ଆର୍‌.ବନଜା କହିଥିଲେ, ‘‘ଏହା କେବେ ବି ୧୦୦ ଦିନ ନୁହେଁ, ଏ ବର୍ଷ ଏପର୍ଯ୍ୟନ୍ତ ମାତ୍ର ୫୦ ଦିନ । ସେ ପ୍ରାୟ ୧୮ଜଣ ମହିଳା ଓ ୨-୩ଜଣ ପୁରୁଷଙ୍କ ସହିତ ବଙ୍ଗଳାମେଦୁପଡ଼ାର ଭେଲିକାଥନ ମାରମ (ଶମି) ଗଛର ସାମାନ୍ୟ ଛାଇରେ ତଳେ ବସିଥିଲେ। ସେମାନେ ୨୦୧୯ ଡିସେମ୍ବର ମାସର ଗୋଟିଏ ସକାଳରେ ସେମାନଙ୍କର ପାରିଶ୍ରମିକ ବିଷୟରେ ଚିନ୍ତା କରି ନୁର-ନାଲ ଭେଲାଇ (ଶହେ ଦିନର କାମ) ବିଷୟରେ ଆଲୋଚନା କରୁଥିଲେ । ସେମାନେ ତାମିଲରେ ଏମ୍‌ଜିଏନ୍‌ଆର୍‌ଇଜିଏ କାମକୁ ଏହା କହିଥାନ୍ତି । ବନଜାଙ୍କ ବୟସ ପ୍ରାୟ ୨୦ ଏବଂ ସେ ଏହି ପଡ଼ାର ୩୫ଟି ଇରୁଲା ପରିବାରର ଅଧିକାଂଶ ପ୍ରାପ୍ତ ବୟସ୍କଙ୍କ ପରି ଜଣେ ଦିନ ମଜୁରିଆ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି ।

ତାମିଲନାଡୁର ତିରୁବଲୁର ଜିଲ୍ଲାର ତିରୁତାନି ବ୍ଲକ୍‌ର ଚେରୁକାନ୍ନୁର ପଞ୍ଚାୟତର ଅଂଶ ଥିବା ଏହି ପଡ଼ାର ପୁରୁଷମାନେ ସାଧାରଣ ଅଣ-ଏନ୍‌ଆର୍‌ଇଜିଏ କାମ କରନ୍ତି । ସେମାନେ ଚାଷ ଜମି କଡ଼ରେ କେନାଲ ଖୋଳନ୍ତି, ଆମ୍ବ ବଗିଚାରେ ପାଣି ଦିଅନ୍ତି, ନିର୍ମାଣ ସ୍ଥାନରେ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି, ମଞ୍ଚ ପ୍ରସ୍ତୁତି, କାଗଜ ମଣ୍ଡ, ଜାଳେଣି ଏବଂ ଅନ୍ୟାନ୍ୟ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିବା ଶାବୁକୁ (ଝାଉଁ) ଗଛ କାଟନ୍ତି । ଗୋଟିଏ ଦିନର କାମ ସାଧାରଣତଃ ସେମାନଙ୍କୁ ଟ. ୩୦୦ ଦେଇଥାଏ ।

କିନ୍ତୁ ଏ ସମସ୍ତ କାମଗୁଡ଼ିକ ହେଉଛି ଋତୁକାଳୀନ ଏବଂ ଅନିଶ୍ଚିତ। ମୌସୁମୀ ସମୟରେ ଲଗାତାର କେଇଦିନ ଧରି ଯେତେବେଳେ ସେମାନେ କୌଣସି କାମ ନ ପାଆନ୍ତି ସେତେବେଳେ ତାମିଲନାଡୁର ନିର୍ଦ୍ଦିଷ୍ଟ ଭାବରେ ଦୁର୍ବଳ ଆଦିବାସୀ ଗୋଷ୍ଠୀ ଭାବରେ ତାଲିକାଭୁକ୍ତ ଇରୁଲାମାନେ ଆଦୌ କୌଣସି ରୋଜଗାର ବିନା ଚଳନ୍ତି ଏବଂ  ଖାଇବା ପାଇଁ ନିକଟସ୍ଥ ଜଙ୍ଗଲରେ ଛୋଟ ଜୀବଜନ୍ତୁ ଶୀକାର କରନ୍ତି କିମ୍ବା ସେମାନଙ୍କ ଭୋଜନରେ ଯୋଗ କରିବା ପାଇଁ ଫଳ କିମ୍ବା କନ୍ଦା ଖୋଜନ୍ତି । (ଦେଖନ୍ତୁ ବଙ୍ଗଲାମେଦୁରେ ପୋତାଧନ ଖନନ ଏବଂ ବଙ୍ଗଲାମେଦୁରେ ମୂଷାମାନଙ୍କ ସହିତ ଏକ ଭିନ୍ନ ରାସ୍ତାରେ ).

ଏବଂ ମହିଳାମାନଙ୍କ ପାଇଁ ବିତରଣ ହେଉଥିବା ସେହି କାମଗୁଡ଼ିକ ମଧ୍ୟ କଦବା କ୍ୱଚିତ ଉପଲବ୍ଧ। ବେଳେ ବେଳେ ସେମାନେ ଜାନୁଆରୀ- ଫେବୃଆରୀରୁ ପ୍ରାୟ ମେ-ଜୁନ୍‌ ପର୍ଯ୍ୟନ୍ତ ସେମାନଙ୍କର ସ୍ୱାମୀମାନଙ୍କ ସହ ନିକଟସ୍ଥ ଇଟାଭାଟିରେ କାମ କରନ୍ତି। କିନ୍ତୁ ଏହି କାମ ଅନିୟମିତ। ଏବଂ ଜଣେ ପତି-ପତ୍ନୀ ଯୋଡ଼ି ସାରା ଋତୁରେ ଅତିବେଶୀରେ ଟ. ୬,୦୦୦ ଆୟ କରନ୍ତି ।

'Where are the jobs for women?' asked S. Sumathi; here she is standing at water absorption pits dug on a dried lake bed, and a few tree saplings planted as part of MGNREGA water conservation projects in Cherukkanur panchayat
PHOTO • Smitha Tumuluru
'Where are the jobs for women?' asked S. Sumathi; here she is standing at water absorption pits dug on a dried lake bed, and a few tree saplings planted as part of MGNREGA water conservation projects in Cherukkanur panchayat
PHOTO • Smitha Tumuluru

ଏସ୍‌ ସୁମତି ପଚାରନ୍ତି, ‘ମହିଳାମାନଙ୍କ ପାଇଁ କାମ କାହିଁ ?’ ଏଠାରେ ସେ ଗୋଟିଏ ଶୁଖିଲା ହ୍ରଦ ଶଯ୍ୟାରେ ଖୋଳା ଯାଇଥିବା ଜଳ ଶୋଷଣ କୁଣ୍ଡଗୁଡ଼ିକ ନିକଟରେ ଛିଡ଼ା ହୋଇଛନ୍ତି ଏବଂ ଚେରୁକାନ୍ନୁର ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏ ଜଳ ସଂରକ୍ଷଣ ପରି ଯୋଜନାର ଅଂଶ ଭାବରେ ସେଗୁଡ଼ିକରେ କେତୋଟି ଚାରା ଗଛ ରୋପଣ କରାଯାଇଛି


ବେଳେ ବେଳେ ମହିଳାମାନେ ଦିନକୁ ଟ. ୧୧୦-୧୨୦ରେ ଚିନାବାଦାମ ଫସଲ ଉପାଡ଼ନ୍ତି କିମ୍ବା ସେମାନଙ୍କ ସ୍ୱାମୀମାନଙ୍କ ସହ ଚିନାବାଦାମ ଅଲଗା କରନ୍ତି ଏବଂ ସେଗୁଡ଼ିକୁ ପ୍ୟାକିଂ କରନ୍ତି – ଏଥିପାଇଁ ଯୋଡ଼ି ଭାବରେ ସେମାନେ ଟ. ୪୦୦-୪୫୦ ପାଆନ୍ତି। କିନ୍ତୁ ଏହି କାମ ମଧ୍ୟ ଖୁବ୍‌ ବିରଳ ।

ମୋଟାମୋଟି କହିବାକୁ ଗଲେ ମଜୁରୀ କାମ ପାଇଁ ମହିଳାମାନେ ଅଧିକରୁ ଅଧିକ ଏମ୍‌ଜିଏନ୍‌ଆର୍‌ଇଜିଏ ଉପରେ ନିର୍ଭର କରନ୍ତି ।

ସ୍ୱାମୀ କେ.ଶ୍ରୀରାମୁଲୁ, ୩୬ଙ୍କ ସହିତ ଛପର ମାଟିଘରେ ରହୁଥିବା ବନଜାଙ୍କ ପଡ଼ୋଶୀ ଏସ୍‌ ସୁମତି, ୨୮ ପଚାରନ୍ତି, ‘‘ମହିଳାଙ୍କ ପାଇଁ କାମ କାହିଁ ? ନୁର ନାଲ ଭେଲାଇ ହେଉଛି ଆମର ଏକମାତ୍ର କାମ’’ । ତାଙ୍କ ସ୍ୱାମୀ ଜଣେ ଦିନ ମଜୁରିଆ ଶ୍ରମିକ ଭାବରେ କାମ କରନ୍ତି ।

ଏମ୍‌ଜିଏନ୍‌ଆର୍‌ଇଜିଏ , ବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଆଇନ, ୨୦୦୫ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ଗୋଟିଏ ବର୍ଷରେ ଅତିକମ୍‌ରେ ୧୦୦ଦିନର କାମ ସୁନିଶ୍ଚିତ କରିଥାଏ ।

ମାରମ (ଶମି) ଗଛ ତଳେ ବସିଥିବା ଗୋଷ୍ଠୀ ନାଁ ହିସାବ କଲେ ଏବଂ ମୋତେ କହିଲେ ଯେ, ବଙ୍ଗଲାମେଦୁର ୩୫ଟି ପରିବାର ମଧ୍ୟରୁ ୨୫ଜଣ ମହିଳା (ଏବଂ ୨ଜଣ ପୁରୁଷ)ଙ୍କର ଏନ୍‌ଆର୍‌ଇଜିଏ ଜବ୍‌ କାର୍ଡ ଅଛି । ସୁମତି କହିଲେ, ‘‘ସେମାନେ ଆମକୁ ଏରି ଭେଲାଇ [ହ୍ରଦ କାମ] ପାଇଁ ଡାକନ୍ତି।’’ ସେ ଏସବୁ କାମ ପାଇଁ ସ୍ଥାନୀୟ ଶବ୍ଦ ବ୍ୟବହାର କରିଥିଲେ-ମୁଖ୍ୟତଃ କେନାଲ ଏବଂ ନାଳ ଖୋଳିବା, ଶୁଖିଲା ହ୍ରଦ ଶଯ୍ୟାରୁ ଗଛ ସଫା କରିବା କିମ୍ବା ବେଳେବେଳେ ରାସ୍ତାକଡ଼ରେ ଚାରାଗଛ ରୋପଣ କରିବା ।

କିନ୍ତୁ ଏମଜିଏନଆରଇଜିଏ କାମ ମଧ୍ୟ ଅନିୟମିତ ଏବଂ ସେଥିପାଇଁ ଆୟ ମଧ୍ୟ। ଚେରୁକାନୁର ପଞ୍ଚାୟତ ପାଇଁ ତଥ୍ୟ ଏହା ଦର୍ଶାଉଛି ଯେ ଗତ ତିନି ବର୍ଷ ମଧ୍ୟରେ କାର୍ଯ୍ୟ ଦିବସଗୁଡ଼ିକର ହାରାହାରି ସଂଖ୍ୟା କ୍ରମଶଃ କମ୍‌ ହେବାରେ ଲାଗିଛି, ବଙ୍ଗଲାମେଦୁର ଲୋକମାନେ ଜାଣନ୍ତି ନାହିଁ କାହିଁକି, କିନ୍ତୁ ମନେକରନ୍ତୁ ଏହା ପଞ୍ଚାୟତ ଦ୍ୱାରା କମ୍ ସଂଖ୍ୟକ ନୂତନ ପ୍ରକଳ୍ପ ଆରମ୍ଭ ହେବା କାରଣରୁ ହୋଇଥାଇପାରେ। ୨୦୧୯-୨୦୨୦ (ଆର୍ଥିକ ବର୍ଷ)ରେ ଏହା ପରିବାର ପିଛା ମାତ୍ର ୪୯.୨୨ ଦିବସ ଥିଲା, ତଥ୍ୟରୁ ଜଣାପଡ଼ିଛି ଏହା ୨୦୧୬-୧୭ର ୯୩.୪୮ଠାରୁ କମ୍‌ ଥିଲା।
Left: The women of Bangalamedu, an Irular colony in Cherukkanur  panchayat, discuss MGNREGA wages. Right: S Sumathi with her job card. The attendance and wage details on most of the job cards in this hamlet don't tally with the workers’ estimates
PHOTO • Smitha Tumuluru
Left: The women of Bangalamedu, an Irular colony in Cherukkanur  panchayat, discuss MGNREGA wages. Right: S Sumathi with her job card. The attendance and wage details on most of the job cards in this hamlet don't tally with the workers’ estimates
PHOTO • Smitha Tumuluru

ବାମ: ବଙ୍ଗଲାମେଦୁର ମହିଳାମାନେ, ଚେରୁକାନୁର ପଞ୍ଚାୟତର ଏକ ଇରୁଲା ବସ୍ତି, ଏମଜିଏନଆରଇଜିଏ ମଜୁରୀ ଆଲୋଚନା କରୁଛନ୍ତି। ଡାହାଣ: ଏସ୍ ସୁମତିଙ୍କ ଜବ୍‌ କାର୍ଡ; ଏହି ପଡ଼ାର ଅଧିକାଂଶ କାର୍ଡରେ ଉପସ୍ଥାନ ଏବଂ ମଜୁରୀ ବିବରଣୀ ଶ୍ରମିକମାନଙ୍କ ଆକଳନ ସହିତ ଖାପ ଖାଉନାହିଁ


ବନଜା କହିଥିଲେ, ‘‘ବର୍ଷେ ପୂର୍ବରୁ ଆମେ ୮୦-୯୦ ଦିନ ମଧ୍ୟ କାମ କରିଥିଲୁ। ଏବେ ଆଉ ସେମିତି ନାହିଁ।’’ ତାଙ୍କ ପରିବାର- ତାଙ୍କ ସ୍ୱାମୀ ଆର୍‌. ଜନସନ୍‌, ୨୧ ଏବଂ ସେମାନଙ୍କର ୩ ବର୍ଷର ପୁଅ ଶକ୍ତିଭେଲଙ୍କୁ ନେଇ – ମୁଖ୍ୟତଃ ତାଙ୍କର ନୁର୍ନାଲ୍‌ ଭେଲାଇ ମଜୁରୀରେ ଚଳିଥାଏ। ଜଣେ ଶ୍ରମିକ ଭାବରେ ଜନ୍‌ସନ୍‌ କରୁଥିବା ଆୟର ଅଧିକାଂଶ ଭାଗ ସେମାନେ କିଣିଥିବା ଏକ ସେକେଣ୍ଡହ୍ୟାଣ୍ଡ୍ ମୋଟରବାଇକ୍‌ର କିସ୍ତି ପରିଶୋଧ କରିବାରେ ଖର୍ଚ୍ଚ ହୋଇଯାଏ।

କିନ୍ତୁ ୨୦୧୯ ଅକ୍ଟୋବର ମଧ୍ୟ ଭାଗରୁ ୨୦୨୦ ଏପ୍ରିଲ୍ ମଧ୍ୟରେ ବନଜା ମାତ୍ର ୧୩ ଦିନ ଏମଜିଏନଆରଇଜିଏ କାମ ପାଇଥିଲେ। ସେହି ମାସଗୁଡ଼ିକରେ ପରିବାରକୁ ଜନ୍‌ସନ୍‌ଙ୍କ ମଜୁରୀ ଉପରେ ନିର୍ଭର କରିବାକୁ ହୋଇଥିଲା। ବନଜା କହିଥିଲେ, ‘‘ଆମେ ଏହାକୁ ଘରୋଇ ଖର୍ଚ୍ଚରେ ବ୍ୟୟ କରିଦେଲୁ।’’

ଏହା ବ୍ୟତୀତ, ତାମିଲନାଡ଼ୁ ରେ ଏମଜିଏନଆରଇଜିଏ ନିମନ୍ତେ ସର୍ବନିମ୍ନ ଦୈନିକ ମଜୁରୀ ଟ. ୨୨୯ (୨୦୧୯-୨୦ ପାଇଁ)କୁ ଜବ୍‌ କାର୍ଡରେ କେବଳ ଟ. ୧୪୦- ୧୭୦ ଭାବରେ ରେକର୍ଡ କରାଯାଇଛି। ଚେରୁକାନୁର ପଞ୍ଚାୟତ ଅଧିନରେ ଥିବା ରାମକ୍ରିଷ୍ଣପୁରମ୍ ପଡ଼ାର ଏସ. ଏସ, ନିତ୍ୟା, ୩୧ ହେଉଛନ୍ତି ବଙ୍ଗଲାମେଦୁ ପାଇଁ ଜଣେ ସ୍ଥାନୀୟ ସୁପରଭାଇଜର ବା ପାନିଧାଲା ପୋରୁପାଲ୍‌ର (ପିପି)। ସେ କହିଥିଲେ ମଜୁରୀ ନିର୍ଦ୍ଧାରିତ ଅନୁଯାୟୀ କାହିଁକି କମ୍‌ ତାହା ସେ ଜାଣିନଥିଲେ।

ସେ କହିଥିଲେ, ‘‘ଓଭର୍‌ସ ସ୍ଥିର କରନ୍ତି ଯେ ପ୍ରତ୍ୟେକ ବ୍ୟକ୍ତି କେତେ କାମ କରିବେ ଏବଂ ସେହି କାମ ପାଇଁ କେତେ ପାରିଶ୍ରମିକ ଦିଆଯିବ।’’ ‘ଓଭର୍‌ସ’ ହେଉଛନ୍ତି ଇଞ୍ଜିନିୟର – କେତେକ ସମୟରେ ତାଙ୍କୁ ‘ଓଭର୍‌ସାର୍‌’ କିମ୍ବା ‘ଓଭରସାମ୍ମା’ ଭାବରେ ସୂଚିତ କରାଯାଏ। ‘‘ଯଦି ସେମାନେ ଗାତ ଖୋଳୁଛନ୍ତି, ଓଭର୍‌ସ ମାପ, ଗାତର ସଂଖ୍ୟା ଏବଂ ସେହି କାମ ପାଇଁ ଅର୍ଥ ପରିମାଣ ସ୍ଥିର କରନ୍ତି କିମ୍ବା ଯଦି ସେମାନଙ୍କୁ ଏକ କେନାଲ୍ ଖୋଳିବାକୁ ହୁଏ ତେବେ ଓଭର୍‌ସ ମାପ ଏବଂ ଅର୍ଥ ପରିମାଣ ନିର୍ଦ୍ଦିଷ୍ଟ କରନ୍ତି।’’

Left: M. Mariammal has ensured all documents are in place so as to not lose out on any benefits. Right: V. Saroja with her NREGA job card, which she got in 2017
PHOTO • Smitha Tumuluru
Left: M. Mariammal has ensured all documents are in place so as to not lose out on any benefits. Right: V. Saroja with her NREGA job card, which she got in 2017
PHOTO • Smitha Tumuluru

ବାମ: ଏମ୍. ମାରିଆମାଲ୍‌ ସମସ୍ତ ଡକ୍ୟୁମେଣ୍ଟ ଯଥା ସ୍ଥାନରେ ଥିବା ସୁନିଶ୍ଚିତ କରିଛନ୍ତି ଯେପରିକି କୌଣସି ହିତ ମିଳିବାରେ ଅସୁବିଧା ହେବନି। ଡାହାଣ: ଭି. ସରୋଜା ତାଙ୍କର ଏମଜିଏନଆରଇଜିଏ ଜବ୍ କାର୍ଡ ସହିତ, ଯାହାକି ସେ ୨୦୧୭ରେ ପାଇଥିଲେ

ଜବ୍ କାର୍ଡଗୁଡ଼ିକ ଉପସ୍ଥାନ ଏବଂ ମଜୁରୀ ଉପରେ ନଜର ରଖିବାରେ ଶ୍ରମିକମାନଙ୍କୁ ସାହାଯ୍ୟ କରିବା ପାଇଁ ଉଦ୍ଦିଷ୍ଟ। ଶ୍ରମିକମାନେ ଏହି କାର୍ଡକୁ କର୍ମକ୍ଷେତ୍ରକୁ ଆଣି ଆସନ୍ତି ଏବଂ ପିପିଙ୍କୁ ପ୍ରତିଦିନ ଉପସ୍ଥାନ ଚିହ୍ନଟ କରିବାକୁ ହୁଏ। କିନ୍ତୁ ବଙ୍ଗଲାମେଦୁରେ ଅଧିକାଂଶ ଜବ୍‌ କାର୍ଡରେ ଏସବୁ ବିବରଣୀ ଶ୍ରମିକମାନଙ୍କ ହିସାବ ସହିତ ଖାପ ଖାଏ ନାହିଁ।

ଏହା ଏଥିପାଇଁ ହୋଇପାରେ ଯେ ଶ୍ରମିକମାନେ ସେମାନଙ୍କ କାର୍ଡ ଆଣିବାକୁ ଭୁଲିଯାଇଛନ୍ତି କିମ୍ବା ପିପି ଏହାକୁ ପୂରଣ କରିନାହାନ୍ତି। ପିପି ମଧ୍ୟ ଗୋଟିଏ ରେଜିଷ୍ଟର ରଖନ୍ତି, ଯାହାକି ଅଧିକ ନିୟମିତ ଭାବରେ ପୂରଣ ହୁଏ ଏବଂ ତିରୁତାନିରେ ଥିବା ବ୍ଲକ୍ ଉନ୍ନୟନ କାର୍ଯ୍ୟାଳୟରେ ଥିବା କମ୍ପ୍ୟୁଟର ଅପରେଟରଙ୍କ ପାଖକୁ ପଠାଯାଏ ଯେଉଁଠାରେ ଉପସ୍ଥାନ ତଥ୍ୟ ଅନ୍‌ଲାଇନ୍‌ରେ ସ୍ଥାନିତ ହୁଏ – ୨୦୧୭ରେ ଏମଜିଏନଆରଇଜିଏ ମଜୁରୀ ହସ୍ତାନ୍ତର ଡିଜିଟାଲ୍‌ (ସିଧାସଳଖ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ପଠାଯିବା) ଭାବରେ ହେବା ପରେ କରାଯାଉଛି।

ଡିଜିଟାଇଜେସନ୍ ହେବା ପୂର୍ବରୁ ପିପି ମଧ୍ୟ ମଜୁରୀ ଅର୍ଥ ହସ୍ତାନ୍ତର କରିବା ପୂର୍ବରୁ ଜବ୍‌ କାର୍ଡରେ ମଜୁରୀ ସୂଚନା ପୂରଣ କରୁଥିଲେ। ୪୩ ବର୍ଷ ବୟସ୍କା ଭି ସରୋଜା କୁହନ୍ତି, ‘‘ଯେତେବେଳେ ଆମେ ଆମର ନୁରନାଲ୍‌ ଭେଲାଇ ମଜୁରୀଗୁଡ଼ିକ ନଗଦରେ ପାଉଥିଲୁ ସେତେବେଳେ ଆମେ ପ୍ରତି ସପ୍ତାହରେ କେତେ ପାଉଥିଲୁ ତାହା ଜାଣୁଥିଲୁ। ବର୍ତ୍ତମାନ ଏହା ବ୍ୟାଙ୍କକୁ ଆସୁଛି। ଯଦି ଆମେ ସ୍କୁଲ୍‌କୁ ଯାଇଥାନ୍ତୁ ଆମେ କହିପାରିଥାନ୍ତୁ ଆମେ କେତେ ପାଇଲୁ।’’

ବ୍ଲକ୍ ଉନ୍ନୟନ କାର୍ଯ୍ୟାଳୟରେ ଅଦ୍ୟତନ ହୋଇଥିବା ଉପସ୍ଥାନ ଏବଂ ମଜୁରୀ ବିବରଣୀ ସହିତ ଅପ୍‌ଲୋଡ୍ ହୋଇଥିବା ଡିଜିଟାଲ୍ ସଂସ୍କରଣ ସାର୍ବଜନୀନ ଭାବରେ ଦେଖାଯାଇପାରେ କିନ୍ତୁ ଏହା ପାଖରେ ପହଞ୍ଚିବା ଇରୁଲାମାନଙ୍କ ପାଇଁ ସହଜ ନୁହେଁ। ଅନେକଙ୍କର ଫୋନ୍‌ ନାହିଁ କିମ୍ବା ଇଣ୍ଟରନେଟ୍ ଆକ୍‌ସେସ ନାହିଁ। ଏବଂ ଅନଲାଇନ୍‌ ଦୁନିଆ ସହିତ ସୀମିତ ପରିଚୟ ଜଟିଳ ଫର୍ମ ଏବଂ ୱେବ୍‌ପେଜ୍‌ଗୁଡ଼ିକୁ ଦେଖିବା ସେମାନଙ୍କ ପାଇଁ କଷ୍ଟକର କରିଥାଏ।

G. Sumathi has been a PP (panidhala poruppalar, the local supervisor) in the past, with her husband K. Sriramulu;  when the lockdown eased, in May, she  used her Rs. 5,000 savings of MGNREGA wages to set up a small shop outside her house
PHOTO • Smitha Tumuluru
G. Sumathi has been a PP (panidhala poruppalar, the local supervisor) in the past, with her husband K. Sriramulu;  when the lockdown eased, in May, she  used her Rs. 5,000 savings of MGNREGA wages to set up a small shop outside her house
PHOTO • Smitha Tumuluru

ବାମ: ଅତୀତରେ ଜଣେ ସ୍ଥାନୀୟ ସୁପରଭାଇଜର ଥିବା ଜି. ସୁମତି, ବୁଝାଇଥିଲେ ଯେ ଯଦି ଅଧିକ ସଂଖ୍ୟକ ଲୋକ ଏମଜିଏନଆରଇଜିଏ କାମ ଚାହାଁନ୍ତି ତେବେ ଜଣେ ୨୦ ଜଣିଆ ଦଳର ପାଳି ଆସିବା ପାଇଁ ସମୟ ଲାଗେ ଏବଂ ବୋଧହୁଏ ଏଥିପାଇଁ କମ୍‌ ସଂଖ୍ୟକ କାର୍ଯ୍ୟ ଦିବସ ଉପଲବ୍ଧ ହେଉଛି। ଡାହାଣ: ଏସ୍ ସୁମିତି (ସେହି ବ୍ୟକ୍ତି ନୁହଁନ୍ତି) ଏବଂ ତାଙ୍କ ସ୍ୱାମୀ କେ. ଶ୍ରୀରାମୁଲୁ; ଯେତେବେଳେ ଲକ୍‌ ଡାଉନ୍‌ କୋହଳ ହୋଇଗଲା ସେ ତାଙ୍କର ଏମଜିଏନଆରଇଜିଏ ମଜୁରୀରୁ ସଞ୍ଚୟ କରିଥିବା ଟ. ୫୦୦୦ ତାଙ୍କ ଘର ବାହାରେ ଏକ ଛୋଟ ଦୋକାନ ଲଗାଇବା ପାଇଁ ବ୍ୟବହାର କରିଥିଲେ

ତେଣୁ ବର୍ତ୍ତମାନ ଶ୍ରମିକମାନେ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ୍ ଯାଞ୍ଚ କରିବା, ବିବରଣୀ ନିଶ୍ଚିତ କରିବା ଏବଂ ପିପିଙ୍କୁ ସୂଚିତ କରିବା ପରେ ହିଁ ଜବ୍‌କାର୍ଡଗୁଡ଼ିକ ଅଦ୍ୟତନ ହେଉଛି। ଏସ. ଏସ. ନିତ୍ୟା ବୁଝାଇଥିଲେ, ‘‘ଯଦି ପାରିଶ୍ରମିକ ମିଳିବା ପୂର୍ବରୁ ଆମେ ମଜୁରୀ ସୂଚନା ପୂରଣ  କରିଦେଉ [ଜବ୍ କାର୍ଡରେ] ତେବେ ଏହା ଭୁଲ୍ ହୋଇଯାଏ। ଏଣ୍ଟ୍ରି ପ୍ରଦର୍ଶନ କରିବ ଯେ ଲୋକମାନେ ସେମାନଙ୍କର ଅର୍ଥ ପାଇସାରିଛନ୍ତି କିନ୍ତୁ ସେହି ଅର୍ଥ ହୁଏତ ବ୍ୟାଙ୍କକୁ ସେ ପର୍ଯ୍ୟନ୍ତ ଆସିନଥିବ। ଲୋକମାନେ ଏଥିନେଇ ଅଭିଯୋଗ କରିଛନ୍ତି।’’

ବଙ୍ଗଲାମେଦୁର ଇରୁଲାମାନଙ୍କ ପାଇଁ ସେମାନଙ୍କ ବ୍ୟାଙ୍କ ବାଲାନ୍ସ ଯାଞ୍ଚ୍ କରିବାରେ ସମୟ ଯାଏ ଏବଂ ଏହା ଦ୍ୱାରା ସେମାନେ ମଜୁରୀ ହରାନ୍ତି। ସୁମତି କହିଥିଲେ, ‘‘ଆମ ବ୍ୟାଙ୍କକୁ ଯିବା ପାଇଁ [ପଡ଼ାଠାରୁ ଚାରି କିଲୋମିଟର ଦୂରରେ ଥିବା କେ.ଜି. କାଣ୍ଡିଗାଲ୍ ପଞ୍ଚାୟତ], ଆମକୁ ମୁଖ୍ୟ ରାସ୍ତାରେ ତିନି କିଲୋମିଟର ଚାଲିବାକୁ ହୁଏ, ସେହିଠାରୁ ଆମେ ଏକ ସେୟାର ଅଟୋ କିମ୍ବା ବସ୍‌ ଧରିପାରିବୁ ଏବଂ କେବଳ ଯିବା କିମ୍ବା ଆସିବା ପାଇଁ ୧୦ଟଙ୍କା ଖର୍ଚ୍ଚ ହୁଏ।’’ ୪୪ ବର୍ଷ ବୟସ୍କା ଭି. ସରୋଜା କୁହନ୍ତି, ‘‘ଯଦି ଟଙ୍କା ଆସିନଥାଏ ଆମକୁ ଆଉ ଥରେ ଯିବାକୁ ହେବ। ବେଳେ ବେଳେ ସେମାନେ ସ୍ଥାନୀୟ ଲୋକଙ୍କ ସହ ମୋଟରସାଇକେଲ୍‌ରେ ଯାଆନ୍ତି କିନ୍ତୁ ସେତେବେଳେ ସେମାନଙ୍କୁ ୫୦ ଟଙ୍କା ପେଟ୍ରୋଲ୍ ପାଇଁ ଦେବାକୁ ହୁଏ।

ବ୍ୟାଙ୍କ ନିକଟରେ ସହଜରେ ପହଞ୍ଚିବା ପାଇଁ ବ୍ୟାଙ୍କଗୁଡ଼ିକ ‘ମିନି-ବ୍ୟାଙ୍କ’ ଆରମ୍ଭ କରିଛନ୍ତି। ଇରୁଲାମାନେ ବ୍ୟବହାର କରୁଥିବା କାନାରା ବ୍ୟାଙ୍କର ସେମିତି ଗୋଟିଏ ‘ଅତି ଛୋଟ ଶାଖା’ ଚେରୁକାନୁର ପଞ୍ଚାୟତରେ ରହିଛି କିନ୍ତୁ ତାହା ମଧ୍ୟ ପ୍ରାୟ ୪ କିଲୋମିଟର ଦୂର ଏବଂ କେବଳ ମଙ୍ଗଳବାର କାମ କରେ। ସେମାନେ ଏହି ୟୁନିଟ୍‌ଗୁଡ଼ିକରୁ ସେମାନଙ୍କର ଜମା ଯାଞ୍ଚ୍ କରିପାରିବେ ଏବଂ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଇପାରିବେ। ଏହାଠାରୁ ଅଧିକ ପାଇଁ ସେମାନଙ୍କୁ କେ.ଜି. କାଣ୍ଡିଗାଇରେ ଥିବା ମୁଖ୍ୟ ବ୍ରାଞ୍ଚକୁ ଯିବାକୁ ହୁଏ।

At times, the wages the Irula women count on withdrawing from their accounts fall short, as it did for K. Govindammal  (left) when she constructed a house under the Pradhan Mantri Awas Yojana, and has been the experience of other women too in this small hamlet of Irulas (right)
PHOTO • Smitha Tumuluru
At times, the wages the Irula women count on withdrawing from their accounts fall short, as it did for K. Govindammal  (left) when she constructed a house under the Pradhan Mantri Awas Yojana, and has been the experience of other women too in this small hamlet of Irulas (right)
PHOTO • Smitha Tumuluru

ବେଳେ ବେଳେ ଇରୁଲା ମହିଳାମାନେ ହିସାବ କରିଥିବା ପାରିଶ୍ରମିକ ପରିମାଣ ସେମାନଙ୍କ ଆକାଉଣ୍ଟରୁ ଉଠାଇବା ସମୟରେ ନିଅଣ୍ଟ ହୋଇଯାଏ, ଯେମିତି କେ. ଗୋବିନ୍ଦାମ୍ମାଲ୍‌ (ବାମ) ପ୍ରଧାନମନ୍ତ୍ରୀ ଆବାସ୍ ଯୋଜନା ଅଧିନରେ ଗୋଟିଏ ଘର ତିଆରି କରିବା ସମୟରେ ହୋଇଥିଲା ଏବଂ ଇରୁଲାମାନଙ୍କର ଏହି ପଡ଼ାରେ ଅନ୍ୟ ମହିଳାମାନଙ୍କର ମଧ୍ୟ ସମାନ ଅଭିଜ୍ଞତା ହୋଇଛି (ଡାହାଣ)

ଏହି ମିନି-ବ୍ୟାଙ୍କଗୁଡ଼ିକର ଅର୍ଥ ପୈଠ ବ୍ୟବସ୍ଥା ଆଧାର-ଆଧାରିତ ବାୟୋମେଟ୍ରିକ୍‌ ଦ୍ୱାରା ସଞ୍ଚାଳିତ। ସୁମତି କହିଥିଲେ, ‘‘ଏହି ମେସିନ୍ କେବେବି ମୋ ଆଙ୍ଗୁଠି ଛାପ ପଢ଼ିପାରେନି। ମୁଁ ମୋର ହାତ ପୋଛି ଚାଲେ କିନ୍ତୁ ଏହା କେବେବି କାମ ଦିଏନି। ତେଣୁ ମୋତେ କାଣ୍ଡିଗାଇ ବ୍ୟାଙ୍କକୁ ଯିବାକୁ ଓ ଏଟିଏମ୍ କାର୍ଡ ବ୍ୟବହାର କରିବାକୁ ହୁଏ।’’

ଏହି ବ୍ୟାଙ୍କ ମଧ୍ୟ ଶେଷ ପାଞ୍ଚଟି ନେଣଦେଣ ଯାଞ୍ଚ୍ କରିବା ପାଇଁ ଗୋଟିଏ ଫୋନ୍‌ ବ୍ୟାଙ୍କିଂ ସୁବିଧା ପ୍ରଦାନ କରେ କିନ୍ତୁ ସୁମତି ଏବଂ ଅନ୍ୟମାନେ ଏହି ସେବା ସମ୍ପର୍କରେ ଅନଭିଜ୍ଞ। ସେ କହିଥିଲେ, ‘‘ଆମେ ଫୋନ୍‌ରେ କେମିତି ତାହା କରିପାରିବୁ? ଆମେ ଜାଣିନୁ।’’ ତଥାପି ସେ କହିଥିଲେ ପ୍ରତ୍ୟକ୍ଷ ବ୍ୟାଙ୍କ ହସ୍ତାନ୍ତର ମଧ୍ୟ ଲାଭଜନକ। ‘‘ଯେତେବେଳେ ହାତରେ ନଗଦ ଥାଏ ଏହା କେମିତି ଖର୍ଚ୍ଚ ହୋଇଯାଏ ଆମେ ଜାଣିପାରୁନି। ଏବେ ଆମେ ଆମର ନୁରନାଲ ଭେଲାଇ ଅର୍ଥ ବ୍ୟାଙ୍କରେ ରଖି ଦେଉଛୁ।’’

ବେଳେ ବେଳେ, ଇରୁଲା ମହିଳାମାନେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଉଠାଉଥିବା ଅର୍ଥ ସେମାନଙ୍କର ହିସାବଠାରୁ କମ୍‌ ହୋଇଯାଏ। ଏହା କେ. ଗୋବିନ୍ଦାମ୍ମାଲଙ୍କ ଅଭିଜ୍ଞତା ଥିଲା। ବର୍ତ୍ତମାନ ପ୍ରାୟ ୪୦ ବର୍ଷ ବୟସର ହୋଇଥିବା ଗୋବିନ୍ଦାମ୍ମାଲ ୨୦ ବର୍ଷ ତଳେ ତାଙ୍କ ସ୍ୱାମୀଙ୍କୁ ହରାଇଥିଲେ, ତାଙ୍କର ତିନି ଜଣ ବଡ଼ ପୁଅ ଅଛନ୍ତି ଏବଂ ସେ ଏକୁଟିଆ ରହୁଛନ୍ତି। ୨୦୧୮-୧୯ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେ ଟ. ୧୭୦,୦୦୦ ଗ୍ରହଣ କରିଥିଲେ ଏବଂ ଯେତେବେଳେ ସେ କୌଣସି କାର୍ଯ୍ୟସ୍ଥଳକୁ ନ ଯାଇ ନିଜ ଘର ତିଆରି କରୁଥିଲେ ସେତେବେଳେ ସେହି ଦିନଗୁଡ଼ିକ ପାଇଁ ଏମଜିଏନଆରଇଜିଏ ମଜୁରୀ ଦାବି କରିବା ପାଇଁ ହକ୍‌ଦାର ଥିଲେ। ସେ ଘର କରିବାରେ କାମ କରିଥିବା ପ୍ରାୟ ୬୫ ଦିନର କାର୍ଯ୍ୟ ମିସ୍ତ୍ରୀମାନଙ୍କ ପାଇଁ ପାରିଶ୍ରମିକ ଦେବା ପାଇଁ ଖର୍ଚ୍ଚ କରିଥିଲେ। କିନ୍ତୁ ସେ ଆଶା କରୁଥିବା ୧୫,୦୦୦ ଟଙ୍କାର ଏକ ଜମା ବଦଳରେ ସେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ମାତ୍ର ୧୪,୦୦୦ ପାଇଥିଲେ। ଏହା ବ୍ୟତୀତ ଗୋଟିଏ ଘର ନିର୍ମାଣର ପ୍ରକୃତ ଖର୍ଚ୍ଚ ଯୋଜନା ଏବଂ ଏନଆରଇଜିଏ ମଜୁରୀର ସମୁଦାୟ ପରିମାଣଠାରୁ ଅଧିକ ଥିଲା ଏବଂ ବେଳେ ବେଳେ ନିର୍ମାଣ ସାମଗ୍ରୀର ଦାମ୍ ମଧ୍ୟ ବୃଦ୍ଧି ପାଉଥିଲା। ତେଣୁ ଗୋବିନ୍ଦାମ୍ମାଲଙ୍କ ପକ୍କା ଘରର ଚଟାଣ ଶେଷ ହୋଇପାରିନଥିଲା। ସେ କୁହନ୍ତି, ‘‘ଏହାକୁ ଶେଷ କରିବା ପାଇଁ ମୋ ପାଖରେ ଅର୍ଥ ନାହିଁ।’’

୨୦୧୯ରେ, ସରୋଜା ମଧ୍ୟ ଏରି ଭେଲାଇ କାମ ପରିବର୍ତ୍ତେ ତାଙ୍କ ନିଜ ଘର ତିଆରି କରିବାକୁ ଚେଷ୍ଟା କରିଥିଲେ। ବର୍ଷ ଶେଷ ହୋଇଗଲା କିନ୍ତୁ ତାଙ୍କର ଏମଜିଏନଆରଇଜିଏ ମଜୁରୀ ନିମନ୍ତେ ପାରିଶ୍ରମିକର କୌଣସି ଚିହ୍ନବର୍ଣ୍ଣ ନାହିଁ। ମେ’ ମାସରେ ସରୋଜା କହିଥିଲେ, ‘‘ଅଧିକାରୀ ଜଣକ ସାହାଯ୍ୟ କରିବାର ଆଶ୍ୱାସନା ଦେଇଥିଲେ। ହଉ ଆମେ ଦେଖିବା। ଯଦି ଏରି ଭେଲାଇରୁ ଅର୍ଥ ନ ଆସେ ମୁଁ କିପରି ମିସ୍ତ୍ରୀଙ୍କୁ ଦେବି? ମୁଁ ମୋର ନିୟମିତ କାମ ମଧ୍ୟ ହରାଇଲି।’’ ସେବେଠାରୁ ସେ ଏମଜିଏନଆରଇଜିଏର ପାରିଶ୍ରମିକ ଭାବରେ ମାତ୍ର ଟ. ୨୦୦୦ ପାଇଛନ୍ତି, ଯଦିଓ ସେ ହିସାବ କରିଥିଲେ ଯେ ସେ ନିଜ ଘର ପାଇଁ ମାସେ କାମ କରିଛନ୍ତି ଏବଂ ସେ ଅତି କମ୍‌ରେ ଟ. ୪୦୦୦-୫,୦୦୦ ପାଇବା ଉଚିତ।

Left: A. Ellamma, 23, stopped going to MGNREGA work when her child was born 2.5 years ago. Right: M. Ankamma, 25, with her two children. On her job, many entries are missing for both attendance and wages
PHOTO • Smitha Tumuluru
Left: A. Ellamma, 23, stopped going to MGNREGA work when her child was born 2.5 years ago. Right: M. Ankamma, 25, with her two children. On her job, many entries are missing for both attendance and wages
PHOTO • Smitha Tumuluru

ବାମ: ୨.୫ ବର୍ଷ ତଳେ ତାଙ୍କର ସନ୍ତାନ ଜନ୍ମ ସମୟରେ ଏ. ଏଲ୍ଲାମ୍ମା, ୨୩, ଏମଜିଏନଆରଇଜିଏ କାମକୁ ଯିବା ବନ୍ଦ କରିଦେଇଥିଲେ। ଡାହାଣ: ଏମ୍. ଆଙ୍କାମ୍ମା, ୨୫ ତାଙ୍କ ଦୁଇ ସନ୍ତାନଙ୍କ ସହ। ତାଙ୍କ ଜବ୍‌ କାର୍ଡରେ ଅନେକ ଏଣ୍ଟ୍ରି ଉଭୟ ଉପସ୍ଥାନ ଏବଂ ମଜୁରୀରେ ନାହିଁ।

ପ୍ରତିବନ୍ଧକ ସତ୍ତ୍ୱେ, ଏମଜିଏନଆରଇଜିଏ ବଙ୍ଗଲାମେଦୁର ମହିଳାମାନଙ୍କୁ ଗୋଟିଏ ବର୍ଷରେ ଟ. ୧୫,୦୦୦- ୧୮,୦୦୦ ଆୟ କରିବାର ସୁଯୋଗ ଦେଇଛି। ୨୦୨୦ ମାର୍ଚ୍ଚରେ ଲକ୍‌ଡାଉନ୍‌ ଆରମ୍ଭ ହେବା ପରେ ଏବଂ ଜୀବିକାର ଅନ୍ୟ ଉତ୍ସଗୁଡ଼ିକ ଶୁଷ୍କ ହୋଇଯିବା ପରେ ଏମଜିଏନଆରଇଜିଏ କାମ ପରିବାରଗୁଡ଼ିକୁ ଦେଖିଛି।

ସୁମତି ଘର ମରାମତି ଏବଂ ଡାକ୍ତରୀ ଖର୍ଚ୍ଚ ପରି ଜରୁରୀ ଆବଶ୍ୟକତା ନିମନ୍ତେ ତାଙ୍କର କେଇ ସପ୍ତାହର ମଜୁରୀ ସଞ୍ଚୟ କରିଥିଲେ। କିନ୍ତୁ ଯେତେବେଳେ ମେ’ ମାସରେ ଲକ୍‌ଡାଉନ୍‌ ଢ଼ିଲା ହୋଇଗଲା ସେତେବେଳେ ସେ ତାଙ୍କ ଘର ବାହାରେ ସାବୁନ୍‌, ଲଙ୍କାଗୁଣ୍ଡ ଏବଂ ଅନ୍ୟ ଦରକାରୀ ଜିନିଷ ବିକ୍ରୟ କରିବା ପାଇଁ ଏକ ଛୋଟ ଦୋକାନ କରିବା ନିମନ୍ତେ ତାଙ୍କର ଟ. ୫୦୦୦ ସଞ୍ଚୟ ବ୍ୟବହାର କରିଥିଲେ। (ଲକ୍‌ଡାଉନ୍‌ ସମୟରେ ତାଙ୍କ ପଡ଼ାରେ କୌଣସି ଦୋକାନ ନଥିବାରୁ ଇରୁଲାମାନେ ସରକାର, ପଞ୍ଚାୟତ ନେତାମାନେ, ଏନଜିଓଗୁଡ଼ିକ ଏବଂ ଅନ୍ୟମାନଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ମୌଳିକ ରାସନ୍ ଉପରେ ସମ୍ପୂର୍ଣ୍ଣ ଭାବରେ ନିର୍ଭର କରୁଥିଲେ)।

ଏପ୍ରିଲ୍ ମାସର ଆରମ୍ଭରେ ଇଟାଭାଟି ଏବଂ ଅନ୍ୟ କାର୍ଯ୍ୟସ୍ଥଳଗୁଡ଼ିକ ବନ୍ଦ ହୋଇଯାଇଥିବାରୁ ସୁମତି କହିଥିଲେ, ‘‘କୌଣସି କାମ ନାହିଁ, କୌଣସି ଅର୍ଥ ନାହିଁ।’’ ସେହି ମାସର ଶେଷ ସୁଦ୍ଧା ସେହି ପଡ଼ାରେ ଏମଜିଏନଆରଇଜିଏ ସ୍ଥଳଗୁଡ଼ିକରେ କାମ ପୁନାରମ୍ଭ ହୋଇଥିଲା। ଏହା ବଙ୍ଗଲାମେଦୁର ଅତି କଷ୍ଟକର ଆର୍ଥିକ ଅବସ୍ଥାର ଚାପକୁ ସାମାନ୍ୟ ହାଲ୍‌କା କରିଦେଇଥିଲା।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Reporter : Smitha Tumuluru

Smitha Tumuluru is a documentary photographer based in Bengaluru. Her prior work on development projects in Tamil Nadu informs her reporting and documenting of rural lives.

Other stories by Smitha Tumuluru