ପରିର ସମ୍ବାଦଦାତା ଜ୍ୟୋତି ସିନୋଲି, ୨୮, ଲିଙ୍ଗ ସମ୍ବେଦନଶୀଳତା ନିମନ୍ତେ ଲାଡ୍‌ଲି ମିଡିଆ ଏବଂ ଆଡ୍‌ଭର୍ଟାଇଜିଙ୍ଗ୍‌ ପୁରସ୍କାର ୨୦୨୦ ଜିତିଛନ୍ତି। ସେ ଏହାକୁ ତାଙ୍କର ଆଲେଖ୍ୟ No crime, unending punishment (ଅପରାଧ ନାହିଁ , ଦଣ୍ଡର ବି ଶେଷ ନାହିଁ) (ଅଗଷ୍ଟ ୧୦, ୨୦୧୮) ପାଇଁ ଜିତିଛନ୍ତି। ଏହା ପାର୍ଦ୍ଧିମାନଙ୍କର ଶେଷ ହେଉନଥିବା ଉତ୍ପୀଡ଼ନର ଏକ ମର୍ମସ୍ପର୍ଶୀ ବିବରଣୀ। ଏହା ଏକ ଅଣ-ଚର୍ଚ୍ଚିତ ଜନଜାତି ଯେଉଁମାନଙ୍କୁ ବ୍ରିଟିଶମାନେ ସେମାନଙ୍କ ଆଗରେ ମୁଣ୍ଡ ନୁଆଁଇବାକୁ ମନା କରିଦେଇଥିବା ଏହିପରି ଅନ୍ୟ ପ୍ରାୟ ୨୦୦ ସମୂହ ସହ ‘ଅପରାଧୀ ଜନଜାତି’ ଭାବରେ ୧୮୭୧ରେ ସୂଚିତ କରିଥିଲେ। ଯଦିଓ ଅପରାଧୀ ଜନଜାତି ଅଧିନିୟମ ୧୯୫୨ ମସିହାରେ ପ୍ରତ୍ୟାହୃତ ହୋଇଥିଲା, ସେହି କଳଙ୍କ, ଭେଦଭାବ ଏବଂ ଉତ୍ପୀଡ଼ନ ଜାରି ରହିଛି।

ଏହା ଜ୍ୟୋତି ସିନୋଲି ପରି ପାଇଁ ଆଣିଥିବା ତୃତୀୟ ସାମ୍ବାଦିକତା ପୁରସ୍କାର ଏବଂ ୨୦୨୦ରେ ତାଙ୍କର ଦ୍ୱିତୀୟ। ଚଳିତବର୍ଷ ମାର୍ଚ୍ଚ ମାସରେ ସେ ବେଙ୍ଗାଲୁରୁରେ ପବ୍ଲିକ୍‌ ରିଲେସନ୍‌ କାଉନ୍‌ସିଲ୍ ଅଫ୍ ଇଣ୍ଡିଆଠାରୁ ତାଙ୍କର ଆଲେଖ୍ୟ Pardhi school bulldozed by Prosperity Highway (ସମୃଦ୍ଧ ରାଜପଥ ଦ୍ୱାରା ପାର୍ଦ୍ଧି ସ୍କୁଲରେ ବୁଲଡ଼ୋଜର ଚାଲିଲା) (ଜୁନ୍‌ ୨୦୧୯) ପାଇଁ କମ୍ୟୁନିକେଟର ଅଫ୍ ଦି ଇୟର୍‌ – ବେଷ୍ଟ୍ କଣ୍ଟେଣ୍ଟ୍ ଅଫ୍ ଦି ଇୟର୍‌ ପୁରସ୍କାର ଜିତିଥିଲେ। ସେ ତାଙ୍କର ଆଲେଖ୍ୟ Collecting 6,000 leaves a day for a living (ଜୀବନଧାରଣ ପାଇଁ ଦିନକୁ ୬,୦୦୦ ପତ୍ର ସଂଗ୍ରହ) (ମେ’ ୨୦୧୮) ନିମନ୍ତେ ମହିଳା ସଶକ୍ତିକରଣ ଏବଂ ଲିଙ୍ଗ ସମାନତା ଶ୍ରେଣୀରେ ମୁମ୍ବାଇ ପ୍ରେସ୍‌ କ୍ଲବ୍‌ର ରେଡ୍‌ ଇଙ୍କ୍‌ ପୁରସ୍କାର ଜିତିଥିଲେ।

*****

୨୦୧୪ ଡିସେମ୍ବରରେ ଆମେ ଆରମ୍ଭ କରିବା ପରଠାରୁ ଏହା ପରି ଜିତିଥିବା ୨୫ତମ ପୁରସ୍କାର। ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ତାଲିକା:

ପିପୁଲ୍ସ ଆର୍କାଇଭ୍‌ ଅଫ୍ ରୁରାଲ୍ ଇଣ୍ଡିଆ (ପରି): ୨୦୧୫ରୁ ୨୦୨୦ ପର୍ଯ୍ୟନ୍ତ ଜିତିଥିବା ପୁରସ୍କାରଗୁଡ଼ିକ

୨୫. ଲିଙ୍ଗ ସମ୍ବେଦନଶୀଳତା ପାଇଁ ଲାଡ୍‌ଲି ମିଡିଆ ଆଣ୍ଡ୍ ଆଡ୍‌ଭର୍ଟାଇଜିଂ ଆୱାର୍ଡ, ୨୦୨୦

ପରି ସମ୍ବାଦଦାତା ଜ୍ୟୋତି ସିନୋଲି ତାଙ୍କର ଆଲେଖ୍ୟ No crime, unending punishment (ଅଗଷ୍ଟ ୧୦, ୨୦୧୮) ନିମନ୍ତେ ଲିଙ୍ଗ ସମ୍ବେଦନଶୀଳତା ପାଇଁ ଲାଡ୍‌ଲି ମିଡିଆ ଆଣ୍ଡ୍ ଆଡ୍‌ଭର୍ଟାଇଜିଂ ଆୱାର୍ଡ, ୨୦୨୦ ଜିତିଛନ୍ତି। ଏହା ଗୋଟିଏ ଅଖ୍ୟାତ ଜନଜାତି ପାର୍ଦ୍ଧିମାନଙ୍କର ଶେଷ ହେଉନଥିବା ଉତ୍ପୀଡ଼ନର ଏକ ମର୍ମସ୍ପର୍ଶୀ ବିବରଣୀ।

୨୪. ପ୍ରେମ ଭାଟିଆ ମେମୋରିଆଲ୍ ଟ୍ରଷ୍ଟ୍, ନୂଆଦିଲ୍ଲୀ, ୨୦୨୦

ପରି ଟିମ୍‌ ପରିବେଶ ଏବଂ ଉନ୍ନୟନ ପ୍ରସଙ୍ଗରେ ‘‘ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବଂ ଗ୍ରାମୀଣ ଭାରତ ଉପରେ ଏହି ମହାମାରୀର ପ୍ରଭାବ ସମେତ ଏହାର ବ୍ୟାପକ ଫିଲ୍ଡ ରିପୋର୍ଟ ନିମନ୍ତେ’’ ସାମ୍ବାଦିକତା ପାଇଁ ପ୍ରେମ ଭାଟିଆ ପୁରସ୍କାର ଜିତିଛି।

୨୩. ପବ୍ଲିକ୍‌ ରିଲେସନ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ, ବେଙ୍ଗାଲୁରୁ, ୨୦୨୦

ପରି ଫେଲୋ ଏମ୍. ପାଲାନି କୁମାର Tamil Nadu’s seaweed harvesters in rough seas ନିମନ୍ତେ କମ୍ୟୁନିକେଟର ଅଫ୍ ଦି ଇୟର୍ – ବେଷ୍ଟ୍ ଷ୍ଟୋରି ଅଫ୍ ଦି ଇୟର୍ ପୁରସ୍କାର ଜିତିଛନ୍ତି। ଏହା ତାମିଲନାଡ଼ୁର  ଭାରତୀ ନଗରର ମତ୍ସ୍ୟଜୀବୀ ମହିଳାମାନଙ୍କର ଏକ ଅସ୍ୱାଭାବିକ କାର୍ଯ୍ୟକଳାପ ଏବଂ କିପରି ଜଳବାୟୁ ପରିବର୍ତ୍ତନ ଏବଂ ସାମୁଦ୍ରିକ ଉତ୍ସଗୁଡ଼ିକର ଅତିଶୟ ଦୋହନ ସେମାନଙ୍କ ଜୀବିକାକୁ କ୍ଷୟ କରିଦେଉଛି ସେ ସମ୍ପର୍କରେ ଏକ ଫଟୋ କାହାଣୀ, ଯାହା ସେମାନଙ୍କୁ ଡଙ୍ଗା ଅପେକ୍ଷା ଅଧିକ ସମୟ ପାଣିରେ ରଖିଥାଏ।

୨୨. ପବ୍ଲିକ୍ ରିଲେସନ୍‌ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ, ବେଙ୍ଗାଲୁରୁ, ୨୦୨୦

ପରି ସମ୍ବାଦଦାତା ଜ୍ୟୋତି ସିନୋଲି ତାଙ୍କର ଆଲେଖ୍ୟ Pardhi school bull-dozed by Prosperity Highway କମ୍ୟୁନିକେଟର ଅଫ୍ ଦି ଇୟର୍ – ବେଷ୍ଟ୍ କଣ୍ଟେଣ୍ଟ୍ ଅଫ୍ ଦି ଇୟର୍ ପୁରସ୍କାର ଜିତିଛନ୍ତି। ଏହି ଆଲେଖ୍ୟଟି ହେଉଛି ଜଣେ ଫାନ୍‌ସେ ପାର୍ଦ୍ଧି ଶିକ୍ଷକଙ୍କ ଦ୍ୱାରା ତାଙ୍କର ଦୀର୍ଘ କଳଙ୍କିତ ଏବଂ ସାଧନହୀନ ସମୂହର ପିଲାମାନଙ୍କ ପାଇଁ ମହାରାଷ୍ଟ୍ରର ଅମରାବତି ଜିଲ୍ଲାରେ ଆରମ୍ଭ କରିଥିବା ଏକ ସ୍କୁଲ୍ ସମ୍ପର୍କରେ ଯାହାକି ସେମାନଙ୍କୁ ଉଦ୍‌ବିଗ୍ନତା ଏବଂ ଅନିଶ୍ଚିତତାରେ ଛାଡ଼ି ଦେଇ ଜୁନ୍ ୬, ୨୦୧୯ରେ ଭଙ୍ଗା ଯାଇଥିଲା।

୨୧. ପ୍ରେସ୍‌ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଦି ଇଣ୍ଟରନ୍ୟାସନାଲ୍ କମିଟି ଅଫ୍ ଦି ରେଡ୍ କ୍ରସ୍, ନୂଆଦିଲ୍ଲୀ, ୨୦୧୯

ପରି ଫେଲୋ ଉର୍ବଶୀ ସରକାର ଶ୍ରେଷ୍ଠ ନିବନ୍ଧ ଶ୍ରେଣୀରେ ତାଙ୍କର ନିବନ୍ଧ ‘ Our houses are vanishing. Nobody cares ’ ପାଇଁ ପ୍ରଥମ ପୁରସ୍କାର ଜିତିଥିଲେ। ଏହି କାହାଣୀଟି ଜଳବାୟୁ ସମ୍ପର୍କିତ ବିସ୍ଥାପନ ଠାବ କରିଥିଲା ଏବଂ ପଶ୍ଚିମବଙ୍ଗର ସାଗର ଏବଂ ଘୋରମରା ଦୀପ ମଧ୍ୟରେ ଲୋକମାନଙ୍କର ସ୍ଥାନାନ୍ତର ଏବଂ ଦୀପଗୁଡ଼ିକ, ଘର ଏବଂ ଜୀବିକା ହଜିଯିବା ଉପରେ ନଜର ଦେଇଥିଲା।

୨୦. ଜିଓ ଏମଏଏମଆଇ ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲ୍ ୨୦୧୯ (ଅକ୍ଟୋବର ୧୭-୨୪)

ପରି ଫେଲୋ ଯଶଶ୍ୱିନୀ ରଘୁନନ୍ଦନଙ୍କ ତାଙ୍କ ସିନେମା That Cloud Never Left  ପାଇଁ ଉତ୍ସବରେ ଇଣ୍ଡିଆ ଗୋଲ୍‌ଡ ଶ୍ରେଣୀ ପାଇଁ ଚୟନ କରାଯାଇଥିଲା

୧୯. ଏଫଆଇଏଲଏଏଫ୍ ଫିଲ୍ମ ଫେଷ୍ଟିଭାଲ୍‌, ପର୍ପିଗ୍ନାନ୍‌, ଫ୍ରାନ୍ସ: ଫେଷ୍ଟିଭାଲ୍‌ ଇଣ୍ଟରନ୍ୟାସନାଲ୍ ଡ୍ୟୁ ଲିଭ୍ରେ ଡି’ ଆର୍ଟ ଏଟ୍ ଡୁ ଫିଲ୍ମ, ୨୦୧୯

ପରି ଫେଲୋ ଯଶଶ୍ୱିନୀ ରଘୁନନ୍ଦନଙ୍କ ତାଙ୍କ ସିନେମା That Cloud Never Left  ପାଇଁ ଫ୍ରାନ୍ସରେ ଏଫଆଇଏଲଏଏଫ୍‌ ଫିଲ୍ମ ଫେଷ୍ଟିଭାଲ୍‌ ( Festival International du Livre d'Art et du Film )ରେ ଗୋଲ୍‌ଡ ଏଫଆଇଏଲଏଏଫ୍‌ ପୁରସ୍କାର ଜିତିଥିଲେ।

୧୮. ଟୁଟ୍ଟି ଆଇ ପ୍ରେମି ଡେଲ୍‌ ପେସାରୋ ଫିଲ୍ମ ଫେଷ୍ଟିଭାଲ୍, ପେସାରୋ, ଇଟାଲି ୨୦୧୯

ପରି ଫେଲୋ ଯଶଶ୍ୱିନୀ ରଘୁନନ୍ଦନଙ୍କ ତାଙ୍କ ସିନେମା That Cloud Never Left  ପାଇଁ ପେସାରୋ, ଇଟାଲିରେ ଏକ ବିଶେଷ ଉଲ୍ଲେଖ ଲାଭ କରିଥିଲେ।

୧୭. ମୁମ୍ବାଇ ପ୍ରେସ୍ କ୍ଲବ୍‌, ୨୦୧୯

ପରି ସମ୍ବାଦଦାତା ଜ୍ୟୋତି ସିନୋଲି ମେ’ ୩, ୨୦୧୮ରେ ପରିରେ ପ୍ରକାଶିତ ହୋଇଥିବା ତାଙ୍କର ଆଲେଖ୍ୟ Collecting 6,000 leaves a day for a living ପାଇଁ ମହିଳା ସଶକ୍ତିକରଣ ଏବଂ ଲିଙ୍ଗ ସମାନତା ଶ୍ରେଣୀରେ ରେଡ୍ ଇଙ୍କ୍ ପୁରସ୍କାର ଜିତିଥିଲେ।

୧୬.  ଇଣ୍ଡିଆନ୍ ଏକ୍ସପ୍ରେସ୍ ଗ୍ରୁପ୍, ନୂଆଦିଲ୍ଲୀ, ୨୦୧୯

ପରି ଫେଲୋ ପାର୍ଥ ଏମ୍. ଏନ୍. ପରିରେ ପ୍ରକାଶିତ ହୋଇଥିବା ମରାଠାୱାଡ଼ା ସମ୍ପର୍କରେ ତାଙ୍କର ଆଲେଖ୍ୟଗୁଡ଼ିକର ଶୃଙ୍ଖଳ ପାଇଁ ରାମନାଥ ଗୋଏଙ୍କା ପୁରସ୍କାର (ଅନ୍‌କଭରିଂ ଇଣ୍ଡିଆ ଇନ୍‌ଭିଜିବୁଲ୍ କାଟେଗୋରୀରେ) ଜିତିଥିଲେ।

୧୫. ଦ ଷ୍ଟେଟ୍‌ସମ୍ୟାନ୍, କୋଲକାତା, ୨୦୧୮

ପରି ଲେଖକ ପୂଜା ଅବସ୍ଥି ଜୁଲାଇ  ୫ ଏବଂ ଅଗଷ୍ଟ ୩, ୨୦୦୭ରେ ପ୍ରକାଶିତ ଦୁଇଟି କାହାଣୀ ନିମନ୍ତେ ଗ୍ରାମୀଣ ସମ୍ବାଦ ସଂଗ୍ରହ ପାଇଁ ଷ୍ଟେଟ୍‌ସମ୍ୟାନ୍ ପୁରସ୍କାର ଜିତିଥିଲେ: Beaten but unbowed Sunanda Sahoo's silent struggle ଏବଂ Drums and dreams beyond pickle and papad

୧୪. ପପୁଲେସନ୍ ଫାଷ୍ଟ୍, ନୂଆଦିଲ୍ଲୀ, ୨୦୧୮

ପରି ଫେଲୋ ଉର୍ବଶୀ ସରକାର ଅକ୍ଟୋବର ୧୨, ୨୦୧୭ରେ ପରିରେ ପ୍ରକାଶିତ ହୋଇଥିବା ତାଙ୍କର ଆଲେଖ୍ୟ Widowed by tigers, abandoned by the state ପାଇଁ ଆଲେଖ୍ୟ ଶ୍ରେଣୀରେ ଲିଙ୍ଗ ସମ୍ବେଦନଶୀଳତା ନିମନ୍ତେ ଲାଡ୍‌ଲି ମିଡିଆ ଆଣ୍ଡ୍ ଆଡ୍‌ଭର୍ଟାଇଜିଂ ପୁରସ୍କାର, ୨୦୧୭ ଗ୍ରହଣ କରିଥିଲେ।

୧୩. ୟୁରୋପୀୟାନ୍ କମିଶନ୍‌, ବ୍ରୁସେଲ୍‌ସ, ବେଲ୍‌ଜିୟମ୍‌, ୨୦୧୮

ପରି ଫେଲୋ ପାର୍ଥ ଏମ୍‌. ଏନ୍‌. ଫେବୃଆରୀ ୬, ୨୦୧୮ରେ ପରିରେ ପ୍ରକାଶିତ ହୋଇଥିବା ଆଲେଖ୍ୟ Cutting cane for 2000 hours ନିମନ୍ତେ ଲୋରେଞ୍ଜୋ ନାଟାଲି ମିଡିଆ ପୁରସ୍କାର ଗ୍ରହଣ କରିଥିଲେ।

୧୨. ଦକ୍ଷିଣ ଏସୀୟ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ, କୋଲକାତା, ୨୦୧୮

ଏସଏଏସଏଫଏଫ-୨୦୧୮ ନିମନ୍ତେ ପରିର ୧୫ଟି ଭିଡିଓ ଚଳଚ୍ଚିତ୍ର ଚୟନ କରାଯାଇଥିଲା: ୧୩ଟି ଚଳଚ୍ଚିତ୍ର ପ୍ରତିଯୋଗିତା ପ୍ରାମାଣିକ ଚିତ୍ର ଶ୍ରେଣୀରେ ଏବଂ ଦୁଇଟି ଔପଚାରିକ ପାନୋରମା ଶ୍ରେଣୀରେ। (ଚଳଚ୍ଚିତ୍ରଗୁଡ଼ିକ ନିମ୍ନରେ ତାଲିକାଭୁକ୍ତ ହୋଇଛି)

୧୧. ପାରିଗି ହନୁମନ୍ତା ରାଓ ଫାଉଣ୍ଡେସନ୍‌, ଆନ୍ଧ୍ରପ୍ରଦେଶ, ୨୦୧୮

ପରି ଫେଲୋ ରାହୁଲ୍ ଏମ୍‌. ପରିରେ ପ୍ରକାଶିତ ତାଙ୍କର ଆଲେଖ୍ୟଗୁଡ଼ିକ ପାଇଁ ୨୦୧୭-୧୮ ନିମନ୍ତେ ପାରିଗି ହନୁମନ୍ତା ରାଓ ସାମ୍ବାଦିକତା ସମ୍ମାନ ଗ୍ରହଣ କରିଥିଲେ। ମରାଠାୱାଡ଼ା ସମ୍ପର୍କରେ ତାଙ୍କର ଆଲେଖ୍ୟଗୁଡ଼ିକର ଶୃଙ୍ଖଳ ପାଇଁ

୧୦. ବସନ୍ତ ବ୍ୟାଖ୍ୟାନମାଳା, ପୁନେ, ମହାରାଷ୍ଟ୍ର, ୨୦୧୮

ପ୍ରଥମ ବିଚାରପତି ଏମ୍. ଜି. ରାନାଡେ ସମ୍ମାନ (ଉଦ୍‌ଘାଟନୀ ବର୍ଷ), ନୂତନ ସାମ୍ବାଦିକତାର ଅନନ୍ୟ ପ୍ରକୃତି “ଉପକ୍ରମ କୁହାଯାଉଥିବା ପିପୁଲ୍‌ସ ଆର୍କାଇଭ୍‌ ଅଫ୍ ରୁରାଲ୍ ଇଣ୍ଡିଆକୁ ସ୍ୱୀକୃତି ଦେଉଛନ୍ତି।’’

୯. ଶ୍ରୀ ମୁରୁଗାମଥ୍‌, ଭିତ୍ରାଦୁର୍ଗା, କର୍ଣ୍ଣାଟକ, ୨୦୧୭

‘‘ପିପୁଲ୍ସ ଆର୍କାଇଭ୍‌ ଅଫ୍ ରୁରାଲ୍ ଇଣ୍ଡିଆ ଜରିଆରେ ଏକ ସାମ୍ବାଦିକତା ବିପ୍ଳବ ଉପାୟରେ ଗ୍ରାମୀଣ ଜନତାଙ୍କୁ ପ୍ରଦାନ କରାଯାଉଥିବା ସେବା’’ ନିମନ୍ତେ ବାସବଶ୍ରୀ ସମ୍ମାନ।

୮. ଅପ୍ପନ୍‌ ମେନନ୍‌ ସ୍ମୃତି କମିଟି, ନୂଆଦିଲ୍ଲୀ, ୨୦୧୭

‘‘ଗ୍ରାମୀଣ ଭାରତର ଜୀବନ ଓ ଜୀବନର ଦଲିଲ୍‌କରଣ ନିମନ୍ତେ ପିପୁଲ୍ସ ଆର୍କାଇଭ୍‌ ଅଫ୍ ରୁରାଲ୍ ଇଣ୍ଡିଆ ଦ୍ୱାରା କରାଯାଇଥିବା କାର୍ଯ୍ୟ’’ ନିମନ୍ତେ ଅପ୍ପନ୍‌ ମେନନ୍‌ ସ୍ମୃତି ସମ୍ମାନ।

୭. ସି-ସେଲ୍ ମିଡିଆ ଏବଂ ସାହିତ୍ୟ ପୁରସ୍କାର, ଦୁବାଇ, ୨୦୧୭

‘‘ଗ୍ରାମୀଣ ଭାରତର ଅନନ୍ୟ ଏବଂ ସହକର୍ମୀର ସମ୍ବାଦ ସଂଗ୍ରହ ଏବଂ ପରି ଭାବରେ ଅନନ୍ୟ ଉପଲବ୍ଧି’’ ନିମନ୍ତେ ସି-ସେଲ୍‌ ସାମ୍ବାଦିକତା ପୁରସ୍କାର।

୬. କେଶରୀ ମହରାଟ୍ଟା ଟ୍ରଷ୍ଟ୍ ଏବଂ ତିଲକ୍‌ ମହାରାଷ୍ଟ୍ର ବିଦ୍ୟାପୀଠ, ପୁନେ, ୨୦୧୭

ସାମ୍ବାଦିକତାରେ ଉତ୍କର୍ଷ ନିମନ୍ତେ ପି. ସାଇନାଥ୍/ ପରିଙ୍କୁ ଲୋକମାନ୍ୟ ବାଲ୍ ଗଙ୍ଗାଧର ତିଲକ୍ ପୁରସ୍କାର (ତାଙ୍କ ପରିର ଶୁଭାରମ୍ଭକୁ ସ୍ୱୀକୃତି ଦେଇ)

୫. ଅନନ୍ତ ଭାଲେରାଓ ସ୍ମୃତି ଫାଉଣ୍ଡେସନ୍, ଔରଙ୍ଗାବାଦ, ୨୦୧୬

‘‘ଗ୍ରାମୀଣ ଭାରତର ଉତ୍ସାହଜନକ ସମ୍ବାଦ ସଂଗ୍ରହ, ପିପୁଲ୍‌ସ ଆର୍କାଇଭ୍‌ ଅଫ୍ ଇଣ୍ଡିଆ ଏବଂ ଭାରତୀୟ ଭାଷାରେ ସାମ୍ବାଦିକତା ବୃଦ୍ଧି ପାଇଁ ଏହାର ଦୃଷ୍ଟିକୋଣ’’ ନିମନ୍ତେ ଅନନ୍ତ ଭାଲେରାଓ ସ୍ମୃତି ପୁରସ୍କାର।

୪. କ୍ରାନ୍ତିସିଂହ ନାନା ପାଟିଲ୍‌ ଫାଉଣ୍ଡେସନ୍‌, ସାଙ୍ଗଲି, ମହାରାଷ୍ଟ୍ର, ୨୦୧୬

ପି. ସାଇନାଥଙ୍କ (ପରିର ଗୁରୁତ୍ୱକୁ ମଧ୍ୟ ସ୍ୱୀକୃତି ଦେଇ) ନିମନ୍ତେ କ୍ରାନ୍ତିସିଂହ ନାନା ପାଟିଲ୍‌ ସ୍ମୃତି ପୁରସ୍କାର।

୩. ଜାତୀୟ ଚଳଚ୍ଚିତ୍ର ସମ୍ମାନ, ଭାରତ ସରକାର, ନୂଆଦିଲ୍ଲୀ, ୨୦୧୬

ପରି ଫେଲୋ ନିଧି କାମଥ୍‌ ଏବଂ କେୟା ବାସୱାନୀ ମେ’ ୨, ୨୦୧୬ରେ ପରିରେ ପ୍ରକାଶିତ ହୋଇଥିବା ସେମାନଙ୍କର ଫିଲ୍ମ Weaves of Maheshwar , ନିମନ୍ତେ ୬୩ତମ ଜାତୀୟ ଚଳଚ୍ଚିତ୍ର ସମ୍ମାନ ୨୦୧୬ରେ ଶ୍ରେଷ୍ଠ ପ୍ରୋତ୍ସାହନମୂଳକ ଚଳଚ୍ଚିତ୍ର ନିମନ୍ତେ ସିଲ୍‌ଭର ଲୋଟସ୍‌ (ରଜତ କମଳ) ଗ୍ରହଣ କରିଛନ୍ତି।

୨. ପ୍ରଫୁଲ ବିଦୱାଇ ମେମୋରିଆଲ୍ କମିଟି, ନୂଆଦିଲ୍ଲୀ, ୨୦୧୬

‘‘କୃଷକ ବିପର୍ଯ୍ୟୟ ସମ୍ପର୍କରେ ସମ୍ବାଦ ସଂଗ୍ରହ ଓ ମତାମତ ଏବଂ ପରି ଭାବରେ ସୂଚନା ଏବଂ ପ୍ରେରଣାର ଉତ୍ସ’’ ନିମନ୍ତେ ପ୍ରଥମ ପ୍ରଫୁଲ ବିଦୱାଇ ସ୍ମୃତି ପୁରସ୍କାର।

୧. ପପୁଲେସନ୍ ଫାଷ୍ଟ୍, ମୁମ୍ବାଇ, ୨୦୧୫

ପରି ଫେଲୋ ପୁରୁଷୋତ୍ତମ ଠାକୁର ମାର୍ଚ୍ଚ ୨୦, ୨୦୧୫ରେ ପରିରେ ପ୍ରକାଶିତ ହୋଇଥିବା ଆଲେଖ୍ୟ Making history, heading for a hundred, ନିମନ୍ତେ ତଦନ୍ତମୂଳକ କାହାଣୀ ଶ୍ରେଣୀରେ ଲିଙ୍ଗ ସମାନତା ୨୦୧୪-୧୫ ପାଇଁ ଲାଡ୍‌ଲୀ ମିଡିଆ ଏବଂ ଆଡ୍‌ଭର୍ଟାଇଜିଂ ପୁରସ୍କାର ଗ୍ରହଣ କରିଥିଲେ।

ବିଶେଷ ଉଲ୍ଲେଖ: ୨୦୨୦ ଏପ୍ରିଲ୍‌ରେ, ୟୁନାଇଟେଡ୍‌ ଷ୍ଟେଟ୍‌ସ ଲାଇବ୍ରେରୀ ଅଫ୍ କଂଗ୍ରେସ ଆମକୁ ସୂଚିତ କରିଥିଲା ଯେ ସେମାନେ ପରି ୱେବ୍‌ସାଇଟ୍‌କୁ ସେମାନଙ୍କର ୱେବ୍‌ ଆର୍କାଇଭ୍‌ରେ ସାମିଲ୍ କରିବା ପାଇଁ ଚୟନ କରିଛନ୍ତି: ‘‘ଆପଣଙ୍କ ୱେବ୍‌ସାଇଟ୍‌କୁ ଏହି ସଂଗ୍ରହ ଏବଂ ଐତିହାସିକ ତଥ୍ୟ ସଂଗ୍ରହର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କରିବା ପାଇଁ ଆମେ ବିବେଚନା କରୁଛୁ।’’

ଦକ୍ଷିଣ ଏସୀୟ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ, ମାର୍ଚ୍ଚ ୨୦୧୮: ପରି ଭିଡିଓ/ ଚଳଚ୍ଚିତ୍ରଗୁଡ଼ିକର ତାଲିକା

ପ୍ରତିଯୋଗିତା: ପ୍ରାମାଣିକ ଚଳଚ୍ଚିତ୍ର

୧. ଅର୍ଚ୍ଚନା ଫାଡ୍‌କେ/ Captain Elder Brother’ and the Whirlwind Army / ଭାରତ/ ମରାଠି/ ୦୬ ମିନିଟ୍‌

୨. ଶ୍ରେୟା କାତ୍ୟାୟିନି/ Tussar: The Crumbling Cocoon / ଭାରତ/ ହିନ୍ଦୀ/ ୧୨ ମିନିଟ୍

୩. ସିଞ୍ଚିତା ମାଝି/ Heavy Lifting in the Hills / ଭାରତ/ ମରାଠି/ ୦୯ ମିନିଟ୍

୪. ସାୟାନ୍ତୋନି ପାଲଚୌଧରୀ/ Jahangir's Story / ଭାରତ/ ହିନ୍ଦୀ/ ୦୮ ମିନିଟ୍

୫. ସାୟାନ୍ତୋନି ପାଲଚୌଧରୀ/ Vote for Boat / ଭାରତ/ ହିନ୍ଦୀ/ ୦୮ ମିନିଟ୍

୬.ଷ୍ଟାନ୍‌ଜିନ୍ ସାଲଡୋନ୍‌/ The Loom is My Love, My Legacy / ଭାରତ/ ଲଦାଖୀ/ ୦୯ ମିନିଟ୍

୭. ସିଞ୍ଚିତା ମାଝି/ Basudeb Baul / ଭାରତ/ ବଙ୍ଗଳା/ ୧୨ ମିନିଟ୍

୮. ଅଙ୍କନ ରଏ/ Bahurupi: A Family of Many Faces / ଭାରତ/ ବଙ୍ଗଳା/ ୧୦ ମିନିଟ୍

୯. ଶ୍ରେୟା କାତ୍ୟାୟିନି/ When the Queen Strikes / ଭାରତ/ ହିନ୍ଦୀ/ ୧୫ ମିନିଟ୍

୧୦. ଅନୁଭା ଭୋସଁଲେ ଏବଂ ଅନ୍ୟମାନେ/ Ima Keithel: Every Day is Women’s Day / ଭାରତ/ ମଣିପୁରି/ ୧୫ ମିନିଟ୍

୧୧. ଅପର୍ଣ୍ଣା କାର୍ତ୍ତିକେୟନ୍‌/ The Dance of the False Legged Horse / ଭାରତ/ ତାମିଲ୍/ ୧୮ ମିନିଟ୍

୧୨. ଭି. ଶଶିକୁମାର/ Mending Boats with Music / ଭାରତ/ ମାଲାୟଲାମ/ ୧୫ ମିନିଟ୍

୧୩. ପୁରୁଷୋତ୍ତମ ଠାକୁର/ The Fading Weaves of Duajhar / ଭାରତ/ ଓଡ଼ିଆ/ ୧୬ ମିନିଟ୍

ଔପଚାରିକ ଚୟନ: ପାନୋରାମା- ପ୍ରାମାଣିକ ଚିତ୍ର

୧୪. ସିଞ୍ଚିତା ମାଝି/ Threadbare in Santipur / ଭାରତ/ ବଙ୍ଗଳା/ ୧୩ ମିନିଟ୍

୧୫. ସିଞ୍ଚିତା ମାଝି/ Dhol on Wheels / ଭାରତ/ ବଙ୍ଗଳା/ ୦୬ ମିନିଟ୍

ଦକ୍ଷିଣ ଏସୀୟ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ, ମାର୍ଚ୍ଚ ୨୦୧୯: ପରି ଭିଡିଓ/ଚଳଚ୍ଚିତ୍ରର ତାଲିକା

ପ୍ରତିଯୋଗିତା: ପ୍ରାମାଣିକ ଚିତ୍ର

୧. ସିଞ୍ଚିତା ମାଝି/ Ganpati Yadav's Gripping Life Cycle / ଭାରତ/ ମରାଠି/ ୧୭ ମିନିଟ୍

୨. ଅଙ୍କନ ରଏ ଏବଂ ଅନ୍ୟମାନେ/ Possessed by His Art, a Bahurupi Transforms / ଭାରତ/ ବଙ୍ଗଳା/ ୦୫ ମିନିଟ୍

୩. ବିଶାଖା ଜର୍ଜ ଏବଂ ଅନ୍ୟମାନେ/ I Feel So Happy to See the Paddy Growing / ଭାରତ/ ମାଲାୟଲାମ୍/ ୦୫ ମିନିଟ୍

୪. ଅନୁଭା ଭୋସଁଲେ ଏବଂ ଅନ୍ୟମାନେ/ Into The Chakshangs Of Imphal / ଭାରତ/ ମଣିପୁରି, ମେଇତି/ ୦୫ ମିନିଟ୍

୫. ସୁବୁହି ଜିୱାନି/ Farming Doesn't Give Us Our Sustenance / ଭାରତ/ ହିନ୍ଦୀ/ ୦୪ ମିନିଟ୍

ଅନୁବାଦ: ଓଡ଼ିଶାଲାଇଭ୍‍

Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE