ଜୁନ୍‌ ୧ରେ, ପୁଣ୍ଟମ୍ବାର ମାର୍କେଟ୍‌ ଟାଉନ୍‌, ଯାହା ମହାରାଷ୍ଟ୍ରର ଅହମଦ୍‌ନଗର୍‌ ଜିଲ୍ଲାରେ ଗୋଦାବରୀ ନଦୀ କୂଳରେ ଅବସ୍ଥିତ, ସ୍ୱାଧୀନ ଭାରତରେ ସର୍ବ ପ୍ରଥମେ ଏହିପରି ଚାଷୀ ଆନ୍ଦୋଳନ ଆରମ୍ଭ କରି ଇତିହାସ ରଚିଛି । ୧୩,୦୦୦ ଜନସଂଖ୍ୟା ଥିବା ଏହି ଗ୍ରାମର ଚାଷୀମାନେ ବିଭିନ୍ନ ଉପାୟରେ ନିଜର ବିରୋଧ ପ୍ରଦର୍ଶନ କରିଥିଲେ – ଯାହା ସେମାନେ ଗଚ୍ଛିତ କରି ରଖିଥିବା ପନିପରିବା ବିକ୍ରି ନକରିବା ଓ ରାସ୍ତା ଉପରେ ଦୁଗ୍ଧ ଢାଳିଦେବା ଆଦି ଅନ୍ତର୍ଭୁକ୍ତ ଅଟେ । ଟମାଟୋ, ପିଆଜ, ବାଇଗଣ, କଞ୍ଚା ଲଙ୍କା ଓ ଅନ୍ୟାନ୍ୟ ପନିପରିବାଗୁଡିକୁ ମଧ୍ୟ ରାସ୍ତା ଉପରେ ଗଦା କରାଯାଇଥିଲା ।

ଏହି ବିଦ୍ରୋହ ବେଶ୍‌ କିଛି ଦିନ ପର୍ଯ୍ୟନ୍ତ  ପ୍ରମୁଖ ଖବର ହୋଇ ରହିଥିଲା, ଯେହେତୁ ପୁଣ୍ଟମ୍ବା ଧର୍ମଘଟ କ୍ରମଶଃ ଏକ ରାଜ୍ୟବ୍ୟାପୀ ଆନ୍ଦୋଳନର ରୂପ ନେଇଥିଲା । ସ୍ୱାମୀନାଥନ୍‌ କମିସନ୍‌ କରିଥିବା ସୁପାରିଶକୁ କାର୍ଯ୍ୟକାରୀ କରିବା ଚାଷୀମାନଙ୍କର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦାବି ଥିଲା, ଯାହା ହେଉଛି ସେମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରାଯିବା ଉଚିତ ଯାହାର ପରିମାଣ ଉତ୍ପାଦନରେ ହୋଇଥିବା ବ୍ୟୟ ଯୁକ୍ତ ଏହାର ୫୦ ପ୍ରତିଶତ ସହିତ ସମାନ ଅଟେ। ଏହି ଧର୍ମଘଟର ଅନ୍ୟ ଏକ ଲକ୍ଷ ଥିଲା ବମ୍ବେ ଓ ପୁନେ ବଜାରରେ ଷ୍ଟକ୍‌ ପହଞ୍ଚିବାକୁ ନଦେବା। ଯାହା ଫଳରେ ଚାଷୀମାନଙ୍କ ବିଭିନ୍ନ ସମସ୍ୟା ପ୍ରତି ଉଦାସୀନ ମନୋଭାବ ରଖୁଥିବା ସହରବାସୀ ଏହାର ବିଶାଳତା ବିଷୟରେ ଜାଣିପାରିବେ ।

ପୁଣ୍ଟମ୍ବାର ଦକ୍ଷିଣରେ ପ୍ରାୟ ୩୦୦ କିମି ଦୂରରେ ଓ ଓସ୍‌ମାନାବାଦ୍‌ ସିଟି ଠାରୁ ୧୨ କିମି ଦୂରରେ, ମରାଠ୍‌ୱାଡାର କମ୍‌ଥା ଗ୍ରାମବାସୀମାନେ ମଧ୍ୟ ସେହି ଦିନ ଏହି ଆନ୍ଦୋଳନରେ ସାମିଲ୍‌ ହୋଇଥିଲେ, ଅର୍ଥାତ୍‌ ଜୁନ୍‌ ୧ରେ । “ସମସ୍ତଙ୍କ ସହିତ ଆଲୋଚନା କରିବା ପରେ ଗ୍ରାମସଭାରେ ଏହି ନିଷ୍ପତି ଗ୍ରହଣ କରାଯାଇଥିଲା,’’ ବୋଲି ବିକାଶ ପଟାଦେ କୁହନ୍ତି । “ଆମେମାନେ ପୁଣ୍ଟମ୍ବା ଖବର ଶୁଣିବା ପରେ, ଆମେମାନେ ଏଥିରେ ସାମିଲ୍‌ ହେବା ପାଇଁ ନିଷ୍ପତି ଗ୍ରହଣ କରିଥିଲୁ ।

PHOTO • Parth M. N.

ବିକାଶ ପଟାଦେ ଓ ତାଙ୍କ ଭାଇ ଶିବାଜୀ, ଚାଷୀ, କମ୍‌ଥା ଗ୍ରାମ, ଓସ୍‌ମାନାବାଦ୍‌ । “ ଆମେ ଏହାର ଏକ ଅଂଶ ହେବାକୁ ଚାହୁଁଥିଲୁ, ଏହି ଆନ୍ଦୋଳନର ସ୍ପଳ୍ପ ଅଂଶ ହେଲେ ମଧ୍ୟ”

ବିକାଶ ପଟାଦେ ଓ ତାଙ୍କ ଭାଇ ଶିବାଜୀ, ଚାଷୀ, କମ୍‌ଥା ଗ୍ରାମ, ଓସ୍‌ମାନାବାଦ୍‌ । “ ଆମେ ଏହାର ଏକ ଅଂଶ ହେବାକୁ ଚାହୁଁଥିଲୁ, ଏହି ଆନ୍ଦୋଳନର ସ୍ପଳ୍ପ ଅଂଶ ହେଲେ ମଧ୍ୟ”

କିନ୍ତୁ କମ୍‌ଥାରେ ଏହି ବିରୋଧ ଏକ ସପ୍ତାହଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଜାରି ରହିପାରିଲା ନାହିଁ । “ଆମେ ଏହାକୁ ଯଥାସମ୍ଭବ ଦୀର୍ଘ ସମୟ ପର୍ଯ୍ୟନ୍ତ ଜାରି ରଖିଥିଲୁ” ବୋଲି ବିକାଶ କୁହନ୍ତି । “କେବଳ ଗୋଟିଏ ସପ୍ତାହରେ ଆମେ ତିନିଜଣଙ୍କ  ୮୦,୦୦୦ରୁ ଅଧିକ ଟଙ୍କା କ୍ଷତି ହୋଇଗଲା (କାରଣ ଆମେମାନେ ବଜାରକୁ ଷ୍ଟକ୍‌ ପଠେଇବା ବନ୍ଦ କରିଦେଲୁ)’’ । ବିକାଶ, ୪୩, ନିଜ ବିଷୟରେ ଓ ନିଜର ଦୁଇ ଭାଇଙ୍କ ବିଷୟରେ କୁହନ୍ତି ଯେ; ସେମାନଙ୍କ ପାଖରେ ସମୁଦାୟ ୨୦ ଏକର୍‌ ଜମି ଅଛି ଯେଉଁଥିରେ ସେମାନେ ପନିପରିବା ଚାଷ କରନ୍ତି ଓ ଦୁଗ୍ଧ ଉତ୍ପାଦନ କରନ୍ତି । “ଧର୍ମଘଟ ସମୟରେ ହୋଇଥିବା କ୍ଷତିର ଭରଣା କରିବା ପାଇଁ ଆମକୁ ଏକ ବର୍ଷରୁ ଏଧିକ ସମୟ ଲାଗିବ’’, ବୋଲି ସେ କୁହନ୍ତି ।  ପଟାଦେ ଭାଇ ମିଳିତ ଭାବେ ୮ଲକ୍ଷ ଟଙ୍କା ଋଣ କରିଛନ୍ତି ଓ ଏହି ପରି କ୍ଷତି ସେମାନଙ୍କ ଉପରେ ରହିଥିବା ଖର୍ଚ୍ଚଭାରକୁ ବହୁମାତ୍ରାରେ ବୃଦ୍ଧି କରିବ ।

ଏଣୁ ଏହି ଦୁଃସାହାସିକ ଲଢେଇର ଗୋଟିଏ ସପ୍ତାହ ପରେ – ଓସ୍‌ମାନାବାଦ୍‌ ଓ କଲାମ୍ବରେ ସମସ୍ତ ବଜାର ସାତ ଦିନ ପର୍ଯ୍ୟନ୍ତ ବନ୍ଦ ରହିଥିଲା – କମ୍‌ଥାକୁ ମଧ୍ୟ ପଚାଜୟ ସ୍ୱୀକାର କରିବାକୁ ପଡିଲା । “ଆମ ପରିବାରର ଦାୟିତ୍ୱ ଆମ ଉପରେ ଅଛି,’’ ବିକାଶ କୁହନ୍ତି । ଏହି ଗ୍ରାମରେ ମୁଖ୍ୟତଃ ପନିପରିବା ଚାଷ କରାଯାଏ ଓ ପ୍ରତିଦିନ ଏଠାରୁ ପ୍ରାୟ ୭୦,୦୦୦ ମୂଲ୍ୟର ଷ୍ଟକ୍‌ ବିଭିନ୍ନ ସ୍ଥାନକୁ ପଠାଯାଏ । “ଏକ ସପ୍ତାହ ଧରି ସେମାନଙ୍କ ପାଖରେ କୌଣସି ଷ୍ଟକ୍‌ ଉପଲବ୍ଧ ନାହିଁ" । ସେ କୁହନ୍ତି, ମୁଁ ଏହା ଜାଣିଛି ଯେ ୧,୭୦୦ ଜନସଂଖ୍ୟା ବିଶିଷ୍ଟ ଗୋଟିଏ ଗ୍ରାମ (୨୦୧୧ସେନ୍‌ସନ୍‌ ଅନୁସାରେ ପ୍ରାୟ ୧୮୬୦) କେବେ ମଧ୍ୟ ଗୋଟିଏ ରାଜ୍ୟର ଦୋହଲାଇ ପାରିବ ନାହିଁ । କିନ୍ତୁ ଆମେ ଏହାର ଏକ ଅଂଶ ହେବାକୁ ଚାହିଁଥିଲୁ, ଏକ ଆନ୍ଦୋଳନରେ ସ୍ୱଳ୍ପ ଅଂଶ ହେଲେ ମଧ୍ୟ ।

ଧର୍ମଘଟର କେନ୍ଦ୍ରବିନ୍ଦୁ ଅହମଦ୍‌ନଗର୍‌ ଓ ନାସିକ୍‌ରେ ଥିଲା, ଯେତେବେଳେକି ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ଭାବେ ମୋର୍ଚ୍ଚାଗୁଡିକ ବାହାରି ଥିଲା ଓ ଧର୍ମଘଟ ହୋଇଥିଲା – କେବଳ ଶାନ୍ତ ହେବା ପାଇଁ – ପାରମ୍ପରିକ ଭାବେ ଅସୁବିଧା ସମ୍ମୁଖୀନ ହେଉଥିବା ମରାଠ୍‌ୱାଡାର କୃଷି ଅଞ୍ଚଳଗୁଡିକ ( ବିଦର୍ବ ମଧ୍ୟ) ।

କେଉଁ କାରଣରୁ ମରାଠ୍‌ୱାଡାର ଆନ୍ଦୋଳନ ତୀବ୍ର ଓ ଦୀର୍ଘକାଳୀନ ହୋଇ ପାରିଲା ନାହିଁ? ଓସ୍‌ମାନାବାଦ୍‌ ଅନ୍ତର୍ଗତ କାମ୍‌ଥା ଗ୍ରାମ ବ୍ୟତୀତ ମରାଠୱାଡାର ଅନ୍ୟ ପାଞ୍ଚଟି ଗ୍ରାମ – ବିଡ୍‌, ଅଉରଙ୍ଗାବାଦ୍‌, ଜଲ୍‌ନା, ଲାଟୁର୍‌ ଓ ନାନଡେଡ୍‌ରେ ଏହି ଆନ୍ଦୋଳନକୁ ନେଇ ଉଦାସୀନ ମନୋଭାବ ପ୍ରକାଶ ପାଇଥିଲା ।

ସମ୍ଭବତଃ ସବୁଠାରୁ ପ୍ରମୁଖ କାରଣ ହେଉଛି, ଏହି ଅଞ୍ଚଳବାସୀ ଧର୍ମଘଟ ଜନିତ କ୍ଷତିର ଭରଣା କରିପାରିବେ ନାହିଁ । ନାସିକ୍‌ ଓ ପଶ୍ଚିମ ମହାରାଷ୍ଟ୍ରର ଚାଷୀମାନଙ୍କ ସ୍ଥିତ ଅପେକ୍ଷାକୃତ ଉନ୍ନତ ଅଟେ, ଯେତେବେଳେକି ମରାଠ୍‌ୱାଡାର ଚାଷୀମାନେ ୨୦୧୨ ରୁ ୨୦୧୫ ପର୍ଯ୍ୟନ୍ତ, ପ୍ରାୟ ଚାରି ବର୍ଷ  ଦୁର୍ଭିକ୍ଷର ସମାନା କରିଛନ୍ତି, ଜଳର ଘୋର ସଙ୍କଟ ଯୋଗୁ ସେମାନଙ୍କୁ ଆହୁରି ଅଧିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।

ମୁଁ ଯେତେବେଳେ ଦିନେ ମଧ୍ୟାହ୍ନ ସମୟରେ ବିଡ୍‌ର ଲିମ୍ବାଗ୍ନେସ୍‌ ଗ୍ରାହମର ମହାନନ୍ଦା ଜାଦବ, ୪୫ଙ୍କ ସହିତ ସାକ୍ଷାତ କଲି, ସେତେବେଳେ ସେ ନିଜର ଚାରି-ଏକର୍‌ର ଚାଷ ଜମିରେ ଚିନାବାଦାମ୍‌ ତୋଳିବାରେ ବ୍ୟସ୍ତ ଥିଲେ । ତାଙ୍କର ଆର୍ଥିକ ସ୍ଥିତି ଭଲ ନଥିଲା ଓ ଧର୍ମଘଟ ଦ୍ୱାରା ସେ ଆହୁରି ଭାଙ୍ଗି ପଡିଥାନ୍ତେ । “ଗତବର୍ଷ ଆମର ଗାଲନ୍ଦା ଫୁଲ ସମ୍ପୂର୍ଣ୍ଣ ଭାବେ ଶୁଖି ଯାଇଥିଲା, ସେ କହିଲେ।’’ “ସେଥିପାଇଁ ଆମକୁ ୫୦,୦୦୦ ଟଙ୍କା ବ୍ୟୟ କରିବାକୁ ପଡିଲା । ଏହାସହିତ, ଆମେ ଆମ ଚାଷ ଜମୀରେ ସିଞ୍ଚନ ଜଳସେଚନ ପ୍ରଣାଳୀର ଆରମ୍ଭ କଲୁ ଓ ଏଥିପାଇଁ ଏକ ନଳକୂଅ ଖୋଳିଲୁ । ଆମେ ଏଥିପାଇଁ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଋଣ କରିସାରିଛୁ ।

ଗାଲନ୍ଦା ଚାଷରେ ହୋଇଥିବା କ୍ଷତି ଆମପାଇଁ ବୋଝ ଉପରେ ନଳିତା ବିଡା ପରି । “ଆମେ ଗତ ବର୍ଷ ଆମ ଜମିରେ ହରଡ ବୁଣିଥିଲୁ କିନ୍ତୁ ସରକାରୀ କେନ୍ଦ୍ରଗୁଡିକରେ ପାଟିତୁଣ୍ଡ ହେବା କାରଣରୁ ତାହା ବିକ୍ରି କରିପାରିଲୁ ନାହିଁ’’ ବୋଲି ଜାଦବ କୁହନ୍ତି । “ଯଦି ଆମେ ଏହାକୁ ବିକ୍ରି କରିବାରେ ସଫଳ ହୋଇଥାନ୍ତୁ, ତେବେ ପରବର୍ତ୍ତୀ ଋତୁ ପାଇଁ ଆବଶ୍ୟକ କୀଟନାଶକ, ବୀହନ ଓ ସାର କ୍ରୟ କରିବା ପାଇଁ ଆମକୁ ଋଣ କରିବାକୁ ପଡିନଥାନ୍ତା।’’

ଜାଦବଙ୍କ ଦୁଇଟି ପୁତ୍ର, ବୟସ ୨୨ ଓ ୨୫ ବର୍ଷ, ଉଭୟ ବିଡ୍‌ରେ ରହି BSc ଡିଗ୍ରୀ ପାଠ ପଢୁଛନ୍ତି । ଧର୍ମଘଟରେ ଅଂଶ ଗ୍ରହଣ କରିବା ଦ୍ୱାରା ଜାଦବ ସେମାନଙ୍କ ଫିସ୍‌ ଭର୍ତ୍ତି କରିବା ସମ୍ଭାବନା ହୁଏତ ପ୍ରଭାବିତ ହୋଇଥାନ୍ତା। “ଉଭୟ ପୁଅ ପାଇଁ ଆମକୁ ପ୍ରାୟ ୧ଲକ୍ଷ ଟଙ୍କା ପଇଠ କରିବାକୁ ହୋଇଥାଏ” ବୋଲି ସେ କୁହନ୍ତି ।

ଭିଡିଓ ଦେଖନ୍ତୁ ମହାନନ୍ଦା ଜାଦବ, ଚାଷୀ, ଲିମ୍ବାଗ୍ନେସ୍‌ ଗ୍ରାମ, ବିଡ୍‌ ଜିଲ୍ଲା :“(ଋଣ ପାଇଁ) ମୋତେ ଏଠାକୁ ସେଠାକୁ ଯିବାକୁ ହେବ”।

ତେବେ ପ୍ରଭାନିର ପରିସ୍ଥିତି ଟିକିଏ ଭିନ୍ନ ଅଟେ ଯଦିଓ ସେଠାକାର ଚାଷୀମାନଙ୍କ ଆର୍ଥୀକ ସ୍ଥିତି ମଧ୍ୟ ଏହିପରି ଅଟେ । ପ୍ରଭାନିର ବିରିଷ୍ଠ ସାମ୍ବାଦିକ ତଥା ସାହିତ୍ୟ ଆକାଡେମୀ ପୁରସ୍କାର ପ୍ରାପ୍ତ ଆଶାରାମ୍‌ ଲୋମ୍‌ତେ କୁହନ୍ତି ମରାଠ୍‌ୱାଡାରେ ଏହି ଜିଲ୍ଲା ଅନେକ ଆନ୍ଦୋଳନର କେନ୍ଦ୍ର ସ୍ଥଳୀ ହୋଇଥିବା ଇତିହାସରେ ଲିପିବଦ୍ଧ ହୋଇଛି । “ଏଠାରେ ସିତ୍‌କାରୀ ସଂଗଠନ, ସିପିଆଇ ଓ ସିପିଏମ୍‌ କ୍ୟାଡର୍‌ ରହିଛି, ଯେଉଁମାନେ ଚାଷ ଜନିତ ସମସ୍ୟା ବିରୋଧରେ ଅନେକ ସମୟରେ ସ୍ୱର ଉତ୍ତୋଳନ କରିଥାନ୍ତି, ବୋଲି ସେ କୁହନ୍ତି।’’ “ସ୍ଥାନୀୟ ନେତା ଓ ସମାଜସେବୀମାନେ କିଭଳି ଭାବେ ଲୋକମାନଙ୍କୁ ଏଥିପାଇଁ ସମବେତ କରନ୍ତି ଓ ବ୍ୟାପକ ଅସନ୍ତୋଷ ଦୃଢୀଭୂତ କରିବାରେ ସମର୍ଥ ହୋଇଥାନ୍ତି ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ ।’’

ଓସାମାବାଦ୍‌ର ସ୍ଥାନୀୟ ରିପୋର୍ଟର୍‌ମାନେ ମଧ୍ୟ ସମାନ କଥା କୁହନ୍ତି। “ନରେନ୍ଦ୍ର ଡାଭୋଲ୍‌କର୍‌କୁ ଯେତେବେଳେ ହତ୍ୟା କରାଗଲା (ପୁଣେ ଠାରେ ଅଗଷ୍ଟ ୨୦୧୩ରେ) ସେତେବେଳେ ଏଠାରେ ସ୍ୱତଃସ୍ଫୁର୍ତ୍ତ ଭାବେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଏକ ଶୋଭାଯାତ୍ରା ବାହାରି ଥିଲା” ବୋଲି ଓସ୍‌ମାନାବାଦ୍‌ ସହରରେ ଲୋକ୍‌ସତ୍ତା ଖବର କାଗଜରେ କାମ କରୁଥିବା ଜଣେ ସାମ୍ବାଦିକ, ରବୀନ୍ଦ୍ର କେସ୍‌କର୍‌ କହିଛନ୍ତି। “ଏଥିରେ ପ୍ରାୟ ୨,୫୦୦ ଲୋକ ଅଂଶଗ୍ରହଣ କରିଥିଲେ। ଏଠାର ନାଗରିକ ସାମାଜିକସ୍ତରରେ ସକ୍ରୀୟ ଅଟନ୍ତି, ସ୍ଥାନୀୟ ସମାଜସେବୀମାନେ ସେମାନଙ୍କ ପଥ ପ୍ରଦର୍ଶକ ସାଜିଥାନ୍ତି ।’’

କିନ୍ତୁ ଚାଷୀମାନେ ବର୍ତ୍ତମାନ କାହିଁକି ଧର୍ମଘଟ କରିବାକୁ ଚାହିଁଲେ ଓ ମରୁଡି ପଡିଥିବା ସମୟରେ କାହିଁକି ନୁହେଁ, ଯେତେବେଳେ ସେମାନେ ସବୁଠାରୁ ଅଧିକ ଦୁଃଖରେ କାଳାତିପାତ କରୁଥିଲେ? କୃଷି ବିଶେଷଜ୍ଞମାନଙ୍କ ମତରେ ଜଳବାୟୁର ପ୍ରକାର ତୁଳନାରେ କୃଷି ଜନିତ ଅସହାୟତା କିଭଳି ଭାବେ ଅଧିକ ପ୍ରଭାବଶାଳୀ ହୋଇଥାଏ, ତାହା ସମୟ ନିର୍ଘଣ୍ଟ ପ୍ରମାଣିତ କରିଥାଏ ।

ଏଣୁ, ପଶ୍ଚିମ ମହାରାଷ୍ଟ୍ର ଓ ନାସିକ୍‌ ଦାୟିତ୍ୱ ବହନ କରିବା ଓ ସମୟେ ସମୟେ ମରାଠ୍‌ୱାଡା ଓ ବିଦର୍ଭରେ ଆନ୍ଦୋଳନ ତେଜିବା ଯୋଗୁ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାବିସ୍‌ ମତ ପରିବର୍ତ୍ତନ କରିବାପାଇଁ ବାଧ୍ୟ ହୋଇଥିଲେ । ସେ ଜୁନ୍‌ ୧୨ରେ ଦୁଗ୍ଧର ମୂଲ୍ୟ ବୃଦ୍ଧି ଓ ଋଣ ଛାଡ କରିବା ପାଇଁ ଘୋଷଣା କରି ସାମୟିକ ଭାବେ ଉତ୍ତେଜନାକୁ ହ୍ରାସ କରିପାରିଥିଲେ । ଯଦିଓ ଏହର ଠିକ୍‌ ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଏହା ଘୋଷଣା କଲେ ଯେ ରାଜ୍ୟ ସରକାର ନିଜେ ଋଣ ଛାଡ କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିପାରିବେ ।

ସ୍ୱାମୀନାଥନ୍‌ କମିସନ୍‌ଙ୍କ ୨୦୦୭ ମସହିର ସବିଶେଷ ରିପୋର୍ଟ ପ୍ରାୟ ଦଶବର୍ଷ ହେବ କେନ୍ଦ୍ର ସରକାରଙ୍କ ପାଖରେ ପଡିରହିଛି । ବୈଷୟିକ ଦୃଷ୍ଟିକୋଣରୁ, ଏହି ସୁପାରିଶ୍‌ଗୁଡିକୁ କାର୍ଯ୍ୟରେ ପରିଣତ କରିବା ହେଉଛି କେନ୍ଦ୍ରସରକାରଙ୍କ ଦାୟିତ୍ୱ । ଜାତୀୟ ନିର୍ବାଚନ ପୂର୍ବରୁ, ଏହି କମିଶନର ସୁପାରିଶଗୁଡିକ କାର୍ଯ୍ୟକାରୀ କରାଯିବ ବୋଲି ଭାରତୀୟ ଜନତା ପାର୍ଟି ନିର୍ବାଚନ ପ୍ରଚାର ସମୟରେ କହିଥିଲା । କିନ୍ତୁ ୨୦୧୪ ମସିହାରେ ସରକାର ଗଠନ କରିବା ପରେ ଦଳ ନିଜ ମତରୁ ଓହରି ଗଲା ଓ ଏହାକୁ କାର୍ଯ୍ୟକାରୀ କରାଯିବା ସମ୍ଭବପର ନୁହେଁ ବୋଲି ଏକ ଆଫିଡେଭିଟ୍‌ ସୁପ୍ରିମ୍‌ କୋର୍ଟ୍‌ରେ ଫାଇଲ୍‌ କଲେ ।

ଫଡ୍‌ନାବିସ୍‌, ଏ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପାଇଁ ବିଶେଷଜ୍ଞମାନଙ୍କ ଏକ ଦଳ ଦିଲ୍ଲୀ ପଠାଇବା ପାଇଁ ଯୋଜନା କରୁଥିବା ଜଣାରପଡିଛି । ମହାରାଷ୍ଟ୍ରରେ ଚାଷୀମାନଙ୍କ ପ୍ରତିନିଧିମାନେ ଜୁଲାଇ ୨୫ତାରିଖ ଭିତରେ ଆବରିତ ଋଣ ଛାଡ କରିବା ବିଷୟରେ ଶେଷ ନିଷ୍ପତ୍ତି ଗ୍ରହଣ କରିବା ଓ ଅନ୍ୟ ଦାବି ବିଷୟରେ ବିଚାର କରି ଜଣେଇବାକୁ କହିଛନ୍ତି – ଏ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସ୍ୱାମୀନାଥନ୍‌ କମିସନ୍‌ ଦେଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ ସମ୍ବନ୍ଧୀୟ ଉପଦେଶ (ଉତ୍ପାଦନରେ ହୋଇଥିବା ବ୍ୟୟ ଯୁକ୍ତ ଏହାର ୫୦ ପ୍ରତିଶତ) । ଯଦି ଏହି ଦାବିଗୁଡିକ ୨୫ ଜୁଲାଇ ସୁଦ୍ଧା ପୂରଣ କରାନଯାଏ, ତେବେ ବିରୋଧ ପୁଣି ଆରମ୍ଭ କରାଯିବ ବୋଲି ଚାଷୀ ନେତାମାନେ କହିଛନ୍ତି ।

ଭିଡିଓ ଦେଖନ୍ତୁ : ଶରଦ ସେଖ୍‌, ଚାଷା ଆକ୍ଟିଭିଷ୍ଟ, ଖମାସ୍‌ୱାଦି ଗ୍ରାମ, ଓସ୍‌ମାନାବାଦ୍‌ ଜିଲ୍ଲା, "ଆମେ ରାତି ଦିନ ଫାର୍ମରେ କାହିଁକି ନିଜ ଝାଳ ବୁହାଇ ଖଟୁଛୁ”

ଶରଦ ସେଖ୍‌, ଓସ୍‌ମାନାବାଦ୍‌ର କଲାମ୍ପ ତାଲୁକାର ଖାମସ୍ଵାଦି ଗ୍ରାମର ଚାଷୀ ଆକ୍ଟିଭିଷ୍ଟ କୁହନ୍ତି ଯେ କମିଶନ୍‌ର ପ୍ରବର୍ତ୍ତନ ହେବା ଦ୍ୱାରା ଚାଷୀମାନଙ୍କ ସ୍ଥାୟୀ ସଶକ୍ତୀକରଣ କରିବା ସମ୍ଭବପର ହୋଇପାରିବ। ଓ ସେମାନେ ଋଣ ଛାଡ କରିବା ପାଇଁ ମଧ୍ୟ କହିବେ ନାହିଁ। “ମାତ୍ର ୮-୯ ବର୍ଷ ପୂର୍ବେ, ମହାରାଷ୍ଟ୍ରରେ ୫୦,୦୦୦ କୋଟି ଟଙ୍କା ଋଣ ଛାଡ କରିବା ଦରକାର ହୋଇଥିଲା ବୋଲି ସେ କୁହନ୍ତି।’’ “ବର୍ତ୍ତମାନ ଆମେ ପୁଣି ସେହି ପରିସ୍ଥିତିର ସମ୍ମୁଖୀନ ହୋଇଛୁ। ଏଣୁ ବର୍ତ୍ତମାନ ଆମେ କୌଣସି ପ୍ରକାରର ସାମୟିକ ଭାବେ ଉପଶମ ଲାଭ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ଚାଲନ୍ତୁ ଏକ ଦୀର୍ଘକାଳୀନ ସମାଧାନ ବିଷୟରେ ଆଲୋଚନା କରିବା।’’

ଖମାସ୍‌ୱାଦି, ୭,୦୦୦ ଜନସଂଖ୍ୟା ବିଶିଷ୍ଟ ଏକ ଗ୍ରାମରେ ସେଖ୍‌ ବହୁ ସଂଖ୍ୟକ ଦୁଗ୍ଧ ଉତ୍ପାଦନକାରୀ ଚାଷୀମାନଙ୍କୁ ଏକ ଦୁଇ-ଦିନିଆ ଧର୍ମଘଟ ପାଇଁ ସମବେତ କରିଥିଲେ- ଜୁନ୍‌ ୪ ଓ ୫ରେ  - ଯେତେବେଳେ ସେମାନେ ରାସ୍ତା ଉପରେ ସେମାନଙ୍କ ଦୁଗ୍ଧ ଭସାଇ ଦେଇଥିଲେ। ଏହି ସମୟରେ ସମ୍ପୂର୍ଣ୍ଣ ଗ୍ରାମ ଏକ କିଲୋମିଟର୍‌ ବ୍ୟାପୀ ଚିଠିରେ ସ୍ୱାକ୍ଷର କରିଥିଲେ ଯେଉଁଥିରେ ମୂଳତଃ ଏହା କୁହାଯାଇଥିଲା ଯେ : “ଆପଣ ଆମକୁ ସହାୟକ ମୂଲ୍ୟର ପ୍ରତିଶ୍ରୁତି ଦିଅନ୍ତୁ ଓ ଆମେ କେବେ ମଧ୍ୟ ଆତ୍ମହତ୍ୟା କରିବୁ ନାହିଁ ଏହି ପ୍ରତିଶ୍ରୁତି ଆମେ ଦେବୁ ।’’

ଭିଡିଓ ଦେଖନ୍ତୁ : ଚନ୍ଦ୍ରକାନ୍ତ ପାଟିଲ୍, ଚାଷୀ, ଖାମସ୍‌ୱାଦି ଗ୍ରାମ, ଓସ୍‌ମାନାବାଦ୍‌ ଜିଲ୍ଲା, “ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ଵାନ ଦେଉଛି"

ଚନ୍ଦ୍ରକାନ୍ତ ପାଟିଲ୍‌, ୩୨, ହେଉଛନ୍ତି ଜଣେ ଚାଷୀ ଯିଏ ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ। “ମୁଁ ଦୁଇଦିନରେ ୮୦୦ ଟଙ୍କାର ଦୁଗ୍ଧ ନଷ୍ଟ କରିଦେଲି” ବୋଲି ସେ କୁହନ୍ତି । “କିନ୍ତୁ ସମସ୍ତ ଚାଷୀଙ୍କ ମୁଣ୍ଡରେ ଋଣ ଭାର ରହିଛି। ଓ ମୋର ଦୁଇଟି ଛୋଟ ପିଲା ମଧ୍ୟ ଅଛନ୍ତି । ମୁଁ କେବଳ ଦୁଇଦିନ ପର୍ଯ୍ୟନ୍ତ ଧର୍ମଘଟକୁ ସମର୍ଥନ କରିପାରିଲି। ସରକାର ତାହା ଜାଣନ୍ତି ।’’

ପାଟିଲ୍‌ ନିଜର ୫ ଏକର୍‌ ଜମିରେ ଗହମ, ବାଜରା ଓ ସୋୟାବିନ୍‌ ଚାଷ କରନ୍ତି । ସେ କୁହନ୍ତି ଯେ, ଯେତେବେଳେ ଜଣେ ଚାଷୀ ନିଜେ ଉତ୍ପାଦନ କରିଥିବା ଦ୍ରବ୍ୟ ସବୁ ନଷ୍ଟ ହୋଇଯାଏ, ସେତେବେଳେ ତା ମନର ଅବସ୍ଥା କିଭଳି ରହିଥାଏ, ତାହା ଆପଣ ଜାଣି ପାରିବେ ନାହିଁ । କିନ୍ତୁ ଯଦି କେହି ଆମ କଥା ଶୁଣିବେ ନାହିଁ, ତେବେ ଏହାକୁ ଆମେ ଆମର ଶେଷ ଅସ୍ତ୍ର ଭାବେ ପ୍ରୟୋଗ କରିବୁ। ଏକ କ୍ୱିଣ୍ଟାଲ୍‌ ଗହମ ବା ବାଜରା ଉତ୍ପାଦନ କରିବା ପାଇଁ ପ୍ରାୟ ୨,୦୦୦ ଟଙ୍କା ବ୍ୟୟ ହୋଇଥାଏ । କିନ୍ତୁ ବଜାରରେ ଏହାର ମୂଲ୍ୟ କ୍ଲିଣ୍ଟାଲ୍‌  ପ୍ରତି ୧୫୦୦-୧୭୦୦ ମଧ୍ୟରେ ରହିଥାଏ । ଆମେ କିଭଳି ବଞ୍ଚିବୁ?

ପାଟିଲ୍‌ କୁହନ୍ତି, ଯଦି ମୁଖ୍ୟମନ୍ତ୍ରୀ ଚାଷ କରି କୌଣସି ପ୍ରକାରେ ମୋର ପରିବାରର ଭରଣପୋଷଣର ଦାୟିତ୍ୱ ଗ୍ରହଣ କରିବେ, ତେବେ ସେ ତାଙ୍କର ପାଞ୍ଚ ଏକର ଜମି ଫଡ୍‌ନାବିସ୍‌ଙ୍କୁ ଦାନ କରିଦେବେ । “ଗୃହ ଖର୍ଚ୍ଚ, ପିଲାଙ୍କ ପାଠ ପଢା ଖର୍ଚ୍ଚ ଓ ଦିନକୁ ଦୁଇଥର ଖାଇବା ବାବଦକୁ ଖର୍ଚ୍ଚ – ଯଦି ସିଏମ୍‌ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏହି ଖର୍ଚ୍ଚ ତୁଲାଇ ପାରିବେ, ତେବେ ମୁଁ ମୋର ଜମି ତାଙ୍କୁ ହସ୍ତାନ୍ତର କରିଦେବି । “ମୋର ପିଢିର ଲୋକମାନେ ଏଥିରୁ କିଛି ଲାଭ ପାଇବେ କି ନାହିଁ ବା ଏହି ଲଢେଇରେ ବଳି ପଡିଯିବେ, ସେସବୁ ବିଷୟରେ ମୁଁ ଚିନ୍ତା କରୁନାହିଁ । କିନ୍ତୁ ଚାଲନ୍ତୁ ମୂଲ୍ୟ ନିର୍ଦ୍ଧାରଣ ଜନିତ ଏହି ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ କରିବା ।’’

ଅନୁବାଦ: ଓଡ଼ିଶାଲାଇଭ୍‍

Parth M. N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M. N.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE