ପିପୁଲ୍ସ ଆର୍କାଇବ୍‌ ଅଫ୍‌ ରୁରାଲ ଇଣ୍ଡିଆ ନିକଟରେ ନିତିଦିନିଆ ଭାରତୀୟ ଯିଏ ସମସ୍ତଙ୍କୁ ଗୋଟିଏ ଦୁଇଟି ଜିନିଷ ଶିଖାଇ ଦେଇପାରିବେ ସେମାନଙ୍କର ଶହ ଶହ ସଂଖ୍ୟକ କାହାଣୀ ଏବଂ ଦଲିଲ, ଫଟୋଗ୍ରାଫ ଏବଂ ଫିଲ୍ମ ରହିଛି ।

ସେମାନଙ୍କ ମଧ୍ୟରେ ଅଛନ୍ତି ତ୍ରିପୁରାର ରତନ ବିଶ୍ୱାସ , ଯିଏକି ଟ. ୨୦୦ ଟଙ୍କା ଲାଭ ପାଇବା ପାଇଁ ପ୍ରାୟ ୨୦୦ କିଲୋଗ୍ରାମର ପାଞ୍ଚଟି ବାଉଁଶ ୧୭ କିଲୋମିଟର ଦୂରକୁ ନେବା ପାଇଁ ଗୋଟିଏ ସାଇକେଲକୁ ନୂଆକରି ତିଆରି କରିଛନ୍ତି । ସେ ଆମକୁ ସାମାନ୍ୟ ପଦାର୍ଥ ବିଜ୍ଞାନ, ଉଦ୍ଭାବନ ଏବଂ ଭୂଗୋଳ ଶିଖାଇପାରିବେ ।  ଏବଂ ଜଳବାୟୁ ପରିବର୍ତ୍ତନ ସହ ପ୍ରଭାବିତ ହୋଇଥିବା ଗୁଜରାଟରେ ଜଣେ ପଶୁଚାଳକ କାରାଭାଇ ଆଲ , ଏଥିସହିତ କେରଳର ଜଣେ କୃଷକ ଅଗଷ୍ଟିନ ବଡ଼ାକିଲ , ଉଭୟେ ଆମକୁ ପରିସଂସ୍ଥାନ ଏବଂ ଅର୍ଥନୈତିକ ବିକାଶ ସମ୍ପର୍କରେ କିଛି ଶିଖାଇପାରିବେ । କିନ୍ତୁ ସେମାନଙ୍କ କାହାଣୀଗୁଡ଼ିକ ମୁଖ୍ୟତଃ ପାଠ୍ୟକ୍ରମ ବାହାରେ ରହିଯାଏ।

ଗତ ଦୁଇବର୍ଷ ଧରି, ପରି ଏଜୁକେସନ ଏହିପରି କାହାଣୀଗୁଡ଼ିକୁ ଶ୍ରେଣୀକକ୍ଷକୁ ଆଣିବା ପାଇଁ ସାରା ଦେଶରେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସହିତ କାର୍ଯ୍ୟ କରୁଛି, କାରଣ ଆମେ ବିଶ୍ୱାସ କରୁଯେ, ଏଠାରେ ଶିଖିବା ପାଇଁ ଅନେକ କିଛି ଅଛି । ଯୁବ ଭାରତୀୟମାନେ ସେମାନଙ୍କ ଦେଶ ବିଷୟରେ ଜାଣିବା ପାଇଁ ଏବଂ ସେମାନଙ୍କ ଆଖପାଖର ବାସ୍ତବିକତା ସମ୍ପର୍କରେ ଆଲୋଚନା ଭିତରକୁ ଯିବା ପାଇଁ ଆଗ୍ରହୀ । ସେମାନଙ୍କ ସହିତ ଏକାଠି ଆମେ ଭାରତୀୟ ଗ୍ରାମାଞ୍ଚଳର ଅନନ୍ୟ ବିବିଧତା ଏବଂ ଜଟିଳତାକୁ  ପ୍ରକାଶିତ କରିବାକୁ ଚାହୁଁଛୁ ।

ସମ୍ମୋହକ ଏବଂ ଆଲୋଚନା ଉଦ୍ଦିପକ କାହାଣୀଗୁଡ଼ିକ କହିବା ପାଇଁ ଯେମିତି ସବୁ କାହାଣୀ ପରିରେ ରହିଛି, ସେଗୁଡ଼ିକ ହେଉଛି ଜଳବାୟୁ ପରିବର୍ତ୍ତନ କାରଣରୁ ମହାରାଷ୍ଟ୍ରରେ ଚାଷ ଜମିକୁ ପଶି ଯାଉଥିବା ବଣୁଆ ମଇଁଷିମାନଙ୍କ ସମ୍ପର୍କରେ, ଓଡ଼ିଶାର ନିୟମଗିରି ପାହାଡ଼ରେ ଆଦିବାସୀ ସମୂହର ବିସ୍ଥାପନ ସମ୍ପର୍କରେ ଗୀତ ଗାଉଥିବା ବିପ୍ଳବୀ କବିଙ୍କ ସମ୍ପର୍କରେ ଏବଂ ଲଦାଖରେ ଚଙ୍ଗପା ଗୋଷ୍ଠୀର ମହିଳାମାନଙ୍କ ସମ୍ପର୍କରେ। ଯେମିତି ଜଣେ ଛାତ୍ର ଆମକୁ କହିଲେ, ‘‘ମୁଁ ଖୁବ୍‌ ଲଜ୍ଜିତ ଯେ ମୁଁ ମୋ ଦେଶ ବିଷୟରେ ଏସବୁ ଜାଣିନଥିଲି’’ ଏବଂ ‘‘ମୁଁ ଜାଣିଥିଲି ଗ୍ରାମୀଣ ଭାରତ କେବଳ ଚାଷକୁ ନେଇ ।’’ ଗ୍ରାମୀଣ ଭାରତୀୟମାନଙ୍କର ଜୀବନ ଏବଂ ସମୟ ବିଷୟରେ ଏହି ସାକ୍ଷାତ, ଏହି ଘଟଣାକ୍ରମିକ ଶିକ୍ଷା ହେଉଛି ‘ପରି ଏଜୁକେସନ’ର ସାରକଥା ।

ଆପଣଙ୍କ ଦେଶ ବିଷୟରେ ଅଧିକ ଜାଣିବା ପାଇଁ ସେହି ଦେଶ ଯାହା ଖୁବ୍‌ ବିରଳ ଭାବରେ ଆମ ପାଠ୍ୟପୁସ୍ତକରେ ରହିଛି, ହେଉଛି କେବଳ ଏକ ଆରମ୍ଭ ମାତ୍ର । ଯେତେବେଳେ ପରି ଏଜୁକେସନ ଆପଣଙ୍କ ଅନୁଷ୍ଠାନକୁ ଯାଏ, ଆପଣ ବୁଝନ୍ତି ଯେ, ୮୦୦ ନିୟୁତ ଗ୍ରାମୀଣ ଭାରତୀୟଙ୍କର ଏକ ଦୁନିଆ ରହିଛି । ଯାହା ସମ୍ପର୍କରେ ଆପଣ କଦବା କ୍ୱଚିତ ମୁଖ୍ୟ ଧାରାର ଗଣମାଧ୍ୟମରେ ଶୁଣନ୍ତି ଏବଂ ପଢ଼ନ୍ତି । ସେମାନଙ୍କ ଜୀବନ, ଶ୍ରମ, କାରିଗରୀ, ସଂସ୍କୃତି, ଭାଷାର; ପ୍ରବାସୀ ଏବଂ କାର୍ଯ୍ୟର ସନ୍ଧାନରେ ସେମାନଙ୍କର ଯାତ୍ରାର; ସେମାନଙ୍କର ଜମି ଏବଂ ପରିବେଶକୁ ବଞ୍ଚାଇବା ପାଇଁ ନାରୀ ନେତୃତ୍ୱାଧୀନ ସଂଘର୍ଷଗୁଡ଼ିକ ର । ଯେପରି ଜଣେ କଲେଜ ଛାତ୍ର ଟ୍ୱିଟ୍‌ କରିଥିଲେ: ‘‘ଏହା ପ୍ରକୃତରେ ଆମେ ଦୈନନ୍ଦିନ ଯେଉଁ ଖବର ଉପଯୋଗ କରୁ ତା’ ଉପରେ ପ୍ରଶ୍ନ ଉଠାଇବା ପାଇଁ ମୋତେ ବାଧ୍ୟ କରିଥିଲା । ଆମେମାନେ ଭାରତର ବୃହତ ଜନସଂଖ୍ୟା ଗୋଷ୍ଠୀ ମଧ୍ୟରେ କ’ଣ ହେଉଛି ସେ ସମ୍ପର୍କରେ ଏତେ ଅସଚେତନ ।’’

ଆମେ ବିଶ୍ୱାସ କଲୁ ଯେ, ଶିକ୍ଷା ଗ୍ରହଣ ହେଉଛି ଏକ ଯାତ୍ରା, ଯାହାର ମୂଳ ରହିଛି ଅଭିଜ୍ଞତାରେ। ତେଣୁ ଆମେ ସୂଚନା ଦେବାରେ ଅଟକି ପାରିବୁ ନାହିଁ, ବରଂ ଛାତ୍ରଛାତ୍ରୀମାନଙ୍କୁ ତୃଣମୂଳସ୍ତରରୁ ସମ୍ବାଦ ସଂଗ୍ରହ ପାଇଁ କହିଥାଉ, ଯେଉଁମାନଙ୍କ ଜୀବନ ସେମାନେ ଅଧ୍ୟୟନ କରନ୍ତି ତାଙ୍କ ସହ ସଂଯୁକ୍ତ ରହିବାକୁ ଏବଂ ସହୃଦୟତା ଓ ସମ୍ବେଦନଶୀଳତା ଗଢ଼ିବାକୁ। ଜଣେ ଛାତ୍ର ଯାହାଙ୍କର ଅର୍ଥନୈତିକ ପ୍ରକଳ୍ପ ବର୍ତ୍ତମାନ ପରିର ଏକ କାହାଣୀ କହିଥିଲେ, ‘‘ମୋର [ପରି] ପ୍ରକଳ୍ପ ମୋତେ ଦେଖାଇଥିଲା କିପରି କେବଳ ଅଧିକ ୫,୦୦୦ ଟଙ୍କା ରୋଜଗାର କରିବା ପାଇଁ ଜଣେ ବ୍ୟକ୍ତି ହଜାର ହଜାର କିଲୋମିଟର ଯାତ୍ରା କରନ୍ତି । ଏହା ପ୍ରକୃତରେ ମୋ ହୃଦୟକୁ ଛୁଇଁଥିଲା ଏବଂ ମୋତେ ପ୍ରେରଣା ଦେଇଥିଲା। ’’

PHOTO • M. Palani Kumar ,  P. Sainath ,  Ravindar Romde ,  Jyoti Shinoli ,  Samyukta Shastri ,  Sidh Kavedia

ଏବଂ ଯେତେବେଳେ ଗ୍ରାମୀଣ ଭାରତର ଜଣେ ଛାତ୍ର ଆମର କାହାଣୀଗୁଡ଼ିକୁ ଦେଖନ୍ତି, ଏହା ସେମାନେ ସେମାନଙ୍କର ପରିପାର୍ଶ୍ୱ, ସେମାନଙ୍କ ପିତାମାତାଙ୍କ ବୃତ୍ତି ଏବଂ ସେମାନଙ୍କର ନିଜ ଜୀବନକୁ ଯେଭଳି ଭାବରେ ଦେଖନ୍ତି ତାହାକୁ ବଦଳାଇ ଦିଏ । ପ୍ରାୟତଃ ସେମାନେ ନିଜ ନିଜ ଅଭିଜ୍ଞତାକୁ ଡକ୍ୟୁମେଣ୍ଟ୍ କରିବାରେ ଆମ ସହିତ ଯୋଡି ହେବାକୁ ଚାହାଁନ୍ତି। ଛତିଶଗଡ଼ର ଧାମତାରୀ ଗ୍ରାମର ଜଣେ ଛାତ୍ର ଆମକୁ କହିଲେ: ‘‘ଆମେ କେବେ ଚିନ୍ତା କରିନଥିଲୁ ଯେ, ଆମ ଗାଁ ମାନଙ୍କରେ କ’ଣ ହୁଏ ତାହା ଜାଣିବାକୁ କେହି ଆଗ୍ରହୀ ହେବେ । ଆମେ ଏବେ ଆମର କାହାଣୀ ଲେଖିବାକୁ ଚାହୁଁଛୁ’’ ।

ପରୀ ଏଜୁକେସନ ଏହି ଦେଶର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ନିଜର ପାଠ୍ୟପୁସ୍ତକ ଲେଖିବା ପାଇଁ ଏବଂ ଏହା ଦ୍ୱାରା ସେମାନଙ୍କର ନିଜ ଶିକ୍ଷାରେ ଭାଗିଦାରିତା ପାଇଁ ଏକ ସୁଯୋଗ ଦେଉଛି । ଏହା କରିବା ଦ୍ୱାରା, ପ୍ରତିବଦଳରେ ସେମାନେ ସେମାନଙ୍କ ପରେ ଆସୁଥିବା ଛାତ୍ରଛାତ୍ରୀମାନଙ୍କର ଅନେକ ପିଢ଼ିକୁ ଶିକ୍ଷା ଦେବେ ।

ଆମେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କରାଯାଇଥିବା ଗ୍ରାମୀଣ ଭାରତ କିମ୍ବା ଭାରତ ସହ ସମ୍ପର୍କିତ ମୌଳିକ କାର୍ଯ୍ୟ ନିମନ୍ତ୍ରଣ କରୁ ଏବଂ ସେଗୁଡ଼ିକ ମଧ୍ୟରୁ ସର୍ବୋତ୍ତମଗୁଡ଼ିକୁ ପରି ଏଜୁକେସନ ରେ ପ୍ରକାଶିତ କରୁ । ଆପଣମାନେ ମଧ୍ୟ ଯୁବପିଢ଼ିର ଚକ୍ଷୁରେ ଗ୍ରାମୀଣ ଭାରତ ବିଷୟରେ ଜାଣିବା ପାଇଁ ଏବଂ ଏହାକୁ ରେକର୍ଡ କରି ରଖିବା ପାଇଁ ଆମ ସହିତ ଯୋଗ ଦେଇପାରିବେ ।

ଆମେ ହୃଦୟଙ୍ଗମ କରୁ ଯେ ପରି ଏଜୁକେସନ ଆଗରେ ଥିବା ଯାତ୍ରା ନିମନ୍ତେ ଏକ ଆଗୁଆ ଏବଂ ଅବିକଶିତ ପଦକ୍ଷେପ ନେଉଛି । ପ୍ରତ୍ୟେକ ଗ୍ରାମୀଣ ବିଦ୍ୟାଳୟରେ ଉପସ୍ଥିତ ରହିବା ଆମର ଲକ୍ଷ୍ୟ, ଆମର ଆବଶ୍ୟକତା, ଆମର ପ୍ରସ୍ତାବ, ବିଶେଷ କରି ଯେଉଁଗୁଡ଼ିକ ସମାଜର ଦରିଦ୍ରତମ ଭାଗଗୁଡ଼ିକୁ ସେବା ଦେଉଛି । ଏବଂ ସେଠାରେ ଥିବା ଛାତ୍ରଛାତ୍ରୀମାନେ ସେମାନଙ୍କ ନିଜ ଭାଷାରେ ପରିରୁ ଶିଖିବା ପାଇଁ, ପରି ଏଜୁକେସନକୁ ସହଯୋଗ ଦେବା ପାଇଁ-  ପରୀ ବର୍ତ୍ତମାନ ସୁଦ୍ଧା ୧୦ରୁ ଅଧିକ ଭାବରେ ପ୍ରକାଶିତ କରୁଛି, ଏବଂ ସମୟକ୍ରମେ ଏହାକୁ ବୃଦ୍ଧି କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ ।

ଆମେ ମଧ୍ୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ମଧ୍ୟରେ, ଅବହେଳିତ ଏବଂ ବାଦ୍‌ପଡ଼ିଥିବା ମାନକ ମଧ୍ୟରେ ଏକ ବନ୍ଧ ତିଆରି କରିବାରେ ଆମର ଦାୟିତ୍ୱ ସ୍ୱୀକାର କରୁଛୁ। ଏବଂ ଅଧିକ ସୁବିଧା ପାଉଥିବା ଛାତ୍ରଛାତ୍ରୀମାନଙ୍କୁ ସହାନୁଭୂତିଶୀଳ କରିବା ପାଇଁ, ସେମାନେ ଏବଂ ଅବଶିଷ୍ଟମାନଙ୍କ ମଧ୍ୟରେ ଥିବା ଅସମାନତାକୁ ବୁଝିବା ଏବଂ ଏ ଦିଗରେ କାମ କରିବା ପାଇଁ ସଚେତନ କରୁଛୁ । ପରୀ ପୂର୍ବରୁ ସେହି ଫରକଗୁଡ଼ିକ ଉପରେ ଆଲୋକପାତ କରୁଥିବା କାହାଣୀଗୁଡ଼ିକ କରୁଛି ।

ଆମେ ମଧ୍ୟ ମୁକ୍ତ ସଫ୍ଟଓ୍ୱେୟାର ବିପ୍ଳବରେ ସଂଶ୍ଳିଷ୍ଟ ଥିବା ଗୋଷ୍ଠୀଗୁଡ଼ିକ ସହିତ କାର୍ଯ୍ୟ କରୁଛୁ, ଯେଉଁମାନେ ବଞ୍ଚିତ ଛାତ୍ରଛାତ୍ରୀମାନଙ୍କ ନିକଟରେ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ରେ ପହଞ୍ଚିବାକୁ ଚାହୁଁଛନ୍ତି, ଯେଉଁମାନେ ଭାରତର ଦ୍ରୁତ ବର୍ଦ୍ଧନଶୀଳ ଡିଜିଟାଲ ଅଭିଯାନରେ ଅନଲାଇନ୍‌ ଶିକ୍ଷା ପ୍ରତି ଦୌଡ଼ରେ ସମ୍ପୂର୍ଣ୍ଣ ଭାବରେ ବାଦ୍‌ ପଡିଛନ୍ତି । ପରି ଏଜୁକେସନ ହେଉଛି ଏ ସମସ୍ତ କାର୍ଯ୍ୟ ଏବଂ ଯାତ୍ରାର ସାରାଂଶ ଯାହା ଆମେ ଆପଣମାନଙ୍କ ସହ ଆରମ୍ଭ କରିବାକୁ ଚାହୁଁଛୁ ।

ପ୍ରୀତି ଦାଭିଡ୍‌

ପରି ଏଜୁକେସନ ସମ୍ପାଦକ

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.