html ମହୁମାଛି ସନ୍ଧାନରେ ବେଙ୍ଗଲରୁ ଛତିଶଗଡ଼

ଧମତରି ଜିଲ୍ଲାର ନଗରୀ ତହସିଲ, କିଛି ଗୋଟାଏ ଘଟଣାକୁ ନେଇ ଗୋଟିଏ ରାସ୍ତାକଡ଼ରେ ପ୍ରାୟ ୧୦ ଜଣ ଜଣ ଲୋକ ଏକାଠି ହୋଇଥିଲେ। ମୁଁ ସେଠି ଅଟକି ଗଲି ଆଉ କଣ କରୁଛନ୍ତି ଦେଖିବାକୁ ତାଙ୍କ ପାଖକୁ ଚାଲିଚାଲିଗଲି। 

କିଛି ଯୁବକ ମହୁଫେଣାରୁ ମହୁ ଚିପୁଡ଼ି ବିକ୍ରି କରୁଥିଲେ। ସ୍ଥାନୀୟ ସରକାରୀ ଡାକ୍ତରଖାନାର ଛାତରେ ଥିବା ମହୁମାଛି ବସାର ଏହାର କିଛି ଅଂଶ। ମହୁମାଛିଙ୍କ ବସାକୁ ଏଠାରୁ କାଢି ନେବାକୁ ଡାକ୍ତରଖାନା କର୍ତ୍ତୃପକ୍ଷ କହିଥିଲେ। 

ସେମାନେ କେଉଁଠୁ ଆସିଛନ୍ତି ବୋଲି ମୁଁ ତାଙ୍କୁ ପଚାରିଲି। ଶୈବାଳ ଖୁବ୍ ଆଗ୍ରହର ସହ କହିଲେ, ‘‘କୋଲକାତା, ପଶ୍ଚିମବଙ୍ଗ!’’ ନିର୍ଦ୍ଦିଷ୍ଟ ଭାବେ କୋଲକାତା କି ବୋଲି ମୁଁ ପଚାରିଲି? ସେ ଉତ୍ତର ଦେଲେ, ‘‘ଆପଣ ସୁନ୍ଦରବନ ଜାଣନ୍ତି କି?’’ ମୁଁ କହିଲି, ନିହାତି ଜାଣିଛି। ସେମାନେ ସୁନ୍ଦରବନରୁ ମହୁ ସଂଗ୍ରହ କରନ୍ତି କି ବୋଲି ଜାଣିବାକୁ ଆଗ୍ରହ ପ୍ରକାଶ କଲି। 

Saibal (in red shirt, pouring the honey) and Ranjit Mandal (not in the photo), along with a few others, at their makeshift roadside honey stall in Nagri tehsil
PHOTO • Purusottam Thakur
Saibal (in red shirt, pouring the honey) and Ranjit Mandal (not in the photo), along with a few others, at their makeshift roadside honey stall in Nagri tehsil
PHOTO • Purusottam Thakur

ଶୈବାଳ (ଲାଲ ସାର୍ଟ ପିନ୍ଧିଛନ୍ତି, ମହୁ ଚିପୁଡ଼ୁଛନ୍ତି) ଓ ରଞ୍ଜିତ ମଣ୍ଡଳ (ଫଟୋରେ ନାହାନ୍ତି), ଆଉ କିଛି ଲୋକଙ୍କ ସହ ନଗରୀ ତହସିଲରେ ରାସ୍ତାକଡ଼ରେ ଥିବା ତାଙ୍କ ଅସ୍ଥାୟୀ ମହୁ ଷ୍ଟଲରେ ଅଛନ୍ତି। 

‘‘ମହୁ ସଂଗ୍ରହ କରିବା ଆମ ବୃତ୍ତି ନୁହେଁ, ଆମେ [ଘର] ରଂଗ କାରିଗର। ଯଦି କେହି ଏହି କାମ କରିବାକୁ କହନ୍ତି, ଆମେ ବି କରୁ। କିନ୍ତୁ ଗାଁରେ ଆମେ ମହୁମାଛି ରଖି ମହୁ ଉତ୍ପାଦନ କରୁ। ତେଣୁ ଆମେ ଜାଣିଛୁ କିଭଳି ମହୁ ଫେଣାକୁ କଢାଯାଏ। ଏହା ଆମର ପାରଂପରିକ ଦକ୍ଷତା। ଆମ ଜେଜେବାପା ଓ ତାଙ୍କ ଜେଜେବାପା ବି ଏହି କାମ କରୁଥିଲେ। ’’

ତା ପରେ ଶୈବାଳ ମୋତେ କହିଲେ, ଗୁଂଜରଣ ସୃଷ୍ଟି କରି ଉଡ଼ୁଥିବା ମହୁମାଛିଙ୍କୁ କିଭଳି ମନାଯାଇପାରିବ। ପ୍ରଥମେ କିଛି ନଡ଼ାରେ ନିଆଁ ଲଗାଇ ସବୁ ମହୁମାଛିଙ୍କୁ ବସାରୁ ବାହାର କରିଦିଆଯାଏ। ସେ କହିଲେ, ‘‘ଆମେ ଧୂଆଁ ସୃଷ୍ଟି କରି ରାଣୀ ମହୁମାଛିକୁ ଧରି ନେଉ।’’ ‘‘ଆମେ ମହୁମାଛିଙ୍କୁ ମାରୁନା କି ତାଙ୍କୁ ନିଆଁରେ ପୋଡି ଦେଉନା। ଥରେ ରାଣୀ ମହୁମାଛିକୁ ଧରି ବ୍ୟାଗରେ ଭର୍ତ୍ତି କରିଦେଲେ, ଅନ୍ୟ ମହୁମାଛିମାନେ ଆଉ ହାନୀକାରକ ହେବେ ନାହିଁ।’’ ମହୁମାଛିମାନେ ଉଡ଼ି ପଳାଇବା ପରେ ବସାକୁ କାଟି ମହୁ ସଂଗ୍ରହ କରାଯାଏ। ‘‘ତା ପରେ ଆମେ ଜଂଗଲରେ ରାଣୀ ମହୁମାଛିକୁ ଛାଡି ଦେଉ। ଫଳରେ ସେମାନେ ତାଙ୍କର ନୂଆ ବସତି ତିଆରି କରନ୍ତି। ’’  

'We neither kill honeybees nor burn them... we release the queen bee in the forest. So that they can make their new colony'
PHOTO • Purusottam Thakur
'We neither kill honeybees nor burn them... we release the queen bee in the forest. So that they can make their new colony'
PHOTO • Purusottam Thakur

‘ଆମେ ମହୁମାଛିଙ୍କୁ ମାରୁନା କି ଜାଳି ଦେଉନା ... ରାଣୀ ମହୁମାଛିକୁ ଆମେ ଜଂଗଲରେ ଛାଡିଦେଉ। ଫଳରେ ସେମାନେ ତାଙ୍କ ନୂଆ ବସତି ତିଆରି କରନ୍ତି’

ନଗରୀରେ, ରାସ୍ତା କଡ଼ରେ ସେମାନେ କିଲୋ ପ୍ରତି ୩୦୦ ଟଙ୍କାରେ ମହୁ ବିକ୍ରି କରୁଛନ୍ତି (ଏବଂ ମହୁ ଥିବା ଫେଣା)। ସେମାନେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କଠାରୁ ପାରିଶ୍ରମିକ ବାବଦକୁ ୨୫ କିଲୋ ମହୁ ପାଇଥିଲେ। ସେମାନେ ମହୁର ମହମ (ମହୁ ଫେଣାରେ ଥିବା ୬ ପାଖିଆ ବସା) ମଧ୍ୟ ବିକ୍ରି କରନ୍ତି, କିଲୋ ପିଛା ୪୦୦ ଟଙ୍କାରେ। ଛତିଶଗଡ଼ରେ ଘଡ଼ୱା ସଂପ୍ରଦାୟର ଲୋକେ ଏହାକୁ ସ୍ୱତନ୍ତ୍ର ଭାବେ ଢୋକ୍‌ରା କଳା ସାମଗ୍ରୀରେ ବ୍ୟବହାର କରନ୍ତି। 

ଏହା ପୂର୍ବରୁ କେତେଥର ଏଭଳି କରିଛନ୍ତି ବୋଲି ଦଳର ଅନ୍ୟତମ କମ୍ ବୟସ୍କ ଯୁବକ ରଂଜିତ ମଣ୍ଡଳଙ୍କୁ ପଚାରିଲି। ସେ କହିଲେ, ‘‘ଜଗଦଲପୁର, ବିଜାପୁର, ଦାନ୍ତେୱାଡ଼ା, ସିକ୍କିମ, ଝାଡ଼ଖଣ୍ଡ ଆଦି ବିଭିନ୍ନ ସ୍ଥାନରେ ପ୍ରାୟ ୩୦୦ ଥର ମହୁଫେଣା ଭାଙ୍ଗିଛନ୍ତି।’’

ଦୁଇ ବର୍ଷ ତଳେ, ମରୁଡି ଉପରେ ଏକ କାହାଣୀ ଲେଖିବା ପାଇଁ, ଧମତରି ଜିଲ୍ଲାର ସମାନ ତହସିଲ ର ଜାବରା ଗାଁ ନିକଟରେ ଥିବା ଏକ ଜଂଗଲ ଦେଇ ଯାଉଥିଲି। ସେଠାରେ ମୁଁ ଅଞ୍ଜୁରା ରାମ ସୋରୀଙ୍କୁ ଭେଟିଥିଲି। ସେ କମର ଜନଜାତିର। ସେମାନେ ବନଜାତ ସାମଗ୍ରୀ ବିକ୍ରି କରି ଚଳନ୍ତି। ସେ କହିଲେ, ‘‘ଯେତେବେଳେ ଜଂଗଲରେ ମରୁଡ଼ି ପଡେ, ସେତେବେଳେ ମହୁମାଛିମାନେ ଜଂଗଲ ଛାଡି ପଳାନ୍ତି।’’ ସେତେବେଳେ ମୁଁ ଅନୁଭବ କରିଥିଲି, ମଣିଷ ଭଳି ମହୁମାଛିମାନେ ମଧ୍ୟ ଜାଗା ବଦଳାଇ ସବୁଜ ଅଞ୍ଚଳକୁ ଯିବାକୁ ବାଧ୍ୟ ହୁଅନ୍ତି। 

 ଅନୁବାଦ: ଓଡ଼ିଶାଲାଇଭ୍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Purusottam Thakur
purusottam25@gmail.com

Purusottam Thakur is a 2015 PARI Fellow. He is a journalist and documentary filmmaker. At present, he is working with the Azim Premji Foundation and writing stories for social change.

Other stories by Purusottam Thakur