html ବିକାଶ ପାଇଁ ଡିନାମାଇଟ୍‌

ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ରାଜମହଲ ପାହାଡ଼ର ପୂର୍ବ ଭାଗ ଦେଖିବାକୁ ମିଳିଥାଏ, ଯାହାକି ପ୍ରାୟ ୫ଶହ ମିଟର ଉଚ୍ଚତାରେ ସମତଳ ଶୀର୍ଷ ଥିବା ପାହାଡ଼ମୁଣ୍ଡିଆ, ଏହା ସମତଳ ଉର୍ବର ଜମି ଉପରେ ପୁରାତନ ଲାଭା ପ୍ରବାହ ଦ୍ୱାରା ସୃଷ୍ଟି ହୋଇଛି। ଏହି ପାହାଡ଼ ବାସଲଟ ପରି ଆଗ୍ନେୟଗିରି ପଥର ଦ୍ୱାରା ନିର୍ମିତ। ବହୁ ପୁରାତନ ସମୟରେ ଏହି ଅଞ୍ଚଳ ହାତୀ, ବାଘ, ଭାଲୁ, ଚିତାବାଘ, ହରିଣ ଏବଂ ନାନା ପ୍ରକାର ଅନ୍ୟ ଜୀବଜନ୍ତୁଙ୍କର ବାସସ୍ଥାନ ଥିଲା। ଏଠାରେ ସେ ସମୟରେ ମଧ୍ୟ ଅନେକ ସାନ୍ତାଳ ଗ୍ରାମ ଥିଲା ଏବେ ମଧ୍ୟ ଅଛି, ମୁଖ୍ୟତଃ ପାହାଡ଼ିଆ ଉଚ୍ଚ ଅଞ୍ଚଳଗୁଡ଼ିକରେ।

ବୀରଭୂମର ନଲହାଟୀ ବ୍ଲକ୍‌ରେ ଥିବା ସମତଳ ଅଞ୍ଚଳରୁ ଉପରକୁ ଉଠିଥିବା ଅନେକ ବାସାଲ ପାହାଡ଼ ମଧ୍ୟରୁ ବୋରୁଡି ପାହାଡ଼ ଅନ୍ୟତମ। ଏହି ପଥରଗୁଡ଼ିକ ରାସ୍ତା ତିଆରି ଏବଂ ରେଲଓ୍ୱେ ସ୍ଲିପର ମଧ୍ୟରେ ବିଛାଇବା ପାଇଁ ବ୍ୟବହାର କରାଯାଏ ଏବଂ ଗୃହ ନିର୍ମାଣ ସାମଗ୍ରୀ ପାଇଁ ଏହାକୁ ଅତ୍ୟନ୍ତ ଛୋଟ ଛୋଟ ଭାବରେ ମଧ୍ୟ ଗୁଣ୍ଡ କରାଯାଏ। ଗତ ୩୦ବର୍ଷ ପର୍ଯ୍ୟନ୍ତ ଏହି ପାହାଡ଼ର ସମତଳ ଉପର ଭାଗରେ ଜଙ୍ଗଲ ଥିଲା କିମ୍ବା ସାନ୍ତାଳମାନଙ୍କ ଦ୍ୱାରା ଚାଷ କରାଯାଉଥିବା ଜମି ଥିଲା। ସେବେଠାରୁ କିନ୍ତୁ ଏହି ପାହାଡ଼ ପଥର ପାଇଁ ଫଟା ଯାଉଛି, ଯାହାକି ଭାରତର ସଡ଼କ ନିର୍ମାଣ ଏବଂ ନିର୍ମାଣ କ୍ଷେତ୍ରରେ ଅଗ୍ରଗତି କାରଣରୁ ଖୁବ୍‌ ଚାହିଦାରେ ଅଛି। ଡିନାମାଇଟ୍‌ ବିସ୍ଫୋରଣରେ ଏହା ଫଟାଯିବା ପରେ ପଥରଗୁଡ଼ିକୁ ନିକଟବର୍ତ୍ତୀ କ୍ରସରଗୁଡ଼ିକରେ ଗୁଣ୍ଡ କରାଯାଏ ଏବଂ ଏହାପରେ ଏହି ଅଞ୍ଚଳ ବାହାରକୁ ପରିବହନ କରାଯାଏ।  

୨୦୧୫ ଏପ୍ରିଲ ମାସର ଏକ ବିସ୍ଫୋରଣ ଦିନର ସାକ୍ଷୀ ଭାବରେ ଏହି ଗସ୍ତ ଆମକୁ ଏହି ପାହାଡ଼ର ପାଦଦେଶରେ ଥିବା ଭବନନ୍ଦପୁର ଗ୍ରାମରୁ ବାରୁଡ଼ି ପାହାଡ଼ର ଉପର ପର୍ଯ୍ୟନ୍ତ ନେଇଯିବ।

PHOTO • Madhusree Mukerjee

ଭବନାନ୍ଦପୁରରୁ ବାରୁଡ଼ି ପାହାଡ଼କୁ ସଡ଼କ, ଯାହାକି ଏହି ଫଟୋରେ ବାମକୁ ଉଠିଥିବାର ଦେଖାଯାଉଛି। କ୍ରମଶଃ ରାସ୍ତା ଡାହାଣ ଆଡ଼କୁ ବଙ୍କାଉଛି ଏବଂ କ୍ରସରଗୁଡ଼ିକର ଗୋଟିଏ ଅଞ୍ଚଳ ଦେଇ ଗତି କରିବା ପରେ ପାହାଡ଼ ଚଢ଼ୁଛି

PHOTO • Madhusree Mukerjee

ଭବନାନ୍ଦପୁରରୁ ପଛର ଦୃଶ୍ୟ, ବୋରୁଡି ପାହାଡ଼କୁ ସଡ଼କର ଡାହାଣରୁ। ଦୂରରେ ପଡିଥିବା ପଥରଗୁଡ଼ିକ ବୋରୁଡ଼ିରୁ ଫଟାଯାଇ ଏଠାରେ ରଖାଯାଇଛି, ପଥର ଚିପ୍ସ ଭାବରେ ଗୁଣ୍ଡ ହେବା ପାଇଁ ଅପେକ୍ଷା କରିଛି

PHOTO • Madhusree Mukerjee

ରାସ୍ତାର ବାମ ପାର୍ଶ୍ୱରୁ ଦୃଶ୍ୟ (ଉପର) ଦର୍ଶାଉଛି ବୋରୁଡ଼ି ଏଠାରୁ ଖନନ କରାଯାଇଥିବା ମାଟି ଦ୍ୱାରା ଚାପଗ୍ରସ୍ତ। ଯାହାକି ଯେଉଁଠି ସମ୍ଭବ ସେଠି ଗଦା କରାଯାଇଛି, ଯାହାଫଳରେ ପାହାଡ଼ ଆବର୍ଜନାର ଗଦା ପରି ଦେଖାଯାଉଛି

PHOTO • Madhusree Mukerjee

ଗୋଟିଏ କ୍ରସରର ନିକଟତମ ଦୃଶ୍ୟ, କନଭେୟର ବେଲ୍ଟ ଯାହାକି ପଥରଗୁଡ଼ିକୁ ଗୋଟିଏ ସେଣ୍ଟ୍ରାଲ ପିଷ୍ଟନକୁ ନେଉଛି, ଯାହାକି ସେଗୁଡ଼ିକୁ ଭାଙ୍ଗିବ। ଶ୍ରମିକମାନଙ୍କୁ ପଥରଗୁଡ଼ିକ ବେଲ୍ଟ ଉପରେ ଗଦା କରିବାକୁ ହେଉଛି; ସେମାନେ ଏହା କରିପାରନ୍ତି ଏବଂ ବେଲ୍ଟରେ ଅଟକି ଯାଇ ନିଜକୁ ମଧ୍ୟ ଗୁଣ୍ଡ କରିପାରନ୍ତି

PHOTO • Madhusree Mukerjee

ଏହି ଶ୍ରମିକମାନେ ସାଧାରଣତଃ ସାନ୍ତାଳ-ପୁରୁଷ, ମହିଳା ଏବଂ କିଶୋର- ଏମାନେ ସେହିସବୁ ଗ୍ରାମର ଯେଉଁଠାରେ ସେମାନଙ୍କର ଜମି ସବୁ ଶିଳ୍ପ ଦ୍ୱାରା ଧ୍ୱଂସ ହୋଇଯାଇଛି। ଅଧିକାଂଶ ସ୍ଥାନୀୟ କିନ୍ତୁ ଅନେକ ମଧ୍ୟ ଝାରଖଣ୍ଡରୁ ଆସିଛନ୍ତି ଯାହାକି ମାତ୍ର କେଇ କିଲୋମିଟର ଦୂରରେ ଏବଂ ତାହା ମଧ୍ୟ ଖଣି ଦ୍ୱାରା ନଷ୍ଟ ହୋଇଛି, ଫଳରେ ସେମାନଙ୍କର କୃଷି ଜୀବିକା ମଧ୍ୟ ଶେଷ ହୋଇଯାଇଛି। ସେମାନେ ଯେଉଁ ପ୍ରୋଟେକ୍ଟିଭ ଗିୟର ପିନ୍ଧୁଛନ୍ତି ତାହା ଅସ୍ଥାୟୀ। ମାଲିକମାନେ କୌଣସି ଜୋତା, ହେଲମେଟ, ମାସ୍କ, ଶୌଚାଳୟ ସୁବିଧା, ପାନୀୟ ଜଳ, ଡାକ୍ତରୀ ସେବା କିମ୍ବା ଦୁର୍ଘଟଣା ପାଇଁ କ୍ଷତିପୂରଣ ପ୍ରଦାନ କରନ୍ତି ନାହିଁ। 

ସାମାଜିକ କର୍ମୀ ଘାସିରାମ ହେମ୍ରମଙ୍କ ଅନୁଯାୟୀ ୨୦୧୬ ଜୁନ୍‌ମାସରେ ଭବନାନ୍ଦପୁର ଗ୍ରାମର ଜଣେ ସାନ୍ତାଳ ମହିଳା ଏହି ରାସ୍ତାରେ ଅତିକ୍ରମ କରୁଥିବା ସମୟରେ ଜଣେ କ୍ରସର ମ୍ୟାନେଜର ସ୍ପଷ୍ଟ ଦିବାଲୋକରେ ତାଙ୍କୁ ଧରି ନେଇଥିଲେ ଏବଂ ତିନିଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା। ସେ ଅଭିଯୋଗ କରିବା ପାଇଁ ମଧ୍ୟ ଭୟ କରିଥିଲେ। 

ରାସ୍ତାର ଏହି ସ୍ଥାନରେ ଯାନଟି କେତେକ ଖଣି କାର୍ଯ୍ୟାଳୟ ଅତିକ୍ରମ କଲା। ଯେଉଁଠାରେ ଫଟୋ ନ ନେବା ପାଇଁ କୁହାଯାଇଥାଏ। ଏହି ଅଞ୍ଚଳ ଜଣେ ଖଣି ‘‘ମାଫିଆ’’ଙ୍କ ଦ୍ୱାରା ନିୟନ୍ତ୍ରିତ। ଯିଏକି ବାହାରୁ କ୍ୟାମେରା ସହ ଆସିଥିବା ଲୋକମାନଙ୍କ ସହ ହିଂସାତ୍ମକ ଭାବରେ ବ୍ୟବହାର କରନ୍ତି। ତେଣୁ ପରବର୍ତ୍ତୀ ଫଟୋ ବୋରୁଡ଼ି ପାହାଡ଼ ଉପରେ ଥିବା ପ୍ରଥମ ଗ୍ରାମ ଚନ୍ଦନନଗରରୁ ଭବନନ୍ଦପୁରକୁ ପଛ କରି ନିଆଯାଇଛି।

PHOTO • Madhusree Mukerjee

ଉପରୋକ୍ତ ଛବିର ତଳ ଭାଗରେ ଗୋଟିଏ ଖଣିର ତୀକ୍ଷ୍ଣ ପ୍ରାଚୀର। ଦୂରରୁ ଉଠିଥିବା ଧୂଳିଗୁଡ଼ିକ ଆମେ ସାଙ୍ଗେ ସାଙ୍ଗେ ଦେଖିଥିବା କ୍ରସରଗୁଡ଼ିକରୁ ଉଠୁଛି

PHOTO • Madhusree Mukerjee

ପଥର ଏବଂ ମାଟିର ଗଦା ଅଧିକ ଚାପଗ୍ରସ୍ତ, ଯେଉଁଠି ସମ୍ଭବ ସେଠି ଗଦା କରାଯାଇଛି। ଏଗୁଡ଼ିକ ଏକଦା କ୍ଷେତ ଥିଲା। ପୂର୍ବ ରାତିରେ ବର୍ଷା ହୋଇଥିଲା। ତେଣୁ ଧୂଳି ସ୍ୱାଭାବିକଠାରୁ କମ୍‌ ଅଛି

PHOTO • Madhusree Mukerjee

ଚନ୍ଦନନଗର ଗ୍ରାମ ଏକ ଦ୍ୱୀପ, ଏହା ଏକ ଖଣି ଦ୍ୱାରା ଘେରେଇ ହୋଇ ରହିଛି। ଚାରିପଟେ ରାସ୍ତା-ଯାହାକି ମୁଁ ଏହି ଫଟୋ ନେବା ବେଳେ ମୋ ପଛରେ ରହିଛି-ଏବଂ କ୍ରସରଗୁଡ଼ି ଅନ୍ୟ ପାର୍ଶ୍ୱରେ ରହିଛି।  ପାଖାପାଖି ୬୬ଟି ପରିବାର ଏଠାରେ ବାସ କରୁଛନ୍ତି

ଏହି ଗ୍ରାମରେ ଛଅ ଜଣ ‘‘ଟିବି’’ ରୋଗୀ ଅଛନ୍ତି, କାରଣ ଏହି ଅଞ୍ଚଳ ଡାକ୍ତରମାନେ ସିଲିକୋସିସକୁ ଯକ୍ଷ୍ମା ଭାବରେ ଚିହ୍ନଟ କରନ୍ତି। କଳାଜ୍ୱର ଏବଂ ଜଣ୍ଡିସ ଏଠାରେ ମଧ୍ୟ ଖୁବ୍‌ ସାଧାରଣ। ଆଶ୍ଚର୍ଯ୍ୟଜନକ ଭାବରେ ମୁଁ ଗୋଟିଏ ଶୁଆ ଜାତୀୟ ଚଢ଼େଇ ରାବ ଶୁଣିପାରିଲି ଯିଏକି ପାହାଡ଼ ଉପରେ ବାକିଥିବା କିଛି ‘‘ସବୁଜ’’ ସ୍ଥାନରେ ଆଶ୍ରୟ ନେଇଥିଲା। 

PHOTO • Madhusree Mukerjee

ରାସ୍ତାର ଅନ୍ୟ ମୁଣ୍ଡରୁ ଏକ ଦୃଶ୍ୟ ଯାହାକି ଏହି ଫଟୋଗ୍ରାଫରେ ଦେଖାଯାଉଛି ଠିକ୍‌ ଏହାର ଉପରେ

PHOTO • Madhusree Mukerjee

ଚନ୍ଦନନଗରରେ ପରିବା କିଆରୀ। ବାଡ଼ ମଧ୍ୟରେ ଥିବା ଗଛଗୁଡ଼ିକ ବାଇଗଣ ପରି ମନେ ହେଉଛି।

PHOTO • Madhusree Mukerjee

ଚନ୍ଦନନଗରର ପବିତ୍ର ଜଙ୍ଗଲରୁ ଦୃଶ୍ୟ। ଯେଉଁଠାରେ ଏକଦା ଧାର୍ମିକ ଉତ୍ସବ ଅନୁଷ୍ଠିତ ହେଉଥିଲା। ପ୍ରାଥମିକ ବିଦ୍ୟାଳୟ ଏହି ଫଟୋର ବାମରେ ଅଛି ଯାହାକି କ୍ରସରଗୁଡ଼ିକ ପାଖରେ ଅଛି। ଶବ୍ଦ ନିରନ୍ତର ଏବଂ କାନ ବଧିରା କରିଦେଉଛି। ଏହି ଫଟୋରେ ସୂକ୍ଷ୍ମ ଭାବରେ ଗୁଣ୍ଡ କରାଯାଇଥିବା ପଥରର ଗଦା ଦେଖାଯାଉଛି ଯାହାକି ସିମେଣ୍ଟ ସହ ମିଶାଯାଇ ଦୃଢ଼ ନିର୍ମାଣ ସାମଗ୍ରୀ ହେବ। ପରିଣାମ ସ୍ୱରୂପ ରିଏଲ ଇଷ୍ଟେଟ୍‌ ଡେଭଲପରମାନଙ୍କର ଏହି ଶିଳ୍ପରେ ଗଭୀର ଆଗ୍ରହ ରହିଛି 

PHOTO • Madhusree Mukerjee

କ୍ଷେତର ଗୋଟିଏ ପାର୍ଶ୍ୱର ଦୃଶ୍ୟ। ମୁଁ ଧୂଳି ଭୟରେ କ୍ଷେତକୁ ପାଦ ବଢ଼ାଇବା ପାଇଁ ସାହାସ କରିପାରିଲି ନାହିଁ କିନ୍ତୁ ମୁଁ ମଧ୍ୟ ସାଙ୍ଗେ ସାଙ୍ଗେ କାଶିବା ଆରମ୍ଭ କଲି

PHOTO • Madhusree Mukerjee

ଚନ୍ଦନନଗରର ରାସ୍ତାକଡ଼ରେ ପିଲାମାନେ ଛିଡ଼ା ହୋଇଛନ୍ତି। ପ୍ରଚ୍ଛଦପଟରେ ଗଦା ପଛରେ ଦୁଇଟି ଛୋଟ ତାଳଗଛ ଅଣନିଶ୍ୱାସି ହୋଇଯାଉଛନ୍ତି, ସେଠାରେ ଗୋଟିଏ ଖଣି ଅଛି। ଖଣି ଏବଂ ଗ୍ରାମ ମଝିରେ ଥିବା ରାସ୍ତା ଯାହାକି ପଥରଗଦା ମଝିରେ ଦେଖାଯାଉଛି, ପଥର ବୋଝେଇ ଟ୍ରକଗୁଡ଼ିକ ସାରାଦିନ ଅତିକ୍ରମ କରିଥାନ୍ତି

PHOTO • Madhusree Mukerjee

ପାରନ ମାଡି ଦିନେ ଯାହା ତାଙ୍କ ପରିବାର କ୍ଷେତ ଥିଲା ତ’ ଆଗରେ ଛିଡ଼ା ହୋଇଛନ୍ତି, ଏହା ପ୍ରାୟ ୧୦୦ ବିଘା (ପ୍ରାୟ ୩୩ ଏକର)। ମାଫିଆମାନେ ନିଜ ଇଚ୍ଛାରେ ଏହା ଖୋଳିବା ଆରମ୍ଭ କଲେ ଏବଂ ଯେତେବେଳେ ତାଙ୍କ ଭାଇ ଅଭିଯୋଗ କଲା ସେମାନେ ତାଙ୍କ ବାପାଙ୍କୁ କହିଲେ, ‘‘ତୁମେ କ’ଣ ଚାହଁ, ତମ ଜମି ନା ତମ ପୁଅ? ଆମେ ତୁମକୁ ଗୋଟିଏ ଦେବୁ’’। ପରିବାର କୌଣସି କ୍ଷତିପୂରଣ ପାଇଲା ନାହିଁ

PHOTO • Madhusree Mukerjee

ପାରନ ମାଡି ଏବଂ ଅନ୍ୟମାନଙ୍କ ଜମି-ଯାହାକି ବର୍ତ୍ତମାନ ୧୦୦ମିଟର ଅଧିକ ଗଭୀରର ଖଣି ହୋଇଛି । ଉପର ଡାହାଣ କୋଣରେ ଦେଖାଯାଉଥିବା ରାସ୍ତା ଆରପଟେ ସେମିତି ଏକ ଖଣି ଅଛି

ବୋରୁଡି ଏସବୁ ଖଣିଗୁଡ଼ିକ ଦ୍ୱାରା ଏପରି ଗାତ ହୋଇଗଲାଣି ଯେ ପାହାଡ଼ ବର୍ତ୍ତମାନ ଏକ ଭିତରେ ଭାଗ ଭାଗ କରାଯାଇଥିବା କାର୍ଡବୋର୍ଡ ବାକ୍ସ ଭଳି ଦେଖାଯାଉଛି, ଯେମିତି କାର୍ଡବୋର୍ଡ ବାକ୍ସ ଆମେ ଗ୍ଲାସ୍‌ ସେଟ୍‌ କିଣିବା ବେଳେ ପାଇଥାଉ, ଭାଗ ଭାଗ ହୋଇଥିବା ଧାରଗୁଡ଼ିକ ରାସ୍ତା ଭାବରେ କାର୍ଯ୍ୟ କରୁଛି। ଆମେ ଏହି ରାସ୍ତା ଦେଇ ଲୋଖନାମରା ଗ୍ରାମକୁ ଯିବୁ। ଯାହାକି ସମାନ ଭାବରେ ଗଭୀର ହୋଇଥିବା ଚାରୋଟି ଖଣିର ମଧ୍ୟ ଭାଗରେ ରହିଛି। ବୋରୁଡ଼ି ପାହାଡ଼ର ଉପରେ ଥିବା ଗ୍ରାମ ଏବଂ ରାସ୍ତାଗୁଡ଼ିକର ସ୍ତର ଯାହାକି ଏକଦା ସ୍ୱାଭାବିକ, ଅଧିକାଂଶ ସମତଳ, ବର୍ତ୍ତମାନ ସାରା ଭାରତରେ ରାସ୍ତା ଏବଂ ମଲ ନିର୍ମାଣ କରୁଛି।

PHOTO • Madhusree Mukerjee

ଲୋଖନାମରାକୁ ଯିବା ରାସ୍ତାରେ ଏହି ଫଟୋଗ୍ରାଫରେ ଡାହାଣରେ ଖଣି ମୁଣ୍ଡିଆସହିତ

ଘାସିରାମ ହେମ୍ରମ କୁହନ୍ତି କେବଳ ଗତବର୍ଷରେ ଚନ୍ଦନନଗର ଏବଂ ଲୋଖନାମରାର ଛଅଜଣ ଖଣି ଭିତରକୁ ଖସିପଡ଼ି ମୃତ୍ୟୁବରଣ କରିଥିଲେ। କେତେଜଣ କାହା ପାଇଁ ନିଜର ଗତି ଧିମା କରୁନଥିବା ଟ୍ରକ ପାଇଁ ରାସ୍ତା ଛାଡ଼ିବାକୁ ଯାଇ ଖସିପଡ଼ିଥିଲେ, ଏସବୁ ଟ୍ରକ୍‌ରେ ହେଡ୍‌ଲାଇଟ୍‌ ନାହିଁ କିମ୍ବା କୌଣସି ନମ୍ବର ପ୍ଲେଟ ନାହିଁ।

PHOTO • Madhusree Mukerjee

ଲୋଖନାମରାର ସବୁ ସୀମାରେ ଖଣି ଅଛି। ଏହି ଗ୍ରାମରେ ୫୦ଟି ପରିବାର ଅଛି ଏବଂ ଆମେ ଯାଇନଥିବା ଆଉ ଗୋଟିଏ ଗାଁ’ରେ ୧୦୦ଟି ପରିବାର ଅଛି। ଲୋଖନାମରାରେ ସମୁଦାୟ ୧୨ଜଣ ‘‘ଟିବି’’ ରୋଗୀ ଅଛନ୍ତି କିନ୍ତୁ ସବୁ ସମୟରେ ଖଣି ଭିତରେ ଖସିପଡ଼ିବାର ବିପଦ ଅଛି

PHOTO • Madhusree Mukerjee

ଲୋଖନାମରାରେ ଲୁଗା ଶୁଖୁଛି

PHOTO • Madhusree Mukerjee

ଖଣି କୁଡ଼ିଆ ପର୍ଯ୍ୟନ୍ତ କଟାଯାଇଛି ଯେଉଁଠାରେ ମୁଁ ଏହି ଫଟୋ ନେବା ପାଇଁ ଠିଆ ହୋଇଛି। ବାସିନ୍ଦାମାନେ ସୁରକ୍ଷା ପାଇଁ ଗୋଟିଏ ଦୁର୍ବଳ ଟିଣ ବାଡ଼ ଦେଇଛନ୍ତି

PHOTO • Madhusree Mukerjee

ବାଡ଼ ଦେଇ ସିଧା ତଳକୁ ଦେଖିବା

PHOTO • Madhusree Mukerjee

ପଛରେ ଚନ୍ଦନନଗରର ଦିଗବଳୟ। ନିକଟରେ ହୋଇଥିବା ବର୍ଷା ପତ୍ର ଉପରୁ ଧୂଳି ସଫା କରିଦେଇଛି

PHOTO • Madhusree Mukerjee

ଲୋଖନାମରାରୁ ଆଉ କିଛି ଦୃଶ୍ୟ। ଏହି ଫଟୋଗ୍ରାଫର ମଧ୍ୟ ଭାଗରେ ଥିବା ଗଛଗୁଡ଼ିକ ଗ୍ରାମର ଶ୍ମଶାନ ଭାବରେ ବ୍ୟବହୃତ ହେଉଥିବା ସ୍ଥାନରେ ଉଠିଛି

PHOTO • Madhusree Mukerjee

ଲୋଖନାମରା ଗ୍ରାମର ଶ୍ମଶାନ, ଯାହାକୁ କୌଣସି କାରଣ ପାଇଁ ଖଣି ମାଲିକମାନେ ଛାଡ଼ି ଦେଇଛନ୍ତି। ଏହା ଲୋଖନାମରାର କୁଡ଼ିଆଗୁଡ଼ିକ ଡାହାଣରେ ଏକ ପରିତ୍ୟକ୍ତ ଖଣି ଦ୍ୱାରା ଅଲଗା ହୋଇଯାଇଛି, ଯେଉଁଠାରେ ପାଣି ଜମା ହୋଇ ରହିଛି। ଯେହେତୁ ଏହି ଗାତ ୧୦୦ମିଟର କିମ୍ବା ଏହାଠାରୁ ଅଧିକ ଗଭୀର କେହି ଏହି ସମାଧିଗୁଡ଼ିକୁ ଆସନ୍ତି ନାହିଁ। ଗ୍ରାମବାସୀମାନଙ୍କର ମୃତକମାନଙ୍କୁ ପୋତିବା ପାଇଁ କୌଣସି ସ୍ଥାନ ମଧ୍ୟ ନାହିଁ- ଧାର୍ମିକ ଅନୁଷ୍ଠାନ କରିବା ପାଇଁ ପବିତ୍ର ଜଙ୍ଗଲ କଥା ଛାଡ଼ି ଦିଅନ୍ତୁ 

PHOTO • Madhusree Mukerjee

ଲୋଖନାମରାର ପୁରୁଷମାନେ ଖଣି ମାଲିକଙ୍କଠାରୁ ଯଥେଷ୍ଟ ପାଉଣା ପାଉଛନ୍ତି, ମୋଟର ସାଇକେଲ, ସ୍ମାର୍ଟଫୋନ୍‌ ଏବଂ ମଦ ପାଇଁ, କିନ୍ତୁ ଆଶା ଦେବା ପାଇଁ ଯଥେଷ୍ଟ କିଛି ପାଉନାହାଁନ୍ତି। ଏହା ମଧ୍ୟାହ୍ନ ସମୟ କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ମଦ ନିଶାରେ କିମ୍ବା ହାଲିଆ

ଏହି ଲୋଖନାମରା ଗ୍ରାମରେ ମାତ୍ର ୫୦ଟି ପରିବାର, କିନ୍ତୁ ୩୦ଜଣ ବିଧବା ଅଛନ୍ତି। ସେମାନଙ୍କ ସ୍ୱାମୀମାନେ ମଦ ଯୋଗୁଁ, ଖଣିରେ ଖସିପଡ଼ି କିମ୍ବା ରୋଗରୁ ମୃତ୍ୟୁବରଣ କରିଛନ୍ତି। ଅଳ୍ପ କେଇଜଣ ମହିଳା ଦେଖାଯାଉଛନ୍ତି: ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜନିଜର ପରିବାର ପୋଷଣ ପାଇଁ କ୍ରସରଗୁଡ଼ିକରେ କାମ କରନ୍ତି।

ଏହି ସ୍ଥାନରେ ଆମେ କେତେଜଣ ପୁରୁଷ ଲୋକଙ୍କୁ ଭେଟିଲୁ। ଯେଉଁମାନେ କ୍ରୋଧରେ ଆମକୁ ପଚାରିଲେ ଆମେ ସେଠି କ’ଣ କରୁଛୁ, ତେଣୁ ଆମେ ଫେରିଲୁ ସେହି ସମାନ ରାସ୍ତାରେ।

PHOTO • Madhusree Mukerjee

ରାସ୍ତାର ଦୃଶ୍ୟ, ଏଥର ଚନ୍ଦନନଗରକୁ ଫେରିବା ରାସ୍ତାରେ, ଗୋଟିଏ ଛକରୁ ଯେମିତି ଦେଖାଯାଉଛି। ଏହାର ଅନ୍ୟ ପାର୍ଶ୍ୱରେ ମଧ୍ୟ ଖଣି ଅଛି। ଏହି ଫଟୋରେ ଥିବା ଖଣି ପରିତ୍ୟକ୍ତ, ତେଣୁ ବର୍ଷାପାଣି ଏବଂ ସମ୍ଭବତଃ କେଉଁଆଡ଼ୁ ଆସିଥିବା ବର୍ଜ୍ୟପାଣି ଏହାକୁ ଆଂଶିକ ଭାବରେ ପୂରଣ କରିଛି। ଏହି ପାଣି ଏତେ ଗଭୀରରେ ଅଛି ଯେ କୌଣସି ଗ୍ରାମବାସୀ ଏହାକୁ ବ୍ୟବହାର କରିପାରିବେ ନାହିଁ

PHOTO • Madhusree Mukerjee

ଭବନନ୍ଦପୁର କ୍ରସର ଅଞ୍ଚଳ ନିକଟରେ ପୁଣି ଥରେ, ଏଠାରେ ଅଟକିବା ନିରାପଦ ନୁହେଁ  ଖଣି ମାଫିଆଙ୍କ କାରଣରୁ, ଏବଂ ମୁଁ କେବଳ ଗାଡ଼ିର ଝରକା ଭିତରୁ ହିଁ ଫଟୋ ନେଇପାରିବି

PHOTO • Madhusree Mukerjee

କେତେଜଣ ଶ୍ରମିକ ଏତେ ଛୋଟ, ସେମାନେ ଛୋଟ ପିଲା ହୋଇପାରନ୍ତି

PHOTO • Madhusree Mukerjee

ଆମେ ଏହି ସ୍ଥାନରେ ଭବନନ୍ଦପୁରରେ ପ୍ରବେଶ କଲୁ, ଯାହାକି ଖଣି ଏବଂ କ୍ରସର ଅଞ୍ଚଳ ପରେ ରହିଛି, ଏବଂ ଯାହାକି ଏକଦା ବୋରୁଡ଼ି ପାହାଡ଼ ଥିଲା ତାହାକୁ ପଛରେ ଛାଡ଼ି ଆସିଛୁ। ଆମେ କ୍ଷେତ, ନଳକୂପ, ଛେଳି ଏବଂ ପିଲାମାନଙ୍କୁ ଅତିକ୍ରମ କଲୁ-ସାଧାରଣ ପୂର୍ବ ଭାରତୀୟ ଗ୍ରାମାଞ୍ଚଳ ପରି। ଖୁବ୍‌ଶୀଘ୍ର ମୃତ୍ୟୁର ପାହାଡ଼ ଆମଠାରୁ ଢ଼େର ଦୂରରେ ଏବଂ ଦୃଷ୍ଟି ପରିସର ବାହାରେ ରହିଯିବ, ଯେପରିକି ଆମେ ବାସ କରୁଥିବା ଏବଂ କିଣାକିଣି କରୁଥିବା ନଭଶ୍ଚୁମ୍ବି ଏବଂ ଭାରତର ଚମକଦାର ଭବିଷ୍ୟତ ଆଡ଼କୁ ଆମେ ଦୌଡୁଥିବା ଚାରି-ଲେନ୍‌ ବିଶିଷ୍ଟ ରାଜପଥଗୁଡ଼ିକର ବାସ୍ତବତା ଦ୍ୱାରା ବ୍ୟସ୍ତ ହେବାର ଆବଶ୍ୟକତା ରହିବ ନାହିଁ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Madhusree Mukerjee

Madhusree Mukerjee is a journalist and the author of 'Churchill's Secret War: The British Empire and the Ravaging of India during World War II' and 'The Land of Naked People: Encounters with Stone Age Islanders'. She is also a physicist and has served on the board of editors of 'Scientific American' magazine.

Other stories by Madhusree Mukerjee