ଲକ୍ଷ୍ମୀକାନ୍ତ ରେଡ୍ଡୀ କହିଲେ, ‘ଝିଅମାନେ ଉତ୍ପାଦନ କରୁଥିବା ପରିବା ଆମକୁ ଖାଦ୍ୟ ଯୋଗାଉଛି, କିନ୍ତୁ ଆମେ ପୁଅମାନେ ଏହାର ବଜାର ସଂଯୋଗ କରୁଛୁ।’

ସେ ବାଗ୍ମୀ, ଆତ୍ମବିଶ୍ୱାସୀ ଏବଂ ଜଣେ ଉଦ୍ୟୋଗୀ। ତାଙ୍କର ପ୍ରଧାନମନ୍ତ୍ରୀତ୍ୱ କାଳ, ବିରୋଧୀ ଦଳର ମୁଖ୍ୟ ଏବଂ ବର୍ତ୍ତମାନ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ଏସବୁ ଗୁଣ ତାଙ୍କର ଆହୁରି ଶାଣିତ ହୋଇଛି।

ଏହା ଆଶ୍ଚର୍ଯ୍ୟ ନୁହେଁ ଯେ, ଲକ୍ଷ୍ମୀକାନ୍ତ ଜଣେ ଗାହସ୍ଥ୍ୟ ନୁହନ୍ତି। ତାଙ୍କ ବୟସ ୧୭ ବର୍ଷ।

ସେମାନଙ୍କ ସଂସଦର ସଫଳତା ଦେଖିବା ପାଇଁ ଉପସ୍ଥିତ ଥିବା ଜନତାଙ୍କୁ ସେ ଏବଂ ତାଙ୍କ ସାଥୀ ମନ୍ତ୍ରୀମାନେ ସମ୍ବୋଧିତ କରୁଛନ୍ତି।

ଅନ୍ୟ ଆଭିଜାତ୍ୟପୂର୍ଣ୍ଣ ସ୍କୁଲଗୁଡିକ ଭଳି ସେମାନଙ୍କ ମଡେଲ ଯୁକ୍ତରାଷ୍ଟ୍ର ଆମେରିକା ସଦୃଶ ନୁହେଁ। ବର୍ଷରେ ଏକାଧିକ ଥର ସେମାନଙ୍କ ସଂସଦ ଚାଲିଥାଏ। ଏଠି କୌଣସି ବୈଦେଶିକ ଯୋଜନା ଏବଂ ପୃଥିବୀର ବଡବଡ ସମସ୍ୟାକୁ ନେଇ ଆଲୋଚନା ହୁଏ ନାହିଁ। ଶିକ୍ଷା, ସ୍ୱାସ୍ଥ୍ୟ ଆଦି ବିଭାଗର ମନ୍ତ୍ରୀମାନେ ନିୟମିତ ଜୀବନ ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କର ନିଷ୍ପତ୍ତି ଶୁଣାଇଥାନ୍ତି। ସବୁଥିରେ କିନ୍ତୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଧାରା ଥାଏ, ତାହା ହେଉଛି-ବଡମାନଙ୍କର ସର୍ବନିମ୍ନ ହସ୍ତକ୍ଷେପ।

ଏହି ମନ୍ତ୍ରୀମାନେ ଦିଲ୍ଲୀର କୌଣସି ପ୍ରମୁଖ ଅଞ୍ଚଳରେ ରୁହନ୍ତି ନାହିଁ। ଏମାନେ ତାମିଲନାଡୁ କ୍ରିଷ୍ଣଗିରି ଜିଲ୍ଲାର ପର୍ବତଘେରା ବେପାନପଲ୍ଲୀ ତାଲୁକର ନାଚିକୁପମ୍ ଗାଁରେ ରହନ୍ତି। ଏବଂ ପ୍ରତିପକ୍ଷ ଅଧିକାରୀଙ୍କ ପରି ସେମାନେ କେବେ ଖବର ତିଆରି କରନ୍ତି ନାହିଁ।

Girls sitting and discussing
PHOTO • Vishaka George
Boys sitting and discussing
PHOTO • Vishaka George

ନାଚିକୁପମ ଗାଁର କିଶୋର ସଂସଦର ଏହି ବାଳକ ବାଳକାମାନେ ଏଚଆଇଭି - ପଜିଟିଭ କିନ୍ତୁ ସେମାନଙ୍କ ଉତ୍ସାହକୁ ଏହା ପ୍ରଭାବିତ କରେ ନାହିଁ। ଦୈନନ୍ଦିନ ଜୀବନରେ କଣ କରିବାକୁ ପଡିବ ସେମାନେ ତାହା ନିଷ୍ପତ୍ତି କରନ୍ତି

ଦେଶର ଏହି ଅଞ୍ଚଳରେ ଅନେକ ଶିଶୁ ସଂସଦ ଦେଖିବାକୁ ମିଳେ। ଜଣେ ସାମ୍ବାଦିକ ଭାବେ ଆପଣ ବ୍ୟସ୍ତ ହେବେ ଯେ ଏମାନଙ୍କ ଉପରେ କାହାଣୀ ଶେଷ ହୋଇ ଯାଇଛି। କିନ୍ତୁ ଏହି ସଂସଦର ସ୍ୱତନ୍ତ୍ରତା ରହିଛି। କାରଣ ଏହାର ସମସ୍ତ ସଦସ୍ୟ ଏଚଆଇଭି ସଂକ୍ରମିତ। ଏହି ସ୍ୱପରିଚାଳିତ, କିଶୋର ସଂସଦଟି ସ୍ନେହଗ୍ରାମର ଏକ ଧନ୍ଦାମୂଳକ ତାଲିମ ଏବଂ ଥଇଥାନ କେନ୍ଦ୍ରରେ ଚାଲିଥାଏ। ଏହା ସେମାନଙ୍କର ବାସସ୍ଥଳୀ ମଧ୍ୟ।

୨୦୧୭ UNAIDS ରିପେର୍ଟ ଅନୁସାରେ ୨୦୧୬ ମସିହାରେ ଭାରତରେ ଏଚଆଇଭି ସଂକ୍ରମିତଙ୍କ ସଂଖ୍ୟା ହେଉଛି ୮୦, ୦୦୦। ଯାହା ୨୦୦୫ ମସିହାରେ ୧.୫ ଲକ୍ଷ ଥିଲା ଥିଲା। ୨୦୦୪ରେ ଆରମ୍ଭ ହୋଇଥିଲା ଜାତୀୟ ଏଡସ୍ ନିରୋଧୀ ଅଭିଯାନ। ଏହି ଅଭିଯାନ ମାଧ୍ୟମରେ ଏଡସ୍ ପାଇଁ ମାଗଣା ଚିକିତ୍ସା ଉପଲବ୍ଧ କରାଗଲା। ଏହାହିଁ ଥିଲା ସଂଖ୍ୟା ହ୍ରାସର କାରଣ।

ବେଙ୍ଗାଲୁରୁ ସେଣ୍ଟ ଜହନ୍ସ ମେଡିକାଲ କଲେଜର ପ୍ରଫେସର ଜି.ଜି ରବୀନ୍ଦ୍ରନ୍‌ କହନ୍ତି, ‘ନୂଆ ଏଚଆଇଭି ରୋଗୀ ସଂଖ୍ୟା ମଧ୍ୟ ଗତ ଦଶନ୍ଧି ଗୁଡିକ ତୁଳନାରେ ହ୍ରାସ ପାଇଛି। ଆଣ୍ଟି ରିଟ୍ରୋଭାଇରାଲ ଥେରାପି [ART] ଏବଂ ସାରା ଦେଶରେ ସଚେତନତା କାର୍ଯ୍ୟକ୍ରମ ଯୋଗୁ ଏହା ସମ୍ଭବ ହୋଇପାରିଛି। ଅଧ୍ୟୟନରୁ ଜଣାପଡିଛି ART ଦ୍ୱାରା ମା’ଠାରୁ ପିଲାକୁ ସଂକ୍ରମଣ ରୋକାଯାଇପାରିଛି। ଯାହା ରୋଗୀ ସଂଖ୍ୟା ହ୍ରାସ କରିବାରେ ସମ୍ଭବ ହୋଇଛି। ୧୯୮୯ ମସିହାରୁ ଡାକ୍ତର ରବୀନ୍ଦ୍ରନ ଏଚଆଇଭି ରୋଗୀଙ୍କ ସହ ସଂପର୍କରେ ଅଛନ୍ତି। ଏବଂ ଭାରତୀୟ ଏଡସ୍ ସୋସାଇଟିର ସେ ଜଣେ ପ୍ରତିଷ୍ଠା ସଦସ୍ୟ।

ସ୍ନେହଗ୍ରାମର ନିର୍ଦେଶକ ଫାଦର ମାଥ୍ୟୁ ଜଣେ ତାଲିମପ୍ରାପ୍ତ ପରାମର୍ଶଦାତା। ସେ କହନ୍ତି, “ଏଚଆଇଭି ସଂକ୍ରମିତ ଶିଶୁଙ୍କ କ୍ଷେତ୍ରରେ ଏହି ଚିକିତ୍ସା ପଦ୍ଧତ୍ତି ଅଧିକ ଉପଯୋଗୀ ହୋଇଥାଏ। ଏମାନେ କିଶୋର ବୟସରେ ପହଞ୍ଚିବେ ଏକଥା ଆଶା କରାଯାଉ ନଥିଲା। ART ଚିକିତ୍ସା ରୋଗୀକୁ ବଞ୍ଚାଇଥାଏ ଏବଂ ବଢାଇଥାଏ।”

ସାମାଜିକ କଳଙ୍କର ନିନ୍ଦା ନେଇ କେମିତି ବଢି ହେବ ?

ଏଚଆଇଭି ସଂକ୍ରମିତ ଶିଶୁମାନଙ୍କ ପାଇଁ ୨୦୦୨ରେ ଗଠନ ହୋଇଥିଲା ସ୍ନେହଗ୍ରାମ। ଉଦ୍ଦେଶ୍ୟ ଥିଲା ଅକାଳ ମୃତ୍ୟୁ ପର୍ଯ୍ୟନ୍ତ ସେମାନଙ୍କୁ ଆରାମ ଦାୟକ ଜୀବନ ଦେବା। ଯାହା ହେଉ, ART ସଫଳ ହେବା ଆରମ୍ଭ କଲା। କ୍ୟାରିଅର ପାଇଁ ପ୍ରତି ଓ୍ୱାର୍ଡକୁ ପ୍ରତିଷ୍ଠାତାମାନେ ଦକ୍ଷତାର ସହ ସଜ୍ଜିତ କଲେ। ଚିକିତ୍ସାରେ ସଫଳତା ଏହାକୁ ଏକ ବୃତ୍ତିଗତ ଅନୁଷ୍ଠାନ କରି ଛିଡା କରାଇଲା।

Two girls hugging in front of a school
PHOTO • Vishaka George
A girl laughing with one hand raised
PHOTO • Vishaka George

ମୀନା ନାଗରାଜ ( ପୂରା ବାମପାର୍ଶ୍ୱ ), ସୃତି ସଂଜୁକୁମାର ( ବାମ ) ଏବଂ ଅମ୍ବିକା ରମେଶ ( ଦକ୍ଷିଣ ), ଏମାନେ ତାମିଲନାଡୁ , କର୍ଣ୍ଣାଟକ ଏବଂ ଆନ୍ଧ୍ର ପ୍ରଦେଶର ଗରିବ ପରିବାରରୁ ଆସିଛନ୍ତି ଏମାନେ ସମସ୍ତେ ସଂସଦରେ ଭାଗ ନେଇ ନିଜର ଇଂରାଜୀ ଦକ୍ଷତା ବୃଦ୍ଧି କରି ପାରିଛନ୍ତି

ନାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଓପନ ସ୍କୁଲିଂ ଅଧିନରେ ଏମାନେ ଏବେ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ସମାପ୍ତ କରୁଛନ୍ତି। ସେମାନଙ୍କର ଇଛା, ଦ୍ୱାଦଶ ଶ୍ରେଣୀ ପରେ ପ୍ରଥମ ବ୍ୟାଚ୍‌ର ସ୍ନାତକୋତ୍ତର ହେବେ। ପରେ ସେମାନେ ନିଯୁକ୍ତି ସୁଯୋଗ ପାଇବେ ବୋଳି ଅନୁଷ୍ଠାନ ଆଶା କରୁଛି।

ଇତି ମଧ୍ୟରେ କ୍ଲାସ୍ ରୁମ୍ ବାହାରେ ସେମାନଙ୍କୁ ଜୈବିକ କୃଷି, ଗୋପାଳନ, ହାଇଡ୍ରୋପୋନିକ୍ସ ଏବଂ ରନ୍ଧନ ଆଦି ବିଭିନ୍ନ କ୍ଷେତ୍ରରେ ତାଲିମ ଦିଆଯାଉଛି। କିନ୍ତୁ ଶିଶୁମାନଙ୍କୁ କେବଳ ଶିକ୍ଷାଦାନ କରାଯାଉଛି। ଏଠାରେ ସେମାନେ ଏଭଳି ବ୍ୟବସ୍ଥା ଗଢିଛନ୍ତି ଯେଉଁଠି ନିଜେ ନିଜର ନିଷ୍ପତ୍ତି ନେଇପାରିବେ ଏବଂ ନିଜର ଅଧିକାର ସଂପର୍କରେ ସଚେତନ ରହିପାରିବେ। ସ୍ନେହଗ୍ରାମର ଏହି ଛୋଟ ସଂସଦ ଏମାନଙ୍କ ମଧ୍ୟରେ ଆତ୍ମପ୍ରତ୍ୟୟ ବୃଦ୍ଧି କରୁଛି।

ଏମାନେ ତାମିଲନାଡୁ, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶର ଗ୍ରାମାଞ୍ଚଳରୁ ଗରିବ ପରିବାରରୁ ଆସିଛନ୍ତି। ସଂସଦ ବ୍ୟବସ୍ଥାରୁ ଏମାନଙ୍କ ଇଂରାଜୀ ଦକ୍ଷତା ବୃଦ୍ଧି ପାଇଛି।

୧୭ ବର୍ଷୀୟ ମୀନା ନାଗରାଜ କହିଲେ, “ଆଞ୍ଚଳିକ ଭାଷାରେ କଥା ନହୋଇ ଇଂରାଜୀରେ କଥା ହେବାକୁ ଆମ ଶିକ୍ଷାମନ୍ତ୍ରୀ ପରାମର୍ଶ ଦେଲେ। ଭଲ ନିଯୁକ୍ତି ପାଇଁ ଇଂରାଜୀ ଜାଣିବା ଆବଶ୍ୟକ, ଠିକ୍ ନା ?” ମୀନା ନାଗରାଜ ହେଉଛନ୍ତି ମହିଳା କ୍ରୀଡ଼ା ମନ୍ତ୍ରୀ।

ସମସ୍ତେ ଯେପରି ସହଳ ଉଠିବେ ଏବଂ ସ୍କୁଲ ସମୟ ପୂର୍ବରୁ ନିୟମିତ କାର୍ଯ୍ୟ ସାରିବେ, ମୀନାଙ୍କ ଉପରେ ରହିଛି ତାର ତଦାରଖ ଦାୟିତ୍ୱ। ସମସ୍ତେ ନିଜ ପସନ୍ଦରେ ଖେଳିବା ପରେ ରୁଟିନ କାର୍ଯ୍ୟ ଆରମ୍ଭ କରିଥାନ୍ତି। ସେମାନେ ସୁସ୍ଥ ରହିବା ପାଇଁ ବ୍ୟାୟାମ ନିହାତି ଜରୁରି। ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ।

ଭୂତାଣୁକୁ ଦବେଇ ରଖିବା ପାଇଁ ପ୍ରତିଦିନ ରାତିରେ ଗୋଟିଏ ଡୋଜ୍ ଆଣ୍ଟି ରିଟ୍ରୋଭାଇରାଲ ନେବା ନିହାତି ଜରୁରି। ଏହା ଗୋଟିଏ ବଟିକା ମାତ୍ର, ଯାହା ବିଶ୍ୱର ସବୁଠାରୁ ଭୟଙ୍କର ଭୂତାଣୁକୁ ନିୟନ୍ତ୍ରଣ କରିଥାଏ। ଏଠାକାର ସମସ୍ତ ୬୫ ଜଣ ଛାତ୍ର ଯେପରି ନିଶ୍ଚିତ ଭାବେ ଏହି ଔଷଧ ରାତିରେ ଖାଇବେ, ସେ ଦିଗରେ ୧୬ ବର୍ଷୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଅମ୍ବିକା ରମେଶ ଏବଂ ଲକ୍ଷ୍ମୀକାନ୍ତଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମାଥ୍ୟୁ କହନ୍ତି, “ଏହି ଛୋଟିଆ କ୍ୟାପସୁଲକୁ ଭୁଲିଯିବାରେ ବିପଦ ରହିଛି। କିନ୍ତୁ ଏହା ନଖାଇ କେହି ଶୁଅନ୍ତି ନାହିଁ।”

A boy
PHOTO • Vishaka George
A boy smiling and standing in a garden
PHOTO • Vishaka George
A portrait of a girl smiling
PHOTO • Vishaka George

କେନ୍ଦ୍ର ଢାଂଚାରେ ତିଆରି ସ୍ନେହଗ୍ରାମର ଏହି ସଂସଦକୁ ଅନ୍ୟ ୯ଟି ସ୍କୁଲରେ ଅନୁକରଣ କରିବା ପାଇଁ ଉତ୍ସାହିତ କରିଛି। ଏମାନେ ହେଉଛନ୍ତି ଲକ୍ଷ୍ମୀକାନ୍ତ ( ବାମ ), ସ୍ୱାସ୍ଥ୍ୟ ମନ୍ତ୍ରୀ , ମାନିକ ପ୍ରଭୁ ( ମଝି ), ପ୍ରଧାନମନ୍ତ୍ରୀ ଏବଂ ପୂଜା ଆନ୍ନାରାଓ ( ଦକ୍ଷିଣ ), ଆଇନ୍ ଏବଂ ଗୃହ ମନ୍ତ୍ରୀ।

ଏଠାରେ ସଂସଦୀୟ ବ୍ୟବସ୍ଥା ଖୁବ ସୁସ୍ଥ। ୧୭ବର୍ଷୀୟ ଆଇନ ଏବଂ ଗୃହମନ୍ତ୍ରୀ କାଳେଶ୍ୱର କହିଲେ, “ଆମର ବିରୋଧୀ ଦଳ ଖୁବ ମଜବୁତ। ସେମାନେ ସବୁବେଳେ ଆମକୁ ନଜର ଭିତରେ ରଖିଥାନ୍ତି। ପ୍ରତି ୧୫ ଦିନରେ ସଂସଦ ବସିଥାଏ ଏବଂ ଖସଡା ପ୍ରସ୍ତୁତ ହୋଇଥାଏ। ଆମେ ପ୍ରତିଶ୍ରୁତି ଅନୁଯାୟୀ କାର୍ଯ୍ୟ କରୁଛୁ କି ନାହିଁ, ତାହ ନିଶ୍ଚିତ କରିବା ବିରୋଧୀଙ୍କ କାମ।”

ସେମାନେ ତାଙ୍କ ସଂସଦର କେଉଁ କଥାକୁ ନେଇ ବେଶି ଗର୍ବିତ? ଅନ୍ୟ ୯ଟି ସ୍କୁଲ ଉତ୍ସାହିତ ହୋଇ ଏମାନଙ୍କ ବ୍ୟବସ୍ଥାକୁ ଅନୁକରଣ କରିଛନ୍ତି।

ଏହା ଭାରତୀୟ ସଂସଦର ଏକ ପ୍ରତିକୃତି। ଏବଂ ଏମାନଙ୍କର ସାଧନା ଖୁବ ବଳିଷ୍ଠ। ପରିବେଶ ମନ୍ତ୍ରୀ ଏହା ନିଶ୍ଚିତ କରନ୍ତି ଯେ, ୧୭ ଏକର ବିଶିଷ୍ଟ ଏହି କ୍ୟାମ୍ପସରେ ଯାହା ଉତ୍ପାଦିତ ହେଉଛି ସେ ସବୁ ଜୈବିକ। ପୁଅମାନେ ଏହାକୁ ସହରକୁ ନିଅନ୍ତି। ପ୍ରାୟ ୪୦୦ ଲୋକଙ୍କୁ ବିକ୍ରି କରନ୍ତି ଏବଂ ଏଥିରୁ ଉପାର୍ଜିତ ଅର୍ଥ ସଂଚୟ କରନ୍ତି।

ପିଲାମାନେ ସପ୍ତାହରେ ଥରେ ନିଜେ ରୋଷେଇ କରିବାକୁ ବେଶ ଆଗ୍ରହୀ। ଏଥିରେ ସେମାନଙ୍କ ଉତ୍ପାଦିତ ପନିପରିବା ବ୍ୟବହୃତ ହୋଇଥାଏ। ଗୋଟିଏ ସପ୍ତାହରେ ପୁଅ ଏବଂ ଅନ୍ୟ ସପ୍ତାହରେ ଝିଅମାନେ ରୋଷେଇ କରନ୍ତି। ଏଥିରେ ଉଭୟଙ୍କ ମଧ୍ୟରେ ଭଲ କରିବାର ପ୍ରତିଯୋଗିତା ଲଗେ।

ଉପପ୍ରଧାନମନ୍ତ୍ରୀ ୧୭ ବର୍ଷୀୟ ବନିତା କହିଲେ, “ଆମ ରୋଷେଇ ଖାଇବାକୁ ଆପଣ କାହିଁକି ଆସୁ ନାହାନ୍ତି? ଏହି ରବିବାର ଆମର ପାଳି ଅଛି।”

ଧୃଷ୍ଟ ଲକ୍ଷ୍ମୀକାନ୍ତ କହିଲେ, “ତାହାଲେ ଏହି ରବିବାର ପାଇଁ ମୁଁ ପ୍ରସ୍ତାବ ଦେଉଛି।”

ସମାଜର ଏକ ବୃହତ ଭାଗର ମାନଦଣ୍ଡ ହେଉଛି, ଏଚଆଇଭିକୁ ନେଇ ପରିହାସ ଏବଂ ଏଚଆଇଭି ଭୂତାଣୁ ସଂପର୍କରେ ଅଜ୍ଞତା।

ମାଥ୍ୟୁ କହନ୍ତି, “ପିଲାଙ୍କୁ ଦେଖିବାକୁ ଆସୁଥିବା ଅନେକ ଲୋକ ଏଠାରେ ଖାଇବେ ନାହିଁ। ସେମାନେ କହିବେ, ‘ଆଜି ଆମର ଉପବାସ। ଏପରିକି ଶିକ୍ଷିତ ଲୋକେ ମଧ୍ୟ ଏଭଳି କହିଥାନ୍ତି।”

ତେବେ, ଏଭଳି ଏକ ସୁସ୍ଥ ବାତାବରଣରେ ଥିବା ଏହି ପିଲାମାନେ କଣ ସାମାଜିକ  କଳଙ୍କ ବିଷୟରେ ସଚେତନ?

ମାଥ୍ୟୁ କହିଲେ, “ହଁ, ସେମାନେ ସଚେତନ। ସେମାନଙ୍କ ନିକଟ ସଂପର୍କୀୟଙ୍କ ମଧ୍ୟରୁ କେବଳ ଗୋଟିଏ ଦମ୍ପତି ହୁଏତ ସେମାନଙ୍କ ଅବସ୍ଥା ଜାଣନ୍ତି। ଏ ସଂପର୍କରେ ସେମାନେ ଅନ୍ୟ କାହା ସହ ଆଲୋଚନା କରନ୍ତି ନାହିଁ। ଏହା ଜଣାଥିଲେ, ସେମାନଙ୍କୁ ଗୋଟିଏ ଥାଳିରେ ଖାଇବାକୁ ଦିଆ ଯାଆନ୍ତ ନାହିଁ, ସୋମାନେ ଘରକୁ ଫେରନ୍ତେ ନାହିଁ। ଏହା ଏକ ମାନସିକତା। ଜାଜି ଜାତି ମଧ୍ୟରେ ଥିବା ଭେଦଭାବ ଭଳି।”

A girl standing on some rocks looking at a garden with lotus flowers
PHOTO • Vishaka George

ତଥାପି ଏହି ଛାତ୍ର ସଂସଦର ବନିତା ଏବଂ ଅନ୍ୟମାଙ୍କୁ ଘରକୁ ଫେରିବାରେ ଭେଦଭାବର ସାମ୍ନା କରିବାକୁ ପଡେ

ପ୍ରଧାନମନ୍ତ୍ରୀ ମାଣିକ ପ୍ରଭୁ ହସିଲେ। ଦିନ ତମାମ ମୁଁ ତାଙ୍କୁ  ଖୁବ କମ୍ ସମୟ ଦେଖିଛି। ତାଙ୍କର ଏହି ସ୍ୱଭାବ ଯୋଗୁଁ ବୋଧହୁଏ ଶୀର୍ଷ ସ୍ଥାନ ପାଇଁ ତାଙ୍କୁ ଭୋଟ ମିଳିଛି।

ସେ ଜଣେ ଆଥଲେଟ୍ ମଧ୍ୟ। ତାଙ୍କ ପ୍ରତିଭା ତାଙ୍କୁ ବାହାରେ ପରିଚିତ କରିଛି। ପ୍ରସିଦ୍ଧ ବୋଷ୍ଟନ ମାରାଥନ, ନେଦରଲ୍ୟାଣ୍ଡ ଏବଂ ସେ ଶ୍ରୀଲଙ୍କାର କଲମ୍ବୋକୁ ଯାଇଛନ୍ତି ମାଣିକ ଚାନ୍ଦ।

ସେ କହନ୍ତି, “ ଏଚଆଇଭି ଏକ ପୂର୍ଣ୍ଣଛେଦ ନୁହେଁ। ଏଥିରେ ସଂକ୍ରମିତ ଅନ୍ୟମାନଙ୍କ ପାଇଁ ମୁଁ ଏକ ଆଶାର ଉତ୍ସ ହେବାକୁ ଚାହେଁ।”

ମୋ ପାଇଁ ଆଜି ଦିନର ଶିକ୍ଷା: ମାଣିକ ଏବଂ ତାଙ୍କ ସାଙ୍ଗମାନଙ୍କ ମଧ୍ୟରେ ଏଚଆଇଭି ଅଛି - କିନ୍ତୁ ଏଚଆଇଭି ଭିତରେ ସେମାନେ ନାହାନ୍ତି।

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Vishaka George

Vishaka George is a Bengaluru-based reporter for PARI and our social media editor. She also works on the PARI for Schools project to teach school children about rural India through the stories published on PARI.

Other stories by Vishaka George