ସେ ଜଣେ ଦକ୍ଷ କୃଷକ। କିନ୍ତୁ ତାଙ୍କର ଜମି ନାହିଁ। ଏକଦା ତାଙ୍କର ଛୋଟିଆ ଜମି ଖଣ୍ଡେ ଥିଲା। ଅନେ ବର୍ଷ ପୂର୍ବରୁ ତାକୁ ହରାଇ ସାରିଛନ୍ତି। ୫୦ ଦଶକର ଶିବୁ ଲୈୟା ଏବେ ବି ତାଙ୍କ ଦକ୍ଷତା ହରାଇ ନାହାନ୍ତି।

ଝାଡଖଣ୍ଡ ଗୋଦା ଜିଲ୍ଲା ନୁନ୍ମତି ଗାଁରେ ଶିବୁ ଲୈୟାଙ୍କ ଘର। ଏହି ଗାଁରେ ରହୁଥିବା କହର ସଂପ୍ରଦାୟର ଅନ୍ୟମାନଙ୍କ ଭଳି ସେ ବି ଜଣେ ଶ୍ରମିକ। ଆଉ ଅତି ଗରିବ। ସେମାନଙ୍କ ଭଳି ସେ ବି ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବା ଶିଖି ଯାଇଛନ୍ତି। ପ୍ରାୟ ଦୁଇ ଦଶନ୍ଧି ତଳେ ମୁଁ ତାଙ୍କ ଘରକୁ ଯାଇଥିଲି। ସେତେବେଳେ ସେ କହିଥିଲେ, “ମୋର ଜମି ନାହିଁ ଅର୍ଥ ନୁହେଁ ଯେ, ମୋର ଖାଇବାକୁ ନାହିଁ। ସବୁ ଆବଶ୍ୟକତା ପୂରଣ କରିବାକୁ ଆମର ଟଙ୍କା ନାହିଁ, କିନ୍ତୁ ଆମେ କେଉଁଠି କିଛି ବି ଉତ୍ପାଦନ କରିପାରିବୁ।”

ସେଇ ‘କେଉଁଠି’ ଅର୍ଥ ହେଉଛି ତାଙ୍କ ଛୋଟିଆ ଘରର ଛପର। ଯେଉଁଠି ସେ କିଛି ଫସଲ ଉତ୍ପାଦନ କରିଥିଲେ। ଛପରକୁ ଥଣ୍ଡା ରଖିଥିଲେ, ସବୁଜ ଆଉ ସୁନ୍ଦର କରିଥିଲେ। ଏହା ସହରାଞ୍ଚଳର ରୁଫ୍ଟପ୍ ଗାର୍ଡେନିଂ ନୁହେଁ। ଲୟା ଏବଂ ତାଙ୍କ ସଂପ୍ରଦାସର କେହି ଲୋକ ପ୍ରଶସ୍ତ ଛାତ ଥିବା ପକ୍କା ଘରେ ରହୁ ନଥିଲେ। ତଥାପି ସେ ସୁନ୍ଦର ବଗିଚାଟିଏ କରିପାରିଛନ୍ତି। ତାଙ୍କ ପାଖରେ ଉପଲବ୍ଧ ଏହି ଜାଗାଟି ଅତି ବେଶୀରେ ୬ ଫୁଟରେ ୧୦ ଫୁଟ ହେବ। ତଥାପି ଚାଳ ଉପରର ସେହି ଛୋଟିଆ ଜାଗା ଖଣ୍ଡକରେ ଲୟାଙ୍କ ବଗିଚା ଖୁବ ସୃଜନାତ୍ମକ ଥିଲା। ତା ଉପରେ ଛୋଟ ଛୋଟ ଗଛ ଆଉ ଲତା ମଡାଇଥିଲେ। କିନ୍ତୁ ମୁଁ କହିପାରିବି, ଚାଳ ଉପରେ ଆଦୌ ମାଟି ବ୍ୟବହାର ହୋଇନଥିଲା।

ଏମିତି ବଗିଚା କେବଳ ଲୟା କରି ନଥିଲେ। ନୁନ୍ମତି ଗାଁରେ ଅନ୍ୟ କହର ସଂପ୍ରଦାୟର ଲୋ​କେ ବି ଏଭଳି ବଗିଚା କରିଥିବାର ଆମେ ଦେଖିଲୁ। ଗରିବ ଭୂମିହୀନ ଲୋକେ ଏମିତି କରନ୍ତି। ଅନ୍ୟ ଜିଲ୍ଲାରେ ମଧ୍ୟ ଗିରବ ଲୋକମାନେ ଏମିତି କୌଶଳରେ ଫସଲ ଉତ୍ପାଦନ କରନ୍ତି। ୨୦୦୦ ମସିହାରେ ଝାଡ଼ଖଣ୍ଡ ରାଜ୍ୟ ଗଠନ ହେବା ପୂର୍ବରୁ ଆମେ ଏହି ଗାଁକୁ ଯାଇଥିଲୁ। ବନ୍ଧୁମାନେ କହନ୍ତି, ଏବେ ବି ସେଠି ଏମିତି ରୁଫ୍ ଟଫ୍ ଗାର୍ଡେନିଂ ଦେଖିବାକୁ ମିଳେ।

ସାନ୍ତାଳ ପରଗଣାର ଏହି କହର ସଂପ୍ରଦାୟ ଜାତିଆଣ ଭେଦଭାବର ସମ୍ମୁଖୀନ ହୋଇଛି। ଅନୁସୂଚିତ ଜାତି ବର୍ଗରେ ସାମିଲ ହେବାକୁ ଏହି ପଛୁଆ ବର୍ଗର ଲୋକେ ବହୁ ବର୍ଷ ଧରି ଦାବି କରିଥିଲେ। କିନ୍ତୁ ୧୯୯୦ ସୁଦ୍ଧା ଏମାନଙ୍କ ସଂଖ୍ୟା ଥିଲା ୧୫,୦୦୦(ଜିଲ୍ଲାପାଳଙ୍କ ଆକଳନ ଅନୁଯାୟୀ)। ଏମାନଙ୍କ ଭିତରୁ ଅଧିକାଂଶ ଗୋଦ୍ଦା କିମ୍ବା ଭାଗଲପୁର ଜିଲ୍ଲାର ବାଙ୍କାରେ (ଏବେ ବିହାରରେ) ବସବାସ କରନ୍ତି। ଏମାନଙ୍କ ସଂଖ୍ୟା ଖୁବ କମ୍ ହୋଇଥିବାରୁ ଏମାନେ ଭୋଟ ବ୍ୟାଙ୍କ ଭାବେ ବିବେଚିତ ହୋଇ ନଥିଲେ। ଏମାନଙ୍କ ସ୍ୱର ବି ଶାଣିତ ନଥିଲା। ଲୟାଙ୍କ ବିଶ୍ୱାସ, ଅନ୍ୟ ଅଞ୍ଚଳରେ ଥିବା ତାଙ୍କ ଜାତିର ଲୋକେ ଭଲରେ ଅଛନ୍ତି, “ କିନ୍ତୁ ସେଇଟା ଆମ ପାଇଁ କେମିତି ସହାୟକ ହେବ? ”

ମୋ ଯିବାକୁ ପାଖାପାଖି ଗୋଟିଏ ଶତାବ୍ଦୀର ଏକ ଚତୁର୍ଥାଂଶ ସମୟ ବିତି ଗଲାଣି, ସେହି ଦଳ ଏପର୍ଯ୍ୟନ୍ତ ନିଜକୁ ଅନୁସୂଚିତ ଜାତି ଘୋଷିତ କରିବାରେ ସକ୍ଷମ ହୋଇନାହାନ୍ତି। ଆଜି ବି ସେମାନେ କିଛି ସୁବିଧା ସୁଯୋଗ ପାଇନାହାନ୍ତି। ସେଥିପାଇଁ ସେମାନେ କେବଳ ନାଁକୁ ମାତ୍ର ଏସ୍ସି ଏବଂ ଏସ୍ଟି ବର୍ଗର। ଆଜି ବି ବିଭିନ୍ନ ଉପାୟରେ ସେମାନେ ସଂଘର୍ଷ କରୁଛନ୍ତି: ତାଙ୍କ ଭିତରୁ ଲୟା ଜଣେ।

ଅନୁବାଦ: ଓଡ଼ିଶାଲାଇଭ୍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

P. Sainath is Founder Editor of the People's Archive of Rural India. He has been a rural reporter for decades and is the author of 'Everybody Loves a Good Drought'.

Other stories by P. Sainath