html ଗୋମାଂସ ନିଷେଧ, କିନ୍ତୁ ଗୋଟିଏ ହେଲେ ସରକାରୀ ଗୋଶାଳା ଦେଖାଯାଉନାହିଁ

ମୁମ୍ବାଇ: ଗୋମାଂସ ନିଷେଧ କରିବାର ୨ ମାସ ପରେ ମଧ୍ୟ ମହାରାଷ୍ଟ୍ର ସରକାର ରାଜ୍ୟରେ ଗୋଟିଏ ହେଲେ ଗୋଶାଳା ପ୍ରତିଷ୍ଠା କରିବାରେ ସକ୍ଷମ ହୋଇନାହାନ୍ତି। ଫଳରେ ଉତ୍କଟ ଜଳ ସଂକଟ ଯୋଗୁଁ ଚାଷୀମାନଙ୍କ ପାଇଁ ସେମାନଙ୍କ ଗୃହପାଳିତ ପଶୁଙ୍କୁ ପାଳିବାରେ କଷ୍ଟକର ହୋଇପଡ଼ିଛି।

ବୟସ୍କ ଗୋରୁଙ୍କ ରକ୍ଷଣାବେକ୍ଷଣ ଲାଗି ଘରୋଇ ଗୋଶାଳା ଉପରେ ରାଜ୍ୟ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ, ପୂର୍ବରୁ ଚାଷୀମାନେ ଏହି ଗୋରୁଙ୍କୁ କଂସେଇଖାନାରେ ବିକ୍ରି କରି ଦେଉଥିଲେ। “ଆମେ ପ୍ରାଥମିକ ପଦକ୍ଷେପ ନେଇଛୁ, କିନ୍ତୁ ଆରେ ଗୋଶାଳା ଶେଷ ହେବା ଲାଗି ଆହୁରି ଦୁଇ ମାସ ଲାଗିବ”, ବୋଲି କହିଛନ୍ତି ରାଜ୍ୟ ପ୍ରାଣୀପାଳନ ମନ୍ତ୍ରୀ ଏକନାଥ ଖଡ଼ସେ ।

ରାଜ୍ୟ ସରକାରଙ୍କ ନିଜସ୍ୱ ଗୋଶାଳା ଓ ଏକ ଗୋବଂଶ ସୁରକ୍ଷା ବୋର୍ଡ ପ୍ରତିଷ୍ଠା କରିବା ଲାଗି ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭୀସ ଦୋହରାଇଥିଲେ ।

ମାର୍ଚ୍ଚ ୪ ତାରିଖରେ ରାଜ୍ୟ ସରକାର ଗୋରୁ କାଟିବା ତାଲିକାରେ ବଳଦକୁ ମଧ୍ୟ ସାମିଲ କରିବା ଲାଗି ବିଧିବଦ୍ଧ ଭାବେ ଘୋଷଣା କରିଥିଲେ । ଗୋଶାଳା ପ୍ରତିଷ୍ଠା ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ରାଜ୍ୟରେ ତିନୋଟି ଗୋଶାଳା ପ୍ରତିଷ୍ଠା କରାଯିବ, ପ୍ରତ୍ୟେକ ଗୋଶାଳାରେ ୧ହଜାର ଗୋରୁ ରହିପାରିବେ। ରାଜ୍ୟ ସରକାରଙ୍କ ଦ୍ୱାରା ଏହି ଗୋଶାଳାଗୁଡ଼ିକ ମୁମ୍ବାଇର ଆରେ କଲୋନୀ, ଅମରାବତୀ ଓ ପୁଣେଠାରେ ପ୍ରତିଷ୍ଠା କରାଯିବ।

ଏଥିପାଇଁ ୯୦ କୋଟି ଟଙ୍କାର ପାଣ୍ଠି ଯୋଗାଇ ଦେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ ଯେ କେନ୍ଦ୍ର ସରକାର ତିନି ବର୍ଷ ମଧ୍ୟରେ ଏହାର ମାତ୍ର ଅଧା ଅର୍ଥ ଦେବାକୁ ସହମତି ପ୍ରକାଶ କରିଛନ୍ତି। ଏଥିମଧ୍ୟରୁ ୯ କୋଟି ଟଙ୍କା ବର୍ତ୍ତମାନ ସୁଦ୍ଧା ଜାରି କରାଯାଇସାରିଲାଣି ।

ଇତିମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ସରକାରୀ ଗୋଶାଳାର ଅଭାବକୁ ନେଇ ସରକାର ଚିନ୍ତିତ ନୁହନ୍ତି। “ବଳଦ କାଟିବା ନିଷେଧ କରାଯିବା ପରେ ଆମକୁ ବିଶେଷ କରି ଜୈନ ସମୁଦାୟ ଦ୍ୱାରା ପରିଚାଳିତ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଗୋଶାଳା ପ୍ରତିଷ୍ଠା କରାଯିବା ପ୍ରସ୍ତାବ ମିଳିଛି”, ବୋଲି ଖଡ଼ସେ କହିଛନ୍ତି। “ସେମାନେ ରାଜ୍ୟ ସରକାରଙ୍କଠାରୁ ମଧ୍ୟ ଅର୍ଥ ଚାହାନ୍ତି ନାହିଁ, ସେମାନେ ଏହାକୁ ଦାନ ଆକାରରେ ସଂଗ୍ରହ କରିବେ”, ବୋଲି ସେ ଉଲ୍ଲେଖ କରିଛନ୍ତି ।

ତେବେ ରାଜ୍ୟର ପୁରୁଣା ଓ ଲବ୍ଧ ପ୍ରତିଷ୍ଠିତ ଗୋଶାଳାଗୁଡ଼ିକ ପକ୍ଷରୁ କୁହାଯାଇଛି ଯେ ସେମାନେ ନିଜ ଗୋଶାଳା ଚଳାଇବା ଲାଗି ନାନା ସମସ୍ୟା ଭୋଗୁଛନ୍ତି। ୧୮୭୮ ମସିହାରେ, ପ୍ରତିଷ୍ଠିତ ନାସିକ ପଞ୍ଚବଟୀ ପଞ୍ଜ୍ରାପୋଲେ ଗୋଶାଳାରେ ୯୫୦ଟି ଗୋରୁ ରହିବା ଭଳି ସୁବିଧା ଅଛି ଓ ଏହା ରାଜ୍ୟର ସର୍ବବୃହତ ଗୋଶାଳା। “ଆମେ କ୍ଷତିରେ ଚାଲିଛୁ। ସରକାରୀ ସହାୟତା ମିଳିଲେ ସୁବିଧା ହୋଇପାରିବ”, ବୋଲି ଏହାର ପ୍ରଶାସକ ତୁଷାର ପାଲେଜା ପ୍ରକାଶ କରିଛନ୍ତି ।

ରିପୋର୍ଟ ୧୬ : ଏହି କାହାଣୀର ମୂଳ ପାଠ ୨ ମେ ୨୦୧୫ରେ ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶ ପାଇଥିଲା ।

ଏହା ଶୃଙ୍ଖଳାରେ ଅଧିକ ତଥ୍ୟ :

ରିପୋର୍ଟ ୧ : ପାଖାପାଖି ୮୦ ହଜାର ବାସହୀନ ବୃଦ୍ଧ ଭୋକିଲା ରହୁଛନ୍ତି

ରିପୋର୍ଟ ୨ : ମରୁଡ଼ି ଦ୍ୱାରା ମହାରାଷ୍ଟ୍ରରେ ୯୦ ଲକ୍ଷ କୃଷକ ପ୍ରଭାବିତ ହୋଇଛନ୍ତି

ରିପୋର୍ଟ ୩ : ମରୁଡ଼ି ଦ୍ୱାରା ଖରିଫ ଫସଲ ପ୍ରଭାବିତ, ଡାଲିଜାତୀୟ ଫସଲ ନଷ୍ଟ

ରିପୋର୍ଟ ୪ : ମହାରାଷ୍ଟ୍ରରେ ଚାଷୀ ଆତ୍ମହତ୍ୟା ହାର ୪୦% ବୃଦ୍ଧି

ରିପୋର୍ଟ ୫ : ଫସଲ ଯନ୍ତ୍ରଣା-ଯେଉଁଠି ଗ୍ରାମବାସୀଙ୍କୁ ଗୋଟିଏ ପାତ୍ର ଭରିବା ଲାଗି ଘଣ୍ଟା ଘଣ୍ଟା ଧରି ଖୋଳିବାକୁ ପଡ଼େ

ରିପୋର୍ଟ ୬ : ମରୁଡ଼ି କାରଣରୁ ବୟସ୍କମାନେ ଅନ୍ୟତ୍ର ପଳାୟନ କରି ମଜୁରି ଖଟିବାକୁ ବାଧ୍ୟ ହେଉଛନ୍ତି

ରିପୋର୍ଟ ୭ : ମରୁଡ଼ି ପ୍ରଭାବିତ ମରାଠାୱାଡ଼ାରେ ୪୮ଟି ନଳକୂପ ଥିବା ବ୍ୟକ୍ତି

ରିପୋର୍ଟ ୮ : ମହାରାଷ୍ଟ୍ରର ମରୁଡ଼ି ପ୍ରଭାବିତ ଚାଷୀ ବ୍ୟାଙ୍କ ଆକାଉଣ୍ଟ ନଥିବାରୁ ସହାୟତାରୁ ବଞ୍ଚିତ

ରିପୋର୍ଟ ୯ : ମହାରାଷ୍ଟ୍ର ସରକାର କହିଲେ ଚାଷୀ ବୀମା କଥା ବିଚାର କରାଯାଉଛି: ବିରୋଧୀ ଟାଇମ୍ସ ଅଫ ଇଣ୍ଡିଆର ଆତ୍ମହତ୍ୟା ରିପୋର୍ଟ ଉଲ୍ଲେଖ କଲେ

ରିପୋର୍ଟ ୧୦ : ଅଧ୍ୟୟନ: କୃଷକଙ୍କୁ ମିଳୁନି, ଋଣ ଶୋଷି ନେଉଛନ୍ତି,କୃଷି କର୍ପୋରେଟ

ରିପୋର୍ଟ ୧୧ : ଚାଷୀଙ୍କୁ ମିଳୁଥିବା ୨୫ ହଜାର ଟଙ୍କାର ପ୍ରତ୍ୟକ୍ଷ ଋଣ ହାର ୨୩%ରୁ ୪.୩%କୁ ହ୍ରାସ

ରିପୋର୍ଟ ୧୨ : ମହାରାଷ୍ଟ୍ରର ୭୦ ହଜାର କ୍ଷୁଦ୍ର ନଦୀ ବନ୍ଧର କ୍ଷମତାର ମାତ୍ର ୧୨% ଉପଯୋଗ

ରିପୋର୍ଟ ୧୩ : ଅଦିନିଆ ବର୍ଷା : ମାତ୍ର ତିନି ମାସ ମଧ୍ୟରେ ମହାରାଷ୍ଟ୍ରରେ ୬୦୧ ଚାଷୀଙ୍କ ଆତ୍ମହତ୍ୟା

ରିପୋର୍ଟ ୧୪ : ‘ଅଦିନିଆ ବର୍ଷା କାରଣରୁ ମହାରାଷ୍ଟ୍ରରେ ମାତ୍ର ୩ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି’

ରିପୋର୍ଟ ୧୫ : କମ୍ ଚାଷୀ ମୃତ୍ୟୁ ହାର ସପକ୍ଷରେ ରାଜ୍ୟ ସରକାରଙ୍କ ଯୁକ୍ତି: ଆତ୍ମହତ୍ୟା କରିଥିବା ମାତ୍ର ୩ ଜଣ ଅଦିନିଆ ବର୍ଷାକୁ ଦାୟୀ କରିଛନ୍ତି

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.