"ମୋତେ କାମ ଦେବା ପାଇଁ କେହି ରାଜି ନଥିଲେ। ମହାରାଷ୍ଟ୍ରର ଲାଟୁର ସହରରେ ଘରୋଇ ଚାକର ଭାବରେ କାମ କରୁଥିବା ୬୮ ବର୍ଷୀୟା ଜେହେଡବି ସୟେଦ କୁହନ୍ତି, ମୁଁ ସମସ୍ତ ସତର୍କତା ପାଳନ କରୁଥିଲି, କିନ୍ତୁ ସେମାନେ ମୋତେ ସେମାନଙ୍କ ଘରକୁ ଯିବାକୁ ଦେଉନଥିଲେ"। "ମୁଁ କେବେବି ଏହି କପଡା କାଢୁନଥିଲି [କପଡା ମୁଖା],ଏବଂ ସମସ୍ତ ନିୟମ ମାନୁଥିଲି ଯେପରିକି ଦୁରତ୍ୱ ବଜାୟ ରଖିବା।"

ଏପ୍ରିଲ ୨୦୨୦ରେ, କୋଭିଡ-୧୯ ଲକ୍‍ଡାଉନ ସମୟରେ ଜେହେଡବି କାମ କରୁଥିବା ପାଞ୍ଚଟିରୁ ଚାରୋଟି ଘର ଲୋକ ତାକୁ କାମ ଛାଡିବାକୁ କହିଲେ। "ମୋ ପଖରେ ଆଉ ଗୋଟିଏ ଘର ଥିଲା ଏବଂ ସେମାନେ ମୋତେ ଅଧିକ କାମ ଦେଉଥିଲେ।"

ଜେହେଡବି ଜଣେ ଘରୋଇ ଚାକର ଭାବରେ ୩୦ ବର୍ଷ ହେଲା କାମ କରିଆସୁଛନ୍ତି - ଗତବର୍ଷ ସେମାନଙ୍କ ମଧ୍ୟରୁ ବହୁତଜଣ ଯେଉଁମାନେକି ତାର କାମ ବନ୍ଦ କରିଦେଲେ ସେମାନେ ବାସନ ସଫାକରିବା ଓ ଘର ସଫାକରିବାରେ ସମୟ କଟାଇଲେ। ସେ ବିଶ୍ୱାସ କରନ୍ତି ଯେ ୨୦୨୦ ମାର୍ଚ୍ଚରେ ଦିଲ୍ଲୀ ମସଜିଦ୍‍ରେ ତବଲିଘାଇ ଜମାତର ଧାର୍ମିକ ଜନସମାବେଶକୁ ନେଇ ଯେଉଁ ବିବାଦ ହେଉଥିଲା ତାହା ଦ୍ୱାରା ତା ମାଲିକମାନେ ପ୍ରଭାବିତ ହୋଇଥିଲେ, ଯାହା ପରେ କୋଭିଡ - ୧୯ ମୁଖ୍ୟସ୍ଥଳ ହୋଇଥିଲା। ସେ ମନେରଖିଛନ୍ତି "ଲୋକମାନଙ୍କୁ ମୁସଲମାନମାନଙ୍କଠାରୁ ଦୂରେଇ ରହିବାକୁ କୁହାଯାଉଥିବା କଥା ନିଆଁପରି ବ୍ୟାପୁଥିଲା,"। ମୋ ଜ୍ୱାଇଁ କହିଲେ ମୁଁ ଜମାତ ପାଇଁ ମୋ କାମ ହରାଇଲି। କିନ୍ତୁ କେମିତି ମୁଁ ଏହା ସହ ସଂଶିଷ୍ଟ?"

ଜେହେଡବିର ରୋଜଗାର ମାସିକ ୫୦୦୦ଟଙ୍କାରୁ ଖସି ୧୦୦୦ ଟଙ୍କାରେ ପହଁଚିଲା। ସେ କହିଲା "ଯେଉଁ ପରିବାର ମୋତେ ମନା କରିଛନ୍ତି କଣ ସେମାନେ ମୋତେ କେବେ ଡାକିବେନି?" ମୁଁ ସେମାନଙ୍କ ପାଇଁ ବହୁତ ବର୍ଷ କାମ କଲି ସେମାନେ ହଠାତ୍‍ ମୋତେ ଛାଡିଦେଲେ ଓ ଅନ୍ୟ ସ୍ତ୍ରୀଲୋକଙ୍କୁ କାମରେ ରଖିଲେ।"

ବର୍ଷକ ମଧ୍ୟରେ ତାର ଅବସ୍ଥାରେ କ୍ୱଚିତ୍‍ ପରିବର୍ତ୍ତନ ହୋଇଛି। ଜେହେଡବି କହନ୍ତି "ଏହା ଆହୁରି ଅଧିକ ବେକାର [ଦୟନୀୟ] ହୋଇଛି" । ୨୦୨୧ ମାର୍ଚ୍ଚରେ, ସେ ତିନି ଜଣଙ୍କ ଘରେ କାମ କରୁଥିଲା ଓ ମାସକୁ ୩୦୦୦ଟଙ୍କା ରୋଜଗାର କରୁଥିଲା। କିନ୍ତୁ ଏପ୍ରିଲ ମାସରେ ତାର ଦୁଇଜଣ ମାଲିକ କାମ ବନ୍ଦ କରିଦେଲେ, ଯେତେବେଳେ କୋଭିଡ - ୧୯ର ଦ୍ୱିତୀୟ ଲହର ମହାରାଷ୍ଟ୍ର ସାରା ବ୍ୟାପିବାକୁ ଲାଗିଲା। "ସେମାନେ କହିଲେ ଯେ ମୁଁ ବସ୍ତିରେ ରୁହେ ଓ ଆମ୍ଭେମାନେ କୌଣସି ନିୟମ[ସୁରକ୍ଷା ସତର୍କତା] ମାନୁ ନାହୁଁ।"

ବର୍ତ୍ତମାନ ତେଣୁ, ସେ ତାର ଏକମାତ୍ର ମାଲିକଠାରୁ ମାସିକ ୭୦୦ଟଙ୍କା ପାଇବ ଯେ ପର୍ଯ୍ୟନ୍ତ ସେ ଅଧିକ କାମ ପାଇନାହିଁ।

Jehedabi Sayed has been a domestic worker for over 30 years
PHOTO • Ira Deulgaonkar

ଜେହେଡବି ସୟେଦ ଘରୋଇ ଚାକର ଭାବରେ ୩୦ବର୍ଷ ହେଲା କାମ କରିଆସୁଛନ୍ତି

ଲାଟୁରର ପଡୋଶି ବିଠଲ ନଗରରେ ସ୍ୱାବଲମ୍ବି ଭାବେ ରହୁଥିବା କଣେ ବିଧବା ଜେହେଡବି ଯିଏକି ପୂର୍ବ ବର୍ଷ ଠାରୁ କୌଣସି ସ୍ଥିର ରୋଜଗାର ବିନା ବଞ୍ଚିବା ପାଇଁ ସଂଘର୍ଷ କରିଆସୁଛନ୍ତି। ତାଙ୍କ ଘରଟି  ତାଙ୍କ ସ୍ୱାମୀଙ୍କ ନାମରେ ଅଛି, ଯେଉଁଥିରେ ଗୋଟିଏ ରୁମ୍‍ ଓ ରୋଷେଇ ଘର ଅଛି। ଏଥିରେ ବିଜୁଳି କିମ୍ବା ଶୌଚାଳୟ ନାହିଁ। ତାଙ୍କ ସ୍ୱାମୀ ସୟେଦ ୧୫ ବର୍ଷ ପୂର୍ବେ ରୋଗରେ ମୃତ୍ୟୁ ବରଣ କରିଥିଲେ। "ମୋର ତିନୋଟି ପୁଅ ଓ ଗୋଟିଏ ଝିଅ ଥିଲେ। କିଛି ବର୍ଷ ପୂର୍ବେ ମୋର ଦୁଇ ପୁଅ ମୃତ୍ୟୁବରଣ କଲେ। ମୋର ସାନ ପୁଅ ହେଉଛି ନିର୍ମାଣ ଶ୍ରମିକ। ସେ ୨୦୧୨ ମସିହାରେ ବିବାହକରି ମୁମ୍ବାଇ ଯିବା ଠାରୁ ମୁଁ ତାକୁ ଭେଟିନାହିଁ।" ତାର ଝିଅ ସୁଲତାନା ନିଜର ସ୍ୱମୀ ଓ ପିଲାମାନଙ୍କ ସହ ବିଠଲ ନଗର ପାଖରେ ରୁହେ।

"ଆମେ କେଉଁଠାରେ ରହୁଛୁ, କେଉଁ ସମ୍ପ୍ରଦାୟର,ଏସବୁ ସମସ୍ୟା ହୋଇଗଲାଣି। କୈସେ କମାନା? ଔର କ୍ୟା ଖାନା? [କେମିତି ରୋଜଗାର କରିବି, ଏଵଂ କ’ଣ ଖାଇବି?]। ଜେହେଡବି କୁହନ୍ତି, ଏହି ରୋଗ ବହୁତ ପ୍ରଭେଦ ସୃଷ୍ଟି କରୁଛି"।

ଏହି ମହାମାରୀ ଜେହେଡବିଙ୍କ ପରି ସ୍ୱାବଲମ୍ବି ବରିଷ୍ଠ ମହିଳାଙ୍କ ପ୍ରତି କଠୋର ଓ ଗୌସିୟା ଇନାମଦାରଙ୍କ ପରି ବିଧବା ପ୍ରତି ଆହୁରି କଠୋର ଯାହାର ୬ରୁ୧୩ ବର୍ଷ ମଧ୍ୟରେ ପାଞ୍ଚଟି ପିଲା ତାଙ୍କ ଉପରେ ନିର୍ଭରଶୀଳ।

ଚଳିତ ବର୍ଷ ମାର୍ଚ୍ଚ ମାସ ମଧ୍ୟଭାଗରୁ ଓସମାନାବାଦ ଜିଲ୍ଲା ଚିଭାରି ଗ୍ରାମର ୩୦ବର୍ଷୀୟା କୃଷି ଶ୍ରମିକ ଗୌସିୟା କୋଭିଡ-୧୯ର ଦ୍ୱିତୀୟ ଲହରକୁ ରୋକିବା ପାଇଁ ଲଗାଯାଇଥିବା କଟକଣା ହେତୁ ଅଧିକ କାମ ପାଉନାହିଁ।

୨୦୨୦ ମାର୍ଚ୍ଚ ପୂର୍ବରୁ, ଗୌସିୟା କୃଷି କାର୍ଯ୍ୟ କରି ଦିନକୁ ୧୫୦ଟଙ୍କା ରୋଜଗାର କରୁଥିଲା। କିନ୍ତୁ ଲକଡାଉନ ସମୟରେ ଓସମାନାବାଦର ତୁଲଜାପୁର ତାଲୁକର ଚିଭାରି ଓ ଉମର୍ଗା ଜମି ମାଲିକମାନେ ତାଙ୍କୁ ସପ୍ତାହକୁ ଥରଟେ ଡାକୁଥିଲେ। ସେ କହେ "ଏହି ରୋଗ [କୋଭିଡ-୧୯] ପାଇଁ ଆମେ ଦିନଦିନ ଧରି ଭୋକରେ ରହୁଛୁ। ମୁଁ ମୋର ପିଲାଙ୍କ ପାଇଁ ବହୁତ ଚିନ୍ତାରେ ଥିଲି, ଆମେମାନେ ୧୫୦ ଟଙ୍କାରେ ସାତଦିନ କେମିତି ବଞ୍ଚିବୁ?" ସେହି ଦିନଗୁଡିକରେ ଗୋଟିଏ ସ୍ଥାନୀୟ ଏନଜିଓ ଦ୍ୱାରା ଦିଆଯାଉଥିବା ରେସନ ସାମଗ୍ରି ତାକୁ ବହୁତ ସାହାଯ୍ୟ କଲା।

ଲକଡାଉନ ପ୍ରତିବନ୍ଧ ଉଠିବା ପରେ ମଧ୍ୟ, ଗୌସିୟା ସପ୍ତାହକରେ ମାତ୍ର ୨୦୦ଟଙ୍କା ରୋଜଗାର କରିପାରୁଛି। ସେ କହନ୍ତି, ତାଙ୍କ ଗାଁର ଅନ୍ୟମାନେ ଅଧିକ କାମ ପାଉଥିଲେ। "ମୋ ପରିବାରର ପ୍ରତ୍ୟେକ ସ୍ତ୍ରୀଲୋକ ପାଇଁ କାମ ପାଇବା କଷ୍ଟକର ଥିଲା। କିନ୍ତୁ ଜୁନ-ଜୁଲାଇ [୨୦୨୦] ଠାରୁ ମୋ ମା’ଙ୍କର ପଡୋଶୀ କିଛି ସ୍ତ୍ରୀ ଲୋକ ସପ୍ତାହକୁ ଅତି କମ୍‍ରେ ତିନିଥର କାମ ପାଉଥିଲେ। ଆମେ କାହିଁକି ତାହା ପାଇବୁ ନାହିଁ ଯେତେବେଳେ ଆମେ ସମାନ ଉଦ୍ୟମ କରୁଛୁ?" କିଛି ରୋଜଗାର ପାଇଁ ଗୌସିୟା ଗୋଟିଏ ସିଲେଇ ମସିନ ଭଡାରେ ଆଣିଲା ଏବଂ ବ୍ଲାଉଜ ଓ ଶାଢୀ ଫଲ ସିଲେଇ କରିବା ଆରମ୍ଭ କଲା।

ଗୌସିୟା ବିଵାହ କରିଥିଲା ଯେବେ ସେ ୧୬ ବର୍ଷର ଥିଲା। ତାର ସ୍ୱାମୀ ରୋଗରେ ୫ବର୍ଷ ତଳେ ମରିଯାଇଥିଲା। ତାର ଶାଶୂ ଘର ଲୋକ ତାକୁ ତାହାର ମୃତ୍ୟୁ ପାଇଁ ଦାୟୀ କରୁଥିଲେ ଏବଂ ତାର ପିଲାମନଙ୍କ ସହ ସେମାନଙ୍କ ଘର ଛାଡିବାକୁ ବାଧ୍ୟ କଲେ। ଚିଭରିରେ ଥିବା ପରିବାରର ସମ୍ପତ୍ତିରେ ତା ସ୍ୱାମୀର ଭାଗରେ ତା’ର ଓ ତା ପିଲାମାନଙ୍କର କୌଣସି ଅଧିକାର ନାହିଁ ବୋଲି ମନା କରଗଲା। ଚିଭରରେ ଥିବା ତା’ର ବାପା-ମା’ଙ୍କ ଘରକୁ ସେ ତା ପିଲାଙ୍କୁ ନେଇକି ଗଲା। କିନ୍ତୁ ସେଠାରେ ରହୁଥିବା ତା’ର ଭାଇ ଆଉ ଅଧିକ ଛଅ ଜଣଙ୍କର ଖର୍ଚ୍ଚ ବହନ କରିପାରିଲା ନାହିଁ। ତେଣୁ ସେ ନିଜ ପିଲାମାନଙ୍କ ସହ ଘର ଛାଡିଦେଲା ଏବଂ ଗାଁ ପାଖରେ ତା ବାପା-ମାଙ୍କ ଜାଗାରେ ତିଆରି ହୋଇଥିବା ଏକ କାମଚଳା ଘରେ ରହିଲେ।

ଗୌସିୟା କହନ୍ତି,"ଏଠାରେ ବହୁତ କମ୍‍ ଘର ଅଛି"। ରାତିରେ ପାଖ ବାର୍‌ରୁ ମଦୁଆମାନେ ଆସି ମୋତେ ହଇରାଣ କରନ୍ତି। ସେମାନେ ଅଧିକାଂଶ ସମୟ ଘରକୁ ଆସି ମୋତେ ଶାରୀରିକ ନିର୍ଯ୍ୟାତନା ଦିଅନ୍ତି। ପ୍ରଥମ କିଛି ମାସ ଏହା ଅସହ୍ୟ ଥିଲା, କିନ୍ତୁ ମୋର କିଛି ଉପାୟ ନଥିଲା"। ଗ୍ରାମର ସ୍ୱାସ୍ଥ୍ୟକର୍ମୀମାନେ ତାକୁ ସାହାଯ୍ୟ କରିବାପାଇଁ ଏଥିରେ ହସ୍ତକ୍ଷେପ କରିବା ପରେ ଏହି ନିର୍ଯ୍ୟାତନା  ବନ୍ଦ ହେଲା।

Gausiya Inamdar and her children in Chivari. She works as a farm labourer and stitches saree blouses
PHOTO • Javed Sheikh

ଗୌସିୟା ଇନାମଦାର ଏବଂ ତାଙ୍କର ପିଲାମାନେ ଚିଭାରିରେ ଅଛନ୍ତି। ସେ ଜଣେ କୃଷି ଶ୍ରମିକ ଓ ଶାଢୀ ବ୍ଲାଉଜ ସିଲେଇ କରେ

ଗୌସିୟା ପାଇଁ ବର୍ତ୍ତମାନ ଘରସଂସାର ଚଳାଇବା କଷ୍ଟକର। "ମୋ ପାଖରେ ଏବେ ଯଥେଷ୍ଟ ସିଲେଇ କାମ ନାହିଁ - ଦୁଇ ସପ୍ତାହରେ ମାତ୍ର ଜଣେ ଗ୍ରାହକ ଆସିଛନ୍ତି। କୋଭିଡ ପାଇଁ ସ୍ତ୍ରୀଲୋକମାନେ କୌଣସି ଜିନିଷ ସିଲେଇ ପାଇଁ ଆସୁନାହାନ୍ତି। ସେ କୁହନ୍ତି," ପୁର୍ନବାର ଏହା ହେଉଛି ଏକ ଦୁଃସ୍ୱପ୍ନ ପରି"। ଆମେମାନେ କଣ ସବୁଦିନ ପାଇଁ କରୁଣା ଭୟରେ କବଳିତ ଓ ବେରୋଜଗାର ହୋଇ ରହିବୁ।

୨୦୨୦ଏପ୍ରିଲରେ ଅଯୁବି ଲଦାଫର ଶାଶୂଘର ଲୋକମାନେ ତାକୁ ତା’ର ଚାରି ପିଲାଙ୍କ ସହ ଘରୁ ବାହାର କରିଦେଲେ। ଏହି ଘଟଣାଟି ତାର ସ୍ୱାମୀ ଇମାମ ଲଦାଫ ମୃତ୍ୟୁବରଣ କରିବାର ଗୋଟିଏ ଦିନପରେ ଘଟିଲା। ସେ କୁହନ୍ତି,"ଆମେ ଉମରଗାରେ ଏକ ଯୌଥ ପରିବାରରେ ଇମାମର ପିତା-ମା ଓ ବଡ ଭାଈଙ୍କ ପରିବାର ସହ ରହୁଥିଲୁ।

ଇମାମ ଜଣେ ଦିନ ମଜୁରିଆ, ଯିଏକି ମୃତ୍ୟୁବରଣ କରିବାର କିଛି ମାସ ପୂର୍ବରୁ ଅସୁସ୍ଥ ଥିଲେ। ମଦ ପିଇବା ଅଭ୍ୟାସରୁ ତାଙ୍କର କିଡ୍‍ନୀ ଖରାପ ହୋଇଥିଲା। ତେଣୁ ଗତବର୍ଷ ୩୮ ବର୍ଷୀୟ ଅଯୁବି ତାଙ୍କୁ ସହରରେ ଛାଡିଲେ ଓ ପିଲାଙ୍କ ସହ କାମ ଖୋଜିବାକୁ ପୁନେ ଚାଲିଗଲେ।

ସେ ଜଣେ ଘରୋଇ ସହାୟକ କାମ ପାଇଲେ, ମାସକୁ ୫୦୦୦ଟଙ୍କା ରୋଜଗାର କଲେ। କିନ୍ତୁ ଯେତେବେଳେ କୋଭିଡ ଲକ୍‍ ଡାଉନ ଆରମ୍ଭହେଲା ସେ ତାର ୧୦ ରୁ ୧୪ ବର୍ଷର ପିଲାମାନଙ୍କ ସହ ସହର ଛାଡିବା ଓ ବାପା- ମା’ ରହୁଥିବା ତୁଲଜାପୁର ତାଲୁକର ନାଲଦୁର୍ଗ ଗାଁ କୁ ଯିବାପାଇଁ ନିଷ୍ପତ୍ତି ନେଲା। ସେ ସଠାରେ କିଛି କାମ ପାଇବା ପାଇଁ ଆଶା ବାନ୍ଧିଲା। ଅଯୁବି କହିଲେ,"ଗତବର୍ଷ ମାର୍ଚ୍ଚ ୨୭ରେ ଆମେ ଚାଲିବା ଆରମ୍ଭ କଲୁ ଓ ପ୍ରାୟ ୧୨ ଦିନ ଚାଲିବା ପରେ ନାଲଦୁର୍ଗରେ ପହଁଚିଲୁ"। ଏହା ୩୦୦କିଲୋମିଟର ଦୂର। "ଆମେ ଯାତ୍ରା ସମୟରେ କ୍ୱଚିତ୍‍ ଉପଯୁକ୍ତ ଭୋଜନ କରୁଥିଲୁ।"

କିନ୍ତୁ ସେମାନେ ଯେବେ ନାଲଦୁର୍ଗରେ ପହଁଚିଲେ, ସେମାନେ ଇମାମକୁ ଭୀଷଣ ଅସୁସ୍ଥ ଅବସ୍ଥାରେ ଥିବାର ଜାଣିବାକୁ ପାଇଲେ। ତେଣୁ ଅଯୁବି ଓ ତାର ପିଲାମାନେ ତୁରନ୍ତ ବାହାରିଗଲେ ଓ ନାଲଦୁର୍ଗଠାରୁ ୪୦ କିଲୋମିଟର ଦୂର ଉମରଗା ଅଭୀମୂଖେ ଚାଲିଲେ। ସେ କୁହନ୍ତି "ଆମ୍ଭେମାନେ ପହଁଚିବା ପରେ ସନ୍ଧ୍ୟାରେ ଇମାମ ମୃତ୍ୟୁବରଣ କଲେ।"

ଏପ୍ରିଲ ୧୨ ତାରିଖ ଦିନ ଇମାମର ବପା-ମା ଓ ଭାଈ ପଡିଶା ଲୋକମାନଙ୍କ ସହାୟତାରେ ଅଯୁବି ଓ ତା ପିଲାମାନଙ୍କୁ ବଳ ପୂର୍ବକ ଘରୁ ବାହର କରିଦେଲେ। ତାର ଶାଶୂ ଘର ଲୋକମାନେ କହିଲେ ଯେ ସେମାନେ ପୁନେରୁ ଆସିଥିବାରୁ ସମସ୍ତଙ୍କ ସ୍ୱାସ୍ଥ୍ୟପାଇଁ ସେମାନେ ବିପଦ। ଅଯୁବି କୁହନ୍ତି,"ଆମେ ଏକ ସ୍ଥାନୀୟ ଦର୍ଗାହରେ ସେହି ରାତିରେ ରହିଲୁ ଓ ତା’ପରେ ନାଲଦୁର୍ଗକୁ ଫେରି ଆସିଲୁ।"

ତାର ବାପା-ମା ଅଯୁବି ଓ ତାର ପିଲମାନଙ୍କୁ ଭରଣପୋଷଣ କରିବା ଅବସ୍ଥାରେ ନଥିଲେ। ନଯବୁନବି ଦୱଲସାବ, ଆଯୁବିର ମା କୁହନ୍ତି,"ତାର ବାପା ଓ ମୁଁ ଦିନ ମଜୁରିଆ ଅଟୁ। ଆମେ କ୍ୱଚି‍ତ୍‍ କାମ ପାଉଛୁ। ଆମେ ଯାହା ରୋଜଗାର କରୁଛୁ ତାହା ଆମ ଦୁଇଜଣଙ୍କ ଚଳିବା ପାଇଁ ଯଥେଷ୍ଟ ନୁହେଁ। ଆମେ ଅସହାୟ ଥିଲୁ।"

Azubi Ladaph with two of her four children, in front of their rented room in Umarga
PHOTO • Narayan Goswami

ଅଯୁବି ଲଦାଫ ତା ର ଚାରି ପିଲାଙ୍କ ମଧ୍ୟରୁ ଦୁଇ ପିଲାଙ୍କ ସହ ଉମର୍ଗାରେ ନିଜ ଭଡାଘର ସାମ୍ନାରେ

ଅଯୁବି କୁହନ୍ତି ମୁଁ ଆମ ପାଞ୍ଚ ଜଣଙ୍କ ବୋଝ ବାପା-ମାଙ୍କ ଉପରେ ଲଦି ତାଙ୍କୁ ଅସୁବିଧାରେ ପକାଇବି ନାହିଁ। ତେଣେ ସେ ନଭେମ୍ବରରେ ଉମର୍ଗା ସହରକୁ ଫେରିଗଲେ। "ମୁଁ ମାସିକ ୭୦୦ଟଙ୍କା ଭଡାରେ ଏକ ଘର ନେଲି। ମୁଁ ଏବେ ବାସନ ଓ ଲୁଗାପଟା ସଫାକରେ ଓ ମାସକୁ ୩୦୦୦ଟଙ୍କା ରୋଜଗାର କରୁଛି।"

ଶାଶୂ ଘର ଲୋକ ବଳପୂର୍ବକ ଘରୁ ବାହାର କରିଦେବା ପରେ, ସ୍ଥାନୀୟ ଖବରକାଗଜ ଅଯୁବିର କାହାଣୀ ପ୍ରକାଶ କଲେ। ସେ କୁହନ୍ତି, "ମୁଁ କିଛି କହିବା ଅବସ୍ଥାରେ ନଥିଲି। ଏହା କେତେ ଯନ୍ତ୍ରଣାଦାୟକ ଥିଲା ମୁଁ ବର୍ଣ୍ଣନା କରିପାରିବି ନାହିଁ,"। "ସରକାରୀ କର୍ମଚାରୀ ଓ ରାଜନେତାମାନେ ନାଲଦୁର୍ଗରେ ଥିବା ମୋ ମା’ଙ୍କ ଘରକୁ ମୋତେ ଦେଖା କରିବାକୁ ଆସିଥିଲେ ଓ ଆର୍ଥିକ ସହାୟତା ଦେବା ପାଇଁ ପ୍ରତିଶ୍ରୁତି ଦେଲେ। କିନ୍ତୁ ଏ ପର୍ଯ୍ୟନ୍ତ ମୁଁ କୌଣସି ସହାୟତା ପାଇନାହିଁ।"

ଅଯୁବି, ଗୌସିୟା ଓ ଜେହେଡବି କାହାର ବି ରାସନ କାର୍ଡ ନାହିଁ। ସେମାନଙ୍କର କେନ୍ଦ୍ର ସରକାରଙ୍କର ଆର୍ଥିକ   ଅର୍ନ୍ତଭୁକ୍ତ କାର୍ଯ୍ୟକ୍ରମ ଅର୍ନ୍ତଗତ ଜନଧନ ଯୋଜନାରେ ବ୍ୟାଙ୍କ ଖାତା ମଧ୍ୟ ନାହିଁ। ଜନଧନ ବ୍ୟାଙ୍କ ଖାତା ମାଧ୍ୟମରେ ମାସକୁ ୫୦୦ଟଙ୍କା ଲେଖାଏଁ ଲକଡାଉନର ପ୍ରଥମ ତିନି ମାସ (ଏପ୍ରିଲ-ଜୁନ ୨୦୨୦) ପାଇପାରିଥାଆନ୍ତେ। ଜେହେଡବି କୁହନ୍ତି,"ମୁଁ ବ୍ୟାଙ୍କକୁ ଯାଇପାରିବି ନାହିଁ ଓ ସେଠାରେ ଏତେ ସମୟ ନଷ୍ଟ କରିପାରିବି ନାହିଁ", ସେ ପୁଣି କହିଲେ ସେ ସେଠାରୁ ସାହାଯ୍ୟ ପାଇବେ ବୋଲି ବିଶ୍ୱାସ କରିପାରୁନାହାନ୍ତି। ବ୍ୟାଙ୍କ ତାଙ୍କ ଘରଠାରୁ ତିନି କିଲୋମିଟର ଦୂର।

ଗୌସିୟା ମହାରାଷ୍ଟ୍ର ସରକାରଙ୍କର ସଞ୍ଜୟ ଗାନ୍ଧି ନିରାଧାର ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଯୋଗ୍ୟ, ଯେଉଁଥିରେ ବିଧବା, ଏକୁଟିଆ ମହିଳା ଓ ଅନାଥମାନେ ଆର୍ଥିକ ସହାୟତା ପାଆନ୍ତି। ସେ ମାସକୁ ୯୦୦ଟଙ୍କା ଲେଖାଏଁ ଭତ୍ତା ପାଏ, ଯେତେବେଳେ ଏହା ଦିଆଯାଏ - ସେ ଏହା ଜାନୁୟାରୀଠାରୁ ଅଗଷ୍ଟ ୨୦୨୦ ଯାଏଁ ପାଇନାହିଁ। ସେ କୁହନ୍ତି, "ଏହି ସହାୟତା ଲକଡାଉନ ସମୟରେ ମୋ ବୋଝକୁ କିଛି କମ୍‍ କରିପାରିଥାଆନ୍ତା।" ସେ ଏହି ସହାୟତା ସେପ୍ଟେମ୍ବର ଓ ନଭେମ୍ବର ୨୦୨୦ ପରେ ଫେବୃଆରୀ ୨୦୨୧ ରେ ପାଇଛନ୍ତି।

ସାମାଜିକ ବହିଷ୍କାର ଓ ଆର୍ଥିକ ସହାୟତାର ଅଭାବ ଜେହେଡବି ଓ ତା ପରି ଏକାକୀ ମହିଳାମାନଙ୍କ ପାଇଁ ବଞ୍ଚିରହିବା ହେଉଛି ଏକ ଆହ୍ୱାନ। "ସେମାନେ ଜମି ଓ ଘରରୁ ବଞ୍ଚିତ ଏବଂ ସେମାନଙ୍କ ପିଲାମାନଙ୍କର ପାଠପଢା ଖର୍ଚ୍ଚ ହେଉଛି ସେମାନଙ୍କ ଉପରେ ଅନ୍ୟ ଏକ ବୋଝ। ସେମାନଙ୍କର କୌଣସି ସଞ୍ଚୟ ନାହିଁ। ଡା.ଶଶିକାନ୍ତ ଅହଙ୍କାରି ଯିଏକି ଓସମାନାବାଦ ଜିଲ୍ଲାର ଅନ୍ଦୁରରେ ଅବସ୍ଥିତ HALO ଡାକ୍ତରୀ ଫାଉଣ୍ଡେସନ ମୁଖ୍ୟ କୁହନ୍ତି,"ଲକଡାଉନ ସମୟରେ ବେକାରୀ ସମସ୍ୟା ଏହି ପରିବାରଗୁଡିକୁ ଭୋକରେ ରଖିଥାଏ।" ଏହି ସଂସ୍ଥା ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଦୃଢ କରିଥାଏ ଓ ମରାଠାୱାଡାରେ ଏକାକୀ ମହିଳାମାନଙ୍କୁ ଧନ୍ଦାମୂଳକ ତାଲିମ ଯୋଗାଇଥାଆନ୍ତି।

କୋଭିଡ-୧୯ର ନୂଆ ଲହର ମହିଳାମାନଙ୍କ ସଂଘର୍ଷ ତୀବ୍ର କରିଦେଉଛି। ଜେହେଡବି କୁହନ୍ତି,"ମୁଁ ଯେବେଠାରୁ ବହାହୋଇଛି, ପ୍ରତ୍ୟେକ ଦିନ ରୋଜଗାର କରିବା ଓ ପିଲାଙ୍କୁ ଖାଇବାକୁ ଦେବା ପାଇଁ ସଂଘର୍ଷ କରିବାକୁ ପଡୁଛି। ଏହି ମହାମାରୀ ମୋ ଜୀବନର ସବୁଠାରୁ ଖରାପ ସମୟ। ଏବଂ ଗୌସିଆ କୁହନ୍ତି, ଏହି ଲକଡାଉନ ଏହାକୁ ଅଧିକ ଖରାପ କରିଦେଉଛି। "କେବଳ ଏହି ରୋଗ ନୁହେଁ, କିନ୍ତୁ ଲକଡାଉନ ସମୟରେ ଆମର ନିତିଦିନିଆ ସଂଘର୍ଷ ଆମକୁ ମାରିଦେଉଛି"।

ଅନୁବାଦ: ଓଡ଼ିଶାଲାଇଭ୍‍

Ira Deulgaonkar

Ira Deulgaonkar is a 2020 PARI intern. She is a Bachelor of Economics student at Symbiosis School of Economics, Pune.

Other stories by Ira Deulgaonkar
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE