ଏବଂ ଶୀତଳ ଭଣ୍ଡାର ପାଇଁ ସ୍ଥାନ ମିଳୁଛି।

“ଆମ ବ୍ୟବସାୟ ପାଇଁ ସରକାର ଅତି କମରେ ପ୍ରତି ମତ୍ସ୍ୟଜୀବୀ ମହିଳାମାନଙ୍କୁ ୧୦,୦୦୦ ଟଙ୍କା ଯୋଗାଇ ଦେବା ଉଚିତ୍। ଆମ ପାଖରେ ଟଙ୍କା ନାହିଁ, ତେଣୁ ଆମେ ମାଛ ବିକ୍ରି କରିବା ଲାଗି କିଣି ପାରୁନାହୁଁ”, ୫୦ବର୍ଷୀୟା ଅନାମିକା ପାଟିଲ କୁହନ୍ତି। ଅତୀତରେ, ପରିବାର ସଦସ୍ୟ ଧରୁଥିବା ମାଛ ଏଠାକାର ମହିଳାମାନେ ବିକ୍ରି କରୁଥିଲେ, କିନ୍ତୁ ଏବେ ବ୍ୟବସାୟୀଙ୍କ ଠାରୁ କିଣିବା ଲାଗି ଅନେକ ପ୍ରସ୍ତୁତ ଅଛନ୍ତି। ହେଲେ ଏଥିପାଇଁ ଋଣ ଏବଂ ପୁଞ୍ଜି ଆବଶ୍ୟକ ଯାହା ସେମାନଙ୍କ ପାଖରେ ନାହିଁ।

କିଛି ଲୋକ ଘରୋଇ ସାହୁକାରମାନଙ୍କ ଠାରୁ ୨୦,୦୦୦-୩୦,୦୦୦ ଟଙ୍କାର ଋଣ ନେଇଛନ୍ତି। ଜଣେ ଡଙ୍ଗା ମାଲିକଙ୍କ ଠାରୁ ୫୦,୦୦୦ ଟଙ୍କା ଋଣ ନେଇଥିବା ଅନାମିକା କୁହନ୍ତି, ସଂସ୍ଥାଗତ ଋଣର ବିକଳ୍ପ ଆମ ପାଖରେ ନାହିଁ କାରଣ “ଆମେ ଅଳଙ୍କାର, ଘର କିମ୍ବା ଜମି ବନ୍ଧା ପକାଇ ସାରିଛୁ”

Left: Negotiating wages with a worker to help her pack the fish stock. Right: Vendors buying wam (eels) and mushi (shark) from boat owners and traders
PHOTO • Ishita Patil
Left: Negotiating wages with a worker to help her pack the fish stock. Right: Vendors buying wam (eels) and mushi (shark) from boat owners and traders
PHOTO • Ishita Patil

ବାମ : ମାଛ ଷ୍ଟକ ପ୍ୟାକ କରିବା ଲାଗି ଜଣେ ଶ୍ରମିକଙ୍କ ସହ ମଜୁରିକୁ ନେଇ ମୂଲଚାଲ। ଡାହାଣ : ବମ୍ବେ ଡକକୁ ଏହିସବୁ ଢାଞ୍ଚା ଉପରେ ଶୁଖାଯାଇଥାଏ, ତେବେ ଏହାର ଷ୍ଟକ୍ ଧିରେ ଧିରେ କମିବାରେ ଲାଗିଛି

ଅନ୍ୟ ମତ୍ସ୍ୟଜୀବୀ ମହିଳାମାନେ ଏହି ବ୍ୟବସାୟରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ଯାଇଛନ୍ତି କିମ୍ବା ଆଂଶିକ ଭାବେ ଦିନରେ କିଛି ସମୟ ଏହି କାମରେ ବିନିଯୋଗ କରୁଛନ୍ତି। ସତପତି ମତ୍ସ୍ୟଜୀବୀ ସର୍ବୋଦୟ ସହକାରୀ ସମିତିର ଅଧ୍ୟକ୍ଷ କେତନ ପାଟିଲ କୁହନ୍ତି, “ମାଛ ଭଣ୍ଡାର କମ୍‌ ହୋଇଯିବା କାରଣରୁ ବମ୍ବେ ଡକ୍ ଶୁଖାଇବା କାମରେ ନିୟୋଜିତ ମହିଳାମାନଙ୍କୁ ଅନ୍ୟ କ୍ଷେତ୍ରରେ କାମ ଖୋଜିବାକୁ ପଡ଼ୁଛି। ସେମାନେ ଏବେ ଚାକିରି ପାଇଁ ପାଲଘର ଯାଉଛନ୍ତି କିମ୍ବା ପୁଣି ଏମଆଇଡିସି (ମହାରାଷ୍ଟ୍ର ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ କର୍ପୋରେସନ)ରେ କୌଣସି କାମ ଖୋଜୁଛନ୍ତି।”

ସ୍ମିତା ତାରେ ଗତ ୧୫ ବର୍ଷ ଧରି ପାଲଘରର ଏକ ଫାର୍ମାସ୍ୟୁଟିକଲ୍ସ କମ୍ପାନୀରେ ପ୍ୟାକିଂ କାମ କରି ଆସୁଛନ୍ତି। ସେ କୁହନ୍ତି, “ସତପତି ବୋମ୍ବିଲ ମାଛରେ ଭରି ରହୁଥିଲା। ଆମେ ଘର ବାହାରେ ଶୋଉଥିଲୁ କାରଣ, ଆମର ଘର ସମ୍ପୂର୍ଣ୍ଣ ଭାବେ ମାଛରେ ଭର୍ତ୍ତି ହୋଇ ରହୁଥିଲା। ମାଛ ଧରିବା ହ୍ରାସ ପାଇବା କାରଣରୁ ଏବେ (ଯଥେଷ୍ଟ ଟଙ୍କା) ରୋଜଗାର କରିବା ଅତି କଷ୍ଟକର ହୋଇଯାଇଛି। ଏଥିପାଇଁ ଏବେ ଆମକୁ ଅଲଗା ଚାକିରି କରିବାକୁ ପଡ଼ୁଛି।” ସପ୍ତାହକୁ ୬ ଦିନ ଏବଂ ସାରା ଦିନ ଦଶ ଘଣ୍ଟା କାମ କରିବା ପରେ ଗୋଟିଏ ମାସରେ ସେ ୮,୦୦୦ ଟଙ୍କା ରୋଜଗାର କରିଥାନ୍ତି। ତାଙ୍କ ସ୍ୱାମୀ ମଧ୍ୟ ଏ ବ୍ୟବସାୟ ଛାଡ଼ି ସାରିଛନ୍ତି। ପାଲଘର ଓ ଅନ୍ୟ ସ୍ଥାନରେ ବିବାହ ଓ ଅନ୍ୟ ସମାରୋହରେ ସେ ଏବେ ବାଜା ବଜାଉଛନ୍ତି।

ପାଲଘର ସହର ଏଠାରୁ ୧୫ କିଲୋମିଟର ଦୂର। ଏବେ ସକାଳୁ ସକାଳୁ ସ୍ଥାନୀୟ ବସ ଷ୍ଟପରେ କାମକୁ ଯିବା ଲାଗି ମହିଳାମାନେ ଧାଡ଼ି ବାନ୍ଧି ଛିଡ଼ା ହୋଇ ରହୁଥିବା ଦେଖିବାକୁ ମିଳିଥାଏ।

ମୀନାଙ୍କ ବୋହୂ ଶୁଭାଙ୍ଗୀ (୩୨ ବର୍ଷ) ମଧ୍ୟ ଗତ ବର୍ଷ ଫେବୃଆରୀ ମାସରୁ ପାଲଘର ଆପ୍ଲାଏନ୍ସେସ ୟୁନିଟରେ କାମ ଆରମ୍ଭ କରିଛନ୍ତି, ସେଠାରେ ସେ କୁଲର, ମିକ୍ସର ଏବଂ ଅନ୍ୟ ଉପକରଣର ପ୍ୟାକେଜିଂ କରିଥାନ୍ତି। ଦଶ ଘଣ୍ଟିଆ ସିଫ୍ଟରେ ତାଙ୍କୁ ୨୪୦ ଟଙ୍କା ଏବଂ ୧୨ ଘଣ୍ଟା କାମ କଲେ ତାଙ୍କୁ ୩୨୦ ଟଙ୍କା ମିଳିଥାଏ। ମାସକୁ ଗୋଟିଏ ଦିନ ଶୁକ୍ରବାର ତାଙ୍କୁ ଛୁଟି ମିଳିଥାଏ। (ଶୁଭାଙ୍ଗୀଙ୍କ ୩୪ ବର୍ଷୀୟ ସ୍ୱାମୀ ପ୍ରଜ୍ୟୋତ, ମୀନାଙ୍କୁ ମାଛ ଶୁଖାଇବାରେ ସହାୟତା କରିଥାନ୍ତି। ସେ ମତ୍ସ୍ୟ ସମବାୟ ସମିତିରେ କାମ କରିଥାନ୍ତି। ସ୍ଥାୟୀ ଚାକିରି ଥିବା ସତ୍ତ୍ୱେ ତାଙ୍କ ମନରେ ଚାକିରି ଚାଲିଯିବାର ଭୟ ରହିଛି, କାରଣ ସମବାୟ ସମିତିଗୁଡ଼ିକ ମଧ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛନ୍ତି)

Left: The Satpati fish market was shifted from a crowded location to this open space near the jetty during the pandemic to maintain distancing. Right: In many families here, the women have taken up making jewellery on a piece-rate basis to supplement falling incomes
PHOTO • Chand Meher

ବାମ : ସତପତିର ଅଧିକାଂଶ ମହିଳା ମାଛ ବ୍ୟବସାୟରୁ ଦୂରେଇ ଯାଇଛନ୍ତି; ସେମାନଙ୍କ ମଧ୍ୟରୁ କିଛି ପାଲଘରରେ ଅନ୍ୟ କ୍ଷେତ୍ରରେ କାମ କରୁଛନ୍ତି, ଆଉ କିଛି ଅଳଙ୍କାର ତିଆରି କାମରେ ନିୟୋଜିତ ହୋଇଛନ୍ତି। ବାମ : ଦିନ ସାରା ନିଖୁଣ ଭାବେ ଅଳଙ୍କାର କାମ କରିବା ପରେ ମୀନାଙ୍କ ଆଖି ଯନ୍ତ୍ରଣା ହେବା ଲାଗିଛି

ମୀନା ଚଷମା ଲଗାଇ ଏବେ ଦୈନିକ ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ଧଳା କାଚ ଗୁଲି, ସୁନେଲି ଧାତୁ ତାର, ଗୋଟିଏ ବଡ଼ ଧାତୁ ଷ୍ଟ୍ରିଙ୍ଗ ଏବଂ ଏକ ନେଲ କଟର ସହାୟତାରେ କାମ କରୁଛନ୍ତି। ସେ ତାରରେ ଧଳା କାଚ ଗୁଲି ଗୁନ୍ଥି ସେଥିରେ ହୁକ୍ ଲଗାଇଥାନ୍ତି। ଗାଁର ଜଣେ ମହିଳା ତାଙ୍କୁ ଏ କାମ ଦେଇଥିଲେ । ଏଥିରେ ୨୫୦ ଗ୍ରାମ ମାଳା ତିଆରି କରି ତାଙ୍କୁ ୨୦୦ରୁ ୨୫୦ ଟଙ୍କା ମିଳିଥାଏ। ଏଗୁଡ଼ିକୁ ପ୍ରସ୍ତୁତ କରିବା ଲାଗି ତାଙ୍କ ଏକ ସପ୍ତାହ ପର୍ଯ୍ୟନ୍ତ ସମୟ ଲାଗିଯାଇଥାଏ। ଏହି ଟଙ୍କା ମଧ୍ୟରୁ ସେ ପୁଣିଥରେ ୧୦୦ ଟଙ୍କାରେ କଞ୍ଚାମାଲ କିଣିଥାନ୍ତି।

୪୩ ବର୍ଷୀୟା ଭାରତୀ ମେହର ୨୦୧୯ରେ ଏକ କସମେଟିକ କମ୍ପାନୀରେ କାମ କରିବା ଆରମ୍ଭ କରିଥିଲେ। ତାଙ୍କ ପରିବାର ଏକ ଡଙ୍ଗାର ମାଲିକ। ମାଛ ବ୍ୟବସାୟ ହ୍ରାସ ପାଇବା କାରଣରୁ ସେ କସମେଟିକ କମ୍ପାନୀରେ କାମ କରିବା ଆରମ୍ଭ କରିଛନ୍ତି। ଏଥିପୂର୍ବରୁ ମୀନାଙ୍କ ଭଳି ଭାରତୀ ଓ ତାଙ୍କ ଶାଶୂ ମଧ୍ୟ ମାଛ ନିଲାମୀ ଓ ବିକ୍ରି ବ୍ୟତୀତ ଆର୍ଟିଫିସିଆଲ ଅଳଙ୍କାର ତିଆରି କାମ କରୁଥିଲେ।

ତେବେ, ସତପତିର ବହୁ ଲୋକ ଅନ୍ୟ କାମରେ ନିୟୋଜିତ ହୋଇସାରିଛନ୍ତି, କିନ୍ତୁ ସେମାନଙ୍କ କଥାରେ ଏବେ ବିଗତ ଦିନର ସ୍ମୃତି ରହିଛି। ଚନ୍ଦ୍ରକାନ୍ତ ନାୟକ କୁହନ୍ତି, “କିଛି ବର୍ଷ ପରେ, ଆମେ ଆମ ପିଲାମାନଙ୍କୁ ଚିତ୍ର ଜରିଆରେ ପୋମ୍ଫ୍ରେଟ୍ କିମ୍ବା ବୋମ୍ବିଲ ମାଛ ବିଷୟରେ କହିବୁ। କାରଣ ସେତେବେଳକୁ ଏ ମାଛ ନଥିବ।” ଚନ୍ଦ୍ରକାନ୍ତ ବମ୍ବେ ଇଲେକ୍ଟ୍ରିକ ସପ୍ଲାଇ ଆଣ୍ଡ ଟ୍ରାନ୍ସପୋର୍ଟର ଅବସରପ୍ରାପ୍ତ ଡ୍ରାଇଭର, ସେ ଏବେ ନିଜ ପୁତୁରାଙ୍କ ଛୋଟିଆ ଡଙ୍ଗାରେ ମାଛ ଧରିବାକୁ ଯାଇଥାନ୍ତି।

ତଥାପି, ଅଧିକାଂଶ ଲୋକ ଏହା ବୁଝିପାରିଛନ୍ତି ଯେ ପୁରୁଣା ସ୍ମୃତି ସାହାରାରେ ଏହି ବ୍ୟବସାୟରେ ତିଷ୍ଠି ରହିବା ସମ୍ଭବପର ନୁହେଁ। ୫୧ ବର୍ଷୀୟ ଜିତେନ୍ଦ୍ର ତମୋରେ କୁହନ୍ତି, “ମୁଁ ମୋ ପିଲାମାନଙ୍କୁ ଡଙ୍ଗାରେ ଚଢ଼ିବା ପାଇଁ ଦେଇନଥାଏ। (ମାଛ ଧରିବାର) ଛୋଟ-ମୋଟ କାମ ଠିକ୍ ଅଛି, କିନ୍ତୁ ମୁଁ ମୋ ଡଙ୍ଗାରେ ସେମାନଙ୍କୁ ନେଇନଥାଏ।” ଜିତେନ୍ଦ୍ରଙ୍କୁ ନିଜ ପିତାଙ୍କ ଠାରୁ ପୈତୃକ ସମ୍ପତ୍ତି ରୂପରେ ଏକ ବଡ଼ ଡଙ୍ଗା ମିଳିଥିଲା। ତାଙ୍କ ପରିବାର ନିକଟରେ ସତପତିରେ ଏକ ମାଛ ଧରା ଜାଲ ଦୋକାନ ରହିଛି, ଏଥିରେ ତାଙ୍କ ଘର ଖର୍ଚ୍ଚ ଚଳିଥାଏ। ତାଙ୍କ ପତ୍ନୀ ଜୁହୀ ତମୋରେ (୪୯ ବର୍ଷ) କୁହନ୍ତି, “ଜାଲ ବ୍ୟବସାୟ କରି ହିଁ ଆମେ ଆମ ପୁଅ (୨୦ ଏବଂ ୧୭ ବର୍ଷ)ମାନଙ୍କୁ ପଢ଼ାଇପାରୁଛୁ। କିନ୍ତୁ ଆମ ଜୀବନ ଯେମିତି ବିତୁଛି, ଆମେ କୌଣସି ପ୍ରକାର ଚାହୁଁନୁ ଯେ ସେମାନେ ମଧ୍ୟ ଏ ବ୍ୟବସାୟକୁ ଆସନ୍ତୁ।

ଏ ଷ୍ଟୋରୀରେ ସାମିଲ କେତେକ ସାକ୍ଷାତକାର ୨୦୧୯ ମସିହାରେ ନିଆଯାଇଥିଲା।

ପ୍ରଚ୍ଛଦ ଫଟୋ : ହୋଲି ପର୍ବ ସମୟରେ ( ମାର୍ଚ୍ଚ, ୨୦୨୦ ) ସତପତିର ମହିଳାମାନେ, ସମୃଦ୍ଧି ଓ ସୁରକ୍ଷା ପାଇଁ ସମୁଦ୍ର ଦେବତା ଙ୍କୁ ପୂଜା କରୁଛନ୍ତି, ଯାହାଫଳରେ ସେମାନଙ୍କ ସ୍ୱାମୀ ଯେତେବେଳେ ମାଛ ଧରିବା ଲାଗି ସମୁଦ୍ରକୁ ଯିବେ, ସୁରକ୍ଷିତ ଭାବେ ଫେରି ଆସିପାରିବେ। ଡଙ୍ଗା ସଜ୍ଜିତ କରାଯାଇଛି, ପର୍ବରେ ସେଗୁଡ଼ିକୁ ପୂଜା କରାଯାଇଥାଏ।

ଅନୁବାଦ : ଓଡ଼ିଶାଲାଇଭ୍‍

Ishita Patil

Ishita Patil is a Research Associate at the National Institute of Advanced Studies, Bengaluru.

Other stories by Ishita Patil
Nitya Rao

Nitya Rao is Professor, Gender and Development, University of East Anglia, Norwich, UK. She has worked extensively as a researcher, teacher and advocate in the field of women’s rights, employment and education for over three decades.

Other stories by Nitya Rao
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE