‘‘ମୁଁ ତିଆରି କରୁଥିବା ପ୍ରତ୍ୟେକ ଝୋପଡ଼ି ଅତିକମ୍‌ରେ ୭୦ ବର୍ଷ ପର୍ଯ୍ୟନ୍ତ ରହିଥାଏ।’’

ବିଷ୍ଣୁ ଭୋସଲେଙ୍କର ଏକ ବିରଳ ଦକ୍ଷତା ରହିଛି – ସେ କୋହ୍ଲାପୁର ଜିଲ୍ଲା ଜାମ୍ଭଳି ଗ୍ରାମରେ ରହୁଥିବା ଜଣେ ଝୋପଡ଼ି (ପାରମ୍ପରିକ କୁଡ଼ିଆ) ନିର୍ମାତା।

୬୮ ବର୍ଷ ବୟସ୍କ ବିଷ୍ଣୁ ଭୋସଲେ ତାଙ୍କ ପିତା ସ୍ୱର୍ଗତ ଗୁଣ୍ଡୁଙ୍କଠାରୁ କାଠ ଫ୍ରେମ ଓ ନଡ଼ାର କୁଡ଼ିଆ ତିଆରି କରିବାର କୌଶଳ ଶିକ୍ଷା ଲାଭ କରିଥିଲେ। ସେ ୧୦ରୁ ଅଧିକ ଝୋପଡ଼ି ତିଆରି କରିଛନ୍ତି ଏବଂ ପ୍ରାୟ ସେତିକି ସଂଖ୍ୟକ ଝୋପଡ଼ି ତିଆରିରେ ସହାୟତା କରିଛନ୍ତି। ‘‘ଆମେ (ସାଧାରଣତଃ) ଖରାଦିନେ ଏସବୁ ତିଆରି କରିଥିଲୁ କାରଣ ସେତେବେଳେ ଚାଷ ଜମିରେ ଆମ ପାଇଁ କାମ ନଥିଲା,’’ ସେ ପୂର୍ବ କଥା ମନେ ପକାଇ କହିଥାନ୍ତି ଏବଂ ସେ ଆହୁରି କୁହନ୍ତି ଯେ, ‘‘ପୂର୍ବରୁ ଗୋଟିଏ ଝୋପଡ଼ି ତିଆରି କରିବାକୁ ନେଇ ଲୋକମାନେ ବେଶ୍ ଉତ୍ସାହିତ ରହୁଥିଲେ।’’

୬୦ ଦଶକ କଥା ମନେ ପକାଇ ବିଷ୍ଣୁ କୁହନ୍ତି ଯେ, ସେତେବେଳେ ଜାମ୍ଭଳିରେ ଏପରି ୧୦୦ରୁ ଅଧିକ ଝୋପଡ଼ି ଥିଲା। ସେ କୁହନ୍ତି ଯେ ବନ୍ଧୁମାନେ ପରସ୍ପରକୁ ସାହାଯ୍ୟ କରୁଥିଲେ ଏବଂ ଆଖପାଖ ଅଞ୍ଚଳରେ ବ୍ୟବହାର କରାଯାଉଥିବା ସାମଗ୍ରୀ ଉପଯୋଗ କରାଯାଉଥିଲା। ‘‘ ଝୋପଡ଼ି ତିଆରି କରିବା ଲାଗି ଆମେ ଗୋଟିଏ ଟଙ୍କା ସୁଦ୍ଧା ଖର୍ଚ୍ଚ କରିନଥିଲୁ। କାରଣ ସେତିକି ଖର୍ଚ୍ଚ କରିବାର କ୍ଷମତା କାହାରି ପାଖରେ ନଥିଲା,’’ ସେ କହିଥାନ୍ତି ଏବଂ ଆହୁରି କୁହନ୍ତି ଯେ, ‘‘ଲୋକମାନେ ତିନି ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପ୍ରସ୍ତୁତ ଥିଲେ, କିନ୍ତୁ ସେମାନଙ୍କ ପାଖରେ ସଠିକ ସାହିତ୍ୟ (ସାମଗ୍ରୀ) ଉପଲବ୍ଧ ଥିଲେ ଯାଇ ସେମାନେ କୁଡ଼ିଆ ତିଆରି କରିବା ଆରମ୍ଭ କରୁଥିଲେ।’’

୨୦୧୧ ଜନଗଣନା ଅନୁଯାୟୀ ୪,୯୬୩ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ କାଠ ଓ ନଡ଼ା ଘର ବଦଳରେ ବିଗତ ଶତାବ୍ଦୀର ଶେଷ ଭାଗ ଆଡ଼କୁ ଇଟା, ସିମେଣ୍ଟ ଏବଂ ଟିଣ ଘର ତିଆରି ହେବା ଆରମ୍ଭ ହେଲା। ସ୍ଥାନୀୟ କୁମ୍ଭାରମାନଙ୍କ ଦ୍ୱାରା ତିଆରି କରାଯାଇଥିବା ଖପରୀ କୋଉଲୁ (ଛାତ ଟାଇଲ) ବା କୁମ୍ଭାରୀ କୋଉଲୁ ଏବଂ ମେସିନରେ ତିଆରି ତଥା ଅଧିକ ମଜବୁତ ଓ ସ୍ଥାୟିତ୍ୱ ରହିଥିବା ବାଙ୍ଗାଲୋର କୋଉଲୁ ଆସିବା ପରେ ପ୍ରଥମେ ଝୋପଡ଼ିର ଅସ୍ତିତ୍ୱ ଉପରେ ପ୍ରଭାବ ପଡ଼ିଥିଲା।

ଝୋପଡ଼ିର ନଡ଼ା ପାଇଁ ଆବଶ୍ୟକ ହେଉଥିବା ଶ୍ରମ ତୁଳନାରେ ଟାଇଲ ପାଇଁ କମ୍‌ ରକ୍ଷଣାବେକ୍ଷଣ ଦରକାର ହେଉଥିଲା, ଏବଂ ଏଗୁଡ଼ିକୁ ସହଜରେ ଓ ଶୀଘ୍ର ଖଞ୍ଜିବାକୁ ସୁବିଧା ହେଉଥିଲା। ଶେଷରେ, ସିମେଣ୍ଟ ଓ ଇଟାରେ ପକ୍କା ଘର ତିଆରି ହେବା ଆରମ୍ଭ ହେବା ପରେ ଝୋପଡ଼ି ତିଆରି ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା ଏବଂ ଏହା ଭାଗ୍ୟ ଅନ୍ଧାରକୁ ଚାଲିଗଲା। ଜାମ୍ଭଳିର ଲୋକମାନେ ସେମାନଙ୍କର ଝୋପଡ଼ିକୁ ଭାଙ୍ଗିବା ଆରମ୍ଭ କରିଦେଇଥିଲେ ଏବଂ ଆଜି ଏଥିମଧ୍ୟରୁ ମାତ୍ର ଅଳ୍ପ କେତୋଟି ଗାଁରେ ରହିଛି।

‘‘ଗାଁରେ ଏବେ ଝୋପଡ଼ି ଟିଏ ଦେଖିବାକୁ ମିଳିବା ବିରଳ। କିଛି ବର୍ଷ ମଧ୍ୟରେ, ଆମେ ସବୁ ପାରମ୍ପରିକ ଘର ହରାଇବୁ କାରଣ କେହି ସେଗୁଡ଼ିକର ରକ୍ଷଣାବେକ୍ଷଣ କରୁନାହାନ୍ତି,’’ ବିଷ୍ଣୁ କୁହନ୍ତି।

*****

Vishnu Bhosale is tying the rafters and wooden stems using agave fibres. He has built over 10 jhopdis and assisted in roughly the same number
PHOTO • Sanket Jain
Vishnu Bhosale is tying the rafters and wooden stems using agave fibres. He has built over 10 jhopdis and assisted in roughly the same number
PHOTO • Sanket Jain

ବିଷ୍ଣୁ ଭୋସଲେ କାଠ ଓ ବାଉଁଶ ଛପରକୁ ଅଗେଭ୍‌ (ରାମବାଉଁଶ) ଗଛରୁ ତିଆରି ରଶି ବ୍ୟବହାର କରି ବାନ୍ଧୁଛନ୍ତି। ସେ ୧୦ରୁ ଅଧିକ ଝୋପଡ଼ି ତିଆରି କରିଛନ୍ତି ଏବଂ ପ୍ରାୟ ସେତିକି ସଂଖ୍ୟକ ଝୋପଡ଼ି ତିଆରିରେ ସହାୟତା କରିଛନ୍ତି


ବିଷ୍ଣୁ ଭୋସଲେଙ୍କ ବନ୍ଧୁ ଏବଂ ପଡ଼ୋଶୀ ନାରାୟଣ ଗାଏକୱାଡ଼ ଏକ କୁଡ଼ିଆ ତିଆରି କରିବାକୁ ଚାହୁଁଥିଲେ, ତେଣୁ ସେ ବିଷ୍ଣୁଙ୍କୁ ଏ ନେଇ ଦେଖା କରିଥିଲେ। ସେ ଦୁହେଁ କୃଷକ ଏବଂ ସାରା ଭାରତରେ ଆୟୋଜିତ ଚାଷୀ ଆନ୍ଦୋଳନରେ ସେମାନେ ଅଂଶଗ୍ରହଣ କରିସାରିଛନ୍ତି। (ପଢ଼ନ୍ତୁ : ଜାମ୍ଭଲିର ଚାଷୀ: ଭଙ୍ଗା ହାତ, ଅତୁଟ ଆତ୍ମବିଶ୍ୱାସ)

ଜାମ୍ଭଳିରେ ବିଷ୍ଣୁଙ୍କ ପାଖରେ ଗୋଟିଏ ଏକର ଏବଂ ନାରାୟଣଙ୍କ ପାଖରେ ପ୍ରାୟ ୩.୨୫ ଏକର ଜମି ଅଛି। ଦୁହେଁ ଆଖୁ ଚାଷ କରିବା ସହିତ ଯଅ, ଏମର ଗହମ, ସୋୟାବିନ, ସାଧାରଣ ବିନ୍ସ ଏବଂ ପାଳଙ୍ଗ, ମେଥୀ ଓ ଧନିଆ ଭଳି ପତ୍ରଯୁକ୍ତ ପନିପରିବା ମଧ୍ୟ ଚାଷ କରିଥାନ୍ତି।

ଏକ ଦଶନ୍ଧି ପୂର୍ବରୁ ନାରାୟଣ ଔରଙ୍ଗାବାଦ ଜିଲ୍ଲାକୁ ଯାଇଥିଲେ ଏବଂ ସେଠାରେ କୃଷି ଶ୍ରମିକମାନଙ୍କ ସହିତ ସେମାନଙ୍କର କାର୍ଯ୍ୟସ୍ଥିତିକୁ ନେଇ କଥା ହୋଇଥିଲେ। ସେହି ସମୟରେ ତାଙ୍କ ମନରେ ଏକ ଝୋପଡ଼ି ତିଆରି କରିବା ଲାଗି ଇଚ୍ଛା ଜାଗ୍ରତ ହୋଇଥିଲା। ସେଠାରେ ସେ ଏକ ଗୋଲାକାର ଝୋପଡ଼ି ଦେଖିଥିଲେ ଏବଂ ଭାବିଥିଲେ, ‘‘ ଅଗ୍‌ଦି ପ୍ରେକ୍ଷନୀ ’’ (ଅତି ସୁନ୍ଦର)। ତ୍ୟାଚା ଗୁରୁତ୍ୱାକର୍ଷଣ କେନ୍ଦ୍ର ଅଗ୍‌ଦି ବରୋବର ହୋତା (ମାଧ୍ୟାକର୍ଷଣ ଶକ୍ତିର କେନ୍ଦ୍ର ଖୁବ ଭଲ ଭାବେ ସନ୍ତୁଳିତ ରହିଥିଲା,’’ ସେ କୁହନ୍ତି।

ନାରାୟଣ କୁହନ୍ତି, ସେହି କୁଡ଼ିଆ ଧାନ ନଡ଼ାରେ ତିଆରି ହୋଇଥିଲା ଏବଂ ସବୁ ଭାଗ ବ୍ୟବସ୍ଥିତ ରହିଥିଲା। ସ୍ଥାନୀୟ ଲୋକଙ୍କୁ ପଚାରିବାରୁ ସେ ଜାଣିବାକୁ ପାଇଥିଲେ ଯେ ଜଣେ କୃଷି ଶ୍ରମିକ ଏହାକୁ ତିଆରି କରିଛନ୍ତି ଯାହାଙ୍କୁ ସେ ଭେଟି ପାରିନଥିଲେ। ୭୬ ବର୍ଷ ବୟସ୍କ ଚାଷୀ ନାରାୟଣ ଲିଖିତ ଭାବେ ଉକ୍ତ ଝୋପଡ଼ି ର ଏକ ନୋଟ୍‌ ପ୍ରସ୍ତୁତ କରିଥିଲେ। ଆଜକୁ କିଛି ଦଶନ୍ଧି ହେବ ସେ ଦୈନନ୍ଦିନ ଜୀବନର ରୋଚକ ବିବରଣୀ ସବୁକୁ ଲିଖିତ ଭାବେ ପ୍ରସ୍ତୁତ କରି ରଖୁଛନ୍ତି। ପକେଟ୍‌ ଆକାରଠାରୁ ଆରମ୍ଭ କରି ଏ-ଫୋର୍‌ ଆକାରର ୪୦ରୁ ଅଧିକ ଡାଏରୀରେ ନିଜ ଆଞ୍ଚଳିକ ଭାଷା ମରାଠୀରେ ହସ୍ତଲିଖିତ ହଜାର ହଜାର ପୃଷ୍ଠାର ବିବରଣୀ ତାଙ୍କ ପାଖରେ ରହିଛି।

ଏକ ଦଶନ୍ଧି ପରେ ସେ ନିଜର ୩.୨୫ ଏକର ଜମିରେ ଉକ୍ତ ଝୋପଡ଼ି ର ଏକ ପ୍ରତିରୂପ ତିଆରି କରିବାକୁ ଚାହୁଁଥିଲେ, କିନ୍ତୁ ଏଥିରେ ନାନା ସମସ୍ୟା ରହିଥିଲା, ସେଥିମଧ୍ୟରୁ ଗୋଟିଏ ହେଉଛି ଝୋପଡ଼ି ତିଆରି କରିବା ଲୋକର ଅଭାବ।

ଏହାପରେ ସେ ଜଣେ ବରିଷ୍ଠ କୁଡ଼ିଆ ନିର୍ମାତା ବିଷ୍ଣୁ ଭୋସଲେଙ୍କ ସହିତ କଥା ହୋଇଥିଲେ। ସେମାନଙ୍କ ସହଭାଗିତାର ପରିଣାମ ସ୍ୱରୂପ ଏବେ କାଠ ଓ ଚାଳ ଛପରରେ ତିଆରି ଏକ କୁଟୀର ମୁଣ୍ଡ ଟେକିଛି, ଯାହା ହସ୍ତନିର୍ମିତ ବାସ୍ତୁଶିଳ୍ପ କାରିଗରୀର ଏକ ପ୍ରତୀକ।

ନାରାୟଣ କୁହନ୍ତି, ‘‘ଯେପର୍ଯ୍ୟନ୍ତ ଏହି ଝୋପଡ଼ି ରହିଥିବ, ଏହା ଯୁବପିଢ଼ିଙ୍କୁ ହଜାର ହଜାର ବର୍ଷ ପୁରୁଣା ଏକ କଳା ବିଷୟରେ ସ୍ମରଣ କରାଇଦେବ। ତାଙ୍କର ନିର୍ମାଣ ସହଯୋଗୀ ବିଷ୍ଣୁ କହିଥାନ୍ତି ଯେ, ‘‘ନହେଲେ ଲୋକମାନେ କିଭଳି ଭାବେ ମୋ କାମ ସମ୍ପର୍କରେ ଜାଣିପାରିବେ?’’

*****

Vishnu Bhosale (standing on the left) and Narayan Gaikwad are neighbours and close friends who came together to build a jhopdi
PHOTO • Sanket Jain

ପରସ୍ପରର ବନ୍ଧୁ ଓ ପଡ଼ୋଶୀ ବିଷ୍ଣୁ ଭୋସଲେ (ବାମରେ ଛିଡ଼ା ହୋଇଛନ୍ତି) ଏବଂ ନାରାୟଣ ଗାଏକୱାଡ଼ ଝୋପଡ଼ି ତିଆରି କରିବା ଲାଗି ଏକାଠି ହୋଇଥିଲେ

Narayan Gaikwad is examining an agave plant, an important raw material for building a jhopdi. 'This stem is strong and makes the jhopdi last much longer,' explains Vishnu and cautions, 'Cutting the fadyacha vasa [agave stem] is extremely difficult'
PHOTO • Sanket Jain

ଝୋପଡ଼ି ତିଆରି କରିବା ଲାଗି ସବୁଠୁ ଜରୁରି ସାମଗ୍ରୀ ଅଗେଭ୍‌ ଉଦ୍ଭିଦକୁ ଯାଞ୍ଚ କରୁଛନ୍ତି ନାରାୟଣ ଗାଏକୱାଡ଼। ବିଷ୍ଣୁ କୁହନ୍ତି, ‘ଏହାର କାଣ୍ଡ ଖୁବ୍‌ ଦୃଢ଼ ହୋଇଥାଏ ଏବଂ ଝୋପଡ଼ିକୁ ଦୀର୍ଘସ୍ଥାୟୀ କରିଥାଏ।’ ତେବେ ସେ ସତର୍କ କରି କହିଥାନ୍ତି ଯେ, ‘‘ଫଡ୍ୟାଚା ୱସା (ଅଗେଭ ଉଦ୍ଭିଦର କାଣ୍ଡ)କୁ କାଟିବା ଅତି କଷ୍ଟକର’

Narayan Gaikwad (on the left) and Vishnu Bhosale digging holes in the ground into which poles ( medka ) will be mounted
PHOTO • Sanket Jain

ନାରାୟଣ ଗାଏକୱାଡ଼ (ବାମ) ଏବଂ ବିଷ୍ଣୁ ଭୋସଲେ ମାଟି ଖୋଳୁଛନ୍ତି ଯେଉଁଥିରେ ଖୁଣ୍ଟ (ମେଡ଼କା) ପୋତାଯିବ

କୁଡ଼ିଆ ତିଆରି କରିବାର ପ୍ରଥମ ପଦକ୍ଷେପ ହେଉଛି ଏହାର ଉପଯୋଗ ଆବଶ୍ୟକତାକୁ ଚିହ୍ନଟ କରିବା, ‘‘ଏହା ଉପରେ ନିର୍ଭର କରି, ଆକାର ଓ ଢାଞ୍ଚା ଭିନ୍ନ ଭିନ୍ନ ହୋଇଥାଏ,’’ ବିଷ୍ଣୁ କୁହନ୍ତି। ଉଦାହରଣ ସ୍ୱରୂପ, ଗୋଖାଦ୍ୟ ରଖିବା ଲାଗି ଆବଶ୍ୟକ କୁଡ଼ିଆ ତ୍ରିକୋଣାକାର ହୋଇଥାଏ ଅନ୍ୟପଟେ ଗୋଟିଏ ଛୋଟ ପରିବାର ରହିବା ପାଇଁ ୧୨ x ୧୦ ଫୁଟର ଏକ ଆୟତାକାର ଝୋପଡ଼ି ଦରକାର ହୋଇଥାଏ।

ନାରାୟଣଙ୍କର ବହି ପଢ଼ା ନିଶା ରହିଛି ଏବଂ ସେ ଏପରି ଏକ କୁଡ଼ିଆ ଚାହୁଁଥିଲେ ଯାହାକି ପଢ଼ାଘର ଭଳି ଆକାରରେ ଛୋଟ କୋଠରୀ ହୋଇଥିବ। ସେ କହିଥିଲେ ଯେ ସେ ଏଠାରେ ନିଜ ପୁସ୍ତକ, ପତ୍ରିକା ଏବଂ ଖବରକାଗଜ ରଖିବେ।

ଏହାର ଉପଯୋଗ ବିଷୟରେ ସ୍ପଷ୍ଟ ହେବା ପରେ, ବିଷ୍ଣୁ କିଛି କାଠି ନେଇ ଏକ ଛୋଟ ମଡେଲ ତିଆରି କରିଥିଲେ। ସେ ଓ ନାରାୟଣ ବିବରଣୀ ଓ ଆକାରକୁ ଅନ୍ତିମ ରୂପ ଦେବା ଲାଗି ୪୫ ମିନିଟରୁ ଅଧିକ ସମୟ ନେଇଥିଲେ। ନାରାୟଣଙ୍କ ଜମିରେ ଅନେକ ଥର ଘୂରିବୁଲିବା ପରେ ଅତି କମ୍‌ ପବନ ଚାପ ଥିବା ସ୍ଥାନରେ ସେମାନେ ଅଟକି ଯାଇଥିଲେ।

‘‘ଆପଣ ଏକ ଝୋପଡ଼ି ତିଆରି କରିବା ସମୟରେ କେବଳ ଖରାଦିନ କିମ୍ବା ଶୀତ ଦିନ ବିଷୟରେ ଚିନ୍ତା କରିବା ଯଥେଷ୍ଟ ନୁହେଁ। ଏହା ଅନେକ ଦଶନ୍ଧି ପର୍ଯ୍ୟନ୍ତ ତିଷ୍ଠି ରହିବା ଆବଶ୍ୟକ, ତେଣୁ ଆମେ ଅନେକଗୁଡ଼ିଏ କାରଣ ବିଷୟରେ ଚିନ୍ତା କରିଥିଲୁ,’’ ନାରାୟଣ କୁହନ୍ତି।

ଯେଉଁଠି ଝୋପଡ଼ି ନିର୍ମାଣ କରାଯିବାର ଥିଲା, ସେହି ସ୍ଥାନର ସୀମା ଚାରିପାଖରେ ମାଟିରେ ଦୁଇ ଫୁଟର ଗାତ କରି ନିର୍ମାଣ କାମ ଆରମ୍ଭ କରାଯାଇଥିଲା। ପ୍ରତ୍ୟେକ ଗାତ ମଧ୍ୟରେ ଦେଢ଼ ଫୁଟ ବ୍ୟବଧାନ ରଖାଯାଇଥିଲା। ୧୨ x ୯ ଫୁଟର କୋଠା ନିର୍ମାଣ କରିବା ଲାଗି ଏପରି ୧୫ଟି ଗାତ ଆବଶ୍ୟକ ଥିଲା ଏବଂ ସେଗୁଡ଼ିକୁ ଖୋଳିବା ପାଇଁ ପ୍ରାୟ ଏକ ଘଣ୍ଟା ସମୟ ଲାଗିଥିଲା। ଗାତଗୁଡ଼ିକୁ ପଲିଥିନ କିମ୍ବା ପ୍ଲାଷ୍ଟିକ ବସ୍ତାରେ ଘୋଡ଼ାଇ ଦିଆଯାଇଥିଲା। ‘‘ଏଠାରେ ପୋତା ଯିବାକୁ ଥିବା କାଠ ଖୁଣ୍ଟ ଯେମିତି ଢାଞ୍ଚାକୁ ଜଳନିରୋଧୀ କରିବ ତାହା ସୁନିଶ୍ଚିତ କରିବା ନିମନ୍ତେ ଏପରି କରାଯାଇଥିଲା,’’ ବିଷ୍ଣୁ କୁହନ୍ତି। ଯଦି କାଠକୁ କିଛି ହୋଇଥା’ନ୍ତା ତା’ହେଲେ ସମ୍ପୂର୍ଣ୍ଣ କୁଡ଼ିଆ ସଢ଼ିଯିବାର ବିପଦ ରହିଥିଲା।

ସବୁଠୁ ଦୂରରେ ଥିବା ଦୁଇଟି ଗର୍ତ୍ତ ଏବଂ ମଝିରେ ଥିବା ଗୋଟିଏ ଗାତରେ ଏକ ମେଡ଼କା  ରଖାଯାଇଥିଲା। ବିଷ୍ଣୁ ଓ ତାଙ୍କ ମିସ୍ତ୍ରୀ ବନ୍ଧୁ ଅଶୋକ ଭୋସଲେ ଏହି କାର୍ଯ୍ୟ କରିଥିଲେ। ଚନ୍ଦନ (ସାନ୍ତାଲୁମ ଆଲବମ), ବବୁଲ (ଭାଚେଲିଆ ନିଲୋଟିକା) ଓ କଡ଼ୁ ଲିମ୍ବ (ଆଜାଦିରାଚତା ଇଣ୍ଡିକା) କାଠର ଶାଖାରେ ଇଂରାଜୀ ୱାଇ-ଆକୃତିର ପ୍ରାୟ ୧୨ ଫୁଟ ଲମ୍ବା ମେଡ଼କା  ତିଆରି ହୋଇଥାଏ।

ଭୂସମାନ୍ତର କାଠ ଗଣ୍ଡିକୁ ଉପରମୁହାଁ କରି ପୋତିବା ଲାଗି ଇଂରାଜୀ ଅକ୍ଷର ‘ୱାଇ’ ଆକୃତିର ସରୁ ମୁଣ୍ଡକୁ ଉପଯୋଗ କରାଯାଇଥାଏ। ନାରାୟଣ କୁହନ୍ତି, ‘‘ମଝିରେ ଦୁଇଟି ମେଡ଼କା କିମ୍ବା ଶୀର୍ଷ ତାର, ଯାହାକୁ ଆଡ଼ ବୋଲି କୁହାଯାଏ, ଅତି କମ୍‌ରେ ୧୨ ଫୁଟ ଲମ୍ବା ହୋଇଥାଏ ଏବଂ ଅବଶିଷ୍ଟ ଭାଗ ୧୦ ଫୁଟ ଲମ୍ବା ହୋଇଥାଏ।’’।

Left: Narayan digging two-feet holes to mount the base of the jhopdi.
PHOTO • Sanket Jain
Right: Ashok Bhosale (to the left) and Vishnu Bhosale mounting a medka
PHOTO • Sanket Jain

ବାମ: ନାରାୟଣ ଝୋପଡ଼ିର ଆଧାର ପୋତିବା ଲାଗି ଦୁଇ ଫୁଟର ଗର୍ତ୍ତ ଖୋଳୁଛନ୍ତି। ଡାହାଣ: ଅଶୋକ ଭୋସଲେ (ବାମରୁ) ଏବଂ ବିଷ୍ଣୁ ଭୋସଲେ ମେଡ଼କା ପୋତୁଛନ୍ତି

Narayan and Vishnu (in a blue shirt) building a jhopdi at Narayan's farm in Kolhapur’s Jambhali village.
PHOTO • Sanket Jain
Narayan and Vishnu (in a blue shirt) building a jhopdi at Narayan's farm in Kolhapur’s Jambhali village.
PHOTO • Sanket Jain

କୋହ୍ଲାପୁରର ଜାମ୍ଭଳି ଗ୍ରାମରେ ଥିବା ନାରାୟଣଙ୍କ ଚାଷ ଜମିରେ ଏକ ଝୋପଡ଼ି ତିଆରି କରୁଛନ୍ତି ନାରାୟଣ ଏବଂ ବିଷ୍ଣୁ (ନୀଳ ସାର୍ଟ)

କାଠ ଢାଞ୍ଚା ତିଆରି ସରିବା ପରେ ତା’ ଉପରେ ନଡ଼ା ଛପର କରାଯିବ; ଦୁଇ ଫୁଟ ଲମ୍ବ ମେଡ଼କା କୁ ବ୍ୟବହାର କରାଯାଇ ଚାଳକୁ ଏପରି ଭାବେ ନିର୍ମାଣ କରାଯିବ ଯେ ବର୍ଷା ପାଣି ଘର ଭିତରେ ନପଡ଼ି ନଡ଼ା ଉପର ଦେଇ ତଳକୁ ପଡ଼ିବ।

ଏମିତି ଆଠଟି ମେଡ଼କା ଯେତେବେଳେ ସିଧା ହୋଇ ଛିଡ଼ା ହୋଇଯିବ, ସେତେବେଳେ ଯାଇ ଝୋପଡ଼ିର ଆଧାର ପ୍ରସ୍ତୁତ ହୋଇଯିବ। ମେଡ଼କା ଗୁଡ଼ିକୁ ପୋତିବା ଲାଗି ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିଥାଏ, ନିମ୍ନରେ ଥିବା ବନ୍ଧନକୁ ଭିଲୁ କୁହାଯାଏ, ଏହା ଏକ ପ୍ରକାରର ସ୍ଥାନୀୟ ବାଉଁଶରେ ତିଆରି ହୋଇଥାଏ ଏବଂ ଝୋପଡ଼ିକୁ ଉଭୟ ପାର୍ଶ୍ୱକୁ ଯୋଡ଼ିବା ଲାଗି ସହାୟକ ହେବା ଲାଗି ଏହାକୁ ସ୍ଥାପିତ କରାଯାଇଥାଏ।

ବିଷ୍ଣୁ କୁହନ୍ତି, ‘‘ଏବେ ଚନ୍ଦନ ଓ ବବୁଲ ଗଛ ମିଳିବା କଷ୍ଟକର। ଏସବୁ ଗୁରୁତ୍ୱପୂର୍ଣ୍ଣ ଦେଶୀ ଗଛ ସ୍ଥାନରେ ଏବେ ଆଖୁ କିମ୍ବା ଅଟ୍ଟାଳିକା ଛିଡ଼ା ହୋଇଛି।’’

ଢାଞ୍ଚା ପ୍ରସ୍ତୁତ ହୋଇସାରିବା ପରେ, ପରବର୍ତ୍ତୀ ପଦକ୍ଷେପ ହେଉଛି ବରଗା ବା ଘର କଡ଼ି ଉପରେ ଦିଆଯାଉଥିବା ସରୁ କାଠ ରଖାଯାଏ, ଯାହାକି ଛାତର ଅନ୍ତରୀଣ ଢାଞ୍ଚାକୁ ପ୍ରସ୍ତୁତ କରିଥାଏ। ଏହି କୁଡ଼ିଆ ପାଇଁ, ବିଷ୍ଣୁ ୪୪ଟି ବରଗା ଲଗାଇବାକୁ ଯୋଜନା କରିଥିଲେ, ଛାତ ଢାଞ୍ଚାର ଦୁଇ ପାର୍ଶ୍ୱରେ ୨୨ଟି ଲେଖାଏଁ ଲଗାଇଥାନ୍ତେ। ଏଗୁଡ଼ିକ ଅଗେଭ କାଣ୍ଡରେ ତିଆରି ହୋଇଥାଏ ଯାହାକୁ ସ୍ଥାନୀୟ ମରାଠୀ ଭାଷାରେ ଫଡ୍ୟାଚା ୱସା ବୋଲି କୁହାଯାଏ। ଗୋଟିଏ ଅଗେଭ ଉଦ୍ଭିଦର କାଣ୍ଡ ୨୫ରୁ ୩୦ ଫୁଟ ପର୍ଯ୍ୟନ୍ତ ବଢ଼ିଥାଏ ଏବଂ ଏହା ନିଜର ଦୃଢ଼ତା ପାଇଁ ପରିଚିତ।

‘‘ଏହି କାଣ୍ଡ ଦୃଢ଼ ହୋଇଥାଏ ଏବଂ ଝୋପଡ଼ିକୁ ଦୀର୍ଘସ୍ଥାୟୀ କରିଥାଏ,’’ ବିଷ୍ଣୁ କୁହନ୍ତି। ବରଗା ଯେତେ ଅଧିକ ହେବ, ଦୃଢ଼ତା ସେତେ ଭଲ ହେବ। କିନ୍ତୁ ସେ ଚେତାଇ ଦେଇ କହିଛନ୍ତି, ‘‘ ଫଡ୍ୟାଚା ୱସାକୁ କାଟିବା ବେଶ୍‌  କଷ୍ଟକର ହୋଇଥାଏ।’’

ଏହାପରେ ଅଗେଭ ଉଦ୍ଭିଦ ରଶିକୁ ବ୍ୟବହାର କରି କାଠ ଢାଞ୍ଚାକୁ ବନ୍ଧା ଯାଇଥାଏ ଯାହାକି ଅତ୍ୟନ୍ତ ଦୀର୍ଘସ୍ଥାୟୀ ହୋଇଥାଏ। ଅଗେଭ୍‌ ପତ୍ରରୁ ରଶି ବାହାର କରିବା ବେଶ୍‌ କଷ୍ଟକର କାମ। ନାରାୟଣ ଏଥିରେ ବେଶ୍‌ ଦକ୍ଷତା ହାସଲ କରିଛନ୍ତି ଏବଂ ଏକ ଦା’ ବ୍ୟବହାର କରି ସେ ମାତ୍ର ୨୦ ସେକେଣ୍ଡ ମଧ୍ୟରେ ରାଶି ବାହାର କରିଥା’ନ୍ତି। ‘‘ଅଗେଭ୍‌ ପତ୍ର ଭିତରେ ରଶି ଥାଏ ବୋଲି ଅଧିକାଂଶ ଲୋକ ଜାଣିନଥାନ୍ତି,’’ ସେ ହସି ହସି କୁହନ୍ତି।

ଏହି ଫାଇବରଗୁଡ଼ିକୁ ବ୍ୟବହାର କରି ପରିବେଶ ଅନୁକୂଳ ଜୈବିକ ଭାବେ କ୍ଷୟଯୋଗ୍ୟ (ବାୟୋଡିଗ୍ରେଡେବଲ) ରଶି ତିଆରି କରାଯାଏ। (ପଢ଼ନ୍ତୁ : ନିଶ୍ଚିହ୍ନ ହୋଇଯାଉଥିବା ଭାରତୀୟ ଦଉଡ଼ି କଳା )

Ashok Bhosale passing the dried sugarcane tops to Vishnu Bhosale. An important food for cattle, sugarcane tops are waterproof and critical for thatching
PHOTO • Sanket Jain

ଅଶୋକ ଭୋସଲେ ଶୁଖିଲା ଆଖୁପତ୍ରଗୁଡ଼ିକୁ ବିଷ୍ଣୁ ଭୋସଲେଙ୍କୁ ବଢ଼ାଇ ଦେଉଛନ୍ତି। ଗୋରୁଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ହୋଇଥିବା ଆଖୁର ଉପରିସ୍ଥ ପତ୍ରଗୁଡ଼ିକ ଜଳନିରୋଧୀ ଏବଂ ଏହା ଛପର ପାଇଁ ଜରୁରି ହୋଇଥାଏ

Building a jhopdi has become difficult as the necessary raw materials are no longer easily available. Narayan spent over a week looking for the best raw materials and was often at risk from thorns and sharp ends
PHOTO • Sanket Jain

ଏବେ ଝୋପଡ଼ି ତିଆରି କରିବା କଷ୍ଟକର କାମ ହୋଇଯାଇଛି କାରଣ ଏଥିପାଇଁ ଆବଶ୍ୟକ କଞ୍ଚାମାଲ ଆଉ ସହଜରେ ମିଳୁ ନାହିଁ। ନାରାୟଣ ଭଲ କଞ୍ଚାମାଲ ଖୋଜିବା ଲାଗି ପ୍ରାୟ ଏକ ସପ୍ତାହ ଧରି ବୁଲିଥିଲେ ଏବଂ ତାଙ୍କୁ କଣ୍ଟା ଓ ଧାରୁଆ ଭାଗ ଫୁଟିଯିବାର ସବୁବେଳେ ଆଶଙ୍କା ରହିଥିଲା

ଥରେ କାଠ ଢାଞ୍ଚା ଲାଗିଯିବା ପରେ, କାନ୍ଥକୁ ନଡ଼ିଆ ପତ୍ର ଓ ଆଖୁ କାଣ୍ଡରେ ତିଆରି କରାଯାଇଥାଏ। ଏହାର ଡିଜାଇନ ଏମିତି ହୋଇଥାଏ ଯେପରି ଏକ ଦା’କୁ ଏଥିରେ ସହଜରେ ଲଗାଯାଇପାରିବ।

ଏବେ ଢାଞ୍ଚାଗୁଡ଼ିକ ପ୍ରସ୍ତୁତ ହେବା ସହିତ, ଛପର ଉପରେ ଧ୍ୟାନ ଦିଆଯାଇଥାଏ। ଆଖୁ ଗଛର ଉପରିସ୍ଥ ପତ୍ରକୁ ବ୍ୟବହାର କରି ଛପର କରାଯାଇଥାଏ। ଏଥିରେ କଞ୍ଚା ଆଖୁ ଓ ପତ୍ରକୁ ଉପଯୋଗ କରାଯାଏ। ‘‘ଯେଉଁ ଚାଷୀଙ୍କର ଗାଈ ନାହାନ୍ତି ସେମାନଙ୍କଠାରୁ ଆମେ ଏସବୁ ସଂଗ୍ରହ କରିଥିଲୁ,’’ ନାରାୟଣ କୁହନ୍ତି। ଏହି ସହାୟକ ସାମଗ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ଗୋଖାଦ୍ୟ ହୋଇଥିବାରୁ ଚାଷୀମାନେ ଏବେ ଏହାକୁ ମାଗଣାରେ ଦେଉନାହାନ୍ତି।

ଝୋପଡ଼ିର ଖୋଲା ସ୍ଥାନକୁ ପୂରଣ କରିବା ଏବଂ ସୌନ୍ଦର୍ଯ୍ୟକରଣ କରିବା ସହିତ ଛପରକୁ ଘୋଡ଼ାଇବା ଲାଗି ଯଅ ଏବଂ ଗହମର ଶୁଖିଲା ନଡ଼ାକୁ ବ୍ୟବହାର କରାଯାଇଥାଏ। ‘‘ନାରାୟଣ କୁହନ୍ତି, ‘‘ପ୍ରତ୍ୟେକ ଝୋପଡ଼ି ପାଇଁ ଅତିକମ୍‌ରେ ଆଠ ବିନ୍ଦା (ପାଖାପାଖି ୨୦୦-୨୫୦ କିଲୋଗ୍ରାମ ଆଖୁ ଆଖୁର ଅଗ୍ରଭାଗ)ର ଆବଶ୍ୟକତା ରହିଥାଏ।

ଛପର ବିଛାଇବା ଏକ ଶ୍ରମସାଧ୍ୟ ପ୍ରକ୍ରିୟା ଯେଉଁଥିରେ ପ୍ରାୟତଃ ତିନି ଦିନ ଲାଗିଥାଏ ଏବଂ ତିନି ଜଣ ଲୋକଙ୍କୁ ଦୈନିକ ଛଅରୁ ସାତ ଘଣ୍ଟା ବିନିଯୋଗ କରିବାକୁ ପଡ଼ିଥାଏ। ବିଷ୍ଣୁ କୁହନ୍ତି, ‘‘ପ୍ରତ୍ୟେକ ନଡ଼ାକୁ ସତର୍କତା ପୂର୍ବକ ବ୍ୟବସ୍ଥିତ କରିବାକୁ ହେବ, ନଚେତ୍‌ ଏଥିରେ ପାଣି ପ୍ରବେଶ କରିଯିବ।’’ ଦୀର୍ଘସ୍ଥାୟୀ କରିବା ଲାଗି ପ୍ରତି ୩ରୁ ୪ ବର୍ଷରେ ଥରେ ନୂଆ କରି କୁଡ଼ିଆ ଛପର କରିବାକୁ ପଡ଼େ। ମରାଠୀରେ ଏହାକୁ ଛପର ଶେକର୍ଣ୍ଣେ କୁହାଯାଏ।

ନିକଟରେ ୬୦ ବର୍ଷ ଅତିକ୍ରମ କରିସାରିଥିବା ବିଷ୍ଣୁଙ୍କ ପିତ୍ନୀ ଅଞ୍ଜନା କୁହନ୍ତି ଯେ, ‘‘ପାରମ୍ପରିକ ଭାବେ ପୁରୁଷମାନେ ଜାମ୍ଭଳିରେ ଝୋପଡ଼ି ତିଆରି କରିଥାନ୍ତି କିନ୍ତୁ ମହିଳାମାନେ କଞ୍ଚାମାଲ ସଂଗ୍ରହ କରିବାରେ ସାହାଯ୍ୟ କରିଥାନ୍ତି।

ଏବେ ଢାଞ୍ଚା ପ୍ରସ୍ତୁତ ହୋଇସାରିବା ପରେ, ବହୁତ ଅଧିକ ପାଣି ବ୍ୟବହାର କରି ତଳ ମାଟିକୁ ଚକଟା ଯାଇଥାଏ, ଯାହାକୁ ପରବର୍ତ୍ତୀ ତିନି ଦିନ ପର୍ଯ୍ୟନ୍ତ ଶୁଖିବାକୁ ଦିଆଯାଏ। ‘‘ଏହା ମାଟିର ଅଠାଳିଆ ପ୍ରକୃତିକୁ ବାହାର କରିବାରେ ସହାୟକ ହୋଇଥାଏ,’’ ନାରାୟଣ କୁହନ୍ତି। ଥରେ ଏହି କାମ ସରିବା ପରେ, ଏହା ଉପରେ ପାନ୍ଧରି ମାଟି (ଧଳା ମାଟି) ଦିଆଯିବ ଯାହାକୁ ନାରାୟଣ ନିଜ ବନ୍ଧୁମାନଙ୍କ ଠାରୁ ଆଣିଛନ୍ତି। ‘ଧଳା’ ମାଟିର ହାଲୁକା ରଙ୍ଗ ହୋଇଥାଏ କାରଣ ଏଥିରୁ ଲୁହା ଓ ମାଙ୍ଗାନିଜ୍‌ ବାହାର କରି ଦିଆଯାଇଥାଏ।

Before building the jhopdi , Vishnu Bhosale made a miniature model in great detail. Finding the right place on the land to build is critical
PHOTO • Sanket Jain
Before building the jhopdi , Vishnu Bhosale made a miniature model in great detail. Finding the right place on the land to build is critical
PHOTO • Sanket Jain

ଝୋପଡ଼ି ତିଆରି କରିବା ପୂର୍ବରୁ ବିଷ୍ଣୁ ଭୋସଲେ ବିସ୍ତୃତ ଭାବେ ଏକ କ୍ଷୁଦ୍ରାକୃତି ତିଆରି କରିଥିଲେ। ଜମିରେ ଭଲ ସ୍ଥାନଟିଏ ଖୋଜିବା ଜରୁରି ଥିଲା

Ashok Bhosale cuts off the excess wood to maintain a uniform shape.
PHOTO • Sanket Jain
PHOTO • Sanket Jain

ଏକ ସମାନ ଆକାର ବଜାୟ ରଖିବା ଲାଗି ଅଶୋକ ଭୋସଲେ ଅତିରିକ୍ତ କାଠକୁ କାଟି ଦେଇଥିଲେ। ଡାହାଣ: ଇଂରାଜୀ ଅକ୍ଷର ୱାଇ ଆକୃତିର ମେଡ଼କା ଉପରେ କାଠର ଭୂସମାନ୍ତର କାଣ୍ଡ ଲାଗିଥାଏ

ଏହି ଧଳା ମାଟିର ଶକ୍ତି ବଢ଼ାଇବା ଲାଗି ଏହାକୁ ଘୋଡ଼ା, ଗାଈ ଏବଂ ଅନ୍ୟ ଗୃହପାଳିତ ପ୍ରାଣୀଙ୍କ ଗୋବର ସହିତ ମିଶ୍ରଣ କରାଯାଇଥାଏ। ଏହାକୁ ଭୂମିରେ ଖେଳାଇ ରଖାଯାଇଥାଏ ଏବଂ ପୁରୁଷମାନଙ୍କ ଦ୍ୱାରା ଧୁମୁସ ନାମକ କାଠ ଉପକରଣ ଉପଯୋଗ କରାଯାଇ ଏହାକୁ ଚାପି ଦିଆଯାଏ। ଧୁମୁସ ର ଓଜନ ଅତିକମ୍‌ରେ ୧୦ କିଲୋଗ୍ରାମ ହୋଇଥାଏ ଏବଂ ଅଭିଜ୍ଞ ବଢ଼େଇମାନେ ଏହାକୁ ତିଆରି କରିଥାନ୍ତି।

ପୁରୁଷମାନଙ୍କ ଦ୍ୱାରା ମାଟି ଚକଟା ଯିବା ପରେ, ମହିଳାମାନେ ବଡ଼ାୱନା ନାମକ ଉପକରଣ ବ୍ୟବହାର କରି ଏହାକୁ ସମାନ କରିଥାନ୍ତି। ଏହି ଉପକରଣ ତିନି କିଲୋଗ୍ରାମ ଓଜନର ବବୁଲ କାଠରେ ତିଆରି ହୋଇଥାଏ କିନ୍ତୁ ଏହାର ହ୍ୟାଣ୍ଡେଲ ଛୋଟ ଥାଏ। ସମୟକ୍ରମେ ନାରାୟଣ ନିଜର ବଡ଼ାୱନା କୁ ହରାଇ ଦେଇଥିଲେ କିନ୍ତୁ ସୌଭାଗ୍ୟବଶତଃ ତାଙ୍କ ବଡ଼ ଭାଇ, ସାଖରାମ (୮୮) ଏହାକୁ ସାଇତି ରଖିଥିଲେ।

ନାରାୟଣଙ୍କ ପତ୍ନୀ କୁସୁମ ସେମାନଙ୍କର ଝୋପଡ଼ି ତିଆରି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଏହି ୬୮ ବର୍ଷ ବୟସ୍କ ମହିଳା ଜଣଙ୍କ କୁହନ୍ତି ଯେ, ‘‘ଚାଷ କାମରୁ ଯେତେବେଳେ ଆମକୁ ସମୟ ମିଳିଥିଲା, ଆମେ ମାଟି ସମାନ କରିଥିଲୁ।’’ ସେ କୁହନ୍ତି ଯେ, ଏହା ଅତି କଷ୍ଟକର କାମ ହୋଇଥିବାରୁ ସବୁ ପରିବାର ସଦସ୍ୟ ଓ ବନ୍ଧୁମାନେ ଏଥିରେ ସାହାଯ୍ୟ କରିଥାନ୍ତି।

ଥରେ ମାଟି ସମାନ ହେବା ପରେ ମହିଳାମାନେ ଗାଈ ଗୋବରର ଏକ ପରସ୍ତ ଲେପନ କରିଥାନ୍ତି। ମଶାଙ୍କୁ ବାନ୍ଧି ରଖିବା ଲାଗି ଏହାକୁ ଏକ ବନ୍ଧନକାରୀ ଉପାଦାନ ଭାବେ ବିବେଚନା କରାଯାଇଥାଏ।

ବିନା ଫାଟକରେ ଘରଟିଏ ସମ୍ପୂର୍ଣ୍ଣ ହେବା ଅସମ୍ଭବ, ତେଣୁ ସାଧାରଣତଃ ଦେଶୀ ଯଅ, ଆଖୁ ଏବଂ ଏପରିକି ଶୁଖିଲା ନଡ଼ିଆ ବରଡ଼ା ବ୍ୟବହାର କରି ଫାଟକ ତିଆରି କରାଯାଏ। ତେବେ ଜାମ୍ଭଳିରେ କେହି ଦେଶୀ କିସମ ଚାଷ କରୁନଥିବାରୁ ଏହା ନିର୍ମାତାମାନଙ୍କ ପାଇଁ ଏକ ସମସ୍ୟାରେ ପରିଣତ ହୋଇଛି।

ନାରାୟଣ କୁହନ୍ତି, ‘‘ସମସ୍ତେ ହାଇବ୍ରିଡ୍ କିସମ ଚାଷ କରୁଛନ୍ତି ଯାହାର ନଡ଼ା ସେତେ ପୁଷ୍ଟିକର ନୁହେଁ ଏବଂ ଏହା ଦେଶୀ କିସମ ଭଳି ଦୀର୍ଘ ସମୟ ପର୍ଯ୍ୟନ୍ତ ମଧ୍ୟ ଚାଲି ନଥାଏ।’’

Narayan carries a 14-feet tall agave stem on his shoulder (left) from his field which is around 400 metres away. Agave stems are so strong that often sickles bend and Narayan shows how one of his strongest sickles was bent (right) while cutting the agave stem
PHOTO • Sanket Jain
Narayan carries a 14-feet tall agave stem on his shoulder (left) from his field which is around 400 metres away. Agave stems are so strong that often sickles bend and Narayan shows how one of his strongest sickles was bent (right) while cutting the agave stem
PHOTO • Sanket Jain

ପ୍ରାୟ ୪୦୦ ମିଟର ଦୂରରେ ଥିବା ନିଜ କ୍ଷେତରୁ ନାରାୟଣ (ବାମ) ଏକ ୧୪ ଫୁଟ ଲମ୍ବା ଅଗେଭ କାଣ୍ଡ କାନ୍ଧରେ ନେଇ ଆସୁଛନ୍ତି। ଅଗେଭ କାଣ୍ଡଗୁଡ଼ିକ ଏତେ ଟାଣ ହୋଇଥାଏ ଯେ ବେଳେବେଳେ ଦାଆର ଦାଢ଼ ମଧ୍ୟ ବଙ୍କା ହୋଇଯାଏ। ଅଗେଭ କାଣ୍ଡ କାଟିବା ସମୟରେ ତାଙ୍କର ସବୁଠୁ ଦୃଢ଼ ଦାଆ କିପରି ବଙ୍କା ହୋଇଯାଇଛି ତାହା ନାରାୟଣ ଦେଖାଇ ଦେଉଛନ୍ତି

ଚାଷ ପ୍ରଣାଳୀ ବଦଳିବା ସହିତ ଝୋପଡ଼ି  ତିଆରି ମଧ୍ୟ ବଦଳିଛି। ପୂର୍ବରୁ ଖରାଦିନେ ଚାଷ କାମ ଅଧିକ ନଥିବା ସମୟରେ ଏଗୁଡ଼ିକୁ ତିଆରି କରାଯାଉଥିଲା। କିନ୍ତୁ ବିଷ୍ଣୁ ଓ ନାରାୟଣଙ୍କ ଭଳି ଚାଷୀ କୁହନ୍ତି ଯେ, ବର୍ତ୍ତମାନ କୌଣସି ସମୟରେ ଜମି ଖାଲି ରହୁନାହିଁ। ‘‘ପୂର୍ବରୁ ଆମେ ବର୍ଷକୁ ଥରେ ଚାଷ କରୁଥିଲୁ। ଏବେ ଆମେ ବର୍ଷକୁ ଦୁଇରୁ ତିନି ଥର ଚାଷ କଲେ ସୁଦ୍ଧା ନିଜର ଗୁଜୁରାଣ ମେଣ୍ଟାଇ ପାରୁନାହୁଁ,’’ ବିଷ୍ଣୁ କୁହନ୍ତି।

ଚାଷ କାମ କରିବା ସହିତ ବିଷ୍ଣୁ, ଅଶୋକ ଏବଂ କୁସୁମ ମିଳିତ ଭାବେ ପାଞ୍ଚ ମାସ ଏବଂ ୩୦୦ ଘଣ୍ଟା ପରିଶ୍ରମ କରି ଏହି ଝୋପଡ଼ି ତିଆରି କରିଛନ୍ତି। ‘‘ଏହା ଅତ୍ୟନ୍ତ ଶ୍ରମସାଧ୍ୟ ପ୍ରକ୍ରିୟା ଏବଂ କଞ୍ଚାମାଲ ଖୋଜିବା ଏବେ କଷ୍ଟକର ହୋଇଯାଇଛି,’’ ନାରାୟଣ କୁହନ୍ତି। ଜାମ୍ଭଳିର ବିଭିନ୍ନ ଭାଗରୁ ସବୁ କଞ୍ଚାମାଲ ସଂଗ୍ରହ କରିବା ଲାଗି ତାଙ୍କୁ ଗୋଟିଏ ସପ୍ତାହରୁ ଅଧିକ ସମୟ ଲାଗିଥିଲା।

ଝୋପଡ଼ି ତିଆରି କରିବା ସମୟରେ, ବିଶେଷ କରି କଣ୍ଟା ଫୁଟିଯିବା ଏବଂ ଛାଲି ହୋଇଯିବା ଭଳି ଯନ୍ତ୍ରଣାଦାୟକ ଆଘାତ ଲାଗିଥିଲା। ‘‘ଯଦି ଆପଣ ଏପରି ଯନ୍ତ୍ରଣା ସହିତ ଅଭ୍ୟସ୍ତ ନୁହନ୍ତି, ତା’ହେଲେ ଆପଣ କେମିତିକା ଚାଷୀ?’’ ନାରାୟଣ ତାଙ୍କ ଆଘାତପ୍ରାପ୍ତ ଆଙ୍ଗୁଠିକୁ ଦେଖାଇ କୁହନ୍ତି।

ଶେଷରେ ଏବେ ଝୋପଡ଼ି ପ୍ରସ୍ତୁତ ହୋଇସାରିଛି ଏବଂ ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତେ ଥକି ଯାଇଛନ୍ତି। ଏହାକୁ ଛିଡ଼ା ହୋଇଥିବା ଦେଖି ସେମାନେ ଆନନ୍ଦରେ ଅଧିର ହୋଇ ଉଠିଛନ୍ତି। ସମ୍ଭବତଃ, ଏହା ଜାମ୍ଭଳିର ଶେଷ କୁଡ଼ିଆ। ଏହାର କାରଣ ବିଷୟରେ ବିଷ୍ଣୁ କହିଥାନ୍ତି ଯେ, ଖୁବ କମ ଲୋକ ଏହାକୁ ଶିଖିବା ପାଇଁ ଆସିଥିଲେ। କିନ୍ତୁ ନାରାୟଣ ତାଙ୍କୁ ଶାନ୍ତ୍ୱନା ଦେଇ କହିଥିଲେ, ‘‘କୋନ ୟେଉତେ କିଁୱା ନାହି ୟେଉଦେ, ଆପଲ୍ୟାଲା କାହିହି ଫରକ ପଡ଼ତ ନାହି (ଲୋକମାନେ ଦେଖିବାକୁ ଆସିଲେ କି ନ ଆସିଲେ କିଛି ଫରକ ପଡ଼େ ନାହିଁ)।’’ ସେ କୁହନ୍ତି ଯେ, ଯେଉଁ ଝୋପଡ଼ି କୁ ତିଆରି କରିବାରେ ସେ ସହାୟତା କରିଥିଲେ, ସେଥିରେ ତାଙ୍କୁ ଶାନ୍ତିରେ ନିଦ ହୋଇଥାଏ ଏବଂ ସେ ଏଠାରେ ଏକ ପାଠାଗାର ତିଆରି କରିବା ଲାଗି ଚାହୁଁଛନ୍ତି।

‘‘ମୋ ଘରକୁ କେହି ବନ୍ଧୁ କିମ୍ବା ଅତିଥି ଆସିଲେ ମୁଁ ସେମାନଙ୍କୁ ଗର୍ବର ସହିତ ଏହି ଝୋପଡ଼ି କୁ ଦେଖାଇ ଥାଏ ଏବଂ ପାରମ୍ପରିକ କଳାକୁ ଜୀବନ୍ତ ରଖିଥିବାରୁ ସମସ୍ତେ ମୋତେ ପ୍ରଶଂସା କରିଥାନ୍ତି,’’ ନାରାୟଣ ଗାଏକୱାଡ଼ କୁହନ୍ତି।

Vishnu Bhosale shaves the bamboo stems to ensure they are in the proper size and shape. Narayan extracting the fibre from Agave leaves which are used to tie the rafters and horizontal wooden stems
PHOTO • Sanket Jain
Vishnu Bhosale shaves the bamboo stems to ensure they are in the proper size and shape. Narayan extracting the fibre from Agave leaves which are used to tie the rafters and horizontal wooden stems
PHOTO • Sanket Jain

ବିଷ୍ଣୁ ଭୋସଲେ ବାଉଁଶକୁ ଏକ ଉଚିତ ଆକାର ଏବଂ ଆକୃତି ଦେବା ଲାଗି ତାହାର ଗଣ୍ଡିଗୁଡ଼ିକୁ କାଟୁଛନ୍ତି। ଛପର ଏବଂ ଭୂସମାନ୍ତର କାଠ କାଣ୍ଡଗୁଡ଼ିକୁ ବାନ୍ଧିବା ଲାଗି ବ୍ୟବହୃତ ହେବାକୁ ଥିବା ଅଗଭେ ପତ୍ରରୁ ରଶି ବାହାର କରୁଛନ୍ତି ନାରାୟଣ

The women in the family also participated in the building of the jhopdi , between their work on the farm. Kusum Gaikwad (left) is winnowing the grains and talking to Vishnu (right) as he works
PHOTO • Sanket Jain
The women in the family also participated in the building of the jhopdi , between their work on the farm. Kusum Gaikwad (left) is winnowing the grains and talking to Vishnu (right) as he works
PHOTO • Sanket Jain

ଚାଷ କାମ ଭିତରେ, ପରିବାରର ମହିଳାମାନେ ମଧ୍ୟ ଝୋପଡ଼ି ତିଆରି କରିବାରେ ସହଯୋଗ କରିଥାନ୍ତି। କୁସୁମ ଗାଏକୱାଡ଼ (ବାମ) ଶସ୍ୟ ବାହାର କରିବା ସହିତ ନିକଟରେ କାମ କରୁଥିବା ବିଷ୍ଣୁ (ଡାହାଣ)ଙ୍କ ସହିତ କଥା ହେଉଛନ୍ତି

Narayan Gaikwad attending a call on his mobile while digging holes for the jhopdi
PHOTO • Sanket Jain

ଅନ୍ୟପଟେ ନାରାୟଣ ଗାଏକୱାଡ଼ ଝୋପଡ଼ି ପାଇଁ ଗାତ ଖୋଳିବା ସମୟରେ ନିଜ ଫୋନରେ କଥା ହେଉଛନ୍ତି

Narayan’s grandson, Varad Gaikwad, 9, bringing sugarcane tops from the field on the back of his cycle to help with the thatching process.
PHOTO • Sanket Jain

ଛପର ପ୍ରକ୍ରିୟାରେ ସହଯୋଗ କରିବା ଲାଗି ନାରାୟଣଙ୍କ ନାତି ବରଦ ଗାଏକୱାଡ଼ ତାଙ୍କ ସାଇକେଲ ପଛରେ ଆଖୁ ଗଛର ଉପରିସ୍ଥ ଭାଗ ନଡ଼ାକୁ ବୋହି ଆଣୁଛନ୍ତି

Narayan’s grandson, Varad hangs around to watch how a jhopdi is built
PHOTO • Sanket Jain

ନାରାୟଣଙ୍କ ନାତି ବରଦ ଝୋପଡ଼ି ତିଆରି ସମୟରେ ଏପଟ ସେପଟ ହୋଇ ଦେଖୁଛନ୍ତି

The jhopdi made by Narayan Gaikwad, Kusum Gaikwad, Vishnu and Ashok Bhosale. 'This jhopdi will last at least 50 years,' says Narayan
PHOTO • Sanket Jain
The jhopdi made by Narayan Gaikwad, Kusum Gaikwad, Vishnu and Ashok Bhosale. 'This jhopdi will last at least 50 years,' says Narayan
PHOTO • Sanket Jain

ଏହି ଝୋପଡ଼ିକୁ ନାରାୟଣ ଗାଏକୱାଡ଼, କୁସୁମ ଗାଏକୱାଡ଼, ବିଷ୍ଣୁ ଓ ଅଶୋକ ଭୋସଲେ ତିଆରି କରିଛନ୍ତି। ନାରାୟଣ କୁହନ୍ତି, ‘ଏହି ଝୋପଡ଼ି ଅତିକମ୍‌ରେ ୫୦ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରହିବ

Narayan Gaikwad owns around 3.25 acre on which he cultivates sugarcane along with sorghum, emmer wheat, soybean, common beans and leafy vegetables like spinach, fenugreek and coriander. An avid reader, he wants to turn his jhopdi into a reading room
PHOTO • Sanket Jain

ନାରାୟଣଙ୍କ ପାଖରେ ପ୍ରାୟ ୩.୨୫ ଏକର ଜମି ଅଛି, ଯେଉଁଥିରେ ସେ ଯଅ, ଏମର ଗହମ, ସୋୟାବିନ, ସାଧାରଣ ବିନ୍ସ ଏବଂ ପାଳଙ୍ଗ, ମେଥୀ ଓ ଧନିଆ ଭଳି ପତ୍ରଯୁକ୍ତ ପନିପରିବା ମଧ୍ୟ ଚାଷ କରିଥାନ୍ତି। ବହି ପଢ଼ା ପ୍ରତି ବିଶେଷ ଆଗ୍ରହୀ ହୋଇଥିବାରୁ ସେ ନିଜର ଝୋପଡ଼ିକୁ ପଢ଼ା ଘର ଭାବେ ଉପଯୋଗ କରିବା ପାଇଁ ଚାହୁଁଛନ୍ତି


ଏ କାହାଣୀ ଗ୍ରାମୀଣ କାରିଗରମାନଙ୍କୁ ନେଇ ସାଙ୍କେତ ଜୈନଙ୍କ ଦ୍ୱାରା ପ୍ରସ୍ତୁତ ଅଧ୍ୟାୟର ଅଂଶବିଶେଷ ଏବଂ ଏଥିପାଇଁ ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ ସହାୟତା ଯୋଗାଇ ଦେଇଛି

ଅନୁବାଦ: ଓଡ଼ିଶାଲାଇଭ୍‍

Sanket Jain

Sanket Jain is a journalist based in Kolhapur, Maharashtra. He is a 2022 PARI Senior Fellow and a 2019 PARI Fellow.

Other stories by Sanket Jain
Editor : Priti David

Priti David is the Executive Editor of PARI. She writes on forests, Adivasis and livelihoods. Priti also leads the Education section of PARI and works with schools and colleges to bring rural issues into the classroom and curriculum.

Other stories by Priti David
Photo Editor : Sinchita Maji

Sinchita Maji is a Senior Video Editor at the People’s Archive of Rural India, and a freelance photographer and documentary filmmaker.

Other stories by Sinchita Maji
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE