ବିୟୁଟି କୁହନ୍ତି, "ତୁମେ ଏଠାକୁ ବହୁତ ଶୀଘ୍ର ଆସିଯାଇଛ। ରବିବାର ଦିନ, ସେମାନେ ଏଠାକୁ ସଂଧ୍ୟା ଚାରିଟା ପୂର୍ବରୁ ଆସନ୍ତିନାହିଁ। ମୁଁ ଏଠାରେ ଏହି ସମୟରେ ରହିବାର କାରଣ ହେଉଛି ମୁଁ ହାର୍ମୋନିୟମ ବଜାଇବା ଶିଖୁଛି।

ବିହାରର ମୁଜାଫୁରପୁର ଜିଲ୍ଲାର ମୁସାହ୍ରି ବ୍ଲକ୍‍ର ଏହି ଚତୁର୍ଭୁଜ ସ୍ଥାନ ବେଶ୍ୟାଳୟଟି ହେଉଛି ବହୁତ ପୁରୁଣା। ‘ଏଥର’ ସକାଳ ୧୦ଟା ପରେ ତାଙ୍କର ଓ ମୋର ସାକ୍ଷାତ ହେଲା, ‘ସେମାନେ’ ହେଉଛନ୍ତି ଗ୍ରାହକ ଯେଉଁମାନେ କି ତାଙ୍କ ଘରକୁ ସଂଧ୍ୟାରେ ଆସନ୍ତି। ଏବଂ ବିୟୁଟି - ତାଙ୍କର ପସନ୍ଦଯୋଗ୍ୟ ନାମ ଏହି ପେଶାରେ - ପାଞ୍ଚ ବର୍ଷ ଧରି ଏହି ପେଶାରେ ଥିବା ଜଣେ ୧୯ ବର୍ଷୀୟା ବେଶ୍ୟା। ସେ ମଧ୍ୟ ତିନିମାସ ଗର୍ଭବତୀ ଅଛନ୍ତି।

ଏବଂ ସେ ଏବେ ମଧ୍ୟ କାମ କରୁଛନ୍ତି। ସେ ମଧ୍ୟ ହାର୍ମୋନିୟମ ବଜାଇବା ଶିଖୁଛନ୍ତି କାରଣ "ଅମ୍ମି [ତାଙ୍କର ମା]  କୁହନ୍ତି ସଂଗୀତ ତାଙ୍କର ଶିଶୁ ଉପରେ ଭଲ ପ୍ରଭାବ ପକାଇବ।"

ବିୟୁଟି ତାଙ୍କର ଆଙ୍ଗୁଠିଗୁଡିକ ହାର୍ମୋନିୟମର ଚାବିଗୁଡିକ ଉପରେ ଚଳାଇ କହୁଥିଲେ,"ଏହା ମୋର ଦ୍ୱିତୀୟ ସନ୍ତାନ ହେବ। ମୋର ପୂର୍ବରୁ ଏକ ଦୁଇ ବର୍ଷର ପୁତ୍ର ସନ୍ତାନ ଅଛି"।

ଆମେ ସାକ୍ଷାତ କରୁଥିବା କୋଠରୀଟିର- ଅନ୍ୟ ସମୟରେ  ତାଙ୍କର କାର୍ଯ୍ୟସ୍ଥଳ - ପ୍ରାୟ ଅର୍ଦ୍ଧେକ ଜାଗାରେ ଗୋଟିଏ ବଡ ଗଦି ଚଟାଣ ଉପରେ ପଡିଥିଲା, ଯାହାର ପଛରେ ଥିବା କାନ୍ଥରେ ଛଅ ଫୁଟ ଲମ୍ବ ଓ ଚାରି ଫୁଟ ପ୍ରସ୍ତର ଏକ ଦର୍ପଣ ଭୂସମାନ୍ତର ଭାବରେ ଲଗାଯାଇଥିଲା। ଘରଟି ବୋଧହୁଏ ୧୫ ଫୁଟ ଲମ୍ବ ଓ ୨୫ ଫୁଟ ପ୍ରସ୍ଥ ବିଶିଷ୍ଟ ଅଟେ। ଗଦି ଉପରେ ତକିଆଗୁଡିକ ଗ୍ରାହକମାନେ ବସିକରି ବା ଢଳିକରି ଝିଅମାନଙ୍କ ଦ୍ୱାରା କରାଯାଉଥିବା ମୁଜରା ଦେଖିବା ପାଇଁ ସଜାହୋଇ ରଖାଯାଇଥିଲା, ଯାହାକି ପ୍ରାକ୍‍ ଉପନିବେଶ ଭାରତରେ ପ୍ରଚଳିତ ଥିବା ଏକ ପ୍ରକାର ନୃତ୍ୟ। ଚତୁର୍ଭୁଜ ସ୍ଥାନ ମୋଗଲମାନଙ୍କ ସମୟରୁ ରହିଥିବାର ବିଶ୍ୱାସ କରାଯାଏ। ବେଶ୍ୟାଳୟରେ ରହୁଥିବା ସମସ୍ତ ଝିଅ ଓ ମହିଳାମାନଙ୍କୁ ମୁଜରା ଜାଣିବା ଓ ପରିବେଷଣ କରିବାକୁ ପଡେ। ବିୟୁଟି ନିଶ୍ଚିତ ରୂପେ କରିଥାଏ।

All the sex workers in the brothel are required to know and perform mujra; Beauty is also learning to play the harmonium
PHOTO • Jigyasa Mishra

ବେଶ୍ୟାଳୟରେ ରହୁଥିବା ସମସ୍ତ ବେଶ୍ୟାମାନଙ୍କୁ ମୁଜରା ଜାଣିବା ଓ ପରିବେଷଣ କରିବାକୁ ପଡେ ବିୟୁଟି ମଧ୍ୟ ହାର୍ମୋନିୟମ ବଜାଇବା ଶିଖୁଛି

ମୁଜାଫର୍‍ପୁରର ମୁଖ୍ୟବଜାର ମଧ୍ୟଦେଇ ଏଠାକୁ ଆସିବାକୁ ବାଟ ଅଛି। ଦୋକାନୀ ଓ ରିକ୍ସା ଚାଳକମାନେ ଏଠାକୁ ଆସିବାକୁ ବାଟ ବତାଇଦିଅନ୍ତି, ସମସ୍ତେ ଜାଣନ୍ତି ବେଶ୍ୟାଳୟଟି କେଉଁଠାରେ ଅବସ୍ଥିତ। ଚତୁର୍ଭୁଜ ସ୍ଥାନ ହେଉଛି ରାସ୍ତାର ଉଭୟ ପାର୍ଶ୍ୱରେ ଏକାପରି ଦିଶୁଥିବା ୨ରୁ ୩ ପ୍ରାସାଦବିଶିଷ୍ଟ ଗୁଡିଏ ଅଟ୍ଟାଳିକା। ଏହି ଘରଗୁଡିକର ବାହାରେ ବିଭିନ୍ନ ବୟସର ମହିଳାମାନେ ଛିଡାହୋଇ, ଅନ୍ୟକେତେକ ଚୌକି ଉପରେ ବସି ସେମାନଙ୍କ ଗ୍ରାହକମାନଙ୍କୁ ଅପେକ୍ଷା କରିଥାନ୍ତି। ବହୁତ ଉଜ୍ଜ୍ୱଳ ଓ ଚିପା ପୋଷାକ ପିନ୍ଧି ସଜବାଜ ହୋଇ ଦୃଢ ବିଶ୍ୱାସର ସହ ରାସ୍ତାରେ ଯାଉଥିବା ପଥିକମାନଙ୍କ ଉପରେ ତୀକ୍ଷଣ୍‍ ନଜର ରଖିଥାନ୍ତି।

ଯାହାହେଉ, ବିୟୁଟି କୁହନ୍ତି, ସେଦିନ ଆମେ ଦେଖିଥିବା ମହିଳାମାନେ ବେଶ୍ୟାଳୟରେ କାମ କରୁଥିବା ସମୁଦାୟ ଦେହଜୀବୀମାନଙ୍କର ମାତ୍ର ୫ ପ୍ରତିଶତ ହେବେ। "ସମସ୍ତଙ୍କ ପରି ଦେଖ, ଆମେ ମଧ୍ୟ ସପ୍ତାହକରେ ଏକ ଦିନ ବିରତି ନେଉ। ଯଦିଓ ଏହା ହେଉଛି ଆମମାନଙ୍କ ପାଇଁ ଅଧା ଦିନର ବିରତି। ଆମେ ସଂଧ୍ୟା ୪ଟାରୁ ୫ ଟା ମଧ୍ୟରେ କାମ କରିବାକୁ ଆସୁ ଓ ରାତି ୯ଟା ପର୍ଯ୍ୟନ୍ତ ରହୁ। ଅନ୍ୟ ଦିନରେ ଏହା ହେଉଛି ସକାଳ ୯ଟାରୁ ରାତି ୯ଟା।"

*****

ଯଦିଓ କୌଣସି ସରକାରୀ ତଥ୍ୟ ଉପଲବ୍ଧ ନାହିଁ, କିନ୍ତୁ ଦୀର୍ଘ ଏକ କିଲୋମିଟର ଅଂଚଳରେ ପରିବ୍ୟାପ୍ତ ଏହି ଚତୁର୍ଭୁଜ ସ୍ଥାନରେ କାମ କରୁଥିବା ବେଶ୍ୟାମାନଙ୍କର ସଂଖ୍ୟା ୨୫୦୦ରୁ ଅଧିକ ହେବ । ଆମେ ରହୁଥିବା ଗଳିର ଭାଗରେ ପ୍ରାୟ ୨୦୦ ମହିଳା ରୁହନ୍ତି ବୋଲି ବିୟୁଟି ଓ ଏଠାରେ ମୋ ସହ କଥା ହୋଇଥିବା ଅନ୍ୟମାନେ କୁହନ୍ତି। ଏହି ଭାଗରେ କାମ କରୁଥିବା ପ୍ରାୟ ୫୦ ଜଣ ମହିଳା ବାହାର ଅଂଚଳରୁ ଆସିଥାନ୍ତି। ବିୟୁଟି ଏହି ‘ବାହ୍ୟ’ ଗୋଷ୍ଠୀରେ ଅର୍ନ୍ତଭୁକ୍ତ, ଯେଉଁମାନେ ମୁଜାଫରପୁର ସହରରେ ଅନ୍ୟତ୍ର ବସବାସ କରନ୍ତି।

ସେ ଓ ଅନ୍ୟମାନେ କୁହନ୍ତି ଚର୍ତୁଭୁଜ ସ୍ଥାନରେ ଥିବା ସମସ୍ତ ଘରଗୁଡିକର ମାଲିକାନା ମହିଳାମାନଙ୍କ ଅଧିନରେ ରହିଛି ଯେଉଁମାନେକି ତିନି ପିଢି ରୁ ଅଧିକ ସମୟଧରି  ବେଶ୍ୟାବୃତ୍ତି କରିଆସୁଛନ୍ତି। ଯେମିତି ଅମିରାଙ୍କୁ ତାଙ୍କର ମା, ମାଉସୀ ଓ ଜେଜେମା ଏହି ବୃତ୍ତି  ହସ୍ତାନ୍ତର କରିଥିଲେ।  ୩୧ବର୍ଷୀୟା ଅମିରା କୁହନ୍ତି,"ତାହା ଏପରି ଏଠାରେ କାମ କରିଥାଏ।  ଅନ୍ୟମାନେ ପୂର୍ବରୁ ରହୁଥିବା ମହିଳାମାନଙ୍କଠାରୁ ଘର ଭଡ଼ାରେ ନିଅନ୍ତି ଏବଂ କାମ କରିବା ପାଇଁ ଏଠାକୁ ଆସନ୍ତି। ବାହାରୁ ଆସୁଥିବା ମହିଳାମାନେ ବସ୍ତିରୁ ଅସିଥାନ୍ତି ଏପରିକି ରିକ୍ସା ଚାଳକ କିମ୍ବା ଘରୋଇ ସହାୟକମାନଙ୍କ ପରିବାରରୁ ଆସିଥାନ୍ତି।" ସେ କୁହନ୍ତି," କେତେକଙ୍କୁ ଏପରିକି ଏଠାକୁ ଜବରଦସ୍ତ ଅଣାଯାଇଥାଏ [ଅବୈଧ ଭାବରେ  ବା ଅପହରଣ କରି]।"

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ଏକ ଗବେଷଣାତ୍ମକ ସର୍ନ୍ଦଭ ରୁ ଜଣାଯାଏ ଯେ ଅପହରଣ, ଦାରିଦ୍ର୍ୟ ଓ ଏହି ବୃତ୍ତିରେ ଥିବା ପରିବାରରେ ଜନ୍ମଗ୍ରହଣ କରିବା ହେଉଛି ମହିଳାମାନେ ଏହି ବେଶ୍ୟାବୃତ୍ତିକୁ ଆସିବାର କେତେକ କାରଣ। ପୁରୁଷମାନଙ୍କ ଦ୍ୱାରା ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ମହିଳାମାନଙ୍କୁ କରାଯାଉଥିବା ଶୋଷଣକୁ ଅନ୍ୟତମ ମହତ୍ତ୍ୱପୂର୍ଣ୍ଣ କାରଣ ବୋଲି ଏହା ଦର୍ଶାଏ।

Most of the houses in Chaturbhuj Sthan are owned by women who have been in the business for generations; some of the sex workers reside in the locality, others, like Beauty, come in from elsewhere in the city
PHOTO • Jigyasa Mishra
Most of the houses in Chaturbhuj Sthan are owned by women who have been in the business for generations; some of the sex workers reside in the locality, others, like Beauty, come in from elsewhere in the city
PHOTO • Jigyasa Mishra

ଚର୍ତୁଭୁଜ ସ୍ଥାନର ସମସ୍ତ ଘର ପ୍ରାୟ ଏକାଧିକ ପିଢିଧରି ଏହି ବୃତ୍ତିର ଥିବା ମହିଳାମାନଙ୍କ ମାଲିକାନାରେ ରହିଛି; କେତେକ ବେଶ୍ୟା ଏହି ଅଂଚଳରେ ବସବାସ କରନ୍ତି, ବିୟୁଟିଙ୍କ ପରି ଅନ୍ୟମାନେ ସହରର ବିଭିନ୍ନ ଅଂଚଳରୁ ଆସନ୍ତି

ବିୟୁଟିଙ୍କର ପିତାମାତା ତାଙ୍କର ବୃତ୍ତି ବିଷୟରେ ଜାଣନ୍ତି କି?

ଅବଶ୍ୟ, ହଁ, ସମସ୍ତେ ଜାଣନ୍ତି। ସେ କୁହନ୍ତି, "ମୁଁ ମୋର ମା’ଙ୍କ କାରଣରୁ ଏହି ଗର୍ଭଧାରଣ କରିଛି। ସେ କୁହନ୍ତି,"ମୁଁ ତାଙ୍କୁ ମୋର ଗର୍ଭାପାତ କରିବା ପାଇଁ କହିଥିଲି। ବାପାର ପରିଚୟ ବିନା ଏକ ଶିଶୁ ପାଳନ କରିବା ଯଥେଷ୍ଟ, କିନ୍ତୁ ସେ କହିଲେ ଏହି ପାପ[ଗର୍ଭାପାତ] ଆମ ଧର୍ମରେ ଗ୍ରହଣୀୟ ନୁହେଁ।

ସେଠାରେ ବହୁତ ଝିଅ ଅଛନ୍ତି, ବିଉଟିଙ୍କ ଠାରୁ କମ୍‍ ବୟସ୍କ ମଧ୍ୟ, ଯେଉଁମାନେକି ମଧ୍ୟ ଗର୍ଭବତୀ କିମ୍ବା ସେମାନଙ୍କର ପୁଅଝିଅ ଅଛନ୍ତି। ଗବେଷକମାନେ କୁହନ୍ତି କିଶୋରୀ ଅବସ୍ଥାରେ ଗର୍ଭଧାରଣ ହ୍ରାସକରିବା ହେଉଛି ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଯାହାକି ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ସାଧନରେ ସୂଚୀତ କରାଯାଇଛି। ସ୍ଥାୟୀ ବିକାଶର ଲକ୍ଷ୍ୟ କ୍ରମାଙ୍କ.୩ ଓ ୫ ହେଉଛି ‘ଉତ୍ତମ ସ୍ୱାସ୍ଥ୍ୟ ଓ ମାନସିକ ସୁସ୍ଥତା’ ଏବଂ ‘ଲିଙ୍ଗଗତ ସମାନତା’। ଏହି ଲକ୍ଷ୍ୟଗୁଡିକ ୨୦୨୫ ମସିହା ସୁଦ୍ଧା ହାସଲ କରାଯାଇପାରିବ ବୋଲି ଆଶା କରାଯାଏ, ଯାହାକି ଏବେ ଠାରୁ ଆଉ ମାତ୍ର ୪୦ ମାସ ଅଛି। କିନ୍ତୁ ବାସ୍ତବ ସ୍ଥିତି ହେଉଛି ନିରୁତ୍ସାହଜନକ।

୨୦୧୬ ମସିହାରେ ମିଳିତ ଜାତି ସଂଘର  ଏଚଆଇଭି/ଏଡସ୍ (HIV/AIDS) ଉପରେ କରାଯାଇଥିବା ପ୍ରମୁଖ ଜନସଂଖ୍ୟା ଆଟଲାସ୍‍ କାର୍ଯ୍ୟକ୍ରମରେ ଆକଳନ କରାଯାଇଥିଲା ଯେ ଭାରତରେ ପାଖାପାଖି ୬୫୭,୮୦୦ ମହିଳା ବେଶ୍ୟାବୃତ୍ତି କରୁଛନ୍ତି। ଯାହାହେଉ, ୨୦୨୦ ମସିହା ଅଗଷ୍ଟ ମାସରେ ଜାତୀୟ ଦେହଜୀବୀମାନଙ୍କ ସଂଘ ତରଫରୁ (NNSW), ଜାତୀୟ ମାନବ ଅଧିକାର ଆୟୋଗଙ୍କୁ ପ୍ରଦାନ କରାଯାଇଥିବା ବର୍ତ୍ତମାନର ଲିଖିତ ବିବରଣୀ ଅନୁସାରେ ଅତିକମ୍‌ରେ ୧୨୦୦୦୦ ମହିଳା ଯୌନକର୍ମୀ ସାରା ଭାରତରେ ଥିବେ। ଏମାନଙ୍କ ମଧ୍ୟରୁ ୬.୮ ଲକ୍ଷ ମହିଳା ଯୌନକର୍ମୀ (UNAIDS ଦ୍ୱାରା ଦିଆଯାଇଥିବା) ହେଉଛନ୍ତି ପଞ୍ଜିକୃତ ଯେଉଁମାନେ କି ସ୍ୱାସ୍ଥ୍ୟ ଓ ପରିବାର ମଙ୍ଗଳ ମନ୍ତ୍ରାଳୟ ତରଫରୁ ସେବା ପାଇଛନ୍ତି। ଏହି NNSW ହେଉଛି ୧୯୯୭ ମସିହାରେ ପ୍ରତିଷ୍ଠା କରାଯାଇଥିଲା, ଏହି ଜାତୀୟ ଦେହଜୀବୀମାନଙ୍କର ସଂଘ ଭାରତରେ କାମ କରୁଥିବା ମହିଳା, ପୁରୁଷ ଓ ସମଲିଙ୍ଗି ଦେହଜୀବୀମାନଙ୍କର ଅଧିକାରକୁ ପ୍ରୋତ୍ସାହନ ଦେଉଛି।

Each house has an outer room with a big mattress for clients to sit and watch the mujra; there is another room (right) for performing intimate dances
PHOTO • Jigyasa Mishra
Each house has an outer room with a big mattress for clients to sit and watch the mujra; there is another room (right) for performing intimate dances
PHOTO • Jigyasa Mishra

ପ୍ରତ୍ୟେକ ଘରର ବହାରେ ଏକ ରୁ ମ୍‌ରେ ଏକ ବଡ ଗଦି ଗ୍ରା ହକମାନଙ୍କ ବସିବା ଓ ମୁଜ୍‍ରା ଦେଖିବା ନିମନ୍ତେ ରଖାଯାଇଥାଏ; ସେଠାରେ ଅନ୍ୟ ଏକ ରୁମ୍‍ (ଡାହାଣ) ଅନ୍ତରଙ୍ଗ ନୃତ୍ୟ ପରିବେଷଣ ନିମନ୍ତେ ରହିଥାଏ

ବିୟୁଟିଙ୍କ ବୟସର ଜଣେ କିଶୋର ଆମେ କଥା ହେଉଥିବା କୋଠରୀ ଭିତରକୁ ପ୍ରବେଶ କଲେ, ଆମକୁ କଥାବାର୍ତ୍ତା କରିବାର ଶୁଣିଲେ ଓ ପରେ ଏଥିରେ ଯୋଗଦେଲେ। ସେ କହିଲେ, "ମୁଁ ହେଉଛି ରାହୁଲ। ମୁଁ ଏଠାରେ ବହୁତ କମ୍‍ ବୟସରୁ କାମ କରୁଛି। ମୁଁ ବିୟୁଟି ଓ ଅନ୍ୟ କିଛି ଝିଅଙ୍କୁ ଗ୍ରାହକ ଯୋଗାଇବାରେ ସାହାଯ୍ୟ କରେ"। ତା ପରେ ସେ ନୀରବ ହୋଇଗଲେ, ନିଜ ବିଷୟରେ ଆଉ କିଛି କହିଲେ ନାହିଁ, ଆମକୁ ଆମର କଥାବାର୍ତ୍ତା ଜାରି ରଖିବାକୁ ଦେଲେ।

ବିୟୁଟି କୁହନ୍ତି, "ମୁଁ ମୋର ପୁଅ, ମା’, ଦୁଇ ବଡ ଭାଇ ଓ ବାପାଙ୍କ ସହ ରୁହେ। ମୁଁ ୫ମ ଶ୍ରେଣୀ ଯାଏଁ ସ୍କୁଲ୍‍ ଯାଇଛି। ମତେ ସ୍କୁଲ୍‍ ଯିବାକୁ ଭଲ ଲାଗେନି। ଏହି ସହରରେ ମୋ ବାପାଙ୍କର ଗୋଟିଏ ଦୋକାନ ଅଛି[ଗୋଟିଏ ଛୋଟ ଦୋକାନ ଯେଉଁଥିରେ ସିଗାରେଟ୍‍, ଦିଆସିଲି, ଚା, ପାନ ଓ ଅନ୍ୟାନ୍ୟ ଜିନିଷ ବିକ୍ରି କରାଯାଏ]। ଏହାହିଁ ସବୁ କିଛି। ମୁଁ ବିବାହ କରିନାହିଁ।"

ବିୟୁଟି ହସିହସି କୁହନ୍ତି, "ମୁଁ ଭଲ ପାଉଥିବା ପୁରୁଷଙ୍କଠାରୁ ମୋର ପ୍ରଥମ ପିଲାଟି ଜନ୍ମ ହୋଇଛି । ସେ ମଧ୍ୟ ମୋତେ ଭଲ ପାଆନ୍ତି। ଏହା ସେ ଯାହା କୁହନ୍ତି"।"ସେ ହେଉଛନ୍ତି ମୋର ଜଣେ ନିୟମିତ ଗରାଖ [ଗ୍ରାହକ]।" ଏଠାର ବହୁତ ମହିଳା ଇଂରାଜୀ ଶବ୍ଦ ‘ପରମାନେଣ୍ଟ’କୁ ସେମାନଙ୍କର ନିୟମିତ ବା ବହୁତ ଦିନ ଧରି ଆସୁଥିବା ଗ୍ରାହକମାନଙ୍କ ପାଇଁ ବ୍ୟବହାର କରନ୍ତି। ବେଳେବେଳେ ସେମାନେ ତାଙ୍କୁ ‘ସାଥୀ’ ନାମରେ ସମ୍ବୋଧନ କରନ୍ତି। ସନ୍ତୋଷର ସହିତ ସେ କୁହନ୍ତି, "ଦେଖ, ମୋର ପ୍ରଥମ ପିଲାଟି ଯୋଜନାରେ ନଥିଲା କି ଏହିଟି ବି ନୁହେଁ। କିନ୍ତୁ ସେ କହିବାରୁ ମୁଁ ଉଭୟଥର ଗର୍ଭଧାରଣ କରିଥିଲି। ସେ କହିଲେ ସେ ପିଲାଙ୍କ ସମସ୍ତ ଖର୍ଚ୍ଚ ବହନ କରିବେ ଏବଂ ସେ ନିଜ କଥା ରଖିଲେ। ଏପରିକି ଏଥର ମଧ୍ୟ ସେ ମୋର ସମସ୍ତ ମେଡିକାଲ ଖର୍ଚ୍ଚ ବହନ କରୁଛନ୍ତି"।

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୪ ଅନୁସାରେ, ୧୫-୧୯ ବର୍ଷ ବୟସ ମଧ୍ୟରେ ଥିବା ୮ ପ୍ରତିଶତ ମହିଳା ଗର୍ଭଧାରଣ କରିବା ଆରମ୍ଭ କରିଛନ୍ତି। ଏହି ସମାନ ବୟସଶ୍ରେଣୀର ପାଖାପାଖି ୫ ପ୍ରତିଶତ ମହିଳା ଅତିକମ୍‌ରେ ଏକ ଶିଶୁ ଜନ୍ମ ଦେଇଛନ୍ତି ଏବଂ ୩ ପ୍ରତିଶତ ପ୍ରଥମଥର ପାଇଁ ଗର୍ଭବତୀ ହୋଇଛନ୍ତି।

ରାହୁଲ କୁହନ୍ତି, ଅଳ୍ପ କେତେକ ଯୌନକର୍ମୀ ନିଜର ନିୟମିତ ଗରାଖଙ୍କ ସହ କୌଣସି ଗର୍ଭନିରୋଧକ ବ୍ୟବହାର କରିନଥାନ୍ତି। ଗର୍ଭଧାରଣ ପରେ, ସେମାନେ ଗର୍ଭପାତ କରାନ୍ତି- କିମ୍ବା ବିୟୁଟି ପରି, ପିଲା ଜନ୍ମ କରନ୍ତି। ଏହା ସବୁକିଛି ହେଉଛି ସଂପୃକ୍ତ ଥିବା ଲୋକମାନଙ୍କୁ ଖୁସି କରିବା ପାଇଁ ଓ ସେମାନଙ୍କ ସହ ଦୀର୍ଘକାଳୀନ ସମ୍ପର୍କ ରଖିବା ପାଇଁ।

Beauty talks to her 'permanent' client: 'My first child was not planned. Nor was this pregnancy... But I continued because he asked me to'
PHOTO • Jigyasa Mishra

ବିୟୁଟି ନିଜର ନିୟମିତ ଗ୍ରାହକଙ୍କ ସହ କଥା ହେଉଛି: ‘ମୋର ପ୍ରଥମ ପିଲା ଯୋଜନାରେ ନଥିଲା କି ଏହି ଗର୍ଭ ବି ନୁହେଁ... କିନ୍ତୁ ମୁଁ ଗର୍ଭଧାରଣ କଲି କାରଣ ସେ ମୋତେ ଏପରି  କରିବାକୁ କହିଲେ’

ରାହୁଲ କୁହନ୍ତି, "ଅଧିକାଂଶ ଗ୍ରାହକ ଏଠାକୁ କଣ୍ଡୋମ ନେଇକରି ଆସନ୍ତି ନାହିଁ"। "ପରେ ଆମକୁ [ବେଶ୍ୟାଙ୍କ ପାଇଁ ଗ୍ରାହକ ଯୋଗାଡ କରୁଥିବା ବ୍ୟକ୍ତି] ସଙ୍ଗେ ସଙ୍ଗେ ଦୋକାନକୁ ଯାଇ ସେ ସବୁ ଆଣିବାକୁ ପଡେ। କିନ୍ତୁ ବେଳେବେଳେ ଏହି ଝିଅମାନେ ନିୟମିତ ଗ୍ରାହକଙ୍କ ସହ ଏହି କାମ ବିନା ସୁରକ୍ଷାରେ କରିବାକୁ ରାଜି ହୋଇଯାଆନ୍ତି। ଏହି କ୍ଷେତ୍ରରେ ଆମେ ହସ୍ତକ୍ଷେପ କରିନଥାଉ।"

ଅକ୍ସଫୋ୍ର୍ଡ ବିଶ୍ୱବିଦ୍ୟାଳୟ ପ୍ରେସ୍‍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ କୁହେ, ସାରା ଦେଶରେ ପୁରୁଷମାନଙ୍କ ଦ୍ୱାରା ଜନ୍ମ ନିୟନ୍ତ୍ରଣ ପଦ୍ଧତିର ବ୍ୟବହାର ବହୁତ କମ୍‍। ଉଭୟ ପୁରୁଷ ବନ୍ଧ୍ୟାକରଣ ଓ କଣ୍ଡୋମର ବ୍ୟବହାର ୨୦୧୫-୧୬ ମସିହାରେ ମାତ୍ର ୬% ଥିବା ରିପୋର୍ଟ କରାଯାଇଥିଲା ଏବଂ  ଏହା ୧୯୯୦ ମସିହାର ମଧ୍ୟ ଭାଗରୁ ସେହି ସ୍ଥାନରେ ସ୍ଥିର ହୋଇରହିଛି। ୨୦୧୫-୧୬ ମସିହାରେ ବିହାରରେ ୨୩ ପ୍ରତିଶତ ଓ ଆନ୍ଧ୍ର ପ୍ରଦେଶରେ ୭୦ ପ୍ରତିଶତ ମହିଳାମାନେ ଗର୍ଭନିରୋଧକ ପଦାର୍ଥ ବ୍ୟବହାର କରୁଥିବାର ଜଣାଯାଏ।

ବିୟୁଟି ନିଜର ସାଥୀଙ୍କ ବିଷୟରେ କୁହନ୍ତି,"ଆମେମାନେ ପ୍ରାୟ ଚାରି ବର୍ଷ ହେଲା ପରସ୍ପରକୁ ଭଲ ପାଉଥିଲୁ"। ‘‘କିନ୍ତୁ ତାଙ୍କ ପରିବାର ଚାପରେ ସେ ଏବେ ବିବାହ କଲେ। ସେ ମୋର ସମ୍ମତିରେ ଏହା କଲେ। ମୁଁ ରାଜି ହେଲି। କ‘ଣ ପାଇଁ ମୁଁ ରାଜି ହୋଇନଥାନ୍ତି? ମୁଁ ଏକ ବିବାହଯୋଗ୍ୟା ଝିଅ ନୁହେଁ ଓ ସେ ମୋତେ ବିବାହ କରିବେ ବୋଲି କେବେବି କହି ନଥିଲେ। ଯେପର୍ଯ୍ୟନ୍ତ ମୋର ପିଲାମାନେ ଏକ ଭଲ ଜୀବନ ବିତାଉଛନ୍ତି,ଏହା ମୋ ପାଇଁ ଯଥେଷ୍ଟ।’’

ବିୟୁଟି କୁହନ୍ତି,"କିନ୍ତୁ ମୁଁ ପ୍ରତି ତିନି ମାସରେ ଥରେ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପରୀକ୍ଷା କରାଏ। ମୁଁ ସରକାରୀ ଚିକିତ୍ସାଳୟକୁ ନଯାଇ ଘରୋଇ ଚିକିତ୍ସାଳୟକୁ ଯାଇଥାଏ। ସମ୍ପ୍ରତି, ଦ୍ୱିତୀୟ ଥର ଗର୍ଭବତୀ ହେବାକଥା ଜାଣି ମୁଁ ନିକଟରେ ସମସ୍ତ ଦରକାରୀ ପରୀକ୍ଷାଗୁଡିକ (ଏଚଆଇଭି (HIV) ସହିତ) କରାଇନେଲି ଏବଂ ସବୁକିଛି ଠିକ୍‍ ଅଛି। ସରକାରୀ ଚିକିତ୍ସାଳୟରେ ସେମାନେ ଆମକୁ ଭିନ୍ନ ଦୃଷ୍ଟିରେ ଦେଖିଥାନ୍ତି। ସେମାନେ ଅପମାନସୂଚକ କଥାବାର୍ତ୍ତା କରନ୍ତି ଏବଂ ଆମକୁ ନିମ୍ନ ଦୃଷ୍ଟିରେ ଦେଖନ୍ତି।"

*****

ରାହୁଲ ଜଣେ ବ୍ୟକ୍ତିଙ୍କ ସହ କଥା ହେବା ପାଇଁ କବାଟ ନିକଟକୁ ଯାଆନ୍ତି। ସେ ଫେରିଲା ପରେ କହିଲେ,"ମୁଁ ଘରମାଲିକଙ୍କୁ ଏହି ମାସର ଘରଭଡା ଦେବାପାଇଁ ଏକ ସପ୍ତାହର ସମୟ ମାଗିଲି। ସେ ମୋତେ ଏହାହିଁ ମାଗୁଥିଲେ"। "ଆମେ ମାସିକ ୧୫୦୦୦ ଟଙ୍କା ଭଡାରେ ଏହି ଘରଟିକୁ ନେଇଛୁ।" ରାହୁଲ ପୁଣିଥରେ ବୁଝାଇ କହିଲେ, ଚତୁର୍ଭୁଜ ସ୍ଥାନରେ ଥିବା ଘରଗୁଡିକର ମାଲିକାନା ବୃଦ୍ଧା, ବେଳେବେଳେ ବୟସ୍କ ମହିଳା ବେଶ୍ୟାମାନଙ୍କ ପାଖରେ ଥାଏ।

The younger women here learn the mujra from the older generation; a smaller inside room (right) serves as the bedroom
PHOTO • Jigyasa Mishra
The younger women here learn the mujra from the older generation; a smaller inside room (right) serves as the bedroom
PHOTO • Jigyasa Mishra

ଅଳ୍ପ ବୟସ୍କ ମହିଳାମାନେ ପୁରାତନ ପିଢି ଠାରୁ ଏଠାରେ ମୁଜରା ଶିଖିନ୍ତି; ଭିତରେ ଥିବା ଛୋଟ କୋଠରୀଟି (ଡାହାଣ) ଶୟନ କକ୍ଷ ଭାବରେ ବ୍ୟବହୃତ ହୁଏ

ସେମାନଙ୍କ ମଧ୍ୟରୁ ଅନେକ ଆଉ ଏହି ବୃତ୍ତିରେ ନାହାନ୍ତି, ସେମାନେ ନିଜର ଘରଗୁଡିକୁ ବେଶ୍ୟାଙ୍କ ପାଇଁ ଗ୍ରାହକ ଯୋଗାଡ଼ କରୁଥିବା ବ୍ୟକ୍ତି ଓ ଅଳ୍ପ ବୟସ୍କା ବେଶ୍ୟାମାନଙ୍କୁ ଭଡ଼ା ସୁତ୍ରରେ ଦିଅନ୍ତି। ବେଳେବେଳେ ସେମାନଙ୍କର ଏକ ଗୋଷ୍ଠୀକୁ ମଧ୍ୟ ଦିଅନ୍ତି। ସେମାନେ ତଳମହଲା ଭଡ଼ାରେ ଦିଅନ୍ତି ଓ ପ୍ରଥମ ବା ଦ୍ୱିତୀୟ ମହଲାରେ ରୁହନ୍ତି। ରାହୁଲ କୁହନ୍ତି,"ସେମାନଙ୍କ ମଧ୍ୟରୁ କିଛି ଏହି କାମକୁ ନିଜର ପରବର୍ତ୍ତୀ ପିଢିର ଝିଅ, ଝିଆରି ବା ନାତୁଣୀମାନଙ୍କୁ ହସ୍ତାନ୍ତର କରିଦିଅନ୍ତି ଏବଂ ଏହି ଘରେ ମଧ୍ୟ ରୁହନ୍ତି"।

ଏନଏନଏସଡବ୍ଲୁଙ୍କ(NNSW) ରିପୋର୍ଟ ଅନୁସାରେ, ବେଶ୍ୟାମାନଙ୍କ ମଧ୍ୟରୁ ଏକ ଉଲ୍ଲେଖଯୋଗ୍ୟ ଅଂଶ (ପୁରୁଷ,ମହିଳା ଓ ସମଲିଙ୍ଗି) ଘରୁ କାମ କରୁଛନ୍ତି ଏବଂ ମୋବାଇଲ ଫୋନ୍‍ ମାଧ୍ୟମରେ, ନିଜେ କିମ୍ବା ଏଜେଣ୍ଟମାନଙ୍କ ଦ୍ୱାରା ଗ୍ରାହକ ଯୋଗାଡ କରୁଛନ୍ତି। ଚତୁର୍ଭୁଜ ସ୍ଥାନର ଅନେକ ଏହି ଘରୁ କାମ କରୁଥିବା ଗୋଷ୍ଠୀର।

ଏଠାରେ ଥିବା ସମସ୍ତ ଘର ଏକାପରି ଦେଖିବାକୁ। ମୁଖ୍ୟଦ୍ୱାରଟି ଲୁହା ଗ୍ରିଲରେ ତିଆରି ଓ ଏଥିରେ କାଠର ନାମ ଫଳକ ରହିଥାଏ। ଏହି ଫଳକଟିରେ ଘରର ମାଲିକ କିମ୍ବା ଘର ଚଳାଉଥିବା ମୁଖ୍ୟ ମହିଳାଙ୍କ ନାମ ଥାଏ। ଏହି ନାମ ତଳେ ଉପାଧି ଥାଏ ଯଥା ନର୍ତ୍ତକୀ ଓ ଗାୟିକା। ଏବଂ ତଳେ ସେମାନଙ୍କର ପରିବେଷଣ ସମୟ ଥାଏ - ସବୁଠାରୁ ଅଧିକ ଲିଖିତ ସକାଳ ୯ଟାରୁ ରାତ୍ରି ୯ଟା। କିଛି ଫଳକରେ ଲେଖାଥାଏ ଦିବା ୧୧ଟାରୁ ରାତ୍ରି ୧୧ଟା । ଅଳ୍ପ କେତେକରେ କେବଳ ଲେଖାଥାଏ ରାତ୍ରି ୧୧ଟା ପର୍ଯ୍ୟନ୍ତ।

ଏହି ଏକା ଭଳି ଦେଖାଯାଉଥିବା ଅଧିକାଂଶ ଘରଗୁଡ଼ିକର ଗୋଟିଏ ମହଲାରେ ୨-୩ ଟି କୋଠରୀ ଥାଏ। ବିୟୁଟିଙ୍କ ଘର ଭଳି, ସମସ୍ତଙ୍କ ଘରେ ଥିବା ବୈଠକ ଘରର ଅଧିକାଂଶ ସ୍ଥାନ ଏକ ବଡ ଗଦି ମାଡି ବସିଥାଏ, ଏବଂ ତାର ପଛ କାନ୍ଥରେ ଏକ ବଡ ଆଇନା ଲଗାଯାଇଥାଏ। ବଳକା ଥିବା ଛୋଟ ସ୍ଥାନଟିରେ ମୁଜରା କରାଯାଏ - ଏହି ଦରକାରୀ କୋଠରୀଟିରେ ନାଚ ଗୀତ ପରିବେଷଣ କରାଯାଇଥାଏ। ଅଳ୍ପ ବୟସ୍କା ଝିଅମାନେ ପୁରୁଣା ପିଢି ପେଶାଦାରମାନଙ୍କ ଠାରୁ ଏଠାରେ ମୁଜରା ଶିଖନ୍ତି, ବେଳେବେଳେ ଦେଖିକରି ଓ ସମୟେ ସମୟେ ସେମାନଙ୍କର ନିର୍ଦ୍ଦେଶ ପାଳନ କରି। ସେଠାରେ ଗୋଟିଏ ୧୦ ଫୁଟରେ ୧୨ ଫୁଟର ଏକ ଛୋଟିଆ କୋଠରୀ ଥାଏ, ଯାହାକି ଶୟନ କକ୍ଷ ରୂପେ ବ୍ୟବହୃତ ହୋଇଥାଏ। ଏବଂ ଏକ ଛୋଟିଆ ରୋଷେଇ ଘର ଥାଏ।

ରାହୁଲ କୁହନ୍ତି, "ଆମର କିଛି ପୁରୁଣା ଗ୍ରାହକ ଅଛନ୍ତି ଯେଉଁମାନେକି ଏକ ମୁଜରା ପ୍ରଦର୍ଶନ ପାଇଁ ୮୦୦୦୦ଟଙ୍କା ପର୍ଯ୍ୟନ୍ତ ଦିଅନ୍ତି"। "ସେହି ଟଙ୍କା କିମ୍ବା ଯାହା ଧନରାଶି ମିଳେ, ତାହାକୁ ଆମେ ଆମର ତିନିଜଣ ଉସ୍ତାଦଙ୍କ [ଦକ୍ଷ ସଙ୍ଗୀତକାର] ମଧ୍ୟରେ ବାଣ୍ଟିଦେଉ। ଯେଉଁମାନେ ହେଉଛନ୍ତି- ତବଲା,ସାରଙ୍ଗି ଓ ହାର୍ମୋନିୟମ୍‍ ବଜାଉଥିବା ବାଦ୍ୟକାର - ନର୍ତ୍ତକୀ ଓ ଭଡୁଆ।" କିନ୍ତୁ ଏହି ପରି ବଡ ଅର୍ଥ ପ୍ରଦାନ ମଧ୍ୟ ଅତି ଉତ୍ତମ ସମୟରେ କ୍ୱଚିତ୍‍ ମିଳେ, ଏବେ ଏହା ହେଉଛି ଏକ ସ୍ୱପ୍ନ ମାତ୍ର।

The entrance to a brothel in Chaturbhuj Sthan
PHOTO • Jigyasa Mishra

ଚତୁର୍ଭୁଜ ସ୍ଥାନରେ ଥିବା ଏକ  ପ୍ରବେଶ ପଥ

ଏହି ଖରାପ ସମୟରେ ବିୟୁଟି କ’ଣ ଯଥେଷ୍ଟ ରୋଜଗାର କରୁଛି? ‘ଭଲ ଦିନଥିଲେ ହଁ,କିନ୍ତୁ ଅଧିକାଂଶ ସମୟ ନା। ଏହି ଗତବର୍ଷଟି ଆମମାନଙ୍କ ପାଇଁ ବହୁତ ଭୟାନକ ଥିଲା। ଆମର ନିୟମିତ ଗ୍ରାକମାନେ ମଧ୍ୟ ଏହି ସମୟରେ ଏଠାରୁ ଦୂରେଇ ରହୁଥିଲେ। ଏବଂ ଯେଉଁମାନେ ଏଠାକୁ ଆସୁଥିଲେ ବହୁତ କମ୍‍ ଅର୍ଥ ଦେଉଥିଲେ’

ଏହି ଖରାପ ସମୟରେ ବିୟୁଟି କ’ଣ ଯଥେଷ୍ଟ ରୋଜଗାର କରୁଛି?

ସେ କୁହନ୍ତି,"ଭଲ ଦିନ ଥିଲେ ହଁ, କିନ୍ତୁ ଅଧିକାଂଶ ସମୟ ନା। ଗତବର୍ଷଟି ଆମମାନଙ୍କ ପାଇଁ ବହୁତ ଭୟାନକ ଥିଲା" "ଏପରିକି ଆମର ନିୟମିତ ଗ୍ରାହକମାନେ ମଧ୍ୟ ଏହି ସମୟରେ ଏଠାରୁ ଦୂରେଇ ରହୁଥିଲେ। ଏବଂ ଯେଉଁମାନେ ଆସୁଥିଲେ ପୂର୍ବ ଅପେକ୍ଷା କମ୍‍ ଅର୍ଥ ପ୍ରଦାନ କରୁଥିଲେ। ଜଣେ କୋଭିଡ ବାହକ ହୋଇଥାଇ ପାରନ୍ତି ବୋଲି ଭ୍ରୁକ୍ଷେପ ନକରି ଯିଏ ଆସୁଛନ୍ତି, ଯାହା ସେମାନେ ଦେଉଛନ୍ତି ତାକୁ ଗ୍ରହଣ କରିବା ବ୍ୟତୀତ  ଆମ ପାଖରେ କୌଣସି ଉପାୟ ନଥିଲା । ଏହାକୁ ବୁଝିବାକୁ ଚେଷ୍ଟାକର: ଏହି ଜନଗହଳିପୂର୍ଣ୍ଣ ବେଶ୍ୟାଳୟ ଅଞ୍ଚଳରେ ଯଦି ଜଣେ ବ୍ୟକ୍ତି ସଂକ୍ରମିତ ହୁଅନ୍ତି, ତେବେ ସମସ୍ତଙ୍କର ଜୀବନ ବିପଦ ମଧ୍ୟକୁ ଠେଲି  ହୋଇଯିବ।"

ବିୟୁଟି କୁହନ୍ତି ଭାରତରେ କରୋନା ଭୂତାଣୁର ଦ୍ୱିତୀୟ ଲହର ଆରମ୍ଭହେବା ଆଗରୁ ସେ ମାସକୁ ୨୫୦୦୦ଟଙ୍କାରୁ  ୩୦୦୦୦ଟଙ୍କା ରୋଜଗାର କରୁଥିଲେ, କିନ୍ତୁ ଏବେ ସେ କ୍ୱଚିତ୍‍ ୫୦୦୦ଟଙ୍କା ରୋଜଗାର କରୁଛନ୍ତି। ଦ୍ୱିତୀୟ ଲହର ପରେ ଆରମ୍ଭ ହୋଇଥିବା ଲକଡାଉନ୍‍ ତାଙ୍କର ଓ ଅନ୍ୟ ବେଶ୍ୟାମାନଙ୍କର ଜୀବନ ଆହୁରି ଦୁର୍ବିସହ କରିଦେଇଛି। ଏବଂ ଭୂତାଣୁର ଭୟ ଜଳ ଜଳ ହୋଇ ଦେଖାଯାଉଛି।

*****

ଗତବର୍ଷ ମାର୍ଚ୍ଚ ମାସରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଲାଭ ଚର୍ତୁଭୁଜ ସ୍ଥାନରେ ରହୁଥିବା ମହିଳାମାନେ ପାଇପାରିଲେ ନାହିଁ। ସେହି ଯୋଜନାରେ ୨୦୦ ନିୟୁତ ଗରିବ ମହିଳାମାନଙ୍କୁ ପ୍ରତ୍ୟେକ ମାସରେ ୫୦୦ଟଙ୍କା ଲେଖାଏ ତିନି ମାସ ପର୍ଯ୍ୟନ୍ତ ପ୍ରଦାନ କରାଗଲା। କିନ୍ତୁ ଏଥିପାଇଁ ଜନଧନ ବ୍ୟାଙ୍କ ସଂଚୟ ଖାତାଧାରୀ ହୋଇଥିବା ଆବଶ୍ୟକ। ଏହି ବେଶ୍ୟାଳୟରେ ଏପରି ଗୋଟିଏ ବି ମହିଳା ଜନଧନ ସଂଚୟ ଖାତାଧାରୀ ନୁହନ୍ତି। ବିୟୁଟି କୁହନ୍ତି, ଯାହା କିଛିବି ହେଉ: "ମାଡାମ,ଆମେ ୫୦୦ ଟଙ୍କାରେ କ’ଣ କରିପାରିବୁ?"

ଏନଏନଏସଡବ୍ଲୁର ବିବରଣୀ ଅନୁସାରେ ବେଶ୍ୟାମାନେ ପରିଚୟ ପତ୍ର ପାଇଁ ଆବଶ୍ୟକ ଦଲିଲର ସୁବିଧା ଯଥା ଭୋଟର କାର୍ଡ, ଆଧାର କାର୍ଡ, ରେସନ କାର୍ଡ କିମ୍ବା ଜାତିଗତ ପ୍ରମାଣ ପତ୍ର ପାଇବାରେ ବେଶ୍ୟମାନେ ନିୟମିତ ଭାବରେ ଅସୁବିଧାର ସମ୍ମୁଖିନ ହୁଅନ୍ତି। ପିଲାଙ୍କ ସହ ଏକୁଟିଆ ରହୁଥିବା ଅନେକ ମା’ ଆବାସ ପ୍ରମାଣ ପତ୍ର କୌଣସି ସ୍ଥାନରେ ବି ଦାଖଲ କରିପାରନ୍ତି ନାହିଁ। ଏପରିକି ଜାତିଗତ ପ୍ରମାଣ ପତ୍ର ପାଇଁ ଆବଶ୍ୟକ ହେଉଥିବା ଦଲିଲ ଦେଇପାରନ୍ତି ନାହିଁ।  ଅନେକ ସମୟରେ ରାଜ୍ୟ ସରକାରଙ୍କ ଦ୍ୱାରା ରିଲିଫ ପ୍ୟାକେଜରେ ପ୍ରଦାନ କରାଯାଉଥିବା ଖାଦ୍ୟ ସାମଗ୍ରୀ ସେମାନଙ୍କୁ ଦିଆଯାଏ ନାହିଁ।

Beauty looks for clients on a Sunday morning; she is three-months pregnant and still working
PHOTO • Jigyasa Mishra

ରବିବାର ଦିନ ସକାଳେ ବିୟୁଟି ଗ୍ରାହକମାନଙ୍କ ଅପେକ୍ଷାରେ ଅଛନ୍ତି; ସେ ତିନି ମାସ ଗର୍ଭବତୀ ହୋଇଥିଲେ ମଧ୍ୟ କାମ କରୁଛନ୍ତି

କୁସୁମ ଯିଏକି ନୂଆ ଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ନେଟୱାର୍କ ଅଫ ସେକ୍ସ ୱାର୍କର୍ସର ସଭାପତି କୁହନ୍ତି, "ଯେତେବେଳେ ରାଜଧାନୀ ଦିଲ୍ଲୀ ସହରରେ ମଧ୍ୟ ସରକାରଙ୍କ ଠାରୁ ସାହାଯ୍ୟ ମିଳୁନାହିଁ, ତା’ହେଲେ ତମେ ଅନୁମାନ କରିପାରୁଥିବ ଦେଶର ଗ୍ରାମାଞ୍ଚଳରେ ଅବସ୍ଥା କ’ଣ ହୋଇଥିବ ଯେଉଁଠାରେ କି ଯୋଜନାର ଲାଭ ବିଳମ୍ବରେ ପହଁଚେ ବା କେବେ ବି ପହଁଚେ ନାହିଁ। ଏମିତିକି ବହୁତ ବେଶ୍ୟା ଅଛନ୍ତି ଯେଉଁମାନେକି ଏହି ମହାମାରୀରେ ବଞ୍ଚିବା ପାଇଁ ଗୋଟିଏ ପରେ ଗୋଟିଏ ଋଣ କରିଚାଲିଛନ୍ତି।

ବିୟୁଟି ତାଙ୍କର ହାର୍ମୋନିୟମ ଅଭ୍ୟାସ କରିବା ସମୟକାଳ ଶେଷ କରିବାକୁ ଯାଉଥିଲେ: "ତରୁଣ ଗ୍ରାହକମାନେ ମୁଜରା ଦେଖିବାକୁ ପସନ୍ଦ କରନ୍ତି ନାହିଁ ଓ ସେମାନେ ଆସିବା ମାତ୍ର ସିଧା ଶୟନ କକ୍ଷ ଭିତରକୁ ଯିବାକୁ ଇଛା କରନ୍ତି। ଆମେ ସେମାନଙ୍କୁ କହୁ ଯେ ଏହି ନାଚ[ଯାହାକି ସାଧାରଣତଃ ୩୦ ରୁ ୬୦ ମିନିଟ ଚାଲେ] ଅଳ୍ପ ସମୟ ପାଇଁ ହେଉ ପଛେ ଦେଖିବା ବାଧ୍ୟତାମୁଳକ। ଯଦି ନ ଦେଖିବେ ଆମେ କିପରି ଆମର ଟିମ ଓ ଘରଭଡା ଖର୍ଚ୍ଚ ତୁଲାଇବୁ? ଆମେ ଏହିପରି ପୁଅମାନଙ୍କ ଠାରୁ ଅତି କମ୍‍ରେ ୧୦୦୦ ଟଙ୍କା ନେଉ।" ସେ କୁହନ୍ତି, ସମ୍ଭୋଗ ନିମନ୍ତେ ଦେୟ ଅଲଗା ଦେବାକୁ ପଡେ। "ଏହା ପ୍ରତି ଘଣ୍ଟା ହିସାବରେ ଦେ ବାକୁ ପଡେ। ଏହା ଗ୍ରାହକମାନଙ୍କ ଅନୁସାରେ ବଦଳିଥାଏ।"

ଏବେ ସକାଳ ୧୧.୪୦ ବାଜିଛି ଏବଂ ବିୟୁଟି ହାର୍ମୋନିୟମ ଟିକୁ ରଖିଦେଲେ ଓ ନିଜ ହ୍ୟାଣ୍ଡ ବ୍ୟାଗଟି ଖୋଲି ତା ଭିତରୁ ଆଳୁପରଟା ଥିବା ଏକ ଖାଦ୍ୟ ପୁଡିଆ ବାହାର କଲେ। ସେ କୁହନ୍ତି,"ମୋତେ ମୋର ଔଷଧ [ମଲ୍ଟିଭିଟାମିନ୍‍ ଓ ଫଲିକ ଏସିଡ୍‍]ଖାଇବାକୁ ପଡିବ, ତେଣୁ ମୋତେ ଏବେ ଜଳଖିଆ ଖାଇବାକୁ ପଡିବ"। "ମୁଁ ଯେବେବି କାମ କରିବାକୁ ଆସେ ମୋର ମା’ ମୋ ପାଇଁ ରୋଷେଇ କରି ଖାଦ୍ୟ ପୁଡିଆ ପ୍ରସ୍ତୁତ କରିଦିଅନ୍ତି।"

ତିନିମାସର ଗର୍ଭବତୀ ବିୟୁଟି କୁହନ୍ତି, ‘‘ମୁଁ ସଂଧ୍ୟାରେ ଜଣେ ଗ୍ରାହକ ଆସିବେ ବୋଲି ଆଶା କରୁଛି’’। "ଯଦିଓ ରବିବାର ସଂଧ୍ୟା ସମୟରେ ଜଣେ ଧନୀ ଗ୍ରାହକ ପାଇବା ସହଜ ନୁହେଁ। ପ୍ରତିଯୋଗିତା ହେଉଛି ବହୁତ ତୀବ୍ର।"

ପରୀ କାଉଣ୍ଟର ମେଡିଆ ଟ୍ରଷ୍ଟ ର ସାରା ଦେଶରେ ଗ୍ରାମୀଣ ଭାରତର କିଶୋର ବାଳିକା ଓ ତରୁଣ ମହିଳାମାନଙ୍କ ଉପରେ ଗବେଷଣା ବିବରଣୀ ପ୍ରସ୍ତୁତ କରିବା ଯାହାକି ପପୁଲେସନ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ଙ୍କର ସହାୟତାରେ ଏହି ଗୁରୁତ୍ୱପୂର୍ଣ୍ଣ ତଥା ଅବହେଳିତ ବର୍ଗଙ୍କ  ଅବସ୍ଥା ବିଷୟରେ ସେମାନଙ୍କ ଠାରୁ ଶୁଣି ଓ ସାଧାରଣ ଲୋକଙ୍କ ଜୀବନ୍ତ ଅନୁଭୂତିକୁ ଅନୁଭବ କରି ପରିପ୍ରକାଶ କରିବା ହେଉଛି ଲକ୍ଷ୍ୟ

ଏହି ଆର୍ଟିକିଲ୍ ପୁନଃ ପ୍ରକାଶ କରିବାକୁ ଚାହୁଁଛନ୍ତି କି? ଦୟାକରି [email protected] ସହିତ ଏକ cc [email protected] କୁ ଲେଖନ୍ତୁ |

ଜିଜ୍ଞାସା ମିଶ୍ର ଠାକୁର ପରିବାର ଫାଉଣ୍ଡସନର ସ୍ୱାଧୀନ ସମ୍ବାଦିକତା ଗ୍ରାଣ୍ଟ ଜରିଆରେ ସାଧାରଣ ସ୍ୱାସ୍ଥ୍ୟ ଓ ନାଗରିକ ସ୍ୱତନ୍ତ୍ରତା ସମ୍ବନ୍ଧିତ ବିବରଣୀ ପ୍ରସ୍ତୁତ କରନ୍ତି । ଠାକୁର ପରିବାର ଫାଉଣ୍ଡେସନ୍‌ ଏହି ବିବୃତିର ବିଷୟବସ୍ତୁ ଉପରେ କୌଣସି ପ୍ରକାରର ସମ୍ପାଦକୀୟ ନିୟନ୍ତ୍ରଣ ଜାହିର କରେନାହିଁ ।

ଅନୁବାଦ: ଓଡ଼ିଶାଲାଇଭ୍‍

Jigyasa Mishra

Jigyasa Mishra is an independent journalist based in Chitrakoot, Uttar Pradesh.

Other stories by Jigyasa Mishra
Illustration : Labani Jangi

Labani Jangi is a 2020 PARI Fellow, and a self-taught painter based in West Bengal's Nadia district. She is working towards a PhD on labour migrations at the Centre for Studies in Social Sciences, Kolkata.

Other stories by Labani Jangi
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE