html ଜୁଇଲିଆନିଙ୍କ ଜାଳେଣି କାଠର ଝୁଡ଼ି

ମଝି-ଅକ୍ଟୋବରର ଏକ ମଧ୍ୟାହ୍ନ। ମିଜୋରାମର ହିମୁଇଫାଙ୍ଗ ପର୍ବତ ଶିଖରରେ ଥିବା ଜଂଗଲରେ ବାଦଲ ଭେଦ କରି ସୂର୍ଯ୍ୟ କିରଣ ପଡ଼ିଥିଲା। ତଥାପି ଚିର ସବୁଜ ବୃକ୍ଷର ଘନ ଆସ୍ତରଣ ତଳେ ଜଂଗଲ ଥଣ୍ଡା ଆଉ ଅନ୍ଧାରୁଆ ଲାଗୁଥିଲା। ସାରା ଜଂଗଲରେ ନିରବତା ଛାଇ ଯାଇଥିଲା - କେବଳ ଚଢେଇମାନଙ୍କ କିଚିରିମିଚିର ଶବ୍ଦ ଏବଂ ଜଣେ କାଠ ଗୋଟାଳିଙ୍କ ଥ୍ୱାକ୍ ଥ୍ୱାକ୍ ଶବ୍ଦ ଶୁଣାଯାଉଥିଲା।

ସେ ତାଙ୍କ କାମରେ ବ୍ୟସ୍ତ ଥିଲେ। ତାଙ୍କ ପାଖରେ ପୁଳାଏ ଜାଳେଣିକାଠ ପଡ଼ିଥିଲା। ୬୫ ବର୍ଷୀୟା ଏହି ବୃଦ୍ଧାଙ୍କୁ ଲାଲଜୁଇଲାନି ବା ଜୁଇଲାନି ବୋଲି ଡାକନ୍ତି। ପାଖରେ ଥିବା ହୁମୁଇଫାଙ୍ଗ ଗାଁର ଏହି ବୃଦ୍ଧା ଜଣକ ଘର ପାଇଁ ଜାଳେଣି କାଠ ସଂଗ୍ରହ କରୁଥିଲେ। ତାଙ୍କ ପାଦ ପାଖରେ କୁରାଢିଟିଏ ପଡିଥିଲା। ଧାର ଖୁବ୍ ତୀକ୍ଷ୍ଣ ଥିଲା। ସହଜ ବ୍ୟବହାର ପାଇଁ ତାର ଗୋଟିଏ ମୁଣ୍ଡରେ କାଠର ଲମ୍ବା ବେଣ୍ଟ ଲାଗିଥିଲା। ଏହା ସାହାଯ୍ୟରେ ସେ ବାଟଲାଙ୍ଗକେନ୍ ଗଛର (କ୍ରଟନ୍ ଲିସୋଫିଲସ) କାଠ ଚିରନ୍ତି। ଗୋଟିଏ ଗଛକୁ ସେ ୩-୪ ଖଣ୍ଡ କରନ୍ତି ଏବଂ ପ୍ରତି ଖଣ୍ଡର ଲମ୍ବ ପ୍ରାୟ ଅଧଫୁଟ। ସେ ସଂଗ୍ରହ କରିଥିବା କାଠ ସଂପୂର୍ଣ୍ଣ ଶୁଖି ନଥିଲା। ଓଜନ ପାଖାପାଖି ୩୦ କିଲୋଗ୍ରାମ।

ସେ କାଠ ଧରି ଘରକୁ ଫେରିବାକୁ ପ୍ରସ୍ତୁତ ହେଉଥିଲେ। ତାଙ୍କ ହାତରେ ଗୋଟିଏ ଦାଓ (କୁରାଢୀ) ଥିଲା। ଖୁବ୍ ଧାରୁଆ ଏବଂ ସହଜରେ ଚଳାଯାଇପାରେ। ଲାଗୁଥିଲା ଦୀର୍ଘ ବର୍ଷ ଧରି ଏହାର ବ୍ୟବହାର ହେଉଛି ।

PHOTO • T. R. Shankar Raman

ମିଜୋରାମର ଆଇଜଲ ଜିଲ୍ଲାର ଲୁସାଇ ପାହାଡ଼ ଉପରେ ୧,୬୦୦ ମିଟର ଉପରେ ରହିଛି ଏହି ଘଂଚ ଜଂଗଲ। ଆଇଜଲ ସହରର ଦକ୍ଷିଣକୁ ୫୦ କିଲୋମିଟର ଦୂରରେ ଅବସ୍ଥିତ। 

PHOTO • T. R. Shankar Raman

୬୫ ବର୍ଷୀୟ ଜୁଇଲିଆନି ହାତରେ ଦାଓ (କତା) ଧରି ଜାଳେଣି କାଠକୁ ଚାଞ୍ଛି ଚୁଞ୍ଛି ସଫା କରୁଛନ୍ତି।

PHOTO • David C. Vanlalfakawma

ଜୁଇଲିଆନିଙ୍କ କାଠ ଗଦାର ଆକାର ବଢୁଛି ତା ଉପରକୁ ସେ ଆଉ ଖଣ୍ଡେ ଖଣ୍ଡେ କାଠ ଫିଙ୍ଗୁଛନ୍ତି। ତାଙ୍କ ପଛପଟେ ଥିବା ବେତ ଝୁଡ଼ି ଉପରେ ସେ ଏକ ପିଙ୍କ୍ ରଂଗର ଫୁଲଫୁଟା କପଡ଼ା ରଖିଛନ୍ତି।

ଜାଳେଣି କାଠ ଉହାଡରେ ତାଙ୍କ ମୁହଁ। ନୂଆଣିଆ ଜାଗାରେ ଥିବା ବେତ ଝୁଡି ଉପରକୁ ଜୁଇଲିଆନି ନଇଁ ପଡ଼ିଛନ୍ତି। ଖୁବ୍ ଯତ୍ନର ସହ ସଂଗ୍ରହ କରିଥିବା କାଠ ସଜାଡୁଛନ୍ତି । ଏସବୁ ନେଇ ଏକ କିଲୋମିଟର ଦୂରରେ ଥିବା ତାଙ୍କ ଘରକୁ ପାହାଡ ଡେଇଁ ଯିବାକୁ ହେବ। 

PHOTO • T. R. Shankar Raman

ହାତରେ ଜାଳେଣି କାଠ, କାମରୁ ଆଖି ଫେରାଇ କିଛି ସମୟ ପାଇଁ ଜୁଇଲିଆନି ଉପରକୁ ଚାହିଁଲେ। ତାଙ୍କ କପାଳ ଓ ଆଖିପତାରେ ବୟସର ଛାପ ପଡ଼ିଛି। ତାଙ୍କ ଟି-ସାର୍ଟର ରଙ୍ଗ ତାଙ୍କ ପଛପଟେ ଥିବା ଜଂଗଲର ରଂଗ ଭଳି ସବୁଜ।  

PHOTO • T. R. Shankar Raman

ଜୁଇଲିଆନି ତାଙ୍କ କାଠ ବୋଝେଇ ଝୁଡିକୁ ଆଉ ଥରେ ଯାଂଚ କଲେତଥାପି ଗୋଟିଏ କାଠ ଉପରେ ତାଙ୍କ ଝୁଡିଟି ରହିଥିଲା। ସେ କହିଲେ, ‘‘ଏଲପିଜି କିଣିବାକୁ ଆମ ପାଖରେ ପଇସା ନାହିଁ କି ଗ୍ୟାସ ସିଲିଣ୍ଡର ଯୋଗାଣ ଏଠାରେ ଆମ ଆବଶ୍ୟକତାକୁ ପୂରଣ କରିପାରିବନି।’’  

PHOTO • David C. Vanlalfakawma

ଜୁଇଲିଆନି ତାଙ୍କ ଝୁଡିକୁ ଯାଂଚ କରୁଛନ୍ତି - ସବୁ ଠିକଠାକ୍ ଅଛି, ସନ୍ତୁଳିତ ହୋଇଛି, ପାଖାପାଖି ତାଙ୍କ ଉଚ୍ଚାର ଥିଲା କାଠ - ବାନ୍ଧିବା ପୂର୍ବରୁ । ଖଣ୍ଡେ ମଜବୁତ ଦଉଡ଼ି ସାହଯ୍ୟରେ ବାନ୍ଧିଛନ୍ତି ଏବଂ ବେତର ଫିତା (ସ୍ଥାନୀୟ ଅଞ୍ଚଳରେ ନାମ୍କହନ୍ତି) ଲଗାଇଛନ୍ତି। ସେ ଝୁଡ଼ିକୁ ପଛକରି ବସିଛନ୍ତି। ଏହି ଫିତା ସାହଯ୍ୟରେ ମୁଣ୍ଡରେ ଭାର ଉଠାଇବାକୁ ପ୍ରସ୍ତୁତ ହେଉଛନ୍ତି। 

PHOTO • T. R. Shankar Raman

ଏହାକୁ ସହଜ ଏବଂ ଆରମରେ ନେବା ଅଭିଜ୍ଞତା ରହିଛି ତାଙ୍କର, କାଠଭର୍ତ୍ତି ଝୁଡିକୁ ଧରି ଜୁଇଲିଆନି ପାଦରେ ଛିଡାହେଲେ ଏବଂ ମୁଣ୍ଡ ପଛପଟେ ଦେବା ପାଇଁ କପଡ଼ାରେ ଏକ ଗଦି ତିଆରି କଲେ।

PHOTO • T. R. Shankar Raman

ଏହା ଥିଲା ପୂର୍ବାହ୍ନର କାର୍ଯ୍ୟ। ବେତଝୁଡ଼ିରେ ଜାଳେଣି କାଠ ଭର୍ତ୍ତି କରି ଜଂଗଲକୁ ପଛ କରି କରି ଜୁଇଲିଆନି ଘର ମୁହାଁ ହେଲେ

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

T. R. Shankar Raman

T. R. Shankar Raman is a wildlife biologist working with the Nature Conservation Foundation, Mysore.

Other stories by T. R. Shankar Raman
David C. Vanlalfakawma
cfakawma@gmail.com

David C. Vanlalfakawma is a national post-doctoral fellow at Mizoram University and a member of the Biodiversity and Nature Conservation Network (BIOCONE), Aizawl.

Other stories by David C. Vanlalfakawma