କଟାରିଆ ଗ୍ରାମର ଜଣେ ତନ୍ତୀ ଅବଦୁଲ ସତ୍ତାର ଅନସାରୀ କହନ୍ତି "ବାଙ୍କା ଦୁଇଟି ଜିନିଷ ପାଇଁ ପ୍ରସିଦ୍ଧ , ଅମରପୁରର ଗୁଡ ଏବଂ କଟାରିଆର ରେଶମ ବସ୍ତ୍ର । ଉଭୟର ଉତ୍ପାଦନ ବର୍ତମାନ କ୍ରମେ ହ୍ରାସ ପାଉଛି ।

ଅମରପୁର ବ୍ଲକର ବାଲିକିତା ଗ୍ରାମ କଟାରିଆ ଠାରୁ ପ୍ରାୟ ତିନି କିଲୋମିଟର ଦୂର । ଏହି ସହର ତଳେ ଗୁଡ଼ କାରଖାନାକୁ ଖୋଜି ବାହାର କରିବା  କଷ୍ଟକର ନୁହେଁ । ରନ୍ଧା ହେଉଥିବା ଗୁଡର ତୀବ୍ର ଗନ୍ଧ ଏହି ସ୍ଥାନର ମାନଚିତ୍ର ପରି କାମ ଦିଏ ।

ରାଜେଶ କୁମାର କହନ୍ତି , ତାଙ୍କର ପିତା ସାଧୁଚରଣ କାପ୍ତିଙ୍କ କହିବା ଅନୁଯାୟୀ ବିହାରର ବାଙ୍କା ଜିଲ୍ଲାରେ ଏହି କାରଖାନା ପ୍ରାୟ ୪୦ ବର୍ଷ ପୂର୍ବେ ସ୍ଥାପିତ ହୋଇଥିଲେ । ଏହା ଏକ ଛୋଟ କାରଖାନା। ୧୨/୧୫ ଜଣ ଶ୍ରମିକ ଏଠାରେ କାମ କରନ୍ତି । ସେମାନେ ଦିନ ୧୦ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାମ କରି ଦୈନିକ ୨୦୦ ଟଙ୍କା ରୋଜଗାର କରନ୍ତି । କାରଖାନାଟି ପ୍ରତିବର୍ଷ ଅକ୍ଟୋବର ମାସଠାରୁ ଫେବୃଆରୀ ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିଥାଏ । ଡ଼ିସେମ୍ବର ଏବଂ ଜାନୁଆରୀ, ଏହି ଦୁଇ ମାସ ସର୍ବୋଚ୍ଚ ଉତ୍ପାଦନର ସମୟ।

PHOTO • Shreya Katyayini

ଏହି କାରଖାନାର ମାଲିକ ରାଜେଶ କୁମାର କହନ୍ତି - "ଅମରପୁରରେ ଏବେ ୧୦-୧୨ ଟି ଗୁଡ଼ କାରଖାନା ଅଛି କିନ୍ତୁ ୧୫ ବର୍ଷ ପୂର୍ବେ ସେଠାରୁ ୧୦୦ ରୁ ଅଧିକ ଥିଲା। ଏଠାରେ ଅଧିକାଂଶ ଶ୍ରମିକ ପଡୋଶୀ ଗ୍ରାମ ବାଲିକିତା, ବାଜା, ଭାରକୋ, ବଇଦା ଚକ ଏବଂ ଗୋରଗାମାରୁ ଆସିଥାନ୍ତି"

PHOTO • Shreya Katyayini

ଏହି କାରଖାନାରେ ଥିବା ଆଖୁ ପେଡା କଳଟି ଅପରାହ୍ନ ୪ ଟା ସୁଦ୍ଧା ବନ୍ଦ ହୁଏ। ତେଣୁ ଆଖୁରସରୁ ଗୁଡ଼ ବାହାର କରିବା ପାଇଁ ଯଥେଷ୍ଟ ସମୟ ଥାଏ ।କୁମାର କହନ୍ତି  - " ଏହି କଳଟି କାରଖାନା ଆରମ୍ଭ ହେବ ଦିନଠାରୁ ଅଛି । କଳ ପଛପଟେ ଖୋଳା ଯାଇଥିବା ବଡ ଗର୍ତ୍ତରେ ରସ ସଂଗୃହିତ ହୁଏ

PHOTO • Shreya Katyayini

୬୦ ବର୍ଷ ବୟସ୍କ ବୃଦ୍ଧ ଅଶୋକ ଲାଲ ମଣ୍ଡଳ ଏକ ୪ ଫୁଟ ଗଭୀର ଗର୍ତ୍ତରୁ ଆଖୁର ରସକୁ ସଂଗ୍ରହ କରନ୍ତି । ତାପରେ ସେ ସଂଗୃହିତ ଟିଣଗୁଡିକୁ କାରଖାନାର ଅପର ପାର୍ଶ୍ୱରେ ଥିବା ରନ୍ଧନ ପାତ୍ର ପାଖକୁ ନିଅନ୍ତି। ମଣ୍ଡଳ କହନ୍ତି - " ମୁ କୋଲକାତାରେ  ଏକ କମାର ଥିଲି । ବର୍ତ୍ତମାନ ବୁଢା ହୋଇଗଲିଣି । ତେଣୁ ମୁଁ ଗ୍ରାମକୁ ଫେରି ଆସି ଏଠାରେ ତିନି ବର୍ଷ ହେଲା କାମ କରୁଛି । ଏହିଭଳି ମୋ ବୟସର ଅନେକ ବ୍ୟକ୍ତି ଗ୍ରାମରେ ଥିବା ସେମାନଙ୍କର ପରିବାରଙ୍କ ପାଖକୁ ଫେରି ଆସିଛନ୍ତି

PHOTO • Shreya Katyayini

କ୍ଲାନ୍ତ ଦେଖାଯାଉଥିବା ମଣ୍ଡଳ କହନ୍ତି - "ରସ ଥିବା ଗର୍ତ୍ତରୁ ରନ୍ଧା ଯାଉଥିବା ଗର୍ତ୍ତ ପର୍ଯ୍ୟନ୍ତ ଆଖୁରସ ବୋହିକରି ନେବା ଆଜିର ମୋର ଶେଷ କାର୍ଯ୍ୟ । ଆମ ଉପରେ ନ୍ୟସ୍ତ କାର୍ଯ୍ୟକୁ ଆମେ ମଧ୍ୟ ଅଦଳ ବଦଳ କରିଥାଉ । ଆଜି ଦିନର ପ୍ରଥମ ଭାଗରେ ମୁଁ ଆଖୁ ଗୁଡିକ ଗାଡ଼ିରୁ ଖଲାସ କରିଥିଲି "

PHOTO • Shreya Katyayini

ଶୁଖିଲା ଆଖୁ ଖଦାଗୁଡିକ ଗୁଡ଼ ରାନ୍ଧିବା ପାଇଁ ଜାଳ ରୂପେ ବ୍ୟବହୃତ ହୁଏ । ୪୫ ବର୍ଷ ବୟସ୍କ ରାଜେନ୍ଦ୍ର ପାଶୱାନ ନିୟମିତ ଭାବେ ସେ ଖଦାକୁ ନିଆଁରେ ପକାଇଥାନ୍ତି। ସେ କହନ୍ତି - "କାରଖାନା ମାଲିକଙ୍କର ନିଜର ଆଖୁଚାଷ କ୍ଷେତ୍ର ଅଛି। “ସେଥିପାଇଁ’’ କାରଖାନାଟି ଏ ପର୍ଯ୍ୟନ୍ତ ଚାଲିଛି ।" କାରଖାନାର ମାଲିକ ରାଜେଶ କୁମାର କହନ୍ତି - "ଆଖୁଚାଷ ସେହି ଅଞ୍ଚଳରେ ଏକ ଲାଭଦାୟକ ବ୍ୟବସାୟ ହେଉ ନଥିବାରୁ ଅନ୍ୟ କାରଖାନା ଗୁଡିକ ବନ୍ଦ ହୋଇଗଲାଣି "

PHOTO • Shreya Katyayini

ଏହି କାରଖାନାରେ ତିନିଗୋଟି ରନ୍ଧନ ପାତ୍ର ଅଛି । ପ୍ରଥମ ପାତ୍ରରେ ଆଖୁରସ ରନ୍ଧାଯାଏ । ଯେତବେଳେ ତାହା ଫୁଟି ଫୁଟି ଲାଲ ବର୍ଣ୍ଣ ହୋଇଯାଏ, ତାହାକୁ ଦ୍ଵିତୀୟ ପାତ୍ରକୁ ନିଆଯାଏ । ସେଠାରେ ପୁନଃ ରନ୍ଧାଯାଇ ଲୁହା ଜାଲିଚଟୁ ଦ୍ୱାରା ଅଵ୍ୟଵହାର୍ଯ୍ୟ ପଦାର୍ଥକୁ ବାହାର କରି ଦିଆଯାଏ । ତାପରେ ତାକୁ ତୃତୀୟ ପାତ୍ରକୁ ଢଳାଯାଏ ଏବଂ ଗୁଡ ପ୍ରସ୍ତୁତ ହୁଏ

PHOTO • Shreya Katyayini

ଶ୍ରମିକମାନେ ସେହି ଅଠାଳିଆ ତରଳ ଗୁଡ଼କୁ ଦଉଡ଼ିରେ ବନ୍ଧାଯାଇଥିବା ଧାତବ ପାତ୍ର ଦ୍ୱାରା ଗୋଟିଏ ଗର୍ତ୍ତରୁ ଅନ୍ୟ ଗର୍ତ୍ତକୁ ସ୍ଥାନାନ୍ତର କରିଥାନ୍ତି

PHOTO • Shreya Katyayini

ସମ୍ପୂର୍ଣରୂପେ ସିଦ୍ଧ ହୋଇଥିବା ଅଠାଳିଆ ଗୁଡ଼ ରସକୁ ସାନ ସାନ ପଥର ପାତ୍ରରେ ଥଣ୍ଡା କରାଯାଏ । ସୁବୋଧ ପୋଦ୍ଦାର (ଦକ୍ଷିଣ) ସେହି ସୁଵର୍ଣ୍ଣ ରଙ୍ଗଗୁଡ଼କୁ ଟିଣ ପାତ୍ରରେ ଢାଳନ୍ତି। ସେ କହନ୍ତି, "ମୁଁ ଜଣେ କୃଷକ କିନ୍ତୁ କାରଖାନା ମାଲିକ ଆମ (ବାଲିକିତା) ଗ୍ରାମର ଏବଂ ବର୍ତ୍ତମାନ ଶ୍ରମିକ ଅଭାବ ହେତୁ ମତେ ଆସିବାକୁ କହିଥିଲେ"

PHOTO • Shreya Katyayini

ରାମଚନ୍ଦ୍ର ଯାଦବ କହନ୍ତି, "ମୁଁ ଗୁଡ଼ର ଘନତ୍ଵକୁ ଯାଞ୍ଚ କରେ ତାପରେ ପାତ୍ରକୁ ସିଲ କରେ ।ପ୍ରାୟ ଦୁଇ କିଲୋମିଟର ଦୂର ବାଜା ଗ୍ରାମରୁ ସେ କାରଖାନାକୁ ଆସନ୍ତି। ବର୍ତ୍ତମାନ ଅକାମି ହୋଇଥିବା ଅନେକ କାରଖାନାରେ ସେ ପୂର୍ବରୁ କାର୍ଯ୍ୟ କରୁଥିଲେ ।ସେ କହନ୍ତି, "ଏବେ ଆଖୁ କ୍ଵଚିତ ମିଳୁଛି । ସେହି କାରଣରୁ କାରଖାନା ସବୁ ବନ୍ଦ ହେଉଛି"

PHOTO • Shreya Katyayini

ସନ୍ଧ୍ୟା କିମ୍ବା ସାନ୍ଧ୍ୟକାଳିନ ସମୟ ନିକଟ ହେଲେ କାରଖାନା ବନ୍ଦ ହୁଏ। ବାଜା ଗ୍ରାମର ୩୮ ବର୍ଷୀୟ ସୁଭାଷ ଯାଦବ ନିକଟସ୍ଥ କ୍ଷେତ୍ରରେ ଅବଶିଷ୍ଟ ରହିଥିବା ଆଖୁ ଗୁଡିକ ସଂଗ୍ରହ କରି ତାଙ୍କର ବଳଦ ଗାଡ଼ିରେ ନେଇଆସନ୍ତି । ସେ କହନ୍ତି, "ମୁଁ ଏହି ପରିବହନ କାର୍ଯ୍ୟ ବହୁ ବର୍ଷ ଧରି କରିଆସୁଛି"

PHOTO • Shreya Katyayini

ଶ୍ରମିକମାନେ ବଳଦ ଗାଡି ଆସିବା ଅପେକ୍ଷାରେ ଥାନ୍ତି ଏବଂ ପହଂଚିବା ସଙ୍ଗେ ସଙ୍ଗେ ଆଖୁ ସବୁ ଗାଡ଼ିରୁ ଓଲ୍ହାଇ ଦିଅନ୍ତି । ସେ କାମ ଶେଷ ହେବାପରେ ସେମାନେ ନିଜର ଗ୍ରାମକୁ ଫେରିଯାଆନ୍ତି

PHOTO • Shreya Katyayini

ଏହି ଅବସରରେ ଦୁଇଟି ଗାଈ ରସୁଆଳ ଆଖୁକୁ ଆନନ୍ଦରେ ଚୋବାଉଥାନ୍ତି। ସେ ପଶୁ ଗୁଡିକ କାରଖାନାର ମାଲିକଙ୍କର ତେଣୁ ସେମାନଙ୍କୁ ସେହି ସ୍ୱାଧୀନତା ମିଳିଥାଏ

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Shreya Katyayini

Shreya Katyayini is a Video Coordinator at the People's Archive of Rural India, and a photographer and filmmaker. She completed a master's degree in Media and Cultural Studies from the Tata Institute of Social Sciences, Mumbai, in early 2016.

Other stories by Shreya Katyayini