ମୁମ୍ବାଇ :  ୯ ମାସ ଧରି ଦେଖାଦେଇଥିବା ମରୁଡ଼ି କାରଣରୁ ଗତବର୍ଷ ତୁଳନାରେ ମହାରାଷ୍ଟ୍ରରେ ମୁଗ ଏବଂ ସୋୟାବିନ ଉତ୍ପାଦନ ଯଥାକ୍ରମେ ୬୧% ଓ ୫୯% ହ୍ରାସ ପାଇବାର ଆଶଙ୍କା ରହିଛି । ବର୍ତ୍ତମାନର ଅଦିନିଆ ବର୍ଷା ଚାଷୀଙ୍କ ପାଇଁ ବିପର୍ଯ୍ୟୟ ଆଣିଥିବା ବେଳେ ପୂର୍ବରୁ ଦେଖାଦେଇଥିବା ମରୁଡ଼ି ରାଜ୍ୟର ପ୍ରମୁଖ ଖରିଫ ଫସଲ ଉତ୍ପାଦନକୁ ପ୍ରଭାବିତ କରିଛି ।

ମରୁଡ଼ି କାରଣରୁ ଜୁନ୍ ଏବଂ ଅକ୍ଟୋବର ୨୦୧୪ ମଧ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଥିଲା ଯାହା ଖରିଫ ଫସଲ (ଜୁନ-ସେପ୍ଟେମ୍ବର ଋତୁ)କୁ ନଷ୍ଟ କରି ଦେଇଥିଲା। ବିଗତ ବର୍ଷଗୁଡ଼ିକ ମଧ୍ୟରେ ଏହା ସବୁଠୁ ଅଧିକ ପ୍ରସାରିତ ମରୁଡ଼ି ହୋଇଥିବା ବେଳେ ଏହାଦ୍ୱାରା ଚାଷ ବ୍ୟାପକ ଭାବେ ନଷ୍ଟ ହୋଇଯାଇଛି । ଖରିଫ ଋତୁରେ ମହାରାଷ୍ଟ୍ରର ଦୁଇ ତୃତୀୟାଂଶ ଗ୍ରାମରେ ପାଖାପାଖି ଅଧାରୁ କମ ଫସଲ ଉତ୍ପାଦିତ ହୋଇଛି ।

ରାଜ୍ୟ ସରକାରଙ୍କ ତଥ୍ୟରୁ ଜଣାପଡ଼ିଛି ଯେ ଖାଦ୍ୟ ଶସ୍ୟ, ମୁଖ୍ୟତଃ ଡାଲିଜାତୀୟ ଫସଲ ଉତ୍ପାଦନ ବ୍ୟାପକ ପରିମାଣରେ ହ୍ରାସ ପାଇଛି ।

ଗତବର୍ଷ ତୁଳନାରେ ହରଡ଼ ଡାଲି ୪୨% ଏବଂ ବିରି ଡାଲି ଉତ୍ପାଦନ ୪୮% ପର୍ଯ୍ୟନ୍ତ ହ୍ରାସ ପାଇବ। ମକା ଭଳି ଆହୁରି କେତେକ ଶସ୍ୟ ଉତ୍ପାଦନ ପ୍ରଭାବିତ ହୋଇଛି, ଏଥିରେ ୫୨% ହ୍ରାସ ଆଶଙ୍କା ରହିଛି। ଖରିଫ ଯଅ ଓ ବାଜରା ଉତ୍ପାଦନ ୩୦% ଏବଂ ମାଣ୍ଡିଆ ଉତ୍ପାଦନ ୨୦% କମିପାରେ ।

ମରୁଡ଼ି ସହାୟତା ପାଇଁ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ ରାଜ୍ୟ କୃଷି ବିଭାଗ ପକ୍ଷରୁ ଏଭଳି ଆକଳନ କରାଯାଇଛି ।

ଅର୍ଥକରୀ ଫସଲ ମଧ୍ୟ ପ୍ରଭାବିତ ହୋଇଥିବା ତଥ୍ୟରେ କୁହାଯାଇଛି । ସୋୟାବିନ ଚାଷ ବ୍ୟତୀତ, କପା ଉତ୍ପାଦନରେ ୨୭% ଏବଂ ଖରିଫ ତୈଳବୀଜ ଉତ୍ପାଦନ ୫୬% ହ୍ରାସ ପାଇଥିବା ଏଥିରେ ଉଲ୍ଲେଖ କରାଯାଇଛି ।

ଆହୁରି ଚିନ୍ତାଜନକ ବିଷୟ ହେଉଛି, ମରୁଡ଼ି କାରଣର ରାଜ୍ୟର ପ୍ରମୁଖ କୃଷି ବଜାରକୁ ଫସଲ ଯୋଗାଣ ପ୍ରଭାବିତ ହୋଇଛି । ରାଜ୍ୟ ସରକାରଙ୍କ ସ୍ମାରକପତ୍ରରେ କୁହାଯାଇଛି, ‘‘ଯେ ଗତବର୍ଷ ତୁଳନାରେ ୨୦୧୪-୧୫ ଫସଲ ଋତୁରେ କୃଷି ଉତ୍ପାଦ ଯୋଗାଣ ପାଖାପାଖି ୫୦% ହ୍ରାସ ପାଇଛି’’ । ଏଥର କୃଷି ବଜାରକୁ ସୋୟାବିନ ୫୦%, ଚିନାବାଦାମ ୬୨% ଏବଂ କପା ଯୋଗାଣ ୪୩% ହ୍ରାସ ପାଇଛି ।

୨୦୧୩ ଏବଂ ଏହାର ପରବର୍ତ୍ତୀ ବର୍ଷ ୨୦୧୪ ସେପ୍ଟେମ୍ବର ଏବଂ ନଭେମ୍ବର ମାସରେ କୃଷି ଉତ୍ପାଦ ବିପଣନ ସମିତିରେ ପହଞ୍ଚିଥିବା ଫସଲ ତୁଳନାରେ ଚଳିତ ବର୍ଷ ଖୁବ୍ କମ ପରିମାଣରେ ଫସଲ ପହଞ୍ଚିଛି ।

ରାଜ୍ୟ କୃଷି ମନ୍ତ୍ରୀ ଏକନାଥ ଖଡ଼ସେ କହିଛନ୍ତି ଫସଲ ଉତ୍ପାଦନ ହ୍ରାସ କାରଣରୁ ଖାଦ୍ୟଶସ୍ୟର ଅଭାବ ଦେଖାଦେବ ନାହିଁ । “ଖରିଫ ଫସଲ ହାନି ୫୦ ପ୍ରତିଶତରୁ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି। କିନ୍ତୁ ଏହାଦ୍ୱାରା ଖାଦ୍ୟ ଶସ୍ୟର ଅଭାବ ଦେଖାଦେବ ନାହିଁ, କାରଣ ଆମେ ଅନ୍ୟ ରାଜ୍ୟରୁ ଖାଦ୍ୟଶସ୍ୟ ଆମଦାନୀ କରିପାରିବୁ,” ସେ କହିଛନ୍ତି ।

ଅନ୍ୟପକ୍ଷରେ ବିଶେଷଜ୍ଞମାନେ କହିଛନ୍ତି ଯେ ରାଜ୍ୟବାସୀ ଦରବୃଦ୍ଧିର ସମ୍ମୁଖୀନ ହୋଇପାରନ୍ତି। ବିଶେଷ କରି ଡାଲିଜାତୀୟ ଫସଲର ମୂଲ୍ୟ ବୃଦ୍ଧି ଆଶଙ୍କା ରହିଛି। “ଡାଲି ଆମଦାନୀ କରାଯାଉଥିବା କାରଣରୁ ଅଭାବ ଦେଖାଦେଲେ ମୂଲ୍ୟ ବୃଦ୍ଧି ପାଇବ। ହରଡ଼ ଡାଲି ଦର କ୍ୱିଣ୍ଟାଲ ପିଛା ୬ହଜାର ଟଙ୍କା ଟପିଲାଣି, ଯାହାକି ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୪୨୦୦ ଟଙ୍କାରୁ ଢେର ଅଧିକ,” କୁହନ୍ତି କୃଷକ ନେତା ବିଜୟ ଜୱାନ୍ଦିଆ ।

ରିପୋର୍ଟ ୩ : ଏହି ସମ୍ବାଦର ମୂଳ ସଂସ୍କରଣ ଟାଇମ୍ସ ଅଫ ଇଣ୍ଡିଆରେ ୧୧ ମାର୍ଚ୍ଚ ୨୦୧୫ରେ ପ୍ରକାଶ ପାଇଥିଲା ।

ଏହି ଶୃଙ୍ଖଳାରେ ଆହୁରି ଅଛି :

ରିପୋର୍ଟ ୧ : ପାଖାପାଖି ୮୦୦୦୦ ବାସହୀନ ବୃଦ୍ଧ ଭୋକିଲା

ରିପୋର୍ଟ ୨ : ମହାରାଷ୍ଟ୍ରରେ ୯୦ ଲକ୍ଷ କୃଷକ ମରୁଡ଼ି ଦ୍ୱାରା ପ୍ରଭାବିତ

ରିପୋର୍ଟ ୪ : ମହାରାଷ୍ଟ୍ରରେ ଚାଷୀ ଆତ୍ମହତ୍ୟା ହାର ୪୦% ବୃଦ୍ଧି

ରିପୋର୍ଟ ୫ : ଚାଷର ତିକ୍ତ ଅନୁଭୂତି : ଯେଉଁଠି ଗ୍ରାମବାସୀଙ୍କୁ ପାତ୍ରରେ ପାଣି ଭରିବା ଲାଗି ଘଣ୍ଟା ଘଣ୍ଟା ମାଟି ଖୋଳିବାକୁ ପଡ଼ୁଛି

ରିପୋର୍ଟ ୬ : ମରୁଡ଼ି ଜନିତ ପଳାୟନ କାରଣରୁ ବୟସ୍କ କୃଷି ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହେଉଛନ୍ତି

ରିପୋର୍ଟ ୭ : ମରୁଡ଼ି ପ୍ରବଣ ମରାଠାୱାଡ଼ାରେ ୪୮ଟି ବୋରୱେଲ ଥିବା ବ୍ୟକ୍ତି

ରିପୋର୍ଟ ୮ : ବ୍ୟାଙ୍କ ଆକାଉଣ୍ଟ ନଥିବାରୁ ମହାରାଷ୍ଟ୍ରର ମରୁଡ଼ି ପ୍ରଭାବିତ ଚାଷୀଙ୍କୁ ମିଳିଲାନି ସହାୟତା

ରିପୋର୍ଟ ୯ : କୃଷି ବୀମା ସପକ୍ଷରେ ମହାରାଷ୍ଟ୍ର ସରକାରଙ୍କ ମତ, ବିରୋଧୀ ଟାଇମ୍ସ ଅଫ ଇଣ୍ଡିଆର ଆତ୍ମହତ୍ୟା ରିପୋର୍ଟ ବିଷୟରେ କଲେ ଉଲ୍ଲେଖ

ରିପୋର୍ଟ ୧୦ : ଅଧ୍ୟୟନ : ଚାଷୀ ନୁହନ୍ତି, ଅଧିକ ଋଣ ହଡ଼ପ କରି ନେଉଛନ୍ତି କୃଷି କର୍ପୋରେଟ

ରିପୋର୍ଟ ୧୧ : ଚାଷୀଙ୍କୁ ୨୫ହଜାର ଟଙ୍କାରୁ କମ ପ୍ରତ୍ୟକ୍ଷ ଋଣ ପ୍ରଦାନ ହାର ୨୩%ରୁ ୪.୩%କୁ ହ୍ରାସ

ରିପୋର୍ଟ ୧୨ : ମହାରାଷ୍ଟ୍ରର ୭୦,୦୦୦ କ୍ଷୁଦ୍ର ନଦୀବନ୍ଧର ମାତ୍ର ୧୨% କ୍ଷମତା ଉପଯୋଗ

ରିପୋର୍ଟ ୧୩ : ଅଦିନିଆ ବର୍ଷା : ମାତ୍ର ତିନି ମାସରେ ମହାରାଷ୍ଟ୍ରର ୬୦୧ ଜଣ ଚାଷୀଙ୍କ ଆତ୍ମହତ୍ୟା

ରିପୋର୍ଟ ୧୪ : ‘ଅଦିନିଆ ବର୍ଷା କାରଣରୁ ମହାରାଷ୍ଟ୍ରର ମାତ୍ର ତିନି ଜଣ ଚାଷୀ କରିଛନ୍ତି ଆତ୍ମହତ୍ୟା’

ରିପୋର୍ଟ ୧୫ : କମ ଚାଷୀ ଆତ୍ମହତ୍ୟା ସପକ୍ଷରେ ରାଜ୍ୟ ସରକାରଙ୍କ ଯୁକ୍ତି : କେବଳ ତିନି ଜଣ ଅଦିନିଆ ବର୍ଷାକୁ ଦାୟୀ କରିଛନ୍ତି

ରିପୋର୍ଟ ୧୬ : ଗୋମାଂସ ନିଷେଧ, କିନ୍ତୁ ସରକାରୀ ଗୋଶାଳାର ଦେଖାମିଳୁନି

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.