“ଆମେ କାମ କରୁ, ସେଥିପାଇଁ ଆପଣମାନଙ୍କୁ ଖାଦ୍ୟ ମିଳିଥାଏ”, ପୁଣେ ଜିଲ୍ଲାର ଖେଡ଼ ତହସିଲ ଅନ୍ତର୍ଗତ ଜଣେ ମହିଳା ଚାଷୀ କୃଷ୍ଣାବାଇ କାରଲେ କହିଥିଲେ। ସରକାରଙ୍କୁ ଚେତାଇ ଦେବା ପାଇଁ ତାଙ୍କର ଏହି ଉକ୍ତିଟି ଉଦ୍ଦିଷ୍ଟ ଥିଲା। ଚଳିତ ବର୍ଷ ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ କରାଯାଇଥିବା ତିନୋଟି ନୂଆ କୃଷି ଆଇନ ନିଃସର୍ତ୍ତରେ ପ୍ରତ୍ୟାହାର କରି ନେବା ଲାଗି ଦାବି କରୁଥିବା ଅସଂଖ୍ୟ କୃଷକମାନଙ୍କ ମଧ୍ୟରୁ କୃଷ୍ଣାବାଇ ହେଉଛନ୍ତି ଜଣେ। ଡିସେମ୍ବର ୧୧ ତାରିଖରେ ପୁଣେରେ ଆୟୋଜିତ ଏକ ବୈଠକରେ ସେ ଦେଶରେ ଜାରି ରହିଥିବା ଚାଷୀ ଆନ୍ଦୋଳନର ସମର୍ଥନରେ ଏହି ମନ୍ତବ୍ୟ ଦେଇଥିଲେ।

ସାରା ଜିଲ୍ଲାରୁ କୃଷକ, କୃଷି ଶ୍ରମିକ ଏବଂ କୃଷି ଅଧିକାର କର୍ମୀ-ସମସ୍ତେ ମହିଳା-ପୁଣେ ସହରରେ କୃଷକ ଏବଂ ବିଶେଷ କରି ମହିଳାଙ୍କ ଉପରେ ନୂଆ ଆଇନର ପ୍ରଭାବକୁ ଉଜାଗର କରିବା ନିମନ୍ତେ ଏକତ୍ରିତ ହୋଇଥିଲେ।

ଭାରତରେ ଯଦିଓ ମହିଳାମାନେ କୃଷି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାନ୍ତି-ଅତିକମରେ ୬୫.୧ ପ୍ରତିଶତ ମହିଳା ଶ୍ରମିକ କୃଷି କ୍ଷେତ୍ରରେ କାମ କରିଥାନ୍ତି, କୃଷକ କିମ୍ବା କୃଷି ଶ୍ରମିକ ରୂପରେ (ଜନଗଣନା-୨୦୧୧)-ତଥାପି ସେମାନଙ୍କୁ କୃଷକ ଭାବେ ବିବେଚନା କରାଯାଏ ନାହିଁ ଏବଂ ଅଧିକାଂଶ ସମୟରେ ସେମାନଙ୍କୁ ନିଜ ପରିବାରର ଜମି ଉପରେ ମାଲିକାନା ଅଧିକାରରୁ ବଞ୍ଚିତ ରଖାଯାଇଥାଏ। ପୁଣେର ବୈଠକରେ କୃଷକମାନେ କହିଥିଲେ ଯେ କେନ୍ଦ୍ର ସରକାର ଆଇନ ଲାଗୁ କରିବା ପରିବର୍ତ୍ତେ -ଯାହାକି ସେମାନଙ୍କ ଜୀବିକା ପାଇଁ ବିପଦ ସୃଷ୍ଟି କରିଛି- ମହିଳାମାନଙ୍କୁ କୃଷକ ଭାବେ ମାନ୍ୟତା ଦେବା ଉଚିତ । “ମହିଳାମାନେ କେବଳ କାମ କରନ୍ତି ନାହିଁ, ବରଂ ସେମାନେ ପୁରୁଷଙ୍କ ତୁଳନାରେ ଅଧିକ ସମୟ ପର୍ଯ୍ୟନ୍ତ କାମ କରିଥାନ୍ତି”, ଦୌଣ୍ଡ ତହସିଲର ଆଉ ଜଣେ ଚାଷୀ, ଆଶା ଆଟୋଲେ କହିଥିଲେ।

କୃଷକମାନଙ୍କର ଦେଶବ୍ୟାପୀ ଆନ୍ଦୋଳନର ୧୬ତମ ଦିନରେ ଆୟୋଜିତ, ୧୧ ଡିସେମ୍ବର ବୈଠକକୁ ‘କିଷାନ ବାଗ’-ନୂଆ ଆଇନକୁ ବାତିଲ କରିବା ଦାବିକୁ ନେଇ ଡିସେମ୍ବର ୮ ତାରିଖରେ ଆରମ୍ଭ ହୋଇଥିବା ଜନସଭା- ରୂପରେ ଆୟୋଜନ କରାଯାଇଥିଲା, ଯାହାକି ମହାରାଷ୍ଟ୍ରରେ ମହିଳା ସଂଗଠନଗୁଡ଼ିକର ୪୧ ବର୍ଷୀୟ ପୁରୁଣା ସଂଗଠନ ସ୍ତ୍ରୀ ମୁକ୍ତି ଆନ୍ଦୋଳନ ଦ୍ୱାରା କରାଯାଇଥିଲା।

ଆନ୍ଦୋଳନ ପ୍ରତି ମିଳିତ ଭାବେ ସମର୍ଥନ ବ୍ୟକ୍ତ କରି, କୃଷକମାନେ ଦୀର୍ଘ ସମୟ ଧରି  ଜାରି ରଖିଥିବା ନିଜର ଦାବିଗୁଡ଼ିକୁ ଦୋହରାଇଥିଲେ, ଏଥିରେ ବ୍ୟାଙ୍କ ଋଣ ଏବଂ ବିପଣନ ସୁବିଧା ପ୍ରଦାନ କରିବା ଲାଗି ଦାବି ରହିଥିଲା।

ବୈଠକରେ ଘୋଷିତ ଦାବିଗୁଡ଼ିକର ତାଲିକାରେ, ସେମାନେ କହିଥିଲେ ଯେ କୃଷକମାନଙ୍କୁ ରାଷ୍ଟ୍ର ବିରୋଧୀ ବୋଲି କହି ବଦନାମ କରିବା ବନ୍ଦ କରିଦେବା ଉଚିତ। ସେମାନେ ଏହା ମଧ୍ୟ ଦାବି କରିଥିଲେ ଯେ ସରକାର ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ଏବଂ ବିକେନ୍ଦ୍ରୀକୃତ କ୍ରୟ ସୁବିଧାରେ ଜାତୀୟ କୃଷି ଆୟୋଗ (ବା ସ୍ୱାମୀନାଥନ୍ ଆୟୋଗ)ର ସୁପାରିସଗୁଡ଼ିକୁ ଲାଗୁ କରିବା ଉଚିତ୍।

PHOTO • Vidya Kulkarni

ଦେଶବ୍ୟାପୀ କୃଷକ ଆନ୍ଦୋଳନ ଏବଂ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିକୁ ସମର୍ଥନ କରି ପୁଣେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ମହିଳା ଚାଷୀମାନେ ଡିସେମ୍ବର ୧୧ ତାରିଖରେ ପୁଣେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ କିଷାନ ବାଗ ବିରୋଧ ପ୍ରଦର୍ଶନ ଆୟୋଜନ କରିଥିଲେ।


PHOTO • Vidya Kulkarni

“ଏହି କୃଷକମାନେ ହିଁ ଲକଡାଉନ ସମୟରେ କାମ କରିଥିଲେ। ସେମାନେ ପନିପରିବା ଓ ଖାଦ୍ୟଶସ୍ୟ ଉତ୍ପାଦନ କରିଥିଲେ ଯାହାକୁ ଆପଣଙ୍କ ଘର ପାଖରେ ପହଞ୍ଚାଇ ଦିଆଯାଇଥିଲା, ସେତେବେଳେ ଆପଣମାନେ ଘର ଭିତରେ ସୁରକ୍ଷିତ ଏବଂ ଆନନ୍ଦିତ ଥିଲେ”, ଖେଡ଼ ତହସିଲର କୃଷ୍ଣାବାଇ କାରଲେ କହିଥିଲେ।


PHOTO • Vidya Kulkarni

ମାୱଲ ତହସିଲର ତିକୋନା ଗ୍ରାମର ଶାନ୍ତାବାଇ ୱର୍ଓ୍ୱେ ଜଣେ ସହାୟକ ଚାଷୀ ଅଟନ୍ତି। “ଆମ ଅଞ୍ଚଳରେ ପାୱନା ନଦୀବନ୍ଧ ଆମର ଜମି ଛଡ଼ାଇ ନେଇ ତିଆରି କରାଗଲା। କିନ୍ତୁ ଏଠାରୁ ପାଣି ଚିଞ୍ଚୱାଡ଼ର କାରଖାନାକୁ ଯାଉଛି। ଜଳସେଚନ ବ୍ୟବସ୍ଥା ନଥିବା କାରଣରୁ, ଆମେ ବର୍ଷା ଆଧାରିତ ଚାଷ କରିବା ଲାଗି ବାଧ୍ୟ ହେଉଛୁ”, ସେ କହିଥିଲେ।


Women are central to all processes in agriculture, from preparing the land to processing the harvest, and contribute significantly to food production with barely any support. At the meeting, they pressed for full implementation of 30 per cent representation of women in Agricultural Produce Market Committees (APMCs), and incentives like low-interest credit.
PHOTO • Vidya Kulkarni
Women are central to all processes in agriculture, from preparing the land to processing the harvest, and contribute significantly to food production with barely any support. At the meeting, they pressed for full implementation of 30 per cent representation of women in Agricultural Produce Market Committees (APMCs), and incentives like low-interest credit.
PHOTO • Vidya Kulkarni

ମହିଳାମାନେ କୃଷିର ସମସ୍ତ କାର୍ଯ୍ୟରେ କେନ୍ଦ୍ରୀୟ ଭୂମିକା ନିର୍ବାହ କରିଥାନ୍ତି, ଜମି ପ୍ରସ୍ତୁତ କରିବା ଠାରୁ ଆରମ୍ଭ କରି ଫସଲ ପ୍ରକ୍ରିୟାକରଣ ପର୍ଯ୍ୟନ୍ତ, ଏବଂ ବିନା ସମର୍ଥନରେ ଖାଦ୍ୟ ଉତ୍ପାଦନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାନ୍ତି। ବୈଠକରେ, ସେମାନେ କୃଷି ଉତ୍ପାଦନ ବିପଣନ ସମିତି (ଏପିଏମସି)ରେ ମହିଳାମାନଙ୍କର ୩୦ପ୍ରତିଶତ ପ୍ରତିନିଧିତ୍ୱକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରିବା ଏବଂ କମ୍‌ ସୁଧରେ ଋଣ ଭଳି ପ୍ରୋତ୍ସାହନ ଦାବି କରିଥିଲେ।


PHOTO • Vidya Kulkarni

ଜୁନ୍ନର ତହସିଲ ମାଣକେଶ୍ୱର ଗ୍ରାମର ନାଏବ-ସରପଞ୍ଚ ଏବଂ ଅଖିଳ ଭାରତୀୟ କୃଷକ ସଭାର ସଦସ୍ୟ ମାଧୁରୀ କରୋଡ଼େ କହିଥିଲେ ଯେ ନୂଆ ଆଇନ ବିରୋଧରେ କୃଷକ ଏବଂ କୃଷି ଶ୍ରମିକ, ସମସ୍ତେ ଏକଜୁଟ ଅଛନ୍ତି। “ଲକଡାଉନ ସମୟରେ କୃଷି ଶ୍ରମିକ ବେରୋଜଗାର ଥିଲେ, ସେଥିପାଇଁ ଆମେ ମନରେଗା ଜରିଆରେ କାମ ଦେଲୁ,” ସେ କହିଥିଲେ।


PHOTO • Vidya Kulkarni

“ମହିଳା କୃଷକଙ୍କ ପାଇଁ ନୂଆ ଆଇନ ଦରକାର ନାହିଁ। ଆମକୁ ନିଷ୍ପତ୍ତି ନେବାର ଅଧିକାର ଆବଶ୍ୟକ। ଆମେ ସେପର୍ଯ୍ୟନ୍ତ ଲଢ଼ିବୁ, ଯେପର୍ଯ୍ୟନ୍ତ ଆମକୁ ଆମର ଅଧିକାର ମିଳିବ ନାହିଁ”, ଦୌଣ୍ଡ ତହସିଲଙ୍କ କୃଷକ, ଆଶା ଆଟୋଲେ କହିଥିଲେ।


Loan waivers for women in suicide-impacted families was one of the demands voiced at the protest. The farmers also highlighted the need for a strong and universal public distribution system (PDS).
PHOTO • Vidya Kulkarni
Loan waivers for women in suicide-impacted families was one of the demands voiced at the protest. The farmers also highlighted the need for a strong and universal public distribution system (PDS).
PHOTO • Vidya Kulkarni

ଆତ୍ମହତ୍ୟା କାରଣରୁ ପ୍ରଭାବିତ ପରିବାରର ମହିଳାମାନଙ୍କ ପାଇଁ ଋଣ ଛାଡ଼ କରିବା ଲାଗି ବିରୋଧ ପ୍ରଦର୍ଶନ ବେଳେ ଦାବି କରାଯାଇଥିଲା। କୃଷକମାନେ ଏକ ସୁଦୃଢ଼ ଏବଂ ସାର୍ବଜନୀନ ବିତରଣ ପ୍ରଣାଳୀ (ପିଡିଏସ)ର ଆବଶ୍ୟକତା ଉପରେ ମଧ୍ୟ ଆଲୋକପାତ କରିଥିଲେ।


PHOTO • Vidya Kulkarni

‘‘ଯଦି ବର୍ତ୍ତମାନର ମଣ୍ଡିଗୁଡ଼ିକ ବନ୍ଦ ହୋଇଯାଏ, ତା’ହେଲେ ମୋ ଭଳି ଶ୍ରମିକ ବେରୋଜଗାର ହୋଇଯିବେ। ତା’ହେଲେ ଆମେ ଜୀବିତ ରହିବା ଲାଗି କ’ଣ କରିବୁ?” ସୁମନ ଗାୟକୱାଡ୍ ପ୍ରଶ୍ନ କରିଥିଲେ। ସେ ପୁଣେ ସହରରେ କୃଷି ଉତ୍ପାଦନ ଏବଂ ଶସ୍ୟର ପାଇକାରୀ ବଜାର, ମାର୍କେଟ ୟାର୍ଡରେ କୁଲି କାମ କରିଥାନ୍ତି।


PHOTO • Vidya Kulkarni

କୃଷକମାନେ ଖାଦ୍ୟଶସ୍ୟ ଉପରେ କେନ୍ଦ୍ରିତ କୃଷି ପ୍ରତି ନିଜର ସମର୍ଥନ ବ୍ୟକ୍ତ କରିଥିଲେ। ସେମାନେ ଛୋଟ ପାତ୍ରରେ ବିହନ ଓ ଚାରା ରୋପଣ କରିଥିଲେ ଏବଂ ଏହାକୁ ନେଇ ଆନ୍ଦୋଳନସ୍ଥଳୀରେ ସେମାନଙ୍କର ଏକତା ପ୍ରଦର୍ଶନ କରିଥିଲେ।


ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Vidya Kulkarni

Vidya Kulkarni is an independent writer and photographer based in Pune. She covers women’s rights issues.

Other stories by Vidya Kulkarni