ଆନ୍ଧ୍ରପ୍ରଦେଶରେ ଅନନ୍ତପୁର ଜିଲ୍ଲାର ମଟନ ଦୋକାନ ଏବଂ ବଜାରଗୁଡିକ ନିୟମିତ ଭାବରେ ଛେଳି ଓ ମେଣ୍ଢାଗୁଡିକର ମାଲ ଆମଦାନି କରନ୍ତି, ଯେଉଁମାନେ କି ଯାନବାହନରେ ଯାତାୟାତ କରନ୍ତି। ବ୍ୟବସାୟୀମାନଙ୍କ ଦ୍ୱାରା ମେଷପାଳକ ମାନଙ୍କଠାରୁ ପଶୁମାନଙ୍କୁ କିଣାଯାଇ ବଜାର ଦର ଅନୁସାରେ ସେମାନେ ବିଭିନ୍ନ ବଜାରକୁ ଯାଇଥାନ୍ତି। ଯେତେବେଳେ ଟେମ୍ପୋଟି କାଦିରି ଦିଗକୁ ଅନନ୍ତପୁର ଆଡକୁ ଯାଉଥିଲା ମୁଁ ଏହି ଫୋଟୋଗ୍ରାଫ ନେଇଥିଲି।

ମୁଁ କଳ୍ପନା କଲି ଯେ, ଉପରେ ବସିଥିବା ବ୍ୟକ୍ତି (ଯାହାଙ୍କ ନାମ ମୁଁ ଲେଖିପାରିଲି ନାହିଁ ) ସେ ନିଶ୍ଚିତ ଭାବେ ମାଲିକ ହୋଇଥିବେ। ତେଣୁ ମୁଁ ଅନନ୍ତପୁର ସହରରେ ପ୍ରତି ଶନିବାର ଆୟୋଜିତ ଛେଳି ବଜାରକୁ ଯାଇ ଫୋଟୋଗ୍ରାଫ ଦେଖାଇଥିଲି। କିଛି ବ୍ୟବସାୟୀ କହିଛନ୍ତି ଯେ, ସେ ଜଣେ ବ୍ୟବସାୟୀ ମଧ୍ୟ ହୋଇପାରନ୍ତି କିମ୍ବା ବ୍ୟବସାୟୀଙ୍କ ଦ୍ୱାରା ପଠାଯାଇଥିବା ଜଣେ ଅନୁରକ୍ଷୀ ହୋଇପାରନ୍ତି, କିନ୍ତୁ ସେମାନେ ନିଶ୍ଚିନ୍ତ ନୁହନ୍ତି। ଜଣେ ମେଷପାଳକ, ପି, ନାରାୟଣସ୍ୱାମୀ, ଯାହାଙ୍କୁ ମୁଁ ବଜାରରେ ଭେଟିଥିଲି, ସେ କୁହନ୍ତି ଯେ ଚିତ୍ରରେ ଥିବା ବ୍ୟକ୍ତି ପଶୁମାନଙ୍କର ମାଲିକ ନୁହନ୍ତି। "ସେ ବୋଧହୁଏ ଜଣେ ଶ୍ରମିକ। କେବଳ ଜଣେ ଶ୍ରମିକ ହିଁ ଉପର ଭାଗରେ ବସିବେ [ ଅସାଵଧାନ ମନୋଭାବ ପୋଷଣ କରି ]। ଜଣେ ଛେଳିମାଲିକ ପଶୁମାନଙ୍କୁ ତାଙ୍କର ଗୋଡଗୁଡିକୁ ଭିତରେ ଯତ୍ନ ସହକାରେ ରଖିବେ। ଯେଉଁ ବ୍ୟକ୍ତି ପ୍ରତ୍ୟେକ ଛେଳି ପିଛା ୬୦୦୦ ଟଙ୍କା ଖର୍ଚ୍ଚ କରନ୍ତି ସେ କଦାପି ସେମାନଙ୍କ ଗୋଡ଼ଗୁଡ଼ିକୁ ନଷ୍ଟ ହେବାକୁ ଦେବେ ନାହିଁ ’’।

ଅନୁବାଦ: ଓଡ଼ିଶାଲାଇଭ୍‍

Rahul M.

Rahul M. is an independent journalist based in Andhra Pradesh, and a 2017 PARI Fellow.

Other stories by Rahul M.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE