ଆମେ ଏହା ଦେଖିଲୁ, କିନ୍ତୁ ବି ଶ୍ୱା ସ କରିପାରିଲୁ ନାହିଁ । ଆମେ ପାଖକୁ ଗଲୁ । କାର୍‌ରୁ ତଳକୁ ଓହ୍ଲେଇଲୁ ଏବଂ ଭଲଭାବରେ ଦେଖିଲୁ । ଏହା ସତ ଥିଲା କିନ୍ତୁ ତଥାପି ଆମେ ବିଶ୍ୱାସ କରି ପାରୁ ନଥିଲୁ । ରତନ ବିଶ୍ୱାସ ପାଖରେ ପାଞ୍ଚ ଖଣ୍ଡ ବାଉଁଶ ଥିଲା , ପ୍ରତ୍ୟେକ ପ୍ରାୟ ୪୦-୪୫ଫୁଟ ଲମ୍ବ, ଯାହା ସମ୍ପୂର୍ଣ୍ଣ ସନ୍ତୁଳନ ସହ ତାଙ୍କ ସାଇକେଲରେ ବନ୍ଧା ଯାଇଥିଲା ।  ଏବଂ ସେ ଏହି ଓଜନକୁ ନିଜ ଗାଁରୁ ୧୭ କିଲୋମିଟର ଦୂର ରାଜଧାନୀ ଅଗରତାଲାର ଏକ ବଜାରକୁ ଟାଣି ଟାଣି ନେଉଥିଲେ । ଯଦି ଏହି ବାଉଁଶର କୌଣସି ଅଗ ପଥର, ଗେଟି କିମ୍ବା ଅନ୍ୟ କିଛି ଜିନିଷରେ ବାଜିଯିବ ତା’ ହେଲେ ସାଇକେଲ, ସାଇକେଲ ଚାଳକ ଓ ବାଉଁଶ – ସବୁକିଛି ତଳେ ପଡ଼ିବ  । ତେବେ ସବୁଠାରୁ ଦୁଃଖର କଥା ହେଉଛି , ବାଉଁଶର ବିଶେଷତ୍ୱ ହେଉଛି ଏହା ଦେଖିବାକୁ ବହୁତ ହାଲକା କିନ୍ତୁ ପ୍ରକୃତରେ ଖୁବ୍ ଭାରୀ । ବାଉଁଶ ପାଞ୍ଚ ଖଣ୍ଡ ଥିଲା କିନ୍ତୁ ଚାରୋଟି ପରି ଦେଖା ଯାଉଥିଲା  କାରଣ ଦୁଇଟି ଏତେ ଟାଇଟ୍ ଭାବରେ ବନ୍ଧା ଯାଇଥିଲା ଯେ ଏହା ଗୋଟିଏ ଭଳି ଦେଖା ଯାଉଥିଲା । ସେଗୁଡ଼ିକର ସମୁଦାୟ ଓଜନ ପାଖାପାଖି ୨୦୦ କେ.ଜି ଥିଲା । ବିଶ୍ୱାସ ବି ଏହା ଜାଣିଥିଲେ । ସେ ଆମମାନଙ୍କ ସହ କଥାବାର୍ତ୍ତା କରି ଖୁସି ହେଉଥିଲେ ଏବଂ ତାଙ୍କର ଏହି ବିଚିତ୍ର ମାଲ୍ ର ଫଟୋ ଉଠାଇବାକୁ ଦେଲେ । ମାତ୍ର ସେ ଆମକୁ ତାଙ୍କ ସାଇକେଲ୍ ଟାଣିବାକୁ ଅନୁମତି ଦେଲେ ନାହିଁ । କାରଣ  ସେ ଏହାର ବିପଦ ଜାଣିଥିଲେ ।

“ମାତ୍ର ପାଞ୍ଚ ଫୁଟ ଲମ୍ବ ସାଇକେଲ ଉପରେ ଆପଣ ଏତେ ଲମ୍ବା ଏବଂ ଏତେ ଓଜନିଆ ବାଉଁଶର ସନ୍ତୁଳନ କିପରି ରଖୁଛନ୍ତି?”  ଏହି ପ୍ରଶ୍ନ ଶୁଣି ସେ ସାମାନ୍ୟ ହସି ଆମକୁ ଏକ ପଟା ଦେଖାଇଲେ ଯାହାକି ବାଉଁଶରେ ତିଆରି ହେଇଥିଲା । ସାଇକେଲର ସାମ୍ନାରେ ଦୁଇଟି ବାଉଁଶ ସିଧା ହୋଇ ରହିଥିଲା। ଏହି ଦୁଇଟିର ତଳ ଅଂଶ ସାଇକେଲର ତଳ ପାଇପ୍ ସହ ଦୃଢ଼ ଭାବରେ ବନ୍ଧା ହୋଇଥିଲା ଏହା ଉପର ସମାନ୍ତରାଳ ପାଇପର ଦୁଇ ପାର୍ଶ୍ଵରେ ପୁଣି ବନ୍ଧା ହୋଇଥିଲା ।  ଏହା ପରେ ସେ ଆଉ ଏକ ବାଉଁଶ ପଟା ଦେଖାଇଲେ ଯାହା ସାଇକେଲର କ୍ୟାରିଅରରେ ବନ୍ଧା ହୋଇଥିଲା ।

Ratan Biswas carries five bamboos, each 40-45 feet in length, balanced on and tied to his bicycle.
PHOTO • P. Sainath

ସେ ଦୁଇଟି ବାଉଁଶକୁ ସାଇକେଲର ସମାନ୍ତରାଳ ପାଇପ୍ ସହ ବାନ୍ଧି ଦେଇଥିଲେ  ଯାହା ସାମ୍ନା ଓ ପଛ ବାଉଁଶ ପଟା ଉପରେ ଭାର ରଖିଥିଲା । ଅନ୍ୟ ବଡ଼ ବାଉଁଶଗୁଡ଼ିକ ସାମ୍ନାରେ ହାଣ୍ଡେଲ୍ ବାର ଉପରେ ଓ ପଛରେ ସିଟ୍ ଉପରେ ଭରା ଦେଇ ରଖାଯାଇଥିଲା  । ଏଗୁଡ଼ିକ ଏପଟ ସେପଟ ନ ହେବା ପାଇଁ ଏସବୁ ସ୍ଥାନରେ ବାଉଁଶକୁ ବନ୍ଧା ଯାଇଥିଲା । ଏହା ଦ୍ୱାରା ରାସ୍ତାରେ ଚାଲିବା ସମୟରେ ବାଉଶଁ ସହଜରେ ହଲି ଦୋହଲି ପାରୁ ନଥିଲା । କିନ୍ତୁ ଏହା ଅଣ୍ଟା ଭଙ୍ଗା ପରିଶ୍ରମର କାମ । କିନ୍ତୁ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଏବଂ ଚାରି ଜଣିଆ ପରିବାରର ଭରଣ ପୋଷଣ ପାଇଁ ବିଶ୍ୱାସ କରୁଥିବା ନାନା ପ୍ରକାର କାମ ମଧ୍ୟରୁ ଏହା ଅନ୍ୟତମ । ସେ କୁହନ୍ତି,” ମୁଁ, ମୋ ପତ୍ନୀ ଏବଂ ଦୁଇ ପୁଅ । ଆମ ଗାଁ ପଶ୍ଚିମ ତ୍ରିପୁରା ଜିଲ୍ଲାର ଜିରାନିଆ ବ୍ଲକରେ । ମୁଁ ଜଣେ ଦିନ ମଜୁରିଆ, ଯେତେବେଳେ କାମ ମିଳେ ନିର୍ମାଣ ଶ୍ରମିକ ଭାବରେ ମଧ୍ୟ କାମ କରେ ।” ନଚେତ୍ ସେ  ଋତୁ ଅନୁସାରେ କୃଷି ଶ୍ରମିକ କିମ୍ବା  କୁଲି ମଧ୍ୟ ହୋଇଯାଆନ୍ତି ।

Less than a fourth of the total length sticks out at the front of the cycle. The huge, main body protrudes from the back of the cycle. We still couldn’t figure out how and why the rear end did not touch the ground. Biswas smiled patiently at our wonder
PHOTO • P. Sainath

ବାଉଁଶର ଏକ ଚତୁର୍ଥାଂଶରୁ କମ୍ ଅଂଶ ସାଇକେଲ୍ ଆଗକୁ ଓହଳି ଥିଲା । ଏହାର ଓଜନିଆ ଏବଂ ଲମ୍ବା ଅଂଶ ସାଇକେଲର ପଛ ଭାଗରେ ଥିଲା । ଆମେ ସେ ପର୍ଯ୍ୟନ୍ତ ବୁଝି ପାରୁ ନଥିଲୁ କେମିତି ଓ କାଡିଁକି ବାଉଁଶର ପଛ ଭାଗ ତଳେ ଲାଗୁ ନଥିଲା । ଆମର ଆଶ୍ଚର୍ଯ୍ୟ ଦେଖି ବିଶ୍ୱାସ ହସୁଥିଲେ ।

ସେ କହିଲେ, “ନାଁ । ମୁଁ ଏହି ବାଉଁଶ ନିଜେ କାଟିନି । ଏହା ଆହୁରି କଷ୍ଟ ହୋଇଥାନ୍ତା।  ଆମ ଗାଁକୁ ଯେଉଁମାନେ ବାଉଁଶ ନେଇ ଆସିଥିଲେ ମୁଁ ସେମାନଙ୍କ ଠାରୁ ଏହା କିଣିଛି । “ଯଦି ଏହି ବାଉଁଶ ଅଗରତାଲା ବଜାରରେ ବିକ୍ରି ହୋଇଯାଏ ତେବେ ତାଙ୍କର ସିଧାସଳଖ ୨୦୦ ଟଙ୍କା ଲାଭ ହେବ । ମୋର ସହଯାତ୍ରୀ ତଥା ତ୍ରିପୁରା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜର୍ଣ୍ଣାଲିଜିମ୍ ଆଣ୍ଡ୍ ମାସ୍ କମ୍ୟୁନିକେସନର ଅଧ୍ୟାପକ ସୁନିଲ୍ କଲାଇ ମୋତେ କହିଥିଲେ , ଅଗରତାଲା ବଜାରକୁ ଯିବା ପାଇଁ ବିଶ୍ୱାସ ଅନ୍ୟ ଛୋଟ ରାସ୍ତା ବାଛି ପାରିଥାନ୍ତା କିନ୍ତୁ ତା’ର ଏହି ଲମ୍ବା ବାଉଁଶ ପାଇଁ ସେହି ରାସ୍ତା ଯଥେଷ୍ଟ ହୋଇ ନଥା’ନ୍ତା । ଆମେ କାର୍‌ରେ ବସି ପରବର୍ତ୍ତୀ ଜିଲ୍ଲା ଅମ୍ବାସା ଆଡ଼କୁ ଗଲୁ । ବିଶ୍ୱାସ ବିପରିତ ଦିଗରେ ଯାଉଥିଲା , ତା’ ସାଇକେଲର ଲମ୍ବା ଲାଞ୍ଜ ତା’ ପଛରେ ହଲି ହଲି ଯାଉଥିଲା ।

Biswas pushes off in the opposite direction, his bicycle's 40-feet tail wagging gently behind him
PHOTO • P. Sainath

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

P. Sainath is Founder Editor of the People's Archive of Rural India. He has been a rural reporter for decades and is the author of 'Everybody Loves a Good Drought'.

Other stories by P. Sainath