ଡିସେମ୍ବର ୧୧ ପ୍ରାତଃକାଳରେ ସେମାନେ ଯେତେ6ବଳେ ସେମାନଙ୍କ ବିଦ୍ୟୁତ୍‌ କେବୁଲ୍‌ଗୁଡ଼ିକ ଅପସାରଣ କରୁଥିଲେ, ସେତେବେଳେ ସେଇ ପାଖରେ ଥିବା ଜଣେ ଦୋକାନୀ କାନ୍ଦିବାକୁ ଲାଗିଲେ । “ସେ କହିଲେ ଯେ ସେ ଆମକୁ ସବୁବେଳେ ଝୁରିହେବେ ଓ ଆମମାନଙ୍କ ବିନା ଏହି ସ୍ଥାନ ତାଙ୍କୁ  ଖାଁ ଖାଁ ଲାଗିବ । ଆମକୁ ମଧ୍ୟ ବହୁତ କଷ୍ଟହେବ । ହେଲେ, ଚାଷୀମାନଙ୍କର ବିଜୟ ହେଉଛି ଏକ ବୃହତ୍‌ ଉତ୍ସବ ପରି,” ବୋଲି ଗୁର୍‌ୱିନ୍ଦର ସିଂ କହିଲେ ।

ସେତେବେଳକୁ ସମୟ ପ୍ରାୟ ପୂର୍ବାହ୍ନ ୮.୧୫ ହୋଇଥିଲା, ଯେତେବେଳେ ଗୁର୍‌ୱିନ୍ଦର ଓ ତାଙ୍କ ଗ୍ରାମର ଅନ୍ୟ ଚାଷୀମାନେ ନୂଆଦିଲ୍ଲୀର ଟିକ୍ରୀ ଆନ୍ଦୋଳନ ସ୍ଥଳିରେ ଥିବା ତାଙ୍କର ଅସ୍ଥାୟୀ ତମ୍ବୁଗୁଡିକୁ ଉଠାଇବାକୁ ଆରମ୍ଭ କଲେ । ବେଳେବେଳେ, ସେମାନେ ତମ୍ବୁର ଯୋଡଗୁଡ଼ିକୁ ଭାଙ୍ଗିବା ପାଇଁ କାଠ ଗଡ଼ ବ୍ୟବହାର କରୁଥିଲେ, ଆଉ କେତେବେଳେ ପୁଣି ଢାଞ୍ଚାର ଆଧାରକୁ ଭାଙ୍ଗିବା ପାଇଁ ଇଟା ବ୍ୟବହାର କରୁଥିଲେ । ୨୦ମିନିଟରେ ଏହା ଏହି ସବୁ କିଛି ଏକ ଗଦାରେ ପରିଣତ ହୋଇଗଲା ଓ ସେମାନେ ପକୋ ଡ଼ା ସହିତ ଚା’ ପିଇବା ପାଇଁ କିଛି ସମୟ ଅଟକି ଗଲେ ।

“ଆମେମାନେ ଆମ ନିଜ ହାତରେ ଏହି ଆଶ୍ରୟସ୍ଥଳଗୁଡ଼ିକ ନିର୍ମାଣ କରିଥିଲୁ ଓ ବର୍ତ୍ତମାନ ଏଗୁଡ଼ିକୁ ଆମ ନିଜ ହାତରେ ଅପସାରଣ କରୁଛୁ ମଧ୍ୟ,’’ ବୋଲି ୩୪-ବର୍ଷ ବୟସ୍କ ଗୁର୍‌ୱିନ୍ଦର କହିଲେ । ତାଙ୍କ ପରିବାର ପଞ୍ଜାବର ଲୁଧିଆନା ଜିଲ୍ଲାର ଦଙ୍ଗିଆନ୍‌ ଗ୍ରାମରେ ଛଅ ଏକର ଜମିରେ ଗହମ, ଧାନ ଓ ଆଳୁ ଚାଷ କରନ୍ତି । “ବିଜୟୀ ହୋଇ ଘରକୁ ଫେରୁଥିବାରୁ ଆମେ ଆନନ୍ଦିତ, ହେଲେ, ଏଠାରେ ରହଣି ସମୟରେ ଗଢ଼ି ଉଠିଥିବା ବିଭିନ୍ନ ସମ୍ପର୍କକୁ ଛାଡ଼ି ଯିବାର ଦୁଃଖ ମଧ୍ୟ ରହିଛି।’’

“ଆନ୍ଦୋଳନ ଆରମ୍ଭ ହେବାବେଳକୁ ଏଠାରେ କିଛି ମଧ୍ୟ ନଥିଲା । ଆମେମାନେ ରାସ୍ତା ଉପରେ ଶୋଉଥିଲୁ ଓ ତା’ପରେ ଆମେ ଏହି ଘର ନିର୍ମାଣ କଲୁ,” ବୋଲି ଦିଦାର ସିଂ କହିଲେ । ୩୫ ବର୍ଷ ବୟସ୍କ ଦିଦାର ଲୁଧିଆନା ଜିଲ୍ଲାର ସେହି ଗ୍ରାମରେ ବାସ କରନ୍ତି, ଯେଉଁଠାରେ ସେ ଗହମ, ଧାନ ଓ ସବୁଜ ପନିପରିବା ଆଦି ସାତ ଏକର ଚାଷଜମିରେ ଚାଷ କରନ୍ତି । “ଆମେ ଏଠାରେ ଅନେକ କଥା ଶିଖିଲୁ, ବିଶେଷକରି ଏଠାରେ ରହଣି ସମୟରେ ଆମମାନଙ୍କ ମଧ୍ୟରେ ଗଢ଼ି ଉଠିଥିବା ଭାତୃତ୍ୱ ଭାବ । ସବୁ ସରକାର ଆମେମାନେ ପରସ୍ପର ସହିତ ଲଢ଼େଇ କରିବାର ରାସ୍ତା ତିଆରି କରନ୍ତି । ହେଲେ, ଯେତେବେଳେ ଆମେ ସମସ୍ତେ – ପଞ୍ଜାବଠାରୁ ଆରମ୍ଭ କରି ହରିୟାଣା, ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ – ଏଠାରେ ଏକତ୍ରିତ ହେଲୁ, ସେତେବେଳେ ଯାଇ ଆମର ହୃଦ୍‌ବୋଧ ହେଲା ଯେ ଆମ ସସମ୍ତେ ଏକ ଅଟୁ ।

“ଆମ ପଞ୍ଜାବରେ ନିର୍ବାଚନ ହେବାକୁ ଯାଉଛି ଓ ଆମେ ଯୋଗ୍ୟ ବ୍ୟକ୍ତିଙ୍କ ସପକ୍ଷରେ ମତଦାନ କରିବୁ,” ବୋଲି ଗୁର୍‌ୱିନ୍ଦର ଏସବୁ ସହିତ କହିଲେ । “ଆମେ ସମସ୍ତେ ସେହି ବ୍ୟକ୍ତିଙ୍କ ସପକ୍ଷରେ ମତଦାନ କରିବୁ ଯିଏ ଆମର ସହାୟତା କରିବ । ଆଉ, ଯେଉଁମାନେ ଆମ ସହିତ ବିଶ୍ୱାସଘାତକତା କରିବେ, ସେମାନଙ୍କୁ କ୍ଷମତାକୁ ଆସିବାକୁ ଦେବୁ ନାହିଁ,” ବୋଲି ଦିଦାର କହିଲେ ।

It’s difficult for us [to leave]. But the win of the farmers is a bigger celebration', said Gurwinder Singh.
PHOTO • Naveen Macro
Farmer from his village in Ludhiana district dismantling their Tikri settlement
PHOTO • Naveen Macro

ବାମ : ଆମ ପାଇଁ ମଧ୍ୟ ଏହା କଷ୍ଟକର ହେବ ( ଛା ଡ଼ି ଚାଲିଯିବା ) ହେଲେ , ଚାଷୀମାନଙ୍କ ଜୟ ହେଉଛି ଏକ ବୃହତ୍ତ ଉତ୍ସବର ସମୟ,’ ବୋଲି ଗୁର୍‌ୱିନ୍ଦର ସିଂ କୁହନ୍ତି । ଡାହାଣ : ଲୁଧିଆନା ଜିଲ୍ଲାର ତାଙ୍କ ଗ୍ରାମର ଚାଷୀମାନେ ସେମାନଙ୍କର ଟି କ୍ରି ଆବାସକୁ ଭାଙ୍ଗୁଛନ୍ତି

ଡିସେମ୍ବର ୯ରେ, ସରକାର ତିନୋଟି ବିବାଦୀୟ କୃଷି ଆଇନ ରଦ୍ଦ କରିବା ଓ ସେମାନଙ୍କ ଦାବି ମାନିବା ପରେ ସଂଯୁକ୍ତ କିଷାନ ମୋର୍ଚ୍ଚା(SKM), ଯାହା ଆନ୍ଦୋଳନରେ ସାମିଲ ହୋଇଥିବା ୪୦ଟି ଚାଷୀ ୟୁନିୟନକୁ ନେଇ ଗଠିତ ହୋଇଛି,  ଦିଲ୍ଲୀ ସୀମାରେ ଏକ ବର୍ଷ ଧରି ,ସେମାନେ ଚଲାଇଥିବା ଚାଷୀ ଆନ୍ଦୋଳନକୁ ଏଠାରେ ସ୍ଥଗିତ କରିବେ ବୋଲି ଘୋଷଣା କରିଥିଲେ।

ଅନ୍ୟାନ୍ୟ ଯେଉଁସବୁ ପ୍ରମୁଖ ପ୍ରସଙ୍ଗଗୁଡିକ ବାକି ରହିଯାଇଛି – ଯେପରିକି ଫସଲ ପାଇଁ ନିଶ୍ଚିତ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି), ଚାଷୀ ଋଣ ଓ ଅନ୍ୟାନ୍ୟ ବିଷୟ ସମ୍ବନ୍ଧୀୟ ବିଷୟ – ଏଗୁ଼ଡ଼ିକ ଉପରେ ଏସ୍‌କେଏମ୍‌ କେନ୍ଦ୍ର ସହିତ କଥାବାର୍ତ୍ତା ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲେ ।

“ଆମେମାନେ କେବଳ ଏହି ଆନ୍ଦୋଳନକୁ ସ୍ଥଗିତ ରଖିଛୁ, ଏହାକୁ ସମାପ୍ତ କରିନାହୁଁ । ଯେପରି ସୈନିକମାନେ ଛୁଟିରେ ଯାଆନ୍ତି, ,ସେହିପରି ଆମେ ଚାଷୀମାନେ ମଧ୍ୟ ଛୁଟିରେ ଯାଉଛୁ । ଯଦି ସରକାର ଆମକୁ ବାଧ୍ୟ କରନ୍ତି, ତାହାହେଲେ ଆମେମାନେ ପୁଣି ପ୍ରତ୍ୟାବର୍ତ୍ତନ କରିବୁ,” ବୋଲି ଦିଦାର କୁହନ୍ତି ।

“ଯଦି ଏହି ସରକାର ଆମକୁ ଅଡୁଆରେ ପକାଇବେ (ଏମ୍‌ଏସ୍‌ପି ଓ ଅନ୍ୟାନ୍ୟ ଅମୀମାଂସୀତ ଚାଷ ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକ ନେଇ), ତାହାହେଲେ ଆମେମାନେ ଯେପରି ପ୍ରଥମ ଥର ଆସିଥିଲୁ, ଠିକ୍‌ ସେହି ଭାବେ ପୁଣିଥରେ ପ୍ରତ୍ୟାବର୍ତ୍ତନ କରିବୁ,” ବୋଲି ଗୁର୍ୱିନ୍ଦର କୁହନ୍ତି ।

ଦଙ୍ଗିଆନ୍‌ ଗ୍ରାମର ଆନ୍ଦୋଳନକାରୀଙ୍କ ଦଳଠାରୁ କିଛି ମିଟର ଦୂରରେ ଥିବା ହରିୟାଣାର ଫତେବାଦ ଜିଲ୍ଲାର ଧାନିଭୋଜରାଜ ଗ୍ରାମର ସତ୍‌ବୀର ଗୋଦର ଓ ଅନ୍ୟମାନେ ଏବେଏବେ ଏକ ଛୋଟ ଟ୍ରକ୍‌ରେ ସେମାନଙ୍କ ବସତିର ଦୁଇଟି ପୋର୍ଟେବଲ୍‌ ଫ୍ୟାନ୍‌, ପାଣି ଡ୍ରମ୍‌. ଦୁଇଟି ଏୟାର୍‌ କୁଲର୍‌, ଟ୍ରାପ୍‌ଲିନ୍‌ ଓ ଲୁହାଛଡ଼ର ଲୋଡିଂ କାମ ସମ୍ପୂର୍ଣ୍ଣ କରିଛନ୍ତି ।

'We will return if we have to fight for MSP. Our andolan has only been suspended', said Satbir Godara (with orange scarf).
PHOTO • Naveen Macro
'When we would come here to collect waste, they fed poor people like us two times a day', said Kalpana Dasi
PHOTO • Naveen Macro

ବାମ : ‘ଆମକୁ ଯଦି ଏମ୍‌ଏସ୍‌ପି ପାଇଁ ଲଢ଼େଇ କରିବାକୁ ପଡ଼ିବ, ତାହାହେଲେ ଆମେ ପ୍ରତ୍ୟାବର୍ତ୍ତନ କରିବୁ । ଆମର ଆନ୍ଦୋଳନକୁ କେବଳ ସ୍ଥଗିତ କରାଯାଇଛି,” ବୋଲି ସତ୍‌ବୀର ଗୋଦର (କମଳା ସ୍କାର୍ଫ୍‌ରେ) କୁହନ୍ତି । ଡାହାଣ : ‘ଆମେ ଯେତେବେଳେ ଏଠାକୁ ବର୍ଜ୍ୟ ସଂଗ୍ରହ କରିବାକୁ ଆସୁଥିଲୁ, ସେତେବଳେ ସେମାନେ ଆମମାନଙ୍କ ଭଳି ଗରିବ ଲୋକମାନଙ୍କୁ ଦିନକୁ ଦୁଇ ବେଳା ଖାଇବାକୁ ଦେଉଥିଲେ

“ଆମେ ଆମ ଗ୍ରାମର ଅନ୍ୟଜଣେ ଚାଷୀଙ୍କଠାରୁ ଏହି ଟ୍ରକ୍‌କୁ ଆଣିଛୁ ଓ କେବଳ ଡିଜେଲ ବାବଦକୁ ପଇସା ଦେଇଛୁ,” ବୋଲି ୪୪ ବର୍ଷ ବୟସ୍କ ସତ୍‌ବୀର କୁହନ୍ତି । “ଏସବୁ ଜିନିଷଗୁଡ଼ିକର ଖଲାସି ଆମ ଜିଲ୍ଲାର ଧାନୀ ଗୋପାଳ ଛକରେ କରାଯିବ । ଯଦି ପୁଣିଥରେ ଏପରି ଏକ ସଂଘର୍ଷରେ ଆମକୁ ବସିବାକୁ ପଡ଼େ, ତାହାହେଲେ କ’ଣ ହେବ? ସେ ପରିସ୍ଥିତିରେ ଆମେ ଏଥିପାଇଁ ପ୍ରସ୍ତୁତ ରହିବୁ? ଆମର ସମସ୍ତ ଦାବି ପୂରଣ ହୋଇନାହିଁ । ଏଣୁ ଆମେ ଏହିସବୁ ଜିନିଷକୁ ଗୋଟିଏ ସ୍ଥାନରେ ଏକାଠି କରି ରଖିଛୁ । ସରକାରଙ୍କୁ କିଭଳି ଭାବେ ଉଚିତ ଶିକ୍ଷା ଦିଆଯାଇ ପାରିବ, ତାହା ଆମେ ବର୍ତ୍ତମାନ ଜାଣିପାରିଛୁ,’’ ସେ ସହିତ ସେଠାରେ ଉପସ୍ଥିତ ସମସ୍ତେ ଜୋର୍‌ରେ ହସିବାକୁ ଲାଗିଲେ ।

“ଆମେ ସରକାରଙ୍କୁ କିଛି ମହଲତ ଦେଇଛୁ । “ଯଦି ଆମକୁ ପୁଣି ଏମ୍‌ଏସ୍‌ପି ପାଇଁ ଲଢ଼େଇ କରିବାକୁ ପଡ଼ିବ, ତାହାହେଲେ ଆମମାନେ ପୁଣି ପ୍ରତ୍ୟାବର୍ତ୍ତନ କରିବୁ । ଆମେ କେବଳ ଆନ୍ଦୋଳନକୁ ସ୍ଥଗିତ ରଖିଛୁ ,” ବୋଲି ସତ୍‌ବୀର ଏହାସହିତ କହିଲେ। “ଆମ ପାଇଁ ଏହା ଏକ ଐତିହାସିକ ବର୍ଷ ଥିଲା । ଆମେ ପାଣି ମାଡ଼ ଓ ଲୁହ ଗ୍ୟାସ୍‌ର ସାମନା କଲୁ, ଆମକୁ ଅଟକାଇବା ପାଇଁ ଆମ ପଥରେ ବଡ଼ ବଡ଼ ପଥର ରଖାଗଲା ଓ ରାସ୍ତା ଭାଙ୍ଗିଦିଆଗଲା । ଆମେ ସେସବୁର ସାମନା କଲୁ ଓ ଟିକ୍ରିରେ ପହଞ୍ଚିଲୁ।’’

ଡିସେମ୍ବର ୧୧, ଶନିବାର ପୂର୍ବାହ୍ନ ୯ଟା ବେଳକୁ, ଅନେକ ଚାଷୀ ଟିକ୍ରି ସ୍ଥିତ ଆନ୍ଦୋଳନ ସ୍ଥଳ ଛାଡି ସାରିଥିଲେ । ଯେଉଁମାନେ ପ୍ୟାକିଂ ସାରି ପ୍ରସ୍ତୁତ ହୋଇଯାଇଥିଲେ ସେମାନେ ଯିବାକୁ ଆରମ୍ଭ କରିସାରିଥିଲେ । ପୁରୁଷମାନେ ଶେଯ, ଚାରପାଇ, ତାରପଲିନ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଗଦା ହୋଇଥିବା ଟ୍ରାକ୍ଟର ଟ୍ରଲି ଉପରେ ବସିଥିଲେ । ଅନ୍ୟ କେତେଜଣ ଟ୍ରକ୍‌ରେ ଯାଉଥିବାବେଳେ ଅନ୍ୟମାନେ କାର୍‌ ଓ ବୋଲେରୋ ଆଦିରେ ଯାଉଥିଲେ ।

ସେମାନଙ୍କ ମଧ୍ୟରୁ ଅଧିକାଂଶ ସିଧାସଳଖ ୱେଷ୍ଟର୍ଣ୍ଣ ପେରିଫେରାଲ୍‌ ଏକ୍ସପ୍ରେସ୍‌ୱେରେ ଯିବାକୁ ଯାତ୍ରା ଆରମ୍ଭ କରିଥିଲେ, ଯେତେବେଳେକି ଅନ୍ୟମାନେ ଦିଲ୍ଲୀ – ରୋହତକ୍‌ ସଡ଼କ, ଯେଉଁଠାରେ ଭାରତୀୟ କିଷାନ ୟୁନିୟନ୍‌ (ବିକେୟୁ, ଏକତା ଉଗ୍ରହଣ) ରହିଆସୁଥିଲା, ସେଠାକୁ ଯିବାପାଇଁ ବାମ ପାଖକୁ ବୁଲୁଥିଲେ ।

ସେହି ସଡ଼କରେ, କଳ୍ପନା ଦସି, ଝାଡ଼ଖଣ୍ଡରୁ ପ୍ରବାସରେ ଆସିଥିବା ୩୦ ବର୍ଷ ବୟସ୍କ ମହିଳା, ଯିଏ ବାହାଦୂରଗଡରେ ବର୍ଜ୍ୟ ଉଠାଇବା କାମ କରୁଥିଲେ, ଆନ୍ଦୋଳନ ସ୍ଥଳରୁ ବର୍ଜ୍ୟ ସଂଗ୍ରହ କରିବାକୁ ତାଙ୍କର ୧୦ବର୍ଷ ବୟସ୍କ ପୁଅ ଆକାଶ ସହିତ ଆସିଥିଲେ । ସେ କହିଲେ ଯେ, ଯଦିଓ ସେ ଜାଣିଥିଲେ ଯେ ଆନ୍ଦୋଳନକାରୀ ଏହି ଚାଷୀମାନଙ୍କୁ ଦିନେ ନା ଦିନେ ସେମାଙ୍କ ଘରକୁ ଫେରିଯିବାକୁ ପଡ଼ିବ, ତଥାପି ସେ ଦୁଃଖି ଅଛନ୍ତି । “ଆମେ ଯେତେବେଳେ ଏଠାକୁ ବର୍ଜ୍ୟ ସଂଗ୍ରହ କରିବାକୁ ଆସୁଥିଲୁ, ସେମାନେ ଆମ ଭଳି ଲୋକମାନଙ୍କୁ ଦୁଇବେଳା ଖାଇବାକୁ ଦେଉଥିଲେ,’’ ବୋଲି ସେ କହିଲେ।

'Hundreds of tractors will first reach Buttar in Moga, two-three villages before ours. We will be welcomed there with flowers, and then we will finally reach our village', said Sirinder Kaur.
PHOTO • Naveen Macro
With other other farm protesters from her village washing utensils to pack in their tractor-trolley
PHOTO • Naveen Macro

ବାମ : ‘ ଶତାଧିକ ଟ୍ରାକ୍ଟର ଆମ ଗ୍ରାମଠାରୁ ଦୁଇ ତିନି ଗ୍ରାମ ପୂର୍ବରୁ ଅବସ୍ଥିତ ମୋଗାରେ ବୁତ୍ତାରେ ପହଞ୍ଚିବେ। ଆମକୁ ସେଠାରେ ଫୁଲ ସହିତ ସ୍ୱାଗତ କରାଯିବ, ଓ ତା ପରେ ଯାଇ ଆମେ ଆମ ଗ୍ରାମରେ ପହଞ୍ଚିବୁ ବୋଲି ସିରିନ୍ଦର କୌର କହିଲେ। ଡାହାଣ : ତାଙ୍କ ଗ୍ରାମର ଅନ୍ୟ ଚାଷୀ ଆନ୍ଦୋଳନକାରୀଙ୍କ ସହିତ ଟ୍ରାକ୍ଟର - ଟ୍ରଲିରେ ବାସନ ପ୍ୟାକ୍‌ କରିବାକୁ ସେଗୁ ଡ଼ି କୁ ସଫା କରୁଛନ୍ତି

ଏହି ସଡ଼କରେ ଯାଉଥିବା (ରୋହତକ୍‌ ଆଡ଼କୁ ଅଗ୍ରସର ହେଉଥିବା)  ଟ୍ରାକ୍ଟରଗୁଡ଼ିକ ପ୍ଲାଷ୍ଟିକ ଓ କାଗଜର ଫୁଲ.ଚକ୍‌ଚକ୍‌ ହେଉଥିବା ସ୍କାର୍ଫ, ରିବନ୍‌ ଓ ୟୁନିୟନ୍‌ ପତାକାରେ ସଜା ଯାଇଥିଲା । ଆମେ ଟ୍ରାକ୍ଟରଗୁଡ଼ିକୁ ସୁନ୍ଦର ଭାବେ ସଜାଇବା ପରେ ସେଗୁଡ଼ିକୁ ବାହାର କରିଛୁ ଓ ଆମେ ଏକ ଉତ୍ସବମୁଖର ବିବାହ ଶୋଭାଯାତ୍ରା ଭଳି ଯିବୁ,” ବୋଲି ପଞ୍ଜାବର ମୋଗା ଜିଲ୍ଲାର ଦଲ୍‌ ଗ୍ରାମର ୫୦ବର୍ଷ ବୟସ୍କ ସିରିନ୍ଦର କୌର କୁହନ୍ତି । ଗୋଟିଏ ଟ୍ରାକ୍ଟର-ଟ୍ରଲିରେ ତାଙ୍କ ପରିବାରର ଶେଯ, ଗଦି, ରୋଷେଇ ବାସନ ଓ ଅନ୍ୟାନ୍ୟ ଜିନିଷ ଲଦା ଯାଇଛି, ଅନ୍ୟ ଏକ ଟ୍ରଲିକୁ ପୁରୁଷମାନେ ଯାତ୍ରା କରିବାକୁ ବ୍ୟବହାର କରାଯାଉଥିବାବେଳେ ମହିଳାମାନେ ଏକ କ୍ୟାଣ୍ଟର ଟ୍ରକ୍‌ରେ ବସି ଯାଉଛନ୍ତି ।

“ଶତାଧିକ ଟ୍ରାକ୍ଟର ଆମ ଗ୍ରାମ ଠାରୁ ଦୁଇ-ତିନିଟି ଗ୍ରାମ ପୂର୍ବରୁ ପଡୁଥିବା ମୋଗାର ବୁତ୍ତରରେ ପହଞ୍ଚିବେ । ଆମ ସମସ୍ତଙ୍କୁ ଆମକୁ ସେଠାରେ ଫୁଲ ସହିତ ସ୍ୱାଗତ କରାଯିବ ଓ ତା’ପରେ ଶେଷରେ ଆମେ ଆମ ଗ୍ରାମରେ ପହଞ୍ଚିବୁ,” ବୋଲି ସିରିନ୍ଦର କହିଲେ । ଦଲା ଗ୍ରାମରେ ଥିବା ଚାରି ଏକର ଜମିରେ ତାଙ୍କ ପରିବାର ଧାନ, ଗହମ ଓ ଛୋଲାବୁଟ ଚାଷ କରନ୍ତି । ସେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପରିବାରର ଜଣେ ସଦସ୍ୟ ଅଟନ୍ତି, ବୋଲି ସେ କହିଲେ । ଆଉ ବର୍ତ୍ତମାନ (ଡିସେମ୍ବର ୧୧ ପର୍ଯ୍ୟନ୍ତ), “ମୋର ଜଣେ ଦେଢଶୁର ଟିକ୍ରିରେ, ଜଣେ ସିଂଘୁ ସୀମାରେ ବିରୋଧ ପ୍ରଦର୍ଶନ କରୁଥିବାବେଳେ ମୋର ପରିବାର ଏଠାରେ (ବାହଦୂରଗଡର ରୋହତକ୍‌ ସଡକଠାରେ) ଅଛନ୍ତି । ଆମର ପରିବାର ହେଉଛି ଯୋଦ୍ଧାମାନଙ୍କ ପରିବାର, ଆଉ ଆମେମାନେ ଏହି ସଂଘର୍ଷରେ ମଧ୍ୟ ଜୟଲାଭ କଲୁ । ଆମର ଦାବି ପୂରଣ ହୋଇଛି, ବର୍ତ୍ତମାନ ଆମେ ଆମର ୟୁନିୟନ୍‌ର (ବିକେୟୁ ଏକତା ଉଗ୍ରହଣ) କହିବା ମୁତାବକ କାମ କରିବୁ ।

ପାଖରେ ଅନ୍ୟ ଏକ ଟ୍ରଲିରେ ଥିବା ପଞ୍ଜାବର ମୋଗା ଜିଲ୍ଲାର ବଦ୍ଧନି କଲାନ୍‌ ଗ୍ରାମର ୪୮ବର୍ଷ ବୟସ୍କ କିରଣପ୍ରୀତ୍‌ କୌର କ୍ଳାନ୍ତ ଦେଖାଯାଉଥିଲେ । “ଆମେ କେବଳ ଗୋଟିଏ ଘଣ୍ଟା ଶୋଇଛୁ । ଗତକାଲିଠାରୁ ଆମେ ପ୍ୟାକିଂ କାମରେ ଲାଗିଛୁ,” ବୋଲି ସେ କହିଲେ । “ସେଠାରେ ଏକ ବିଜୟ ଉତ୍ସବ ଚାଲିଥିଲା ଯାହା ପୂର୍ବାହ୍ନ ୩ଟା ଯାଏ ଚାଲିଥିଲା”।

ନିଜ ଗ୍ରାମରେ, ତାଙ୍କ ପରିବାରର ୧୫ ଏକର ଜମି ଅଛି, ଯେଉଁଠାରେ ସେମାନେ ଗହମ, ଧାନ, ମକା, ସୋରିଷ ଓ ଆଳୁ ଚାଷ କରିଥାନ୍ତି । ଏହା ସହିତ “ଶାନ୍ତିପୂର୍ଣ୍ଣ ଭାବେ କିଭଳି ଆନ୍ଦୋଳନ କରାଯାଇ ପାରିବ ଓ ଯେତେବେଳେ ସେମାନେ ସେମାନଙ୍କର ଅଧିକାର ପାଇଁ ଲଢନ୍ତି, ସେତେବେଳେ ସେମାନେ ଜୟ ଲାଭ କରିପାରିବେ, ବୋଲି ଅନେକ ଶିକ୍ଷାଲାଭ କଲେ”, ବୋଲି ମଧ୍ୟ ସେ କହିଲେ ।

ଛାଡିବା ପୂର୍ବରୁ, କିରଣପ୍ରୀତ କହିଲେ ଯେ, ସେ ଓ ଅନ୍ୟମାନେ ସଡ଼କର ସେହି ସମସ୍ତ ଅଞ୍ଚଳକୁ ପରିଷ୍କାର କଲେ, ଯାହା ସେମାନେ ରହିବା ପାଇଁ ଦଖଲ କରିଥିଲେ । “ମୁଁ ଏଠାର ଭୂମିକୁ ପ୍ରଣାମ କଲି। ଏହା ଆମକୁ ଆନ୍ଦୋଳନ କରିବାକୁ ସ୍ଥାନ ଦେଇଥିଲା । କେବଳ ସେହି ଭୂମି ଆପଣଙ୍କୁ ସୁଫଳ ଦେଇଥାଏ ଯାହାକୁ ଆପଣ ପୂଜା କରନ୍ତି”।

Kiranpreet Kaur, Amarjeet Kaur, and Gurmeet Kaur, all from Badhni Kalan, ready to move in a village trolley. 'We have only slept for an hour. Since yesterday we have been packing. There was a victory celebration till 3 a.m.', said Kiranpreet.
PHOTO • Naveen Macro
'Our villagers will welcome us', said Pararmjit Kaur, a BKU leader from Bathinda
PHOTO • Naveen Macro

ବାମ : କିରଣପ୍ରୀତ କୌର , ଅମରଜିତ କୌର ଓ ଗୁର୍‌ମିତ କୌର , ସମସ୍ତେ ବଧନି କଲନ ଗ୍ରାମର ଏକ ଟ୍ରଲିରେ ଯିବାକୁ ପ୍ରସ୍ତୁତ ଅଛନ୍ତି । ଆମେ କେବଳ ଗୋଟିଏ ଘଣ୍ଟା ଶୋଇଛୁ । ଗତକାଲିଠାରୁ ଆମେ ପ୍ୟାକିଂ କାମ ରେ ଲାଗିଛୁ । ସେଠାରେ ପୂର୍ବାହ୍ନ ୩ଟା ପର୍ଯ୍ୟନ୍ତ ବିଜୟ ଉତ୍ସବ ପାଳନ ହେଉଥିଲା ,” ବୋଲି କିରଣପ୍ରୀତ କହିଲେ । ଡାହାଣ: ଆମ ଗ୍ରାମବାସୀ ଆମକୁ ସ୍ୱାଗତ ଜଣାଇବେ,” ବୋଲି ବଥିଣ୍ଡାର ବିକେୟୁ ନେତା ପରମଜିତ୍‌ କୌର୍‌ କହିଲେ

ବାହାଦୂରଗଡ଼ଠାରେ ବିକେୟୁର ମୁଖ୍ୟ ମଞ୍ଚ ପାଖରେ, ପରମଜିତ, ୟୁନିୟନ୍‌ ପାଇଁ ବଥିଣ୍ଡାର ଜିଲ୍ଲାସ୍ତରୀୟ ମହିଳା ନେତା, ସବୁକିଛି ଟ୍ରଲି ଭିତରେ ସଠିକ୍‌ ଭାବେ ଭର୍ତ୍ତି କରି ରଖିବାରେ ବ୍ୟସ୍ତ ଥିଲେ । ପରମଜିତ, ଯାହାର ବୟସ ପାଖାପାଖି ୬୦ ହେବ, ମଧ୍ୟ ରୋଡ୍‌ ଡିଭାଇଡର୍‌ ଯେଉଁଠାରେ ସେ ଆଳୁ, ଟମାଟ, ସୋରିଷ ଓ ସବୁଜ ପରିବା ଚାଷ କରିଥିଲେ, ସେହି ଭୂମି ଖଣ୍ଡକୁ ପରିଷ୍କାର କରିଦେଇଛନ୍ତି । ( ଦେଖନ୍ତୁ ଟିକ୍ରି ଚାଷୀ : ‘ଏହା ଆମର ଆଜୀବନ ମନେ ରହିବ’ ) “ମୁଁ ସେଗୁଡିକୁ କାଟି ଦେଲି (ଫସଲ) ଓ ସେଗୁଡ଼ିକୁ ଏଠାରେ ଥିବା ଶ୍ରମିକମାନଙ୍କୁ ଦେଇଦେଲି,” ବୋଲି ସେ କହିଲେ । “ଆମେ କେବଳ ଅଳ୍ପ କିଛି ଜିନିଷ ଆମ ସହିତ ଫେରାଇ ନେଇଯାଉଛୁ । ଆମେ କାଠ ଖଣ୍ଡଗୁଡ଼ିକ, ତାରପ୍‌ଲିନ୍‌ ଆଦି ଏଠାର ଗରିବମାନଙ୍କୁ ସେମାନଙ୍କର ଘର ନିର୍ମାଣ କରିବାକୁ ଦେଇଦେଲୁ ।

ଆଜି ରାତିରେ, ସେ କହିଲେ ଯେ, ଆମର ଟ୍ରଲି ରାସ୍ତାରେ କୌଣସି ଏକ ଗୁରୁଦ୍ୱାର ରେ ବିଶ୍ରାମ ପାଇଁ ରହିବ ଓ ଆସନ୍ତା କାଲି ସକାଳେ ପୁଣି ଯାତ୍ରା ଆରମ୍ଭ କରିବ । “ଆମର ଗ୍ରାମବାସୀମାନେ ଆମକୁ ସ୍ୱାଗତ କରିବେ। ଆମେ ଆମର ଜମିକୁ ବଞ୍ଚାଇବାରେ ସଫଳ ହୋଇଥିବାରୁ ଆମେ ବିଭିନ୍ନ ପ୍ରକାରେ ଉତ୍ସବ ପାଳନ କରିବୁ । ହେଲେ, ଆମର ସଂଘର୍ଷ ତଥାପି ସରିନାହିଁ । ଆମେ ଦୁଇଦିନ ବିଶ୍ରାମ ନେବୁ ଓ ତା’ପରେ ପୁଣି ଅନ୍ୟ ଦାବି ପୂରଣ ହେବା ପାଇଁ ପଞ୍ଜାବରୁ ଲଢ଼େଇ ଜାରି ରଖିବୁ’’।

ସେ ଏପରି କହୁଥିବାବେଳେ, ସେମାନଙ୍କର ଟ୍ରାକ୍ଟର-ଟ୍ରଲି, ଟ୍ରକ୍‌ ଓ ଅନ୍ୟ ଯାନରେ ସହଗମନ କରୁଥିବା ଆନ୍ଦୋଳନକାରୀ ଚାଷୀଙ୍କର ଏକ ଦଳ ସେମାନଙ୍କ ଘର ଆଡ଼କୁ ଅଗ୍ରସର ହେଉଥିଲେ । ଟ୍ରାଫିକ୍‌ର ସୁପରିଚାଳନା ପାଇଁ ହରିୟାଣା ପୋଲିସ୍‌ ମୁତୟନ କରାଯାଇଥିଲା । ଆନ୍ଦୋଳନ ସ୍ଥଳର ଆରମ୍ଭରେ, ଯାହା ପଞ୍ଜାବ କିଷାନ ମଞ୍ଚଠାରୁ ଅଳ୍ପ ଦୂରରେ ଥିଲା, ଏକ ଜେସିବି ମେସିନ୍‌ ଗତ ବର୍ଷ ଚାଷୀ ଆନ୍ଦୋଳନକାରୀଙ୍କୁ ଦିଲ୍ଲୀରେ ପ୍ରବେଶ କରିବାଠାରୁ ରୋକିବା ପାଇଁ ପକାଯାଇଥିବା ବଡ଼ ବଡ଼ ପଥର ଖଣ୍ଡଗୁଡ଼ିକୁ ଭାଙ୍ଗୁଥିଲା ।

ପୂର୍ବାହ୍ନ ୧୧ଟା ବେଳକୁ, ଟିକ୍ରି ପଡିଆ ପ୍ରାୟତଃ ପରିଷ୍କାର ହୋଇଯାଇଥିଲା, କେବଳ ଅଳ୍ପ କିଛି ଆନ୍ଦୋଳନକାରୀ ବାକି ଥିଲେ, ଯେଉଁମାନେ ଯିବା ପାଇଁ ପ୍ରସ୍ତୁତ ହୋଇସାରିଥିଲେ । ଆନ୍ଦୋଳନ ସ୍ଥଳ ଯାହା ଏକ ବର୍ଷ ପୂର୍ବେ ‘କିଷାନ ମଜ୍‌ଦୂର ଏକତା ଜିନ୍ଦାବାଦ’  ଉଚ୍ଚାରଣରେ ପ୍ରତିଧ୍ୱନିତ ହେଉଥିଲା, ତାହା ଆଜି ଶାନ୍ତ ହୋଇଯାଇଥିଲା । ଉତ୍ସବ ଓ ଉଚ୍ଚାରଣଗୁଡ଼ିକ ସେହି ସମସ୍ତ ଚାଷୀ ଗ୍ରାମଗୁଡ଼ିକରେ ପ୍ରତିଧ୍ୱନିତ ହୋଇ ଚାଲିଥିବ, ଯେଉଁଠାରେ ସେମାନେ ଲଢ଼େଇ ଜାରି ରଖିବାକୁ ଦୃଢ ନିଶ୍ଚୟ ହୋଇଛନ୍ତି ।

PHOTO • Naveen Macro

ହରିୟାଣାର ଫତେବାଦ ଜିଲ୍ଲାର ଧନିଭୋଜରାଜ ଗ୍ରାମର ଚାଷୀ ଆନ୍ଦୋଳନକାରୀମାନେ ପଶ୍ଚିମ ଦିଲ୍ଲୀ ନିକଟବର୍ତ୍ତୀ ଟିକ୍ରି ଆନ୍ଦୋଳନ ସ୍ଥଳ ପାଖରେ ସେମାନଙ୍କର ବସତି ଉଠାଉଛନ୍ତି ଓ ଟ୍ରକ୍‌ରେ ଲଦୁଛନ୍ତି


PHOTO • Naveen Macro

ବେଳେବେଳେ  ସେମାନେ ବାଉଁଶର ଯୋଡ଼ଗୁଡିକୁ ଭାଙ୍ଗିବା ପାଇଁ କାଠ ଗଡ ବ୍ୟବହାର କରୁଥିଲେ ଓ ବେଳେବେଳେ ସେମାନଙ୍କର ଢାଞ୍ଚାର ଆଧାରକୁ ଭାଙ୍ଗିବା ପାଇଁ ଇଟା ବ୍ୟବହାର କରୁଥିଲେ


PHOTO • Naveen Macro

ପୂର୍ବ ରାତ୍ରିରୁ ପ୍ରସ୍ଥାନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା ଓ ଏହା ଡିସେମ୍ବର ୧୧ ସକାଳ ପର୍ଯ୍ୟନ୍ତ ଜାରି ରହିଥିଲା: ଏହି ଆଶ୍ରୟସ୍ଥଳଗୁଡ଼ିକୁ ଆମେ ଆମ ହାତରେ ନିର୍ମାଣ କରିଥିଲୁ ଓ ବର୍ତ୍ତମାନ ସେଗୁଡ଼ିକୁ ଆମ ହାତରେ ଅପସାରଣ କରୁଛୁ’


PHOTO • Naveen Macro

ଗୁର୍‌ୱିନ୍ଦର ସିଂ (ସମୂଦ୍ର ନୀଳ ରଙ୍ଗର ପଗଡି ପିନ୍ଧିଥିବା, ମଝିରେ) ଓ ତାଙ୍କର ଗ୍ରାମର ଅନ୍ୟ ଆନ୍ଦୋଳନକାରୀମାନେ ପଶ୍ଚିମ ଦିଲ୍ଲୀ ନିକଟବର୍ତ୍ତୀ ଟିକ୍ରି ଆନ୍ଦୋଳନ ସ୍ଥଳରେ ସେମାନେ ଉଠାଇଦେଇଥିବା ବସତି ବାହାରେ


PHOTO • Naveen Macro

ପୁରୁଷମାନେ ଗଦି, ଚାରପାଇ , ତାର୍‌ପଲିନ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ବୋଝେଇ ହୋଇଥିବା ଟ୍ରାକ୍ଟର-ଟ୍ରଲି ଉପରେ ବସିଥିଲେ । ଆଉ କିଛି ଟ୍ରକ୍‌ରେ ଓ ଅନ୍ୟମାନେ କାର୍‌ ଓ ବୋଲେରୋଗୁଡିକରେ ପ୍ରସ୍ଥାନ କରୁଥିଲେ

PHOTO • Naveen Macro

ପଞ୍ଜାବର ଫରିଦ୍‌କୋଟ ଜିଲ୍ଲାର ଚାଷୀ ଆନ୍ଦୋଳନକାରୀମାନେ ହରିୟାଣାର ବାହାଦୂରଗଡ ସହର ନିକଟସ୍ଥ ସେମାନଙ୍କ ବସତିରୁ (ଯେଉଁଠି ୨୫ଜଣ ବ୍ୟକ୍ତି ରହୁଥିଲେ) ଫ୍ୟାନ୍‌ ଓ ବିଦ୍ୟୁତ୍‌ ସଂଯୋଗ ଅପସାରଣ କରୁଛନ୍ତି । ଜସ୍‌କରଣ ସିଂ (ଫ୍ୟାନ୍‌ ଅପସାରଣ କରୁଛନ୍ତି) କହିଲେ : ‘ଆମର ଦାବି ପୂରଣ ହୋଇଥିବାରୁ ଆମେ ଆନନ୍ଦିତ । ଆବଶ୍ୟକ ହେଲେ ଆମେ ପୁଣି ପ୍ରତ୍ୟାବର୍ତ୍ତନ କରିବୁ’


PHOTO • Naveen Macro

ରୋହତକ ସଡକରେ ଥିବା ସେମାନଙ୍କର ଅସ୍ଥାୟୀ ବସତି ଉଠାଇବାବେଳେ , ଚାଷୀ ଆନ୍ଦୋଳନକାରୀମାନେ ସ୍ଥାନୀୟ ମହିଳା ଶ୍ରମିକମାନଙ୍କୁ ସେମାନଙ୍କର କାଠ ଟେବୁଲ୍‌ ଓ ଅନ୍ୟ ପୁନଃ ବ୍ୟବହାର ଯୋଗ୍ୟ ସାମଗ୍ରୀଗୁଡ଼ିକ ଦେଇଦେଲେ


PHOTO • Naveen Macro

ଆମେ ଆମର ଟ୍ରାକ୍ଟରଗୁଡ଼ିକୁ ସୁନ୍ଦର ଭାବେ ସଜାଇ ବାହାର କରିଛୁ ଓ ଆମେ ଏକ ଉତ୍ସବମୁଖର ବାହାଘର ଶୋଭାଯାତ୍ରା ଭଳି ଯିବୁ’ ବୋଲି ସିରିନ୍ଦର କୌର କହିଲେ

PHOTO • Naveen Macro

ପଞ୍ଜାବର ଫରିଦ୍‌କୋଟ ଜିଲ୍ଲାର ବଗିଆନା ଗ୍ରାମର ଚାଷୀମାନେ, ସେହିମାନଙ୍କୁ ସମ୍ମାନିତ କଲେ ଯେଉଁମାନେ ଉଭୟ ଆନ୍ଦୋଳନର ପ୍ରଥମ ଦିନରେ ଓ ଶେଷ ଦିନରେ ଉପସ୍ଥିତ ଥିଲେ

PHOTO • Naveen Macro

ପଞ୍ଜାବର ଫରିଦ୍‌କୋଟ ଜିଲ୍ଲାର ଦେମ୍‌ରୁ ଖୁର୍ଦ ଗ୍ରାମର ଆନ୍ଦୋଳନକାରୀ ଚାଷୀମାନେ ରୋହତକ ସଡକରେ ଥିବା ଆନ୍ଦୋଳନ ସ୍ଥଳିରୁ ପ୍ରସ୍ଥାନ ପାଇଁ ପ୍ରସ୍ତୁତ ହେଉଛନ୍ତି

PHOTO • Naveen Macro

ପଞ୍ଜାବର ଫରିଦ୍‌କୋଟ ଜିଲ୍ଲାର ଦେମ୍‌ରୁ ଖୁର୍ଦ ଗ୍ରାମର ଆନ୍ଦୋଳନକାରୀ ଚାଷୀମାନେ: ପେକିଂ ସରିଯାଇଥିଲା, ଟ୍ରକ୍‌ରେ ଲୋଡ୍‌ ହୋଇସାରିଥିଲା । ଏହା ହେଉଛି ଗୋଟିଏ ଗ୍ରୁପ୍‌ ଫଟୋ ନେବାର ସମୟ


PHOTO • Naveen Macro

ପଞ୍ଜାବର ମନ୍‌ସା ଜିଲ୍ଲାର ଜଣେ ଚାଷୀ, ପ୍ରଫୁଲ୍ଲ ଚିତ୍ତରେ, ଟ୍ରକ୍‌ରେ ପ୍ରସ୍ଥାନ କରୁଛନ୍ତି

PHOTO • Naveen Macro

ପଞ୍ଜାବର ମନ୍‌ସା ଜିଲ୍ଲାର ଚାଷୀମାନେ ଟ୍ରକ୍‌ରେ ଆନ୍ଦୋଳନ ସ୍ଥଳ ଛାଡୁଛନ୍ତି – ଉଲ୍ଲସିତ ଓ ଦୃଢନିଶ୍ଚିତ


PHOTO • Naveen Macro

ବାମରୁ ଡାହାଣ : ମୁଖତେୟାର୍‌ କୌର, ହର୍‌ପାଲ୍‌ କୌର, ବୟନ୍ତ କୌର ଓ ହମିର୍‌ କୌର୍‌ ଆନ୍ଦୋଳନ ସ୍ଥଳ ଛାଡିବା ପୂର୍ବରୁ ରୋତକ ସଡକରେ ଗିଦ୍ଦା (ଉତ୍ସବ ପାଳନ ଅବସରର ଏକ ନୃତ୍ୟ) କରୁଛନ୍ତି


PHOTO • Naveen Macro

ପରମଜିତ କୌର, ଯିଏ ରୋଡ୍‌ ଡିଭାଇଡର୍‌ରେ ଥିବା ଭୂମି ଖଣ୍ଡକୁ, ଯେଉଁଠାରେ ସେ ଆଳୁ, ଟମାଟ, ସୋରିଷ ଓ ସବୁଜ ପରିବା ଚାଷ କରିଥିବା, ପରିଷ୍କାର କରିଥିଲେ, କହିଲେ ଯେ ‘ମୁଁ ସେଗୁଡିକୁ କାଟିଦେଲି ଓ ପରିବାଗୁଡ଼ିକୁ ଏଠାରେ ଥିବା ଶ୍ରମିକମାନଙ୍କୁ ଦେଇଦେଲି’

PHOTO • Naveen Macro

ଡିସେମ୍ବର ୧୧ ରେ ପୂର୍ବାହ୍ନ ୧୧ଟା ବେଳେ, ଟିକ୍ରି ପଡିଆ ସମ୍ପୂର୍ଣ୍ଣ ଭାବେ ପରିଷ୍କାର ହୋଇଯାଇଥିଲା, କେବଳ କିଛି ଆନ୍ଦୋଳନକାରୀ ସେଠାରୁ ଯିବାକୁ ବାକି ଥିଲେ

PHOTO • Naveen Macro

ହରିୟାନାର ବାହାଦୂରଗ ସହର ନିକଟରେ ଭାରତୀୟ କିଷାନ ୟୁନିୟନ ( ଏକତା ଉଗ୍ରହଣ ) ମୁ ଖ୍ୟ ମଞ୍ଚରେ , ଡିସେମ୍ବର ୧୧ରେ : ଏକ ବର୍ଷ ଧରି ବ୍ୟସ୍ତ ରହିଥିବା ସହରଟି ବର୍ତ୍ତମାନ ନୀରବ ହୋଇଯାଇଛି

PHOTO • Naveen Macro

ୟୁନିୟନ୍‌ ମଞ୍ଚଠାରୁ ଅନତି ଦୂରରେ, ସେଠାରେ ଏକ ଜେସିବି ମେସିନ୍‌ ଥିଲା, ଯାହା ସେହି ବଡ଼ପଥର ଖଣ୍ଡଗୁଡ଼ିକୁ ଭାଙ୍ଗୁଥିଲା ଯାହା ଗତ ବର୍ଷ ଚାଷୀ ଆନ୍ଦୋଳନକାରୀମାନଙ୍କୁ ଦିଲ୍ଲୀରେ ପ୍ରବେଶ କରିବାଠାରୁ ରୋକିବା ପାଇଁ ସେମାନଙ୍କର ପଥରେ ସ୍ଥାନିତ କରାଯାଇଥିଲା

PHOTO • Naveen Macro

ପଞ୍ଜାବର ମୋଗାର ଭଲୂର୍‌ ଗ୍ରାମର ଆନ୍ଦୋଳନକାରୀ ଚାଷୀମାନେ ସେମାନଙ୍କର ବିଜୟ ଉତ୍ସବ ପାଳନ କରୁଛନ୍ତି


PHOTO • Naveen Macro

ରୋହତକ୍‌ ସଡ଼କରେ ସେମାନଙ୍କର ଟ୍ରାକ୍ଟର-ଟ୍ରଲି, ଟ୍ରକ୍‌ ଓ କାର୍‌ଗୁଡିକରେ ଡିସେମ୍ବର ୧୧ ପ୍ରାତଃ ସମୟରେ ସେମାନଙ୍କ ଗ୍ରାମକୁ ବାହୁଡୁଛନ୍ତି

PHOTO • Naveen Macro

ଚାଷୀମାନଙ୍କ ଯାନଗୁଡ଼ିକ ସେମାନଙ୍କ ଘର ମୁହାଁ ଅଗ୍ରସର ହେଉଥିବାରୁ, ଟ୍ରାଫିକ୍‌ ପରିଚାଳନା ପାଇଁ ହରିୟାଣା ପୋଲିସ୍‌ ମୁତୟନ କରାଯାଇଛି


PHOTO • Naveen Macro

ପଥରେ ଉତ୍ସବପାଳନର ଅଭିବାଦନ


PHOTO • Naveen Macro

ଚାଷୀମାନେ ସେମାନଙ୍କ ଘର ଅଭିମୁଖେ ଯାଉଥିବା ବେଳେ, ଆନ୍ଦୋଳନ ସ୍ଥଳ ଯାହା ଏକ ବର୍ଷ ପୂର୍ବେ ‘କିଷାନ ମଜ୍‌ଦୂର ଏକତା ଜିନ୍ଦାବାଦ’  ଉଚ୍ଚାରଣରେ ପ୍ରତିଧ୍ୱନିତ ହେଉଥିଲା, ତାହା ଶାନ୍ତ ହୋଇଯାଇଥିଲା । ଉତ୍ସବ ଓ ଉଚ୍ଚାରଣଗୁଡ଼ିକ ସେହି ସମସ୍ତ ଚାଷୀ ଗ୍ରାମଗୁଡ଼ିକରେ ପ୍ରତିଧ୍ୱନିତ ହୋଇ ଚାଲିଥିବ, ଯେଉଁଠାରେ ସେମାନେ ଲଢ଼େଇ ଜାରି ରଖିବାକୁ ଦୃଢ ନିଶ୍ଚୟ ହୋଇଛନ୍ତି


ଅନୁବାଦ: ଓଡ଼ିଶାଲାଇଭ୍‍

Sanskriti Talwar

Sanskriti Talwar is an independent journalist based in New Delhi, and a PARI MMF Fellow for 2023.

Other stories by Sanskriti Talwar
Photographs : Naveen Macro

Naveen Macro is a Delhi-based independent photojournalist and documentary filmmaker and a PARI MMF Fellow for 2023.

Other stories by Naveen Macro
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE