ସେ ଶ୍ରଦ୍ଧାର ସହ ନିଜର କର୍ମଶାଳାକୁ କୁରିଞ୍ଜି କୁହନ୍ତି- ଏହାର ଅନ୍ୟାନ୍ୟ ଅର୍ଥ ମଧ୍ୟରେ ଗୋଟିଏ ଶବ୍ଦ ତାମିଲ ସଙ୍ଗମ୍ସାହିତ୍ୟରେ ଏକ ପାର୍ବତ୍ୟ ଭୂମିକୁ ବର୍ଣ୍ଣନା କରିଛି । ପି.ଆର୍. ବାଲା କୁହନ୍ତି,‘‘ମୁଁ ମୋ ୟୁନିଟ୍କୁ କୁରିଞ୍ଜି କୁହେ କାରଣ ବାଉଁଶ ଏଇଠି ବଢ଼େ ।’’ ସେ ୨୨ ବର୍ଷ ହେବ ବାଉଁଶ ଝୁଡ଼ି, ଚଟେଇ, ଚେୟାର୍, ଝାଡ଼ୁ ଏବଂ ପରଦା ତିଆରି କରୁଛନ୍ତି ।








