ମାଡ୍ରାସ୍‌(ଏବଂ ଚେନ୍ନାଇର) ପୁରୁଣା ବାଣିଜ୍ୟିକ ପେଣ୍ଠସ୍ଥଳୀ ଜର୍ଜ ଟାଉନ୍‌ର ମଧ୍ୟସ୍ଥଳରେ ଗୋଟିଏ ସଂକୀର୍ଣ୍ଣ ରାସ୍ତାରେ ଖୁବ୍‌ ସକାଳୁ ଗହଳ ଚହଳ ବଢ଼ିଯାଏ । କିନ୍ତୁ ଏହାର ସରକାରୀ ନାମ ବାଡ୍ରିଆନ୍‌ ଷ୍ଟ୍ରିଟ୍‌ ଭାବେ ପଚାରିଲେ ଏହାକୁ ଆପଣ ଖୋଜି ପାଇବେ ନାହିଁ । ସମସ୍ତେ ଏହାକୁ ପୋକାଦାଇ (ଫୁଲ ବଜାର) ବୋଲି କହନ୍ତି । ଏହା ଏଥିପାଇଁ କାରଣ ଦୀର୍ଘ ବର୍ଷ ପୂର୍ବରୁ ୧୯୯୬ ମସିହାରେ କୋୟାମବେଡୁରେ ଚେନ୍ନାଇର ସବୁଠାରୁ ବଡ଼ ପନିପରିବା ଏବଂ ଫୁଲ ବଜାର ଥିଲା, ଯେଉଁଠି ଏଠାରୁ ଅଖାରେ ଫୁଲ ନେଇ ବିକ୍ରି ହେଉଥିଲା । ଏବଂ ଆଜି ମଧ୍ୟ ୧୮ ବର୍ଷ ପରେ ପୋକାଦାଇ ସକାଳେ ଗହଳ ଚହଳ ହୋଇଉଠେ, କାରଣ ବିକ୍ରେତାମାନେ ଏହି ସ୍ଥାନ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି ଏବଂ କ୍ରେତାମାନେ ମଧ୍ୟ ନିର୍ଦ୍ଧାରିତ ବଜାରକୁ ଯାତ୍ରା କରିବା ପାଇଁ ଅନିଚ୍ଛୁକ ।

ଭୋର ପୂର୍ବ ସମୟରେ, ପୋକାଦାଇ କେବଳ ଲୋକରେ ଭରପୁର ହୋଇଯାଏ ଏବଂ ଆପଣ ଚାହିଁଲେ ଗୋଟିଏ ବିଲେଇ ଛୁଆକୁ ମଧ୍ୟ ଘୁଞ୍ଚାଇ ପାରିବେ ନାହିଁ । ଫୁଲର ଅଖା ଗୁଡିକ କୋୟାମବେଡୁରୁ, ଆନ୍ଧ୍ରପ୍ରଦେଶରୁ, ଆଭ୍ୟନ୍ତରୀଣ ଦକ୍ଷିଣ ତାମିଲନାଡୁରୁ ଆସିଥାଏ । ରାସ୍ତାଟି ସବୁବେଳେ ପ୍ରାୟତଃ କାଦୁଆ ହୋଇଥାଏ, ମଝିରେ ଗୋଟିଏ ଲମ୍ବା, ନିଚ୍ଚା ଆବର୍ଜନାର ପାହାଡ଼ ଥାଏ । ଅନୁମାନ କରନ୍ତୁ ମଉଳା ଫୁଲ ଉପରେ ହଜାର ହଜାର ପାଦ ଚଢ଼ି ଯାଉଥିବ, ଅନୁମାନ କରନ୍ତୁ ହଜାର ହଜାର ସଂଖ୍ୟାରେ ଟାୟାର ତା’ ଉପରେ ଚଢ଼ି ଯାଉଥିବ ଏବଂ ତା’ ପରେ ତା’ର ଦୁର୍ଗନ୍ଧ ଅନୁମାନ କରନ୍ତୁ । ଏହା ସେତେ ସୁଖକର ନୁହେଁ । କିନ୍ତୁ ରାସ୍ତା ଟିଁ ଏହିଭଳି । ଉଭୟ ପଟରେ ଧାଡ଼ି ଧାଡ଼ି ହୋଇ ଦୋକାନ, କେତେକ ପକ୍କା ସିମେଣ୍ଟରେ ତିଆରି, କପ୍‌ବୋର୍ଡ ଥିବା ଏବଂ ସିଲିଂ ଫ୍ୟାନ୍‌ ଲାଗିଥିବା, ଅନ୍ୟ କେତେକ କେବଳ ଅଖାରେ ତିଆରି । ଏବଂ ସେ ସବୁର ଧାରରେ ରଙ୍ଗ ଦିଆଯାଇଥାଏ । ଏହା ପୋକାଦାଇର ପକ୍କା ଦୋକାନଙ୍କ ମଧ୍ୟରୁ ଗୋଟିଏ । ସେହି ରାସ୍ତାର ଉଭୟ ପଟରେ ଏମିତି ଶହ ଶହ ସଂଖ୍ୟାରେ ଦୋକାନ ଅଛି । ଅଧିକାଂଶ ପ୍ରବାସୀଙ୍କ ଦ୍ୱାରା ଚଳାଯାଏ, ଯେଉଁମାନେ କି ନିଜ ଗାଁର ଶୁଷ୍କ ଜମି ଓ କମ୍‌ ରୋଜଗାରକୁ ଛାଡ଼ି ଏଠାକୁ ଧାଇଁ ଆସିଛନ୍ତି। ସେମାନଙ୍କର ସହଯୋଗୀମାନେ ସାଧାରଣତଃ କମ୍‌ ବୟସର ପିଲା ହୋଇଥାଆନ୍ତି ଯେଉଁମାନେ କି ସେମାନଙ୍କର ନିଜ ଗାଁ ବା ପଡ଼ୋଶୀ ଗାଁର । ସେମାନେ ପଛରେ ବା ଉପରେ ଥିବା ଛୋଟ ରୁମ୍‌ରେ ରହନ୍ତି । (୨୦୧୨ ମସିହା ଏପ୍ରିଲ ୧୯ ତାରିଖରେ ମୁଁ ଯେତେବେଳେ ଭୋର୍ ସମୟରେ ପୋକାଦାଇକୁ ଯାଇଥିଲି ସେତେବେଳେ ଏହି ଫଟୋ ନେଇଥିଲି)

A man sits by his flower stall
PHOTO • Aparna Karthikeyan

ଭି. ସାନ୍‌ମୁଗାଭେଲ୍‌(ବାମ) ୧୯୮୪ ମସିହାରେ ଡିଣ୍ଡିଗୁଲର ଗୋଣ୍ଡାମ୍‌ପଟ୍ଟିରୁ ଚେନ୍ନାଇକୁ ଆସିଥିଲେ । ସେ ଏଠାକୁ ଆସିବାର କାରଣ ହେଲା ଗାଁରେ ସେ ଦିନକୁ ମାତ୍ର ୫ ଟଙ୍କା ହିଁ ରୋଜଗାର କରିପାରୁଥିଲେ । ଚେନ୍ନାଇରେ, ସେତେବେଳେ ଦୈନିକ ମଜୁରୀ ବି ୧୦ ଗୁଣା ଅଧିକ ଥିଲା । ତାଙ୍କ ବାପା ନିଜସ୍ୱ ୩ ଏକର ଜମିରେ ଚାଷ କାମ କରୁଥିଲେ । କିନ୍ତୁ ବର୍ଷା ନ ହେଲେ, ପାଣିର ଅଭାବ ହୁଏ ଏବଂ ପେଟ ପୋଷିବା କଷ୍ଟକର ହୋଇଯାଏ । ଏବେ ହିଁ ଗାଁରେ ବୋରୱେଲ୍‌ ଖୋଳାଯାଉଛି, କିନ୍ତୁ ଏହା ଖୁବ୍‌ ବିଳମ୍ବ ହୋଇସାରିଛି, କାରଣ ଗାଁର ଅଧିକାଂଶ ପୁରୁଷ ଗାଁ ଛାଡ଼ି ସାରିଛନ୍ତି ।

PHOTO • Aparna Karthikeyan

ଡାହାଣରେ ଟଙ୍କା ଗଣୁଥିବା ଇଏ ହେଲେ ରାମଚନ୍ଦ୍ରନ । ସେ ଡିଣ୍ଡିଗୁଲ୍‌ ଜିଲ୍ଲାର ଛୋନଗନ୍‌ଛାଟ୍ଟିପାଟ୍ଟିରୁ ଆସିଛନ୍ତି । ଗାଁରେ ଜଣେ କୃଷି ଶ୍ରମିକ ଭାବେ କାମ କରୁଥିବା ରାମଚନ୍ଦ୍ରନ ୨୦୦୩ ମସିହାରେ ଚେନ୍ନାଇକୁ ଉନ୍ନତ ଜୀବନ ଧାରଣ ଅନ୍ୱେଷଣରେ ଆସିଲେ । ଗାଁରେ ତାଙ୍କର ବାପା ମା’ ଏବେ ବି କୃଷି କ୍ଷେତ୍ରରେ କାମ କରୁଛନ୍ତି । ତାଙ୍କ ଭଳି ତାଙ୍କ ଗାଁର ଅଧିକାଂଶ ଲୋକ କାମ ସନ୍ଧାନରେ ବିସ୍ଥାପିତ ହୋଇଛନ୍ତି  । କେବଳ ୪୦ ବା ୫୦ ବର୍ଷ  ବୟସ୍କମାନେ ହିଁ କେବଳ ଗାଁରେ ଅଛନ୍ତି । ଯୁବକମାନେ କାମ ସନ୍ଧାନରେ ତିରୁପ୍ପର, କୋଏମ୍ବାଟୁର ବା ଚେନ୍ନାଇକୁ ଯାଇଛନ୍ତି । ଏହିଭଳି ରାମଚନ୍ଦ୍ରଙ୍କ ହିସାବ ଅନୁସାରେ ଏକ ହଜାର ଜନସଂଖ୍ୟା ବିଶିଷ୍ଟ ଗୋଟିଏ ଗାଁରେ  ଅଧା ଜନସଂଖ୍ୟା ହିଁ ରହୁଛନ୍ତି । ଏବଂ ସେମାନଙ୍କ ମଧ୍ୟରୁ ଖୁବ୍‌ କମ୍‌ ପୁରୁଷ ତାଙ୍କ ବୟସର ହେବେ ।

PHOTO • Aparna Karthikeyan

ଏ ମୁଥୁରାଜ୍‌ ଡିଣ୍ଡିଗୁଲ ଜିଲ୍ଲାର ପଚାଇମଲାୟାନ୍‌କୋଟ୍ଟାଇରୁ ଆସିଛନ୍ତି, ଯେଉଁଠାରେ ୫ ବର୍ଷ ପୂର୍ବରୁ ୩୦ ହଜାର ଟଙ୍କାରେ ବିକ୍ରି ହେଉଥିବା ଜମି ଏବେ ୧ ଲକ୍ଷ ଟଙ୍କା ଦାମ୍‌ । ଏହାର କାରଣ ? ଏହା ବଡ଼ ସହରଗୁଡ଼ିକୁ ସଂଯୋଗ କରୁଥିବା ରାସ୍ତା କଡ଼ରେ ଏହା ଥିଲା ଏବଂ ସେଠାରେ ରହୁଥିବା ଲୋକମାନେ ପ୍ରତିଦିନ ସେହି ସହର ମଧ୍ୟରୁ ଯେ କୌଣସିଟିକୁ ଯାଇପାରିବେ । ଏହି କାରଣରୁ ଏବେ ଚାଷକୁ କେହି ପଚାରୁ ନାହାନ୍ତି, ଏବେ ଅଳ୍ପ କେତେକ ଲୋକ ହିଁ ଚାଷ କାମ କରୁଛନ୍ତି । ମୁଥୁରାଜଙ୍କ ମା’ ସେହିମାନଙ୍କ ମଧ୍ୟରୁ ଜଣେ ଯିଏ ଏବେ ବି ଚାଷ କରୁଛନ୍ତି (ସେମାନଙ୍କର ୨ ଏକର ଜମି ଅଛି) ଏବଂ ସେ ଅନ୍ୟ ଶ୍ରମିକଙ୍କ ସହଯୋଗରେ ଓଲିଆଣ୍ଡର ଫୁଲ ଉତ୍ପାଦନ କରନ୍ତି । ଯଦିଓ ଏଠାରେ ସହଯୋଗୀ ଶ୍ରମିକ ପାଇବାଠାରୁ ପାଣି ଅଧିକ ଦୁର୍ଲଭ । ୮୦୦ ଫୁଟ୍‌ ଗଭୀର ଖୋଳା ହୋଇଥିବା ତାଙ୍କର ବୋର୍‌ୱେଲ୍‌ରୁ ଖୁବ୍‌ କମ୍‌ ପାଣି ବାହାରେ ବା ବହୁ ସମୟରେ ଆଦୌ ବାହାରେ ନାହିଁ । ସେ ଏବେ ଜମିରେ ଜଳସେଚନ କରିବାକୁ ସପ୍ତାହକୁ ଦୁଇ ଥର (୭୦୦ ଟଙ୍କା) ଲେଖାଏଁ ଦେଇ ଟ୍ୟାଙ୍କର ପାଣି କିଣୁଛନ୍ତି । ବର୍ଷା ହେଲେ ଏହି ସ୍ଥିତି ବଦଳିଯିବ, କିନ୍ତୁ ଗାଁରେ ଜୀବନ ସବୁବେଳେ କଷ୍ଟକର ଏବଂ ଯେତେବେଳେ ତାଙ୍କ ସମ୍ପର୍କୀୟମାନେ ତାଙ୍କୁ ୧୮ ବର୍ଷ ପୂର୍ବରୁ ଚାକିରି ପାଇଁ ଚେନ୍ନାଇକୁ ଯିବାକୁ କହିଲେ, ମୁଥୁରାଜ୍‌ ବାହାରି ପଡ଼ିଲେ ଏବଂ ଚେନ୍ନାଇ ଗଲେ ।

PHOTO • Aparna Karthikeyan

ଏସ୍‌ ପରାକ୍ରାମ୍ପାଣ୍ଡିଆନ୍‌(ବାମ)ଙ୍କର ଜେଜେ ବାପାଙ୍କର ତାଙ୍କୁ ନେଇ ବଡ଼ ସ୍ୱପ୍ନ ଥିଲା । ସେ ତାଙ୍କୁ ଜଣେ ପୋଲିସ କରିବାକୁ ଚାହୁଁଥିଲେ, ଏବଂ ଏଥିପାଇଁ ମଦୁରାଇର ରାଜାଙ୍କ ନାଁ ଅନୁସାରେ ତାଙ୍କର ନାମ ରଖିଥିଲେ । ସେ ଭାବିଥିଲେ ଏହା ତାଙ୍କ ଛାତିରେ ଲାଗିବାକୁ ଥିବା ବ୍ୟାଜ୍‌ରେ ବେଶ୍‌ ଭଲ ଦେଖାଯିବ । ଏହା ବଦଳରେ ‘ପରାକ୍‌’ (ଏହି ନାମରେ ଏଠାରେ ସମସ୍ତେ ତାଙ୍କୁ ଡାକନ୍ତି ଏବଂ ଆଞ୍ଚଳିକ ଭାଷାରେ ଏହାର ଅର୍ଥ ଜଣେ ସ୍ୱପ୍ନାଭିଳାଷୀ ଏବଂ ଭଲ ବାଟରେ ନୁହେଁ) ସ୍କୁଲ ପାସ୍‌ କରିପାରିଲେ ନାହିଁ, ଏବଂ ଫୁଲ ବିକ୍ରି କରୁଛନ୍ତି । ଡିଣ୍ଡିଗୁଲ ଜିଲ୍ଲାର ପଲ୍ଲାପଟ୍ଟି ଗାଁରୁ ପରାକ୍ରାମ୍ପାଣ୍ଡିଆନ୍‌ ୧୪ ବର୍ଷ ବୟସରେ ଚେନ୍ନାଇ ଆସିଥିଲେ । ପ୍ରାରମ୍ଭିକ ଭାବେ ସେ କୋୟାମବେଡୁରେ କାମ କରୁଥିଲେ ଏବଂ ପରେ, ଗୋଟିଏ ଦୋକାନ ଖୋଲିବାକୁ ଚେଷ୍ଟା କଲେ, ଏହି ବ୍ୟବସାୟ ତାଙ୍କୁ ଅଢ଼େଇ ଲକ୍ଷ ଟଙ୍କା(ସୁଧ ମୂଳ ମିଶାଇ) ଋଣ ଭାର ଦେଲା । ସେ କିଛି ଜମି ବିକ୍ରି କଲେ ଓ ଦେଢ଼ ଲକ୍ଷ ଟଙ୍କା ପରିଶୋଧ କରିଦେଲେ, କିନ୍ତୁ ଏଠାରେ ସେ ପ୍ରତିଦିନ ଭୋର୍‌ ପୂର୍ବରୁ ଉଠନ୍ତି- ସଂଧ୍ୟା ପର୍ଯ୍ୟନ୍ତ କାମ କରନ୍ତି, ବଳକା ଟଙ୍କା ପରିଶୋଧ କରିବାକୁ ଯଥାସାଧ୍ୟ ଉଦ୍ୟମ କରନ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍‍

Aparna Karthikeyan

Aparna Karthikeyan is an independent multimedia journalist. She documents the vanishing livelihoods of rural Tamil Nadu and volunteers with the People's Archive of Rural India.

Other stories by Aparna Karthikeyan
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE