html ‘ତୁମ ଶିକ୍ଷାରେ ସ୍କୁଲ କେବେ ହସ୍ତକ୍ଷେପ ନକରୁ’

ବାଲିଆ ୟୁପି ସ୍କୁଲର ୬ଟି କକ୍ଷରୁ ୪ଟି କକ୍ଷକୁ ପୋଲିସ ଅକ୍ତିଆର କଲା। ପୋସ୍କୋ ପ୍ରକଳ୍ପ ଅଞ୍ଚଳରେ ଥିବା ଅନ୍ୟ ସ୍କୁଲ ଗୁଡିକୁ ମଧ୍ୟ ପୋଲିସ ରହିବା ପାଇଁ ବ୍ୟବହାରକଲା।

‘ଭୟମୁକ୍ତ’ ଏବଂ ‘ଦଣ୍ଡମୁକ୍ତ ଅଞ୍ଚଳ’ ବୋଲି ସ୍କୁଲ କାନ୍ଥରେ ସ୍କୁଲ କାନ୍ଥରେ ସ୍ଲୋଗାନ ଲେଖାଯାଇଥାଏ। ଏହାର ଅର୍ଥ ହେଉଛି ଶାରୀରିକ ଦଣ୍ଡର ସମାପ୍ତି। ସେମାନେ ଏହାର ଭିନ୍ନ ଅର୍ଥ କଲେ, ଯଦିଓ, ଯେତେବେଳେ ପୋସ୍କୋର ମେଗା ପାୱାର ଏବଂ ଷ୍ଟିଲ ପ୍ରକଳ୍ପ ପାଇଁ ନିଜର କୃଷି କ୍ଷେତକୁ ସରକାର ଅକ୍ତିଆର କରିବାକୁ ଢିଙ୍କିଆ ଏବଂ ଗୋବିନ୍ଦପୁର ଆଖପାଖ ଗାଁଗୁଡିକ ବିରୋଧ କରିଥିଲେ, ପୋଲିସ୍ ବାହିନୀ ଶାନ୍ତି ରକ୍ଷା ପାଇଁ ଏହି ସ୍କୁଲ୍‌ଗୁଡ଼ିକରେ ରହିଥିଲେ।

ଜୋର ଜବରଦସ୍ତ ଜମି ଅଧିଗ୍ରହଣ ବିରୋଧରେ ଅଭିଭାବକଙ୍କ ସହ ପିଲାମାନେ ଯେତେବେଳେ ଆନ୍ଦୋଳନରେ ସାମିଲ ହେଲେ, ସେତେବେଳେ ଜାତୀୟ ସ୍ତରରେ ମଧ୍ୟ ଏହା ଉପରେ ପୂରା ଦେଶର ନଜର ରହିଲା। ଏବଂ ତଥାପି ଯେତେବେଳେ ସ୍କୁଲରେ ଉପସ୍ଥାନ କମିଲା, ସେତେବେଳେ ଓଡ଼ିଶାର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଅଞ୍ଜଳି ବେହେରା କ୍ରୋଧ ପ୍ରକାଶ କଲେ। ବିନା ବ୍ୟତିକ୍ରମରେ ସ୍କୁଲରେ ଯେଭଳି ପିଲା ଉପସ୍ଥିତ ରୁହନ୍ତି, ତା’ ଉପରେ ତାଙ୍କର ଗୁରୁତ୍ଵ ରହିଲା। ତାଙ୍କର ବିଶ୍ୱାସ ଥିଲା ଯେ, ସ୍କୁଲରେ ପିଲା ନ ରହିବାର କାରଣ ହେଉଛି, ସେମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି।

ଏହି ରାଜ୍ୟରେ ଲକ୍ଷ ଲକ୍ଷ ପିଲା ଶିକ୍ଷା ପାଇଁ ଶ୍ରେଣୀ ଗୃହରେ ବସି ପାଠ ପଢିବା ସମ୍ଭବ ନଥିଲା। ସୁପ୍ରିମକୋର୍ଟ ଖାଦ୍ୟ ଆୟୋଗର ପରାମର୍ଶଦାତା ବିରାଜ ପଟ୍ଟନାୟକଙ୍କ କହିବା ଅନୁସାରେ, ‘ ଏହାଛଡା, ଜୁନ୍‌ ମଧ୍ୟ ଭାଗରୁ ଅଧିକାଂଶ ସ୍କୁଲକୁ ମଧ୍ୟାହ୍ନ ଭୋଜନ ଦିଆଯାଉ ନଥିଲା।‘ ଏବଂ ଏହି ଯୋଜନାରେ ଗତବର୍ଷ କେନ୍ଦ୍ର ସରକାର ମଞ୍ଜୁର କରିଥିବା ୧୪୬ କୋଟି ଟଙ୍କା ଖର୍ଚ୍ଚ କରି ନଥିଲେ।

ବାଲିଆ ନୋଡାଲ ୟୁପି ସ୍କୁଲର ଜଣେ ଶିକ୍ଷକ କହିଲେ, ‘ଆମର ୬ଟି ଶ୍ରେଣୀ କକ୍ଷରୁ ୪ଟିକୁ ପୁଲିସ ଅକ୍ତିଆର କରି ନେଇଛି, ଯେଉଁମାନେ ଏଠାରେ ଆନ୍ଦୋଳନ ଦମନ କରିବାକୁ ଅଛନ୍ତି।’ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ପାଠ ପଢା ହେଉଛି। ‘ପ୍ରତିଦିନ ସକାଳେ ଏଠାରେ ପିଲା ଏକାଠି ହୁଅନ୍ତି। ଆମେ ଉପସ୍ଥାନ ନେଉ ଏବଂ ତା ପରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ବାତିଲ କରିଦିଆଯାଏ। କିଭଳି ସେମାନଙ୍କୁ ପାଠ ପଢାଇବୁ ?’ ଅଧିକାଂଶ ସ୍କୁଲରେ ପୋଲିସ ଜାଗା ଦଖଲ କରି ନେଇଛି। ସେମାନେ ବାଲିତୁଠରେ ଗୋଟିଏ ସ୍କୁଲ ଖାଲି କରିଦେଇଛନ୍ତି। କିନ୍ତୁ ବାଲିଆ ସହ ଆଉ ୪ଟି ସ୍କୁଲକୁ ଦଖଲ କରି ରହିଛନ୍ତି।
PHOTO • P. Sainath

୧୦ ବର୍ଷର ବାଳକ ରାକେଶ ବର୍ଦ୍ଧନ ଏବଂ ଅନ୍ୟ ଛାତ୍ରମାନେ ରାଗିଗଲେ। ସେମାନଙ୍କ ଭିତରୁ ଜଣେ କହିଲା: ‘ସେମାନେ ଆମ ବାପମାଆଙ୍କୁ ବନ୍ଧୁକ ଦେଖାଉଛନ୍ତି ଏବଂ ଆମେ ସ୍କୁଲରେ ରହୁ ବୋଲି ଚାହୁଁଛନ୍ତି।’

“ଗୋବିନ୍ଦପୁରର ୧୦ ବର୍ଷର ବାଳକ ରାକେଶ ବର୍ଦ୍ଧନ ସ୍କୁଲରେ ରାଗିଯାଇ କହିଲା, ‘ସେମାନେ ଆମକୁ ବାଜି ରାଉତର କାହାଣୀ ଶିକ୍ଷା ଦେଉଛନ୍ତି।’ ସ୍ୱାଧୀନତା ସଂଗ୍ରାମୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜଣେ ୧୩ ବର୍ଷର ନାବିକ ତଥା ଓଡ଼ିଆ ବୀର ଡଙ୍ଗା ପାର କରାଇବାକୁ ମନା କରି ବ୍ରିଟିଶ ଗୁଳିରେ ନିହତ ହେଲା। “ସେମାନେ ଆମକୁ ଶିକ୍ଷା ଦିଅନ୍ତି, ‘ ତୁମେ ବି ବାଜି ରାଉତ ଆଦର୍ଶରେ ଅନୁପ୍ରାଣିତ ହୁଅ, ସେ ଯେଭଳି ମାତୃଭୂମି ପାଇଁ ଛିଡା ହୋଇଥିଲା।’ କିନ୍ତୁ ଯେତେବେଳେ ଆମେ ନିଜ ପାଇଁ ଛଡା ହେଉଛୁ, ସେତେବେଳେ ସେମାନେ ରାଗି ଯାଉଛନ୍ତି।”

ସେମାନଙ୍କ ଶିକ୍ଷକମାନେ କଣ ଭାବୁଥିବେ ?

୧୪ ବର୍ଷର ବାଳକ ବିଶ୍ୱମ୍ବର ମହାନ୍ତି ଉପହାସ କରି କହିଲା: “ସେମାନେ କଣ କହିବେ? ସେମାନେ ଜାଣନ୍ତି ଆମେ ଯଦି ଗାଁ ଏବଂ ଜମି ହରାନ୍ତି-ଏଠାରେ କୌଣସି ସ୍କୁଲ ରହିବ ନାହିଁ।”  ଜଣେ ଶିକ୍ଷକ କହନ୍ତି: “​‌ସେମାନଙ୍କ ବାପା ମାଆଙ୍କ ଉପରକୁ ପୁଲିସ ରବର ବୁଲେଟ୍ ମାଡ କରିବା ସେମାନେ ଦେଖିଛନ୍ତି। ନିଜ ଘର ଏବଂ ପାନ ବରଜ ଭାଙ୍ଗିଯିବା ସେମାନେ ଦେଖିଛନ୍ତି। ଆଉ କହିଲେ ଏ ସବୁ ଓଡ଼ିଶାର ବିକାଶ ପାଇଁ। ଆଉ ସେମାନେ କଣ କହିପାରିଥାନ୍ତେ? ” ଆଉ ଜଣେ ଛାତ୍ର କହିଲା : “ସେମାନେ ଆମ ବାପା ମାଆଙ୍କୁ ବନ୍ଧୁକ ଦେଖାଉଛନ୍ତି ଆଉ ଆମେ ସ୍କୁଲରେ ରହୁ ବୋଲି ଚାହୁଁଛନ୍ତି ? ”

ଶିଶୁମାନେ ପ୍ରତିବାଦ ଆନ୍ଦୋଳନରେ ସାମିଲ ହେବା ପ୍ରସଙ୍ଗରେ ଏଠାକୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ଏକ ସ୍ୱତନ୍ତ୍ର ଟିମ୍ ଏଠାକୁ ଆସିଲା। ପିଲାମାନଙ୍କୁ ଆନ୍ଦୋଳନରୁ ଦୂରେଇ ରଖିବାକୁ ପ୍ରତିବାଦକାରୀଙ୍କୁ କହିଲା ଟିମ୍। ସେହିଭଳି ସ୍କୁଲରେ ରହୁଥିବା ପୋଲିସ ଫୋର୍ସକୁ ହଟାଇବାକୁ ସରକାରଙ୍କୁ ଟିମ ଅନୁରୋଧ କଲା।”

“ଯଦି ସରକାର ନିର୍ଦ୍ଦେଶ ଦିଅନ୍ତି, ରହିବା ପାଇଁ ଆମେ ଅନ୍ୟ ସ୍ଥାନରେ ରହିବା ବ୍ୟବସ୍ଥା କରିବୁ।” ଜଗତସିଂହପୁର ଜଲ୍ଲା ଆରକ୍ଷୀ ଅଧିକ୍ଷକ ଏସ. ଦେବଦତ୍ତ ସିଂ ମତେ କହିଲେ।

ୟା ଭିତରେ ଶିକ୍ଷକଙ୍କ ଉପରେ କାର୍ଯ୍ୟଚାପ ବଢାଇ ଦିଆଗଲା। “ଅନୁପସ୍ଥିତ” ପିଲାଙ୍କ ଅଭିଭାବକଙ୍କ ସହ ଆଲୋଚନା କରିବାକୁ ଶିକ୍ଷକମାନଙ୍କୁ କୁହାଗଲା। “ପ୍ରତିଦିନ କେତେ ପିଲାଙ୍କୁ ଆମେ ଭେଟିଲୁ ଏବଂ କେତେପିଲାଙ୍କ ଉପସ୍ଥାନ ପଡିଲା ସେ ସଂପର୍କରେ ବିଡିଓ ପ୍ରତିଦିନ ରିପୋର୍ଟ ମାଗିଲେ। “ସତେ ଯେମିତି ଆମର କିଛି କାମ ନାହିଁ, ପ୍ରତିଦିନ ୭୪ଟି ରେକର୍ଡ ଲେଖିବାକୁ ରହିଛି। ”

ଗୋବିନ୍ଦପୁର ୟୁପି ସ୍କୁଲରେ ୨୪୦ ଜଣ ଛାତ୍ରଛାତ୍ରୀ ଏବଂ ୪ ଜଣ ଶିକ୍ଷକ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନିୟମିତ ଶିକ୍ଷକ ଥିଲେ। ଅନ୍ୟମାନେ ଶିକ୍ଷା ସହାୟକ ଏବଂ ଗଣଶିକ୍ଷକ ଥିଲେ। ଖାଲି ପଡିଥିବା ନିୟମିତ ଶିକ୍ଷକ ପଦବୀ ପୂରଣ ପାଇଁ ଗତ ମାସରେ ରାଜ୍ୟ ସରକାର ୨୦,୦୦୦ ଶିକ୍ଷା ସହାୟକ ନିଯୁକ୍ତି ଦେଇଥିଲେ। ଅନେକ ସହାୟକ ଉପଯୁକ୍ତ ତାଲିମ ପାଇ ନଥିଲେ ଏବଂ ଶିକ୍ଷାଦାନ ପାଇଁ ଆବଶ୍ୟକ ଉପକରଣ ନଥିଲା।

ପୋସ୍କୋ ଅଞ୍ଚଳର ପଞ୍ଚାୟତରେ କେବଳ ‘କାମଚଳା ପ୍ରଧାନ ଶିକ୍ଷକ’ ଥିଲେ। ରାଜ୍ୟର ଅଧିକାଂଶ ସ୍କୁଲରେ ବର୍ଷବର୍ଷ ଧରି ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡିଥିଲା। ସେହିଭଳି ଓଡ଼ିଶାରେ ୨୯,୦୦୦ ପ୍ରାଇମେରୀ ସ୍କୁଲ ଶିକ୍ଷକ ପଦବୀ ଖାଲି ପଡିଥିଲା। “ସବୁ ପଦବୀ ପୂରଣ କରିଥିଲେ ସେମାନଙ୍କୁ ଅଧିକ ଦେବାକୁ ପଡିଥାନ୍ତା”, ଜଣେ ଶିକ୍ଷକ କହିଲେ। ତ୍ରିଲୋଚନପୁରରେ ୪୦୦ ଛାତ୍ରଛାତ୍ରୀ ଯାଉଥିବା ସ୍କୁଲରେ ଜଣେ ହେଲେ ନିୟମିତ ଶିକ୍ଷକ ନଥିଲେ।
PHOTO • P. Sainath

ପୋସ୍କୋର ବୃହତ ଶକ୍ତି ଏବଂ ଇସ୍ପାତ ପ୍ରକଳ୍ପ ପାଇଁ ଢିଙ୍କିଆ ଏବଂ ଗୋବିନ୍ଦପୁରରେ ସରକାରଙ୍କ ଜମି ଦଖଲ ବିରୋଧୀ ଆନ୍ଦୋଳନରେ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।

ସର୍ବଶିକ୍ଷା ଅଭିଯାନ ଅଧିନରେ ଦୟନୀୟ ଦରମାରେ ଶିକ୍ଷକ ନିଯୁକ୍ତି କରାଯାଉଥିଲା। ଶିକ୍ଷା ସହାୟକମାନେ ସାନ୍ତ୍ୱନାମୂଳକ ଭାବେ ୪,୦୦୦ ଟଙ୍କା ପାଉଥିଲେ। ସେମାନଙ୍କ ଚାକିରି କାଳ ୬ ବର୍ଷ ପୂରିଲେ ଜିଲ୍ଲା ପରିଷଦ ଶିକ୍ଷକ ଭାବେ ତାଙ୍କୁ ବିବେଚନା କରାଯାଉଥିଲା। ଗଣ ଶିକ୍ଷକ (ନିଶ୍ଚିତ ଶିକ୍ଷା ଯୋଜନା ଅଧିନରେ ସ୍ୱେଚ୍ଛାସେବୀ ଶିକ୍ଷକ କୁହାଯାଉଥିଲା)ଙ୍କ ଅବସ୍ଥା ଆହୁରି ଖରାପ ଥିଲା। “ସେମାନଙ୍କର ଯୋଗ୍ୟତା ନାହିଁ, ସେମାନେ ଶିକ୍ଷାଦାନ କରିବା ଅନୁଚିତ। କିନ୍ତୁ ଏହା ହେଉଛି”, ଜଣେ ଅଧିକାରୀ କହିଲେ। ସେମାନଙ୍କର ମାସିକ ରୋଜଗାର ୨,୨୫୦ ଟଙ୍କାରୁ ୨,୫୦୦ ଟଙ୍କା। ମହାତ୍ମାଗାନ୍ଧି ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୩୦ ଦିନରେ ଜଣେ ଭୂମିହୀନ ଯାହା ରୋଜଗାର କରେ ତାଠାରୁ ମଧ୍ୟ କମ୍। ଶିକ୍ଷକଙ୍କୁ କମ୍ ଦରମା ବ୍ୟବସ୍ଥାକୁ ବିଗାଡି ଦେଇଛି। ଜଣେ କହିଲେ ‘‘ଏତେ କମ୍‍ ଟଙ୍କାରେ ଅଧିକ ଯୋଗ୍ୟବ୍ୟକ୍ତି କାହିଁକି ଏହି ବୃତ୍ତିରେ ଯୋଗଦେବ? ”

ଦୁର୍ବଳ ମାନର ଶିକ୍ଷାଦାନ କାରଣରୁ, ଦେଶବ୍ୟାପୀ ବ୍ୟାପକ ଘରୋଇ ଟିଉସନ ଶିଳ୍ପ ଗଢ଼ିଉଠିଛି। କିଛି ଶିକ୍ଷକ ଟିଉସନରୁ ଅଧିକ ରୋଜଗାର କରୁଛନ୍ତି। ଆଉ କିଛି ଟିଉସନ କରିବାକୁ ମଧ୍ୟ ଯୋଗ୍ୟ ନୁହନ୍ତି। କେତେକ ଆଦୌ ପଢାଇ ପାରନ୍ତି ନାହିଁ। ଆହୁରି ଅନେକ ସମସ୍ୟା ମଧ୍ୟ ରହିଛି। ଏହି ସୀମିତ ସାଧନ ଏବଂ ସବୁ ବିଶୃଙ୍ଖଳା ମଧ୍ୟରେ ଜଣେ ନିଷ୍ଠାବାନ ଶିକ୍ଷା ସଚିବ ଭଲ ପ୍ରଦର୍ଶନ କରିଥିଲେ। ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ କୋର୍ଟରେ ୮୫ଟି ମାମଲା ରହିଛି। କିଛି ନିରାଶ ସ୍କୁଲ ପରିଚାଳନା କମିଟି ଏବଂ ଶିକ୍ଷକମାନେ ଏହିସବୁ ମାମଲା ଦାୟର କରିଛନ୍ତି।

ଢିଙ୍କିଆ ଏବଂ ଗୋବିନ୍ଦପୁରରେ ଏବେ କମ୍ ଛାତ୍ରଛାତ୍ରୀଙ୍କୁ ଆନ୍ଦୋଳନରେ ଦେଖିବାକୁ ମିଳିଲା। କିନ୍ତୁ ସେମାନେ ନିଜର ଉପସ୍ଥିତିକୁ ବଜାୟ ରଖିଥିଲେ। ଜଣେ କହିଲେ, “ପ୍ରତିଦିନ ସେମାନେ ଛୋଟଛୋଟ ଦଳରେ ବିଭକ୍ତ ଅଲଗା ଅଲଗା ଭାବେ ଆନ୍ଦୋଳନରେ ସାମିଲ ହେଉଥିଲେ।” ଦିନେ ଛାଡି ଦିନେ ଏହି ପିଲାମାନଙ୍କୁ ଦେଖିବାକୁ ମିଳୁଥିଲା। ମନେହେଉଛି ଏହି ପିଲାମାନେ ମାର୍କ ଟୁଏନଙ୍କ ବାଣୀର ମହତ୍ୱ ବୁଝିଛନ୍ତି “ସ୍କୁଲକୁ କେବେବି ଶିକ୍ଷା ଲାଭରେ ବାଧକ ହେବାକୁ ଦିଅ ନାହିଁ।”


ଏହି ନିବନ୍ଧର ଏକ ସଂସ୍କରଣ ପ୍ରଥମେ ୨୦୧୧, ଜୁଲାଇ ୧୮ରେ ଦ ହିନ୍ଦୁରେ ପ୍ରକାଶିତ ହୋଇଥିଲା।

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

P. Sainath
psainath@gmail.com

P. Sainath is Founder Editor of the People's Archive of Rural India. He has been a rural reporter for decades and is the author of 'Everybody Loves a Good Drought'.

Other stories by P. Sainath