ନିଜ ସଂପ୍ରଦାୟର ଅନ୍ୟମାନଙ୍କ ଭଳି ଜାଟ ଆୟୁବ ଅମିନ୍ ନିଜକୁ ଜଣେ ସନ୍ତୁଷ୍ଟ ଲୋକ ବୋଲି କହନ୍ତି । “ଆମେ ମଦ୍ୟପାନ କରୁନା ଏବଂ ଅନ୍ୟମାନଙ୍କର ସଂପତ୍ତିକୁ ଲୋଭ କରୁନା; ଆମେ ଆମର ନିଜ କଥା ଶୁଣୁ, ଆମେ ଆମର ନିଜ ବିବେକ ଅନୁସାରେ ଚାଲିଥାଉ ।’’

ପ୍ରାୟ ଦୁଇ ବର୍ଷ ତଳେ ମୁଁ ଜାଟ ଆୟୁବ ଏବଂ ଅନ୍ୟ ମାଲଧାରୀମାନଙ୍କୁ ଭୁଜ ବାହାରେ ଥିବା ଏକ ଧୂଳିଆ ରାସ୍ତାରେ ଦେଖିଥିଲି । ମାଲଧାରୀମାନେ ହେଉଛନ୍ତି କଚ୍ଛର ଏକ ଯାଯାବର ସଂପ୍ରଦାୟର ପଶୁପାଳକ-ଗୁଜରାଟୀ ଭାଷାରେ ‘ମାଲ’ ଶବ୍ଦର ଅର୍ଥ ହେଲା ପଶୁ (ଯାହାର ଆକ୍ଷରିକ ଅର୍ଥ ହେଲା ‘ଜିନିଷ’) ଏବଂ ‘ଧାରୀ’ ଶବ୍ଦର ଅର୍ଥ ହେଲା ଯେଉଁ ଲୋକମାନେ ଏହି ସବୁ ପଶୁଙ୍କୁ ରଖିଥାନ୍ତି । ସେମାନଙ୍କର ପଶୁମାନଙ୍କ ମଧ୍ୟରେ ଓଟ, ମେଣ୍ଢା, ଛେଳି, ମଇଁଷି ଏବଂ ଗାଈ ଅର୍ନ୍ତଭୁକ୍ତ। ଏହି ମାଲଧାରୀମାନଙ୍କ ମଧ୍ୟରୁ ଅଧିକାଂଶ ଖରା ଆସିବା ପୂର୍ବରୁ ସବୁଜ ଗୋଖାଦ୍ୟ ସନ୍ଧାନରେ ମାର୍ଚ୍ଚ-ଏପ୍ରିଲ ମାସରେ ସ୍ଥାନାନ୍ତର ହୋଇଥାନ୍ତି। ଜୁଲାଇ-ଅଗଷ୍ଟ ମାସରେ ମୌସୁମୀ ଆସିବା ପରେ ସେମାନେ ଗାଁକୁ ଫେରିଥାନ୍ତି। ସେମାନେ ରଖିଥିବା ପଶୁଙ୍କ ଉପରେ ସେମାନଙ୍କର ଏହି ସ୍ଥାନାନ୍ତର ନିର୍ଭର କରେ । କିନ୍ତୁ ସେମାନେ ଏବେ ବି ବଞ୍ଚିଛନ୍ତି କାରଣ ହେଲା ସେମାନେ ଚାଲିଥାନ୍ତି ।

କଚ୍ଛରେ ବସବାସ କରୁଥିବା ପ୍ରମୁଖ ମାଲଧାରୀ ସଂପ୍ରଦାୟ ହେଲେ ଜାଟ୍, ରେବାଡ଼ି ଓ ସାମ୍ମା। ସେମାନେ ହିନ୍ଦୁ (ରେବାଡ଼ି) ବା ମୁସଲମାନ (ଜାଟ୍‌ ଏବଂ ସାମ୍ମା) ହୋଇପାରନ୍ତି, କିନ୍ତୁ ଏହି ସବୁ ସମ୍ପ୍ରଦାୟ ପରସ୍ପର ମଧ୍ୟରେ ମଧୁର ଓ ଯାଯାବର ଜୀବନର ସମଭାବାପନ୍ନ ସମ୍ପର୍କ ରହିଛି ।

ମୋ ପାଇଁ ଅନନ୍ୟ ମାଲଧାରୀ ସମ୍ପ୍ରଦାୟଙ୍କ ଚିତ୍ର ଉତ୍ତୋଳନ କରିବା ଏକ ଚ୍ୟାଲେଞ୍ଜ ଭଳି। ସରଳ ସାମ୍ପ୍ରଦାୟିକ ସଂରଚନା ଥିବା ଉଚ୍ଚ ପାର୍ବତ୍ୟାଞ୍ଚଳରେ ବାସ କରୁଥିବା ପଶୁପାଳକଙ୍କ ଭଳି, କଚ୍ଛରେ ଏହି ସମ୍ପ୍ରଦାୟକଙ୍କର ଗୋଷ୍ଠୀଗତ ସଂରଚନା ଖୁବ୍‌ ଜଟିଳ। ଏବଂ ଏମାନଙ୍କୁ ବିଭକ୍ତିକରଣ କରିବା ବା ଠାବ କରିବା ସମୟ ସାପେକ୍ଷ। ଉଦାହରଣ ସ୍ଵରୂପ ଜାଟ୍‌ମାନଙ୍କର ଚାରିଟି ସମ୍ପ୍ରଦାୟ ରହିଛି, ଫକିରାଣୀ ଜାଟ୍‌, ହାଜିୟାନି ଜାଟ୍‌, ଦନେତା ଜାଟ୍ ଏବଂ ଗାରାସିଆ ଜାଟ୍‌। ଏମାନଙ୍କ ମଧ୍ୟରୁ କେତେକ ଦୀର୍ଘ ସମୟ ପୂର୍ବରୁ ବାସ କରିଆସୁଛନ୍ତି ଏବଂ ଏମାନେ ଗାଈ ଓ ମଇଁଷି ପାଳନ କରିଆସୁଛନ୍ତି । କେବଳ ଫକିରାଣୀମାନେ ଓଟ ପାଳନ କରନ୍ତି ଏବଂ ଏମାନେ ଯାଯାବର ଶ୍ରେଣୀର, ବର୍ଷ ସାରା ସାଧାରଣତଃ ସେମାନଙ୍କ ତାଲୁକା ମଧ୍ୟରେ ସ୍ଥାନ ପରିବର୍ତ୍ତନ କରୁଥାଆନ୍ତି ।

ଜଣେ ବୟୋଜ୍ୟେଷ୍ଠ ଧାର୍ମିକ ଶିକ୍ଷକ ଓ ଉଚ୍ଚ ସମ୍ମାନିତ ଫକିରାଣୀ ଜାଟ୍‌ ଆଗା ଖାନ୍‌ ସାଭଲାନି କହନ୍ତି ଯେ, ‘ସନ୍ଥ ସାଭ୍‌ଲା ପୀରଙ୍କ ପଦାଙ୍କ ଅନୁସରଣ କରୁଥିବା ଲୋକଙ୍କୁ ଫକିରାଣୀ ଜାଟ୍‌ କୁହାଯାଏ।’ ସାଲଭାନି ମୋତେ କହିଲେ  ଯେ ୧୬୦୦ ଖ୍ରୀଷ୍ଟାବ୍ଦରେ, ସାଲ୍‌ଭା ପୀର ଦେବୀଦାସ ରେବାଡ଼ି ନାମକ ଜଣଙ୍କୁ ଗୋଟିଏ ଓଟ ଉପହାର ଦେଇଥିଲେ ଏବଂ ଏହିପରି ଭାବରେ ତା’ପରଠାରୁ ରେବାଡ଼ିମାନେ ଖାରାଇ ଓଟ ପାଳିବା ଆରମ୍ଭ କରିଦେଲେ, ଏବଂ ଏହାକୁ ଆଜିଯାଏଁ ସେମାନେ ପାଳନ କରିଆସୁଛନ୍ତି ।

ଫକିରାଣୀ ଜାଟ୍‌ମାନେ ରକ୍ଷଣଶୀଳ ଏବଂ କ୍ୟାମେରାକୁ ପସନ୍ଦ କରନ୍ତି ନାହିଁ। ଯଦିଓ ସେମାନେ ଆଗନ୍ତୁକମାନଙ୍କୁ ଓଟ କ୍ଷୀରରେ ପ୍ରସ୍ତୁତ ଚା’ ଦେଇ ସ୍ଵାଗତ କରନ୍ତି, ତେବେ ସେମାନେ ଦୃଢ଼ ଭାବେ ଫଟୋ ଉଠାଇବାକୁ ମନା କରନ୍ତି। ମୁଁ ଭାବ ବିନିମୟ କରିଥିବା ବହୁ ପରିବାର ସେମାନଙ୍କ ଦୈନନ୍ଦିନ ଜୀବନର ଚିତ୍ର ଉତ୍ତୋଳନ କରିବାକୁ ମନା କରିଦେଲେ।

ତା’ ପରେ ମୁଁ ଜାଟ୍‌ ଆୟୁବ ଅମିନ୍‌ଙ୍କୁ ଭେଟିଲି, ଯିଏ କଚ୍ଛର ଭାଚାଓ ତାଲୁକାର ଜଣେ ଫକିରାଣୀ ଜାଟ୍‌ । ସେ ଜଣେ ସାଧାରଣ ଓ ଭଦ୍ର ବ୍ୟକ୍ତି । ସେ ନିଜ ପରିବାର ସହ ସ୍ଥାନ ପରିବର୍ତ୍ତନ କରନ୍ତି । ତାଙ୍କ ପରିବାର କହିଲେ ସ୍ତ୍ରୀ ଖାତୁନ, ଭଉଣୀ ହସିନା ଏବଂ ଓଟମାନଙ୍କର ଗୋଟିଏ ଦଳ । ୨୦୧୬ ପ୍ରାରମ୍ଭ ଭାଗରେ, ସେ ମୋତେ ତାଙ୍କ ଜୀବନକୁ କ୍ୟାମେରା ସହ ପ୍ରବେଶ ପାଇଁ ଅନୁମତି ଦେଲେ ।

ଯଦିଓ ଏଠାରେ ଜାଟ୍‌ ପରିବାରମାନେ ମୁଖ୍ୟତଃ କୁଟ୍‌ଚି ଭାଷା କୁହନ୍ତି, କିନ୍ତୁ ପ୍ରାୟ ୫୫ ବର୍ଷ ବୟସ୍କ ଅମିନ୍‌ ସ୍ପଷ୍ଟ ହିନ୍ଦୀ କୁହନ୍ତି  । ସ୍ପଷ୍ଟ ହିନ୍ଦୀ କହିବା ସେ ରେଡ଼ିଓରୁ ଶୁଣି ଶିଖିଥିବା କହନ୍ତି। ବହୁ ଫକିରାଣୀ ଜାଟ୍‌ଙ୍କଠାରୁ ଭିନ୍ନ ଅମିନ୍‌ ଏବଂ ତାଙ୍କ ପରିବାର ପକ୍‌ଖା (ବେତ, ଝୋଟ, ଦଉଡ଼ି ଏବଂ କାଠରେ ତିଆରି ଅସ୍ଥାୟୀ ଘର)ରେ ରହନ୍ତି ନାହିଁ । ସେମାନେ ଖୋଲା ଆକାଶ ତଳେ ଶୁଅନ୍ତି।

ଯଦିଓ ଫକିରାଣୀ ଜାଟ୍‌ମାନେ ଓଟଙ୍କର ମାତ୍ର ଦୁଇ ପ୍ରକାର ପ୍ରଜାତି ପାଳନ କରନ୍ତି, ଖରାଇ ଏବଂ କଚ୍ଚି, ଆୟୁବ କେବଳ ଖରାଇ ଓଟ ରଖନ୍ତି । ଯେହେତୁ ହେନ୍ତାଳ ଜାତୀୟ ଗଛ ଏହି ଓଟଙ୍କର ଏକ ପ୍ରମୁଖ ଖାଦ୍ୟ ହୋଇଥାଏ, ତେଣୁ ସେ ନିରନ୍ତର ସେମାନଙ୍କ ପାଇଁ ଚାରଣ ଭୂଇଁ ସନ୍ଧାନରେ ଥାଆନ୍ତି । ତେବେ ଅବିରତ ଜଙ୍ଗଲ କଟା ଓ ଶିଳ୍ପ ବିକାଶ ଫଳରେ, ଖାସ୍‌ କରି ଉପକୂଳ ଅଞ୍ଚଳରେ, ଆବଦାସା, ଲାଖପଟ ଏବଂ ମୁନ୍ଦ୍ରାରେ ହେନ୍ତାଳ ବଣ ବିଲୋପ ହୋଇଯାଇଛି । ୧୯୮୨ରେ ଜଙ୍ଗଲ ବିଭାଗ ଏହି ଉପକୂଳ ଅଞ୍ଚଳକୁ ଏକ ସଂରକ୍ଷିତ ଜୋନ୍‌ ଭାବେ ଘୋଷଣା କରିଥିଲେ ବି କିଛି ପ୍ରଭାବ ପଡ଼ିନାହିଁ। ଆୟୁବ ମଧ୍ୟ ଗାଣ୍ଡୋ ବାଭାର(ପ୍ରୋସୋପିସ୍‌ ଜୁଲିଫ୍ଲୋରା) ନାମକ ଏକ ଗଛର ବୃଦ୍ଧି ବାବଦରେ କହିଲେ, ଯାହା ପଶୁମାନେ ଖାଉଥିବା ଘାସ ଓ ଅନ୍ୟ ଗଛଗୁଡ଼ିକୁ ବୃଦ୍ଧି ହେବାରେ ଦିଏନାହିଁ ।

ଏହି ସମସ୍ୟା ସତ୍ତ୍ଵେ, ଆୟୁବ ଅମିନ୍‌, ତାଙ୍କ ସମ୍ପ୍ରଦାୟର ଅନେକଙ୍କ ଭଳି କହନ୍ତି ଯେ ସେ ଖୁସି ଅଛନ୍ତି । ‘‘ଆମେ ତ ଦିନ ଶେଷରେ ଖାଇବାକୁ ରୋଟି ଏବଂ ଓଟ କ୍ଷୀର ପାଉଛୁ ଏବଂ ତାକୁ ଖାଇ ଆମେ ଶୋଇବାକୁ ଯାଉଛୁ ।’’

PHOTO • Ritayan Mukherjee

ଛାରି ଧାଣ୍ଡ ସଂରକ୍ଷିତ ଆଦ୍ରଭୂମି ଜଙ୍ଗଲରେ ସ୍ଥାନାନ୍ତରିତ ହେଉଥିବା ଗୋଟିଏ ଜାଟ୍ ପରିବାର ଅନ୍ୟ ମାଲଧାରୀ ପରିବାରଙ୍କ ଭଳି ଯେଉଁମାନେ ଋତୁକାଳୀନ ଯାଯାବର , ଏହି ପରିବାର ବର୍ଷ ସାରା ସାଧାରଣତଃ କଚ୍ଛ ଭିତରେ ସ୍ଥାନ ବଦଳାଉଥାନ୍ତି

PHOTO • Ritayan Mukherjee

ଖରି ରୋହରରେ , ଜାଟ୍ ଆୟୁବ ଅମିନ୍ ଏକ ନବଜାତ ଖରାଇ ଓଟକୁ ଗେଲ କରୁଛନ୍ତି ଆୟୁବ ହେଉଛନ୍ତି କଚ୍ଛର ଭଚ୍ଚାଓ ତାଲୁକାର ବାସିନ୍ଦା ଏବଂ ଚଳିତବର୍ଷ ତାଙ୍କ ପାଖରେ ପ୍ରାୟ ୧୦୦ - ୧୧୦ଟି ଓଟ ଅଛନ୍ତି

PHOTO • Ritayan Mukherjee

ଜାଟ୍‌ ଅମିନ୍‌ ଖାତୁନ ଭାଚ୍ଚାଓ ତାଲୁକାର ଚିରାଇ ମୋଟି ଗାଁରେ ଚରୁଥିବା ଗୋଟିଏ ଖାରାଇ ଓଟକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛନ୍ତି ।

PHOTO • Ritayan Mukherjee

ଜାଟ୍ ହସିନା ଖାରାଇ ଓଟମାନଙ୍କର ଦଳ ସହ ପାଣି ସନ୍ଧାନରେ ଯାଉଛନ୍ତି ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ , ଖାଦ୍ୟ ପାଣିର ଅଭାବ ଏତେ ପଡ଼ିଥାଏ ଯେ ପ୍ରାୟ ପ୍ରତିଦିନ ଏହି ପରିବାର ସେମାନଙ୍କ ସ୍ଥାନ ବଦଳାନ୍ତି

PHOTO • Ritayan Mukherjee

ଆଗା ଖାନ୍‌ ସାଭଲାନି ସୂର୍ଯ୍ୟାସ୍ତ ପୂର୍ବରୁ ତାଙ୍କର ନମାଜ ପାଇଁ ପ୍ରସ୍ତୁତ ହେଉଛନ୍ତି । ସାଲଭାନି ଫକିରାଣୀ ଜାଟ୍‌ ସମ୍ପ୍ରଦାୟ ମଧ୍ୟରେ ଜଣେ ଧାର୍ମିକ ଶିକ୍ଷକ ଏବଂ ବୟୋଜ୍ୟେଷ୍ଠ ବ୍ୟକ୍ତି ଭାବେ ସମ୍ମାନ ପାଆନ୍ତି । ସେ ଲଖପତ ତାଲୁକାର ପିପର ଗାଁରେ ରହନ୍ତି ।

PHOTO • Ritayan Mukherjee

ବର୍ଷକୁ ଥରେ ବା ଦୁଇ ଥର ଗ୍ରୀଷ୍ମ ପୂର୍ବରୁ ଓଟମାନଙ୍କର ଲୋମ କାଟି ଦିଆଯାଏ ଓଟ ପାଳକମାନେ ନିଜେ କଇଁଚି ସାହାଯ୍ୟରେ ଓଟମାନଙ୍କର ଲୋମ କାଟନ୍ତି

PHOTO • Ritayan Mukherjee

ରୋଟଲୋ ( ଗହମ ବାଜରାରେ ତିଆରି ରୋଟି ), ଓଟ କ୍ଷୀର ଏବଂ ଚା ସାଧାରଣତଃ ଫକିରାଣୀ ଜାଟ୍ ପରିବାରଙ୍କର ଖାଦ୍ୟ ଗୋଟିଏ ବୟସ୍କ ମାଈ ଓଟ ଦିନକୁ ୧୦ - ୧୨ ଲିଟର କ୍ଷୀର ଦିଏ

PHOTO • Ritayan Mukherjee

ବାନ୍ନି ଚାରଣଭୂଇଁର ଏକ ଗ୍ରାମୀଣ ମେଳାରେ ଅନୁଷ୍ଠିତ ହେବାକୁ ଥିବା ସୁନ୍ଦରୀ ପ୍ରତିଯୋଗିତା ପାଇଁ ଗୋଟିଏ ଓଟ ପ୍ରସ୍ତୁତ ହେଉଛି ଓଟକୁ ସଜାଇବା ପାଇଁ ଜାଟ୍ ମାନେ ମେହେନ୍ଦୀ ଏବଂ ଅନ୍ୟ ପ୍ରାକୃତିକ ରଙ୍ଗ ବ୍ୟବହାର କରନ୍ତି , ଯାହା ପଶୁମାନଙ୍କୁ କ୍ଷତି କରିବ ନାହିଁ

PHOTO • Ritayan Mukherjee

ଭାରତ - ପାକିସ୍ତାନ ସୀମାବର୍ତ୍ତୀ କଚ୍ଛର ମୋହାଡ଼ି ଗାଁରେ ଖାରାଇ ଓଟମାନେ ଗୋଟିଏ କୂଅରୁ ପାଣି ପିଉଛନ୍ତି

PHOTO • Ritayan Mukherjee

ଚରିବା ବେଳେ ପଡ଼ିଯାଇଥିବା ଗର୍ଭବତୀ ଖାରାଇ ଓଟକୁ ଜାଟ୍ ଆୟୁବ୍ ଅମିନ୍ ଉଠାଇବାକୁ ଉଦ୍ୟମ କରୁଛନ୍ତି ହେନ୍ତାଳ ବଣ ଥିବା ଅଞ୍ଚଳରେ ଭୂଇଁ ଏତେ ନରମ ଥାଏ ଯେ ଗୋଟିଏ ଓଟ ନିଜେ ଛିଡ଼ା ହୋଇପାରେନାହିଁ ଯଦି ସେହି ଭୂଇଁରେ ଗୋଟିଏ ଓଟ ସେମିତି ପଡ଼ିରହେ , ତେବେ ତାକୁ ହୃଦ୍ ଘାତ ହୋଇପାରେ ( ଏହି ଓଟକୁ ଉଠାଇବାକୁ ଆମ ତିନି ଜଣକୁ ୪୫ ମିନିଟ୍ ସମୟ ଲାଗିଲା )

PHOTO • Ritayan Mukherjee

ଫକିରାଣୀ ଜାଟ୍ ଙ୍କ ପିଲାମାନେ ମଧ୍ୟ ସେମାନଙ୍କ ବାପା ମା ଙ୍କ ସହ ସ୍ଥାନାନ୍ତରିତ ହେଉଥାନ୍ତି ଏବଂ ଛୋଟ ବେଳରୁ ହିଁ ଓଟଙ୍କୁ ଚରାଇବା ଶିଖିଯାଆନ୍ତି

PHOTO • Ritayan Mukherjee

ଗୋଟିଏ ଫକିରାଣୀ ପିଲା ତାଙ୍କର ଓଟ ଦଳଙ୍କ ସହ ଗ୍ରୀଷ୍ମର ଧୂଳି ଝଡ଼ ଭିତରେ ଚାଲୁଛି

ଭିଡ଼ିଓ ଦେଖନ୍ତୁ : ଜାଟ୍ ଆୟୁବ୍ ଅମିନ୍ ‌:‘ ମୁଁ ସବୁଠାରେ ରହିଛି ...’

ମାଲଧାରୀଙ୍କ ପାଇଁ କାମ କରୁଥିବା ଭୂଜସ୍ଥିତ ଟ୍ରଷ୍ଟ ଏବଂ ବେସରକାରୀ ସଂଗଠନ ସଞ୍ଜୀବନର ସବୁ ସଦସ୍ୟ ଏବଂ ମୋର ବନ୍ଧୁ ସହକର୍ମୀ ହାର୍ଦ୍ଦିକ ଦୟାଲାନିଙ୍କୁ ଧନ୍ୟବାଦ , ଯିଏ ମୋତେ କଚ୍ଛର ଯାଯାବର ସଂସ୍କୃତି ସହ ପରିଚିତ କରାଇଥିଲେ

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Ritayan Mukherjee

Ritayan Mukherjee is a Kolkata-based photographer and a 2016 PARI Fellow. He is working on a long-term project that documents the lives of pastoral nomadic communities of the Tibetan Plateau.

Other stories by Ritayan Mukherjee