ବିକାଶ ପଟାଦେ ଓ ତାଙ୍କ ଭାଇ ଶିବାଜୀ, ଚାଷୀ, କମ୍ଥା ଗ୍ରାମ, ଓସ୍ମାନାବାଦ୍ । “ ଆମେ ଏହାର ଏକ ଅଂଶ ହେବାକୁ ଚାହୁଁଥିଲୁ, ଏହି ଆନ୍ଦୋଳନର ସ୍ପଳ୍ପ ଅଂଶ ହେଲେ ମଧ୍ୟ”
କିନ୍ତୁ କମ୍ଥାରେ ଏହି ବିରୋଧ ଏକ ସପ୍ତାହଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଜାରି ରହିପାରିଲା ନାହିଁ । “ଆମେ ଏହାକୁ ଯଥାସମ୍ଭବ ଦୀର୍ଘ ସମୟ ପର୍ଯ୍ୟନ୍ତ ଜାରି ରଖିଥିଲୁ” ବୋଲି ବିକାଶ କୁହନ୍ତି । “କେବଳ ଗୋଟିଏ ସପ୍ତାହରେ ଆମେ ତିନିଜଣଙ୍କ ୮୦,୦୦୦ରୁ ଅଧିକ ଟଙ୍କା କ୍ଷତି ହୋଇଗଲା (କାରଣ ଆମେମାନେ ବଜାରକୁ ଷ୍ଟକ୍ ପଠେଇବା ବନ୍ଦ କରିଦେଲୁ)’’ । ବିକାଶ, ୪୩, ନିଜ ବିଷୟରେ ଓ ନିଜର ଦୁଇ ଭାଇଙ୍କ ବିଷୟରେ କୁହନ୍ତି ଯେ; ସେମାନଙ୍କ ପାଖରେ ସମୁଦାୟ ୨୦ ଏକର୍ ଜମି ଅଛି ଯେଉଁଥିରେ ସେମାନେ ପନିପରିବା ଚାଷ କରନ୍ତି ଓ ଦୁଗ୍ଧ ଉତ୍ପାଦନ କରନ୍ତି । “ଧର୍ମଘଟ ସମୟରେ ହୋଇଥିବା କ୍ଷତିର ଭରଣା କରିବା ପାଇଁ ଆମକୁ ଏକ ବର୍ଷରୁ ଏଧିକ ସମୟ ଲାଗିବ’’, ବୋଲି ସେ କୁହନ୍ତି । ପଟାଦେ ଭାଇ ମିଳିତ ଭାବେ ୮ଲକ୍ଷ ଟଙ୍କା ଋଣ କରିଛନ୍ତି ଓ ଏହି ପରି କ୍ଷତି ସେମାନଙ୍କ ଉପରେ ରହିଥିବା ଖର୍ଚ୍ଚଭାରକୁ ବହୁମାତ୍ରାରେ ବୃଦ୍ଧି କରିବ ।
ଏଣୁ ଏହି ଦୁଃସାହାସିକ ଲଢେଇର ଗୋଟିଏ ସପ୍ତାହ ପରେ – ଓସ୍ମାନାବାଦ୍ ଓ କଲାମ୍ବରେ ସମସ୍ତ ବଜାର ସାତ ଦିନ ପର୍ଯ୍ୟନ୍ତ ବନ୍ଦ ରହିଥିଲା – କମ୍ଥାକୁ ମଧ୍ୟ ପଚାଜୟ ସ୍ୱୀକାର କରିବାକୁ ପଡିଲା । “ଆମ ପରିବାରର ଦାୟିତ୍ୱ ଆମ ଉପରେ ଅଛି,’’ ବିକାଶ କୁହନ୍ତି । ଏହି ଗ୍ରାମରେ ମୁଖ୍ୟତଃ ପନିପରିବା ଚାଷ କରାଯାଏ ଓ ପ୍ରତିଦିନ ଏଠାରୁ ପ୍ରାୟ ୭୦,୦୦୦ ମୂଲ୍ୟର ଷ୍ଟକ୍ ବିଭିନ୍ନ ସ୍ଥାନକୁ ପଠାଯାଏ । “ଏକ ସପ୍ତାହ ଧରି ସେମାନଙ୍କ ପାଖରେ କୌଣସି ଷ୍ଟକ୍ ଉପଲବ୍ଧ ନାହିଁ" । ସେ କୁହନ୍ତି, ମୁଁ ଏହା ଜାଣିଛି ଯେ ୧,୭୦୦ ଜନସଂଖ୍ୟା ବିଶିଷ୍ଟ ଗୋଟିଏ ଗ୍ରାମ (୨୦୧୧ସେନ୍ସନ୍ ଅନୁସାରେ ପ୍ରାୟ ୧୮୬୦) କେବେ ମଧ୍ୟ ଗୋଟିଏ ରାଜ୍ୟର ଦୋହଲାଇ ପାରିବ ନାହିଁ । କିନ୍ତୁ ଆମେ ଏହାର ଏକ ଅଂଶ ହେବାକୁ ଚାହିଁଥିଲୁ, ଏକ ଆନ୍ଦୋଳନରେ ସ୍ୱଳ୍ପ ଅଂଶ ହେଲେ ମଧ୍ୟ ।
ଧର୍ମଘଟର କେନ୍ଦ୍ରବିନ୍ଦୁ ଅହମଦ୍ନଗର୍ ଓ ନାସିକ୍ରେ ଥିଲା, ଯେତେବେଳେକି ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ଭାବେ ମୋର୍ଚ୍ଚାଗୁଡିକ ବାହାରି ଥିଲା ଓ ଧର୍ମଘଟ ହୋଇଥିଲା – କେବଳ ଶାନ୍ତ ହେବା ପାଇଁ – ପାରମ୍ପରିକ ଭାବେ ଅସୁବିଧା ସମ୍ମୁଖୀନ ହେଉଥିବା ମରାଠ୍ୱାଡାର କୃଷି ଅଞ୍ଚଳଗୁଡିକ ( ବିଦର୍ବ ମଧ୍ୟ) ।
କେଉଁ କାରଣରୁ ମରାଠ୍ୱାଡାର ଆନ୍ଦୋଳନ ତୀବ୍ର ଓ ଦୀର୍ଘକାଳୀନ ହୋଇ ପାରିଲା ନାହିଁ? ଓସ୍ମାନାବାଦ୍ ଅନ୍ତର୍ଗତ କାମ୍ଥା ଗ୍ରାମ ବ୍ୟତୀତ ମରାଠୱାଡାର ଅନ୍ୟ ପାଞ୍ଚଟି ଗ୍ରାମ – ବିଡ୍, ଅଉରଙ୍ଗାବାଦ୍, ଜଲ୍ନା, ଲାଟୁର୍ ଓ ନାନଡେଡ୍ରେ ଏହି ଆନ୍ଦୋଳନକୁ ନେଇ ଉଦାସୀନ ମନୋଭାବ ପ୍ରକାଶ ପାଇଥିଲା ।
ସମ୍ଭବତଃ ସବୁଠାରୁ ପ୍ରମୁଖ କାରଣ ହେଉଛି, ଏହି ଅଞ୍ଚଳବାସୀ ଧର୍ମଘଟ ଜନିତ କ୍ଷତିର ଭରଣା କରିପାରିବେ ନାହିଁ । ନାସିକ୍ ଓ ପଶ୍ଚିମ ମହାରାଷ୍ଟ୍ରର ଚାଷୀମାନଙ୍କ ସ୍ଥିତ ଅପେକ୍ଷାକୃତ ଉନ୍ନତ ଅଟେ, ଯେତେବେଳେକି ମରାଠ୍ୱାଡାର ଚାଷୀମାନେ ୨୦୧୨ ରୁ ୨୦୧୫ ପର୍ଯ୍ୟନ୍ତ, ପ୍ରାୟ ଚାରି ବର୍ଷ ଦୁର୍ଭିକ୍ଷର ସମାନା କରିଛନ୍ତି, ଜଳର ଘୋର ସଙ୍କଟ ଯୋଗୁ ସେମାନଙ୍କୁ ଆହୁରି ଅଧିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।
ମୁଁ ଯେତେବେଳେ ଦିନେ ମଧ୍ୟାହ୍ନ ସମୟରେ ବିଡ୍ର ଲିମ୍ବାଗ୍ନେସ୍ ଗ୍ରାହମର ମହାନନ୍ଦା ଜାଦବ, ୪୫ଙ୍କ ସହିତ ସାକ୍ଷାତ କଲି, ସେତେବେଳେ ସେ ନିଜର ଚାରି-ଏକର୍ର ଚାଷ ଜମିରେ ଚିନାବାଦାମ୍ ତୋଳିବାରେ ବ୍ୟସ୍ତ ଥିଲେ । ତାଙ୍କର ଆର୍ଥିକ ସ୍ଥିତି ଭଲ ନଥିଲା ଓ ଧର୍ମଘଟ ଦ୍ୱାରା ସେ ଆହୁରି ଭାଙ୍ଗି ପଡିଥାନ୍ତେ । “ଗତବର୍ଷ ଆମର ଗାଲନ୍ଦା ଫୁଲ ସମ୍ପୂର୍ଣ୍ଣ ଭାବେ ଶୁଖି ଯାଇଥିଲା, ସେ କହିଲେ।’’ “ସେଥିପାଇଁ ଆମକୁ ୫୦,୦୦୦ ଟଙ୍କା ବ୍ୟୟ କରିବାକୁ ପଡିଲା । ଏହାସହିତ, ଆମେ ଆମ ଚାଷ ଜମୀରେ ସିଞ୍ଚନ ଜଳସେଚନ ପ୍ରଣାଳୀର ଆରମ୍ଭ କଲୁ ଓ ଏଥିପାଇଁ ଏକ ନଳକୂଅ ଖୋଳିଲୁ । ଆମେ ଏଥିପାଇଁ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଋଣ କରିସାରିଛୁ ।
ଗାଲନ୍ଦା ଚାଷରେ ହୋଇଥିବା କ୍ଷତି ଆମପାଇଁ ବୋଝ ଉପରେ ନଳିତା ବିଡା ପରି । “ଆମେ ଗତ ବର୍ଷ ଆମ ଜମିରେ ହରଡ ବୁଣିଥିଲୁ କିନ୍ତୁ ସରକାରୀ କେନ୍ଦ୍ରଗୁଡିକରେ ପାଟିତୁଣ୍ଡ ହେବା କାରଣରୁ ତାହା ବିକ୍ରି କରିପାରିଲୁ ନାହିଁ’’ ବୋଲି ଜାଦବ କୁହନ୍ତି । “ଯଦି ଆମେ ଏହାକୁ ବିକ୍ରି କରିବାରେ ସଫଳ ହୋଇଥାନ୍ତୁ, ତେବେ ପରବର୍ତ୍ତୀ ଋତୁ ପାଇଁ ଆବଶ୍ୟକ କୀଟନାଶକ, ବୀହନ ଓ ସାର କ୍ରୟ କରିବା ପାଇଁ ଆମକୁ ଋଣ କରିବାକୁ ପଡିନଥାନ୍ତା।’’
ଜାଦବଙ୍କ ଦୁଇଟି ପୁତ୍ର, ବୟସ ୨୨ ଓ ୨୫ ବର୍ଷ, ଉଭୟ ବିଡ୍ରେ ରହି BSc ଡିଗ୍ରୀ ପାଠ ପଢୁଛନ୍ତି । ଧର୍ମଘଟରେ ଅଂଶ ଗ୍ରହଣ କରିବା ଦ୍ୱାରା ଜାଦବ ସେମାନଙ୍କ ଫିସ୍ ଭର୍ତ୍ତି କରିବା ସମ୍ଭାବନା ହୁଏତ ପ୍ରଭାବିତ ହୋଇଥାନ୍ତା। “ଉଭୟ ପୁଅ ପାଇଁ ଆମକୁ ପ୍ରାୟ ୧ଲକ୍ଷ ଟଙ୍କା ପଇଠ କରିବାକୁ ହୋଇଥାଏ” ବୋଲି ସେ କୁହନ୍ତି ।