ସେ ସେହି ଦୋକାନର ମାଲିକ ନ ଥିଲେ ଯାହା ସେ କହିଥିଲେ, ସେ କେବଳ ତାଙ୍କର ଜଣେ ବନ୍ଧୁ ଥିଲେ । କିଛି ସମୟ ପରେ ସେ ନିଜକୁ ‘‘ମାଲିକଙ୍କର ସମ୍ପର୍କୀୟ’’ ରୂପରେ ପ୍ରଚାରିତ କଲେ । ଆଉ ତା’ର କିଛି ସମୟ ପରେ, ସେ ଥିଲେ ‘‘ଦୋକାନରେ କାମ କରୁଥିବା ଜଣେ ସମ୍ପର୍କୀୟ ।’’ ଏକଥା ବି ସମ୍ଭବ ଯେ ଯଦି ଆମେ ପ୍ରଶ୍ନର ସେହି ଧାରା ଜାରି ରହିଥାଆନ୍ତୁ, ସେ ନିଜକୁ ମାଲିକ ଘୋଷଣା କରି ଦେଇଥାଆନ୍ତେ ।

ସେ ତାଙ୍କର ଫଟୋ ଉଠାଇବାକୁ ମନା କରିଦେଲେ । ଏବଂ ଆମକୁ ଦୋକାନ ଭିତରେ ବି ସୁଟିଂ କରିବାକୁ ଦେଲେ ନାହିଁ । ତେବେ ଆମେ ଏହାର ବାହାରେ ଥିବା ସାଇନ୍‌ ବୋର୍ଡର ଫଟୋ ନେବାରେ ସେ ଖୁସିଥିଲେ ।

ବିଦେଶୀ ମଦଦୋକାନ, ପ୍ରବେଶ ଦ୍ୱାରଠାରୁ ଟିକିଏ ଦୂରରେ ବୋର୍ଡରେ ଲେଖାଥିଲା । (ବିଦେଶୀ ମଦଦୋକାନ, ତାହା ହେଲା) । ଲାଇସେନ୍ସ: ରମେଶ ପ୍ରସାଦ । ଏହା ଏବେ ଛତିଶଗଡ଼ (କିନ୍ତୁ ସେତେବେଳେ ମଧ୍ୟପ୍ରଦେଶରେ) ସରଗୁଜା ଜିଲ୍ଲାର କାଟଘୋରା ସହର ଉପକଣ୍ଠରେ ଥିଲା । ଆମର ଟିକିଏ ପରାମର୍ଶ ଦେଉଥିବା ବାର୍ତ୍ତାକାର ନିଶ୍ଚିତ ଭାବେ ରମେଶ ପ୍ରସାଦ ନ ଥିଲେ । ଆମେ ଏକଥା ବିଶ୍ୱାସ କରିବା ଆରମ୍ଭ କରିଥିଲୁ ଯେ ଏଠାରେ ତାଙ୍କର ଏକମାତ୍ର ସଂଯୋଗ ଏହି ବିଦେଶୀ ମଦ ଦୋକାନରେ ଜଣେ ବଡ଼ ଗ୍ରାହକ ଭାବେ ଥିଲା ।

ବିଦେଶୀ ମଦ? ଆଦୌ ନୁହେଁ । ମୋର ମନେ ପଡୁନାହିଁ ଯେ ମୁଁ ଶେଷଥର ପାଇଁ ଆଇଏମ୍‌ଏଫ୍‌ଏଲ୍‌ର ସଂକ୍ଷିପ୍ତ ନାମ କେବେ ଶୁଣିଥିଲି । ଯାହାର ଅର୍ଥ ଭାରତ ନିର୍ମିତ ବିଦେଶୀ ମଦ । ୧୯୯୪ରେ, ଯେତେବେଳେ ଏହି ଫଟୋ ଉଠାଯାଇଥିଲା, ସେତେବେଳେ ଆଇଏମ୍‌ଏଫ୍‌ଏଲ୍‌ ବନାମ ଦେଶୀ ମଦ ଉପରେ ତୀବ୍ର ବିତର୍କ ହୋଇଥିଲା ।

ଯେମିତିକି ମୁଁ ଲ’ ଇନ୍‌ସାଇଡର ୱେବ୍‌ସାଇଟ୍‌ରୁ ଶିଖିଛି, ଆଇଏମ୍‌ଏଫ୍‌ଏଲ୍‌ ଶୈଳୀର ‘‘ଅର୍ଥ ହେଲା ବିଦେଶରୁ ଆମଦାନୀ ହୋଇଥିବା ଜିନ୍‌, ବ୍ରାଣ୍ଡି, ହ୍ଵିସ୍କି ବା ରମ୍‌ ପରେ ଭାରତରେ ଉତ୍ପାଦିତ, ପ୍ରସ୍ତୁତ ବା ମିଶ୍ରିତ ମଦ ଏବଂ ଏଥିରେ ମିଲ୍‌କ ପଞ୍ଚ ଏବଂ ଅନ୍ୟ ମଦ ମିଶିଛି ବା ଯାହା ସ୍ପିରିଟ୍‌ରେ ତିଆରିବା ଏଥିରେ ଏମିତି କୌଣସି ସ୍ପିରିଟ୍‌ ମିଶିଛି, କିନ୍ତୁ ଏଥିରେ ବିୟର, ୱାଇନ୍‌ ଏବଂ ବିଦେଶୀ ମଦ ସାମିଲ ନୁହେଁ।’’ ଧ୍ୟାନଦିଅନ୍ତୁ ଏଥିରେ ‘‘ବିୟର, ୱାଇନ୍‌, ବିଦେଶୀ ମଦ’’ ସାମିଲ ଅଛି ।

ଆମଦାନୀ ହୋଇଥିବା ମଦ ଏବଂ ସମ୍ଭବତଃ ଏକ ବାଧ୍ୟତାମୂଳକ ଘରୋଇ ଉପାଦାନ (ସମ୍ଭବତଃ: ଶିରା ବା ବୋଧହୁଏ କେବଳ ସ୍ଥାନୀୟ ମିଶ୍ରଣ ବା ଆମଦାନୀ ହୋଇଥିବା ସାମଗ୍ରୀର ବୋଟଲିଂ) ଉଭୟ ଆଇଏମ୍‌ଏଫ୍‌ଏଲ୍‌ରେ ମିଶିଥାଏ। ଆମେ ପ୍ରକୃତରେ ଜାଣିନାହୁଁ ।

PHOTO • P. Sainath

ସେତେବେଳେ ଦେଶୀ ମଦ ନିର୍ମାତାଙ୍କ ରାଗ ଯୁକ୍ତିଯୁକ୍ତ ଥିଲା । ତାଡ଼ି, ଅରକ, ଅନ୍ୟ ଦେଶୀ ସାମଗ୍ରୀ କୌଣସି ନା କୌଣସି ରାଜ୍ୟରେ ସମୟ ସମୟରେ ପ୍ରତିବନ୍ଧିତ କରି ଦିଆଗଲା । କିନ୍ତୁ ଆଇଏମ୍‌ଏଫ୍‌ଏଲ୍‌ର ଉତ୍ସବ ପାଳନ କରାଗଲା । ଆମେ ଯେତେବେଳେ ବିଦେଶୀ ମଦ ଦୋକାନକୁ ଦେଖୁଥିଲୁ, ମୋର ମନେ ପଡ଼ିଲା ମୁଁ ୧୯୯୩ରେ ୧,୭୦୦ କିଲୋମିଟର ଦୂର ତାମିଲନାଡୁ ପୁଦୁକ୍କୋଟ୍ଟାଇରେ କ’ଣ ଦେଖିଥିଲି । ସେଠାରେ ମୁଁ ଯେଉଁ ଅରକ ବିରୋଧୀ ଅଧିକାରୀଙ୍କୁ ଭେଟିବାକୁ ଯାଇଥିଲି, ସେମାନେ ‘ବ୍ରାଣ୍ଡିର ଦୋକାନ’ର ନିଲାମରେ ବ୍ୟସ୍ତ ଥିଲେ କାରଣ ଦକ୍ଷିଣ ତାମିଲନାଡୁରେ ଆଇଏମ୍‌ଏଫ୍‌ଏଲ୍‌ ଦୋକାନ ବନ୍ଦ ହୋଇଯାଇଥିଲା । ଆଇନସମ୍ମତ ମଦ ବିକ୍ରୟରୁ ଉତ୍ପାଦ ଶୁଳ୍କକୁ ପ୍ରଭାବିତ କରୁଥିବାରୁ ଆରେକ୍ ଏକ ଯନ୍ତ୍ରଣା ଥିଲା ।

ଏକ ଜନ ସଭାରେ, ମଦ ବନ୍ଦକୁ ପ୍ରୋତ୍ସାହିତ କରୁଥିବା ଅଧିକାରୀମାନେ ଜଣେ ଡିଏମ୍‌କେ କର୍ମକର୍ତ୍ତାଙ୍କ ଦ୍ୱାରା ଅପମାନିତ ହୋଇଥିଲେ, ଯିଏ ଜଣେ ପ୍ରମୁଖ ରାଜସ୍ୱ ଅଧିକାରୀଙ୍କୁ ୫ ଟଙ୍କା ଦେଲେ । ସେ କହିଲେ, ଏହା ‘‘ବ୍ରାଣ୍ଡିର ଦୋକାନକୁ ପ୍ରୋତ୍ସାହିତ କରିବା ସମୟରେ ପିଇବାର ଖରାପ ପ୍ରଭାବ ବିରୋଧରେ ଆପଣଙ୍କର ଲଢ଼େଇ ପାଇଁ ଏକ ଶ୍ରଦ୍ଧାଞ୍ଜଳି ଥିଲା।’’

୧୯୯୪ରେ କଟଘୋରାରେ, ଆମେ ଅନୁଭବ କଲୁ ଯେ ଆମେ ବିଳମ୍ବ କରୁଛୁ ଏବଂ ଆମର ଟିକିଏ ଟଳିଥିବା, ସ୍ୱନିଯୁକ୍ତ ମାର୍ଗଦର୍ଶକଙ୍କୁ ହଟାଇ ଦେଲୁ, ଯିଏ ଏବେ ବିଦେଶୀ ପ୍ରଭାବ ପାଇଁ ଖୋଲା ହେବାର ଗୁଣ ସମ୍ପର୍କରେ ଆଗକୁ ବଢୁଥିଲେ । ଆମେ ବିଦେଶୀ ମଦ ଦୋକାନର ଲାଇସେନ୍ସଧାରୀ ରମେଶ ପ୍ରସାଦଙ୍କୁ କେବେ ବି ଭେଟିବାକୁ ପାଇଲୁ ନାହିଁ । ଆମକୁ ଅମ୍ବିକାପୁର ଯିବା ପାଇଁ ତିନିଘଣ୍ଟାର ସମୟରେ ଦେଶୀ ହାଇୱେ ଦେଇ ଅତିକ୍ରମ କରିବାକୁ ହେଲା ।

ମୋର ଆଇଏମ୍‌ଏଫ୍‌ଏଲ୍‌ ବାବଦରେ ସେତେବେଳେ ମନେପଡ଼ିଲା ଯେତେବେଳେ ଚଳିତ ଡିସେମ୍ବର ୨୨ ତାରିଖରେ ମଧ୍ୟପ୍ରଦେଶର ଅବକାରୀ ମନ୍ତ୍ରୀ ଜଗଦୀଶ ଦେବଡ଼ା ରାଜ୍ୟ ବିଧାନସଭାରେ କହିଲେ (ଗର୍ବର ସହ) ଯେ ‘‘୨୦୨୦-୨୧ରେ ଆଇଏମ୍‌ଏଫ୍‌ଏଲ୍‌ର ସେବନ ୨୦୧୦-୧୧ରେ ୩୪୧.୮୬ ଲକ୍ଷ ପ୍ରୁଫ୍‌ ଲିଟର ତୁଳନାରେ ବଢ଼ି ୪୨୦-୬୫ ଲକ୍ଷ ପ୍ରୁଫ୍‌ ଲିଟର ହୋଇଗଲା, ଯେଉଁଥିରେ ୨୩.୦୫ ପ୍ରତିଶତର ବୃଦ୍ଧି ରେକର୍ଡ କରାଗଲା ।

ଏବଂ ପ୍ରୁଫ ଲିଟରରେ ଥିବା ‘ପ୍ରୁଫ୍’ କ’ଣ ? ଏହା ବୋଧହୁଏ ଶତାବ୍ଦୀ ପୂର୍ବରୁ ଇଂଲଣ୍ଡରେ ମଦରେ ଆଲ୍‌କହଲ ମାତ୍ରା ବା ସ୍ତରର ପରୀକ୍ଷା ପାଇଁ କରାଯାଇଥିବା ଏକ ପରୀକ୍ଷଣ ଭାବେ ଆରମ୍ଭ ହୋଇଥିଲା । ବିଶେଷଜ୍ଞଙ୍କ କହିବା କଥା ଯେ ମଦର ମାତ୍ରାକୁ ମାପିବା ପାଇଁ ଏହି ପ୍ରକାରର ‘ପ୍ରମାଣ’ ଏବେ ପ୍ରାୟ ଐତିହାସିକ । ଆଃ, ଠିକ୍‌ ଅଛି, ମଧ୍ୟପ୍ରଦେଶ – ଯେମିତି ମନ୍ତ୍ରୀ ଦେବଡ଼ା ଭଲ ଭାବେ ତର୍କ ରଖିପାରିବେ – ଏବେ ବି ଇତିହାସ ରଚନା କରୁଛି । ଠିକ୍‌ ସେହି ଦଶକରେ ଯେତେବେଳେ ଭାରତ ନିର୍ମିତ ବିଦେଶୀ ମଦ ୨୩ ପ୍ରତିଶତ ଚଢ଼ିଗଲା, ଦେଶୀ ମଦରେ ୮.୨ ପ୍ରତିଶତ ଦ୍ରୁତ ବୃଦ୍ଧି ହେଲା – ତେବେ ଏହାର ମୋଟ ବ୍ୟବହାରର ପରିସଂଖ୍ୟାନ ଏବେ ବିଆଇଏମ୍‌ଏଫ୍‌ଏଲ୍‌ଠାରୁ ଦୁଇଗୁଣାଠାରୁ ଅଧିକ ଥିଲା, କିନ୍ତୁ ବିଦେଶୀ ନିଜର ବୃଦ୍ଧିହାର ଦୁଇଗୁଣାରୁ ଅଧିକ ଦେଖିଛି । କେବଳ ଏକ ପ୍ରକାରର ବିରୋଧାଭାସ ଯାହା ସ୍ୱାଭାମାନୀ ଦେଶଭକ୍ତଙ୍କୁ ଭ୍ରମିତ କରିବ ।

ଅନୁବାଦ : ଓଡ଼ିଶାଲାଇଭ୍‍

P. Sainath is Founder Editor, People's Archive of Rural India. He has been a rural reporter for decades and is the author of 'Everybody Loves a Good Drought'.

Other stories by P. Sainath
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE