ଋଣ ଟଙ୍କା [ ଆପଣଙ୍କଠାରୁ ] ଅସୁଲ କରିବା ପାଇଁ ବ୍ୟାଙ୍କ ଗାନ୍ଧିଗିରି କରିବାକୁ ନିଷ୍ପତ୍ତି ନେଲା। ଏଥିପାଇଁ ତିନିଟି ପନ୍ଥା ବ୍ୟାଙ୍କ ସ୍ଥିର କଲା : ) ପ୍ରତିବାଦ ପାଇଁ ଆପଣଙ୍କ ଘର ସାମ୍ନାରେ ତମ୍ବୁ ଟାଣିବା , ) ବାଜା ବଜାଇବା , ) ଘଣ୍ଟି ପିଟିବା।

ଏଭଳି କାର୍ଯ୍ୟ ଦ୍ୱାରା ଆପଣଙ୍କର ସମାଜରେ ଥିବା ଖ୍ୟାତିରେ ଆଞ୍ଚ ଆସିପାରେ।

ଏ ହେଉଛି ଓସମାନାବାଦ ଜିଲ୍ଲା କୋ - ଅପରେଟିଭ୍ ବ୍ୟାଙ୍କ ( ଓଡିସିସି ) ଯିଏ ତାର ୨୦ , ୦୦୦ ଗ୍ରାହକଙ୍କୁ ଏଭଳି ବେଇଜ୍ଜତ ଏବଂ ଉପହାସ କରିବା ପାଇଁ ପ୍ରତିଜ୍ଞା କଲା। ଏହି ଗ୍ରାହକଙ୍କ ମଧ୍ୟରେ ଅଧିକାଂଶ ଥିଲେ କୃଷକ। ଯେଉଁମାନେ ବର୍ଷ ବର୍ଷ ଧରି ସଂକଟରେ ଥିଲେ।  କେତେବେଳେ ଶସ୍ୟହାନୀ ତ କେତେବେଳେ ଅଭାବ ବିକ୍ରୀ ଭଳି ପରିସ୍ଥିତି। ଉତ୍କଟ ଜଳ ସଂକଟ ଏବଂ ଗମ୍ଭୀର ମରୁଡି ସ୍ଥିତି ଋଣ ପରିଶୋଧ କରିବାରେ ବାଧକ ସାଜିଛି। ଏସବୁ ଭିତରେ ବଡ ସମସ୍ୟା ସୃଷ୍ଟି କରିଛି ନିକଟରେ ୫୦୦ ଟଙ୍କିଆ ଏବଂ ୧୦୦୦ ଟଙ୍କିଆ ନୋଟ୍ ଅଚଳ ନେଇ ସରକାରଙ୍କ ନିଷ୍ପତ୍ତି। ଏଥି ଯୋଗୁଁ ସେମାନେ ଶ୍ରମିକଙ୍କୁ ଦୈନିକ ମଜୁରୀ ଦେଇପାରୁ ନାହାନ୍ତି। ଖେଦ୍ ଗାଁର କ୍ଷୁଦ୍ର ଚାଷୀ ଏସ୍ . ଏମ୍ . ଗଓ୍ୱାଲେ କହିଲେ , “ ନଭେମ୍ବର ୯ ବିମୁଦ୍ରାକରଣ ପରଠାରୁ କୃଷି ଶ୍ରମିକମାନେ ପଇସା ଆକାରରେ ଆଦୌ ପାରିଶ୍ରମିକ ପାଇ ନାହାନ୍ତି। ସମସ୍ତେ ଭୋକିଲା ଅଛନ୍ତି।

କୃଷକମାନଙ୍କୁ ବ୍ୟାଙ୍କ ଚିଠିରେ ( ଏହାର ଅନୁବାଦିତ ଅଂଶ କାହାଣୀର ଶେଷ ଭାଗରେ ଦିଆଯାଇଛି ) କୁହାଯାଇଥିଲା ଯେ , ଜମାକାରୀ ଟଙ୍କା ନଉଠାଇପାରିବା ପାଇଁ ସେମାନେ ଦାୟୀ। ଆଉ କୌଣସି ଜମାକାରୀ ଯଦି ଆତ୍ମହତ୍ୟା କରନ୍ତି , ସେଥିପାଇଁ ତୁମେ ଦାୟୀ ରହିବ ବୋଲି କୃଷକଙ୍କୁ ଚେତାବନୀ ଦିଆଯାଇଥିଲା।

ଏଭଳି ସ୍ଥିତିରେ ବ୍ୟାଙ୍କର ଋଣ ଅସୁଲକାରୀ ଦଳ ଗାଁକୁ ଆସିବା ଉଭୟ ଚାଷୀ ଏବଂ ଚାଷୀ ପରିବାରରେ ଅସ୍ଥିରତା ଏବଂ ନିରାଶା ସୃଷ୍ଟି କରିଥିଲା। ପ୍ରାୟ ୨୦,୦୦୦ କୃଷକ ଓଡିସିସିକୁ ୧୮୦ କୋଟି ଟଙ୍କା ପରିଶୋଧ କରିବାର ଥିଲା। ଦୁଇଟି ଚିନି କଳ ଟେରନା ଏବଂ ଥୁଲଜିଆଭଓ୍ୱାନୀ ମଧ୍ୟ ସେହି ବ୍ୟାଙ୍କରୁ ୩୫୨ କୋଟି ଟଙ୍କା ଋଣ ନେଇଥିଲେ। କିନ୍ତୁ କେବଳ କୃଷକଙ୍କଠାରୁ ଋଣ ଅସୁଲ କରିବା ପାଇଁ ବ୍ୟାଙ୍କ ଚାଲ୍ କରିଥିଲା। କ୍ଷମତାଶାଳୀଙ୍କ ଦ୍ୱାରା ନିୟନ୍ତ୍ରିତ କମ୍ପାନୀ କ୍ଷେତ୍ରରେ ନିରୁପାୟ। ଡଡିସିସି ବ୍ୟାଙ୍କର କାର୍ଯ୍ୟକାରୀ ନିର୍ଦ୍ଦେଶକ ବିଜୟ ଘୋଁସେ ପାଟିଲ କହିଲେ , “ ଦୁଇଟିଯାକ  କାରଖାନା ବନ୍ଦ ହୋଇ ଯାଇଛି। ତେଣୁ ସେଠାରେ କିଛି ଗାନ୍ଧିଗିରି କରି ହେବନି। କୌଣସି ମୂଲ୍ୟବାନ ଜମି ମଧ୍ୟ ନାହିଁ ଯାହାକୁ ବ୍ୟାଙ୍କ ସିଜ୍ କରିବ କିମ୍ବା ନିଲାମ କରିବ।”

ଓସମାନାବାଦ ସହରରେ ଥିବା ବ୍ୟାଙ୍କ ମୁଖ୍ୟାଳୟରେ ତାଙ୍କୁ ଭେଟିଥିଲୁ। ସେ ନିଜ ସପକ୍ଷରେ ଯୁକ୍ତି ରଖି ହକିଲେ , “ ଅରୁଣ ଜେଟ୍‌ଲିଙ୍କ ଭାଷଣରୁ ଗାନ୍ଧିଗିରି ପାଇଁ ପ୍ରେରଣା ମିଳିଥିଲା। ଗତ ବଜେଟ ଅଧିବେଶନରେ ଋଣ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଚେତାବନୀ ଦେଇଥିଲେ।”

PHOTO • P. Sainath

ବାମ : ବିଜୟ ଘୋଁସେ ପାଟିଲ , ଓଡିସିସିର ନିର୍ବାହୀ ନିର୍ଦେଶକ , ଓସମାନାବାଦ ସହରରେ ଥିବା ବ୍ୟାଙ୍କ ମୁଖ୍ୟାଳୟରେ ଡାହାଣ : ଲୋହରା ବ୍ଳକର ଜଣେ କୃଷକ ତାଙ୍କ ସମସ୍ୟା ଜଣାଉଛନ୍ତି

ଘୋଁସେ ପାଟିଲ କହିଲେ ,  ‘ ଏହି ଚିଠି ମୁଁ ଡ୍ରାଫ୍ଟ କରିଛି। ଏ ବାବାଦରେ ମୁଁ ଖୁବ୍ ଗମ୍ଭୀର। ମାର୍ଚ୍ଚ ୨୦୧୭ ସୁଦ୍ଧା ୧୫ ପ୍ରତିଶତ ( ମୋଟ ଅଗ୍ରୀମର ) ରୁ କମ୍ ଏନପିଏ ( ନନ୍ ପରଫର୍ମିଙ୍ଗ ଆସେଟ୍‌ସ୍‌ ) ଆଦାୟ କରିବାକୁ ଚାହୁଁଛୁ। ଏଥିପାଇଁ ମୋତେ ବ୍ୟାଙ୍କ ଗୁଡିକୁ ଜୋର ଦେବାକୁ ପଡିବ। ମୋ ପାଖରେ ଅନ୍ୟ ଉପାୟ ନାହିଁ। ସେ ଏହା ସ୍ୱୀକାର କଲେ ଯେ , ବିନା ଆଇନଗତ ପରାମର୍ଶରେ ଏହି ଡ୍ରାଫ୍ଟ ହୋଇଛି ଏବଂ ବ୍ୟାଙ୍କର ନିର୍ଦେଶକ ପରିଷଦକୁ ପ୍ରଦାନ କରାଯାଇଛି।

ଅଧିକାଂଶ ଚିଠିରେ ଅକ୍ଟୋବର ମାସର ତାରିଖ ଥିଲା। କିନ୍ତୁ ଚାଷୀଙ୍କ କହିବା କଥା ନଭେମ୍ବର ୧୫ ପରେ ଆମେ ଚିଠି ପାଇଛୁ। ଅନ୍ୟ ଭାଷାରେ କହିଲେ , ଚିଠି ଗୁଡ଼ିକ ବିମୁଦ୍ରାକରଣ ପରେ ଦିଆଯାଇଛି। ଡିସେମ୍ବର ୨ରେ ମନୋହର ୟେଲୋରଙ୍କ ନାଁରେ ଚିଠି ଆସିଥିଲା। ଲୋହରା ଗାଁର ସେ ଜଣେ କ୍ଷୁଦ୍ର ଚାଷୀ ଥିଲେ। ବ୍ୟାଙ୍କରୁ ୬୮ , ୦୦୦ ଟଙ୍କା ଋଣ ପରିଶୋଧ କରି ନପାରି ସେ ୨୦୧୪ରେ ଆତ୍ମହତ୍ୟା କରିଥିଲେ।

ଆମକୁ ସମସ୍ୟା ଜଣାଇବାକୁ ଓସମାନାବାଦ ଲୋହରା ବ୍ଳକର ନାଗପୁର ଗାଁରେ ବହୁ ଚାଷୀ ଏକାଠି ହେଲେ। ସେମାନେ କହିଲେ , ‘ ଆମେ ଦୋହଲି ଯାଇଛୁ। ଏଭଳି ଅପମାନିତ କଲେ ଆତ୍ମହତ୍ୟା କରିବା ଛଡା ଆମ ପାଖରେ ଅନ୍ୟ କିଛି ଉପାୟ ନାହିଁ। ରାଜ୍ୟ ସରକାରଙ୍କ ହିସାବ ଅନୁସାରେ ମହାରାଷ୍ଟ୍ରର  ଓସମାନାବାଦ ଏବଂ ଯବତମାଲ ଅଞ୍ଚଳରେ ସବୁଠୁ ଅଧିକ ଚାଷୀ ଆତ୍ମହତ୍ୟା କରନ୍ତି। ଦେଶର ଅନ୍ୟ ରାଜ୍ୟଠାରୁ ମହାରାଷ୍ଟ୍ରରେ ଅଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି। ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ଅନୁସାରେ ୧୯୯୫ରୁ ୨୦୧୪ ମଧ୍ୟରେ ମହାରାଷ୍ଟ୍ରରେ ୬୩ , ୦୦୦ରୁ ଅଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି।

ଭିଡିଓ : ନାଗପୁର , ଖେଦ , କସ୍ତି ଏବଂ ଅନ୍ୟ ଗାଁର ଚାଷୀମାନେ ବ୍ୟାଙ୍କ ଦେଇଥିବା ଧମକପୂର୍ଣ୍ଣ ଚିଠି ପ୍ରଦର୍ଶନ କରୁଛନ୍ତି ; ନଭେମ୍ବର ୨୯ , ୨୦୧୬

ଉଭୟ ବ୍ୟାଙ୍କ ଏବଂ ଗ୍ରାହକଙ୍କ ଉପରେ ବିମୁଦ୍ରାକରଣ ମାଡ ପଡିଛି। ଉଭୟଙ୍କର ଆର୍ଥିକ କ୍ଷମତା ସଂକୁଚିତ ହୋଇଯାଇଛି। ସମବାୟ ବ୍ୟାଙ୍କଗୁହିକ ମାତ୍ର ତିନି ଦିନ ପାଇଁ ପୁରୁଣା ନେଟ ବଦଳାଇବାକୁ ଅନୁମତି ପାଇଛନ୍ତି। ଅନ୍ୟ ସମସ୍ତ ବ୍ୟାଙ୍କଗୁଡିକୁ ଏଥିପାଇଁ ନଭେମ୍ବର ୨୯ ପର୍ଯ୍ୟନ୍ତ ଅନୁମତି ରହିଛି। ୩୫୨ କୋଟି ଟଙ୍କା ଋଣରୁ ପଇସାଟିଏ ମଧ୍ୟ ଆଦାୟ ହୋଇନଥିବାରୁ ଓସମାନାବାଦ ଡିଷ୍ଟ୍ରିକ୍ଟ ସେଣ୍ଟ୍ରାଲ କୋ - ଅପରେଟିଭ୍ ବ୍ୟାଙ୍କ ଆଗରୁ ସମସ୍ୟା ଭିତରେ ଥିଲା। ଚାଷୀ କହିଲେ , ‘ ବ୍ୟାଙ୍କ ଆମ ମୁଣ୍ଡରେ ପାହାର ଦେଉଛି। ଆମେତ କିଛି କିଛି ପରିଶୋଧ କରିବାକୁ ଚେଷ୍ଟା କରିଛୁ।

ଆମ ପାଖରେ ଆଦୌ ପଇସା ନାହିଁ। ଚାଷୀ , ଶ୍ରମିକ ଏବଂ ଦୋକାନୀ , ନଭେମ୍ବର ୯ ପରେ ଆାମେ ଦୟନୀୟ ସ୍ଥିତିରେ ବଞ୍ଚିଛୁ। ଏସ . ଏମ୍ . ଗାଓ୍ୱଲେ କହିଲେ , ‘ ପଇସା ନଥିଲେ ଶ୍ରମିକମାନଙ୍କୁ ଖାଇବାକୁ ମିଳିବନି। ଦୋକନରୁ ସଉଦା ଆଣିବାକୁ ତାଙ୍କ ପାଇଁ ଆମେ ମାନି ହେଉଛୁ। ଦୋକାନୀ ତାଙ୍କୁ ବାକି ସୂତ୍ରରେ ସଉଦା ଦେଉଛନ୍ତି।

ଦୋକାନୀମାନେ ମଧ୍ୟ ମହାଜନଠାରୁ ବାକିରେ ଜିନିଷ ଆଣୁଛନ୍ତି। ତେଣୁ ଚାଷୀ , ଶ୍ରମିକ ଏବଂ ଦୋକାନୀ , ସମସ୍ତେ ପିପର୍ଯ୍ୟୟକୁ ଅପେକ୍ଷା କରିଛନ୍ତି।

PHOTO • P. Sainath

ଋଣ ପରିମାଣ ବଢାଇ ଦିଆଯାଇଛି ବୋଲି ନାଗପୁର ଗାଁରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଅଭିଯୋଗ

ଆଉ ଏକ ବଡ ସମସ୍ୟ। କିଛି ବର୍ଷ ପୂର୍ବରୁ ଏହି ବ୍ୟାଙ୍କ ଶସ୍ୟ ଋଣ ଏବଂ ମିଆଦି ଋଣ କୁ ବନ୍ଦ କରିବା ଆରମ୍ଭ  କରି ଚାଷୀମାନେ ନେଇଥିବା ଋଣକୁ ଆଉ ଥରେ ହିସାବ କଲା। କିଛି ବର୍ଷ ଧରି ଓଡିସିସି ଥରକୁ ଥର ଏଭଳି କଲା। ଏହାର ଫଳ ସ୍ୱରୂପ ଚାଷୀ ନେଇଥିବା ଋଣର ପରିମାଣ ଭୟଂକର ଭାବେ ବଢିଗଲା। ଏହା ହେଉଛି ସେହି ବର୍ଦ୍ଧିତ ପରିମାଣ ଯାହା ଚାଷୀଙ୍କୁ ପରିଶୋଧ କରିବାକୁ କୁହାଯାଇଛି। ପ୍ରକୃତରେ ୨୦ , ୦୦୦ ଚାଷୀଙ୍କ ଉପରେ ୧୮୦ କୋଟି ଟଙ୍କାର ଋଣ ଲଦି ଦିଆଯାଇଛି। ଏହାର ମୂଳ ରାଶି ହେଉଛି ୮୦ କୋଟି ଟଙ୍କା।

ଶସ୍ୟ ଋଣ ହେଉଛି ଏକ ସ୍ୱଳ୍ପ ମିଆଦି ଋଣ , ଯାହା ଚାଷୀମାନେ କ୍ୟାସ କ୍ରେଡିଟ୍ ଭାବେ ନେଇଥାନ୍ତି। ଏହା ଚାଷ ଋତୁ ବା ତତକ୍ଷଣାତ କୃଷିକାର୍ଯ୍ୟରେ ବିନିଯୋଗ ହୋଇଥାଏ। ଏଥିରେ ସେମାନେ ବିହନ , ସାର , କୀଟନାଶକ ଆଦି କିଣିଥାନ୍ତି। ଏଥିରୁ ସେମାନେ ମଜୁରୀ ମଧ୍ୟ ଦେଇଥାନ୍ତି। ଯେତିକି ଋଣ ମଞ୍ଜୁର ହୋଇଥାଏ , ତାହା ମଧ୍ୟରୁ ଆବଶ୍ୟକ ସମୟରେ ଚାଷୀ ଟଙ୍କା ଉଠାଇଥାଏ। ସାଧାରଣତଃ ଶଶ୍ୟ ଋଣର ସୁଧ ହାର ୭ ପ୍ରତିଶତରୁ ଅଧିକ ହୋଇ ନଥାଏ। (ଏଥିରୁ ୪ ପ୍ରତିଶତ ରାଜ୍ୟ ସରକାର ବହନ କରିଥାନ୍ତି)। ପ୍ରତିବର୍ଷ ଏହି ଋଣର ନବୀକରଣ ହୋଇଥାଏ।

ଜଳସେଚନ , ଯନ୍ତ୍ରପାତି କିଣିବା ଆଦି କ୍ଷେତ୍ରରେ ନିବେଶ କରିବା ପାଇଁ ମିଆଦି ଋଣ ପ୍ରଦାନ କରାଯାଇଥାଏ। ଏହି ଋଣ ୩ରୁ ୭ ବର୍ଷ ମଧ୍ୟରେ ପରିଶୋଧ କରାଯାଇପାରେ। ଏହି ଋଣର ସୁଧ ( ଚକ୍ରବୃଦ୍ଧି ) ଶସ୍ୟ ଋଣ ସୁଧ ହାରର ଦୁଇ ଗୁଣା ହୋଇପାରେ।

ଆମ ସହ ଥିଲେ ଧନଞ୍ଜୟ କୁଲକର୍ଣ୍ଣି। ସେ ମହାରାଷ୍ଟ୍ର ବ୍ୟାଙ୍କ କର୍ମଚାରୀ ସଂଘର ସାଧାରଣ ସଂପାଦକ। ସେ ଓଡିସିସିର ଚିଠି ପଢି କହିଲେ , “ ଗ୍ରାମବାସୀମାନଙ୍କ ଶଶ୍ୟ ଋଣ ଏବଂ ମିଆଦୀ ଋଣକୁ ମିଶାଇ ଓଡିସିସି ( ଏବଂ ଅନ୍ୟ ବ୍ୟାଙ୍କ ) ଏହାକୁ ନୂଆ ମିଆଦି ଋଣରେ ରୂପାନ୍ତରିତ କରିଛି। ରି - ଫେଜମେଣ୍ଟ ନାଁରେ ଏହି ଋଣ ଉପରେ ଅନ୍ୟ ବ୍ୟାଙ୍କ ଭଳି ଓଡିସିସି ୧୪ ପ୍ରତିଶତ ସୁଧ କଷିଛି। ସହକାରୀ ସମିତି ସ୍ତରରେ ଏଥିରେ ଆଉ ୨ - ୪ ପ୍ରତିଶତ ସୁଧ ଯୋଡା ଯାଇଛି , ଯେଉଁ ସମିତିଗୁଡିକ ମାଧ୍ୟମରେ ଋଣ ପ୍ରଦାନ କରାଯାଇଥାଏ। ଶେଷରେ ଧାରଗ୍ରାହୀ ୧୮ ପ୍ରତିଶତ (ଚକ୍ରବର୍ତ୍ତୀ) ସୁଧ ପରିଶୋଧ କରିଥାଏ।”

୨୦୦୪ ମସିହାରେ ଖେଦ ଗାଁର ଶିବାଜୀରାଓସାହେବ ପାଟିଲ ୧ . ୭୮ ଲକ୍ଷ ଟଙ୍କା ଋଣ ନେଇଥିଲେ। ଇଲେକ୍ଟ୍ରିକ୍ ମୋଟର ଏବଂ ପାଇପ୍ ଲାଇନ୍ କାମ ପାଇଁ ସେ ଟଙ୍କା ନେଇଥିଲେ। ପୂର୍ବ ବର୍ଷ ଗୁଡିକରେ ସେ ୬୦,୦୦୦ ଟଙ୍କା ପରିଶୋଧ କରିଛନ୍ତି। କିନ୍ତୁ ପରେ ରି - ଫେଜ୍ ନାଁରେ ଶସ୍ୟ ଋଣ ମିଆଦି ଋଣକୁ ବ୍ୟାଙ୍କ ମିଶାଇ ଦେଲା। ସେ ରାଗିଯାଇ କହିଲେ , “ ବର୍ତ୍ତମାନ ସେମାନେ କହୁଛନ୍ତି ମୁଁ ୧୩ ଲକ୍ଷ ଟଙ୍କା ନେଇଛି। ତାଙ୍କ ମଧ୍ୟରୁ ଅନେକ ଚାଷୀ ଓଡିସିସିର ନୋଟିସ ସାଙ୍ଗରେ ଆଣିଥିବା ଏକାବେଳେ କହି ଉଠିଲେ।

PHOTO • P. Sainath

ନାଗପୁରର ଜଣେ ଚାଷୀ କ୍ରେଡିଟ୍ କୋ - ଅପରେଟିଭ ସୋସାଇଟିରୁ ନେଇଥିବା ଋଣର କାଗଜପତ୍ର ଦେଖାଇଲେ : ସୋସାଇଟି ସ୍ତରରେ ଆଉ ୨ - ୪ ପ୍ରତିଶତ ସୁଧ ମିଶାଯାଇଥାଏ

ନାଗପୁରର ଜଣେ ପୁରୁଣା ଚାଷୀ ବାବାସାହେବ ବିଠଲରାଓ ଯାଦବ କହିଲେ , ‘ ମାନୁଛୁ ଆମେ ବ୍ୟାଙ୍କ ଟଙ୍କା ନେଇଛୁ। ପରିଶୋଧ ମଧ୍ୟ କରିବୁ। କିନ୍ତୁ ବର୍ତ୍ତମାନ ଦେବାକୁ ଅକ୍ଷମ। ଏବର୍ଷ ଭଲ ବର୍ଷା [ ଅନେକ ବର୍ଷ ପରେ ] ଯୋଗୁ ଖରିଫ ଫସଲ ଭଲ ହୋଇଛି। ଭଲ ରବି ଫସଲ ପାଇଁ ମଧ୍ୟ ଚାଷୀ ଆଶ ବାନ୍ଧିଛି। ତେଣୁ ଆର ବର୍ଷଠାରୁ ଆମେ କିସ୍ତିରେ ପରିଶୋଧ କରିବୁ। ଏ ବର୍ଷ ଋଣ ପରିଶୋଧ କଲେ ଆମେ ମରିଯିବୁ। ରି - ଫେଜମେଣ୍ଟ ଏକ ଜାଲି କାମ , ଏପରିକି ଏହା ବ୍ୟାଙ୍କ ନିୟମକୁ ମଧ୍ୟ ଉଲଂଘନ କରୁଛି। ଋଣ ଟଙ୍କାକୁ ଏହା ଦିଗୁଣ , ଏପରିକି ୪ ଗୁଣ ବି କରି ଦେଇଥାଏ। ସରକାର ଧନୀ ଏବଂ କର୍ପୋରେଟଙ୍କ ଋଣ ଛାଡ଼ କରୁଛନ୍ତି। କିନ୍ତୁ ହତାଶ ଚାଷୀଙ୍କୁ ମରିବାକୁ ଛାଡି ଦେଉଛନ୍ତି।

ଋଣ ପ୍ରଦାନ ଏବଂ ରି - ଫେଜିଙ୍ଗ ସମୟ ଖୁବ ଖରାପ ଥିଲା। ମହାରାଷ୍ଟ୍ରରେ ଯେତେବେଳେ କୃଷି ସଂକଟ ପଡିଥିଲା , ସେହି ସମୟରେ ଋଣ ଦିଆଯାଇଥିଲା। ୧୯୯୮ରୁ ସଂକଟ ଆରମ୍ଭ ହୋଇଥିଲା। ୨୦୦୩ - ୦୪ ବେଳକୁ ଉଛୁଳି ଥିଲା। ୨୦୧୧ ବେଳକୁ ବିସ୍ଫୋରକ ରୂପ ନେଇଥିଲା। ଶିବାଜୀରାଓ କହିଲେ , “ ଚାରି ବର୍ଷ ପାଇଁ ୩୦୦ରୁ ୪୦୦ ଟନ୍ ଅଧିକ ଆଖୁ ଉତ୍ପାଦନ ହୋଇଥିଲା। ମୁଁ ତାକୁ ବିକ୍ରି କରି ପାରିଲିନି। କାରଖାନା ଗୁଡିକରେ ଆଖୁର ବନ୍ୟା। ମୁଁ ପୁଣି ଥରେ ବ୍ୟାଙ୍କ ଦୁଆଳିଆ ହେଲି। ବର୍ତ୍ତମାନ ବ୍ୟାଙ୍କ ମୋ ଉପରେ ବୋଝ ଲଦି ଦେଇଛି। ଆମ ପରିବାରର ୧୫ ଏକର ଜାଗା ( ଜଣ - ଜଳସେଚିତ ) ମୁଁ ବିକି ଦେଇଛି। ତଥାପି ବୋଝରୁ ମୁଳୁଳି ପାରୁନି।

ନଭେମ୍ବର ୮ ପୂର୍ବରୁ ଏହି ଗାଁ ଗୁଡ଼ିକରେ ରବି ଫସଲ ବୁଣା ଯାଇଥିଲା। କିନ୍ତୁ ତା ପରଠାରୁ ବ୍ୟାଙ୍କ କାରବାର ଅଚଳ ହୋଇ ପଡିଲା। ଖରିଫ ଫସଲର ଆଉ ଉଚିତ ମୂଲ୍ୟ ମିଳିଲାନି। ଚାଷୀ କହିଲେ , ଉଚିତ୍ ମୂଲ୍ୟ ପାଇଁ ବେପାରୀ ଆମକୁ ପୁରୁଣା ନୋଟ୍ ଦେବାକୁ ସର୍ତ୍ତ କଲେ।

ବ୍ୟାଙ୍କକୁ ଫେରିବା। ଓଡିସିସି ଦେଇଥିବା ଚିଠିର ପରିଣାମ ସଂପର୍କରେ ଆମେ ଆଲୋନା କରିବାରୁ ବ୍ୟାଙ୍କର ବାତାବରଣ ଖୁବ୍ ଶାନ୍ତ ପଡିଯାଇଥିଲା , ଏପରିକି ନୈରାଶ୍ୟଜନକ ହୋଇଥିଲା।

ନିର୍ବାହୀ ନିର୍ଦ୍ଦେଶକ ଘୋଁସେ ପାଟିଲ ନିଜେ ମଧ୍ୟ ବ୍ୟାଙ୍କ ନୋଟିସ ପାଇଥିଲେ। ଅନ୍ୟ ଏକ ଜିଲ୍ଲାର ସମବାୟ ବ୍ୟାଙ୍କରୁ ନେଇଥିବା ଅଗ୍ରୀମ ପରିଶୋଧ କରି ନଥିବାକୁ ତାଙ୍କୁ ନୋଟିସ ହୋଇଥିଲା। ବ୍ୟାଙ୍କ ଚିଠିର ପରିଣତି କଣ ହେବ ତାକୁ ସେ ଏବଂ ତାଙ୍କର କିଛି ବରିଷ୍ଠ ଅଧିକରୀ ବୁଝିପାରିଲେ। ଯଦି ଚାଷୀ ଆତ୍ମହତ୍ୟା ବଢେ ତାହାଲେ ପରିସ୍ଥିତି କଣ ହେବ ? ଯଦି ବ୍ୟାଙ୍କ ଏହି ଏହି ଚିଠିକୁ ଦାୟୀ କରାଯିବ ତାହାଲେ କଣ ହେବ ? ତଥାପି ଘୋଁସେ ପାଟିଲ କହିଲେ , “ ବ୍ୟାଙ୍କର ଅଂଶବିଶେଷ ହୋଇଥିବାରୁ ଆମ ପାଖରେ ଅନ୍ୟ ଉପାୟ ନାହିଁ। ଆମକୁ ଅସୁଲ ଅଭିଯାନ ଜାରି ରଖିବାକୁ ପଡିବ।

--------- --------

ଓସମାନାବାଦ ଜିଲ୍ଲାରେ ୨୦,୦୦୦ ଚାଷୀଙ୍କୁ ମରାଠୀ ଭାଷାରେ ଲେଖାଯାଇଥିବା ବ୍ୟାଙ୍କ ଚିଠିର ଏହା ଅନୁବାଦିତ ଅଂଶ

ଶୁଭେଛା ,

ଓସମାନାବାଦ ଜିଲ୍ଲା ବ୍ୟାଙ୍କର ଆର୍ଥିକ ସ୍ଥିତି ସଂପର୍କରେ ଆପଣ ନିଶ୍ଚିତ ଅବଗତ ଥିବେ। ବ୍ୟାଙ୍କର ଆର୍ଥିକ ସମସ୍ୟା ସଥିବାରୁ ବ୍ୟାଙ୍କ ଉପରେ ଜମାକାରୀଙ୍କ ଦୃଷ୍ଟି ରହିଛି। ଅନାଦେୟ ଋଣର ପରିମାଣ ବଢିବଢି ଚାଲିଥିବାରୁ ବ୍ୟାଙ୍କ ଲିକୁଇଡିଟି ହରାଇବାର ଆଶଂକା ରହିଛି , ଯାହା ଏବେ ଫସି ରହିଛି। ବ୍ୟାଙ୍କର ସ୍ଥିତିରେ ଉନ୍ନତି ଆଣିବା ପାଇଁ ଅନାଦେୟ ଋଣ ଅସୁଲ କରିବାକୁ ହେବ। ଆପଣଙ୍କ ଉପରେ ଥିବା ବକେୟା ଋଣ ପାଇଁ ଜମାକାରୀମାନେ ଆବଶ୍ୟକ ଅନୁସାରେ ଏବଂ ଯେ କୌଣସି ସମୟରେ ଟଙ୍କା ଉଠାଣ କରିପାରୁ ନାହାନ୍ତି। ଏଥିପାଇଁ ବ୍ୟାଙ୍କ ଉପରେ ଜମାକାରୀମାନେ ଅସନ୍ତୁଷ୍ଟ ଅଛନ୍ତି।

ଯଦି ଟଙ୍କା ଉଠାଇ ନପାରୁଥିବାରୁ ଜମାକାରୀମାନେ  ଆତ୍ମହତ୍ୟା କରନ୍ତି , ସେଥିପାଇଁ ଆପଣ ଦାୟୀ ରହିବେ ଏବଂ ଏହା ଆପଣ ବୁଝିବା ଆବଶ୍ୟକ।

.... ଆପଣଙ୍କ ଉପରେ ପଡିଥିବା ଋଣ ଯୋଗୁଁ ବ୍ୟାଙ୍କ ଆର୍ଥିକ ସଂକଟରେ ପଡିଛି ଏବଂ ଠିକ ଭାବରେ ଏହାର ପରିଚାଳନା ହୋଇପାରୁ ନାହିଁ। ଋଣ ଟଙ୍କା ଆଦାୟ ପାଇଁ ଗାନ୍ଧିଗିରି କରିବାକୁ ବ୍ୟାଙ୍କ ପରିଚାଳନା କମିଟି , ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ସଂଘ ନିଷ୍ପତ୍ତି ନେଇଛନ୍ତି। ଏଥି ପାଇଁ ବ୍ୟାଙ୍କ ଏହି ତିନିଟି କଥାରୁ ଗୋଟିଏ କରିବ। ୧ ) ଆପଣଙ୍କ ଘର ସାମ୍ନାରେ ଏକ ତମ୍ବୁଟାଣି ପ୍ରତିବାଦ କରିବ , ) ବାଜା ବଜାଇବ , ) ଘଣ୍ଟି ପିଟାଯିବ

ଏହା ଆପଣଙ୍କ ସାମାଜିକ ପ୍ରତିଷ୍ଠା ଉପରେ ଆଞ୍ଚ ଆଣିବ। ଏଭଳି ପରିସ୍ଥିତିର ସାମ୍ନା କରିବା ପୂର୍ବରୁ ଆପଣ ତୁରନ୍ତ ୩୦ ଦିନ ମଧ୍ୟରେ ସୁଧ ସହ ଋଣ ପରିଶୋଧ କରି ଦିଅନ୍ତୁ ଏବଂ ରସିଦ ନିଅନ୍ତୁ। ନହେଲେ ଯେଭଳି କୁହାଗଲା , ଅସୁଲକାରୀ ଦଳ ସେଭଳି କରିବେ।

ଆପଣ ବ୍ୟାଙ୍କର ସ୍ଥିତି ସଂପର୍କରେ ଅବଗତ ଥିବାରୁ ଆମେ ଜାଣିଶୁରି ଏହି ଚିଠି ଲେଖୁଛୁ।

ଏହା ନିଃସନ୍ଦେହ ଯେ , ଆପଣ କୌଣସି ଅପ୍ରିତିକର ପରିସ୍ଥିତି ଉପୁଜିବା ପୂର୍ବରୁ ଆପଣ ଆପଣଙ୍କ ଋଣ ପରିଶୋଧ କରିବେ।

ଆପଣଙ୍କ ସହଯୋଗ କାମନା କରୁଛୁ

ଋଣ ସଂପର୍କିତ ତଥ୍ୟ :

ଋଣର ପ୍ରକାର , ମୂଳ : ୧୩୬୩୦୦ , ସୁଧ : ୩୪୮୯୩୦ ମୋଟ : ୪୮୫୨୩୦

[ସମସ୍ତଙ୍କ ଋଣର ପରିମାଣ ସେମାନଙ୍କ ନିଜ ଚିଠିରେ ଉଲ୍ଲେଖ ରହିଛି ]

ଆପଣଙ୍କ ବିଶ୍ୱସ୍ତ ,

ବିଜୟ ଏସ୍ . ଘୋଁଷେ


ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

P. Sainath is Founder Editor of the People's Archive of Rural India. He has been a rural reporter for decades and is the author of 'Everybody Loves a Good Drought'.

Other stories by P. Sainath