ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର କ୍ଷେତରେ ଲଙ୍କାମରିଚ ଉତ୍ପାଦନ ହୁଏ। ସୀମାବର୍ତ୍ତୀ ରାଜ୍ୟ ଛତିଶଗଡ ଓ ଓଡ଼ିଶାର ବହୁ ଯୁବ ଶ୍ରମିକଙ୍କୁ ଏହା ଆକର୍ଷିତ କରେ। କେବଳ ଯେ ସେମାନେ ଏଠାକୁ ମଜୂରି ପାଇଁ ଆସନ୍ତି ତାହା ନୁହେଁ, ବରଂ ବର୍ଷକ ପାଇଁ ଲଙ୍କାମରିଚ ଆଣିବାକୁ ଯାଆନ୍ତି। ଏହି ଗରମ ମସଲାକୁ ଭଣ୍ଡାର କରି ରଖିବାର ଇଛାରେ କିଛି ପୁଅ ଓ ଝିଅ ପାଠପଢ଼ା ଛାଡ଼ି ଏହି ବିଶାଳ ଲଙ୍କାମରିଚ ଅମଳରେ ଶ୍ରମିକ ଭାବେ ଯୋଗ ଦିଅନ୍ତି। ଏହି ନିତ୍ୟ ବ୍ୟବହୃତ ଉପାଦାନ ଘରକୁ ଆଣିବା ପାଇଁ ବର୍ଷକୁ ଥରେ ସୁଯୋଗ ଆସେ। ଲଙ୍କା ଦୈନିକ ଖାଦ୍ୟ ହିସାବରେ ବ୍ୟବହାର ବର୍ଷକୁ ଥରେ ସୁଯୋଗ ଆସେ ।
ଲଙ୍କା ଦୈନିକ ଖାଦ୍ୟ ହିସାବରେ ବ୍ୟବହାର କରାଯାଏ। ବୟସ୍କଙ୍କ ତୁଳନାରେ ପିଲାମାନେ କମ ଲଙ୍କା ଖାଆନ୍ତି। କିନ୍ତୁ ବର୍ଷ ସାରା ଲଙ୍କା ସଂଗହ କରିବାରେ ପିଲାମାନେ ବେଶ୍ ଆଗରେ। ଏଠାରେ ଶ୍ରମିକମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଶିଶୁ। ପରବର୍ତୀ ଅମଳ ଋତୁ ପର୍ଯ୍ୟନ୍ତ ଯଥେଷ୍ଟ ମୂଲ୍ୟବାନ ଲଙ୍କା ସେମାନେ ରୋଜଗାର ହିସାବରେ ସଂଗ୍ରହ କରିଥାନ୍ତି। ୧୨୦ ଟଙ୍କାର ଦୈନିକ ମଜୁରି ବଦଳରେ ସେମାନେ ସେହି ମୂଲ୍ୟର ଲଙ୍କା ନେବାକୁ ପସନ୍ଦ କରିଥାନ୍ତି। ଏବଂ କାମ କରିବାର ସମୟ ଅନୁସାରେ ତାହା କିଛି ପରିବାରର ପାଇଁ ଅଧା ବା ଏକ କୁଇଣ୍ଟାଲ ଲଙ୍କା ମଧ୍ୟ ହୋଇପାରେ। କିଲୋଗ୍ରାମ ପିଛା ୧୦୦ ଟଙ୍କା ହିସାବରେ ଏକ କୁଇଣ୍ଟାଲ ଲଙ୍କାର ମୂଲ୍ୟ ପ୍ରାୟ ୧୦,୦୦୦ ଟଙ୍କା ହୋଇଥାଏ ।
ଏହା ଏକ ଭଲ ରୋଜଗାର ଏବଂ ପରିବାର ପାଇଁ ଅଧିକ ମିତବ୍ୟୟି। ଗୋଟିଏ ପରିବାର ବର୍ଷକୁ ପ୍ରାୟ ୧୨-୨୦ କିଲୋଗ୍ରାମ ଲଙ୍କା ଖର୍ଚ୍ଚ କରନ୍ତି। ଏବଂ ବଳକା ଲଙ୍କାକୁ ବଜାରରେ ବିକି ଅତିରିକ୍ତ ରୋଜଗାର କରନ୍ତି। ଏହାଦ୍ୱାରା କ୍ଷେତରୁ ତୋଳା ହୋଇଥିବା ଉତ୍ତମ ମାନର ଏବଂ ତାଜା ଲଙ୍କା ବର୍ଷକ ପାଇଁ ଘରେ ଗଚ୍ଛିତ ରହିଥାଏ।
“ଆମ ଗାଁରୁ ଆମେ ୨୦ ଜଣ ଆସିଛୁ ଏବଂ ୩ ସପ୍ତାହ ପର୍ଯ୍ୟନ୍ତ ରହିବୁ,” ଓଡ଼ିଶାର ମାଲକାନଗିରି ଜିଲ୍ଲାର ଗୁଟୁମୁଡା ଗାଁର ଉମାଶଙ୍କର ପୋଡିୟାମି କହନ୍ତି, "ଆମେ ସମସ୍ତେ ମଜୁରି ବଦଳରେ ଲଙ୍କା ନେବା ପସନ୍ଦ କରୁ"।





