ବିଡ ଏବଂ ଜଲନା: ଭୋର ୩ଟା ବେଳର କିଟିକିଟିଆ ଅନ୍ଧାର, ପୂରା ଖାଲି ହୋଇଯାଏ କାଚିଙ୍କୋଲି ଗାଁ। ସମସ୍ତେ ପହଞ୍ଚିଯାଆନ୍ତି ଗୋଦାବରୀର ଶୁଖିଲା ଶଯ୍ୟାରେ। ସମସ୍ତଙ୍କ ହାତରେ ଯେତେ ସମ୍ଭବ ଅଧିକ ପାତ୍ର, ମହିଳାମାନେ ହାତରେ ଖୋଳିବା ଆରମ୍ଭ କରନ୍ତି। ଚୁଆରେ କାଦୁଆ ପାଣି ଦେଖାଯିବା ମାତ୍ରେ ସାଙ୍ଗରେ ଆଣିଥିବା ପାତ୍ରରେ ଡଙ୍କି ସାହାଯ୍ୟରେ ଭର୍ତ୍ତି କରନ୍ତି। ତା ପରେ କାଦୁଅ ଆଉ ଗୋଡିକୁ ଛାଣନ୍ତି। ଏ ହେଉଛି ସେହି ପାଣି ଯାହାକୁ ଗାଁ ଲୋକେ ପିଅନ୍ତି। ଗୋଟିଏ ପାତ୍ରରେ ପାଣି ଭର୍ତ୍ତି କରିବାକୁ ପ୍ରାୟ ୨ ଘଣ୍ଟା ଲାଗିଯାଏ। ଆଉ ପ୍ରତି ପରିବାର ପାଇଁ ପ୍ରତି ଦିନ ଅତି କମରେ ଏଭଳି ତିନିଟି ପାତ୍ରରେ ପାଣି ଆବଶ୍ୟକ। ୬୦ ଛୁଇଁଥିବା ଗଙ୍ଗୁବାଇ ସିନ୍ଦେ କହନ୍ତି, ‘‘ମୁଁ ଏଠି ସବୁଦିନ ପ୍ରାୟ ୬ ଘଣ୍ଟା ରହେ। ମୋ ଖଞ୍ଜା-ହାଡ଼ ବାହାରକୁ ବାହାରି ଆସିଲାଣି।’’ ଚୂଆ ପାଖରେ ଶହେ ଜଣଙ୍କ ଧାଡ଼ି ଲାଗିଥିବାରୁ ଗଣ୍ଡଗୋଳ ବି ହୁଏ।

କଚିଙ୍କୋଲି ଗାଁ ଲୋକେ ସପ୍ତାହରେ ଗୋଟିଏରୁ ଅଧିକ ଦିନ ଗାଧୋଇ ପାରନ୍ତିନି। ପୂର୍ବତନ ସରପଞ୍ଚ ଲିମ୍ବାଜି ଖୋଟେ କହନ୍ତି, ‘‘ଆମେ ଓଦା କପଡ଼ାରେ ପୋଛି ହେଉ। ଖାଇ ସାରିବା ପରେ ହାତ ଆଉ ଥାଳିକୁ ଧୋଇବା ବଦଳରେ କପଡ଼ାରେ ପୋଛୁ।’’ ଗାଁରେ କୌଣସି ପାଇଖାନାକୁ ପାଣି ଯୋଗାଣ ନାହିଁ।

ବେଦ୍ ଜିଲ୍ଲା ଜିଓରାଇ ତାଲୁକର ଏହି ଗାଁରେ ଜଳ ସଙ୍କଟ ବଢୁଛି। ମରାଠାଓ୍ୱାଡ଼ାର ଏହି ଅନାବୃଷ୍ଟି ଅଞ୍ଚଳରେ ସ୍ୱାଭାବିକ ବର୍ଷାର ଅଧା ବର୍ଷା ହୋଇଛି। ଡ୍ୟାମ୍ ଗୁଡ଼ିକରେ ପାଣି ୧୫% କୁ ଖସି ଯାଇଛି। ସମଗ୍ର ଅଞ୍ଚଳରେ କୂଅ ଓ ନଳକୂଅ ଶୁଖିଗଲାଣି। ଅଧିକାରୀମାନେ କୁହନ୍ତି ମହାରାଷ୍ଟ୍ରରେ ଏହି ମରୁଡ଼ି - ଗତ କିଛି ବର୍ଷ ମଧ୍ୟରେ ସବୁଠୁ ଭୟଙ୍କର -- ପିଇବା ପାଣିଠାରୁ ଫସଲକୁ ବେଶୀ ପ୍ରଭାବିତ କରିଛି। ସଂକଟ ଭିତରେ ପଡ଼ିଥିବା ମରାଠାୱାଡ଼ା ଖରା ମାସଗୁଡ଼ିକରେ ଅଧିକ ଉତ୍କଟ ସ୍ଥିତିର ସାମ୍ନା କରିବ। ଗତ ଅକ୍ଟୋବରରେ ଏହି ଅଞ୍ଚଳକୁ ମାତ୍ର ୨୨ ଟ୍ୟାଙ୍କର ପାଣି ମିଳିଥିଲା। ଏବେ ଏହି ସଂଖ୍ୟା ୬୪୦ କୁ ବୃଦ୍ଧି ପାଇଛି।

ଗାଈଗୋରୁଙ୍କ ଅଭାବ ବିକ୍ରି

ବେଦ୍ ଜିଓରାଇ ତାଲୁକର ଗାଁ ଲୋକମାନେ ଏବେ ଗାଈଗୋରୁଙ୍କୁ ଅଧା ଦାମରେ ବିକିବା ଆରମ୍ଭ କରିଦେଲେଣି। କାରଣ ତାଙ୍କ ପାଖରେ ପାଣି ନାହିଁ କି ଖାଦ୍ୟ ନାହିଁ। ଗତ ମାସରେ ଦତ୍ତ ପରହଦ ତାଙ୍କର ଚାରିଟି ଗୋରୁ ବିକି ଦେଇଛନ୍ତି। ୨୦,୦୦୦ ଟଙ୍କାରେ ଦୁଇଟି ବଳଦ ବିକିଛନ୍ତି ଯାହାର ଦାମ ଏହାର ଦି ଗୁଣ ହେବ। ସେହିଭଳି ଦୁଇଟି ଗାଈ ଜଣେ ସଂପର୍କୀୟଙ୍କୁ ମାଗଣାରେ ଦେଇ ଦେଇଛନ୍ତି। ଯାହାର ଦାମ୍ ୩୦,୦୦୦ ଟଙ୍କା ହେବ।

ସେ କହନ୍ତି, ‘‘ଏଇ ଗୋରୁ ମୋତେ ଜୀବିକା ଦେଇଥିଲେ। ମୁଁ ଦୁଇ ଦିନ ପର୍ଯ୍ୟନ୍ତ ଖାଇ ପାରିଲିନି। କିନ୍ତୁ ମୋ ପରିବାର ପାଇଁ ପାଣି ନାହିଁ, ଗୋରୁଙ୍କୁ କେମିତି ରଖିଥାନ୍ତି?

ସ୍କୁଲ ପିଲା ପାଣି ସଂଗ୍ରହ କରୁଛନ୍ତି

ଜଲ୍ନାର ପଡୋଶୀ ଜିଲ୍ଲାରେ, ସ୍କୁଲ ପିଲାମାନେ ଉପରବେଳା ବସ୍ତାନୀ ଫିଙ୍ଗି ଦେଇ ପାଣି ପାଇଁ ବାହାରି ଯାଆନ୍ତି। ସେମାନେ ତାଙ୍କ ସାଇକେଲରେ କେନ୍ ବୁହନ୍ତି, ବଳଦଗାଡ଼ିରେ ପାଣି-ଡ୍ରମ୍, ଆଉ ଏପରିକି ମୁଣ୍ଡରେ ରଖି ଚାଲିଚାଲି ଆସନ୍ତି।

ଜଲ୍ନାର ଗଣେଶ ନଗର ଗାଁରେ ପ୍ରାୟ ସବୁ କୂଅ ଆଉ ନଳକୂଅ ଶୁଖିଯାଇଛି। ପୂରା ଗାଁ ଗୋଟିଏ ନଳକୂଅ ଉପରେ ନିର୍ଭରଶୀଳ। ମହିଳାମାନେ ପାଣି ଆଣିବାରେ ଦିନକୁ ତିନି ଘଣ୍ଟା ସମୟ ଦିଅନ୍ତି, ସଂଧ୍ୟା​ସମୟରେ ସେମାନଙ୍କ ପିଲାମାନେ ଘରକୁ ପାଣି ଯୋଗାନ୍ତି।


ସ୍କୁଲ ଛୁଟି  ହେବା ପରେ, ପାଣି ଲିକ୍ ହେଉଥିବା ପଇଥାନ-ଜଲନା ପାଇପଲାଇନ୍ପାଖକୁ ଯାଉଥିଲେ ଦଶ ବର୍ଷର ୟଶ ଶୀର୍ଷାତ। ସେ କହନ୍ତି, ‘‘ପାଣି ଆଣିବାରେ ମୁଁ ସବୁ ଦିନ ଦୁଇ ଘଣ୍ଟା ସମୟ ଦିଏ।’’

ସଂକଟ ଜଟିଳ ରୂପ ଧାରଣ କରିଥିବା ସ୍ଥାନୀୟ ଅଧିକାରୀ ସ୍ୱୀକାର କରନ୍ତି। ଡେପୁଟି ଡିଭିଜନାଲ କମିଶନର ଜିତେନ୍ଦ୍ର ପାପାଲକର କହନ୍ତି, “ପୂର୍ବରୁ ଟ୍ୟାଙ୍କର ଯୋଗାଣ କ୍ଷମତା କେବଳ ଜିଲ୍ଲାପାଳଙ୍କ ପାଖରେ ଥିଲା। ଏବେ ସମୟ ବଞ୍ଚାଇବାକୁ ଆମେ ତହସିଲଦାରଙ୍କୁ ଏହି କ୍ଷମତା ଦେଇଛୁ।’’

ପାଣି ଯୁଦ୍ଧକୁ ଇନ୍ଧନ ଦେଉଛି ନିଅଣ୍ଟ

ପାଣି ସଂକଟକୁ ନେଇ ବିଭିନ୍ନ ଅଞ୍ଚଳରେ ଲୋକଙ୍କ ଭିତରେ ଆକ୍ରୋଶ ଦାନା ବାନ୍ଧିଲାଣି। ରାଜ୍ୟରେ ଥିବା ନଦୀଗୁଡ଼ିକରୁ ଲୋକେ ତାଙ୍କ ଭାଗ ଦାବି କରୁଛନ୍ତି।

ଗତ ଫେବ୍ରୁଆରୀ ମାସରେ, ପୂର୍ଣ୍ଣ ନଦୀର ପାଣିକୁ ନେଇ ମରାଠାୱାଡ଼ା ବାସିନ୍ଦା ବିଦର୍ଭ ସହ ମୁକାବିଲା କରିଥିଲେ। ଜଲ୍ନା ମାନ୍ଥ ତାଲୁକର ୧୧ଟି ଗାଁ ଲୋକ ଖଡକପୂର୍ଣ୍ଣ ଡ୍ୟାମ୍ରୁ ପାଣି ଦାବିରେ ଆମରଣ ଅନଶନ କରିଥିଲେ। ବିଦର୍ଭ ବୁଲଧାନା ବନ୍ଧରୁ ପାଣି ଦିଆଯାଇଥିଲା।

ମରଠାୱାଡ଼ାର ଅଧିକାଂଶ ଡ୍ୟାମ୍ ଅନ୍ୟ ଅଞ୍ଚଳରେ ଉତ୍ପତ୍ତି ହୋଇଥିବା ନଦୀର ପାଣି ଉପରେ ନିର୍ଭରଶୀଳ। କିନ୍ତୁ ଅନେକ ସ୍ଥଳରେ, ମରାଠାୱାଡ଼ାରେ ପାଣି ପହଞ୍ଚିବା ପୂର୍ବରୁ ଏହାକୁ ଅଟକାଇ ଦିଆଯାଇଥାଏ।

ମରାଠାୱାଡ଼ା ଷ୍ଟାଚ୍ୟୁଟାରୀ ଡେଭଲପମେଣ୍ଟ ବୋର୍ଡର ବିଶେଷଜ୍ଞ ସଦସ୍ୟ ପ୍ରଦୀପ ପୁରନ୍ଦର କହନ୍ତି, ‘‘ଏଠି ପାଣି ରାଜନୀତି ହୁଏ ଆଉ ପାଣି ବଣ୍ଟନରେ ଆଞ୍ଚଳିକ ଅସନ୍ତୁଳନତା ଦେଖିବାକୁ ମିଳେ।’’

ସେ କହନ୍ତି, ଗୋଦାବରୀର ପାଣି ନାସିକ୍ରେ ଅଟକିଛି, ପଶ୍ଚିମ ମହରାଷ୍ଟ୍ରର କ୍ରିଷ୍ଣା ନଦୀରୁ ପାଣି ଛାଡିବା ଯୋଜନାକୁ ହଠାତ୍ ବନ୍ଦ କରିଦିଆଗଲା ଆଉ ପୂର୍ଣ୍ଣ ନଦୀର ପାଣି ବିଦାଭାର ବୁଲଧାନାରେ ଅଟକି ରହିଲା।

ଫଟୋ: ଶେଖ ଆଜିଜ୍

ରିପୋର୍ଟ ୫: କାହାଣୀର ମୂଳ ସଂସ୍କରଣ ଦି ଟାଇମ୍ସ ଅଫ୍ ଇଣ୍ଡିଆରେ ମାର୍ଚ୍ଚ ୨୫, ୨୦୧୫ରେ ପ୍ରକାଶ ପାଇଥିଲା।

ଏହି ସିରିଜ୍ର ଆଉ କିଛି :

ରିପୋର୍ଟ ୧: ପାଖାପାଖି ୮୦୦୦୦ ବାସହୀନ ବୟସ୍କ ଭୋକରେ

ରିପୋର୍ଟ ୨: ମରୁଡ଼ି ମାଡ଼ରେ ମହାରାଷ୍ଟ୍ରର ୯୦ ଲକ୍ଷ ଚାଷୀ

ରିପୋର୍ଟ ୩ : ଖରିଫ ଫସଲ ଉପରେ ମରୁଡ଼ି ମାଡ଼ ଶସ୍ୟ ଉପରେ ପ୍ରହାର

ରିପୋର୍ଟ ୪: ମହରାଷ୍ଟ୍ରରେ ଚାଷୀ ଆତ୍ମହତ୍ୟା ୪୦% ବୃଦ୍ଧି

ରିପୋର୍ଟ ୬ : ମରୁଡ଼ି ସ୍ଥାନାନ୍ତରଣ ବୟସ୍କଙ୍କୁ ବାଧ୍ୟ କରିଛି କ୍ଷେତରେ କଠିନ ପରିଶ୍ରମ କରିବାକୁ

ରିପୋର୍ଟ ୭ : ମରୁଡି ପ୍ରପୀଡିତ ମହାରାଷ୍ଟ୍ରରେ ୪୮ଟି ନଳକୂଅ ଖୋଳିଥିବା ବ୍ୟକ୍ତି

ରିପୋର୍ଟ ୮ : ବ୍ୟାଙ୍କ ଆକାଉଣ୍ଟ ଥିବା ମହାରାଷ୍ଟ୍ରର ମରୁଡ଼ି କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ମିଳୁନି

ରିପୋର୍ଟ ୯ : ବିରୋଧୀ ଟାଇମ୍ସ ଅଫ୍ ଇଣ୍ଡିଆର ଆତ୍ମହତ୍ୟା ରିପୋର୍ଟ ଉଲ୍ଲେଖ କରିବା ପରେ ମହାରାଷ୍ଟ୍ର ସରକାର କହିଲେ କୃଷି ବୀମା କଥା ଚିନ୍ତା କରାଯାଉଛି

ରିପୋର୍ଟ ୧୦ : ଅଧ୍ୟୟନ: କୃଷକମାନେ ନୁହଁନ୍ତି, କୃଷି କର୍ପୋରେଟ ଋଣ ପାଉଛନ୍ତି

ରିପୋର୍ଟ ୧୧ : କୃଷକମାନଙ୍କୁ ଟ. ୨୫,୦୦୦ରୁ କମ୍ଋଣ ୨୩%ରୁ ୪.୩ % କୁ ଖସିଛି

ରିପୋର୍ଟ ୧୨ : ମହାରାଷ୍ଟ୍ରର ୭୦,୦୦୦ ଛୋଟ ଛୋଟ ଡ୍ୟାମ୍ଭିତରୁ କେବଳ ୧୨% କାର୍ଯ୍ୟକ୍ଷମ

ରିପୋର୍ଟ ୧୩ : ଅସ୍ୱାଭାବିକ ବର୍ଷା: କେବଳ ୩ ମାସ ମଧ୍ୟରେ ମହାରାଷ୍ଟ୍ରରେ ୬୦୧ ଚାଷୀଙ୍କ ଆତ୍ମହତ୍ୟା

ରିପୋର୍ଟ ୧୪ : ‘ଅସ୍ୱାଭାବିକ ବର୍ଷା ପାଇଁ ମହାରାଷ୍ଟ୍ରର କେବଳ ୩ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି’

ରିପୋର୍ଟ ୧୫ : ଚାଷୀ ଆତ୍ମହତ୍ୟା ସଂଖ୍ୟା କମ୍ ହେବା ପଛରେ ରାଜ୍ୟ ସରକାରଙ୍କ ଯୁକ୍ତି: କେବଳ ତିନି ଜଣ ବର୍ଷାକୁ ଦାୟୀ କରିଛନ୍ତି

ରିପୋଟ; ୧୬: ଗୋମାଂସ ନିଷେଧ, କିନ୍ତୁ ରାଜ୍ୟ-ପରିଚାଳିତ ଗୋଶାଳା ଦେଖା ଯାଉନି

ଅନୁବାଦ: ଓଡ଼ିଶାଲାଇଭ୍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.