“ ପ୍ରଜନନ ଋତୁରେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଥିଲେ ମଧ୍ୟ (ଆମର ଉପସ୍ଥିତି ଯୋଗୁଁ) ଗଧିଆଗୁଡିକ ଆମର ଗୋସମ୍ପଦକୁ ଆକ୍ରମଣ କରିଥାନ୍ତି, କାରଣ ସେମାନଙ୍କୁ ମଧ୍ୟ ସେମାନଙ୍କର ଛୁଆଗୁଡିକ ପାଇଁ ଖାଦ୍ୟ ଯୋଗାଡ କରିବାକୁ ପଡିଥାଏ,” ବୋଲି ତସି ଫୁନ୍‌ସଗ୍‌ ଓ ଥୁଣ୍ଡପ୍‌ ଚୋସ୍‌ଗେଲ୍‌ କୁହନ୍ତି, ଉଭୟ ଗ୍ରାମର ପଶୁଚାରକ ଅଟନ୍ତି । ଗଧିଆମାନଙ୍କ ସମ୍ବନ୍ଧରେ ସେମାନଙ୍କର ଦୃଷ୍ଟିକୋଣ ହିଂସ୍ର ପରଭକ୍ଷି, ଯେଉଁମାନଙ୍କ ସହିତ ଏହି ପଶୁଚାରଣକାରୀ ସମ୍ପ୍ରଦାୟ ଗୋଟିଏ ସ୍ଥାନରେ ରହିଥାଏ,ଙ୍କ ପ୍ରତି ସେମାନଙ୍କର ସହାନୁଭୂତି ବିଷୟରେ ଜଣାଇଥାଏ । ହେଲେ, ଏହା ଅନେକ ସମୟରେ ସେମାନଙ୍କର ଗୋସମ୍ପଦ, ଯାହା ସେମାନଙ୍କର ଜୀବିକା ନିର୍ବାହର ଏକମାତ୍ର ମାଧ୍ୟମ ଅଟେ, କ୍ଷୟ ହେବା ଯୋଗୁଁ ଏହି ସମ୍ପ୍ରଦାୟ ସମ୍ମୁଖୀନ ହେଉଥିବା ଅର୍ଥନୈତିକ ପରିବ୍ୟୟ ଓ ଭାବାତ୍ମକ ଚାପ ତଳେ ଚାପି ହୋଇ ରହିଯାଏ ।

ସେମାନଙ୍କର ଗୋସମ୍ପଦକୁ ସୁରକ୍ଷା ପ୍ରଦାନ କରିବାକୁ ଓ ମାଂସାହାରୀ ଜୀବଙ୍କର ସଂଖ୍ୟା ହ୍ରାସ କରିବାକୁ, ଏହି ସମ୍ପ୍ରଦାୟ ଏକ ପାରମ୍ପରିକ ଢାଞ୍ଚା ବ୍ୟବହାର କରିଥାଏ ଯାହାକୁ ସାଙ୍ଗଡଙ୍ଗ  କୁହାଯାଏ । ତାସି ଫୁନ୍‌ସଗ୍‌ ଓ ତୁଣ୍ଡୁପ୍‌ ଚୋସ୍‌ଗେଲ୍‌ କୁହନ୍ତି ଯେ, “ମୋର ବାଲ୍ୟକାଳରେ ପ୍ରଚଳିତ ଏକ ପ୍ରଥା କଥା ମୋର ମନେ ପଡୁଛି ।  ଅକ୍ଟୋବର ମାସରେ, ପ୍ରତ୍ୟେକ ଗ୍ରାମବାସୀ ପାଳି କରି ସେମାନଙ୍କର ମେଷପଲ ମଧ୍ୟରୁ ଗୋଟିଏ ମେଣ୍ଢା ଆଣି ସାଙ୍ଗଡଙ୍ଗ (ପ୍ରଲୋଭନ ବସ୍ତୁ ଭାବେ)ରେ ରଖିବା ବାଧ୍ୟତାମୂଳକ ଥିଲା । ଗ୍ରାମ ପାଇଁ ରହିଥିବା ଦାୟିତ୍ୱ ଦୃଷ୍ଟିରୁ ପ୍ରତ୍ୟେକ ଗ୍ରାମବାସୀ ସେମାନଙ୍କର ପାଳି ଆସିଲେ ଛେଳି ବା ମେଣ୍ଡାକୁ ଖାଇବାକୁ ଖାଦ୍ୟ ଦେଉଥିଲେ, ଯାହା ଜାନୁଆରି ଶେଷ ପ୍ରଯ୍ୟନ୍ତ ଚାଲୁଥିଲା। ସେମାନଙ୍କ ପାଖରେ ନିଜସ୍ୱ ପ୍ରାଣୀ ନଥିଲେ ମଧ୍ୟ ସେମାନଙ୍କୁ କର୍ତ୍ତବ୍ୟ ପାଳନ ପୂର୍ବକ କିଛି ଘାସ ଓ ପାଣି ପ୍ରତିଦିନ ଖୁଆଇବାକୁ ହେଉଥିଲା । ଯଦି କୌଣସି ଗଧିଆ ଧରା ପଡିଯାଏ, ତାହାହେଲେ ଖାଦ୍ୟ ଦେବା ଦାୟିତ୍ୱରେ ଥିବା ବ୍ୟକ୍ତିକୁ ଏହାକୁ ହତ୍ୟା କରିବାକୁ ହୋଇଥାଏ’’।

ଏଠାରେ ପ୍ରଦର୍ଶିତ ହୋଇଥିବା ବୃତ୍ତଚ୍ଚିତ୍ର, ସାଙ୍ଗଡଙ୍ଗଠାରୁ ସ୍ତୁପରେ ଲଦାଖର ପଶୁଚାରଣକାରୀ ସମ୍ପ୍ରଦାୟର ସ୍ୱର ରେକର୍ଡ କରାଯାଇଛି। ଏହି ଚଳଚିତ୍ର ୨୦୧୯ର ଗ୍ରୀଷ୍ମ ଋତୁରେ ଲଦାଖର ଦୁଇଜଣ ଯୁବ ଚଳଚ୍ଚିତ୍ର ନିର୍ମାତା ସାମ୍‌ତେନ୍‌ ଗ୍ୟୁର୍‌ମେତ ଓ ଫୁନ୍‌ସୋକ୍‌ ଅଙ୍ଗଚୁକ ପଚୁକ୍‌ଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଲଦାଖି ଭାଷାରେ ସେରିଂ ଡୋଲ୍‌ମାଙ୍କ ନିଜସ୍ୱ ଭାଷାରେ ବର୍ଣ୍ଣିତ ଏହି ଚଳଚ୍ଚିତ୍ରରେ ଏକ ବହୁ ପୁରାତନ ପ୍ରଥା ଓ ପଶୁଚାରଣକାରୀ ସମ୍ପ୍ରଦାୟମାନେ ସେମାନଙ୍କ ଜୀବନରେ ସମ୍ମୁଖୀନ ହେଉଥିବା ଅପ୍ରୀତିକର ପରିସ୍ଥିତି ବିଷୟରେ ବର୍ଣ୍ଣନା କରାଯାଇଛି, ଅନେକ ସମୟରେ ଯାହାର ଭୂଲ୍‌ ଅର୍ଥ ବାହାର କରାଯାଇଥାଏ ।

ସରକାର ଓ ସମ୍ପ୍ରଦାୟଭିତ୍ତିକ ସଂଗଠନଗୁଡିକ ସମ୍ପ୍ରଦାୟ –ପରଭକ୍ଷିଙ୍କ ମଧ୍ୟରେ ଜାରି ରହିଥିବା ଏହି ସଂଘର୍ଷ ହ୍ରାସ କରିବାକୁ ଓ ପଶୁଚାରକମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। ଦୟା ଓ ସହାନୁଭୂତି ଭଳି ସମ୍ପ୍ରଦାୟର ଅନ୍ତର୍ନିହିତ ଦର୍ଶନ ସଂରକ୍ଷଣ ପାଇଁ ଏକ ସ୍ୱତନ୍ତ୍ର ସମାଧାନର ବାଟ ଖୋଲିବାରେ ସହାୟକ ହେଉଛି ।

ବୃତ୍ତଚିତ୍ର ଦେଖନ୍ତୁ : ସାଙ୍ଗଡଙ୍ଗ ଠାରୁ ସ୍ତୁପା

ବର୍ଣ୍ଣନା (ଦେଖାଯାଉଥିବା କ୍ରମରେ)

ବାଖ୍ୟାକାର : ସେରିଂ ଡୋଲ୍‌ମା, ସ୍କୋଲାର୍‌, ସି.ଆଇ.ବି.ଏସ୍‌ (ସେଣ୍ଟ୍ରାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବୁଦ୍ଧିଷ୍ଟ ଷ୍ଟଡିଜ୍‌), ଲେହ
ତାସି ଫୁନ୍‌ସୋଗ ଓ ତୁଣ୍ଡୁପ ଚୋସ୍‌ଗେଲ୍‌, ପଶୁଚାରକ, ଗ୍ୟା ଗ୍ରାମ, ଲେହ ଜିଲ୍ଲା, ଲଦାଖ
କର୍ମା ସୋନମ୍‌, କ୍ଷେତ୍ର ପରିଚାଳକ, ନେଚର୍‌ କନ୍‌ଜର୍‌ଭେସନ୍‌ ଫାଉଣ୍ଡେସନ୍‌, ମଇସୁର
କୋଂଚୋକ୍‌ ଷ୍ଟାଜିଂନ, ସମ୍ମାନନୀୟ ଏକଜିକ୍ୟୁଟିଭ୍‌ କାଉନ୍‌ସିଲର୍‌ (ଶିକ୍ଷା, ବନ୍ୟଜନ୍ତୁ ଓ ମେଣ୍ଢା ପାଳନ ପାଇଁ), ଏଲ୍‌ଏଏଚ୍‌ଡିସି (ଲଦାଖ ସ୍ୱୟଂଶାସିତ ପର୍ବତ ବିକାଶ କାଉନ୍‌ସିଲ୍‌), ଲେହ
ବରେଣ୍ୟ ବକୂଳ ରଙ୍ଗଦୋଲ୍‌ ନାଇମା ରିଂପୋଚେ, ଧାର୍ମିକ ନେତା
ଶ୍ରଦ୍ଧେୟ ଗାୱଙ୍ଗ ସେରାପ୍‌, ମୁଖ୍ୟ ସନ୍ୟାସୀ
ବରେଣ୍ୟ ଦ୍ରୁକ୍‌ପା ଥୁକ୍‌ସେ ରିନ୍‌ପୋଚେ, ଧାର୍ମିକ ନେତା

କ୍ୟାମେରା
ସାମ୍‌ତେନ୍‌ ଗ୍ୟୁର୍‌ମେତ୍‌ ଓ ଫୁନ୍‌ସୋକ ଅଙ୍ଗଚୁକ୍‌ ପଚୁକ (ଯାଯାବର ଭାଇ, ଲଦାଖ)

ଭିଡିଓ ଏଡିଟିଂ
ସାମ୍‌ତେନ୍‌ ଗ୍ୟୁର୍‌ମେତ୍‌ ଓ ମୁନ୍‌ମୁନ୍‌ ଧଳରିଆ

ଅନୁବାଦ: ଓଡ଼ିଶାଲାଇଭ୍‍

Abhijit Dutta

Abhijit Dutta works in the high altitudes with the Nature Conservation Foundation (NCF), Mysuru. He works on outdoor education programmes for local children and helps run locally relevant conservation interventions with local communities.

Other stories by Abhijit Dutta
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE