ମୁଖ୍ୟ ମଞ୍ଚର ଆଗରେ ଥିବା ଜନସମାଗମ ନିରବ ହୋଇଗଲେ। ଯେଉଁ କ୍ଷୀଣ ସ୍ୱର ରହିଯାଇଥିଲା ତାହାହେଉଛି ପ୍ରତ୍ୟେକ ରାଜ୍ୟର ଶହ ଶହ କିଲୋମିଟର ଦୂରରେ ଥିବା ଜନସାଧାରଣଙ୍କର ସମୂହ ହୃତ୍‍ସ୍ପନ୍ଦନ। ଉଚ୍ଚ ମନୋବଳ ଓ ସମ୍ମାନର ସହିତ ନେତାମାନେ ମଥାନତ କରି  ଛିଡାହେଲେ। ଯେତେବେଳେ ଆଠଜଣ ଯୁବକ ମୁଣ୍ଡରେ ମାଟିପାତ୍ରଗୁଡିକ ରଖି ସଂଘୁ ସୀମାରେ ଥିବା ସଂୟୁକ୍ତ କିଷାନ ମୋର୍ଚ୍ଚାର ମଞ୍ଚ ଉପରକୁ ଚଢିଲେ ଆବେଗପୂର୍ଣ୍ଣ ବାତାବରଣରେ ସମସ୍ତେ ଉଚ୍ଚ ଭାବନାରେ ଦେଖୁଥିଲେ।

୨୦୨୧, ମାର୍ଚ୍ଚ ୨୩ ତାରିଖରେ ଭଗତ ସିଂହ, ରାଜଗୁରୁ ଓ ସୁଖଦେବଙ୍କ ୯୦ତମ ଶହୀଦ ଦିବସକୁ ମନେପକାଇବା ପାଇଁ ,ସ୍ମୁତି ଓ ପବିତ୍ର ମାଟିରେ ପୂର୍ଣ୍ଣ ପ୍ରତ୍ୟେକ ପାତ୍ରଗୁଡିକ ବହୁତଦୂର ଯାତ୍ରାକରି ଦିଲ୍ଲୀ ସୀମାରେ ବିକ୍ଷୋଭ କରୁଥିବା କୃଷକମାନଙ୍କ ପାଖରେ ପହଁଚିଥିଲା।

ପଞ୍ଜାବର ଏହି  ଯୁବକମାନେ ଆଠୋଟି ଐତିହାସିକ ସ୍ଥାନରୁ ଏହି ମାଟି ଆଣିଛନ୍ତି। ସ୍ଥାନଗୁଡିକ ଯାହା ଆମ ପାଇଁ ସ୍ୱତନ୍ତ୍ର, ଯାହା ଆମ ହୃଦୟ ରେ ଅଛି- ଏବଂ ଆମେ ସେମାନଙ୍କୁ ସ୍ୱାଗତ କରୁଅଛୁ," ଘୋଷଣା କଲେ ମଞ୍ଚ ଉପରେ ଥିବା କୃଷି ନେତା ଜତିନ୍ଦ୍ର ସିଂହ ଛିନା।

ସେହି ମାଟି ଯାହା ସବୁବେଳେ କୃଷକମାନଙ୍କ ଜୀବନରେ ଭୌତିକ ଓ ସାଂସ୍କୃତିକ ଗୁରୁତ୍ୱ ବହନ କରୁଥିଲା, ତାହା ଶହୀଦ ଦିବସରେ ନୂତନ ରାଜନୈତିକ ଐତିହାସିକ ରୂପ ନେଲା। କୃଷକମାନଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ବିଭିନ୍ନ ଶହୀଦମାନଙ୍କ ଗାଁରୁ ମାଟି ଆଣିବାର ଉଦ୍ଦେଶ୍ୟ ଥିଲା ବିକ୍ଷୋଭ କରୁଥିବା କୃଷକମାନଙ୍କୁ ନୂତନ ଶକ୍ତି ଓ ପ୍ରେରଣା ଯୋଗାଇବା। ଏବଂ ଏହି ଭାବନା ଜିଲ୍ଲାସ୍ତରୀୟ କୃଷି ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ସାଧାରଣ ଲୋକ ଓ କର୍ମକର୍ତ୍ତାଙ୍କ ମନରେ ଆସିଥିଲା।

Young farmers carrying the pots on their heads as they walk to towards the stage at Singhu. Left: Supporters stand by
PHOTO • Harpreet Sukhewalia
Young farmers carrying the pots on their heads as they walk to towards the stage at Singhu. Left: Supporters stand by
PHOTO • Harpreet Sukhewalia

ଯୁବ କୃଷକମାନେ ମାଟି ପାତ୍ରଗୁଡିକ ମୁଣ୍ଡଉପରେ ରଖି ସେମାନେ ସିଂଘୁରେ ଥିବା ମଞ୍ଚ ଆଡକୁ ଚାଲିବାକୁ ଆରମ୍ଭ କଲେ। ବାମ: ସମର୍ଥକ ଛିଡା ହୋଇଥିଲେ

"ବର୍ତ୍ତମାନ, ମୁଁ ଭାବବିହ୍ୱଳ। ଆମ୍ଭମାନେ ସମସ୍ତେ। ମୁଁ ଜାଣେ ନାହିଁ କେଉଁ ରକ୍ତ ଓ ହାଡରେ ଏହି ଶହୀଦମାନେ ଗଢା,"ପଞ୍ଜାବର ସାଙ୍ଗୁରର ୩୫ ବର୍ଷୀୟ କୃଷକ ଭୁପେନ୍ଦର ସିଂହ ଲୋଙ୍ଗୋୱାଲ କହିଲେ। "ଆମ୍ଭେମାନେ ଏହି ମାଟି ସଂଗ୍ରହ କଲୁ କାରଣ ଏହା ଆମକୁ ଅତ୍ୟାଚାରୀମାନଙ୍କ ବିରୁଦ୍ଧରେ ଲଢିବା ପାଇଁ ସାହସ ଓ ଦୃଢତା ପ୍ରଦାନ କରିଛି।"

ମାର୍ଚ୍ଚ ୨୩ ଶହୀଦ ଦିବସ, ମଧ୍ୟ ଦିଲ୍ଲୀ ଗେଟରେ କରାଯାଉଥିବା ସବୁଠାରୁ ବଡ ଅହିଂସା ଏବଂ ଐତିହାସିକ କୃଷି ବିକ୍ଷୋଭର ୧୧୭ ତମ ଦିନକୁ ସୂଚାଉଥିଲା।

କୃଷକମାନେ ନୂତନ ଆଇନ ସଂଶୋଧନ ଭାବେ ଆସିଥିବା କୃଷକଙ୍କ ଉତ୍ପାଦିତ ସାମଗ୍ରୀର ବ୍ୟବସାୟ ଓ ବାଣିଜ୍ୟ ଓ (ପ୍ରସାର ଓ ସୁବିଧା ପ୍ରଦାନ) ଆଇନ,୨୦୨୦; ଦରଦାମ ପ୍ରତିଶ୍ରୁତି ଓ କୃଷିକ୍ଷେତ୍ର ସେବା ସଂପର୍କିତ କୃଷକଙ୍କ (ସଶକ୍ତୀକରଣ ଏବଂ ସୁରକ୍ଷା) ବୁଝାମଣା ଆଇନ,୨୦୨୦ ; ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ ୨୦୨୦ ବିରୋଧ କରିଆସୁଛନ୍ତି।

କୃଷକମାନେ କୁହନ୍ତି, ଏହି ଆଇନଗୁଡିକ କୃଷି  ଓ କୃଷକମାନଙ୍କୁ ସହଯୋଗ କରୁଥିବା କ୍ଷେତ୍ର ସହିତ ଫସଲର ନ୍ୟୂନତମ ସମର୍ଥନ ମୂଲ୍ୟ (MSP), କୃଷିଜାତ ସାମଗ୍ରୀ ବିପଣନ କମିଟି (APMC), ରାଜ୍ୟସଂଗ୍ରହ ଓ ଅନ୍ୟାନ୍ୟ କ୍ଷେତ୍ରକୁ ଦୁର୍ବଳ କରୁଛି।

ସେମାନେ ଅନୁଭବ କରନ୍ତି ସେମାନଙ୍କର ସଂଘର୍ଷ ହେଉଛି କି କର୍ପୋରେଟ ଦ୍ୱାରା କୃଷିକ୍ଷେତ୍ରରେ ହେଉଥିବା ଦଖଲ ବିରୋଧରେ ଯାହାକି ସେମାନଙ୍କର ଅଧିକାରକୁ ଅସମ୍ନାନ କରେ, ଏହା କୃଷକ-ଉତ୍ପାଦକଙ୍କ କୌଣସି ଆବଶ୍ୟକତାକୁ ପୂରଣ କରୁନାହିଁ। ସେମାନେ ମଧ୍ୟ ଭାବନ୍ତି ସେମାନଙ୍କର ସଂଘର୍ଷ ହେଉଛି ନ୍ୟାୟ ଏବଂ ଗଣତନ୍ତ୍ର ସହିତ ଜମି ଓ ଅଧିକାର ପାଇଁ ଲଢେଇ। ସେମାନଙ୍କର ସଂଘର୍ଷ ମଧ୍ୟ ସ୍ୱାଧିନତା ପାଇଁ, କିନ୍ତୁ ଏଥର ଅତ୍ୟାଚାରୀ କେହି ବାହାର ଲୋକ ନୁହଁନ୍ତି।

'Right now, I am emotional. We all are. I do not know what blood and bones these martyrs were made of', said Bhupender Singh Longowal. Left: Portraits of Sukhdev, Bhagat Singh and Rajguru at the Shahid Diwas event
PHOTO • Amir Malik
'Right now, I am emotional. We all are. I do not know what blood and bones these martyrs were made of', said Bhupender Singh Longowal. Left: Portraits of Sukhdev, Bhagat Singh and Rajguru at the Shahid Diwas event
PHOTO • Amir Malik

‘ବର୍ତ୍ତମାନ, ମୁଁ ଭାବବିହ୍ୱଳ। ଆମ୍ଭମାନେ ସମସ୍ତେ। ମୁଁ ଜାଣେ ନାହିଁ କେଉଁ ରକ୍ତ ଓ ହାଡରେ ଏହି ଶହୀଦମାନେ ଗଢା’, ଭୁପେନ୍ଦର ସିଂହ ଲୋଙ୍ଗୋୱାଲ କହିଲେ। ବାମ: ଶହୀଦ ଦିବସ ସମାରୋହରେ ସୁଖଦେବ, ଭଗତ ସଂହ, ରାଜଗୁରୁଙ୍କ ଫୋଟ

ପଞ୍ଜାବର ପରିଦକୋଟ ଜିଲ୍ଲାର କୋଟ କପୁର ବ୍ଲକର ଔଲଖ ଗାଁର ୨୩ ବର୍ଷୀୟ ମୋହନ ସିଂହ ଔଲଖ କହିଲେ,"ବିପ୍ଳବୀମାନେ ଇଂରେଜମାନଙ୍କ ବିରୋଧରେ ଲଢିଲେ"। "ତାହା ଗୋଟିଏ ଅତ୍ୟାଚାରୀ ଏବଂ କ୍ରୁର ଶାସନ ଥିଲା। ଏହା ପ୍ରସଙ୍ଗ ନୁହେଁ ଯେ ଇଂରେଜ ପଳାୟନ କଲେ। ଅସୁବିଧା ଏହିକି ଯେ ଏବେବି ନିର୍ଦ୍ଦୟ ଆଇନ ବିଦ୍ୟମାନ।" ଏଣୁ ସେଠାରେ ସେଦିନ ଥିବା ସେ ଓ ଅନ୍ୟମାନଙ୍କ ପାଇଁ ସ୍ୱାଧିନତା ସଂଗ୍ରାମୀମାନଙ୍କର ବଳିଦାନ ଦ୍ୱାର ସମୃଦ୍ଧ ହୋଇଥିବା ମାଟିକୁ ଦାବି କରିବା ହେଲା ସାମ୍ବିଧାନିକ ଅଧିକାରକୁ ସାବ୍ୟସ୍ତ କରିବାର ପ୍ରତୀକାତ୍ମକ ରାଜନୈତିକ କାର୍ଯ୍ୟ।

ଦେଶର ସମସ୍ତ ପ୍ରାନ୍ତରରୁ ୨୦୦୦ରୁ ଅଧିକ କୃଷକ ମାର୍ଚ୍ଚ-୨୩ ତାରିଖ ଦିନ ସକାଳେ ଆସି ସିଂଘୁ ଠାରେ ପହଁଚିଲେ। ଭଗତ ସିଂହ, ସୁଖଦେବ ଥାପର ଓ ଶିବରାମ ହରି ରାଜଗୁରୁଙ୍କର ଫଟୋଗୁଡିକ ମଞ୍ଚ ଉପରେ ଥିଲା, ଯେଉଁଠାରେ ମାଟି ପୂର୍ଣ୍ଣ ପାତ୍ରଗୁଡିକ ରଖାଯାଇଥିଲା।

୧୯୩୧, ମାର୍ଚ୍ଚ ୨୩ ତାରିଖ ଦିନ ଯେତେବେଳେ ଏହି ସମସ୍ତ ମହାନ ସ୍ୱାଧିନତା ସଂଗ୍ରାମୀମାନଙ୍କୁ ଇଂରେଜମାନଙ୍କ ଦ୍ୱାରା ଲାହୋରର ସେଣ୍ଟ୍ରାଲ ଜେଲରେ ଫାଶିଦିଆଗଲା ସମସ୍ତଙ୍କର ବୟସ ମାତ୍ର ୨୦ ବର୍ଷ ହୋଇଥିଲା। ସେମାନଙ୍କ ମୃତ ଶରୀରକୁ ରାତିରେ ଗୁପ୍ତରେ ହୁସୈନିୱାଲା ଗାଁକୁ ଆଣିଲେ ଏବଂ ପୋଡ଼ିଦେଲେ। ୧୯୬୮ ମସିହାରେ ପଞ୍ଜାବର ଫିରୋଜପୁର ଜିଲ୍ଲାର ସତଲେଜ ନଦୀ କୂଳର ଏହି ଗାଁରେ ଜାତୀୟ ଶହୀଦ ସ୍ମାରକୀ ପ୍ରତିଷ୍ଠା କରାଗଲା। ଏହି ସ୍ଥାନରେ ମଧ୍ୟ ସେମାନଙ୍କର ସଂଗ୍ରାମୀ ସାଥୀ ବଟୁକେଶ୍ୱର ଦତ୍ତଙ୍କ ଶବ ଦାହ କରାଯାଇଥିଲା, ଯେପରିକି ଭଗତ ସିଂହଙ୍କ ମା ବିଦ୍ୟାବତୀଙ୍କର ମଧ୍ୟ କରାଯାଇଥିଲା। ସିଂଘୁର ମଞ୍ଚ ଉପରେ ରଖାଯାଇଥିବା ପ୍ରଥମ ପାତ୍ରର ମାଟି ଏହି ସ୍ଥାନର ଥିଲା।

ଯେତେବେଳେ ଭଗତ ସିଂହଙ୍କୁ ଫାଶି ଦିଆଗଲା ତାଙ୍କ ପକେଟରେ ଆଉ ଜଣେ ନିର୍ଭିକ ସ୍ୱାଧିନତା ସଂଗ୍ରାମୀ କର୍ତାର ସିଂହଙ୍କ ଫଟୋ ଥିଲା, ଯାହାକୁ ୧୯୧୫ରେ ଇଂରେଜମାନେ ଫାଶି ଦେଇଥିଲେ, ଯେତେବେଳେ ସେ ୧୯ ବର୍ଷର ଥିଲେ। ଦ୍ୱିତୀୟ ମାଟି ପୂର୍ଣ୍ଣ ପାତ୍ରଟି ପଞ୍ଜାବର ଲୁଧିଆନା ଜିଲ୍ଲାରେ ଥିବା ତାଙ୍କ ଗ୍ରାମ ସରଭାରୁ ଆସିଥିଲା। ଭଗତ ସିଂହଙ୍କ ମା ବିଦ୍ୟାବତୀ କହିଲେ, ଏହି ଯୁବ ଭାରତୀୟ ବିପ୍ଳବୀ ଯିଏକି ଜଣେ ସାମ୍ବାଦିକ ଏବଂ ଗଦର ପାର୍ଟିର ସକ୍ରିୟ ସଦସ୍ୟ ଥିଲେ,  ସେ ତାଙ୍କ ପୁଅର "ହିରୋ,ବନ୍ଧୁ ଓ ସାଥି ଥିଲେ।"

କିନ୍ତୁ ଭଗତ ସିଂହଙ୍କ କାହାଣୀ ଆରମ୍ଭ ହୁଏ ଯେବେ ସିଏ ୧୨ ବର୍ଷ ବୟସରେ ପଞ୍ଜାବର ଅମ୍ରିତସରରେ ଥିବା ଜାଲ୍ଲିଆନାୱାଲା ବାଗ ଯାଇଥିଲେ। ୧୯୧୯ ମସିହା ଏପ୍ରିଲ୍‌ ୧୩ ତାରିଖ ଦିନ ବ୍ରିଟିଶ ଜେନେରାଲ ରେଜିନାଲ୍ଡ ଡାୟାରଙ୍କର ଆଦେଶରେ ୧୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ହତ୍ୟା କରାଗଲା। ଭଗତ ସିଂହ ଜାଲ୍ଲିଆନାୱାଲା ବାଗରୁ ମୁଠାଏ ରକ୍ତଭିଜା ମାଟି ସଂଗ୍ରହ କଲେ ଏବଂ ଏହାକୁ ଘରକୁ ନେଇକି ଆସିଲେ। ସେ ଏହି ମାଟିକୁ ତାଙ୍କ ଜେଜେବାପାଙ୍କ ବଗିଚାର ଗୋଟିଏ ପାଖରେ ବିଛାଇଦେଲେ ଏବଂ ସେହି ସ୍ଥାନରେ ବଢୁଥିବା ଫୁଲଗୁଡିକୁ ଦେଖୁଥିଲେ। ସିଂଘୁକୁ ଆସିଥିବା ତୃତୀୟ ପାତ୍ରଟି ଏହି ବଗିଚାରୁ ଆସିଥିଲା।

Left: The pot with mitti from Khatkar Kalan, ancestral village of Bhagat Singh just outside Banga town in Punjab's Shahid Bhagat Singh Nagar district. Right: Soil from Jallianwala Bagh, which Gen Dyer turned into a graveyard of innocent people in 1919
PHOTO • Amir Malik
Left: The pot with mitti from Khatkar Kalan, ancestral village of Bhagat Singh just outside Banga town in Punjab's Shahid Bhagat Singh Nagar district. Right: Soil from Jallianwala Bagh, which Gen Dyer turned into a graveyard of innocent people in 1919
PHOTO • Amir Malik

ବାମ: ମାଟି ପୂର୍ଣ୍ଣ ପାତ୍ରଟି ପଞ୍ଜାବର ଶହୀଦ ଭଗତ ସିଂହ ନଗର ଜିଲ୍ଲାର ବାଙ୍ଗା ସହରର ପ୍ରାନ୍ତରେ ଥିବା ଭଗତ ସିଂହଙ୍କ ପୈତୃକ ଗ୍ରାମ ଖଟକର କଲନରୁ ଆସିଥିଲା। ଡାହାଣ: ଜାଲ୍ଲିଆନାୱାଲା ବାଗରୁ ମାଟି ଆସିଥିଲା, ଯେଉଁ ସ୍ଥାନକୁ ଜେନେରାଲ ଡାୟାର ୧୯୧୯ ମସିହାରେ ନିରୀହ ଲୋକମାନଙ୍କର ଶ୍ମଶାନରେ ପରିବର୍ତ୍ତନ କରିଥିଲେ

ପଞ୍ଜାବର ଙ୍ର ଜିଲ୍ଲାର ସୁନାମରୁ ଚତୁର୍ଥ ମାଟି ପୂର୍ଣ୍ଣ ପାତ୍ରଟି ଆସିଥିଲ। ସେହି ଗାଁ ହେଉଛି ଉଧାମ ସିଂହଙ୍କର, ଯିଏକି ୧୯୪୦ ମସିହା,ମାର୍ଚ୍ଚ ୧୩ ରେ ମାଇକେଲ ଫ୍ରାନ୍ସିସ୍‍ ଓ’ଡୱୟରଙ୍କୁ ଲଣ୍ଡନରେ ଗୁଳି କରିବା ଅଭିଯୋଗର ବ୍ରିଟିଶ କୋର୍ଟରେ ବିଚାର ଚାଲିଥିବା ସମୟରେ ନିଜର ନାମ ମହମ୍ମଦ ସିଂହ ଆଜାଦକୁ ପରିବର୍ତ୍ତନ କରିଦେଇଥିଲେ। ଓ’ଡୱୟର ଯିଏକି ପଞ୍ଜାବର ଲିଉଟେନାଣ୍ଟ ଗଭର୍ଣ୍ଣର ଥିଲେ, ସେ ଜାଲ୍ଲିଆନାୱାଲାରେ ଡାୱୟରର କାର୍ଯ୍ୟକ୍ରମକୁ ସମର୍ଥନ କରିଥିଲେ। ତାଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା ଓ ୧୯୪୦ ମସିହା ଜୁଲାଇ ୩୧ ତାରିଖ ଦିନ ଲଣ୍ଡନ ସ୍ଥିତ ପେଣ୍ଟୋନଭିଲ୍ଲେ ଜେଲରେ ଫାଶି ଦିଆଗଲା। ୧୯୭୪ ମସିହାରେ ତାଙ୍କର ଅବଶେଷାଷାଂଶ ଭାରତ ଅଣାଗଲା ଏବଂ ସୁନାମରେ ତାଙ୍କର ଶବଦାହ କରାଗଲା।

ଭୁପେନ୍ଦ୍ରର ଲୋଙ୍ଗୋୱାଲ କହିଲେ,"ଯେଉଁ ପନ୍ଥା ଭଗତ ସିଂହ, କର୍ତାର ସିଂହ ସରଭା, ଚାଚା ଅଜିତ ସିଂହ, ଉଧମ ସିଂହ ଏବଂ ଆମର ଗୁରୁମାନେ  ଅତ୍ୟାଚାରୀମାନଙ୍କ ବିରୁଦ୍ଧରେ ଲଢୁଥିଲେ, ଆମେମାନେ ସେମାନଙ୍କ ପଥକୁ ଅନୁସରଣ କରିବାକୁ ସଂକଳ୍ପବଦ୍ଧ।" ସିଂଘୁରେ ଥିବା ଅନେକ କୃଷକ ସେମାନଙ୍କ ମନୋଭାବକୁ ପ୍ରତିଧ୍ୱନିତ କଲେ।

କୃଷି ଆଇନ ବିରୁଦ୍ଧରେ ଚାଲୁଥିବା ବିକ୍ଷୋଭରେ ମୃତ୍ୟୁ ବରଣ କରିଥିବା ୩୦୦ କୃଷକଙ୍କୁ ମନେପକାଇ ଭଗତ ସିଂହଙ୍କ ପୁତୁରା ୬୪ ବର୍ଷୀୟ ଅଭୟ ସିଂହ କହିଲେ, "ଆମେମାନେ ସବୁବେଳେ ସବଳର ଇଛାକୁ ଦୃବଳ ଉପରେ ଲଦିଦେବାକୁ ବିରୋଧ କରିଆସୁଛୁ"।

ପଞ୍ଚମ ପାତ୍ରଟି ପଞ୍ଜାବ ଜିଲ୍ଲା ନମରେ ଥିବା ସହରର ଫତେଗଡ଼ ସାହିବରୁ ଆସିଥିଲା। ସେହି ସ୍ଥାନ ହେଉଛି ଯେଉଁଠିକି ମୋଗଲ ଗଭର୍ଣ୍ଣର ସିରହିନ୍ଦ ୱଯିର ଖାନଙ୍କ ଆଦେଶରେ ୧୭୦୪ ମସିହା ଡିସେମ୍ବର ୨୬ ତାରିଖର ଗୁରୁ ଗୋବିନ୍ଦ ସିଂହଙ୍କର ପାଞ୍ଚବର୍ଷର ପୁତ୍ର ବାବା ଫତେହ ସିଂହ ଏବଂ ସାତ ବର୍ଷର ପୁତ୍ର ବାବା ଯୋରାୱର ସିଂହଙ୍କୁ ଜିଅଁନ୍ତା ଇଟା କାନ୍ଥରେ ସମାଧି ଦିଆଯାଇଥିଲା।

ଷଷ୍ଠ ପାତ୍ରଟି ପଞ୍ଜାବର ରୁପନଗର ଜିଲ୍ଲାର ଚମକୌର ସହରର ଗୁରୁଦ୍ୱାର କତଲଗରହ ସାହିବରୁ ଅସିଥିଲା ଯେଉଁଠାରେ ଗୁରୁ ଗୋବିନ୍ଦ ସିଂହଙ୍କ ଦୁଇ ବଡପୁତ୍ର ୧୭ ବର୍ଷୀୟ ଅଜିତ ସିଂହ ଓ ୧୪ ବର୍ଷୀୟ ଜୁଝାର ସିଂହ ମୋଗଲମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ। ରୁପନଗର ଜିଲ୍ଲାର ନୁର୍ପୁର ବେଦି ବ୍ଳକର ରଣବିର ସିଂହ ସେହି ପାତ୍ରଟିକୁ ଏଠାକୁ ଆଣିଥିଲେ। ସେହି ଚାରି ଭାଇଙ୍କର ସାହାସ ଓ ବିରତ୍ୱର କଥା କୃଷି ଆଇନ ବିରୋଧି ବିକ୍ଷୋଭକାରୀଙ୍କ ମନରେ ଗଭୀର ପ୍ରଭାବ ପକାଇଥିଲା।

All eyes watched in anticipation as eight young men climbed onto the stage of the Samyukta Kisan Morcha at Singhu carrying the earthen pots on their heads
PHOTO • Harpreet Sukhewalia
All eyes watched in anticipation as eight young men climbed onto the stage of the Samyukta Kisan Morcha at Singhu carrying the earthen pots on their heads
PHOTO • Harpreet Sukhewalia

ଯେତେବେଳେ ଆଠଜଣ ଯୁବକ ମୁଣ୍ଡରେ ମାଟିପାତ୍ରଗୁଡିକ ରଖି ସଂଘୁ ସୀମାରେ ଥିବା ସଂୟୁକ୍ତ କିଷାନ ମୋର୍ଚ୍ଚା ର ମଞ୍ଚ ଉପରକୁ ଚଢିଲେ ଆବେଗପୁର୍ଣ୍ଣ ବାତାବରଣରେ ସମସ୍ତେ ଉଚ୍ଚ ଭାବନାରେ ଦେଖୁଥିଲେ।

ସପ୍ତମ ପାତ୍ରଟି ପଞ୍ଜାବର ରୁପନଗର ଜିଲ୍ଲା ସ୍ଥିତ ଖାଲସାଙ୍କ ଜନ୍ମ ସ୍ଥାନ ଆନନ୍ଦପୁର ସାହିବରୁ ଆସିଥିଲା। ଖାଲସା ଅର୍ଥ ’ବିଶୁଦ୍ଧ’ ଏବଂ ୧୬୯୯ରେ ଗୁରୁ ଗୋବିନ୍ଦ ସିଂହଙ୍କ ଦ୍ୱାରା ଯୋଦ୍ଧାମାନଙ୍କୁ ନେଇ ଗଠନ କରାଯାଇଥିବା ଶିଖ୍‍ ସମ୍ପ୍ରଦାୟର ଏହା ଏକ ସ୍ୱତନ୍ତ୍ର ଗୋଷ୍ଠୀ ଅଟେ, ଯାହାର କର୍ତ୍ତବ୍ୟ ହେଉଛି ନିରୀହମାନଙ୍କୁ ଉତ୍ପୀଡନ ଓ ଅତ୍ୟାଚାରରୁ ରକ୍ଷାକରିବା। ଖାଲସାର ଗଠନ ଆମ୍ଭମାନଙ୍କୁ ସଂଗ୍ରାମ କରିବାପାଇଁ ନୂତନ ଶକ୍ତି ପ୍ରଦାନ କଲା। ଏବଂ କୃଷି ଆଇନ ବିରୋଧରେ ବିକ୍ଷୋଭ ପଞ୍ଜାବରେ ମଧ୍ୟ ଆରମ୍ଭ ହେଲା। ଆମ ଦେଶରେ ଶହୀଦମାନଙ୍କୁ ସମ୍ନାନ ଦିଆଯାଏ। ରଣବୀର ସିଂହ କହିଲେ," ଭାରତୀୟମାନେ ସେହି ପରମ୍ପରାରୁ ଆସିଛନ୍ତି ଯେଉଁଥିରେ ମୃତ୍ୟୁବରଣ କରିଥିବା ଆମର ପ୍ରିୟଜନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଏ।

ତିନିଜଣ ଯୁବକ ଭୁପେନ୍ଦର, ମୋହନ ଓ ରଣବୀର ଯିଏକି  ଭିନ୍ନ ଭିନ୍ନ ସ୍ଥାନରୁ ମାଟି ଆଣିଥିଲେ କହିଲେ ଯେ ସୀମାରେ ବିକ୍ଷୋଭ କରୁଥିବା କୃଷକମାନେ ଏହି ସ୍ଥାନଗୁଡିକୁ ଯାଇପାରିବେ ନାହିଁ କିନ୍ତୁ ସେହି ସ୍ଥାନର ମାଟି ସେମାନଙ୍କର ସଂଗ୍ରାମ କରିବାର ସଂକଳ୍ପକୁ ନୂତନ ଜୀବନଶକ୍ତି ପ୍ରଦାନ କରିବ

ଅନ୍ତିମ ପାତ୍ରଟି ଯାହାକି ଅଷ୍ଟମ ଧାଡିରେ ଥିଲା ତାହା ପଞ୍ଜାବର ଶହୀଦ ଭଗତ ସିଂହ ନଗର ଜିଲ୍ଲାର ବାଙ୍ଗା ସହରର ବାହାରେ ଥିବା ଭଗତ ସିଂହଙ୍କ ପୈତୃକ ଗ୍ରାମ ଖଟ୍‍କର କାଲାନରୁ ସିଂଘୁ ଆସିଥିଲା। "ତାଙ୍କର ପୁତୁରା ଅଭୟ ସିଂହ କହିଲେ, ଭଗତ ସିଂହଙ୍କ କଳ୍ପନାର ନିର୍ଣ୍ଣାୟକ ଦିଗ ହେଉଛି ମଣିଷ ଦ୍ୱାରା ମଣିଷର ଶୋଷଣ ଓ ଦେଶ ଦ୍ୱାରା ଦେଶର ଶୋଷଣ ନିଶ୍ଚୟ ବନ୍ଦ ହେବ। ଦିଲ୍ଲୀ ସୀମାରେ ଏହି ସଂଗ୍ରାମ ହେଉଛି ତାଙ୍କର ଆଦର୍ଶ ଆଡକୁ ଅଗ୍ରସର ହେବା।"

୩୮ ବର୍ଷୀୟ କୃଷକ ଓ ସକ୍ରିୟ କର୍ମୀ ସବିତା ଯିଏକି ହରିୟାନାର ହିସାର ଜିଲ୍ଲାର ହାନ୍ସି ତହସିଲର ସୋର୍ଖି ଗାଁର ପାଞ୍ଚ ଏକର ଜମିର ମାଲିକ କହିଲେ,  "ଭଗତ ସିଂହଙ୍କୁ ନିଜର କଳ୍ପନା ପାଇଁ ଶହୀଦ-ଏ-ଅଜମ କୁହାଯାଏ।  ଏହି କଳ୍ପନା ହେଉଛିକି ତୁମକୁ ନିଜର ଇତିହାସ ନିଜେ ଲେଖିବାକୁ ପଡିବ। ଏବଂ ଆମ୍ଭେମାନେ, ମହିଳା, କୃଷକ, ଦଳିତ ଆମର ଇତିହାସ ଲେଖୁଛୁ"।

ସରକାର ଏହି ନିୟମଗୁଡିକୁ ଆଣୁଛନ୍ତି କେବଳ ବଡ କର୍ପୋରେଟ ସଂସ୍ଥାଗୁଡିକୁ ଆମ ଜମିଗୁଡିକୁ ସହଜରେ ବ୍ୟବହାର କରିବାର ସୁଯୋଗ ଦେବାପାଇଁ। ଯିଏ କେନ୍ଦ୍ର ସରକାରଙ୍କର ଆଦେଶକୁ ଅମାନ୍ୟ କରୁଛି ତାକୁ ଶାସକ ଜେଲକୁ ପଠାଇ ଦେଉଛନ୍ତି। ଆମ୍ଭେମାନେ କେବଳ ତିନୋଟି କୃଷି ଆଇନ ବିରୁଦ୍ଧରେ ସଂଗ୍ରାମ କରୁନାହୁଁ, କର୍ପୋରେସନମାନଙ୍କ ବିରୋଧରେ ମଧ୍ୟ। ଅତୀତରେ ଆମେ ବ୍ରିଟିଶମାନଙ୍କ ବିରୋଧରେ ଲଢିଛୁ। ସେମାନଙ୍କର ମିତ୍ରଙ୍କ ସହ ଆମେ ସେଇଆ ହିଁ  ବର୍ତ୍ତମାନ କରିବୁ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Amir Malik

Amir Malik is an independent journalist. He tweets at @_amirmalik

Other stories by Amir Malik