ବିହାରର ସହର୍ସ ଜିଲ୍ଲାର ଖାଲୁଆ ଜମିଗୁଡ଼ିକରେ ଲୋକମାନେ ଖରାଦିନିଆ ଧାନ ବା ଗରମ ଧାନ ଚାଷ କରିବା ଦ୍ୱାରା ସେମାନଙ୍କ ଚାଷକୁ ନିୟମିତ ବନ୍ୟା ସହ ଖାପ ଖୁଆଇ ନେଲେଣି। ଏହି ଫସଲ ପାରମ୍ପରିକ ଭାବରେ ଖାଲ ଜମି, ନଦୀପଠା ଏବଂ ତ୍ରିକୋଣଭୂମିଗୁଡ଼ିକରେ ଚାଷ କରାଯାଏ ଯେଉଁଠାରେ ମୌସୁମୀ ସମୟରେ ପାଣି ଜମି ରୁହେ ଏବଂ ତାହା ନିଷ୍କାସିତ ହୋଇପାରିବ ନାହିଁ।
ବନ୍ଧ ନିର୍ମାଣ ପରେ ସେମାନଙ୍କର ବନ୍ୟା ପ୍ଳାବିତ ଜମିଗୁଡ଼ିକୁ ଉତ୍ପାଦନଶୀଳ ଭାବରେ ଉପଯୋଗ କରିବା ପାଇଁ କୃଷକମାନେ ଖରାଦିନିଆ ଧାନକୁ ଚୟନ କରିଛନ୍ତି, କାରଣ ଏହା ଅଧିକ ଅମଳ ଦିଏ। ଗରମ ଧାନ ଫେବୃଆରୀ ଆଖପାଖରେ ବୁଣାଯାଏ ଏବଂ ମେ ମାସରେ ଅମଳ ହୁଏ। ଏହା ସୁନିଶ୍ଚିତ କରେ ଯେ ଖାଦ୍ୟ ଶସ୍ୟ ଏବଂ ନଗଦ ଅର୍ଥ କାମ ନଥିବା ସମୟରେ ସେମାନଙ୍କ ଘରେ ନିୟମିତ ଭାବରେ ଉପଲବ୍ଧ ହେବା ସୁନିଶ୍ଚିତ କରାଏ।
![](/media/images/02-PARI_2_living-with-floods_spc-SPC-Living_w.width-1440.jpg)
୪୫ ବର୍ଷ ବୟସ୍କା ଲକ୍ଷ୍ମୀ ବିନୋଦଜୀଙ୍କ କ୍ଷେତରେ ଖରାଦିନେ କାମ କରୁଛନ୍ତି । ସେ ଗୋଟିଏ ସପ୍ତାହ ପାଣି ଜମିଥିବା ଅଞ୍ଚଳରୁ ଦଳ ସଫା କରିବାରେ କଟାଇ ସାରିଲେଣି ଏବଂ ଗୋଟିଏ ଅଧାଦିନର କାମ ପାଇଁ ଟ. ୬୦ ପାଇଛନ୍ତି। ସେ କୁହନ୍ତି ବେଳେ ବେଳେ ସେ ମନେ କରନ୍ତି ଏହା ମୂଲ୍ୟହୀନ, କାରଣ ଗୋଟିଏ ମାସ ମଧ୍ୟରେ ଏହି ସମସ୍ତ ଉଦ୍ୟମ ନଷ୍ଟ ହୋଇଯାଇଛି
![](/media/images/03-PARI_3_living-with-floods_spc-SPC-Living_w.width-1440.jpg)
ସହର୍ସର ଅନେକ ଅଂଶ ସ୍ଥାୟୀ ଭାବରେ ଜଳ ପ୍ଳାବିତ, ଏହାଦ୍ୱାରା ସାରା ବର୍ଷ ଅଧିକ ପରିମାଣରେ ଦଳ ହୋଇଥାଏ
![](/media/images/04-PARI_6_living-with-floods_spc.jpg-SPC-Livi.width-1440.jpg)
ବିନୋଦ ଯାଦବ ବର୍ଷା, ନଦୀ ଏବଂ ବନ୍ୟା ସମ୍ପର୍କରେ ଆମ ସହ ଖୁବ୍ ସହଜ ଭାବରେ କଥା ହେଲେ। ସେ କହିଲେ ଏସବୁ ଆସେ ଓ ଯାଏ ଏବଂ ଆମର ଦିନଗୁଡ଼ିକ ପାଣି ଆଖପାଖରେ ପୁନଃ ବ୍ୟବସ୍ଥିତ ହେବାକୁ ହେବ
ଏଠାରେ ନିର୍ମିତ ହୋଇଥିବା ଚଳଚ୍ଚିତ୍ର ୨୦୧୫ ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଏଠାରେ ସୁଟିଂ ହୋଇଥିଲା। ଏହା ସାୟାନ୍ତନି ପାଲଚୌଧୁରୀଙ୍କ ୨୦୧୫ ପରି ଫେଲୋସିପ୍ର ଅଂଶ ଭାବରେ ନିର୍ମିତ ହୋଇଥିଲା।
କ୍ୟାମେରା ଏବଂ ସମ୍ପାଦନ ସମ୍ବିତ ଦତ୍ତଚୌଧୁରୀଙ୍କ ଦ୍ୱାରା, ସେ ଜଣେ ଆତ୍ମ-ଶିକ୍ଷିତ ସିନେମାଟୋଗ୍ରାଫର ଏବଂ ସମ୍ପାଦକ। ଗତ ଦୁଇବର୍ଷ ହେବ ସେ କୃଷି, ଜନସ୍ୱାସ୍ଥ୍ୟ ଏବଂ ଶିକ୍ଷା ସମ୍ପର୍କିତ କାହାଣୀଗୁଡ଼ିକରେ କାର୍ଯ୍ୟ କରିବାକୁ ସହଯୋଗ କରୁଛନ୍ତି।
ଅନୁବାଦ: ଓଡ଼ିଶାଲାଇଭ୍